Shraddha murder case - The Sakala

ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ମର୍ଡର ମାମଲାରେ ଆସିଲା ଡିଏନଏ ରିପୋର୍ଟ; ମେହେରୁଲିର ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧାଙ୍କର
ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ପୁଲିସକୁ ବଡ ସଫଳତା । ମେହେରୁଲି ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧାଙ୍କର ବୋଲି ଡିଏନଏ ଟେଷ୍ଟରୁ ଏହା ସ୍ପଷ୍ଟ ହୋଇଛି । ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଜବତ ହାଡ଼ ଶ୍ରଦ୍ଧାଙ୍କର ବୋଲି ପୋଲିସ କହିଛି । ଜଙ୍ଗଲରୁ ମିଳିଥିବା ହାଡ଼ ଓ ଶ୍ରଦ୍ଧା ବାପାଙ୍କର ନମୁନା ସହ ଡିଏନଏ ମ୍ୟାଚ୍ କରିଛି । ମେହେରୁଲି ଜଙ୍ଗଲରୁ ମିଳିଥିବା ଶ୍ରଦ୍ଧାଙ୍କ ହାଡ଼କୁ CFSLକୁ ଟେଷ୍ଟ ପାଇଁ ପଠାଯାଇଥିଲା । ଆଜି ଡିଏନଏ ରିପୋର୍ଟ ଦିଲ୍ଲୀ ପୋଲିସର ହସ୍ତଗତ ହୋଇଛି ।

ଶ୍ରଦ୍ଧା ହତ୍ୟା ଘଟଣାରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ଅଫତାବ ପୁନେୱାଲଙ୍କୁ ଗିରଫ କରି ପଚରାଉଚରା କରିଥିଲା । ଜେରା ବେଳେ ମେହେରୁଲି ଜଙ୍ଗଲରେ ଶ୍ରଦ୍ଧାଙ୍କୁ ହତ୍ୟା ପରେ ୩୫ ଖଣ୍ଡ କରି ଫୋପାଡିଥିବା କଥା ପୋଲିସ ଆଗରେ କହିଥିଲା ଅଫତାବ । ଡିଏନଏ ମେଳ ଖାଇଥିବାରୁ ପିଶାଚ ପ୍ରେମିକ ଅଫତାବକୁ ଦୋଷୀ ପ୍ରମାଣିତ କରିବା ପାଇଁ ପୋଲିସକୁ ବଡ ଅସ୍ତ୍ର ମିଳିଛି । ତାକୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ଓ କଡ଼ା ଦଣ୍ଡବିଧାନ କରିବାରେ ଡିଏନଏ ରିପୋର୍ଟ ପୋଲିସ ପାଇଁ ବଡ଼ ପ୍ରମାଣ ହେବ ।

ଉଲ୍ଲେଖଯୋଗ୍ୟ, ଗତ ମେ ୧୮ ତାରିଖରେ ଗର୍ଲଫ୍ରେଣ୍ଡ ଶ୍ରଦ୍ଧା ଓ୍ବାକରକୁ ଦିଲ୍ଲୀର ଭଡ଼ା ଘରେ ହତ୍ୟା କରି ପିସ୍ ପିସ୍ କରି କାଟିଥିଲା ବୟଫ୍ରେଣ୍ଡ ଜହ୍ଲାଦ । ମାସ ମାସ ଧରି କଟା ଶରୀର ଫ୍ରିଜରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ଅଫତାବ । ଶ୍ରଦ୍ଧାଙ୍କ ବାପାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ହତ୍ୟା ସମ୍ପର୍କରେ ଜାଣିଥିଲା ।

ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଆସୁଛି ନୂଆ ନୂଆ ତଥ୍ୟ; ପ୍ରତିଦିନ ପିଟୁଥିଲା ଅଫ୍‌ତାବ୍‌, ୩ ଦିନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ ଶ୍ରଦ୍ଧା
ନୂଆଦିଲ୍ଲୀ: ଲିଭ ଇନ ରିଲେସନରେ ରହିଥିବା ଶ୍ରଦ୍ଧା ୱାଲକରଙ୍କ ହତ୍ୟାଘଟଣାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି। ଦିଲ୍ଲୀରେ ସଂଘଠିତ ଏହି ଲୋମହର୍ଷଣକାରୀ ଘଟଣାର ତଦନ୍ତ ଯେତିକି ଆଗଉଛି, ସେତିକି ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଶ୍ରଦ୍ଧାଙ୍କୁ ତାଙ୍କର ଲିଭ ଇନ ପାର୍ଟନର ଅଫତାବ ନିୟମିତ ମାଡ଼ ମାରୁଥିଲା। ଏଥିରେ ଶ୍ରଦ୍ଧା ଏତେ ଗୁରୁତର ହେଉଥିଲେ ଯେ ତାଙ୍କୁ ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଥିଲା।

୨୦୨୦ରେ ଶ୍ରଦ୍ଧା ନିଜ ପ୍ରେମିକଙ୍କ ମାଡ଼ରେ ଆହତ ହେବା ପରେ ସେ ୩ ଦିନ ହସ୍ପିଟାଲରେ ରହି ଚିକିତ୍ସିତ ହୋଇଥିଲେ ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଅଫତାବ ଶ୍ରଦ୍ଧାଙ୍କୁ ମାଡ଼ ମାରିଥିଲା ବେଳେ ତାଙ୍କ ନାକ, ଗାଲ ଓ ବେକରେ କ୍ଷତ ସୃଷ୍ଟି ହୋଇଥିବା ଶ୍ରଦ୍ଧାଙ୍କ ଜଣେ ବନ୍ଧୁ ପୋଷ୍ଟ କରିଥିବା ଫଟୋରୁ ସ୍ପଷ୍ଟ ହୋଇଛି। ସେତେବେଳେ ମଧ୍ୟ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପାଇଁ ଆଫତାବ ଉଦ୍ୟମ କରିଥିବା କୁହାଯାଇଛି। ଏ ସମ୍ପର୍କରେ ଶ୍ରଦ୍ଧାଙ୍କ ବନ୍ଧୁ ରାହୁଲ ରାଏ କହିଛନ୍ତି, ଏହି ଫଟୋ ୨୦୨୦ ମସିହାର। ଅଫତାବର ନିର୍ଯାତନାରେ ଅତିଷ୍ଠ ହୋଇ ଶ୍ରଦ୍ଧା ପୁଲିସ୍‌ରେ ଅଭିଯୋଗ କରିଥିଲେ।ମୁଁ ନିଜେ ଶ୍ରଦ୍ଧାଙ୍କୁ ପୁଲିସ୍‌ ପାଖକୁ ନେଇଥିଲି। ଅଫତାବ ୨ରୁ ୩ଥର ଶ୍ରଦ୍ଧାଙ୍କୁ ମାଡ଼ ମାରିଥିଲା। ବେକରେ ଗଭୀର କ୍ଷତଚିହ୍ନ ଥିବାରୁ ସମ୍ଭବତଃ ଶ୍ରଦ୍ଧାଙ୍କୁ ସେ ଗଳା ଚିପି ହତ୍ୟା କରିବାକୁ ଉଦ୍ୟମ କରୁଥିଲା। ପୁଲିସ୍‌ରେ ଅଭିଯୋଗ କରିଥିଲେ ମଧ୍ୟ ଶ୍ରଦ୍ଧାଙ୍କୁ ସେଠାକାର ଅଧିକାରୀ ବୁଝାସୁଝା କରି ଘରକୁ ପଠାଇ ଦେଇଥିଲେ। କିନ୍ତୁ ଜଣେ ଡାକ୍ତର କହିଛନ୍ତି ଶ୍ରଦ୍ଧା ‘ବ୍ୟାକ ପେନ୍‌’, ଟ୍ରମା ଓ ଆଭ୍ୟନ୍ତରୀଣ ଆହତଜନିତ ସମସ୍ୟାରେ ପୀଡ଼ିତ ଥିଲେ।

ହତ୍ୟା ପୂର୍ବରୁ ଗଞ୍ଜେଇ, ପରେ ବିୟର ପିଇଥିଲା ଅଫ୍‌ତାବ୍‌

ହତ୍ୟା ପୂର୍ବରୁ ଅଫତାବ ଗଞ୍ଜେଇ ଟାଣିଥିଲା। ଅତ୍ୟଧିକ ଗଞ୍ଜେଇ ନିଶା ପରେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି। ସେହିପରି ହତ୍ୟା କରିବା ପରେ ସେ ବାହାରୁ ଖାଦ୍ୟ ମଗାଇ ଖାଇବା ସହିତ ବିୟର ମଧ୍ୟ ପିଇଥିଲା ବୋଲି କହିଛି। ଅନ୍ୟପଟେ ମେହରୋଲି ଜଙ୍ଗଲରୁ ଦିଲ୍ଲୀ ପୁଲିସକୁ ୧୩ ଖଣ୍ଡ ହାଡ଼ ମିଳିଛି। ୩୫ କିଲୋମିଟର ପରିବ୍ୟାପ୍ତ ଏହି ଜଙ୍ଗଲରେ ଗତ ୧୪ ଘଣ୍ଟା ଧରି ପୁଲିସ ଏବଂ ଫରେନସିକ ଟିମ୍ ଯାଞ୍ଚ କରିଥିଲା ବେଳେ ଏହି ହାଡ଼ ମିଳିଥିବା କୁହାଯାଇଛି। ଏଗୁଡିକୁ ଏବେ ଯାଞ୍ଚ କରାଯିବ ବୋଲି ପୁଲିସ କହିଥିଲେ ହେଁ ଶ୍ରଦ୍ଧାଙ୍କ ମସ୍ତିସ୍କ ଖୋଜା ଚାଲିଥିବା କୁହାଯାଇଛି।

ଶ୍ରଦ୍ଧା ଓ୍ବାକର ମର୍ଡର ମାମଲାରେ କ୍ରାଇମ୍ ସିନ୍ ରିକ୍ରିଏଟ୍, ଛାନଭିନ୍ ବେଳେ ଜଙ୍ଗଲ ଭିତରୁ ମିଳିଲା ୧୦ ଖଣ୍ଡ ମାଂସ
ନୂଆଦିଲ୍ଲୀ: ଶ୍ରଦ୍ଧା ୱକର ହତ୍ୟା ମାମଲାରେ କ୍ରାଇମ ସିନ୍ ରିକ୍ରିଏଟ କରିଛି ଦିଲ୍ଲୀ ପୁଲିସ। ଅଭିଯୁକ୍ତ ଆଫତାବ ଅମୀନ ପୁନାୱାଲାକୁ ମେହରୁଲି ଜଙ୍ଗଲକୁ ନେଇ ପୁଲିସ କ୍ରାଇମ ସିନ୍ ରିକ୍ରିଏଟ କରିଛି। ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଖଣ୍ଡବିଖଣ୍ଡିତ ଶରୀରକୁ  କେଉଁକେଉଁ ସ୍ଥାନରେ ଆଫତାବ ଫିଙ୍ଗିଥିଲା ତା’ର ତଦନ୍ତ ଚାଲିଛି। ଛାନଭିନ୍ ବେଳେ ଜଙ୍ଗଲ ଭିତରୁ ୧୦ ଖଣ୍ଡ ମାଂସ ମିଳିଥିବା ପୁଲିସ କହିଛି। ଉଦ୍ଧାର ହୋଇଥିବା ସମସ୍ତ ମାଂସଖଣ୍ଡକୁ ପୁଲିସ ଫରେନ୍‌ସିକ୍ ଲ୍ୟାବ୍‌କୁ ପଠାଇଛି। ସମସ୍ତ ମାଂସଖଣ୍ଡ ମାନବ ଅଙ୍ଗ ବୋଲି କୁହାଯାଉଛି। ଏଥିସହ ଏହି ମାଂସଖଣ୍ଡର ଶ୍ରଦ୍ଧାଙ୍କ ବାପାଙ୍କ ସହ ଡିଏନ୍ ମେଳ ପାଇଁ ନମୁନା ପଠାଯିବ। ଅନ୍ୟ ମାଂସ ଖଣ୍ଡର ସନ୍ଧାନ ଜାରି ରହିଥିବା ପୁଲିସ କହିଛି।  ବର୍ତ୍ତମାନ ପର୍ଯ୍ଯନ୍ତ ଗାର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କ ମୁଣ୍ଡକୁ ଉଦ୍ଧାର କରିପାରିନାହି ଦିଲ୍ଲୀ ପୁଲିସ । ମୁଣ୍ଡକୁ ଖୋଜିବାକୁ ଅଭିଯୁକ୍ତକୁ ଧରି ଆଖପାଖ ଜଙ୍ଗଲରେ ପୁଲିସର ଖୋଜାଖୋଜି ଜାରି ରହିଛି।

ଶ୍ରଦ୍ଧା ଓ ଆଫତାବ୍ ପରସ୍ପରକୁ ଭଲ ପାଉଥିଲେ। କିଛି ଦିନ ଲିଭି-ଇନ୍‌ରେ ରହିଥିଲେ। ପରେ ଶ୍ରଦ୍ଧା ବିବାହ କରିବାକୁ ଅଫତାବଙ୍କ ଉପରେ ଚାପ ପକାଇଥିଲେ। ଏଥିରେ ଉତ୍ତେଜିତ ହୋଇ ପ୍ରେମିକ ଶ୍ରଦ୍ଧାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ପରେ ମୃତଦେହକୁ ୩୫ ଖଣ୍ଡ କରିଥିଲା। ଏହାକୁ ସେ ଫ୍ରିଜ୍‌ରେ ଦୀର୍ଘ ୧୮ ଦିନ ରଖି ପ୍ରତ୍ୟେକ ଦିନ କିଛି ଅଂଶ ଦିଲ୍ଲୀସ୍ଥିତ ମେହରୋଲି ଜଙ୍ଗଲରେ ଫିଙ୍ଗୁଥିଲା।