CM Mamata Banerjee - The Sakala

ଆଳୁ ସଙ୍କଟ: ମୋହନ-ମମତାଙ୍କ ଆଲୋଚନାର ଫଳକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ
ଭୁବନେଶ୍ୱର: ସରକାରଙ୍କ ଆଶ୍ୱାସନା, ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ବିଭାଗୀୟ ମନ୍ତ୍ରୀଙ୍କ ତତ୍ପରତା ସତ୍ତ୍ବେ ରାଜ୍ୟରେ ଜାରି ରହିଛି ଆଳୁ ସଙ୍କଟ। ଉତ୍ତରପ୍ରଦେଶ ଓ ପଞ୍ଜାବ ଆଳୁ କାହାଣୀ ଫିକା ପଡ଼ିଗଲାଣି, ଏବେ ବି ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ସ୍ୱାଭାବିକ ହୋଇ ନାହିଁ। ପୂର୍ବପରି ଚଢ଼ା ଦରରେ ଆଳୁ ବିକ୍ରି କରାଯାଉଛି। ସରକାର ଦିନକ ତଳେ ବ୍ୟବସାୟୀଙ୍କଠାରୁ ଆଣି ଡ଼ିଲରଙ୍କ ଜରିଆରେ ବଣ୍ଟନ ପାଇଁ ଦେଇଥିବା ଦୁଇ ଟ୍ରକ୍‌‌ ଆଳୁ ସରିଗଲାଣି। ଏବେ ରାଜ୍ୟବାସୀ ମୋହନ-ମମତାଙ୍କ ଆଲୋଚନାର ଫଳକୁ ଅପେକ୍ଷା କରିଛନ୍ତି। ଯଦି ଆଲୋଚନା ସଫଳ ହୋଇଥିବ, ତେବେ ଆଜି ପଶ୍ଚିମବଙ୍ଗରୁ ଆଳୁଗାଡ଼ି ଓଡ଼ିଶାରେ ପହଞ୍ଚିବ। ଯଦି ଆଲୋଚନା ଅସଫଳ ହୋଇଥିବ ତେବେ ଆଳୁ ଗାଡ଼ି ଆସିବ ନାହିଁ। ତେଣୁ ଆଜିକ ଆଳୁ ଆଲୋଚନା ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଓଡ଼ିଶାକୁ ଆଳୁ ରପ୍ତାନୀ ସ୍ୱାଭାବିକ କରିବାକୁ ଅନୁରୋଧ କରଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀ ଏହାକୁ ସ୍ୱୀକାର କରିବା ସହ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେଣୁ ମମତା ଯଦି ତାଙ୍କ ରାଜ୍ୟରୁ ଓଡ଼ିଶାକୁ ଆଳୁ ରପ୍ତାନୀ ପାଇଁ ଅନୁମତି ଦେଇଥିବେ ତେବେ ଆଜି ସୁଦ୍ଧା ଓଡ଼ିଶାରେ ଆଳୁ ପହଞ୍ଚିବ ଓ ପରିସ୍ଥିତି ସ୍ୱାଭାବିକ ଆଡ଼କୁ ଗତି କରିବ। ତେଣୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ମଧ୍ୟ ଅନୁରୂପ ଆଶା ପୋଷଣ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଆଳୁ ସ୍ଥିତି ସ୍ୱାଭାବିକ ହୋଇନାହିଁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଯେଉଁ ଆଲୋଚନା କରିଛନ୍ତି ତାହାର ସଫଳତାର ପରିଣାମ ମଙ୍ଗଳବାର ଜଣାପଡ଼ିବ। ରାଜ୍ୟରେ ବର୍ତ୍ତମାନ ୧୪ ଲକ୍ଷ ଟନ ଆଳୁ ଆବଶ୍ୟକ ହେଉଥିବା ବେଳେ ମାତ୍ର ରାଜ୍ୟରୁ ଉତ୍ପାଦିତ ଆଳୁ ତାହା ଭରଣା କରିବାକୁ ସକ୍ଷମ ହେଉନାହିଁ।

ସେହିପରି ୟୁପିରୁ ଟ୍ରେନ୍‌‌ ଯୋଗେ ନାଫେଡ୍‌‌ ଆଳୁ ଆଣି ବିକ୍ରି କରିବା ପ୍ରସଙ୍ଗରେ ମଧ୍ୟ ଶ୍ରୀ ପଣ୍ଡା କହିଛନ୍ତି ଯେ ୟୁପିରୁ ଆଳୁ କିଣି ଟ୍ରେନରେ ଆଣିବା ପରେ କେମିତି ବିକ୍ରି ହେବ ସେ ନିଷ୍ପତ୍ତି ସରକାର ନେବେ। ତେବେ ଟ୍ରେନରେ ପୁରା ରାକରେ ୫୫ ଟି ବଗି ରହୁଛି। ଗୋଟିଏ ବଗିରେ ୬୦୦ କୁଇଣ୍ଟାଲ୍‌‌ ଆଳୁ ରହିପାରିବ। ଏହା ଆସିବାକୁ କେତେଦିନ ଲାଗିବ, ପହଞ୍ଚିବା ପରେ କେତେଦିନ ଖାଦ୍ୟ ଉପଯୋଗୀ ହୋଇ ରହିପାରିବ ତାହା ଆଳୁ ଆସିବା ପରେ ଜଣାପଡ଼ିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

କେନ୍ଦ୍ର ଉପରେ ବର୍ଷିଲେ ମମତା: ନିର୍ବାଚନ ଜିତିବା ପାଇଁ ବିଜେପି ସମସ୍ତଙ୍କୁ ଜେଲ୍‌ରେ ଭର୍ତ୍ତି କରୁଛି
କୋଲକାତା: ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବାର ଦିନକ ପରେ ଟିଏମ୍‌ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ଜିତିବା ପାଇଁ ବିଜେପି ବିରୋଧୀ ଦଳ ନେତାଙ୍କୁ ଜେଲ୍‌ରେ ଭର୍ତ୍ତି କରୁଛି ବୋଲି ଦିଦି ଅଭିଯୋଗ କରିଛନ୍ତି। ବିରୋଧୀ ନେତାଙ୍କୁ ଭୟଭୀତ କରାଯାଉଛି। ସେମାନେ ସମସ୍ତଙ୍କୁ ଜେଲ୍‌ରେ ଭର୍ତ୍ତି କରିପାରିବେ। ତାଙ୍କୁ ବି ଜେଲ୍‌କୁ ପଠାଇ ପାରନ୍ତି। କିନ୍ତୁ ସେ ନିଶ୍ଚିତ ଭାବେ ବାହାରକୁ ଆସିବେ। ନଦିଆ ଜିଲ୍ଲାର ଶାନ୍ତିପୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଦି ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଜାତୀୟ ନାଗରିକତା ପଞ୍ଜିକା (ଏନଆର୍‌ସି) କାର୍ଯ୍ୟକାରୀ କରିବାକୁ ନେଇ ବିଜେପି ବାରମ୍ବାର ଧମକ ଦେଉଛି। ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରିବାକୁ ଯୋଜନା କରାଯାଉଛି। କିନ୍ତୁ ରାଜ୍ୟରେ ଏପରି ହେବାକୁ ଦିଆଯିବ ନାହିଁ। ସେମାନେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ମିଛ କହୁଛନ୍ତି। ଏ ସବୁ କିଛି ନୁହେଁ, କିନ୍ତୁ ଏହା ସେମାନଙ୍କର ରାଜନୈତିକ ଷଡ଼ଯନ୍ତ୍ର। ସେମାନେ ଲୋକଙ୍କୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି।

ଦିଦି ସାଧାରଣ ନିର୍ବାଚନରେ ଆସନ ବୁଝାମଣାକୁ ନେଇ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି। ଟିଏମ୍‌ସି ନିର୍ବାଚନରେ ଏହି ଦଳ ସହ ମେଣ୍ଟ କରିବାକୁ ଇଚ୍ଛୁକ ଥିଲା। ମାତ୍ର କଂଗ୍ରେସ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲା। ଏହି ଦଳ ସିପିଆଇ (ଏମ) ସହ ଏକାଠି ହୋଇ ବିଜେପିକୁ ଫାଇଦା ଦେବା ପାଇଁ ଚାହୁଁଛି। ଟିଏମ୍‌ସି ଦେଶର ଏକମାତ୍ର ଦଳ, ଯିଏ ସିଧାସଳଖ ବିଜେପି ସହ ମୁକାବିଲା କରିପାରିବ। ସାଧାରଣ ନିର୍ବାଚନରେ ଦଳ ବିଜେପିକୁ ହରାଇବ। ପରେ ଅନ୍ୟ ଆଞ୍ଚଳିକ ଦଳମାନଙ୍କ ସହ ମିଶି କେନ୍ଦ୍ର ସରକାର ଗଠନ କରିବାକୁ ରଣନୀତି ପ୍ରସ୍ତୁତ କରିବ। ମମତା ମହୁଆ ମୋଇତ୍ରଙ୍କ ବହିଷ୍କାର ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି। ସାଧାରଣ ଲୋକଙ୍କ କଥା ଉଠାଇବାରୁ ତାଙ୍କୁ ବହିଷ୍କାର କରିଦିଆଗଲା। ଦଳ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରିବ ବୋଲି ମମତା ସଙ୍କେତ ଦେଇଛନ୍ତି। ସେ ଲୋକଙ୍କ ଭୋଟ୍‌ ଜିଣିବେ ବୋଲି ଦିଦି କହିଛନ୍ତି। ସେ ସାଧାରଣ ନାଗରିକଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି। ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ) ଦ୍ବାରା ରୁଜୁ କୌଣସି ପରିଚୟ ପତ୍ର ନ ନେବାକୁ ଲୋକଙ୍କୁ କହିଛନ୍ତି। ବିଏସ୍‌ଏଫ୍‌ ସୀମାରେ ସଜାଗ ରହି ବେଆଇନ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ଉଚିତ। ବେଉସଣ ପାଇଁ ଅନ୍ତର୍ଜାତୀୟ ସୀମା ପାର କରୁଥିବା ଲୋକଙ୍କୁ ଅନୁମତି ପତ୍ର ଦେବାକୁ ଦିଦି ଡିଏମ, ବିଡିଓ ଏବଂ ଏସ୍‌ଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବିଏସଏଫ୍‌ ଉପରେ ନଜର ରଖିବାକୁ କହିଛନ୍ତି। ଏହା ସହିତ ଦିଦି କେନ୍ଦ୍ରର ବୈମାତୃକ ମନୋଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏକାଧିକ ଜନକଲ୍ୟାଣ ଯୋଜନାକୁ କେନ୍ଦ୍ର ପାଣ୍ଠି ଦେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ଶୁକ୍ରବାରଠାରୁ କୋଲକାତାରେ ୪୮ ଘଣ୍ଟିଆ ଧାରଣା ଦେବେ ବୋଲି କହିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ଆକଳନ: ଡିସେମ୍ବରରେ ହୋଇପାରେ ଲୋକସଭା ନିର୍ବାଚନ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ସୋମବାର ବଡ଼ ବୟାନ ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ଡିସେମ୍ବରରେ ହିଁ  ହେବ ବୋଲି ସେ କହିଛନ୍ତି। ମମତା  କହିଛନ୍ତି ଯେ, ଯଦିଓ ନିର୍ବାଚନ ତାରିଖ ସ୍ଥିର ହୋଇନାହିଁ, ତଥାପି ବିଜେପି ଆଗୁଆ ସମସ୍ତ ପ୍ରସ୍ତୁତି କରିସାରିଛି। ଦଳ ପ୍ରଚାର ଅଭିଯାନ ପାଇଁ ସମସ୍ତ ହେଲିକପ୍ଟର ବୁକ୍ କରିସାରିଛି। ଯାହାଦ୍ବାରା  ଅନ୍ୟ ରାଜନୈତିକ ଦଳଗୁଡିକର ପ୍ରଚାର  କାର୍ଯ୍ୟ ପାଇଁ ହେଲିକପ୍ଟର ସୁବିଧା ମିଳିପାରିବ ନାହିଁ ବୋଲି ସେ କହିଛନ୍ତି। ଟିଏମସି ସୁପ୍ରିମୋଙ୍କ ଏହି ବୟାନ ପରେ ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଛି ।  ଏପରିକି ନିର୍ବାଚନ ପୂର୍ବରୁ ପୁତୁରା ଅଭିଷେକ ବାନାର୍ଜୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିବା ନେଇ ମମତା ସନ୍ଦେହ କରିଛନ୍ତି । ଯଦି ବିଜେପି ତୃତୀୟ ଥର ପାଇଁ କ୍ଷମତାକୁ ଫେରିବ ତାହେଲେ ଦେଶରେ ଏକଛତ୍ରବାଦ ଶାସନ ହେବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

ଶ୍ରୀଜିଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ପୁରୀ:  ମମତା ବାନାର୍ଜୀ ଆଜି ଅପରାହ୍ନ ୪ଟାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପ୍ରଥମେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଥିଲେ। ପରେ ସେ ମନ୍ଦିର ପରିସରରେ ମା’ ଲକ୍ଷ୍ମୀ, ବିମଳା ତଥା ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କୁ ମମତାଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

ମମତା ବାନାର୍ଜୀ ମଧ୍ୟ ଦର୍ଶନ ପରେ ଗଣମାଧ୍ଯଙ୍କୁ ନିଜ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ଯେ, ମୁଁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲି । ସମସ୍ତଙ୍କ ପାଇଁ ପୂଜା କରିଛି । ମୁଁ ବହୁତ ଆଭାରୀ ଯେ ସମସ୍ତଙ୍କ ସହଯୋଗ ମିଳିଲା ।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପଶ୍ଚିମବଙ୍ଗର ପର୍ଯ୍ଯଟକଙ୍କ ଉଦେଶ୍ୟରେ ‘ପଶ୍ଚିମବଙ୍ଗ ଭବନ’ ନିର୍ମାଣ ପାଇଁ ଜାଗା ଦିଆଯାଇଛି। ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଆଜି ଅପରାହ୍ନରେ ମମତାଙ୍କୁ ଏହି ଜାଗା ଦେଖାଇଛନ୍ତି। ପଶ୍ଚିମବଙ୍ଗରୁ ଶ୍ରୀକ୍ଷେତ୍ର ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ହେବ ଏହି ଜାଗାରେ ଅତିଥି ଭବନ ନିର୍ମାଣ ହେବ। ବଙ୍ଗୀୟ ପର୍ଯ୍ଯଟକମାନେ ସ୍ୱଳ୍ପ ଖର୍ଚ୍ଚରେ ଅତିଥି ଭବନରେ ରହିପାରିବେ।

ମଙ୍ଗଳବାର ଠାରୁ ମମତା ବାନାର୍ଜୀ ଓଡ଼ିଶାକୁ ୩ଦିନିଆ ଗସ୍ତ କରିଛନ୍ତି।  ମମତା ବାନାର୍ଜୀ ଗୁରୁବାର ଅପରାହ୍ନ ୩ଟାରେ ପୁରୀରୁ ଭୁବନେଶ୍ବର ଅଭିମୁଖେ ବାହାରିବେ। ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ସନ୍ଧ୍ୟା ୬ଟାରେ ଭୁବନେଶ୍ବରରୁ କୋଲକାତା ଅଭିମୁଖେ ବାହାରିବେ।

ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମଙ୍ଗଳବାର ସେ ପୁରୀରେ ପହଞ୍ଚି ରାତ୍ରିଯାପନ କରିବେ। ତା’ ପରଦିନ ଅର୍ଥାତ୍‌‌ ୨୨ ତାରିଖରେ ନିଜ କୌଳିକ ପଣ୍ଡା ତଥା ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ଓ ରାଜେଶ ଦାସମହାପାତ୍ରଙ୍କ ସହିତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ବେଢ଼ା ପରିକ୍ରମା କରି ମହାପ୍ରଭୁଙ୍କ ଆଶୀର୍ବାଦ ନେବେ। ଏଥିସହ ବଳିଆପଣ୍ଡା ଅଞ୍ଚଳରେ ଏକ ଗେଷ୍ଟ ହାଉସ ନିର୍ମାଣ ହେବାକୁ ଥିବାରୁ ଏହାର କ୍ଷେତ୍ର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ମମତା ବାନାର୍ଜୀଙ୍କ ଶ୍ରୀମନ୍ଦିରରେ ଦର୍ଶନ ସମୟରେ ତାଙ୍କର କୌଳିକ ଗୁରୁ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମଧ୍ୟ ଉପସ୍ଥିତ ରହିବେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ଜଗନ୍ନାଥ ସ୍ୱାଇଁ ମହାପାତ୍ର ବେଶ୍‌‌ ଉତ୍ସାହିତ ଅଛନ୍ତି। ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, ସେ ନିର୍ବାଚନ ପରେ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥାନ୍ତେ।

ମାତ୍ର କୋଭିଡ଼ ଯୋଗୁ ଆସିପାରି ନ ଥିଲେ। ତେଣୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଅନ୍ୟପକ୍ଷରେ ମମତା ବାନାର୍ଜୀ ପୁରୀରେ ରାତ୍ର ରହଣି କରିବାକୁ ଥିବାରୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ନିର୍ମାଣ ନିବାସରେ ରାତ୍ର ରହଣି କରିବେ ମମତା। ଏଥିପାଇଁ ନିର୍ମାଣ ନିର୍ବାସକୁ ପ୍ରସ୍ତୁତ କରାଯାଉଛି। ମମତାଙ୍କ ସହିତ ମନ୍ତ୍ରୀମଣ୍ଡଳ ସଦସ୍ୟ, ଅଫିସିଆଲ ପ୍ରାୟ ୨୫ ଜଣରୁ ଊର୍ଦ୍ଧ୍ବ ଆସୁଛନ୍ତି। ୨୩ ତାରିଖରେ ସେ ପଶ୍ଚିମବଙ୍ଗ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରା ଶୁଣି ରାଗରେ ମଞ୍ଚକୁ ଗଲେ ନାହିଁ ମମତା ବାନାର୍ଜୀ
କୋଲକାତା: ପଶ୍ଚିମବଙ୍ଗ ହାୱଡାରେ ଶୁକ୍ରବାର ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ବିଜେପି କର୍ମୀମାନେ ‘ଜୟ ଶ୍ରୀରାମ’ ନାରା ଲାଗିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଇ ସଭା ମଞ୍ଚକୁ ଉଠି ନାହାନ୍ତି। ରାଗରେ ଚିଡ଼ି ଯିବାପରେ ମଞ୍ଚକୁ ନଯାଇ ମଞ୍ଚ ତଳେ ଏକ ଚେୟାରରେ ବସିଥିଲେ ମମତା ବାନାର୍ଜୀ । ତେବେ ତାଙ୍କୁ ଶାନ୍ତ କରାଇବା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟପାଳ ସି. ଭି. ଆନନ୍ଦ ବୋଷଙ୍କ ଉଦ୍ୟମ ମଧ୍ୟ ନିଷ୍ଫଳ ହୋଇଥିଲା। ଏପରିକି ପଶ୍ଚିମବଙ୍ଗ ରାଜ୍ୟପାଳ ମଧ୍ୟ ହାତ ଯୋଡି ମମତାଙ୍କୁ ଅନୁରୋଧ କରିଥିଲେ ବି ସେ ସଭାମଞ୍ଚକୁ ଯାଇ ନଥିଲେ।

ମମତା ଷ୍ଟେଜ ଉପରକୁ ନ ଯାଇ ଏହାର ସାଇଡ୍‌ରେ ଛିଡ଼ା ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ମା’ଙ୍କ ଦେହାନ୍ତ ପାଇଁ ଶୋକ ପ୍ରକାଶ କରିଥିଲେ। ଶୋକବ୍ୟକ୍ତ କରି ମମତା ବାନାର୍ଜୀ କ‌ହିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆ ମଧ୍ୟ ଆମ ମାଆ। ପ୍ରଧାନମନ୍ତ୍ରୀଙ୍କୁ ସେ କହିଲେ, ଆପଣଙ୍କୁ ଓ ଆପଣଙ୍କ ପରିବାରବର୍ଗଙ୍କୁ କେମିତି ଶାନ୍ତ୍ବନା ଦେବି ଜାଣିପାରୁନି। ଏଭଳି ଦୁଃଖଦାୟକ ଦିନରେ ବି ଆପଣ ଭର୍ଚ୍ୟୁଆଲ୍‌ ଜରିଆରେ ଉଦ୍‌ବୋଧନ ଦେଉଛନ୍ତି। ଏହା ସମ୍ମାନର କଥା। କର୍ତ୍ତବ୍ୟ ଜରିଆରେ ଆପଣ ଆପଣଙ୍କ ମାଆଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି।

ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ୭ହଜାର ୮୦୦ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଜ୍ୟର ପ୍ରଥମ ତଥା ଦେଶର ସପ୍ତମ ‘ବନ୍ଦେ ଭାରତ ଏକ୍ସପ୍ରେସ୍’କୁ ସବୁଜ ପତାକା ଦେଖାଇଛନ୍ତି। ଏହି ଟ୍ରେନ ହୱଡା ଓ ନ୍ୟୁ ଜଲପାଇଗୁଡିକୁ ସଂଯୁକ୍ତ କରିବ।

ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ ଘଟଣା: ନିଜ ମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
କୋଲକାତା: ମନ୍ତ୍ରୀ ଅଖିଳ ଗିରିଙ୍କ ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରି ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନିଜ ଦଳର ମନ୍ତ୍ରୀ ଅଖିଳ ଗିରିଙ୍କ ପାଇଁ କ୍ଷମା ମାଗିଲେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତିଙ୍କ ବିରୋଧରେ ଟିଏମସି ନେତା ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟ ପାଇଁ ବିରୋଧୀ ମମତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲେ ।

ମନ୍ତ୍ରୀ ଅଖିଳ ଗିରିଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କ୍ଷମା ମାଗି କହିଛନ୍ତି ଯେ, ‘ସେ ଜଣେ ବହୁତ ଭଲ ମହିଳା। ମୁଁ ମୋର ବିଧାୟକଙ୍କ ମନ୍ତବ୍ୟକୁ ନିନ୍ଦା କରୁଛି। ମୁଁ କ୍ଷମା ମାଗୁଛି । ଅଖିଳ ଗିରି ଯାହା କରିଛନ୍ତି ତାହା ଭୁଲ । ଭବିଷ୍ୟତରେ ଯଦି ଏଭଳି ହୁଏ ତେବେ ଦଳ ଆକ୍ସନ୍ ନେବ। ମମତା କହିଛନ୍ତି ଯେ, ଅଖିଲ ଗିରିଙ୍କୁ ଏମିତି ତାତ୍ସଲ୍ୟ କରିବା ଉଚିତ୍‌ ନଥିଲା। ମୁଁ ରାଷ୍ଟ୍ରପତିଙ୍କୁ ସମ୍ମାନ କରେ ବୋଲି ମମତା କହିଛନ୍ତି। ବ୍ୟକ୍ତିଗତ ମନ୍ତବ୍ୟ ଦେବା ତାଙ୍କ ଦଳର ସଂସ୍କୃତିରେ ନାହିଁ ବୋଲି କହି ସେ କହିଛନ୍ତି ଏବଂ ଅଖିଳ ଗିରିଙ୍କ ମନ୍ତବ୍ୟକୁ ନେଇ ତାଙ୍କୁ ସତର୍କ କରାଯାଇଛି ।

ନନ୍ଦିଗ୍ରାମରେ ଏକ ସଭାକୁ ସମ୍ବୋଧନ ବେଳେ ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ତାଙ୍କର ଏହି ଭିଡ଼ିଓ ଭାଇରାଲ ହେବା ପରେ ବିରୋଧୀ ଶାସକ ଦଳ ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ । ଅଖିଳ ଗିରିଙ୍କୁ ବରଖାସ୍ତ କରିବା ସହ ମମତା ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ ।