Jiya Roy - The Sakala

ବାଲୁଗାଁ ଜଳପଥରେ ୨୧ କି.ମି ସନ୍ତରଣ କରି ରେକର୍ଡ କଲେ ଭିନ୍ନକ୍ଷମ ବାଳିକା ଜୀୟା ରାୟ
ବାଲୁଗାଁ: ମରାଳମାଳିନୀ ନୀଳାମ୍ବୁ ଚିଲିକାରେ ‘ଭେଟେରାନ୍ସ କ୍ଲବ୍‍ ଓଡ଼ିଶା’ ପକ୍ଷରୁ ଆୟୋଜିତ ସନ୍ତରଣ କାର୍ଯ୍ୟକ୍ରମରେ ଜଳପରୀ ଜୀୟା ରାୟ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗଡ଼ ମା’ କାଳିଯାଇ ଗଣ୍ଡରୁ ବାଲୁଗାଁ ଜଳପଥରେ ଦୀର୍ଘ ୨୧ କିଲୋମିଟର ମାତ୍ର ୩ଘଣ୍ଟା ୫୭ ମିନିଟରେ ଅତିକ୍ରମ କରି ରେକର୍ଡ଼ ସୃଷ୍ଟି କରିଛନ୍ତି। ବାଲୁଗାଁ ଚିଲିକା ଜେଟିରେ ପହଞ୍ଚିବା ପରେ ଜୀୟାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ପ୍ରକାଶଯେ, ଭାରତୀୟ ସେନାବାହିନୀର ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଗଠିତ ଭେଟେରାନ୍ସ କ୍ଲବ୍‍, ଓଡ଼ିଶା ଆନୁକୁଲ୍ୟରେ ଏହି ସନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚିଲିକାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ପକ୍ଷୀଙ୍କ ସୁରକ୍ଷା ତଥା ଏକକ କାର୍ଯ୍ୟକ୍ରମ ମାଧ୍ୟମରେ ବିବିଧର ବାର୍ତ୍ତା ପହଞ୍ଚାଇବା ଏହି କ୍ଲବର ମୂଳ ଲକ୍ଷ୍ୟ।

ଭୋର୍‍ ୫ଟା ୩୦ମିନିଟରେ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଚିଲିକା ଶାଖା କମାଣ୍ଡିଂ ଅଫିସର କମୋଡ଼ର ଏନ୍‍. ପ୍ରଦୀପ ପତାକା ଦେଖାଇ ସନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେଠାରୁ ଦୀର୍ଘ ୨୧ କି.ମି ଦୂରତା ଜଳପଥରେ ନିରବଚ୍ଛିନ୍ନ ଭାବେ ସନ୍ତରଣ କରି ଜୀୟା ବାଲୁଗାଁ ଚିଲିକା ଜେଟିରେ ପହଞ୍ଚିଥିଲେ। ଜୀୟାଙ୍କ ସୁରକ୍ଷା ପାଇଁ ଉଭୟ ପାର୍ଶ୍ବରେ ନୌସେନା କର୍ମଚାରୀ ଦୁଇଟି ବୋଟ୍‍ ଯୋଗେ ଆସୁଥିଲେ। ଏଠାରେ ପହଞ୍ଚିବା ପରେ ଅନୁଷ୍ଠାନ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ କ୍ରୀଡ଼ା ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସମ୍ମାନିତ ଅତିଥିଭାବେ କମୋଡର ଏନ୍‍. ପ୍ରଦୀପ ଯୋଗଦେଇ ଜୀୟାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଜଣେ ଦିବ୍ୟାଙ୍ଗ ବାଳିକାର ଦୃଢ଼ ମନୋବଳ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ। ଭେଟେରାନ୍ସ କ୍ଲବ, ଓଡ଼ିଶାର ସଭାପତି ଭେଟେରାନ୍‍ ବିଦ୍ୟାଧର ନାୟକ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବହୁ ନେତୃବୃନ୍ଦ ଓ ଜୀୟାଙ୍କ ଉତ୍ସାହିତ ନିମନ୍ତେ ବିଭିନ୍ନ ମହାବିଦ୍ୟାଳୟରୁ ୮ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ନୌସେନା କର୍ମଚାରୀ ଏବଂ ଭେଟେରାନ୍ସ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ପାଇଁ ବାଲୁଗାଁ ଏସ୍‍ଡିପିଓ ମାନସ ରଜନ ବାରିକଙ୍କ ତତ୍ତ୍ୱାବଧାନରେ ଆଇଆଇସି ରଶ୍ମିରଞ୍ଜନ ଦାସ ଓ ବହୁ ପୁଲିସ୍‍ କର୍ମଚାରୀ ନିୟୋଜିତ ହୋଇଥିଲେ।

ସୂଚନାଥାଉକି, ମୁମ୍ବାଇସ୍ଥିତ ଭାରତୀୟ ନୌସେନାରେ କାର୍ଯ୍ୟରତ ମଦନ ରାୟଙ୍କ ଏକମାତ୍ର କନ୍ୟା ଜୀୟା ମାତ୍ର ୨ବର୍ଷ ବୟସରେ କଥା କହିବା ଶକ୍ତି ହରାଇ ବସିଥିଲେ। ପିତାମାତାଙ୍କର ସହଯୋଗ ଏବଂ ଜୀୟାଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ପିଲାଟି ଦିନରୁ ସନ୍ତରଣ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। ଏହାପରେ ସେ ବିଶ୍ୱସ୍ତରୀୟ ପାରା ସୁଇମିଂରେ ସନ୍ତରଣ କରି ରେକର୍ଡ଼ଭୁକ୍ତ ହୋଇଥିଲେ। ଏଥିପାଇଁ ଜୀୟା ସର୍ବକନିଷ୍ଠା ସନ୍ତରଣକାରୀଭାବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‍ ପୁରସ୍କାର ପାଇଥିଲେ। ଏଥିସହ ଗତ ୩ବର୍ଷ ମଧ୍ୟରେ ଜୀୟା ଦେଶ ଓ ରାଜ୍ୟସ୍ତରୀୟ ଓପନ ୱାଟର ସୁଇମିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୨୬ଗୋଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିବା ସହ ଇଣ୍ଡିଆ, ଏସିଆ ଏବଂ ଲିମ୍‍କା ବୁକ୍‍ ଅଫ୍‍ ରେକର୍ଡ୍ସରେ ନିଜର ନାମକୁ ସ୍ଥାନିତ କରିପାରିଛନ୍ତି। ଗତ ୨୦୨୧ରେ ଜୀୟା ଶ୍ରୀଲଙ୍କାର ତାଲାଇମୋନାରୁ ଭାରତର ତାମିଲନାଡୁସ୍ଥିତ ଧନୁସକୋଡ଼ି ପର୍ଯ୍ୟନ୍ତ ସମୁଦ୍ର ପଥରେ ଦୀର୍ଘ ୨୯ କିଲୋମିଟର ମାତ୍ର ୧୩ଘଣ୍ଟା ୧୦ମିନିଟ୍‍ ରେ ଅତିକ୍ରମ କରି ବିଶ୍ୱ ରେକର୍ଡ଼ ସୃଷ୍ଟି କରିଥିଲେ। ଏଥିସହ ଆରବ ସାଗରରେ ମୁମ୍ବାଇ ନିକଟ ସମୁଦ୍ର ପଥରେ ବାନ୍ଦ୍ରା ୱର୍ଲିଠାରୁ ଗେଟ୍‍ୱେ ଅଫ୍‍ ଇଣ୍ଡିଆ ପର୍ଯ୍ୟନ୍ତ ୩୬ କିଲୋମିଟର ମାତ୍ର ୮ଘଣ୍ଟା ୪୦ମିନିଟ୍‍ ରେ ଅତିକ୍ରମ କରି ଆଉ ଏକ ରେକର୍ଡ଼ର ଅଧିକାରୀ ହୋଇପାରିଥିଲେ। ମାତ୍ର ୧୩ ବର୍ଷ ବୟସରେ ଜଣେ ଦିବ୍ୟାଙ୍ଗ ବାଳିକାଙ୍କର ଏପରି ଦୁଃସାହସିକତା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବାବେଳେ ତାଙ୍କୁ ‘ଜଳପରୀ’ ଆଖ୍ୟା ଦେଇଛି।