Barsha Singh Bariha - The Sakala
ପ୍ରଭାତୀଙ୍କୁ କଡ଼ା ଜବାବ୍‌ ଦେଲେ ବର୍ଷା ସିଂ ବରିହା; 'ଭଣଜା, ଭାଣିଜୀଙ୍କୁ ଅସମ୍ମାନ କରୁଥିବା ଏପରି ମାମୁଁ ମାଇଁ କାହାକୁ ନ ମିଳୁ'
ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଡ଼ିଶାର ଇତିହାସ, ସଂସ୍କୃତି ଓ ପରମ୍ପରା ଜାଣିନାହାନ୍ତି। ମାରାଗୁଡ଼ା ଇତିହାସରେ ଭଣଜା, ଭାଣିଜୀଙ୍କୁ ଈଶ୍ୱର ସମାନ ବିବେଚନା କରାଯାଏ। ତାଙ୍କ ପାଦ ଧୋଇ ତାକୁ ପାଦୁକା ଭାବେ ପିଆଯାଏ। କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ମା' କିମ୍ୱା ଭଣଜା, ଭାଣିଜୀଙ୍କୁ କେହି ପର ବୋଲି ବିବେଚନା କରିନଥାନ୍ତି। ଭଣଜା, ଭାଣିଜୀଙ୍କୁ ପର ବୋଲି କହିବା କେଉଁଠିକାର ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି ପଦମପୁର ବିଜେଡି ବିଧାୟିକା ବର୍ଷା ସିଂ ବରିହା। ନୂଆପଡ଼ା ହେଉଛି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମାମୁଁ ଘର। ଏଠି ତାଙ୍କୁ ବହୁତ ସ୍ନେହ, ଆଦର ଓ ସମ୍ମାନ ମିଳୁଛି। ନୂଆପଡ଼ାବାସୀ ନିଶ୍ଚିତ ଭାବେ ତାଙ୍କୁ ବହୁଳ ଭୋଟରେ ବିଜୟୀ କରାଇବେ ବୋଲି ସେ ଦୃଢ଼ତାର ସହ କହିଛନ୍ତି।
ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ‘ବାପ ଘର ପର, ମାମୁଁ ଘର ସାତ ପର’ ମନ୍ତବ୍ୟକୁ କଡ଼ା ଜବାବ୍‌ ଦେଇ ଶ୍ରୀମତୀ ବରିହା କହିଛନ୍ତି ଯେ, ଯଦି ପ୍ରକୃତରେ କୌଣସି ସ୍ଥାନର ଉନ୍ନତି କରିବାକୁ ଚାହୁଁଛ ତା ହେଲେ ସେହି ସ୍ଥାନର ଇତିହାସକୁ ଭଲ ଭାବେ ଜାଣି ରଖିବା ଆବଶ୍ୟକ। କିନ୍ତୁ ଉପମୁଖ୍ୟମନ୍ତ୍ରୀଙ୍କ କଥାରୁ ଜଣାପଡୁଛି ଏଠାକାର ପରମ୍ପରା, ଇତିହାସ, ସଂସ୍କୃତି ସମ୍ପର୍କରେ ତାଙ୍କର ସାମାନ୍ୟତମ ଜ୍ଞାନ ନାହିଁ। ଘରେ ଘରେ ଭଣଜା, ଭାଣିଜୀଙ୍କୁ ସବୁଠାରୁ ଅଧିକ ସ୍ନେହ ଶ୍ରଦ୍ଧା ମିଳିଥାଏ। ପିଲା ବେଳେ ଛୁଟି ହେଲେ ସବୁ ପିଲା ପ୍ରଥମେ ନିଜ ମାମୁଁ ଘରକୁ ହିଁ ଆସିଥାନ୍ତି। କାରଣ ମାମୁଁ ଘରର ସ୍ଥାନ ଆଉ କେହି ନେଇପାରିବ ନାହିଁ। ଆମେ ପଛେ ଭୋକିଲା ରହିଯାଉ, କିନ୍ତୁ ଭଣଜା, ଭାଣିଜୀଙ୍କୁ ପ୍ରଥମେ ଖାଇବା ପାଇଁ ଦେଇଥାଉ। ଏହା ଆମ ସଂସ୍କୃତି, ଆମ ଚଳଣି। ମା' ଓ ଭଣଜା, ଭାଣିଜୀଙ୍କୁ ଏପରି ଅସମ୍ମାନ କରିପାରୁଥିବା ମାମୁଁ, ମାଇଁ ଈଶ୍ୱର କାହାକୁ ନ ଦିଅନ୍ତୁ। ଏହା ଶ୍ରୀମତୀ ପରିଡ଼ାଙ୍କର ପରମ୍ପରା, ସଂସ୍କୃତି ହୋଇପାରେ, କିନ୍ତୁ ଏଠାକାର ଲୋକେ ଏପରି ମନ୍ତବ୍ୟକୁ କେବେ ଗ୍ରହଣ କରିବେ ନାହିଁ। ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ମନ୍ତବ୍ୟ।
ଶ୍ରୀମତୀ ବରିହା ଆହୁରି କହିଥିଲେ ଯେ, ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ସରକାରଙ୍କୁ ମୁଁ ପଚାରିବାକୁ ଚାହୁଁଛି, ମା' ମାନଙ୍କୁ ନେଇ ସୁଭଦ୍ରା ସମାବେଶ କରୁଛନ୍ତି। କିନ୍ତୁ ସୁଭଦ୍ରାରୁ ବଞ୍ଚିତ କେତେ ଜଣ ମା' ମାନଙ୍କ ଦୁଃଖ ଶୁଣିଛନ୍ତି? ଟଙ୍କା ମିଳି ନଥିବାରୁ ଶ୍ରୀମତୀ ପରିଡ଼ାଙ୍କ ପାଖକୁ ଗୁହାରି ଜଣାଇବା ପାଇଁ ଯାଉଥିବା ମା' ମାନଙ୍କୁ ଅସମ୍ମାନ କରାଯାଉଛି। ଯେଉଁ ସୁଭଦ୍ରା ନାମରେ ଭୋଟ ମାଗିଲେ, ଏବେ ସେହି ମାନଙ୍କୁ ନିଜ ପାଖରେ ପୁରାଉ ନାହାନ୍ତି। ଦୁଇ ବର୍ଷରେ ୫୦ ହଜାର ଟଙ୍କା ଦେବେ ବୋଲି କହିଲେ, କ୍ଷମତାକୁ ଆସିବା ପରେ ୫ ବର୍ଷରେ ଦେବା କଥା କହୁଛନ୍ତି। ସୁଭଦ୍ରା ଟଙ୍କା ଦେବା ପାଇଁ ମା' ମାନଙ୍କୁ ପୋଷ୍ଟ ଅଫିସ୍‌ ଆଗରେ ଧାଡ଼ିରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଛିଡ଼ା କଲେ। ଏହା କ'ଣ ଓଡ଼ିଆ ଅସ୍ମିତା ବୋଲି ଶ୍ରୀମତୀ ବରିହା ପଚାରିଛନ୍ତି। ଡବଲ ଇଞ୍ଜିନ ସରକାରରେ କେବଳ ମା'ମାନଙ୍କୁ ନୁହେଁ, ଚାଷୀମାନେ ଆଜି ରାଜରାସ୍ତାରେ ବସିଛନ୍ତି। ଆଗାମୀ ଉପନିର୍ବାଚନରେ ନୂଆପଡ଼ାବାସୀ ଏହାର ଉଚିତ ଜବାବ ଦେବେ।
‘ଆଇନଶୃଙ୍ଖଳା’ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଧାୟିକା ବର୍ଷା ସିଂ ବରିହାଙ୍କ କଡ଼ା ଜବାବ
ଭୁବନେଶ୍ବର: ‘ଆଇନଶୃଙ୍ଖଳା’ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଧାୟିକା ବର୍ଷା ସିଂବରିହାଙ୍କ କଡ଼ା ଜବାବ। ଝାରସୁଗୁଡାରେ ନାବାଳକକୁ ଅପହରଣ ଓ ହତ୍ୟା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ ବିରୋଧ ଅବ୍ୟାହତ ରହିଛି। ପଦମପୁର ବିଧାୟିକା ବର୍ଷା ସିଂ ବରିହା ଆଜି କିଛି ବିଜେପି ଶାସିତ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଫଟୋ ଟ୍ବିଟରେ ପୋଷ୍ଟ କରିବା ସହ ଧର୍ମେନ୍ଦ୍ରଙ୍କୁ ଉତ୍ତର ଦେଇଛନ୍ତି ।
ପଦମପୁର ଉପନିର୍ବାଚନ ବେଳେ ଜଣେ ମହିଳା ପ୍ରାର୍ଥୀଙ୍କୁ ବିଜେପି ଦଳ ଯେଉଁଭଳି ବ୍ୟକ୍ତିଗତ ଆକ୍ଷେପ କରୁଥିଲେ ଓ ଧର୍ମେନ୍ଦ୍ର ସେତେବେଳେ ନୀରବଦ୍ରଷ୍ଟା ସାଜିଥିଲେ ତାହା ମନେ ପକାଇଦେଇଛନ୍ତି ବର୍ଷା । ବର୍ଷା ଟ୍ବିଟରେ କହିଛନ୍ତି, ପଦମପୁର ନିର୍ବାଚନବେଳେ ବ୍ୟକ୍ତିଗତ ଭାବେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଆକ୍ରମଣ କରିଥିଲେ । ପଦମପୁରବାସୀ ଏହାକୁ ପସନ୍ଦ କରିନଥିଲେ । ଜବାବରେ ବିଜେପିକୁ ପଦମପୁରବାସୀ ଜବାବ ଦେଇଥିଲେ ବୋଲି କହିଛନ୍ତି ବର୍ଷା ।
You are now insulting the people of Odisha by saying that they are lawless. Perhaps you dont know what is lawlessness. Please see the videos of lawlessness in your BJP-ruled states of Maharashra and Uttar Pradesh. (2/3) pic.twitter.com/wqLmoCIM1K
— Barsha Singh Bariha (@Barsha_bariha) March 31, 2023
ବର୍ଷା ଆହୁରି କହିଛନ୍ତି ଯେ, ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଅଯଥାରେ ଅପମାନିତ କରୁଛନ୍ତି । ବିଜେପି ଶାସିତ ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ଅରାଜକତାର ସ୍ଥିତି କଣ ? ଆପଣ ଓଡ଼ିଶାର ମହିଳାଙ୍କୁ ଅପମାନିତ କଲେ ଏବେ ସାରା ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି ବୋଲି ବର୍ଷା କହିଛନ୍ତି।
ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଧାୟିକା ବର୍ଷା ସିଂ ବରିହା ଟାର୍ଗେଟ୍‌ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ମନମାନିକୁ ନେଇ ବର୍ଷିଛନ୍ତି ବର୍ଷା। କହିଛନ୍ତି, ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ କିଛି ଦିନ ହେଲା ବିଜେପିର ବହୁ ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି । ଏହା ହିନ୍ଦୁ ପରମ୍ପରା ଏବଂ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ । ମୋ ବାପାଙ୍କର ଦେହାନ୍ତ ବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା ତାଙ୍କୁ ଠିକ୍ ଏପରି ଆକ୍ଷେପ କରିଥିଲେ।
ସେତେବେଳେ ମୁଁ ଆପଣଙ୍କୁ ମଧ୍ୟ ଅନୁରୋଧ କରିଥିଲି,ଦୟାକରି ମୋତେ ଏପରି ଆକ୍ଷେପ କରିବାକୁ ଆପଣଙ୍କ ଦଳର ଏହି ନେତାମାନଙ୍କୁ ବାରଣ କରନ୍ତୁ। ତଥାପି ଆପଣ କିଛି କଲେନି, ବୋଧେ ଜାଣିଶୁଣି ନିରବ ରହିଲେ। ଏହା ମୋତେ ଖୁବ୍ ଦୁଃଖ ଦେଇଥିଲା।ଏବେ ସମାନ ଢଙ୍ଗରେ ସ୍ୱର୍ଗତ ନବକିଶୋର ଦାସଙ୍କ ଚରିତ୍ର ସଂଘାର ପାଇଁ ଯେଉଁ ଉଦ୍ୟମ ହେଉଛି,(3/4)
— Barsha Singh Bariha (@Barsha_bariha) March 10, 2023
ବର୍ଷା କହିଛନ୍ତି, ତାଙ୍କ ଚରିତ୍ର ଓ ବାହାଘରକୁ ନେଇ ବିଜେପିର ନେତାମାନେ କୁତ୍ସାରଟନା କରିଥିଲେ । ହାତଯୋଡ଼ି ଯେତେ ଅନୁରୋଧ କଲେ ବି ସେମାନେ ଆକ୍ରୋଶମୂଳକ ଭାବେ ବ୍ୟକ୍ତିଗତ ଆକ୍ରମଣ କରିଥିଲେ। ଏହି କାରଣରୁ ତାଙ୍କ ଓ ତାଙ୍କୁ ପରିବାରକୁ ଗଭୀର ମାନସିକ ଆଘାତ ଲାଗିଥିଲା। କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ବର୍ଷା ଆହୁରି କହିଛନ୍ତି, ଏପରି ଆକ୍ଷେପ ନ କରିବା ଲାଗି ଦଳର ନେତାଙ୍କୁ ବାରଣ କରିବା ସକାଶେ କେନ୍ଦ୍ରମନ୍ତ୍ରୀଙ୍କୁ ସେ କହିଥିଲେ। ମାତ୍ର କେନ୍ଦ୍ରମନ୍ତ୍ରୀ କିଛି କହି ନଥିଲେ। ଏଥିଲାଗି ସେ ଗଭୀର ଦୁଃଖିତ ଥିଲେ।
ତାହା ତାଙ୍କ ଝିଅ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କେତେ ମାନସିକ ଯନ୍ତ୍ରଣା ହେଉଥିବ ? ତେଣୁ ଆପଣଙ୍କୁ ମୋର ଅନୁରୋଧ,ଅନ୍ତତଃ ପକ୍ଷେ ନିରବ ରୁହନ୍ତୁ ନାହିଁ କି ଏହାକୁ ପରୋକ୍ଷ ଭାବେ ସମର୍ଥନ କରନ୍ତୁ ନାହିଁ।ଦୟା କରି ଆପଣଙ୍କ ଦଳର ନେତାମାନଙ୍କୁ କୁହନ୍ତୁ, ମୃତ ବ୍ୟକ୍ତିଙ୍କ ସଂପର୍କରେ ଏପରି ହୀନ ମନ୍ତବ୍ୟ ଦେବାରୁ ନିଜକୁ କ୍ଷାନ୍ତ ରଖନ୍ତୁ।
— Barsha Singh Bariha (@Barsha_bariha) March 10, 2023
ଏବେ ସମାନ ଢଙ୍ଗରେ ସ୍ବର୍ଗତ ନବକିଶୋର ଦାସଙ୍କ ଚରିତ୍ର ସଂହାର କରିବା ଲାଗି ବିଜେପି ବାରମ୍ବାର ଉଦ୍ୟମ କରୁଛି ବୋଲି ବର୍ଷା କହିଛନ୍ତି। ବିଜେପି ନେତାଙ୍କ ଏହି ଅମାନବିକ କାଣ୍ଡ ଯୋଗୁ ନବକିଶୋର ଦାସଙ୍କ ଝିଅ ଓ ତାଙ୍କ ପରିବାରର ସଦସ୍ୟମାନେ କେତେ ଯେ ମାନସିକ ଆଘାତ ପାଉଥିବେ, ତାହା ସ୍ପଷ୍ଟ ବୋଲି ବର୍ଷା କହିଛନ୍ତି। ଏପରି ଅକ୍ଷମଣୀୟ ମନ୍ତବ୍ୟରୁ ବିରତ ରହିବା ଲାଗି କେନ୍ଦ୍ରମନ୍ତ୍ରୀଙ୍କୁ ବର୍ଷା ଅନୁରୋଧ କରିବା ସହ ଦଳର ନେତାଙ୍କୁ ଏହି ଧରଣର ହୀନ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହିବା ଲାଗି କହିଛନ୍ତି ବର୍ଷା।
ପଦ୍ମପୁରରେ ବିଜେଡିର ବଡ଼ ବିଜୟ ପରେ ବର୍ଷାଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପଦ୍ମପୁରରେ ବିଜେଡିର ବଡ ବିଜୟ ହୋଇଛି। ଐତିହାସିକ ବିଜୟ ପରେ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଜ୍ୟ ବିଜେଡି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ କରି ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସବୁ କଳ୍ପନା ଜଳ୍ପନାର ଅନ୍ତଘଟାଇ ବୃହତ ବ୍ୟବଧାନରେ ବିଜେଡି ବିଜୟ ହୋଇଛି।  ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨,୬୭୯ ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ସମସ୍ତ ରାଉଣ୍ଡ ଗଣତି ପରେ ବିଜେଡିକୁ ୧ ଲକ୍ଷ ୨୦ ହଜାର ୮୦୭ ଭୋଟ୍ ମିଳିଥିବାବେଳେ, ବିଜେପିକୁ ୭୮ ହଜାର ୧୨୮ ଭୋଟ୍ ମିଳିଛି । ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୯୪ ଭୋଟ୍ ରହିଛି । ନୋଟାକୁ ୨୦୮୭ ଖଣ୍ଡ ଭୋଟ ଯାଇଛି।
ଗଣତି ଆରମ୍ଭରୁ ହିଁ ବର୍ଷା ବିଜେପି ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିଥିଲେ । ପ୍ରତି ରାଉଣ୍ଡରେ ବିଜେଡ଼ି ସଂଖ୍ୟାଧିକ ଭୋଟ୍ ସହିତ ବିଜେପି ଠାରୁ ଆଗରେ ରହିଥିଲା । କୌଣସି ଗୋଟିଏ ରାଉଣ୍ଡରେ ମଧ୍ୟ ବିଜେପି ଭୋଟରେ ବିଜେଡ଼ିକୁ ପଛରେ ପକାଇ ପାରିନଥିଲା । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ଥିତି ଦୟନୀୟ ଥିଲା ।
ପଦ୍ମପୁର ରେଜଲ୍ଟ : ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ଆଗୁଆ
ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ନେଇ ଚାଲିଛି ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ସେହିପରି ୮ଟା.୩୦ରେ ଇଭିଏମ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ତେବେ ଏହାରି ମଧ୍ୟରେ ପ୍ରଥମ ରାଉଣ୍ଡ ଭୋଟ୍‌ ଗଣତି ଶେଷ ହୋଇଛି। ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି।
ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୫୦୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩୭୮୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୨୦୬ ଖଣ୍ଡ ଭୋଟ୍‌ ପାଇଛନ୍ତି। ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା  ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।
ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ।ଗଣତି ପାଇଁ ବିଏସ୍ଏଫ୍, ରାଜ୍ୟ ସଶସ୍ତ୍ର ପୁଲିସ୍ ବାହିନୀ ଓ ଜିଲ୍ଲା ପୁଲିସ୍‌କୁ ନେଇ ହୋଇଛି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା । କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡାଯିବ। ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି ।
ଜମୁଛି ପଦ୍ମପୁର ପ୍ରଚାର : ଧାନ କ୍ଷେତ ଛାଡି ବର୍ଷାଙ୍କୁ ଦେଖିବାକୁ ରୁଣ୍ଡ ହେଉଛନ୍ତି ଲୋକ, ମିଳୁଛି ପ୍ରବଳ ଜନସମର୍ଥନ
ପାଇକମାଲ : ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନୀ ତାତି ସେତିକି ବଢି ବଢି ଚାଲିଛି। ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ସେତିକି ବଢି ଚାଲିଛି।ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର ଚଳାଇଥିବା ବେଳେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ନିବେଦନ କରୁଛନ୍ତି ପ୍ରାର୍ଥୀ।
ସମସ୍ତ ପ୍ରାର୍ଥୀ ଯେଝା ବାଟରେ ଲୋକଙ୍କ ପାଖକୁ ଯିବାକୁ ଅହରହ ଚେଷ୍ଟା ଚଳାଇଛନ୍ତି। ଏହିକ୍ରମରେ ବିଜେଡିର ପ୍ରାର୍ଥୀ ବର୍ଷା ସିଂ ବରିହା ସମସ୍ତଙ୍କଠାରୁ ଆଗରେ ରହିଥିବା ଦେଖାଯାଉଛି। ବର୍ଷା ସୋମବାର ଦିନ ଗୋଟିଏ ଦିନରେ ୨୮ଗୋଟି କାର୍ଯ୍ୟକ୍ରମରେ ଯୋଗ ଦେଇ ଧୂଆଁଧାର ପ୍ରଚାର କରିଛନ୍ତି। ବରଗଡ ନୂଆପଡା ଜିଲ୍ଲା ସୀମାନ୍ତ ବର୍ତ୍ତୀ ଅଞ୍ଚଳ ଅର୍ଥାତ ଜାମସେଠ ବିଜେଡି କାର୍ଯ୍ୟାଳୟରୁ ପ୍ରଥମେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ଏହି ପଞ୍ଚାୟତର ଚେରେଙ୍ଗାଝେଙ୍ଗ, ପରେ ଖରାମାଲ, ଭେରୁଆମୁଣ୍ଡା, ଡୁଡୁକିଝରିଆ ବୁଲିଥିବାବେଳେ ଝାରବନ୍ଧ ପଞ୍ଚାୟତର ପାତ୍ରଗୁଡା,ଟେମରିମାଲ, ଜଳଗଡ, ଝାରବନ୍ଧ,ଲୁହୁରେନବାହାଲ ଗଞାଡାବର ବୁଲିଥିଲେ। ଏହିଭଳି ଛିନ୍ଦେକେଲା, ମାଣ୍ଡୋସିଲ,କାଁସଡା, ଝିଟକି ଆଦି ୫ଟି ପଞ୍ଚାୟତର ୨୮ଗୋଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ସବୁ ଗାଁରେ ପିଲାଠୁ ବୁଢା ସ୍ୱାଗତ କରୁଥିବା ଦେଖାଯାଇଥିଲା। ବର୍ତମାନ ଧାନ ଚାଷ ଅମଳ ସମୟ ହେତୁ ଗାଁ ଗଣ୍ଡା ଏକ ପ୍ରକାର ଖାଲି ହୋଇପଡିଛି। ତଥାପି ଲୋକେ ଧାନ କ୍ଷେତ ଛାଡି ବର୍ଷାଙ୍କୁ ଦେଖିବାକୁ ଦୌଡୁଛନ୍ତି। ପ୍ରତି ଗାଁରେ ପ୍ରବେଶ କରିବା କ୍ଷଣି ମା’ମାନେ ଫୁଲ ଚନ୍ଦନ ଧରି ବର୍ଷାଙ୍କୁ ପାଛୋଟି ନେଉଥିବାବେଳେ ଏପରିକି ବୁଢାବୁଢିମାନେ ନାଚଗୀତ କରି ସ୍ୱାଗତ କରିଥିଲେ। ଭେରୁଆମୁଣ୍ଡା, ଡୁଡୁକିଝରିଆ ଆଦି ଗାଁରେ ବର୍ଷା ବାପାଙ୍କ କଥା କହିଲାବେଳେ ଭୋ ଭୋ କରି କାନ୍ଦି ପକାଇଥିଲେ। ପରେ ସେହି ସଭାରେ ଯୋଗଦେଇଥିବା ଶତାଧିକ ବୃଦ୍ଧା ମହିଳାମାନେ ମଧ୍ୟ ବର୍ଷାଙ୍କ କାନ୍ଦ ଦେଖି କାନ୍ଦି ପକାଇଥିଲେ। ସେମାନେ ପାଲଟା ବର୍ଷାଙ୍କ ଆଖିରୁ ଲୁହ ପୋଛି ଦେଇଥିଲେ। ବର୍ଷାଙ୍କ ସହ ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ମାନିନି ଭୋଇ, ତାଲଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରମୁଖ ସାମିଲଥିବାବେଳେ ପ୍ରତି ସଭାରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ସ୍ୱାଗତ ଭାଷଣ ଦେଇ ଝିଅବୋଲି ସମ୍ବୋଧନ କରି ବର୍ଷାଙ୍କ ପରିଚୟ ଦେଉଥିଲେ।