Delhi murder - The Sakala

ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର
ଦିଲ୍ଲୀ (Delhi) ର ଏକ ପଶ୍ ଅଞ୍ଚଳରେ ଘଟିଯାଇଛି ଏକ ଲୋମହର୍ଷଣକାରୀ ଘଟଣା। ଅମର କଲୋନୀ (Amar Colony) ସ୍ଥିତ କୈଳାସ ହିଲ୍ସ (Kailash Hills) ଠାରେ ଜଣେ ବରିଷ୍ଠ ଆଇଆରଏସ୍ ଅଫିସର (IRS Officer) ଙ୍କ ୨୨ ବର୍ଷୀୟା ଝିଅଙ୍କୁ ଦୁଷ୍କର୍ମ ପରେ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ପରିବାରର ପୂର୍ବତନ ଚାକର ରାହୁଲ ମୀନା (Rahul Meena) କୁ ଗିରଫ କରିଛି।

ଘଟଣାର ବିବରଣୀ

ମୃତ ଯୁବତୀ ଜଣକ ଜଣେ ଆଇଆଇଟି ଗ୍ରାଜୁଏଟ୍ (IIT Graduate) ଏବଂ ସେ ୟୁପିଏସସି (UPSC) ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ପୋଲିସ ସୂତ୍ରରୁ ପ୍ରକାଶ ଯେ, ବୁଧବାର ସକାଳେ ଯୁବତୀଙ୍କ ବାପାମାଆ ଜିମ୍ ଯାଇଥିବା ସମୟରେ ଘରେ ସେ ଏକୁଟିଆ ଥିଲେ। ଏହି ସମୟରେ ପୂର୍ବତନ ଘରୋଇ ସହାୟକ ରାହୁଲ ମୀନା ଘରେ ପଶିଥିଲା। ଯୁବତୀ ଜଣକ ନିଜ ଷ୍ଟଡି ରୁମରେ ପଢୁଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ଉପରେ ଆକ୍ରମଣ କରିଥିଲା। ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଏକ ମୋବାଇଲ୍ ଚାର୍ଜର କେବୁଲ୍ (Mobile Charger Cable) ସାହାଯ୍ୟରେ ତଣ୍ଟି ଚିପି ତାଙ୍କୁ ହତ୍ୟା କରାଯାଇଛି। ସକାଳ ପ୍ରାୟ ୮ଟା ସମୟରେ ବାପାମାଆ ଘରକୁ ଫେରିବା ପରେ ଝିଅର ରକ୍ତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ।

ଆଲୱାରରେ ମଧ୍ୟ କରିଥିଲା ଦୁଷ୍କର୍ମ

ଦିଲ୍ଲୀର ଏହି ହତ୍ୟାକାଣ୍ଡର ମାତ୍ର ୧୨ ଘଣ୍ଟା ପୂର୍ବରୁ ଅଭିଯୁକ୍ତ ରାହୁଲ ନିଜ ଗାଁ ରାଜସ୍ଥାନର ଆଲୱାର (Alwar) ଠାରେ ମଧ୍ୟ ଅନ୍ୟ ଏକ ଘୃଣ୍ୟ ଅପରାଧ ଘଟାଇଥିଲା। ମଙ୍ଗଳବାର ରାତି ପ୍ରାୟ ୧୦.୩୦ ସମୟରେ ସେ ଜଣେ ବିବାହିତା ପଡ଼ୋଶୀଙ୍କ ଘରେ ପଶି ତାଙ୍କୁ ମଧ୍ୟ ଦୁଷ୍କର୍ମ କରିଥିଲା। ସେଠାରୁ ଫେରାର ହୋଇ ସେ ସିଧା ଦିଲ୍ଲୀ ଆସି ନିଜ ପୂର୍ବତନ ମାଲିକଙ୍କ ଝିଅକୁ ଟାର୍ଗେଟ୍ କରିଥିଲା। ପୋଲିସ ଏବେ ତାର ମାନସିକ ସ୍ଥିତିର ଯାଞ୍ଚ କରୁଛି।

ସିସିଟିଭି ଫୁଟେଜ୍ ଏବଂ ଗିରଫଦାରୀ

ସିସିଟିଭି ଫୁଟେଜ୍ (CCTV Footage) ରୁ ଜଣାପଡିଛି ଯେ ରାହୁଲ ସକାଳ ପ୍ରାୟ ୬.୩୯ ମିନିଟରେ ଘରେ ପ୍ରବେଶ କରିଥିଲା ଏବଂ ୭.୩୦ ସମୟରେ ସେଠାରୁ ବାହାରିଥିଲା। ଅଭିଯୁକ୍ତ ଜଣକ ଘରୁ ପ୍ରାୟ ୨.୫ ଲକ୍ଷ ଟଙ୍କା ଲୁଟି ନେଇଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି। ଘଟଣା ପରେ ସେ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲ (OYO Hotel) ରେ ଲୁଚିଥିବା ବେଳେ ପୋଲିସ ତାକୁ ଗିରଫ କରିଥିଲା। ସୂଚନାଯୋଗ୍ୟ ଯେ, ଖରାପ ଆଚରଣ ଯୋଗୁଁ ଆଇଆରଏସ୍ ଅଫିସର ଦିନେଶ ଗୁପ୍ତା (Dinesh Gupta) ପ୍ରାୟ ଏକ ମାସ ପୂର୍ବରୁ ରାହୁଲକୁ ଚାକିରିରୁ ବାହାର କରିଦେଇଥିଲେ।

ଦିଲ୍ଲୀରେ ଚାଞ୍ଚଲ୍ୟ: ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ପରେ ମୋବାଇଲ୍ ଚାର୍ଜିଂ କେବୁଲରେ ତଣ୍ଟି ଚିପି ହତ୍ୟା
ନୂଆଦିଲ୍ଲୀ: ଦିଲ୍ଲୀର ଦକ୍ଷିଣ ପୂର୍ବ ଅଞ୍ଚଳରେ ଥିବା ଅମର କଲୋନୀ ଠାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବୁଧବାର ସକାଳେ ଜଣେ ଆଇଆରଏସ ଅଧିକାରୀ (IRS Officer) ଙ୍କ ୨୨ ବର୍ଷୀୟା ଝିଅଙ୍କୁ ନିଜ ବାସଭବନରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଯୁବତୀଙ୍କୁ ଦୁଷ୍କର୍ମ କରାଯିବା ପରେ ଏକ ମୋବାଇଲ୍ ଚାର୍ଜିଂ କେବୁଲ୍ ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଘଟଣା ସମୟରେ ଯୁବତୀଙ୍କ ପିତାମାତା ଜିମ୍ ଯାଇଥିଲେ, ଯାହାର ସୁଯୋଗ ନେଇ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଛି। ସେହି ସମୟରେ ଯୁବତୀ ଜଣକ ଘରେ ଏକାକୀ ଥିଲେ।

ମୃତ ଯୁବତୀ ନିଜର ଇଞ୍ଜିନିୟରିଂ ପାଠପଢ଼ା ଶେଷ କରିଥିଲେ। ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବା ଲକ୍ଷ୍ୟରେ ସେ ୟୁପିଏସସି (UPSC) ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ମାତ୍ର ଏହି ହୃଦୟ ବିଦାରକ ଘଟଣା ତାଙ୍କର ସମସ୍ତ ସ୍ୱପ୍ନକୁ ଛାରଖାର କରିଦେଇଛି।

ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ଏହି ହତ୍ୟାକାଣ୍ଡ ପଛରେ ପରିବାରର ଜଣେ ପୂର୍ବତନ ଘରୋଇ ସହାୟକ ର ହାତ ଥିବା ଅନୁମାନ କରାଯାଉଛି। ଉକ୍ତ ବ୍ୟକ୍ତିଙ୍କୁ ପ୍ରାୟ ଦେଢ଼ ମାସ ପୂର୍ବରୁ କାମରୁ ବାହାର କରିଦିଆଯାଇଥିଲା। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି।

ଦିଲ୍ଲୀରେ ବିଭତ୍ସ ହତ୍ୟା ଘଟଣା: ହତ୍ୟାକାରୀ ଗିରଫ, ପ୍ରେମିକାକୁ ୪୦ ଥର ଛୁରୀ ମାରିବା ପରେ ପଥରରେ ଛେଚିଥିଲା ରାକ୍ଷସ ପ୍ରେମିକ
ଦିଲ୍ଲୀ: ଦିଲ୍ଲୀ ଶାହବାଦ ଡେୟରୀ ଅଞ୍ଚଳରେ ବିଭତ୍ସ ହତ୍ୟା । ନାବାଳିକା ପ୍ରେମିକାକୁ ୪୦ ଥର ଛୁରୀ ମାରି ହତ୍ୟା କଲା ପ୍ରେମିକ । ସେତିକି ନୁହେଁ ହତ୍ୟା କରିବା ପରେପାଖରେ ପଡ଼ିଥିବା ପଥର ଉଠାଇ ଛେଚି ଦେଇଥିଲା ପ୍ରେମିକ। ଘଟଣାରେ ଅଭିଯୁକ୍ତ ସାହିଲକୁ ଗିରଫ କରିଛି ପୁଲିସ। ଉତ୍ତରପ୍ରଦେଶ ବୁଲେନ୍ଦସହରରୁ ସାହିଲକୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ସାହିଲ ଓ ସାକ୍ଷୀ ରିଲେସନସିପରେ ଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ସାହିଲ ସାକ୍ଷୀଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଲା ସାହିଲ ଆକ୍ରମଣ କରିବା ବେଳେ ସେଠାରେ ଉପସ୍ଥିତ ଥିବା କୌଣସି ଲୋକ ସାକ୍ଷୀକୁ ଉଦ୍ଧାର କରିବାକୁ ନଯାଇ ନୀରବଦ୍ରଷ୍ଟା ସାଜିଥିଲେ । ସାକ୍ଷୀଙ୍କୁ ହତ୍ୟା କରିବା ପରେ ସାହିଲ ସେଠାରୁ ଆରାମରେ ଚାଲି ଯାଇଥିଲେ ବି କେହି ତାକୁ ଅଟକାଇବାକୁ ବି ସାହସ କରିନଥିଲେ ।

ପୁଲିସ ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହେବା ପରେ ସାହିଲ ରାଗ ପଞ୍ଚମ ହୋଇ ଯାଇଥିଲା । ସାକ୍ଷୀକୁ ହତ୍ୟା କରିବାକୁ ସେ ସୁଯୋଗ ଖୋଜୁଥିଲା । ଏଥିପାଇଁ ସବୁବେଳେ ପାଖରେ ଏକ ଛୁରୀ ରଖୁଥିଲା । ଘଟଣା ଦିନ ସାକ୍ଷୀଙ୍କୁ ରାସ୍ତାରେ ଦେଖି ହଠାତ ଆକ୍ରମଣ କରି ଦେଇଥିଲା । ସାକ୍ଷୀଙ୍କୁ ଧରି ତାଙ୍କ ମୁଣ୍ଡକୁ ଛୁରୀରେ ଆଘାତ ପରେ ଆଘାତ ଦେଇ ଚାଲିଥିଲା । ଏତିକିରେ ସାହିଲର ମନ ଶାନ୍ତ ହୋଇ ନଥିଲା । ପଖରେ ନାଳରେ ଢଙ୍କା ଯାଇଥିବା ଏକ ଭାରି ପଥର ଉଠାଇ ସାକ୍ଷୀଙ୍କୁ ଛେଚି ଦେଇଥିଲା ।

ପ୍ରେମ ଓ ପ୍ରତାରଣା ପରେ ବୀଭତ୍ସ ହତ୍ୟାକାଣ୍ଡ : ପ୍ରେମିକାକୁ ହତ୍ୟା ପରେ ୩୫ ଖଣ୍ଡ କରି ୧୮ ଦିନ ଧରି ଜଙ୍ଗଲରେ ପୋତୁଥିଲା ପ୍ରେମିକ
ନୂଆଦିଲ୍ଲୀ : ଉଭୟ ପରସ୍ପରକୁ ପସନ୍ଦ କରୁଥିଲେ କିନ୍ତୁ ପରିବାର ସଦସ୍ୟ ଏହି ସମ୍ପର୍କରେ ସହମତ ନହେବାରୁ ଝିଅ ଶୁଣିନଥିଲା। ପରିବାରର ଆକଟ ଯୋଗୁଁ ଝିଅ ମୁମ୍ବାଇ ଛାଡି ପ୍ରେମିକ ସହ ଦିଲ୍ଲୀରେ ରହିଲା। ଉଭୟ କିଛି ଦିନ ପ୍ରେମରେ ବେଶ ଖୁସି ରହିବା ସହ ଲିଭ୍‌-ଇନ୍‌ ରିଲେସନ ସିପ୍‌ ସମ୍ପକରେ ରହିଲେ। ହେଲେ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ନଥିଲା। ପ୍ରେମିକାର ହୃଦୟଭରା ଭଲ ପାଇବାରେ କଳଙ୍କର କଳା ଦାଗ ଲଗାଇଲା ପ୍ରେମିକ। ଲିଭ୍-ଇନରେ ରହି ଦେହର ସୁଖ ମେଣ୍ଟାଇବା ପରେ ପ୍ରେମିକର ମନ ଭରିଗଲା। ଆଉ ଯେତେବେଳେ ପ୍ରେମିକା ବିବାହ ପାଇଁ ଜିଦ୍‌କଲା ପ୍ରେମିକାକୁ ହତ୍ୟାକରିବାକୁ ପଛାଇଲାନି ପ୍ରେମିକ।

ଯେଉଁ ଲିଭ୍‌-ଇନ୍‌ ରିଲେସନରେ ପ୍ରେମିକାର ଦେହର ସୁଖ ନେଉଥିଲା। ସେହି ସମ୍ପର୍କରୁ ଲହୁରେ ଭିଜାଇଦେଇଥିଲା ପ୍ରେମିକ। କେବଳ ସେତିକି ନୁହେଁ ଯେଉଁ ପ୍ରେମିକାର ଦେହ ସୁଖ ନେଇଥିଲା ସେହି ପ୍ରେମିକାକୁ ହତ୍ୟା ପରେ ତାର ଶରୀରକୁ ଖଣ୍ଡ ଖଣ୍ଡ କରି ୩୫ ଖଣ୍ଡ କରିଥିଲା ନୃଶଂସ ପ୍ରେମିକ। ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା ପରେ ଘଟଣାକୁ ଲୁଚାଇବାକୁ ଯାଇ ରଚିଥିଲା ମାଷ୍ଟର ପ୍ଲାନ୍। ୩୫ ଖଣ୍ଡ କରିଥିବା ପ୍ରେମିକାର ମୃତଦେହକୁ ଫ୍ରିଜ୍‌ରେ ରଖି ଗୋଟିଏ ଗୋଟିଏ ଖଣ୍ଡ କରି ୧୮ ଦିନ ଧରି ନିକଟରେ ଥିବା ଜଙ୍ଗଲରେ ନେଇ ପୋତୁଥିଲା। ଆଉ ଏହି ଘଟଣା ଘଟିବାର ୫ମାସ ପରେ ଅଭିଯୁକ୍ତ ଖୋଲିଛି ମର୍ଡର ମିଷ୍ଟ୍ରିର ରେଡ୍ ପ୍ଲାନ୍ । ଏହି ଘଟଣା ଏବେ ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୁମ୍ବାଇର ଏକ କଲ ସେଣ୍ଟରରେ କାମ କରୁଥିଲା ଅଫତାବ୍ ଅମୀନ ପୁନାୱାଲା । ସେଠାରେ ମହିଳା ସହକର୍ମୀ ଶ୍ରଦ୍ଧା ୱାକରଙ୍କ ସହ ଗଢି ଉଠିଥିଲା ତାଙ୍କର ପ୍ରେମ ସମ୍ପର୍କ । ଦୁହେଁ ମିଳାମିଶା ଆରମ୍ଭ କରିଥିଲେ। ଶ୍ରଦ୍ଧାଙ୍କ ବାପା ମହାରାଷ୍ଟ୍ର ପାଲଘରଠାରେ ପରିବାର ସହ ରହୁଥିଲେ । ଝିଅ ଶ୍ରଦ୍ଧା ମୁମ୍ବାଇର ଏକ ନାମକରା ମଲ୍ଟିନ୍ୟାସନାଲ କମ୍ପାନୀର କଲ ସେଣ୍ଟରରେ କାମ କରୁଥିଲା । ସେଠାରେ ସହକର୍ମୀ ଅଫତାବ୍ ସହ ଭେଟ ପରେ ପ୍ରେମ ହୋଇଥିଲା । ଦୁହେଁ ରିଲେସନସିପରେ ରହିବା ଘର ଲୋକ ଜାଣିବା ପରେ ଶ୍ରଦ୍ଧାଙ୍କ ବାପା ଝିଅକୁ ବିରୋଧ କରିଥିଲେ । ଫଳରେ ଦୁହେଁ ମୁମ୍ବାଇ ଛାଡି ଦିଲ୍ଲୀ ଚାଲିଯାଇଥିଲେ । ସେଠାରେ ଏକ ଫ୍ଲାଟରେ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ। ଏହା ମଧ୍ୟରେ ବିବାହ ପାଇଁ ଅଫତାବ ଉପରେ ଚାପ ପକାଇଥିଲେ ଶ୍ରଦ୍ଧା । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଏକ ଧାରୁଆ ଅସ୍ତ୍ରରେ ଶ୍ରଦ୍ଧାକୁ ହତ୍ୟା କରିଥିଲା ଅଫତାବ।

एक रूह कँपाने वाले मामले में दिल्ली में एक लड़की को उसके बॉयफ्रेंड ने जान से मार दिया और उसके 35 टुकड़े कर फ्रिज में रखे! उसके शव के टुकड़ों को शहर के अलग अलग इलाक़ों में फेंका। समाज में कैसे कैसे दरिंदे पल रहे हैं। पुलिस ने आरोपी को गिरफ़्तार किया है, दरिंदे को कड़ी सजा हो। pic.twitter.com/aMppxvu8zv

— Swati Maliwal (@SwatiJaiHind) November 14, 2022

ପୁଲିସ କହିଛି ଯେ, ପ୍ରେମିକ ଅଫତାବ ନିଜ ଲାଇଫପାର୍ଟନରଙ୍କୁ ହତ୍ୟା କାରି ୩୫ ପିସ୍ କରି ଫ୍ରିଜରେ ରଖିଥିଲା। ଅଫତାବ ଶରୀରର ଅଙ୍ଗଗୁଡ଼ିକୁ ପକାଇବା ପାଇଁ ପ୍ରତିଦିନ ରାତି ୨ଟାରେ ବାହାରକୁ ଯାଏ। ପ୍ରେମିକାର ଶରୀରକୁ ଖଣ୍ଡ ଖଣ୍ଡ କରି ୧୮ ଦିନ ହେବ ଦିଲ୍ଲୀର ମେହରୁଲି ଜଙ୍ଗଲରେ ପୋତୁଥିବା ପୁଲିସ କହିଛି। ଗତ ମେ ୧୮ତାରିଖରେ ଅଫତାବ ଓ ପାର୍ଟନର ଶ୍ରଦ୍ଧାଙ୍କ ମଧ୍ୟରେ କଳହ ଉପୁଜିଥିଲା। ଏଥିରେ ଅଫତାବ ଉତକ୍ଷିପ୍ତ ହୋଇ ଶ୍ରଦ୍ଧାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ ସେ ତାଙ୍କ ଶରୀରକୁ ୩୫ଖଣ୍ଡ କରି କାଟି ଫ୍ରିଜ୍ ରଖିଥିଲେ। ପରେ ୧୮ ଦିନ ଧରି ଏହାକୁ ମେହରୁଲି ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ପୋତି ଥିଲା ।

ତେବେ ଶ୍ରଦ୍ଧା ନିଜ ପରିବାର ସହ ଯୋଗାଯୋଗ ବନ୍ଦ କରିଦେବ ପରେ ପରିବାର ଲୋକ ଝିଅ କଣ ପାଇଁ କଲ୍‌ କରୁନି ତାହା ଜାଣିବା ପାଇଁ କଲ୍‌ କରିଥିଲେ ବି ଝିଅର ଫୋନ୍‌ ଲାଗିନଥିଲା। ଫଳରେ ଶ୍ରଦ୍ଧା ରହୁଥିବା ଭଡା ଘରକୁ ଯାଇଥିଲେ ବାପା ବିକାଶ ମଦାନ ୱାକର । ହେଲେ ଘରେ ତାଲା ପଡିଥିବା ଦେଖି ତାଙ୍କ ମନରେ ସନ୍ଦେହ ହୋଇଥିଲା । ସେ ତୁରନ୍ତ ଯାଇ ପୂଲିସରେ ଖବର ଦେଇଥିଲେ । ପୁଲିସ ଆରମ୍ଭ କରିଥିଲା ଛାନବିନ୍ ।ପୁଲିସ ଟେକ୍ନିକାଲ ସର୍ଭେଲାନ୍ସ ସହାୟତାରେ ଅଭିଯୁକ୍ତ ଆଫତାବକୁ ଖୋଜି ବାହାର କରିଥିଲା । ଆଉ ସବୁ ସତ କଥା ମାନିଯାଇଥିଲା ଆଫତାବ । ବିବାହ କରିବାକୁ ଶ୍ରଦ୍ଧା ଚାପ ପକାଇବାରୁ ତାକୁ ହତ୍ୟା କରିଥିବା ଏବଂ ୩୫ ଖଣ୍ଡ କରି କାଟି ଫୋପାଡିଥିବା ମାନିଥିଲା । ପୁଲିସ ଯାଇ ସେହି ସବୁ ସ୍ଥାନ ସର୍ଚ୍ଚ କରି କିଛି ହାଡ ଖଣ୍ଡ ଜବତ କରିଥିଲା । ଏବେବି ଏହି ଘଟଣାର ଛାନବିନ୍ ଜାରି ରଖିଛି ପୁଲିସ ।