World Diabetes Day - The Sakala

ବିଶ୍ବ ମଧୁମେହ ଦିବସ, ନିରବ ଘାତକକୁ ସାବଧାନ!
ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ୱାର୍ଲଡ୍‌ ଡାଇବେଟିସ୍‌ ଡେ’ ବା  ‘ବିଶ୍ବ ମଧୁମେହ ଦିବସ’ ଭାବେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ସ୍ବାସ୍ଥ୍ୟ ଶିବିର, ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା, ସଭା ସମିତି ତଥା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମଧୁମେହ ରୋଗ ପ୍ରତି ଜନସଚେତନା ସୃଷ୍ଟି କରିବା। ସାରା ବିଶ୍ୱରେ ମଧୁମେହ ରୋଗ ଏକ ମହାମାରୀର ରୂପ ନେବାକୁ ବସିଲାଣି। ଏହାକୁ ସ୍ଲୋ ପଏଜନ୍(ନିରବ ଘାତକ) ବୋଲି ମଧ୍ୟ କୁହାଯାଏ। ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର, ମୋବାଇଲ ଆଗରେ ବସି ରହିବା, ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା, ଦିନରେ ବିଳମ୍ବରେ ଉଠିବା, ବ୍ୟାୟାମ ନ କରିବା, ଅତ୍ୟଧିକ ତେଲ, ମସଲା ଖାଇବା ଦ୍ୱାରା ମଣିଷକୁ ଗ୍ରାସ କରୁଛି ଅନେକ ରୋଗ । ସେଥିମଧ୍ୟରୁ ସର୍ବାଧିକ ଲୋକଙ୍କୁ ଆକ୍ରାନ୍ତ କରୁଥିବା ରୋଗ ଭାବେ ପରିଚିତ ମଧୁମେହ ।

କେବଳ ବୟସ୍କ ନୁହନ୍ତି, ଯୁବପିଢ଼ି ଏପରିକି କମ୍‌ ବୟସର ପିଲା ବି ଏହି ରୋଗରେ କବଳିତ ହେଉଛନ୍ତି। ସେହିପରି ୧୮୯୧ ଅାଜିର ଦିନ ହେଉଛି ଇନ୍‌ସୁଲିନ୍‌ର ସନ୍ଧାନ କରିଥିବା ସାର୍ ଫ୍ରେଡରିକ୍ ବାଣ୍ଟିଙ୍ଗଙ୍କ ଜନ୍ମଦିନ। ମଣିଷ ଶରୀରରେ ଇନ୍‌ସୁଲିନ୍ ପ୍ରୟୋଗ କରିଥିବା ପ୍ରଥମ ବୈଜ୍ଞାନିକ ହେଲେ ବାଣ୍ଟିଙ୍ଗ୍। ଶରୀରରେ ସୁଗାର୍‌ ମାତ୍ରାକୁ ଠିକ୍‌ ରଖୀବା ପାଇଁ ଇନ୍‌ସୁଲିନ୍‌ର ଭୂମିକା ଢେର୍‌ ଅଧିକ।  ତେବେ ୧୯୯୧ରେ ଅନ୍ତର୍ଜାତୀୟ ମଧୁମେହ ସଂଘ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମିଶି ଏହି ଦିବସ ପାଳନ ଆରମ୍ଭ କରିଥିଲେ। ରକ୍ତରେ ଶର୍କରା ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିଲେ ମଧୁମେହ ରୋଗ ହୋଇଥାଏ।

ମଧୁମେହ ସାଧାରଣତଃ ୨ ପ୍ରକାରର। ଟାଇପ୍‌ -୧ ଓ ଟାଇପ୍‌-୨ ଡାଇବେଟିସ୍‌ । ଟାଇପ୍‌ -୧ ଡାଇବେଟିସ୍‌  ଶୈଶବ, କିଶୋର ଓ ଆଦ୍ୟ ଯୌବନରେ ମୁଖ୍ୟତଃ ୨୫ ବର୍ଷରେ ହୋଇଥାଏ । ଏ କ୍ଷେତ୍ରରେ ହଠାତ୍‌ ରୋଗର ଲକ୍ଷଣ ଦେଖାଯାଏ। ସେହିଭଳି ଟାଇପ୍‌-୨ ଡାଇବେଟିସ୍‌ ସାଧାରଣତଃ ୪୦ ବର୍ଷ ପରେ ହୋଇଥାଏ। ଏମାନଙ୍କ ପରିବାର ଓ ନିକଟ ସମ୍ପର୍କୀୟଙ୍କର ଡାଇବେଟିସ୍‌ ରୋଗର ଇତିହାସ ଥାଏ। ରକ୍ତ ଶର୍କରା ଅଧିକ ରହିଲେ, ଭୋକ, ଶୋଷ ଓ ପରିସ୍ରା ଅଧିକ ହୁଏ । ମଧୁମେହ ବଂଶଗତ ରୋଗ ହୋଇଥିଲେ ହେଁ ଅନିୟମିତ ଜୀବନଶୈଳୀ ଏହି ରୋଗର ମୂଳ କାରଣ। ବଦଳୁଥିବା ଜୀବନ ଶୈଳୀ ଯୋଗୁଁ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ପ୍ରତିବର୍ଷ ୪୦ ଲକ୍ଷ ଲୋକ ଏଥିରେ ପ୍ରାଣ ହରାନ୍ତି।

ମଧୁମେହ ଯୋଗୁ  ହୃଦ୍‌ଘାତ, ଉଚ୍ଚ ରକ୍ତଚାପ, ବୃକ୍‌କ, ଯକୃତ୍‌ ଜନିତ ରୋଗ, ଚକ୍ଷୁ ଓ ସ୍ନାୟୁଜନିତ ସମସ୍ୟା ଦେଖାଯିବାର ଆଶଙ୍କା ଥାଏ। ନିୟମିତ ଡାକ୍ତରଙ୍କ ପରାମର୍ଶ ନେବା ସହ ଉପଯୁକ୍ତ ଚିକିତ୍ସା ମଧୁମେହ ନିୟନ୍ତ୍ରଣରେ ସହାୟକ ହୋଇଥାଏ। ସେହିପରି ମଧୁମେହ ରୋଗୀଙ୍କୁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ। ବିଶେଷକରି ଖାଦ୍ୟପେୟ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ଯଥେଷ୍ଟ ବେଶି। ଖାଦ୍ୟପାନୀୟ ପ୍ରତି ଟିକେ ବି ଅସାବଧନତା ତଥା ଅବହେଳା ସେମାନଙ୍କ ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ହାନିକାରକ। ମଧୁମେହକୁ ନିୟନ୍ତ୍ରଣରେ ନ ରଖୀଲେ ଏହାଦ୍ବାରା ଶରୀରରେ ଅନ୍ୟ ଗୁରୁତର ରୋଗ ଦେଖା ଦିଏ। ତେବେ ସନ୍ତୁଳିତ ଆହାର ସହ ନିୟମିତ ବ୍ୟାୟାମ, ଯୋଗ, ଚଲାବୁଲା ଆଦି ଉପରେ ଦୃଷ୍ଟି ଦେଲେ, ଏହାକୁ ନିୟନ୍ତ୍ରଣରେ ରଖାଯାଇପାରିବ।  ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ଅଛି ‘Access to Diabetes Care.’

ଆଜି ବିଶ୍ୱ ମଧୁମେହ ଦିବସ: ଜୀବନ ପିତା କଲାଣି ମଧୁମେହ, ହାଲୁକା ମନୋଭାବ ବିଗାଡୁଛି ସ୍ଥିତି
ଭୁବନେଶ୍ୱର: ମଧୁମେହ ରୋଗ ଗଲା ଦୁଇ ଦଶନ୍ଧି ଧରି ରାଜ୍ୟକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। ଯେଉଁ ରୋଗ ୨୦୦୦ ମସିହା ବେଳକୁ ରାଜ୍ୟରେ ସର୍ବନିମ୍ନ ସ୍ତରରେ ରହିଥିଲା, ତାହା ୨୦୨୨ ବେଳକୁ ପ୍ରମୁଖ ବ୍ୟାଧି ଭାବେ ଉଭା ହୋଇଛି। ଏଭଳି ପ୍ରସଙ୍ଗ ଚିନ୍ତାଜନକ ହୋଇଥିଲେ ମଧ୍ୟ ସାଧାରଣରେ ମଧୁମେହକୁ ନେଇ ଥିବା ଭ୍ରମ ଧାରଣା ଓ ଅବହେଳା ରାଜ୍ୟସ୍ତରରରେ ଏହି ସମସ୍ୟାକୁ ବହୁ ଗୁଣିତ କରୁଛି। ସଚେତନତାର ଅଭାବ ଓ ସଠିକ ସମୟରେ ଡାକ୍ତରୀ ଯାଞ୍ଚ କରାନଯିବା ହେତୁ ଲୋକେ ମଧୁମେହ ରୋଗରେ ବହୁସଂଖ୍ୟାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ୁଛି। ୨୦ ବର୍ଷ ତଳେ ରାଜ୍ୟରେ ମଧୁମେହ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଘରୋଇ ହସ୍ପିଟାଲ ଟିଏ ମଧ୍ୟ ନଥିଲା। ମାତ୍ର ଏହି ରୋଗର ଚିକିତ୍ସା ପାଇଁ କ୍ରମବର୍ଦ୍ଧିଷ୍ଣୁ ଚାହିଦାକୁ ଦେଖି ରାଜ୍ୟରେ ମାଳମାଳ ମଧୁମେହ ଡାକ୍ତରଖାନା ନିର୍ମାଣ ହୋଇଛି।

ଜଣେ ରୋଗୀ ମଧୁମେହର ଶିକାର ହେବା ସମ୍ପର୍କରେ ୪ ବର୍ଷ ପରେ ଜାଣିଥିଲେ। ସେତବେଳକୁ ସେ ଜଟିଳ ହୃଦ୍‍ ରୋଗର ଶିକାର ହୋଇସାରିଥିଲେ। ତାଙ୍କୁ ଆଉ ବଞ୍ଚାଇବା ସମ୍ଭବପର ହୋଇ ନ ଥିଲା ବୋଲି ଡାକ୍ତର ଅର୍ଣ୍ଣବ ପଟ୍ଟନାୟକ କହିଛନ୍ତି। ମଧୁମେହକୁ ହାଲୁକା ଭାବେ ନେଉଥିବାରୁ ସ୍ଥିତି ବିଗୁଡୁଛି। ବେଳେ ବେଳେ ଶେଷ ସମୟରେ ରୋଗ ଚିହ୍ନଟ ହେଉଥିବାରୁ ରୋଗୀକୁ ସେତେବେଳେ ବଞ୍ଚାଇବା ମଧ୍ୟ କଷ୍ଟକର ହୋଇ ପଡୁଥିବାର ଅନେକ ଉଦାହରଣ ରହିଛି। ଡାକ୍ତର ପଟ୍ଟନାୟକଙ୍କ କହିବା ଅନୁସାରେ ମଧୁମେହରେ ପୀଡ଼ିତ ରୋଗୀଙ୍କ ଭାବନା; କେବଳ ଖାଦ୍ୟ ଶୃଙ୍ଖଳାକୁ ସଜଡ଼ା ଯାଇ ଏହାକୁ ଜିତି ହେବ। ମାତ୍ର ବାସ୍ତବିକ ସ୍ଥିତି ତାହା ନୁହେଁ। ଏହି ରୋଗ ସମ୍ପର୍କରେ ଅନେକ ପ୍ରାରମ୍ଭିକ ଲକ୍ଷଣରୁ ଜାଣିପାରନ୍ତି ନାହିଁ। ଆରମ୍ଭରୁ ରୋଗ ଚିହ୍ନଟ କରିବାରେ ଆମ ରାଜ୍ୟର ଲୋକେ ପଛୁଆ। ଏଣୁ ସାଧାରଣରେ ମଧୁମେହ ରୋଗକୁ ନେଇ ଥିବା ଭ୍ରମଧାରଣାର ଅନ୍ତ ଘଟାଇବା ସହ ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି।

ରାଜ୍ୟରେ ମଧୁମେହ ରୋଗୀଙ୍କ ସମ୍ପର୍କରେ ଡାକ୍ତରମାନଙ୍କ ଏଭଳି ପର୍ଯ୍ୟବେକ୍ଷଣ ସଠିକ ହୋଇଥିବା ତଥ୍ୟ ମାଧ୍ୟମରୁ ଜଣାପଡ଼ୁଛି। ରାଜ୍ୟରେ ମଧୁମେହ ରୋଗର ସ୍ଥିତିକୁ ଜାଣିବା ପାଇଁ ରାଜ୍ୟବ୍ୟାପୀ ଗୋଷ୍ଠୀ ସର୍ବେକ୍ଷଣ କରାଯାଇଥିଲା। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର କମ୍ୟୁନିଟି ମେଡିସିନ୍‍ ଓ ମେଡିସିନ୍‍ ବିଭାଗ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ବାୟୋକେମେଷ୍ଟ୍ରି ବିଭାଗ ଓ ଆଞ୍ଚଳିକ ଆୟୁର୍ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ରର ମିଳିତ ଉଦ୍ୟମରେ ଏହି ସର୍ବେକ୍ଷଣ କରାଯାଇଥିଲା। ସର୍ବେକ୍ଷଣରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୬୦ ବର୍ଷରୁ ନିମ୍ନ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରେ ୬.୮ ପ୍ରତିଶତ ରହିଥିବା ବେଳେ ବୟସ୍କମାନଙ୍କ ମଧ୍ୟରେ ୨୨.୨ ପ୍ରତିଶତ ଲୋକେ ମଧୁମେହ ରୋଗର ଲକ୍ଷଣ ପରିଲକ୍ଷିତ ହେଉଥିବା ଜଣାପଡ଼ିଛି। ସେହିଭଳି ଯୁବଗୋଷ୍ଠୀଙ୍କ ମଧ୍ୟରେ ମଧୁମେହ ରୋଗର ଲକ୍ଷଣ କ୍ଷୀପ୍ର ବେଗରେ ବଢ଼ୁଥିବା ସର୍ଭେ ସ୍ପଷ୍ଟ କରିଛି। ଏହି ସର୍ବେକ୍ଷଣ ଓଡ଼ିଶାର ମଧୁମେହ ରୋଗର ବାସ୍ତବିକ ଚିତ୍ର ଭାବେ ଦେଖାଯାଇପାରିବ ବୋଲି କହିଛନ୍ତି ଡାକ୍ତର ପଦ୍ମିନୀ ପାଟ୍ଟଯୋଶୀ। ସେ କହିଛନ୍ତି ଯେ, କେଉଁ ମାନେ ମଧୁମେହ ରୋଗରେ ପୀଡ଼ିତ ତାହା ଜାଣିବା ପାଇଁ ଏହି ସର୍ବେକ୍ଷଣକୁ ଆଧାର ଭାବେ ନିଆଯାଇନାହିଁ। ମୁଖ୍ୟତଃ ମଧୁମେହ ପ୍ରଭାବ ଓ ଲକ୍ଷଣ କିଭଳି ଭାବେ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ କ୍ରମାଗତ ଭାବେ ରାଜ୍ୟରେ ବଢ଼ୁଛି, ସର୍ବେକ୍ଷଣ ତାହା ଉପସ୍ଥାପିତ କରିବାକୁ ପ୍ରଚେଷ୍ଟା କରିଛି। ଯେତେବେଳ ଶରୀର ସୁଗାର ଗ୍ରହଣ କରିବାର ପ୍ରାକୃତିକ କ୍ଷମତା ହରାଇଥାଏ, ସେତେବେଳ ରକ୍ତରେ ସୁଗାରର ମାତ୍ରା ବଢ଼େ। ତାହାକୁ ହିଁ ମଧୁମେହ କୁହାଯାଏ। ଏଣୁ ମଧୁମେହ ରୋଗକୁ ରୋକିବାକୁ ହେଲେ ଏକ ଉତ୍ତମ ଖାଦ୍ୟ ବ୍ୟବସ୍ଥାକୁ ଆପଣାଇବାକୁ ପଡ଼ିବ୍ୟ ସ୍ନେହସାର ଓ ଶ୍ୱେତସାରଜାତୀୟ ଖାଦ୍ୟର ମାତ୍ରା ଉପରେ ମଧ୍ୟ ନିୟନ୍ତ୍ରଣ ରହିବା ଦରକାର। ସେହିଭଳି ଯୋଗ ଓ ବ୍ୟାୟାମକୁ ଜୀବନଶୈଳୀର ଅଂଶ ଭାବେ ଗ୍ରହଣ କରିବାକୁ ପଡ଼ିବ। ତେବେ ଶରୀରରେ ମଧୁମେହ ସବୁ ଆଭ୍ୟନ୍ତରୀଣ ଅଙ୍ଗକୁ ପ୍ରଭାବିତ କରେ। ଯେଉଁ ଅଙ୍ଗର କାର୍ଯ୍ୟଦକ୍ଷତା କମିଯାଏ। ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ଏଭଳି ସମସ୍ୟାର ମୁକାବିଲା କରାଯାଇପାରିବ ବୋଲି ସେ କହିଛନ୍ତି।