organ donation - The Sakala
ଭୁବନେଶ୍ବର: ଜୀବନ କଣ ଜାଣିବା ପୂର୍ବରୁ ଶରୀରରେ ଆଉ ଜୀବନ ନଥିଲା। ମାତ୍ର ନିଜ କିଡ୍‌ନୀ(ବୃକକ୍‌) ଏବଂ ଲିଭର(ଯକୃତ) ଦାନ କରି ଅମର ହୋଇଯାଇଛନ୍ତି ୧୬ ମାସର ମାଷ୍ଟର ଜନ୍ମେଶ। ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ସୁଦ୍ଧା ଦୁଇଜଣଙ୍କୁ ନୂତନ ପ୍ରାଣଦାନ କରିସବୁଦିନ ପାଇଁ ନିଜର ସତ୍ତା ଛାଡ଼ିଯାଇଛନ୍ତି ଜନ୍ମେଶ।
ପ୍ରତିରୋପଣ ସେବା କ୍ଷେତ୍ରରେ ନିଜର ପାରଦର୍ଶିତାକୁ ବଜାୟ ରଖିବା ସହିତ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏମ୍‌ସ ଭୁବନେଶ୍ବର। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଓଡ଼ିଶାର ସବୁଠାରୁ କନିଷ୍ଠ ଅଙ୍ଗଦାତା, ମାଷ୍ଟର ଜନ୍ମେଶଙ୍କ ଶରୀରରୁ ବହୁଅଙ୍ଗ ପୁନରୁଦ୍ଧାର କରାଯାଇଛି। ଗତକାଲି ଅନୁଷ୍ଠିତ ଏହି ପ୍ରକ୍ରିୟା ମାଧ୍ୟମରେ ୧୬ ମାସର ମାଷ୍ଟର ଜନ୍ମେଶ କିଡ୍‌ନୀ(ବୃକକ୍‌) ଏବଂ ଲିଭର(ଯକୃତ) ଦାନ କରି ଦୁଇ ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରିଛନ୍ତି। ଜନ୍ମେଶ ଲେଙ୍କାଙ୍କ ପିତାମାତାଙ୍କ ଏପରି ସାହସିକ ନିଷ୍ପତ୍ତି, ଯାହା ସେମାନଙ୍କର ବ୍ୟକ୍ତିଗତ ଦୁଃଖକୁ ଅନ୍ୟମାନଙ୍କ ପାଇଁ ଆଶାର ଆଲୋକରେ ପରିଣତ କରିଥିଲା।
ଗତ ମାସ ୧୨ ତାରିଖରେ ଏମ୍‌ସ ଭୁବନେଶ୍ୱରର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲେ ଜନ୍ମେଶ। ଫରେନ୍‌ ବଡି ଆସ୍ପିରେସନ୍‌ ଏଣ୍ଡ୍‌ ଚୋକିଂ(ଶ୍ବାସକ୍ଳାନ୍ତ) ରୋଗରେ ପିଡ଼ୀତ ହୋଇ ମାଷ୍ଟର ଜନ୍ମେଶ ଡାକ୍ତର କୃଷ୍ଣ ମୋହନ ଗୁଲ୍ଲାଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଥିଲେ। ତୁରନ୍ତ କାର୍ଡିଓପଲମୋନାରୀ ରିସସିଟେସନ (ସିପିଆର) ଏବଂ ପରବର୍ତ୍ତୀ ଦୁଇ ସପ୍ତାହ ଧରି ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ମାତ୍ର ଅକ୍ଳାନ୍ତ ପ୍ରୟାସ ସତ୍ତ୍ୱେ, ଚଳିତ ମାସ ଏକ ତାରିଖରେ ଜନ୍ମେଶଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯାଇଥିଲା।
ଅନ୍ୟମାନଙ୍କୁ ଜୀବନର ଉପହାର ଦେବାର ସମ୍ଭାବନାକୁ ସ୍ୱୀକାର କରି, ଏମ୍ସ ଭୁବନେଶ୍ୱରର ଡାକ୍ତରୀ ଦଳ ଅଙ୍ଗଦାନ ବିଷୟରେ ଶୋକାକୁଳ ପିତାମାତାଙ୍କୁ ପରାମର୍ଶ ଦେଇଥିଲେ। ଅପାର ଶକ୍ତି ଏବଂ କରୁଣା ସହିତ, ଜନ୍ମେଶଙ୍କ ପିତାମାତା ଅଙ୍ଗଦାନ ନିମନ୍ତେ ସମ୍ମତି ପ୍ରଦାନ କରିଥିଲେ। ତାଙ୍କ ଶିଶୁପୁତ୍ରର ଅଙ୍ଗଗୁଡ଼ିକୁ ଜୀବନ ରକ୍ଷାକାରୀ ପ୍ରତିରୋପଣ ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ।
ସମ୍ମତି ପରେ, ଏମ୍‌ସର ସର୍ଜନ ଏବଂ ପ୍ରତିରୋପଣ ସଂଯୋଜକଙ୍କ ଏକ ବହୁମୁଖୀ ଦଳ ଶୀଘ୍ର ପୁନରୁଦ୍ଧାର ଏବଂ ପ୍ରତିରୋପଣ ପ୍ରକ୍ରିୟାକୁ ସହଜ କରିଥିଲେ।
ଡାକ୍ତର ବ୍ରହ୍ମଦତ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଗ୍ୟାଷ୍ଟ୍ରୋ-ସର୍ଜରୀ ଦଳ ଦ୍ୱାରା ଯକୃତକୁ ସଫଳତାର ସହିତ ଉଦ୍ଧାର କରାଯାଇଥିଲା। ଗ୍ରୀନ୍‌ କରିଡର୍‌ରେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନ୍ସେସ୍ (ଆଇଏଲ୍‌ବିଏସ)କୁ ପଠାଯାଇଥିଲା।
ଜନ୍ମେଶଙ୍କୁ ଦୁଇ କିଡ୍‌ନୀକୁ ପୁନରୁଦ୍ଧାର କରାଯାଇଥିଲା ଏବଂ ଏମ୍ସ ଭୁବନେଶ୍ୱରର ଜଣେ କିଶୋର ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ଏହି ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟା ସଫଳତାର ସହିତ ସମ୍ପାଦିତ ହୋଇଥିଲା।
ଏହି ମାମଲା ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ କାରଣ ଜନ୍ମେଶ ଓଡ଼ିଶାର ସବୁଠାରୁ କନିଷ୍ଠ ଅଙ୍ଗ ଦାତା ହୋଇଥିଲେ। ଏହା ସହିତ, ରାଜ୍ୟରେ ଏନ-ବ୍ଲକ୍ କିଡନୀ ପ୍ରତିରୋପଣର କେବଳ ଦ୍ୱିତୀୟ ଘଟଣା ହେବାର ଗୌରବ ଲାଭ କରିଛି। ଏହା ଏକ ଉଚ୍ଚ ବିଶେଷଜ୍ଞ ଶଲ୍ୟଚିକିତ୍ସା ପଦ୍ଧତି ଥିଲା ଯେଉଁଠାରେ ଜଣେ ଶିଶୁ ଦାତାଙ୍କ ଉଭୟ ବୃକକକୁ ଏକାକୀ ଗ୍ରହଣକାରୀଙ୍କ ଶରୀରରେ ପ୍ରତିରୋପଣ କରାଯାଏ।
ଏମସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ, ଅଙ୍ଗ ପୁନରୁଦ୍ଧାର ଏବଂ ପ୍ରତିରୋପଣ ପ୍ରକ୍ରିୟାର ସଫଳ କାର୍ଯ୍ୟକାରୀତା ସୁନିଶ୍ଚିତ କରିବାରେ ସେମାନଙ୍କର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରି ପ୍ରତିରୋପଣ ସମନ୍ୱୟ ଦଳ ଏବଂ ସମ୍ପୃକ୍ତ ଡାକ୍ତରୀ ଦଳକୁ ପ୍ରଶଂସା କରିଥିଲେ। ଜନ୍ମେଶଙ୍କ ପିତାମାତାଙ୍କ ଅସାଧାରଣ ଉଦାରତା ପାଇଁ ମଧ୍ୟ ହୃଦୟରୁ କୃତଜ୍ଞତା ପ୍ରକାଶ କରିଥିଲେ ଡ. ବିଶ୍ବାସ।
ମାଷ୍ଟର ଜନ୍ମେଶ ଲେଙ୍କା ଏବଂ ତାଙ୍କ ପିତାମାତାଙ୍କ ନିଷ୍ପତ୍ତି ସମଗ୍ର ଭାରତରେ ଅଙ୍ଗଦାନ, ବିଶେଷକରି ଶିଶୁ ଅଙ୍ଗଦାନ କ୍ଷେତ୍ରରେ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।
ଏହି ଘଟଣା ଜନସଚେତନତା, ସମୟୋଚିତ ସମ୍ମତି ଏବଂ ଡାକ୍ତରୀ ସମନ୍ୱୟର ଗୁରୁତ୍ୱକୁ ପ୍ରତିପାଦିତ କରିବା ସହିତ ଏହା ନିଶ୍ଚିତ କରେ ଯେ ମସ୍ତିଷ୍କ ମୃତ ରୋଗୀଙ୍କ ଅଙ୍ଗ ଆବଶ୍ୟକ ଲୋକଙ୍କୁ ନୂତନ ଜୀବନ ଦେବା ପାଇଁ ବ୍ୟବହାର କରାଯାଇପାରିବ। ଏମ୍‌ସ ଭୁବନେଶ୍ୱର ଅଙ୍ଗ ପ୍ରତିରୋପଣରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ପଥ ପ୍ରଶସ୍ତ କରୁଛି।
ଅସହନୀୟ କ୍ଷତି ସତ୍ତ୍ୱେ, ଜନ୍ମେଶଙ୍କ ପିତାମାତାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ମାନବିକତା ଏବଂ ସ୍ଥିରତାକୁ ପ୍ରତିପାଦିତ କରିଛି। ସେମାନଙ୍କର ନିଃସ୍ୱାର୍ଥପରତା ଅନ୍ୟମାନଙ୍କ ପାଇଁ ଆଶା, ସଚେତନତା ଏବଂ ଜୀବନ ରକ୍ଷାକାରୀ ସମ୍ଭାବନାର ପଥକୁ ଆଲୋକିତ କରିଛି। ଉଲ୍ଲେଖଯୋଗ୍ୟଯେ ମାଷ୍ଟର ଜନ୍ମେଶଙ୍କ ପିତା ଏମ୍‌ସ ଭୁବନେଶ୍ୱରରେ ହଷ୍ଟେଲ ୱାର୍ଡେନ ଭାବରେ କାର୍ଯ୍ୟ କରୁଛନ୍ତି।
ମୃତ୍ୟୁ ପରେ ବି ଅମର, ଅନ୍ୟକୁ ଜୀବନ ଦେବେ ଦମୟନ୍ତୀ
ଭୁବନେଶ୍ବର: ମୃତ୍ୟୁ ପରେ ବି ଅମର ।  ଜୀବିତ ନ ଥାଇ ମଧ୍ୟ ଅନ୍ୟର ଜୀବନ ବଞ୍ଚାଇବା ଏକ ମହାନ ଲୋକଙ୍କ ଦ୍ବାରା ହିଁ ସମ୍ଭବ ହୋଇଥାଏ।  ପ୍ରତିରୋପଣ ସେବା କ୍ଷେତ୍ରରେ ନିଜର ପାରଦର୍ଶିତାକୁ ବଜାୟ ରଖିବା ସହିତ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର କରି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏମ୍‌ସ ଭୁବନେଶ୍ବର। ପ୍ରଥମଥର ପାଇଁ ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ବିଶେଷଜ୍ଞମାନେ ବ୍ରେନ୍‌ ଷ୍ଟେମ୍‌ ଡେଡ୍‌ ଘୋଷିତ ହୋଇଥିବା ଜଣେ ୧୪ ବର୍ଷୀୟ ନବମ ଶ୍ରେଣୀ ଛାତ୍ରୀଙ୍କ ଶରୀରରୁ ସଫଳତାର ସହିତ ଯକୃତ(ଲିଭର୍‌) ପୁନରୁଦ୍ଧାର କରିବାରେ ସଫଳତା ହାସଲ କରିଛନ୍ତି। ଏହି ଯକୃତକୁ ନୂଆଦିଲ୍ଲୀସ୍ଥିତ ଆଇଏଲ୍‌ବିଏସ ହସ୍‌ପିଟାଲକୁ ବିମାନ ଯୋଗେ ପଠାଯାଇଛି।
ଏହି ଅଙ୍ଗକୁ ଶୀଘ୍ର ଏବଂ ବିନା ବାଧାରେ ଏମ୍‌ସରୁ ବିମାନବନ୍ଦରକୁ ଯିବା ନିମନ୍ତେ ସ୍ଥାନୀୟ ପୁଲିସ୍‌ ପକ୍ଷରୁ ଗ୍ରୀନ୍‌ କରିଡର୍‌ର ବ୍ୟବସ୍ଥା କରାଯାଇଥିଲା। ସମାଜରେ ଉଦାହରଣ ସୃଷ୍ଟି କରିଥିବା ମୂଳତଃ କେନ୍ଦୁଝର ଜିଲ୍ଲାର ବାସିନ୍ଦା ଏବଂ ବର୍ତ୍ତମାନ ଭୁବନେଶ୍ବରରେ ରହୁଥିବା ବନୀତା ଏବଂ ଦୁଖବନ୍ଧୁ ମହାନ୍ତଙ୍କ କନ୍ୟାଙ୍କ ଯକୃତ ଆଜି ନୂଆଦିଲ୍ଲୀ ପଠାଯାଇଛି। ବିଗତ କିଛି ମାସ ଧରି କିଡ୍‌ନୀ(ବୃକକ୍‌) ରୋଗରେ ପିଡ଼ୀତ ଥିବା ବନୀତା ଏବଂ ଦୁଖବନ୍ଧୁଙ୍କ ଝିଅଙ୍କର ଡାଇଲେସିସ୍‌ ଚାଲିଥିଲା। ମାତ୍ର ମସ୍ତିସ୍କାଘାତର ଶିକାର ହୋଇ ଉକ୍ତ ୧୪ବର୍ଷୀୟ ଛାତ୍ରୀ ଜଣଙ୍କ ଚଳିତ ମାସ ୧୫ ତାରିଖରେ ଏମ୍‌ସରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ଭେଷଜ(ମେଡିସିନ୍‌) ବିଭାଗରେ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇ ଚିକିତ୍ସା କରାଯାଉଥିଲା। ମାତ୍ର ସମସ୍ତ ପ୍ରୟାସ ସତ୍ତ୍ବେ ଛାତ୍ରୀଜଣଙ୍କ କୋମାକୁ ଚାଲିଯାଇଥିଲେ। ସମସ୍ତ ଚିକିତ୍ସା ସତ୍ତ୍ବେ ସୁସ୍ଥ ହେବାର କୌଣସି ଲକ୍ଷଣ ଦେଖାନଯିବାରୁ ପିତାମାତାଙ୍କ ଅନୁମତି ସହିତ ବିଶେଷଜ୍ଞ ଦଳ ନିର୍ଦ୍ଧାରିତ ଡାକ୍ତରୀ ପରୀକ୍ଷା କରିବା ସହିତ ଆପ୍ନିଆ ପରୀକ୍ଷଣ କରି ଛାତ୍ରୀଜଣଙ୍କୁ ବ୍ରେନ୍‌ ଷ୍ଟେମ୍‌ ଡେଡ୍‌ ଘୋଷଣା କରିଥିଲେ।
ଏଥିସହିତ ମାନବତାର ସର୍ବଶ୍ରେଷ୍ଠ ନିଦର୍ଶନ ପୂର୍ବକ ତାଙ୍କ ଝିଅର ଅଙ୍ଗଦାନ କରିବାକୁ ନିଷ୍ପତି ନେଇଥିଲେ ବନୀତା ଏବଂ ଦୁଖବନ୍ଧୁ। ଯଦି ତାଙ୍କ ଝିଅର କୌଣସି ଅଙ୍ଗ କାରଣରୁ ଅନ୍ୟ କାହାର ଜୀବନ ବଞ୍ଚିପାରିବ ତେବେ ତାହା ତାଙ୍କ ପାଇଁ ଶ୍ରେଷ୍ଠ ଆଶୀର୍ବାଦ ହେବ ବୋଲି ମତ ଦେଇଥିଲେ ବନୀତା ଏବଂ ଦୁଖବନ୍ଧୁ। ଅନ୍ୟର ଜୀବନ ବଞ୍ଚିପାରିଲେ ତାଙ୍କ ଝିଅ ମଧ୍ୟ ବଞ୍ଚିରହିବାର ଅନୁଭବ ହୋଇପାରିବ। ଏପରି ମହତ ଉଦ୍ଦେଶ୍ୟରେ ନିଜ ଝିଅଙ୍କ ଯକୃତ ଦାନ କରିବାକୁ ନିଷ୍ପତି ନେଇଥିଲେ ପିତାମାତା। ଏହି କ୍ରମରେ ଏମ୍‌ସ ଭୁବନେଶ୍ବର ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇଥିଲା। ଜଣେ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।
ଏହି ପ୍ରକ୍ରିୟାର ନେତୃତ୍ବ ନେଇଥିବା ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସର୍ବପ୍ରଥମେ ଅଙ୍ଗଦାନ କରିଥିବା ଦିବଂଗତ ଛାତ୍ରୀଙ୍କ ପିତାମାତାଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରିଥିଲେ। ଉଦାର ଏବଂ ବିଶାଳ ସହୃଦୟତା ଦେଖାଇ ବନୀତା ଏବଂ ଦୁଃଖବନ୍ଧୁ ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି। ଏମ୍‌ସ ଭୁବନେଶ୍ବର ସବୁବେଳେ ନୂତନ ବ୍ୟବସ୍ଥା ଆରମ୍ଭ କରି ସ୍ବାସ୍ଥ୍ୟସେବାକୁ ଉଚ୍ଚସ୍ତରକୁ ନେଇଥାଏ। ଏଠାରେ ବୃକକ୍‌ ପ୍ରତିରୋପଣ ସଫଳତାର ସହିତ ଜାରି ରହିଥିବା ବେଳେ, ଆଜିର ଏହି ପ୍ରକ୍ରିୟା ଯକୃତ ପ୍ରତିରୋପଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରିବାରେ ଆଉ ଏକ ପଦକ୍ଷେପ ବୋଲି ଡ. ବିଶ୍ବାସ ମତ ଦେଇଛନ୍ତି।
ଏମ୍‌ସ ମେଡିସିନ୍‌ ବିଭାଗର ସହକାରୀ ପ୍ରଫେସର୍‌ ଡ. ଶ୍ରୀକାନ୍ତ ବେହେରା ସମସ୍ତ ପ୍ରକ୍ରିୟାକୁ ସଫଳତାର ସହିତ ସଂଯୋଜନା କରିଥିଲେ। ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗର ଡ. ବ୍ରହ୍ମଦତ୍ତ ପଟ୍ଟନାୟକ ଅଙ୍ଗ ପୁନରୁଦ୍ଧାର ସର୍ଜନଙ୍କ ଟିମ୍‌ରେ ସାମିଲ ଥିଲେ।
ନିଜ ଝିଅର ଅଙ୍ଗ ପୁନରୁଦ୍ଧାର ହୋଇ ବିମାନବନ୍ଦରକୁ ଯାଉଥିବାବେଳେ ବନୀତା ଏବଂ ଦୁଖବନ୍ଧୁଙ୍କ ଆଖିରୁ ଅବିଶ୍ରାନ୍ତ ଭାବେ ବହିଚାଲିଥିବା ଅଶ୍ରୁ ପିତାମାତାଙ୍କ ହୃଦୟର ବ୍ୟଥାକୁ ବୟାନ କରୁଥିଲା। ମାତ୍ର ଏହା ସତ୍ତ୍ବେ ଜଣେ ଅଜଣାର ଜୀବନ ବଞ୍ଚାଇବାକୁ ଉଭୟ ଦମ୍ପତ୍ତି ନେଇଥିବା ସାହସିକ ପଦକ୍ଷେପ କାଳ କାଳକୁ ମନେ ରହିବବୋଲି ଉପସ୍ଥିତ ସମସ୍ତ ଚିକିତ୍ସକ, କର୍ମଚାରୀ ଏବଂ ସାଧାରଣ ଜନତା ମତବ୍ୟକ୍ତ କରିଥିଲେ।
ଅଙ୍ଗ ପ୍ରତିରୋପଣ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ, ଏସ୍‍ସିବିରେ ପ୍ରତିଷ୍ଠା ହେବ କ୍ରସ୍‍ ମ୍ୟାଚିଂ ସେଣ୍ଟର
ଭୁବନେଶ୍ୱର : ରାଜ୍ୟରେ ମୃତ ଅବା ବ୍ରେନ୍‍ ଡେଡ୍‍ ରୋଗୀଙ୍କ ଠାରୁ ଅଙ୍ଗ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯିବ। ଏହି ଲକ୍ଷ୍ୟରେ ଷ୍ଟେଟ୍‍ ଅର୍ଗାନ୍‍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍‍ (ସୋଟ୍ଟୋ)କୁ ଅଧିକ ସୁଦୃଢ଼ କରାଯିବ। ନିକଟରେ ବସିଥିବା ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ଏକାଧିକ ନିଷ୍ପତ୍ତି ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ ଅଙ୍ଗ ପ୍ରତିରୋପଣ ପାଇଁ ରାଜ୍ୟ ସରକାର ୨୦୧୯ ମସିହାରେ ସୋଟ୍ଟୋ ପ୍ରତିଷ୍ଠା କରିଥିଲେ। ଆଜି ସୁଦ୍ଧା ଏହି ଅନୁଷ୍ଠାନ ଜରିଆରେ ସମୁଦାୟ ୧୩୦୨ଟି ଅଙ୍ଗ ପ୍ରତିରୋପଣ କରାଯାଇ ଥିବା ବେଳେ ସେଥିରୁ ମୃତବ୍ୟକ୍ତିଙ୍କ ଠାରୁ ପ୍ରତିରୋପଣ ସଂଖ୍ୟା ରହିଛି ମାତ୍ର ୧୦। ଅବଶିଷ୍ଟ ୧୩୧୨ଟି ଅଙ୍ଗ ପ୍ରତିରୋପଣ ଜୀବନ୍ତ ବ୍ୟକ୍ତିଙ୍କ ଠାରୁ ଅଙ୍ଗ ସଂଗ୍ରହ ଜରିଆରେ ସମ୍ପାଦିତ ହୋଇଛି। ସୋଟ୍ଟୋର ପ୍ରଦର୍ଶନ ଆଖି ଦୃଶୀଆ ନଥିବାରୁ ଅଙ୍ଗ ପ୍ରତିରୋପଣ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି। ଡାକ୍ତର ବିଭୂତି ଭୂଷଣ ନାୟକଙ୍କୁ ସୋଟ୍ଟୋ, ଓଡ଼ିଶାର ଯୁଗ୍ମ ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ ବୈଷୟିକ ଅଧିକାରୀ ନିଯୁକ୍ତ କରାଯାଇଛି। ତାଙ୍କ ଅଧୀନରେ ଦୁଇ ଜଣ କନସଲଟାଣ୍ଟ ଏବଂ ଜଣେ ପ୍ରୋଗ୍ରାମ୍‍ ଆସିଷ୍ଟାଣ୍ଟ ନିଯୁକ୍ତ ହୋଇଛନ୍ତି।
ଏସ୍‍ସିବିରେ ପ୍ରତିଷ୍ଠା ହେବ କ୍ରସ୍‍ ମ୍ୟାଚିଂ ସେଣ୍ଟର
୫ ବର୍ଷ ପାଇଁ ଦିଆଗଲା ୭.୫୨ କୋଟି
ଡାକ୍ତରଖାନା ସହ ସମନ୍ୱୟ ରକ୍ଷା କରି ମୃତ ଓ ବ୍ରେନ୍‍ ଡେଡ୍‍ ରୋଗୀଙ୍କ ତଥ୍ୟ ସଂଗ୍ରହ କରାଯିବ
ଗ୍ରୀନ୍‍ କରିଡର୍‍ ପ୍ରସ୍ତୁତି ଉପରେ ଗୁରୁତ୍ୱ
ତେବେ ଜୀବନ୍ତ ବ୍ୟକ୍ତିଙ୍କ ତୁଳନାରେ ମୃତ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ଆଣି ଜଣେ ରୋଗୀଙ୍କ ଜୀବନ ବଞ୍ଚାଇବା ଅଧିକ ଉପାଦେୟ। କିନ୍ତୁ ଏହି ପ୍ରକ୍ରିୟା ଏତେଟା ସହଜ ନୁହେଁ। ବଞ୍ଚିବା ଆଶା କ୍ଷୀଣ ଥିବା ରୋଗୀ ଅବା ବ୍ରେନ୍‍ ଡେଡ୍‍ ତଥା ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ସଂଗ୍ରହ ଉପରେ ଗୁରୁତ୍ୱ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ପ୍ରତି ମାସରେ ରାଜ୍ୟ ନୋଡ଼ାଲ ଅଧିକାରୀଙ୍କ ନେତୃତ୍ୱରେ ମୃତ ବ୍ୟକ୍ତିଙ୍କ ଅଙ୍ଗ ପ୍ରତିରୋପଣ ସମ୍ପର୍କରେ ସମୀକ୍ଷା କରାଯିବ। ସରକାରୀ ଓ ଘରୋଇ ହସ୍ପିଟାଲରୁ ମୃତ ଅବା ବ୍ରେନ୍‍ ଷ୍ଟେମ୍‍ ଡେଥ୍‍ ରୋଗୀଙ୍କ ସମ୍ପର୍କରେ ସୋଟ୍ଟୋ ତଥ୍ୟ ସଂଗ୍ରହ କରିବ। ଅଙ୍ଗ ପ୍ରତିରୋପଣ ପାଇଁ ପ୍ରାଧିକୃତ ହସ୍ପିଟାଲକୁ ସୋଟ୍ଟୋ ଅଧିକାରୀ ଯାଇ ଅଙ୍ଗଦାନ ପାଇଁ ଆଲୋଚନା କରିବେ। ଠିକ୍‍ ସମୟରେ ସମ୍ଭାବ୍ୟ ଅଙ୍ଗଦାତାଙ୍କ ନିକଟରେ ପହଞ୍ଚିବା ସହିତ ତାଙ୍କ ପରିବାର ଲୋକଙ୍କ ସହ ଅଙ୍ଗଦାନ ସମ୍ପର୍କରେ ଆଲୋଚନା କରିବେ। ସେମାନଙ୍କୁ ବୁଝାସୁଝା କରି ଅଙ୍ଗଦାନ ଜରିଆରେ ଆଉ କାହାକୁ ନୂଆ ଜୀବନ ଦେବା ପାଇଁ ଉଦ୍ୟମ କରିବେ। ଅଙ୍ଗଦାନ ପାଇଁ ପ୍ରସ୍ତୁତ ଥିବା ମୃତ ବ୍ୟକ୍ତିଙ୍କ ଶବ ବ୍ୟବଛେଦ କରାଇବା ଏବଂ କମ୍‍ ସମୟରେ ଅଙ୍ଗକୁ ସୁରକ୍ଷିତ ଭାବେ ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଗ୍ରୀନ୍‍ କରିଡର ପ୍ରସ୍ତୁତ କରିବା ଦିଗରେ ସୋଟ୍ଟୋ କାମ କରିବ। ଏଥିପାଇଁ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଏକାଧିକ ଅଙ୍ଗ ପ୍ରତିରୋପଣ ପାଇଁ ସୋଟ୍ଟୋ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ନିମନ୍ତେ ପଦକ୍ଷେପ ନେବ।
ଏଥିସହ ଅଙ୍ଗଦାନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଦିଗରେ ମଧ୍ୟ ଅନୁଷ୍ଠାନ କାମ କରିବ। ଅଦ୍ୟାବଧି ରାଜ୍ୟର ୧୦ଟି ହସ୍ପିଟାଲକୁ ଅଙ୍ଗ ପ୍ରତିରୋପଣ ଏବଂ ଟିସ୍ୟୁ ବ୍ୟାଙ୍କ ପରିଚାଳନା ପାଇଁ ଅନୁମତି ପ୍ରଦାନ କରାଯାଇଛି। ତେବେ ମୃତ ବ୍ୟକ୍ତିଙ୍କ ଅଙ୍ଗ ପ୍ରତିରୋପଣକୁ ଅଗ୍ରାଧିକାର ଦେଇ ରାଜ୍ୟରେ ଅଧିକ ସଂଖ୍ୟକ ଅଣ ପ୍ରତିରୋପିତ ଅଙ୍ଗ ସଂଗ୍ରହ କେନ୍ଦ୍ର ସ୍ଥାପନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ବିଏସ୍‍କେୱାଇରେ ଅଙ୍ଗପ୍ରତିରୋପଣକୁ ସାମିଲ କରିବା ପାଇଁ ବିଚାର କରାଯିବ। ଅଙ୍ଗ ପ୍ରତିରୋପଣ ନିମନ୍ତେ ଜରୁରୀ ଥିବା ବିଭିନ୍ନ ପ୍ରକାର ପରୀକ୍ଷା ମଧ୍ୟରୁ ଅଧିକ ଜରୁରୀ ଥିବା କ୍ରସ୍‍ ମ୍ୟାଚିଂ ଟେଷ୍ଟ ସୁବିଧା କେବଳ ଆପୋଲୋ ହସ୍ପିଟାଲରେ ଉପଲବ୍ଧ ହେଉଛି। ତେଣୁ ମୃତ ଦେହ ସଂରକ୍ଷଣ କରି ରଖିବା, ପରୀକ୍ଷା ନିରୀକ୍ଷା ଏବଂ ଅଙ୍ଗ ବାହାର କରିବା ଆଦି ବାବଦ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ସରକାରଙ୍କ ଅନୁମୋଦନ ନିଆଯିବ। କିଡ୍‍ନୀ, ଲିଭର୍‍ ଏବଂ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଉପରେ ଅଧିକ ଗୁୁରୁତ୍ୱ ଦିଆଯିବ। ଏସ୍‍ସିବି ମେଡିକାଲ କଲେଜରେ କ୍ରସ୍‍ ମ୍ୟାଚ୍‍ ଏବଂ ଅନ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ। ୨୦୨୧ ମସିହାରେ ଆଗାମୀ ୫ ବର୍ଷ ନିମନ୍ତେ ରାଜ୍ୟ ସରକାର ସୋଟ୍ଟୋକୁ ୭.୫୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି।