Padmapur byelection - The Sakala

ପଦ୍ମପୁରରେ ହାରିବା ପରେ ମୁହଁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି ଜୟନାରାୟଣ ମିଶ୍ର : ତାରା ପ୍ରସାଦ ବାହିନିପତି
ଭୁବନେଶ୍ବର : ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୧୮ ବିଜେପୁର ଉପନିର୍ବାଚନ ଯେଉଁ ବାର୍ତ୍ତା ଦେଇଥିଲା; ୨୦୨୪ ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ୨୦୨୨ର ପଦମ୍‍ପୁର ନିର୍ବାଚନ ଫଳ ଅନୁରୂପ ଆଭାସ ଦେଇଛି କି ? ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ, ନିର୍ବାଚନ ସମୀକ୍ଷକ ଓ ରାଜନୈତିକ ବିଶେଷଜ୍ଞମାନଙ୍କ ପାଇଁ ଏବେ ଏହା ବିଶ୍ଳେଷଣର ବିଷୟ ହୋଇଛି।ପଦମ୍‍ପୁର ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଥିବା କେହି ଅସ୍ୱୀକାର କରିବେ ନାହିଁ। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପଦମ୍‍ପୁରରେ ଲଢ଼ୁଥିବା ‘ସମ୍ମାନ’ ଲଢ଼େଇରେ କଂଗ୍ରେସ ପ୍ରଚଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ବିଜେପିର ଅହଂକାରୀ ରଣନୀତି ଭୂତଳଶାୟୀ ହୋଇଛି। ଗତ ନିର୍ବାଚନରେ ବିଜେପିର ପରାଜୟ ବ୍ୟବଧାନ ଉପନିର୍ବାଚନରେ ୮ଗୁଣରୁ ଅଧିକକୁ ବୃଦ୍ଧି ପାଇଛି। ଏପରିକି ବିଜୟ ରଞ୍ଜନ ସିଂହ ବରିହା ବିଜେପିକୁ ମାତ୍ର ୫ ହଜାର ବ୍ୟବଧାନରେ ପରାଜିତ କରିଥିବାବେଳେ ତାଙ୍କ ଝିଅ ବର୍ଷା ସିଂହ ବରିହାଙ୍କ ବିଜୟ ବ୍ୟବଧାନ ୪୨ ହଜାର ଅତିକ୍ରମ କରିଛି।

ତେବେ ବିଜେପିର ଏହି ଶୋଚନୀୟ ପରାଜୟକୁ ବିଜେପି ନେତାମାନେ ହଜମ କରିପାରୁନାହାନ୍ତି। ଦଳ କାହିଁକି ହାରିଲା, ଅଙ୍କ କେଉଁଠି ଭୁଲ ରହିଲା ତାହା ବିଶ୍ଲେଷଣ କରିବା ପରିବର୍ତ୍ତେ ଅବାନ୍ତର ଓ ମିଛ କଥା କହି ପରାଜୟ ପରେ ମୁହିଁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବିଜେପି ନେତା। ଏହି ନେତାମାନଙ୍କ ମଧ୍ୟ ସର୍ବାଗ୍ରେ ରହିଛନ୍ତି ବିଧାନସଭା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର। ପଦ୍ମପୁରରେ ବିଜେପିର ବିଜୟ ହେଉଥିବା ନେଇ ଡିଣ୍ଡିମ ପିଟୁଥିବା ଏହି କୁହାଳିଆ ନେତା ପରାଜୟ ପରେ ଏବେ ମୁହଁ ଲୁଚାଇବାକୁ କଂଗ୍ରେସ ଉପରକୁ ଦୋଷ ଠେଲି ଦେଉଛନ୍ତି।

ଅନ୍ୟପଟେ କଂଗ୍ରେସକୁ ନେଇ ଜୟନାରାୟଣ ମିଶ୍ର ଦେଇଥିବା ବିବାଦୀୟ ବୟାନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନିପତି। ପଦ୍ମପୁର ରେଜଲ୍ଟକୁ ନେଇ ଜୟନାରାୟଣଙ୍କ ବିବାଦୀୟ ବୟାନର କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ମିଶ୍ରବାବୁଙ୍କୁ କରିଛନ୍ତି ଟାର୍ଗେଟ । ନିର୍ବାଚନରେ ବିଜେଡି-କଂଗ୍ରେସ ଡିଲ ଆକ୍ଷେପ ଉପରେ ଦଳ ତରଫରୁ ପ୍ରତିକ୍ରିୟା ରଖିଛନ୍ତି ତାରା । କିଛି ପ୍ରମାଣ ନଥାଇ ଏଭଳି ଆକ୍ଷେପ କରିବା ଅନୁଚିତ ବୋଲି ତାରା ଜୟନାରାୟଣଙ୍କୁ ବୁଝାଇ କହିଛନ୍ତି ।

ଆଜି ବିଧାନସଭା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ବିଜେପିର ପଦ୍ମପୁର ପରାଜୟ ନେଇ କଂଗ୍ରେସକୁ ଦୋଷ ଦେଇଛନ୍ତି। ସେ କହିଥିଲେ ଯେ ପଦ୍ମପୁରରେ ଜିତିବା ପାଇଁ ହୋଇଥିଲା ଡିଲ୍‌। କଂଗ୍ରେସ  ବିଜେଡି ମଧ୍ୟରେ ଡିଲ ହୋଇଥିଲା। ସମ୍ପୂର୍ଣ୍ଣ ଭୋଟ ବିଜେଡିକୁ ଟ୍ରାନ୍ସଫର ପାଇଁ କଂଗ୍ରେସ ନେତୃତ୍ୱଙ୍କ ପ୍ରତିଶ୍ରୁତି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ପଦ୍ମପୁର ଯାଇଥିଲେ। ଆଉ ବିଜେଡିର ବିଜୟର ମୁଖ୍ୟ କାରଣ କଂଗ୍ରେସ ବୋଲି ଜୟନାରାୟଣ କହିଥିଲେ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି କୌଣସି ତଥ୍ୟ କିମ୍ବା ପ୍ରମାଣ ନଥାଇ ଏମିତି କହିବା ଅନୁଚିତ। ଏଭଳି କଥା କହି ନିଜ ସହ ଦଳର ମଧ୍ୟ ଓଜନ କମ୍ କରୁଛନ୍ତି ଜୟନାରାୟଣ । ଏହାସହିତ କଂଗ୍ରେସ କେବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସଲାସୁତୁରା କରିନାହିଁ ବୋଲି ସଫା ସଫା କହିଛନ୍ତି ତାରା । ତେବେ ପଦ୍ମପୁରରେ ହାରିବା ପରେ ମୁହଁ ଲୁଚାଇବା ପାଇଁ ଏବଂ ମୁହଁ ଧୋଇବା ପାଇଁ ବିଜେପି ଏମିତି କହୁଛି ବୋଲି ତାରା ଓଲଟା ପ୍ରତିକ୍ରିୟା ରଖିଛନ୍ତି ।

ପଦ୍ମପୁରରେ ବାଜିଲା ଶଙ୍ଖ : ୪୨ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ବୃହତ ବିଜୟ ହାସଲ କଲା ବିଜୁ ଜନତା ଦଳ
ପଦ୍ମପୁର : ପଦ୍ମପୁରରେ ବିଜେଡିର ବୃହତ ବିଜୟ। ପଦ୍ମପୁର ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ବର୍ଷା ସିଂହ ବରିହା ପ୍ରାୟ ୪୨ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ନେଇ ମତଦାନ ହୋଇଥିବା ବେଳେ ଆଜି ଭୋଟ ଗଣତି କରାଯାଉଥିଲା। ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଏହାପରେ ୮ଟା.୩୦ରୁ ଇଭିଏମ ଗଣତି ଆରମ୍ଭ ହୋଇଥିଲା।  ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେଉଥିବା ବେଳେ ବର୍ତ୍ତମାନ ସମ୍ପୁର୍ଣ୍ଣ ୨୩ ରାଉଣ୍ଡର ଗଣତି ଶେଷ ହୋଇଛି। ଏଥିରେ ବିଜେଡି଼ ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୪୨ ହଜାରରୁ ଭୋଟରେ ପରାସ୍ତ କରିଛନ୍ତି । ଗଣତି ଆରମ୍ଭରୁ ହିଁ ବର୍ଷା ବିଜେପି ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିଥିଲେ । ପ୍ରତି ରାଉଣ୍ଡରେ ବିଜେଡ଼ି ସଂଖ୍ୟାଧିକ ଭୋଟ୍ ସହିତ ବିଜେପି ଠାରୁ ଆଗରେ ରହିଥିଲା । କୌଣସି ଗୋଟିଏ ରାଉଣ୍ଡରେ ମଧ୍ୟ ବିଜେପି ଭୋଟରେ ବିଜେଡ଼ିକୁ ପଛରେ ପକାଇ ପାରିନଥିଲା । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ଥିତି ଦୟନୀୟ ଥିଲା । ଭୋଟର ବିଜେପିକୁ ପ୍ରତ୍ୟାଖାନ କରିଥିବା ବେଳେ କଂଗ୍ରେସର ରାଜନୈତିକ ପ୍ରାସଙ୍ଗିକତାକୁ ଉପନିର୍ବାଚନରେ ପ୍ରଶ୍ନ କରିଛନ୍ତି ।

ପଦ୍ମପୁରରେ ୨୩ ରାଉଣ୍ଡ ଗଣତି ଶେଷ ଶୁଦ୍ଧା ବିଜେଡି଼ ପ୍ରାର୍ଥୀ ବର୍ଷା ସିଂ ବରିହା ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ  ୭୬ ହଜାର ୮୭୪ ଖଣ୍ଡ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୩ ହଜାର ୫୪୮ ଖଣ୍ଡ ଭୋଟ୍‌ ପାଇଛନ୍ତି। ବିଜେଡି଼ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ପଦମପୁର ଭୋଟର ସମର୍ଥନ ଦେଇଛନ୍ତି । ବିଜେପିର ସବୁ ପ୍ରକାରର ନକରାତ୍ମକ ପ୍ରଚାରକୁ ଭୋଟର ପ୍ରତ୍ୟାଖାନ କରି ପ୍ରସଙ୍ଗ ଭିତ୍ତିକ ନିର୍ବାଚନକୁ ସମର୍ଥନ କରିଥିବା ଉପନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଛି । ବିଜେପି କେବଳ ପ୍ରଚାରର ହାୱା ସୃଷ୍ଟି କରି ଉପନିର୍ବାଚନୀ ବୈତରଣୀ ପାର ହେବା ଲକ୍ଷ୍ୟରେ ଥିଲା ବୋଲି ରାଜନୈତିକ ବିଶ୍ଲେଷକ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଦିନକୁ ଦିନ ବଢ଼଼ିବାରେ ଲାଗିଛି ଏବଂ ତଦନୁରୂପ ବିଜେଡି ବି ଶକ୍ତିଶାଳୀ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବାର ପ୍ରଥମ ଦିନରୁ ନବୀନ ସମସ୍ତଙ୍କ ପାଇଁ ଏକ ଅନ୍ତରଙ୍ଗ ଅବୋଧ୍ୟ ପାଲଟିଛନ୍ତି। ଦଳ ହେଉ ବା ସରକାର ସବୁକ୍ଷେତ୍ରରେ ନିଷ୍ଠା ଓ ସ୍ୱଚ୍ଛତା ଭିନ୍ନ ବ୍ୟକ୍ତିଗତ ସମ୍ପର୍କ ବା ପ୍ରିୟପଣିଆର କୌଣସି ମୂଲ୍ୟ ନାହିଁ ତାହା ଅନେକବାର ନବୀନ ପ୍ରମାଣିତ କରିଛନ୍ତି। ଯେଉଁଥିପାଇଁସରକାରକୁ ନିନ୍ଦିତ କରିବାକୁ ବିଭିନ୍ନ ସମୟରେ ବିରୋଧୀମାନେ ବହୁ ପ୍ରଚେଷ୍ଟା କରିଥିଲେ ହେଁ ନବୀନଙ୍କ ସଫେଦ ପୋଷାକରେ କାଳି ଚିହ୍ନଟିଏ ବି ପକାଇବାକୁ ସମର୍ଥ ହୋଇ ନାହାନ୍ତି। ବ୍ୟକ୍ତିଗତ ଲୋଭ ଓ ଆକାଂକ୍ଷାଠାରୁ ଦୂରରେ ରହି ପାରିଲେ ଜଣେ ସାଧାରଣ ଲୋକମାନଙ୍କର ନିକଟତର ହୋଇପାରିବ ତାହା ନବୀନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇ ସାରିଛି। ଯାହା ବିଜେଡି ପାଇଁ ଆଶୀର୍ବାଦ ହୋଇଛି।

ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ରହିଥିବା ବେଳେ ପଦ୍ମପୁର ଉପନିର୍ବାଚନ  ରାଜ୍ୟରେ ନିର୍ବାଚନୀ ବାତାବରଣକୁ ଗରମ କରିଥିଲା। ବିଜେଡିର ବରିଷ୍ଠ ନେତା ତଥା ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ମୃତ୍ୟୁ ପରେ ଏହି ଉପନିର୍ବାଚନରେ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା। ତେବେ ବର୍ଷାଙ୍କ ବିପକ୍ଷରେ ବଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ବେଳେ ମାଳମାଳ କେନ୍ଦ୍ରମନ୍ତ୍ରୀ ତାଙ୍କ ପାଇଁ ପ୍ରଚାର କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ସବୁକିଛି ଫେଲ ମାରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ବରଗଡ଼ ଜିଲ୍ଲାର ବିଜେପୁରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ୨୦୨୨ରେ ପଦ୍ମପୁରରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ନବୀନ ଝଡ଼ ବିରୋଧୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛି।

ଆସୁଛି ପଦ୍ମପୁର ଫଳ : ବଡ଼ ବିଜୟ ମୁହାଁ ବିଜୁ ଜନତା ଦଳ
ପଦ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଦିନକୁ ଦିନ ବଢ଼଼ିବାରେ ଲାଗିଛି ଏବଂ ତଦନୁରୂପ ବିଜେଡି ବି ଶକ୍ତିଶାଳୀ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବାର ପ୍ରଥମ ଦିନରୁ ନବୀନ ସମସ୍ତଙ୍କ ପାଇଁ ଏକ ଅନ୍ତରଙ୍ଗ ଅବୋଧ୍ୟ ପାଲଟିଛନ୍ତି। ଦଳ ହେଉ ବା ସରକାର ସବୁକ୍ଷେତ୍ରରେ ନିଷ୍ଠା ଓ ସ୍ୱଚ୍ଛତା ଭିନ୍ନ ବ୍ୟକ୍ତିଗତ ସମ୍ପର୍କ ବା ପ୍ରିୟପଣିଆର କୌଣସି ମୂଲ୍ୟ ନାହିଁ ତାହା ଅନେକବାର ନବୀନ ପ୍ରମାଣିତ କରିଛନ୍ତି। ଯେଉଁଥିପାଇଁସରକାରକୁ ନିନ୍ଦିତ କରିବାକୁ ବିଭିନ୍ନ ସମୟରେ ବିରୋଧୀମାନେ ବହୁ ପ୍ରଚେଷ୍ଟା କରିଥିଲେ ହେଁ ନବୀନଙ୍କ ସଫେଦ ପୋଷାକରେ କାଳି ଚିହ୍ନଟିଏ ବି ପକାଇବାକୁ ସମର୍ଥ ହୋଇ ନାହାନ୍ତି। ବ୍ୟକ୍ତିଗତ ଲୋଭ ଓ ଆକାଂକ୍ଷାଠାରୁ ଦୂରରେ ରହି ପାରିଲେ ଜଣେ ସାଧାରଣ ଲୋକମାନଙ୍କର ନିକଟତର ହୋଇପାରିବ ତାହା ନବୀନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇ ସାରିଛି। ଯାହା ବିଜେଡି ପାଇଁ ଆଶୀର୍ବାଦ ହୋଇଛି।

ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ରହିଥିବା ବେଳେ ପଦ୍ମପୁର ଉପନିର୍ବାଚନ  ରାଜ୍ୟରେ ନିର୍ବାଚନୀ ବାତାବରଣକୁ ଗରମ କରିଥିଲା। ବିଜେଡିର ବରିଷ୍ଠ ନେତା ତଥା ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ମୃତ୍ୟୁ ପରେ ଏହି ଉପନିର୍ବାଚନରେ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା। ତେବେ ବର୍ଷାଙ୍କ ବିପକ୍ଷରେ ବଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ବେଳେ ମାଳମାଳ କେନ୍ଦ୍ରମନ୍ତ୍ରୀ ତାଙ୍କ ପାଇଁ ପ୍ରଚାର କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ସବୁକିଛି ଫେଲ ମାରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ବରଗଡ଼ ଜିଲ୍ଲାର ବିଜେପୁରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ୨୦୨୨ରେ ପଦ୍ମପୁରରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ନବୀନ ଝଡ଼ ବିରୋଧୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛି।

ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ନେଇ ମତଦାନ ହୋଇଥିବା ବେଳେ ଆଜି ଭୋଟ ଗଣତି କରାଯାଉଛି। ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ସେହିପରି ୮ଟା.୩୦ରୁ ଇଭିଏମ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ତେବେ ଏହାରି ମଧ୍ୟରେ ପଦ୍ମପୁରର ୧୧ତମ  ରାଉଣ୍ଡର ଗଣତି ଶେଷ ହୋଇଥିବା ବେଳେ ବିଜୁ ଜନତା ଦଳ ବହୁ ଆଗରେ ରହିଛି। ପ୍ରଥମ ରାଉଣ୍ଡରୁ ବିଜେଡି ଆଗୁଆ ରହିବାର ଟ୍ରେଣ୍ଡ ରହିଆସିଥିବା ବେଳେ ୧୧ତମ ରାଉଣ୍ଡ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଯାହାକୁ ନେଇ ବିଜେଡି ଶିବିରରେ ଖୁସିର ମାହୋଲ ଖେଳି ଯାଇଛି। ପଦ୍ମପୁର ବିଜେଡି କର୍ମମାନେ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି।

ପଦ୍ମପୁର ଉପନିର୍ବାଚନ ଭୋଟ୍‌ ଗଣତିରେ ୧୧ ତମ ରାଉଣ୍ଡ ସୁଦ୍ଧା ବିଜେଡି ୨୧,୩୫୧ ଭୋଟରେ ଆଗୁଆ ରହିଛି। ବର୍ତ୍ତମାନ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୯,୪୧୬ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପରୋହିତ ୩୮,୦୬୫ଭୋଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୨୦୮୫ଖଣ୍ଡ ଭୋଟ୍‌ ପାଇଛନ୍ତି।

ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ।ଗଣତି ପାଇଁ ବିଏସ୍ଏଫ୍, ରାଜ୍ୟ ସଶସ୍ତ୍ର ପୁଲିସ୍ ବାହିନୀ ଓ ଜିଲ୍ଲା ପୁଲିସ୍‌କୁ ନେଇ ହୋଇଛି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା । କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡାଯିବ। ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି ।

ପଦ୍ମପୁରରେ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ଜଣ ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ସେମାନଙ୍କ ଭାଗ୍ୟ ପରୀକ୍ଷାଫଳ ଜଣାପଡିବ। ଏଠାରେ ସୂଚନାତଥାଉକି,ଏହି ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଅର୍ଥାତ୍ ୮୧.୨୯ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ।

ପଦ୍ମପୁର ରେଜଲ୍ଟ : ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ଆଗୁଆ
ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ନେଇ ଚାଲିଛି ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ସେହିପରି ୮ଟା.୩୦ରେ ଇଭିଏମ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ତେବେ ଏହାରି ମଧ୍ୟରେ ପ୍ରଥମ ରାଉଣ୍ଡ ଭୋଟ୍‌ ଗଣତି ଶେଷ ହୋଇଛି। ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି।

ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୫୦୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩୭୮୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୨୦୬ ଖଣ୍ଡ ଭୋଟ୍‌ ପାଇଛନ୍ତି। ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା  ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ।ଗଣତି ପାଇଁ ବିଏସ୍ଏଫ୍, ରାଜ୍ୟ ସଶସ୍ତ୍ର ପୁଲିସ୍ ବାହିନୀ ଓ ଜିଲ୍ଲା ପୁଲିସ୍‌କୁ ନେଇ ହୋଇଛି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା । କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡାଯିବ। ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି ।

ପଦ୍ମପୁର ଉପନିର୍ବାଚନ: ଶାନ୍ତି ଶୃଙ୍ଖଳାର ସହ ସରିଲା ମତଦାନ, ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ଵର: ଶାନ୍ତି ଶୃଙ୍ଖଳାର ସହ ପଦ୍ମପୁରରେ ସରିଲା ଭୋଟ୍। ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଉପ ନିର୍ବାଚନରେ ଉତ୍ସାହର ସହ ଭୋଟ୍ ଦେଇଛନ୍ତି ପଦ୍ମପୁରବାସୀ । ଏଥର ରେକର୍ଡ ସଂଖ୍ୟାରେ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସନ୍ଧ୍ୟା ୬ଟା ସୁଦ୍ଧା ୮୦.୦୫ ପ୍ରତିଶତ ମତଦାନ ହୋଇଥିଲା । ୪ଟା ପରେ ଯେଉଁମାନେ ବୁଥ ଭିତରେ ରହିଥିଲେ ସେମାନଙ୍କୁ ଭୋଟ ଦେବା ପାଇଁ ସୁଯୋଗ ଦିଆଯାଇଥିଲା। ପ୍ରାୟ ୮୯ଟି ବୁଥରେ ୧୨ ହଜାର ଭୋଟର ୪ଟା ପରେ ମତଦାନ କରିଥିଲେ ।

ସୂଚନା ଅନୁଯାୟୀ, ପଦ୍ମପୁରରେ ସକାଳ ୭ଟାରୁ ଆରମ୍ଭ ହୋଇଯାଇଥିଲା ମତଦାନ ପ୍ରକ୍ରିୟା । ଭୋଟ୍ ଦେବାକୁ ଲମ୍ବା ଧାଡ଼ି ଲଗାଇଥିଲେ ଭୋଟର । ୩୧୯ ବୁଥରେ ମତଦାନ କରିଥିଲେ ଭୋଟର । ୪ଟି ବୁଥରେ ଇଭିଏମ ଅଚଳ ହୋଇଥିବାରୁ ମତଦାନ ସାମାନ୍ୟ ବିଳମ୍ବ ହୋଇଥିଲା। ସେସବୁ ବୁଥରେ ସଙ୍ଗେ ସଙ୍ଗେ ଇଭିଏମ ପରିବର୍ତ୍ତନ କରାଯାଇ ଭୋଟିଂ କରାଯାଇଥିଲା । ଅପରାହ୍ନ ୪ଟାରେ ମତଦାନ ପ୍ରକ୍ରିୟା ସରିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ୮୯ଟି ବୁଥରେ ଅନେକ ଲୋକ ଭୋଟ୍ ଦେବା ପାଇଁ ଧାଡ଼ିରେ ରହିଥିବାରୁ ସେସବୁ ବୁଥରେ ସଂଧ୍ୟା ସାଢ଼େ ୬ଟା ଯାଏଁ ଭୋଟିଂ କରାଯାଇଥିଲା । ଏବେ ୩୧୯ ବୁଥରୁ ଇଭିଏମ ମେସିନଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ନିଆଯାଇ ପଦ୍ମପୁର ଆରଏମସିରେ ରଖାଯାଇଛି । ଷ୍ଟ୍ରଙ୍ଗରୁମ୍କୁ ସିସିଟିଭି ନଜରରେ ରଖାଯିବା ସହ ଦ୍ବି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଖବର ଅନୁଯାୟୀ, ମୋଟ୍‌ ୩୧୯ଟି ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ୨ ଲକ୍ଷରୁ ଅଧିକ ଭୋଟର । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା କରାଯାଇଥିଲା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଥିଲା। ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଥିଲେ । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଥିଲେ । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିଲା।

୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ଥିଲେ । ବରଗଡ଼ ଜିଲ୍ଲା ମାଓପ୍ରବଣ ହୋଇଥିବାରୁ ୧୪୧୩ ପୁଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୁଲିସ ବାହିନୀ ମୁତୟନ କରାଯାଇଥିଲା । ୭୪ଟି ନକ୍ସଲପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଥିଲେ । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ କରାଯାଇଥିଲା । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଥିଲା ।

ପଦ୍ମପୁର ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ: ଦିନ ୧ ଟା ସୁଦ୍ଧା ୪୬.୯୬ ପ୍ରତିଶତ ଭୋଟ୍‌
ଭୁବନେଶ୍ବର : ଶାନ୍ତିଶୃଙ୍ଖଳା ସହ ଚାଲିଛି ପଦମପୁର ଉପନିର୍ବାଚନ ପାଇଁ ମତଦାନ । ବିଭିନ୍ନ ବୁଥରେ ଲମ୍ବା ଲାଇନରେ ଛିଡ଼ା ହୋଇ ଭୋଟ ଦେଉଛନ୍ତି ଭୋଟର। ଅପରାହ୍ନ ୧ଟା  ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଛି। ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି, ଏଯାଏଁ କୌଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ଘଟିବାର ସୂଚନା ନାହିଁ। ସକାଳ ୭ଟାରୁ ୩୧୯ଟି ବୁଥରେ ମତଦାନ ଚାଲିଛି। ଏଥିପାଇଁ ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମତଦାନ ପ୍ରକ୍ରିୟା ସରିଲେ ପୋଲିଂ ପାର୍ଟିମାନେ କିପରି ସୁରକ୍ଷିତ ଭାବେ ଫେରିବେ ସେଥିଲାଗି ବି ବନ୍ଦୋବସ୍ତ ହୋଇଛି। ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ,୩୬ ସେକ୍ଟର ଅଫିସର, ୪୫ମୋବାଇଲ ପୋଲିସ ପାର୍ଟି ତନଖି କରୁଛନ୍ତି ।

ଶୀତଦିନ ଓ ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ । ୩୧୯ଟି ବୁଥରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି ।

ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି । ଇଭିଏମ୍ ତ୍ରୁଟି ଦୂର ପାଇଁ ଆବଶ୍ୟକ ଇଭିଏମ୍ ଓ ଟେକ୍ନିସିଆନ୍ ଉପସ୍ଥିତ ଅଛନ୍ତି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ୧୫ଟି ମଡେଲ ବୁଥରେ ରାମ୍ପ, ଅସ୍ଥାୟୀ ସେଡ୍, ପିଇବା ପାଣି ବ୍ୟବସ୍ଥା କରାଯାଇଛି । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଛନ୍ତି । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା । ୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ହୋଇଛନ୍ତି ।

ବରଗଡ଼ ଜିଲ୍ଲା ମାଓବାଦୀ ପ୍ରବଣ ହୋଇଥିବାରୁ ୧୪୧୩ ପୋଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୋଲିସ ବାହିନୀ ମୁତୟନ କରାଯାଇଛି । ୭୪ଟି ନକ୍ସଲ ପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଛନ୍ତି । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଛି ।

ଭୋଟ୍‌ ଦେଉଛି ପଦ୍ମପୁର : ଶାନ୍ତିଶୃଙ୍ଖଳାର ସହ ୩୧୯ ବୁଥ୍‌ରେ ଚାଲିଛି ମତଦାନ
ପଦ୍ମପୁର :ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ଏହା ଅପରାହ୍ଣ ୪ଟା ଯାଏ ଚାଲିବ। ଆଜି ସକାଳୁ ଭୋଟଗ୍ରହଣ କେନ୍ଦ୍ରରେ ମକ୍‌ ପୋଲ୍ କରାଯାଇଥିଲା । ଏହାପରେ ସକାଳ ୭ରୁ ଆରମ୍ଭ ହୋଇଥିଲା ଭୋଟଗ୍ରହଣ।

ପଦ୍ମପୁର ନିର୍ବାଚନ ମଣ୍ଡଳୀର ମୋଟ୍ ୩୧୯ ବୁଥରେ ୨ ଲକ୍ଷ ୬୯ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ସେଥିମଧ୍ୟରୁ ୧ ଲକ୍ଷ ୩୦ ହଜାର ୩୩୧ ପୁରୁଷ ଓ ୧ ଲକ୍ଷ ୨୮ ହଜାର ୯୮୧ ମହିଳା ଭୋଟର ଅଛନ୍ତି। ଭୋଟ୍ ଗ୍ରହଣ ପାଇଁ ମୋଟ୍ ୧୨ ଶହ ୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ମୋଟ୍ ୧୨୦ ବୁଥ ୱେବ୍ କାଷ୍ଟିଂ ବ୍ୟବସ୍ଥା ସାଙ୍ଗକୁ ୬୬ଟି ବୁଥ୍ ସିସିଟିଭି ସର୍ଭେଲାନ୍ସ ଭିତରେ ରହିଛି।ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

ସମ୍ବେଦନଶୀଳ ଚିହ୍ନଟ ୭୯ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି। ମାଓ ଅଧ୍ୟୁଷିତ ୭୪ଟି ବୁଥ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ୨୦୬ ପୁଲିସ୍ ଅଫିସର, ୨୧ ପ୍ଲାଟୁନ୍ ‌ଆର୍ମଡ ପୁଲିସକୁ ମିଶାଇ ମୋଟ୍ ୧୪୧୩ ପୁଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ୯ କଂପାନି କେନ୍ଦ୍ରୀୟ ଫୋର୍ସକୁ ମଧ୍ୟ ନିୟୋଜିତ ଅଛନ୍ତି। ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ୪୪ ଜଣ ସେକ୍ଟର ଅଧିକାରୀଙ୍କୁ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ ଦିଆଯାଇଛି। କୌଣସି ବୁଥରେ ଇଭିଏମ୍ ଜନିତ ତ୍ରୁଟି ପରିଲକ୍ଷିତ ହେଲେ ଅଧଘଣ୍ଟା ଭିତରେ କିଭଳି ତାହା ପରିବର୍ତ୍ତନ ହୋଇପାରିବ ସେ ବ୍ୟବସ୍ଥା ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ କହିଛନ୍ତି ଯେ ମତଦାନ ନ ସରିବା ଯାଏଁ କୌଣସି ଗଣମାଧ୍ୟମ ଅଥବା ଅନ୍ୟ କୌଣସି ସଂସ୍ଥା ଏକ୍‍ଜିଟ୍‍ ପୋଲ୍‍ କିମ୍ବା ଓପିନିୟନ୍‍ ପୋଲ୍‍ କରାଇ ପାରିବେ ନାହିଁ। ଯଦି ନିୟମ ବିରୋଧରେ ଯାଇ କୌଣସି ସଂସ୍ଥା ଏପରି କରନ୍ତି, ତେବେ ଆଇନ ଅନୁଯାୟୀ ନିଶ୍ଚୟ ଦଣ୍ଡିତ ହେବେ। ନିର୍ବାଚନକୁ ଦୃଷ୍ଟିରେ ରଖି ଡିସେମ୍ବର ୫ ତାରିଖକୁ ସ୍ଥାନୀୟ ଅଞ୍ଚଳରେ ଛୁଟି ଭାବେ ଘୋଷଣା କରାଯାଇଛି। ପଦ୍ମପୁରରେ ଥିବା ବିଭିନ୍ନ ସଂସ୍ଥା ଭୋଟ ଦିନ ବନ୍ଦ ରହିବ। ପଦ୍ମପୁରନିବାସୀ କୌଣସି ସରକାରୀ କର୍ମଚାରୀ ଦୂରରେ ରହୁଥିଲେ ୩ ଦିନ କାଜୁଆଲ୍‍ ଲିଭ୍‍ ନେଇ ଭୋଟ ଦେଇପାରିବେ ବୋଲି ସିଇଓ କହିଛନ୍ତି। ମୋଟ ୩୧୯ଟି ବୁଥ୍‍ରୁ ୩୦୬ଟି ବୁଥ୍‍ର ନାମ ପରିବର୍ତ୍ତନ କରାଯାଇଛି। ସେହିପରି ବୁଥ୍‍ ନଂ ୨୪୧,୨୪୨ ଏବଂ ୨୯୫କୁ ନିକଟସ୍ଥ ଅଞ୍ଚଳକୁ ସ୍ଥାନ୍ତାନ୍ତର କରାଯାଇଛି। ସମସ୍ତ ବୁଥ୍‍ଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଇଭିଏମ୍‍ ଏବଂ ଭିଭିପ୍ୟାଟ ମେସିନ୍‍ ରହିଛି। ରିଜର୍ଭ ଭାବେ ମଧ୍ୟ ଇଭିଏମ୍‍ ଏବଂ ଭିଭିପ୍ୟାଟ୍‍ ମେସିନ୍‍ ରଖାଯାଇଛି।

କୌଣସି ଇଭିଏମ ତ୍ରୁଟି ଦେଖାଗଲେ, ତାହାକୁ ଗଣମାଧ୍ୟମ ଅତିରଞ୍ଜିତ କରି ପ୍ରସାରଣ ନ କରୁ ବୋଲି ସିଇଓ ପରାମର୍ଶ ଦେଇଛନ୍ତି। ପଦ୍ମପୁରରେ ୨,୫୭,୪୭୪ ଭୋଟର ମତଦାନ କରିବେ। ଭୋଟର ପରିଚୟପତ୍ର ବ୍ୟତୀତ ୧୨ଟି ଅନ୍ୟ ବିକଳ୍ପ ପରିଚୟ ଦେଖାଇ ଭୋଟର ମତଦାନ କରିପାରିବେ। ଏହା ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ, ମନରେଗା କାର୍ଡ, ଆଧାର କାର୍ଡ, ସରକାରୀ କର୍ମଚାରୀ କାର୍ଡ, ରାସନ କାର୍ଡ ଇତ୍ୟାଦି ରହିଛି। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ଜାରି ରହିଛି। ପ୍ରତି ବୁଥ୍‍ ବାହାରେ ହେଲ୍ପ ଡେସ୍କ ପ୍ରତିଷ୍ଠା କରାଯାଇଛି। ଗାଁଗୁଡ଼ିକରେ ନିୟୋଜିତ ଭିଏଲଓ ଏହି ହେଲ୍ପ ଡେସ୍କରେ କାର୍ଯ୍ୟ କରିବେ। ଦିବ୍ୟାଙ୍ଗ ଭୋଟମାନଙ୍କ ପାଇଁ ଘରୁ ନେବା ଆଣିବା ପାଇଁ ସ୍ୱତନ୍ତ୍ର ଯାନବାହାନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ରାୟ ୯୭ଟି ଗାଡ଼ି ବ୍ୟବସ୍ଥା କରାଯାଇଛି।

ନିର୍ବାଚନମଣ୍ଡଳୀର ମୋଟ ୭୯ଟି ବୁଥ୍‍ ସମ୍ବେଦନଶୀଳ ରହିଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ଅଧୀନରେ ୯୧ ଜଣ ମାଇକ୍ରୋ ଅବ୍‍ଜରଭର୍‍ ରହିଛନ୍ତି। ୧୫ଟି ବୁଥ୍‍କୁ ମଡେଲ ବୁଥ୍‍ ଘୋଷଣା କରାଯିବା ସହ ସ୍ୱତନ୍ତ୍ର ସୁବିଧା କରାଯାଇଛି। ଏହା ବ୍ୟତୀତ ୬ଟି ବୁଥ୍‍ରେ ସମସ୍ତ ଅଧିକାରୀ ମହିଳା ରହିଛନ୍ତି। ରାଜ୍ୟ ମୁଖ୍ୟାଳୟରୁ ପୋଲିଂ ଅଧିକାରୀମାନେ ବରଗଡ଼ ଜିଲ୍ଲା ପଦ୍ମପୁରସ୍ଥିତ ଆରଏମସି ମାର୍କେଟ ଗସ୍ତ କରିଥିଲେ। ସେହି ସ୍ଥାନରୁ କର୍ମଚାରୀମାନେ ନିଜ ନିଜ ବୁଥକୁ ଯାଇଥିବା ଜଣାପଡ଼ିଛି। ସାମଗ୍ରିକ ଭାବେ ୨୦୬ ପୁଲିସ୍‍ ଅଧିକାରୀଙ୍କ ସମେତ ୧୪୧୩ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ସେହିପରି ୯ ପ୍ଲାଟୁନ୍‍ ଏକାଧିକ କେନ୍ଦ୍ରୀୟ ସୁରକ୍ଷା ବଳ ପଦ୍ମପୁରରେ ନିଯୁକ୍ତ ହୋଇଛନ୍ତି। ପଦ୍ମପୁର ନିର୍ବାଚନମଣ୍ଡଳୀରେ ୧,୨୯,୪୯୭ ଜଣ ପୁରୁଷ ୧,୨୭,୯୬୫ ଜଣ ମହିଳା, ୧୨ ଜଣ ତୃତୀୟ ଲିଙ୍ଗ ଏବଂ ୧୯୯ ଜଣ ସର୍ଭିସ୍‍ ଭୋଟର ରହିଛନ୍ତି।

ମୁଁ କଥାରେ ନୁହେଁ କାମରେ ବିଶ୍ବାସ କରେ, ପଦ୍ମପୁରବାସୀଙ୍କ ସବୁ ଦାବି ପୂରଣ ହେବ : ମୁଖ୍ୟମନ୍ତ୍ରୀ
ପଦ୍ମପୁର :ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଝାରବନ୍ଧ ତାପରେ ପାଇକମାଳ ଏବଂ ସର୍ବଶେଷରେ ମୁଖ୍ୟମନ୍ତ୍ରୀ ପଦମପୁରରେ ପ୍ରଚାର କରିଛନ୍ତି।ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟ ନୃସିଂହନାଥରୁ ଭାଷଣ ଆରମ୍ଭ କରିଥିଲେ ନବୀନ । ଗଙ୍ଗାଧର ମେହେରଙ୍କ ଏ ପବିତ୍ର ମାଟିକୁ ପ୍ରଣାମ ଜଣାଇବା ସହ ଝାରବନ୍ଧ ଅଞ୍ଚଳବାସୀଙ୍କୁ ଜୁହାର ଜଣାଇ ଏତେ ସଂଖ୍ୟାରେ ସଭାକୁ ଆସିଥିବାରୁ ଚାଷୀ, ମା, କେନ୍ଦୁପତ୍ର ତୋଳାଳୀ ଓ ଜନଜାତି ଭାଇଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ କହିଥିଲେ ଯେ, ସେ ସବୁବେଳେ ଓଡ଼ିଶାବାସୀଙ୍କ ସୁଖ ଦୁଃଖରେ ସାମିଲ ହୋଇଛନ୍ତି।

ବିଜେଡି ସୁପ୍ରିମୋ କହିଛନ୍ତି ଯେ, ସେ ଗରିବଙ୍କ ହକ୍ ପାଇଁ ଲଢୁଛନ୍ତି, କେନ୍ଦୁପତ୍ର ତୋଳାଳୀଙ୍କ କଲ୍ୟାଣ ଓ ହକ୍ ପାଇଁ ତାଙ୍କ ସରକାର କାମ କରୁଛି । ଚାଷୀଙ୍କ କଲ୍ୟାଣ ଓ ହକ୍ ପାଇଁ କାମ କରାଯାଉଅଛି । ମହିଳାଙ୍କୁ ସଶକ୍ତ କରିବାକୁ ଓଡ଼ିଶା ଭଲ କାମ କରିଛି । ମା’ ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ । ଜନଜାତି ଭାଇଙ୍କ କଲ୍ୟାଣ ପାଇଁ କାମ କରୁଛି ତାଙ୍କ ସରକାର। କଥା ନୁହେଁ ସେ କାମରେ ବିଶ୍ୱାସ କରନ୍ତି ବୋଲି ନବୀନ କହିଛନ୍ତି । ପଦ୍ମପୁରବାସୀଙ୍କ ଦାବି ପୂରଣ ହେବ ଓ ସ୍ୱପ୍ନ ସାକାର ହେବ । ବଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଆଶୀର୍ବାଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଣ୍ଡିଆ ମାରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଲେ ଆଶୀର୍ବାଦ ନେଲେ ବର୍ଷା

ପୁଣି ଜନସଭାରେ କାନ୍ଦି ପକାଇଲେ ପଦ୍ମପୁର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ନିର୍ବାଚନୀ ସଭାରେ ଉଦବୋଧନ ଦେବା ସମୟରେ ବାପାଙ୍କ କଥା ମନେ ପକାଇ କାନ୍ଦିଛନ୍ତି ବର୍ଷା । ପଦ୍ମପୁର ବିକାଶ ଧାରାକୁ ଆଗକୁ ନେବା ପାଇଁ ତାଙ୍କୁ ଭୋଟ ଦେବାକୁ ନିବେଦନ କଲେ ।ବିଶାଳ ଜନସଭାରେ ଯୋଗ ଦେଇ ତାଙ୍କ ପ୍ରତି ବ୍ୟକ୍ତିଗତ ଅକ୍ଷେପ କରୁଥିବା ବିରୋଧୀଙ୍କୁ ବର୍ଷା କହିଛନ୍ତି, ‘ ଆପଣଙ୍କର ମା, ଭଉଣୀ ଅଛନ୍ତି, ରାଜନୈତିକ ମନ୍ତବ୍ୟ ଦିଅନ୍ତୁ ହେଲେ କାହାକୁ ବ୍ୟକ୍ତିଗତ ଆକ୍ଷେପ କରନ୍ତୁନାହିଁ’ । ଆଜି ପଦ୍ମପୁର ଝାରବନ୍ଧରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚୋର ବସିଥିଲେ ବର୍ଷା । ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ଭାଷଣ ଦେଇଥିଲେ ବର୍ଷା । ଏହାସହ ଲୋକଙ୍କ ଅଶୀର୍ବାଦ ଭିକ୍ଷା କରିଥିଲେ ।

ପଦ୍ମପୁରରେ ମୁଁ ଜଣେ ଶିକ୍ଷିତ ମହିଳାଙ୍କୁ ପ୍ରାର୍ଥୀ କରିଛି, ବର୍ଷାଙ୍କୁ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ : ନବୀନ ପଟ୍ଟନାୟକ
ପଦ୍ମପୁର : ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ପଡିବ ଭୋଟ୍‌। ନିର୍ବାଚନ ପୂର୍ବରୁ ଆଜି ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ତଥା ବିଜେପି ସୁପ୍ରିମୋ ନବୀନ ପଟ୍ଟନାୟକ। ପଦ୍ମପୁରରେ ଆଜି ମୁଖ୍ୟମନ୍ତ୍ରୀ ୩ଟି ନିର୍ବାଚନୀ ସଭା କରି ଲୋକଙ୍କୁ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି।

ନିର୍ବାଚନୀ ସଭାରେ ନବୀନ କିଛିଦିନ ଦିନ ଧରି ବିଜେପିର ରାଜ୍ୟ ନେତା ଏବଂ କେନ୍ଦ୍ରମନ୍ତ୍ରୀମାନେ କରୁଥିବା ଅପପ୍ରଚାରର କଡା ଜବାବ ଦେବା ସହ ଲୋକଙ୍କ ଆଗରେ ନିଚ୍ଛକ ସତକଥା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେପି ନେତା ମାନେ ୨୦୧୪ରେ କହିଥିଲେ ଏମଏସପି ଦୁଇଗୁଣା କରିବୁ । କିନ୍ତୁ ଏହା ହେଲା କି? ସାର ଦେବାରେ ଅବହେଳା, ଧାନ କିଣିବାରେ ଅବହେଳା, ଚାଷୀଙ୍କୁ ଋଣ ଦେବାରେ ଅବହେଳା କରୁଛି କେନ୍ଦ୍ର । କିନ୍ତୁ ଚାଷୀଙ୍କ କଲ୍ୟାଣ ପାଇଁ ବିଜେଡି ଅନେକ ପଦକ୍ଷେପ ନେଇଛି । ଚାଷୀଙ୍କ ଉନ୍ନତି ପାଇଁ ୧ ହଜାର କୋଟି ଟଙ୍କାର କାମ ହୋଇଛି ।

LIVE : ପଦମପୁରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ସମ୍ବୋଧନ https://t.co/m3qXxiBL1w

— Biju Janata Dal (@bjd_odisha) December 2, 2022

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ବିଜେପିର କିଛି ନେତା ପଚାରୁଛନ୍ତି ନବୀନ ବାବୁ ବିଜେପୁର ପାଇଁ କଣ କଲେ? ଏହାର ଜବାବ ହେଲା, ବିଜେପୁରବାସୀ ୨୦୧୯ରେ ବିଜେଡି ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟରେ ଆଶୀର୍ବାଦ କଲେ । ବିକାଶ ଧାରାରେ ବିଜେପୁର ସାମିଲ ହୋଇଛି । ୪ ହଜାର କୋଟି ଟଙ୍କାର କାମ ବିଜେପୁରରେ ଚାଲିଛି । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ । ବିଜେପୁର ଭଳି ପଦ୍ମପୁରବାସୀଙ୍କୁ ଯାହା କହିଛି ତାହା କରିବି । ପ୍ରତ୍ୟେକ ପଞ୍ଚାୟତ ପାଇଁ ବିଜେଡି ନିଜ ଇସ୍ତାହାରରେ ୧ କୋଟି ଟଙ୍କାର ପ୍ରକଳ୍ପ ରଖିଛି। ଏହାକୁ ବର୍ଷେ ଭିତରେ ପୂରା କରିବୁ । ୨୦୨୪ ନିର୍ବାଚନ ପୂର୍ବରୁ କାମ ସରିଥିବ, ତାଲିକା ଧରି ମୁଁ ଆସିବି ।

ବିଜେପିର ନେତା ମାନେ ବିଜେଡିର ମହିଳା ପ୍ରାର୍ଥୀଙ୍କୁ ନେଇ ସୋସିଆଲ ମିଡ଼ିଆରେ ଅସମ୍ମାନ କରୁଛନ୍ତି ତାହା ଦୁଃଖର କଥା । ମୁଁ ଏହାକୁ ନିନ୍ଦା କରୁଛି । ଏଠାରେ ମୁଁ ଜଣେ ଶିକ୍ଷିତ ମହିଳାଙ୍କୁ ପ୍ରାର୍ଥୀ କରିଛି । ବର୍ଷା ବରିହାଙ୍କୁ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ନବୀନ ।

ବିଜେପିର ହୀନ ରାଜନୀତି: ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବଦନାମ କରିବାକୁ ବିଜେପି ରଚୁଛି ଷଡ଼ଯନ୍ତ୍ର
ପଦମପୁର: ପଦ୍ମପୁର ଉପନିର୍ବାଚର ପ୍ରଚାର ସମୟରେ ବିଜେପିର ହୀନ ପ୍ରୟାସ । ପୁଣି ଖୋଲିଲା ବିଜେପିର ପୋଲ୍‌ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଗାଳିଗୁଲଜ ପାଇଁ ବିଜେପିର ଆଉ ଏକ ଷଡ଼ଯନ୍ତ୍ର ଧରା ପଡିଯାଇଛି । ମାଆଙ୍କୁ ସମ୍ମାନ ଦେବା ଦୂରର କଥା, ବଦନାମ କରିବାକୁ ପଛାଉନି ବିଜେପି । ସାଧାରଣ ଲୋକକୁ ମଦ ଓ ହଜାରେ ଟଙ୍କା ଦେଇ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ପାଇଁ ଲୋକଙ୍କୁ ବ୍ୟବହାର କରୁଛନ୍ତି ବିଜେପି ନେତା । ଯାହାକୁ ନେଇ ଏକ ଭିଡ଼ିଓ ଜାରି କରିଛି ବିଜେଡି ।

ଘଟଣାର ଭିଡିଓ ସାମନାକୁ ଆସିବା ପରେ ବିଜେପିର ପୋଲ୍‌ ଖୋଲିଛି। ବର୍ଷାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି ବିଜେପି ନେତା । ଟଙ୍କା, ମଦ ଦେଇ ବର୍ଷାଙ୍କ ବିରୋଧରେ କହିବାକୁ କୁହାଯାଇଥିବା ଖୁଲାସା କରିଛି ସଂପୃକ୍ତ ଯୁବକ । ମାଟିର ଝିଅ ବର୍ଷାଙ୍କୁ ମିଳୁଛି ବିପୁଳ ଜନ ସମର୍ଥନ । ଭାବିବିହ୍ବଳ ବର୍ଷାଙ୍କ ଲୁହ ପୋଛି ତାଙ୍କୁ ଶାନ୍ତ୍ବନା ଦେଉଛନ୍ତି ମହିଳା । ଯାହାକୁ ସହ୍ୟ କରିପାରୁନି ବିଜେପି । ତେଣୁ ବର୍ଷାଙ୍କୁ ବଦନାମ କରିବାକୁ ହୀନ ରାଜନୀତି କରୁଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି । କେବଳ ସେତିକି ନୁହେଁ ସୋସିଆଲ୍‌ ମିଡିଆରେ ମଧ୍ୟ ବର୍ଷାଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଆସୁଛନ୍ତି ବିଜେପି କର୍ମୀ ।

ଜମୁଛି ପଦ୍ମପୁର ପ୍ରଚାର : ଧାନ କ୍ଷେତ ଛାଡି ବର୍ଷାଙ୍କୁ ଦେଖିବାକୁ ରୁଣ୍ଡ ହେଉଛନ୍ତି ଲୋକ, ମିଳୁଛି ପ୍ରବଳ ଜନସମର୍ଥନ
ପାଇକମାଲ : ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନୀ ତାତି ସେତିକି ବଢି ବଢି ଚାଲିଛି। ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର ସେତିକି ବଢି ଚାଲିଛି।ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର ଚଳାଇଥିବା ବେଳେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ନିବେଦନ କରୁଛନ୍ତି ପ୍ରାର୍ଥୀ।

ସମସ୍ତ ପ୍ରାର୍ଥୀ ଯେଝା ବାଟରେ ଲୋକଙ୍କ ପାଖକୁ ଯିବାକୁ ଅହରହ ଚେଷ୍ଟା ଚଳାଇଛନ୍ତି। ଏହିକ୍ରମରେ ବିଜେଡିର ପ୍ରାର୍ଥୀ ବର୍ଷା ସିଂ ବରିହା ସମସ୍ତଙ୍କଠାରୁ ଆଗରେ ରହିଥିବା ଦେଖାଯାଉଛି। ବର୍ଷା ସୋମବାର ଦିନ ଗୋଟିଏ ଦିନରେ ୨୮ଗୋଟି କାର୍ଯ୍ୟକ୍ରମରେ ଯୋଗ ଦେଇ ଧୂଆଁଧାର ପ୍ରଚାର କରିଛନ୍ତି। ବରଗଡ ନୂଆପଡା ଜିଲ୍ଲା ସୀମାନ୍ତ ବର୍ତ୍ତୀ ଅଞ୍ଚଳ ଅର୍ଥାତ ଜାମସେଠ ବିଜେଡି କାର୍ଯ୍ୟାଳୟରୁ ପ୍ରଥମେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ଏହି ପଞ୍ଚାୟତର ଚେରେଙ୍ଗାଝେଙ୍ଗ, ପରେ ଖରାମାଲ, ଭେରୁଆମୁଣ୍ଡା, ଡୁଡୁକିଝରିଆ ବୁଲିଥିବାବେଳେ ଝାରବନ୍ଧ ପଞ୍ଚାୟତର ପାତ୍ରଗୁଡା,ଟେମରିମାଲ, ଜଳଗଡ, ଝାରବନ୍ଧ,ଲୁହୁରେନବାହାଲ ଗଞାଡାବର ବୁଲିଥିଲେ। ଏହିଭଳି ଛିନ୍ଦେକେଲା, ମାଣ୍ଡୋସିଲ,କାଁସଡା, ଝିଟକି ଆଦି ୫ଟି ପଞ୍ଚାୟତର ୨୮ଗୋଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ସବୁ ଗାଁରେ ପିଲାଠୁ ବୁଢା ସ୍ୱାଗତ କରୁଥିବା ଦେଖାଯାଇଥିଲା। ବର୍ତମାନ ଧାନ ଚାଷ ଅମଳ ସମୟ ହେତୁ ଗାଁ ଗଣ୍ଡା ଏକ ପ୍ରକାର ଖାଲି ହୋଇପଡିଛି। ତଥାପି ଲୋକେ ଧାନ କ୍ଷେତ ଛାଡି ବର୍ଷାଙ୍କୁ ଦେଖିବାକୁ ଦୌଡୁଛନ୍ତି। ପ୍ରତି ଗାଁରେ ପ୍ରବେଶ କରିବା କ୍ଷଣି ମା’ମାନେ ଫୁଲ ଚନ୍ଦନ ଧରି ବର୍ଷାଙ୍କୁ ପାଛୋଟି ନେଉଥିବାବେଳେ ଏପରିକି ବୁଢାବୁଢିମାନେ ନାଚଗୀତ କରି ସ୍ୱାଗତ କରିଥିଲେ। ଭେରୁଆମୁଣ୍ଡା, ଡୁଡୁକିଝରିଆ ଆଦି ଗାଁରେ ବର୍ଷା ବାପାଙ୍କ କଥା କହିଲାବେଳେ ଭୋ ଭୋ କରି କାନ୍ଦି ପକାଇଥିଲେ। ପରେ ସେହି ସଭାରେ ଯୋଗଦେଇଥିବା ଶତାଧିକ ବୃଦ୍ଧା ମହିଳାମାନେ ମଧ୍ୟ ବର୍ଷାଙ୍କ କାନ୍ଦ ଦେଖି କାନ୍ଦି ପକାଇଥିଲେ। ସେମାନେ ପାଲଟା ବର୍ଷାଙ୍କ ଆଖିରୁ ଲୁହ ପୋଛି ଦେଇଥିଲେ। ବର୍ଷାଙ୍କ ସହ ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ମାନିନି ଭୋଇ, ତାଲଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରମୁଖ ସାମିଲଥିବାବେଳେ ପ୍ରତି ସଭାରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ସ୍ୱାଗତ ଭାଷଣ ଦେଇ ଝିଅବୋଲି ସମ୍ବୋଧନ କରି ବର୍ଷାଙ୍କ ପରିଚୟ ଦେଉଥିଲେ।