customs department - The Sakala
ମୁମ୍ବାଇ : ବଲିଉଡ କିଙ୍ଗ ଖାନ ଶାହରୁଖ ଖାନ ଓ ତାଙ୍କ ଟିମ୍‌କୁ ମୁମ୍ବାଇ ଏୟାରପୋର୍ଟରେ ଅଟକ ରଖିଲା କଷ୍ଟମ ବିଭାଗ। ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା ପରେ ଶାହାରୁଖ ଖାନ୍ ତାଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କୁ ଛାଡିିଥିଲା କଷ୍ଟମ ବିଭାଗ। ହେଲେ ଶାହାରୁଖଙ୍କ ବଡିଗାର୍ଡ ରବି ଓ ଟିମ୍‌ର ଅନ୍ୟ ସଦସ୍ୟଙ୍କୁ କଷ୍ଟମ ଅଧିକାରୀ ଛାଡି ନଥିଲେ। ପଚରା ଉଚରା ପରେ ସକାଳ ପ୍ରାୟ ୫ଟା ବେଳେ ଜରିମାନା ବାବଦକୁ ୬.୮୩ ଲକ୍ଷ ଟଙ୍କା ଦେବାପରେ ସମସ୍ତଙ୍କୁ ଛଡା ଯାଇଥିଲା।
ତେବେ କେଉଁବାବଦକୁ ଏତେ ଟଙ୍କା ଜରିମାନା ଆଦାୟ କରାଗଲା । ସେ ନେଇ ମିଳିଥିବା ସୂଚନା ଅନୁସାରେ ଶାହାରୁଖ ନିଜ ଟିମ୍ ସହିତ ଏକ ପ୍ରାଇଭେଟ୍‌ ଚାର୍ଟର ପ୍ଲେନ୍ VTR – SG ରେ ମୁମ୍ବାଇ ଫେରିଥିଲେ। ସେ ଦୁବାଇରୁ ଏକ ବୁକ୍ ଲଞ୍ଚ ଇଭେଣ୍ଟରେ ଯୋଗଦେଇ ଫେରିଥିଲେ । ଏହାପରେ ମୁମ୍ବାଇ ଏୟାରପୋର୍ଟର ଟି-୩ ଟର୍ମିନାଲରେ ଶୁକ୍ରବାର ରାତି ପ୍ରାୟ ସାଢେ ୧୨ଟା ବେଳେ ରେଡ୍‌ ଚ୍ୟାନେଲ ପାର କରିବା ସମୟରେ ଶାହାରୁଖ ଓ ତାଙ୍କ ଟିମ୍‌ର ବ୍ୟାଗ୍‌ରେ କଷ୍ଟମ ଅଧିକାରୀ ପ୍ରାୟ ୧୮ ଲକ୍ଷ ଟଙ୍କାର ମୂଲ୍ୟର ଏକ ଘଣ୍ଟା ପାଇଥିଲେ। ବ୍ୟାଗ୍‌ରେ ବହୁ ଘଣ୍ଟାର ଖାଲି ଡବା ମଧ୍ୟ ଥିଲା। ଏସବୁର କଷ୍ଟମ ଡ୍ୟୁଟି ଦିଆଯାଇନଥିଲା, ତେଣୁ ଶାହାରୁଖଙ୍କ ସହିତ ତାଙ୍କ ଟିମ୍‌କୁ ପଚରା ଉଚରା ପାଇଁ ଅଟକା ଯାଇଥିଲା।
ଶାହାରୁଖଙ୍କ ଟିମ୍‌ ପାଖରେ ରୋଲେକ୍ସ ଘଣ୍ଟାର ୬ଟି ଡବା, Espirit ବ୍ରାଣ୍ଡର ୮ ଲକ୍ଷ ଟଙ୍କର ଏକ ଘଣ୍ଟା, ଆପଲ ସିରିଜ୍‌ର ଘଣ୍ଟା ଓ ବାବୁନ୍ ଆଣ୍ଡ ଜୁର୍ବକର ମଧ୍ୟ ଘଣ୍ଟା ମିଳିଥିଲା। କଷ୍ଟମ ବିଭାଗ ଏସବୁ ଘଣ୍ଟାର ମୂଲ୍ୟ ୧୭ ଲକ୍ଷ ୫୬ ହଜାର ୫୦୦ ଟଙ୍କା ବୋଲି କହିଛି। ତେବେ ଘଣ୍ଟାକ ଭିତରେ ଶାହାରୁଖ ଓ ପୂଜାଙ୍କୁ ପଚରା ଉଚରା ପରେ କଷ୍ଟମ ଅଧିକାରୀ ଛାଡିଥିଲେ, ହେଲେ ତାଙ୍କ ଟିମ୍‌ ସଦସ୍ୟଙ୍କୁ ଅଟକାଇ ରଖିଥିଲେ। ଶେଷରେ ଶାହାରୁଖଙ୍କ ବଡିଗାର୍ଡ ରବି କଷ୍ଟ ଡ୍ୟୁଟି ଟଙ୍କା ବାବଦରେ ୬ ଲକ୍ଷ ୮୩ ଟଙ୍କା ଦେଇଥିଲେ। କିଛି ରିପୋର୍ଟ ଅନୁସାରେ, ଏହି ଟଙ୍କା ଶାହାରୁଖଙ୍କ କ୍ରେଡିଟ୍‌ କାର୍ଡରୁ ଦିଆଯାଇଥିବାର ଜଣାପଡିଛି।
ସୂଚନାଅନୁସାରେ ବଲିଉଡ କିଙ୍ଗ ଖାନ ଶାହରୁଖ ଖାନ ଦୁବାଇରେ ଏକ ବୁକ୍ ଲଞ୍ଚ ଇଭେଣ୍ଟରେ ଯୋଗଦେବା ପାଇଁ ଯାଇଥିଲେ। ଦୁବାଇର ଶାରଜାହରେ ଏକ୍ସପୋ ସେଣ୍ଟରରେ ଶାରଜାହ ଇଣ୍ଟରନ୍ୟାସନାଲ ବୁକ୍‌ ଫେୟାର ୨୦୨୨ରେ ତାଙ୍କୁ ଗ୍ଲୋବଲ ଆଇକନ ଅଫ ସିନେମା ଆଣ୍ଡ କଲଚର ନ୍ୟାରେଟିଭ ଆଓ୍ଵାର୍ଡ ପ୍ରଦାନ କରାଯାଇଛି । ଏହି ଇଭେଣ୍ଟରେ ଶାହରୁଖଙ୍କ ଫ୍ୟାନ୍ସ ଭିଡ ଜମାଇଥିଲେ।