shree jagannath - The Sakala

ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ବୁଡିରହିଥିବା ୫ଟି ଡଙ୍ଗା
ପୁରୀ: ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ଚୈତ୍ର ଶୁକ୍ଳ ପୂର୍ଣ୍ଣିମାରେ ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ବୁଡିରହିଥିବା ୫ଟି ଡଙ୍ଗାକୁ ପାଣିରୁ ବାହାର କରିଯାଇଛି। ଭୋଇ ସେବକମାନେ ନନ୍ଦା, ଭଦ୍ରା, ବୈଜୟନ୍ତୀ,ବିମଳା ଓ ମଙ୍ଗଳା ୫ଟି ଡଙ୍ଗାକୁ ବାହାର କରିଛନ୍ତି । ଡଙ୍ଗାରେ ଚାପ ଖେଳିବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଆଗାମୀ ମେ ୩ତାରିଖରେ ଅକ୍ଷୟତୃତୀୟା ଓ ଚନ୍ଦନଯାତ୍ରା ।

ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବାୟତମାନେ ନରେନ୍ଦ୍ର ସରୋବରରୁ ଡଙ୍ଗା କାଢିଛନ୍ତି। ଏହି ଡଙ୍ଗା ଗୁଡିକ ଶୁଖାଯିବା ସହ ଏହାର ଆବଶ୍ୟକୀୟ ମରାମତି କରାଯିବ।

ରଥଖଳା ହାଲଚାଲ: ତୃତୀୟ ଭୂଇଁରେ କଇଞ୍ଚି ଓ ତାଗ ବାଡିଆ ଶେଷ
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ। ହାତରେ ଆଉ ମାତ୍ର ୧୦ ଦିନ ସମୟ। ଦିନ ପାଖେଇ ଆସୁଥିବାରୁ ଜୋରସୋରରେ ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି କାରିଗର। ଜୁଲାଇ ୭ତାରିଖରେ ବଡଦେଉଳରୁ ବାହାରି ନବଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ଯିବେ ତିନି ଠାକୁର। ଏଥିପାଇଁ ଜୋରସୋରରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ବର୍ତମାନ ସୁଦ୍ଧା ତିନି ରଥର ମୂଳ କବଂଚି, ଭିତର ପାର୍ଶ୍ୱ ଉଭୟ ପଟରେ ଚାରି ନାହାକା ପଡ଼ିବା ସହ ତିନି ରଥକୁ ବଡଧରା ପୋଟଳ ଉଠିଛି। ଏହାସହ ତିନି ଭୂଇଁରେ ପଡ଼ିଛି କଇଂଚି ଓ ଅନ୍ଧାରୀ ତାଗ। ତିନିରଥର ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ମିଳିତ ସହଯୋଗରେ ତିନି ରଥର ପ୍ରଥମ ଭୂଇଁରେ କଇଂଚି ପଡ଼ିବା ସହ ଦ୍ୱିତୀୟ ଭୂଇଁ ଉଭୟ ପାର୍ଶ୍ୱରେ ଅନ୍ଧାରୀ ତାଗ ବାଡିଆ ଯାଇ ଅଗ ଭୂଇଁ ବା ତୃତୀୟ ଭୂଇଁରେ କଇଂଚି ସହ ଅନ୍ଧାରୀ ତାଗ ବାଡିଆ ଶେଷ ହୋଇଛି। ପ୍ରବଳ ବର୍ଷାକୁ ଖାତିର ନକରି ନିଷ୍ଠାର ସହ ମହାପ୍ରଭୁଙ୍କ ସେବାରେ ଲାଗିଥିବା କହିଛନ୍ତି ମହାରଣା ଓ ଭୋଇ ସେବକ।

ମହାରଣା ଏବଂ ଭୋଇ ସେବାୟତଙ୍କ ସହ ତିନି ରଥର ରୂପକାର, ଚିତ୍ରକାର ଏବଂ ଦରଜୀ ସେବକ ମାନେ ମଧ୍ୟ ଜୋରଦାର କାମ ଜାରି ରଖିଛନ୍ତି। ନାଟ ଗୋଡ଼ରେ ରୂପ ଖୋଦେଇ ସହ ତିନି ରଥର ପଟା ଗୁଜରେ ସିଂହ ବିରାଳ, ଗଜ ବିରାଳ, ନର ବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି। ଚିତ୍ରକାର ସେବକ ମାନେ ତିନି ରଥର ପାର୍ଶ୍ୱ ଦେବାଦେବୀ ମାନଙ୍କ ମୂର୍ତିରେ ରଙ୍ଗ କାର୍ଯ୍ୟ ସହ ରଥ ବାହ୍ୟ ଅଂଶ କୋଣଗୁଜ, ପଟାଗୁଜରେ ଧଳା ପ୍ରାଇମର ଦେବା ପରେ ରୂପ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ସେହିପରି ଦରଜୀ ସେବକ ମାନେ ତିନି ରଥର କନା କଟିଙ୍ଗ ପରେ ବତା କନାରେ ବିଳାସ ପଟି ସହ ଲେସ ପକା କାର୍ଯ୍ୟ ଜାରି ରଖିଛନ୍ତି।

ବାଇଟ -ରାଜେନ୍ଦ୍ର କୁମାର ମହାପାତ୍ର,ନନ୍ଦିଘୋଷ ରଥର ରୂପକାର ସେବକ ରଥଯାତ୍ରା ପାଇଁ ଦିନ ପାଖେଇ ଆସୁଥିବା ବେଳେ ବର୍ତମାନ ସୁଦ୍ଧା ୩ରଥର ପ୍ରାୟ ୮୦ ପ୍ରତିଶତ କାମ ଶେଷ ହୋଇଛି। ମଝିରେ ମଝିରେ ବର୍ଷା କାରଣରୁ କାମ ସାମାନ୍ୟ ଧୀମା ରହୁଥିବା ବେଳେ ନିର୍ଦ୍ଦାରିତ ସମୟ ପୂର୍ବ ମହାପ୍ରଭୁଙ୍କ ୩ରଥ କାମ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖିଛନ୍ତି କାରିଗର।

ଆଜିଠୁ ଭକ୍ତଙ୍କୁ ମିଳିଲା ଜଗା ଦର୍ଶନ, ସକାଳ ୬ରୁ ରାତି ୯ ଯାଏଁ ଶ୍ରୀମନ୍ଦିର ଖୋଲା
ପୁରୀ: ଦୀର୍ଘ ୨୩ ଦିନର ପ୍ରତୀକ୍ଷାରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ଦ୍ୱାର। କରୋନା ଟାଣିଥିବା ଲକ୍ଷ୍ମଣରେଖା ଡେଇଁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। କୋଭିଡ଼ କଟକଣା ପାଳନ ପୂର୍ବକ ଶୃଙ୍ଖଳିତ ଭାବେ ଭକ୍ତମାନେ କିପରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବେ ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବ୍ୟାରିକେଡ ଏବଂ କିଓସ୍କୋକୁ ମଧ୍ୟ ପ୍ରସ୍ତୁତ କରିଦିଆଯାଇଛି। ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁଓର (ଏସ୍‍ଓପି) ଜାରି କରାଯାଇଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ସବୁ ବ୍ୟବସ୍ଥାର ତଦାରଖ କରିଛନ୍ତି।

ନୂଆ ମାର୍ଗଦର୍ଶିକା ଅନୁଯାୟୀ, ମନ୍ଦିର ଖୋଲାଥିବା ଦିନମାନଙ୍କରେ ଶ୍ରଦ୍ଧାଳୁମାନେ ସକାଳ ୬ରୁ ରାତି ୯ଟା ପର୍ଯ୍ୟନ୍ତ ମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ପ୍ରତି ଶନିବାର ଓ ରବିବାର ଦର୍ଶନ ବନ୍ଦ ରହି ମନ୍ଦିରକୁ ବିଶୋଧନ କରାଯିବ। ପ୍ରତ୍ୟେକ ଦର୍ଶନାର୍ଥୀଙ୍କୁ ୯୬ ଘଣ୍ଟା ମଧ୍ୟରେ କରିଥିବା ଆର୍‍ଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇଡୋଜ୍‍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଏତଦ୍‍ବ୍ୟତୀତ ସମସ୍ତେ ସାଥୀରେ ଫଟୋ ପରିଚୟପତ୍ର (ଆଧାରକାର୍ଡ କିମ୍ବା ଭୋଟର କାର୍ଡ) ଆଣିଥିବେ। ନେଗେଟିଭ ରିପୋର୍ଟ ଏବଂ ଡବଲ ଡୋଜ୍‍ କଟକଣା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। କୋଭିଡ଼ ସ୍ଥିତିକୁ ଦେଖି ଏହି କଟକଣାର ସମୀକ୍ଷା କରାଯାଇ ଯଦି ଆବଶ୍ୟକ ପଡେ ତେବେ ସଂଶୋଧିତ ନିର୍ଦ୍ଦେଶନାମା ଜାରୀ କରାଯିବ। ସେହିପରି ସମସ୍ତ ଦର୍ଶନାର୍ଥୀ ମନ୍ଦିର ବାହାରେ ଓ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯିଏ ଏହାକୁ ଅବମାନନା କରିବେ ତାଙ୍କୁ ଜରିମାନା କରାଯିବ, ନଚେତ୍‍ ପ୍ରବେଶ କରିବାକୁ ଦିଆଯିବ ନାହିଁ। ମନ୍ଦିର ପ୍ରବେଶ ପୂର୍ବରୁ ଭଲ ଭାବେ ହାତ ସାନିଟାଇଜ୍‍ କରିବେ। କୋଭିଡ଼ ଗାଇଇଲାଇନ ଅନୁଯାୟୀ ଶ୍ରଦ୍ଧାଳୁମାନେ ଶାରୀରିକ ଦୂରତା ରକ୍ଷା କରିବେ ବୋଲି ଏସ୍‍ଓପିରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ଆଜିଠୁ ଶ୍ରୀମନ୍ଦିର ଖୋଲୁଥିବାରୁ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୋମବାର ସବୁ ବ୍ୟବସ୍ଥାର ତଦାରଖ କରିଛନ୍ତି। ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେଥିପାଇଁ ବ୍ୟାରିକେଡ୍‍, କିଓସ୍କୋର ଆଦି ବୁଲି ଦେଖିଛନ୍ତି। ମୁଖ୍ୟ ପ୍ରଶାସକ କହିଛନ୍ତି, କୋଭିଡ଼ ସ୍ଥିତିକୁ ଦେଖି ଛତିଶା ନିଯୋଗରେ ଫେବୃୟାରୀ ୧ରୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ସମସ୍ତଙ୍କୁ କୋଭିଡ଼ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ସୂଚନାଥାଉ କି, ରାଜ୍ୟ ତଥା ପୁରୀରେ କୋଭିଡ଼ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରୁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ସଂକ୍ରାନ୍ତରେ ଗତ ୭ ତାରିଖରେ ଛତିଶା ନିଯୋଗ ବୈଠକ ବସିଥିଲା। ଏଥିରେ ଗତ ୯ ତାରିଖଠାରୁ ୩୧ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଗତ ଶୁକ୍ରବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ମାର୍ଗଦର୍ଶିକା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇ ଫେବୃୟାରୀ ୧ରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ନିଆଯାଇଥିଲା ନିଷ୍ପତ୍ତି।

ଆସନ୍ତା ୨୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ନିର୍ମାଣ ହେବ ଐତିହ୍ୟ ସୁରକ୍ଷା କରିଡ଼ର। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅଧାର କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତିଆରି କରାଯିବ । ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ। ଶାସ୍ତ୍ରୀୟ ବିଧୂ ଅନୁସାରେ ଏଥିପାଇଁ ତିନିଦିନ ଧରି ଯଜ୍ଞ ହେବ। ୨୨ ତାରିଖରେ ଅଙ୍କୁରାରୋପଣ ଏବଂ ୨୪ ତାରିଖରେ ପୂର୍ଣାହୂତି ହେବ | ୨୪ ତାରିଖ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ସୂଚନା ଦିଆଯାଇଛି।

ଶ୍ରୀମନ୍ଦିରର ଐଶାନ୍ୟ କୋଣ ଅର୍ଥାତ୍ ଉତ୍ତର ପାର୍ଶ୍ବ ମଠ ସମ୍ମୁଖ ଖୋଲା ଜାଗାରେ ଯଜ୍ଞକୁଣ୍ଡ ନିର୍ମାଣ କରାଯାଉଥିବା ବେଳେ ସୋମବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ତିନିଦିନ ଧରି ହେବାକୁ ଥିବା ଯଜ୍ଞ ଏବଂ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ପରିଚାଳାନା କମିଟିର ସଦସ୍ୟ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ। ବୈଠକ ଶେଷରେ ସମସ୍ତ ଅଧିକାରୀ ନିର୍ମାଣ ଚାଲିଥିବା ଯଜ୍ଞକୁଣ୍ଡସ୍ଥଳ ପରିଦର୍ଶନ କରିଥିଲେ।

ଆଜିଠୁ ଦୁଇ ଦିନ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ: ଆଜିଠୁ ୨ ଦିନ ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର । ରବିବାର ଓ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ଆଜି ସାନିଟାଇଜ୍ ପାଇଁ ଓ ଆସନ୍ତା କାଲି ବଡ ଏକାଦଶୀ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । କଟକଣା ଅନୁସାରେ ପ୍ରତ୍ୟେକ ରବିବାର ମନ୍ଦିର ପରିସରକୁ ସାନିଟାଇଜ୍ କରାଯାଉଥିବାରୁ ଭକ୍ତଙ୍କୁ ବାରଣ କରାଯାଇଛି । ଅନ୍ୟପଟେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ପଞ୍ଚୁକ ବ୍ରତ । ଏଥିପାଇଁ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି । ପଞ୍ଚୁକର ପ୍ରଥମ ଦିନ ଏକାଦଶୀରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ ।

କରୋନା ମହାମାରୀ ସଂକ୍ରମଣକୁ ନେଇ ଶ୍ରୀମନ୍ଦିରରେ କଟକଣାଯୁକ୍ତ ଦର୍ଶନ ଚାଲିଛି। ବିଶେଷ ପର୍ବପର୍ବାଣି ଦିନରେ ଭକ୍ତଙ୍କ ଗହଳି ଅଧିକ ସମ୍ଭାବନା ଥିବାରୁ ଏହିଦିନ ଦର୍ଶନ ବନ୍ଦ ରଖାଯିବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପରି ହୋଇଛି। ସେହି ଅନୁଯାୟୀ ରବିବାର ଏବଂ ସୋମବାର ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ।

ପୁନର୍ଗଠିତ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି, ୧୦ ନୂଆ ସଦସ୍ୟ ମନୋନୀତ
ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିରର ପରିଚାଳନା କମିଟିକୁ ୧୦ ଜଣ ନୂଆ ସଦସ୍ୟଙ୍କୁ ମନୋନୀତ କରାଯାଇଛି । ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କୁ ସଦସ୍ୟ କରାଯାଇଛି । ସେ ମୁକ୍ତିମଣ୍ଡପକୁ ପ୍ରତିନିଧିତ୍ୱ କରିବେ । ସେହିପରି ପୂଜାପଣ୍ଡା ନିଯୋଗ ସେବାୟତ ମାଧବ ପୂଜାପଣ୍ଡା ମଧ୍ୟ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ପୁଷ୍ପାଳକ ନିଯୋଗ ସେବାୟତ ଜଗନ୍ନାଥ କର, ପ୍ରତିହାରୀ ନିଯୋଗ ସେବାୟତ ମାଧବ ଚନ୍ଦ୍ର ମହାପାତ୍ର, ସୁଆର ମହାସୁଆର ନିଯୋଗ ଅନନ୍ତ ତିଆଡି, ଦଇତାପତି ନିଯୋଗ ସେବାୟତ ଦୁର୍ଗାପ୍ରସାଦ ମହାପାତ୍ର, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମଧ୍ୟ କମିଟିରେ ସଦସ୍ୟ ରହିବେ । ରାମକୃଷ୍ଣ ଦାସ ବିଭିନ୍ନ ଧର୍ମାନୁଷ୍ଠାନ ଓ ମଠର ପ୍ରତିନିଧିତ୍ୱ କରିବେ । ଅନ୍ୟମାନଙ୍କ ମଧ୍ୟରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ଚାର୍ଟାଡ୍ ଆକାଂଉଟାଂଟ୍ ଶରତ ଚନ୍ଦ୍ର ଭଦ୍ରା ମଧ୍ୟ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

ଭକ୍ତ ବେଶରେ ବିଦେଶିନୀ ଲୀଲାବତୀ; ମୁହଁରେ ଜଗନ୍ନାଥଙ୍କ ଅନର୍ଗଳ ଜଣାଣ, ୟୁରୋପ ଛାଡି ବାଲେଶ୍ଵରରେ ୧୦ ବର୍ଷ
ବାଲେଶ୍ଵର : ବେଶରେ ବିଦେଶିନୀ ହେଲେ ଆତ୍ମାରେ ଉତ୍କଳିନୀ। ମୁହଁରେ ଜଗନ୍ନାଥଙ୍କ ଅନର୍ଗଳ ଜଣାଣ। ଖୁବ ସୁନ୍ଦର ଓଡ଼ିଆ ଓ ସଂସ୍କୃତ ମଧ୍ୟ କହିପାରୁଛନ୍ତି। ମହାପ୍ରଭୁଙ୍କ ଜୟଗାନ ବି କରୁଛନ୍ତି। ଏ ଜଣେ ଏମିତି ଜଣେ ଭକ୍ତ ଯିଏ,ଦଶ ବର୍ଷ ତଳେ କାଳିଆ ପ୍ରେମ ତାଙ୍କୁ ସଦୂର ୟୁରୋପରୁ ଟାଣିଆଣିଲା ଓଡ଼ିଶାକୁ। ତାପରେ ସେବେଠୁ ଏପର୍ଯ୍ୟନ୍ତ ଓଡ଼ିଶାରେ ରହିଯାଇଛନ୍ତି। ତେବେ ୧୦ ବର୍ଷ ତଳେ ନିଜ ଗୁରୁଙ୍କ ଆଜ୍ଞାରେ ଓଡ଼ିଶାକୁ ପଳାଇ ଆସିଥିଲେ। ସେତେବେଳେ ପୁରୀ ସମେତ ବିଭିନ୍ନ ମନ୍ଦିରକୁ ଯାଇଥିଲେ। ପରେ ବାଲେଶ୍ବରରେ ରାଧାମାଧବ ମଠକୁ ମଧ୍ୟ ଆସିଥିଲେ। ତେବେ ସେଠାରେ ତାଙ୍କୁ ରହିବାକୁ ଅନୁମତି ମିଳିବାରୁ ସେବେଠୁ ମଠରେ ରହି ଶ୍ରୀକୃଷ୍ଣଙ୍କ ସେବା କରୁଛନ୍ତି।

ବିନା ଭକ୍ତରେ ହେଉଛି ରଥ ଯାତ୍ରା। ଟିଭିରେ କାଳିଆର ଦର୍ଶନ କରୁଛନ୍ତି ଭକ୍ତ। ଏଇ ଭକ୍ତଙ୍କ ଭିତରେ ଆଉ ଜଣେ ଭକ୍ତ ଯେ କି କାଳିଆ ପ୍ରେମରେ ପଡ଼ି ନିଜ ଦେଶ ୟୁରୋପ ଛାଡ଼ି ଅଟକି ଯାଇଛନ୍ତି ବାଲେଶ୍ବରରେ। ବାଲେଶ୍ଵର ଖନ୍ତାପଡାରେ ଥିବା ରାଧାମାଧବ ମଠରେ ଦୀର୍ଘ ବର୍ଷ ଧରି ପ୍ରଭୁଙ୍କ ସେବା କରୁଛନ୍ତି ଦାସୀ ଲୀଲାବତୀ। ସେ ଖୁବ ସୁନ୍ଦର ଭାବେ ଓଡ଼ିଆ କହୁଥିବା ବେଳେ କଣ୍ଠରେ ଅନର୍ଗଳ ଜଣାଣ।। ସେ ହେଉଛନ୍ତି କାଳିଆର ଜଣେ ଅନନ୍ୟ ଭକ୍ତ। ଅନ୍ୟ ସମୟରେ ଦର୍ଶନ ପାଇଁ ସୁଯୋଗ ନଥିବାରୁ ସେ ପ୍ରତିବର୍ଷ ରଥ ଯାତ୍ରାରେ କାଳିଆ ଦର୍ଶନ ପାଇଁ ପୁରୀ ଯାଆନ୍ତି କିନ୍ତୁ ଦୁଇ ବର୍ଷ ହେବ ପୁରୀକୁ ଯାଇପାରିନାହନ୍ତି ବୋଲି ତାଙ୍କ ମନ ବେଶ ବ୍ୟାକୁଳ ହୋଇଥିବା କହିଛନ୍ତି। ଯିଏ ନିଜ ଘର ଓ ଦେଶ ଛାଡ଼ି ଓଡ଼ିଶାକୁ ପଳାଇଆସିଛନ୍ତି। ଅପେକ୍ଷା କରିଛନ୍ତି କେବେ କାଳିଆ ସାଆନ୍ତ ତାଙ୍କୁ ଡାକିବେ। ସାରା ଜୀବନ ପ୍ରଭୁଙ୍କ ସେବା କରିବାକୁ ଇଚ୍ଛା ରଖିଛନ୍ତି ବିଦେଶିନୀ ଲୀଲାବତୀ। ‌ତେବେ ଲୀଲାବତୀ ଭିସାରେ ଅଛନ୍ତି ଏବଂ ସେ ଓଡ଼ିଶାରେ ରହି ପ୍ରଭୁଙ୍କ ସେବା କରିବାକୁ ଇଚ୍ଛା ରଖିଥିବା କହିଛନ୍ତି। ପୂର୍ବରୁ ଲୀଲାବତୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇଛନ୍ତି ମାତ୍ର ବିଦେଶନୀ ପାଇଁ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଯାଇ ନଥିବାରୁ ଦୁଃଖପ୍ରକାଶ କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ,ଜଣେ ବିଦେଶିନୀ ହୋଇ ମଧ୍ୟ କାଳିଆଙ୍କ ପ୍ରତି ଅପୂର୍ବ ଶ୍ରଦ୍ଧା ଅନ୍ୟଙ୍କୁ ଚକିତ କରେ।

ସଂକ୍ରମଣ ବଢିବାରୁ ବନ୍ଦ ରହିଲା ଜଗା ଦର୍ଶନ
ପୁରୀ: କୋଭିଡ ସଂକ୍ରମିତ ବୃଦ୍ଧି ଯୋଗୁଁ ଜୁନ ୧୫ ଯାଏ ଜଗା ବନ୍ଦ ରହିଲା ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜୁନ ୧୫ ଯାଏ ସାଧାରଣ ଦର୍ଶନ ଉପରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ତେବେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ପୂର୍ବ ପରି ଚାଲୁ ରହିବା ନେଇ କହିଛି ଶ୍ରୀମନ୍ଦିର ପ୍ରଶାସନ । କୋଭିଡ ସଂକ୍ରମଣ ଜିଲ୍ଲାରେ ବୃଦ୍ଧି ଘଟୁଥିବାବେଳେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ସେହିପରି ଗତକାଲି ଠାରୁ ଅର୍ଥାତ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ ମଧ୍ୟ ଆରମ୍ଭ କରାଯାଇଛି ।

ସେପଟେ ବିନା ଭକ୍ତ ଓ ସୀମିତ ସେବାୟତଙ୍କ ଚନ୍ଦନ ଯାତ୍ରା ଆୟୋଜନ କରାଯାଇଛି । ଆଗକୁ ମଧ୍ୟ କଟକଣା ଭିତରେ ସ୍ନାନଯାତ୍ରା ଓ ରଥଯାତ୍ରା ନୀତିକାନ୍ତି ହେବ । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସପି ଉପସ୍ଥିତ ରହିଥିଲେ ।

କୋଭିଡ୍ କଟକଣାରେ ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନଯାତ୍ରା
ପୁରୀ: ଚଳିତବର୍ଷ କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନଯାତ୍ରା । ସର୍ବନିମ୍ନ ଲୋକଙ୍କୁ ନେଇ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ଏ ନେଇ ଆସନ୍ତା ୧୧ ତାରିଖରେ ବସିବ ଛତିଶା ନିଯୋଗ ବୈଠକ । ଏହା ପୂର୍ବରୁ ଜିଲ୍ଲାପାଳ ବୈଠକ କରି ଚନ୍ଦନଯାତ୍ରାରେ ସାମିଲ ହେବାକୁ ଥିବା ସର୍ବନିମ୍ନ ଲୋକଙ୍କ ତାଲିକା ପ୍ରସ୍ତୁତ ହେବ । ଗତବର୍ଷ କରୋନା ମହାମାରୀ କାରଣରୁ ବାହାର ଚନ୍ଦନଯାତ୍ରା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୋଇଥିଲା ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସେବାୟତଙ୍କ ଟିକାକରଣ ପାଇଁ ଘରକୁ ଘର ବୁଲି ସର୍ଭେ କରାଯିବ । ଆବଶ୍ୟକ ପଡ଼ିଲେ ଆଉ ଏକ ଟିକାକରଣ କେନ୍ଦ୍ର ଖୋଲାଯିବ । କୋଭିଡ୍ ପରିଚାଳନା ନେଇ ଗଠିତ ୭ ଜଣିଆ ଟିମ୍ ଓ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇଛି ।

ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଲା ଶ୍ରୀମନ୍ଦିର ପ୍ରଶାସନ
ପୁରୀ : ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଖବରକୁ ଖଣ୍ଡନ କରିବା ସହ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଜମି ବିକ୍ରି ଯୋଜନା ଖବର ତଥ୍ୟହୀନ, ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇଛି । ଶ୍ରୀଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି ମିଛ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି । ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଖବର ପ୍ରଚାର କରାଯାଇଛି ବୋଲି କୁହାଯାଇଛି ।

ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଓଡ଼ିଶା ସମେତ ୬ ରାଜ୍ୟରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ୨୭୨ ଏକର ଜମିକୁ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହି ଖବର ପ୍ରକାଶ ପାଇବା ପରେ ସାରା ଓଡ଼ିଶାବାସୀଙ୍କ ସମେତ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନେ ଏହାକୁ ବିରୋଧ କରିଥିଲେ। ଭୁଲ ଖବର ପ୍ରକାଶ ସହ ଖବରକୁ ସତ ଭାବି ଅନେକ ସମାଲୋଚନା ପରେ ଆଜି ଏହି ଖବରକୁ ନେଇ ସ୍ପଷ୍ଟୀକରଣ ଦେଇଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ।

ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ଏନେଇ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ୩୫ହଜାର ଏକର ଜମି ବିକ୍ରି ହେବା ଖବର ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାର କରାଯାଉଛି। ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ । ବହୁ ଦିନରୁ ବିଭିନ୍ନ ବ୍ୟକ୍ତିଙ୍କ ଦଖଲରେ ଥିବା ଏହି ଜମିଗୁଡ଼ିକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏବଂ ଏବେ “ୟୁନିଫାଏଡ୍ ପଲିସି” ବା ସମାନ ନୀତି ଅନୁଯାୟୀ ମନ୍ଦିର କମିଟି ଦ୍ବାରା ଜବରଦଖଲ ହୋଇଥିବା ସେହି ଜମିଗୁଡ଼ିକର ବନ୍ଦୋବସ୍ତ କରାଯାଉଛି। ୨୦୦୧ରୁ ୨୦୧୦ ପର୍ଯ୍ୟନ୍ତ ୨୯୧ଏକର ଜମିର ବନ୍ଦୋବସ୍ତ କରାଯାଇଥିଲା ଏବଂ ୨୦୧୧ରୁ ୨୦୨୧ ପର୍ଯ୍ୟନ୍ତ ୯୬ ଏକର ଜମିର ବନ୍ଦୋବସ୍ତ ହୋଇଛି। ବିଦ୍ୟାଳୟ, ମେଡିକାଲ କଲେଜ, ସଡ଼କ ଇତ୍ୟାଦି ନିର୍ମାଣ କରି ଜନସାଧାରଣଙ୍କୁ ସୁବିଧା ଯୋଗାଇଦେବା ପାଇଁ ଏଗୁଡିକ ବନ୍ଦୋବସ୍ତ କରାଯାଇଛି। ସରକାରୀ ତଥା ଅନ୍ୟାନ୍ୟ ଜନସାଧାରଣଙ୍କୁ ଏହିପରି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଜମି ଆବଣ୍ଟନ ସମ୍ବନ୍ଧୀୟ ନିଷ୍ପତ୍ତି ଜଗନ୍ନାଥ ମନ୍ଦିର କମିଟି ଦ୍ବାରା ନିଆଯାଇଛି। ତେଣୁ ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ୨୭୨ ଏକର ଜମି ବିକ୍ରି କରାଯିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଅଟେ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି।