Padampur ByElection - The Sakala
ପଦ୍ମପୁରରେ ବିଜେଡିର ବୃହତ ବିଜୟ; ୪୨ ହଜାରରୁ ଉର୍ଦ୍ଧ୍ବ ଭୋଟ୍ ବ୍ୟବଧାନରେ ଜିତିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା
ବରଗଡ଼/ଭୁବନେଶ୍ବର: ପଦ୍ମପୁରରେ ବର୍ଷାଙ୍କ ବୃହତ ବିଜୟ । ନୃସିଂହନାଥ ମାଟିରେ ଶଙ୍ଖନାଦ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨,୬୭୯ ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ୨୩ ରାଉଣ୍ଡ ଗଣତିରେ ବିଜେଡିକୁ ୧ ଲକ୍ଷ ୨୦ ହଜାର ୮୦୭ ଭୋଟ୍ ମିଳିଥିବାବେଳେ, ବିଜେପିକୁ ୭୮ ହଜାର ୧୨୮ ଭୋଟ୍ ମିଳିଛି । ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୯୪ ଭୋଟ୍ ରହିଛି ।
ଗଣତି ଆରମ୍ଭରୁ ହିଁ ବର୍ଷା ବିଜେପି ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିଥିଲେ । ପ୍ରତି ରାଉଣ୍ଡରେ ବିଜେଡ଼ି ସଂଖ୍ୟାଧିକ ଭୋଟ୍ ସହିତ ବିଜେପି ଠାରୁ ଆଗରେ ରହିଥିଲା । କୌଣସି ଗୋଟିଏ ରାଉଣ୍ଡରେ ମଧ୍ୟ ବିଜେପି ଭୋଟରେ ବିଜେଡ଼ିକୁ ପଛରେ ପକାଇ ପାରିନଥିଲା । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ଥିତି ଦୟନୀୟ ଥିଲା । ଭୋଟର ବିଜେପିକୁ ପ୍ରତ୍ୟାଖାନ କରିଥିବା ବେଳେ କଂଗ୍ରେସର ରାଜନୈତିକ ପ୍ରାସଙ୍ଗିକତାକୁ ଉପନିର୍ବାଚନରେ ପ୍ରଶ୍ନ କରିଛନ୍ତି ।
ବିଜେଡି଼ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ପଦମପୁର ଭୋଟର ସମର୍ଥନ ଦେଇଛନ୍ତି । ବିଜେପିର ସବୁ ପ୍ରକାରର ନକରାତ୍ମକ ପ୍ରଚାରକୁ ଭୋଟର ପ୍ରତ୍ୟାଖାନ କରି ପ୍ରସଙ୍ଗ ଭିତ୍ତିକ ନିର୍ବାଚନକୁ ସମର୍ଥନ କରିଥିବା ଉପନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଛି । ବିଜେପି କେବଳ ପ୍ରଚାରର ହାୱା ସୃଷ୍ଟି କରି ଉପନିର୍ବାଚନୀ ବୈତରଣୀ ପାର ହେବା ଲକ୍ଷ୍ୟରେ ଥିଲା ବୋଲି ରାଜନୈତିକ ବିଶ୍ଲେଷକ କହିଛନ୍ତି ।
ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ରହିଥିବା ବେଳେ ପଦ୍ମପୁର ଉପନିର୍ବାଚନ ରାଜ୍ୟରେ ନିର୍ବାଚନୀ ବାତାବରଣକୁ ଗରମ କରିଥିଲା। ବିଜେଡିର ବରିଷ୍ଠ ନେତା ତଥା ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ମୃତ୍ୟୁ ପରେ ଏହି ଉପନିର୍ବାଚନରେ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା। ତେବେ ବର୍ଷାଙ୍କ ବିପକ୍ଷରେ ବଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ବେଳେ ମାଳମାଳ କେନ୍ଦ୍ରମନ୍ତ୍ରୀ ତାଙ୍କ ପାଇଁ ପ୍ରଚାର କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ସବୁକିଛି ଫେଲ ମାରିଛି।
ଆଜି ପଦ୍ମପୁରକୁ ମିଳିବ ନେତା, ଆରମ୍ଭ ହେଲା ଭୋଟ ଗଣତି
ପଦ୍ମପୁର/ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନର ଭୋଟଗଣତି ଆରମ୍ଭ ହୋଇଛି।ଗୁରୁବାର ସକାଳ ୮ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି। ଏଥିରେ ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଏବଂ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ (ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ ଏବଂ ୮୦ବର୍ଷରୁ ଊର୍ଦ୍ଧ୍ବ (ବରିଷ୍ଠ ନାଗରିକ) ଭୋଟ୍ ଗଣତି ଚାଲିଛି। ପଦ୍ମପୁର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଭୋଟ୍‌ ଗଣତି କରାଯାଉଛି।
ଗତ ୫ ତାରିଖରେ ମତଦାତା ସେମାନଙ୍କର ପସନ୍ଦର ପାର୍ଥୀଙ୍କୁ ଭୋଟ ଦେଇଥିବା ବେଳେ ଆଜି ନିଜର ନୂଆ ବିଧାୟକ ପାଇବାକୁ ଯାଉଛନ୍ତି।ସିଇଓଙ୍କ ସୂଚନା ଅନୁଯାୟୀ ଭୋଟଗ୍ରହଣ ପରେ ୩୧୯ଗୋଟି ବୁଥ୍‍ରୁ ଫେରିଥିବା ଇଭିଏମ୍‍ ଭୋଟଗୁଡ଼ିକୁ ସମୁଦାୟ ୨୩ଟି ରାଉଣ୍ଡରେ ଗଣତି କରାଯିବ ଏବଂ ସର୍ବଶେଷରେ ୫ଟି ବୁଥ୍‍ର ଭିଭିପ୍ୟାଟ୍‍ ସ୍ଲିପ୍‍ଗୁଡ଼ିକୁ ଗଣତି କରାଯିବ। ଉପ ନିର୍ବାଚନରେ ମୋଟ ୨୯୬ଟି ପୋଷ୍ଟାଲ ବାଲାଟ ରହିଥିବା ସେ ସୂଚନା ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକାରର ଗଣତି କାର୍ଯ୍ୟ କରାଯାଉଛି।
ତ୍ୟେକ କାଉଣ୍ଟିଂ ଟେବୁଲ୍‍ ପାଇଁ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଛନ୍ତି। ପ୍ରାର୍ଥୀମାନଙ୍କ ଦ୍ୱାରା ମନୋନୀତ ହୋଇଥିବା ଏଜେଣ୍ଟମାନେ ଭୋଟଗଣନାର ପ୍ରକ୍ରିୟା ନିରୀକ୍ଷଣ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ସେହିପରି ଭୋଟଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସିଇଓ ସୂଚନା ଦେଇଛନ୍ତି। ଭୋଟଗଣନାର ପ୍ରତ୍ୟେକ ରାଉଣ୍ଡର ପଳାଫଳ ଭାରତୀୟ ନିର୍ବାଚନ କମିଶନଙ୍କ ୱେବ୍‍ସାଇଟ୍‍ ମାଧ୍ୟମରେ ଜନସାଧାରଣ ପାଇପାରିବେ ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।
ଭୋଟ ଆତୁର ବିଜେପି : ଟଙ୍କା ବାଣ୍ଟିବା ବେଳେ ଧରାପଡିଲେ ବିଜେପି ନେତା, ଅଟକ ରଖିଲେ ସ୍ଥାନୀୟ ବାସିନ୍ଦା
ପଦ୍ମପୁର/ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ସୀମା ଟପିଛି ବିଜେପିର ନୀଚ ଆଚରଣ। ନିଜକୁ ଶୃଙ୍ଖଳିତ ଓ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ଦାବି କରୁଥିବା ଏହି ଦଳର ନେତାମାନେ ପଦ୍ମପୁରରେ ଯେପରି ଉଭୟ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରୁଛନ୍ତି ତାହା କେବଳ ସମ୍ବିଧାନ, ନିର୍ବାଚନ ସଂହିତା, ଆଚରଣବିଧିକୁ ଉଲ୍ଲଙ୍ଘନ କରିନାହିଁ; ପକ୍ଷାନ୍ତରେ ବିରୋଧୀ ପ୍ରାର୍ଥୀ, ସାଧାରଣ ଜନତା ଓ ମହିଳାମାନଙ୍କ ସମ୍ମାନକୁ ଭୁଲୁଣ୍ଠିତ କରିଛି। ହିଂସାକାଣ୍ଡ, ଅଶାଳୀନ ବ୍ୟବହାର, ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା ପରେ ଟଙ୍କା ବାଣ୍ଟି ଭୋଟ ଗୋଟାଇବାକୁ ବିଜେପି ପୁରା ଦମ୍‍ ଲଗାଇ ଦେଇଛି।
ଗତକାଲି ବିଜେପି ନେତାଙ୍କ ସହ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମଧ୍ୟ ବିଜେପି ଟଙ୍କା ବଣ୍ଟା କାମରେ ନିୟୋଜିତ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ, ତାଙ୍କର ପରିବାର ସଦସ୍ୟ, ଦଳୀୟ ନେତା ଓ ସମର୍ଥକମାନେ ଭିନ୍ନଭିନ୍ନ ବାଟରେ ଟଙ୍କା ବାଣ୍ଟୁଥିବାର ପ୍ରମାଣ ମିଳିଛି। କାଲି ଟଙ୍କା ବାଣ୍ଟିଥିବା ବେଳେ ଆଜି ଭୋଟ୍‌ ଦିନ ମଧ୍ୟ ବିଜେପି ଟଙ୍କା ବଣ୍ଟା ଜାରି ରଖିଛି। ପାଇକମାଳ ବ୍ଲକ ଛେଳିଆମାଳରେ ଟଙ୍କା ବାଣ୍ଟୁ ଥିବା ବେଳେ କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ସୁଧିର ପାଟ୍ଟଯୋଶୀ ଅଟକ । ସ୍ଥାନୀୟ ଲୋକେ ସୁଧିରଙ୍କୁ  ଅଟକ ରଖିଛନ୍ତି।
ଚାରିଚାରିଜଣ କେନ୍ଦ୍ରମନ୍ତ୍ରୀ, ଦଳୀୟ ସାଂସଦ, ବିଧାୟକ ଏବଂ ପଡ଼ୋଶୀ ଛତିଶଗଡ଼ର ନେତା ଓ ଗୁଣ୍ଡାଙ୍କୁ ବ୍ୟବହାର କରି ବିଜେପି ପଦ୍ମପୁରରେ ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରଚେଷ୍ଟା ଚଳାଇଛି। ସାମ୍ବାଦିକ ଓ ଜନସାଧାରଣଙ୍କୁ ମାଡ଼ ମାରି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରିଛି। ଆକ୍ରମଣରେ ଆହତ ଦୁଇ ସାମ୍ବାଦିକ ଓ ଗୁରୁତର ଆହତ ସଞ୍ଜୁ ବରିହା ନାମକ ଜଣେ ବିଜେଡି ସମର୍ଥକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିଜେପିର ଦୁଇ ସାଂସଦ ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ବିରୋଧରେ ଜାତିସୂଚକ ନକରାତ୍ମକ ଟିପ୍ପଣୀ ଦେଇଛନ୍ତି। ତାଙ୍କର ବ୍ୟକ୍ତିଗତ ଚରିତ୍ରକୁ ଆକ୍ଷେପ କରି ଜାତି ରାଜନୀତି ଆରମ୍ଭ କରିଛନ୍ତି।
ତେବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମାବେଶ ପରେ ପଦ୍ମପୁରରେ ମଉଳିବା ଆରମ୍ଭ କରିଛି ବିଜେପିର ଆଶା। ଏହାପରେ ଦଳ ପକ୍ଷରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଜଣ ପିଛା ୩ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବାଣ୍ଟିବା ଆରମ୍ଭ କରିଛି। ପେଟିଏମ୍‍, ଗୁଗୁଲ ପେ, ଫୋନ୍‍ ପେ ଜରିଆରେ ଭୋଟରଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଉଥିବା ଅଭିଯୋଗ ହୋଇଛି। ଏପରିକି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଭୋଟରଙ୍କୁ ଟଙ୍କା ବାଣ୍ଟିବାକୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଭାଇ ଅନ୍ୟ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ପ୍ରମାଣ ମିଳିଛି ଏବଂ ତାଙ୍କ ପତ୍ନୀ ଓ ମାଉସୀ ଟଙ୍କା ବାଣ୍ଟୁଥିବା ମଧ୍ୟ ଅଭିଯୋଗ ହୋଇଛି। ଟଙ୍କା ବାଣ୍ଟିବା ବେଳେ ବିଜେପିର ଜଣେ ପୂର୍ବତନ ମନ୍ତ୍ରୀ ଧରାପଡ଼ିଛନ୍ତି। ତାଙ୍କ ଗାଡ଼ିକୁ ପୁଲିସ ଜବତ କରିଛି ଓ ତାଙ୍କୁ ଅଞ୍ଚଳ ପରିସରରୁ ବାହାର କରି ଦିଆଯାଇଛି। ପ୍ରଦୀପଙ୍କ ଜଣେ ସହଯୋଗୀ ୟୁପିଆଇ ଜରିଆରେ ଟଙ୍କା ବାଣ୍ଟି ଗିରଫ ହୋଇଛନ୍ତି।
ଗୋଟିଏ ପଟେ ବିଜେଡି ବିକାଶର ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯାଇଥିବା ବେଳେ ବିଜେପିର କେନ୍ଦ୍ରମନ୍ତ୍ରୀମାନେ ପ୍ରଚାରରେ ଆସି ପଦମପୁରବାସୀଙ୍କୁ ମିଛ କହି ଭୁଆଁ ବୁଲାଇଥିବା ଦେଖିବାକୁ ମିଳିଥିଲା ।ହାରିବା ଭୟରେ ବିଜେପିର ଏମିତି ଆଚରଣ ପଦମପୁରର ସ୍ବାଭିମାନୀ ବାସିନ୍ଦାଙ୍କୁ ହୃଦୟକୁ ବାଧିଛି । ଯାହାର ଜବାବ ଭୋଟରେ ଦିଆଯିବ ବୋଲି ସ୍ଥାନୀୟ ବାସିନ୍ଦା ବିଜେପିକୁ ଖୋଲା ଚେତାବନୀ ଦେଇଥିଲେ ।
ନବୀନଙ୍କ ସମାବେଶ ପରେ ବଦଳିଗଲା ଗଣିତ : ୨୦୧୮ରେ ବିଜେପୁର, ୨୦୨୨ରେ ପଦ୍ମପୁର
ଭୁବନେଶ୍ୱର: ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ଅଛି, ହେଲେ ପଦ୍ମପୁର ଉପନିର୍ବାଚନ ରାଜ୍ୟରେ ସୃଷ୍ଟି କରିଛି ନିର୍ବାଚନୀ ବାତାବରଣ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ବରଗଡ଼ ଜିଲ୍ଲାର ବିଜେପୁରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ୨୦୨୨ରେ ପଦ୍ମପୁରରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ନବୀନ ଝଡ଼ ବିରୋଧୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛି। ତେଣୁ ଡିସେମ୍ବର ୫ ତାରିଖ ଉପନିର୍ବାଚନରେ ପ୍ରତିଟି ଭୋଟ ଏକ ନୂଆ କାହାଣୀ ଲେଖିବ ବୋଲି ରାଜନୈତିକ ସମୀକ୍ଷକମାନେ ମନେ କରୁଛନ୍ତି।
ଫସଲବୀମା, ଧାନ ଉଠାଣ, ଜିଲ୍ଲା ଗଠନ ଓ ଏନଏସି ମାନ୍ୟତା, ସେତୁ ଓ ଜଳସେଚନ ଏବଂ ରେଳବାଇ ଭଳି ପ୍ରସଙ୍ଗ ଏହି ଉପ-ନିର୍ବାଚନକୁ ଆହୁରି ରୋଚକ କରିଛି। ବିଭିନ୍ନ ପ୍ରସଙ୍ଗ ଉପରେ ରାଜନୈତିକ ଦଳର ଆଭିମୁଖ୍ୟ ଏବଂ ଜନତାଙ୍କ ପକ୍ଷ ଶୁଣିବାକୁ ମିଳିଛି। ବିଜେଡିର ବରିଷ୍ଠ ନେତା ତଥା ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ମୃତ୍ୟୁ ପରେ ଏହି ଉପନିର୍ବାଚନରେ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି। ମହିଳା ସଶକ୍ତୀକରଣ ଏବଂ ନିରନ୍ତର ବିକାଶ ବର୍ଷାଙ୍କ ପ୍ରାର୍ଥÒତ୍ୱକୁ ଅନ୍ୟମାନଙ୍କ ଠାରୁ ଢେର ଭିନ୍ନ କରିଛି। ଅପରପକ୍ଷରେ ବିଜେପି ୨୦୧୯ ନିର୍ବାଚନରେ ପରାଜିତ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଉପରେ ଭରସା କରିଛି। କଂଗ୍ରେସ ମଧ୍ୟ ଏକାଧିକ ଥର ପୂର୍ବରୁ ବିଧାୟକ ହୋଇଥିବା ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି। ଲଢେଇରେ ଆହୁରି ୭ ଜଣ ପ୍ରାର୍ଥୀଙ୍କ ସମ୍ପର୍କରେ ଚର୍ଚ୍ଚା ହେଉ ନ ଥିଲେ ହେଁ ସେମାନଙ୍କର ଭୋଟଗୁଡ଼ିକ ଆଗାମୀ ନିର୍ବାଚନରେ ଯଥେଷ୍ଟ ଗୁରୁତ୍ୱବହନ କରିଛି।
ନିର୍ବାଚନ ତାରିଖ ଘୋଷଣା ହେବାର ଯଥେଷ୍ଟ ପୂର୍ବରୁ ପଦ୍ମପୁରରେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଥିଲା। ପୂର୍ବ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜୁ ଘିବେଲା ଏବଂ ନିକଟରେ ସରକାରୀ ଚାକିରୀରୁ ଅବସର ନେଇଥିବା ମହେନ୍ଦ୍ର ବଢେଇ ବିଜେଡିରେ ଯୋଗଦାନ କରିଛନ୍ତି। ସାରା ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍କୁଲ ଏବଂ ଐତିହ୍ୟ ରୂପାନ୍ତରଣ, ଖାଦ୍ୟ ସୁରକ୍ଷା ଏବଂ ମହିଳା ସଶକ୍ତୀକରଣର ସୁଫଳ ଦେଖିବାକୁ ମିଳିଛି। ଅପରପକ୍ଷରେ ପଦ୍ମପୁର ବିକାଶକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରିଥିବା ବିଭିନ୍ନ ଘୋଷଣା ସ୍ଥାନୀୟ ବାସିନ୍ଦାଙ୍କୁ ବେଶ୍‍ ପ୍ରଭାବିତ କରିଛି। ପଦ୍ମପୁର ଜିଲ୍ଲା ଘୋଷଣା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିଭିନ୍ନ ଦାବିକୁ ସରକାର ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପଦ୍ମପୁରରେ ବିଜେପୁର ଉପନିର୍ବାଚନ ଫଳାଫଳର ପ୍ରତିଫଳନ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମନେ କରୁଛନ୍ତି।
୨୦୧୭ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେପି ବିଜେପୁର ଏବଂ ଅନ୍ୟ ପଡୋଶୀ ଆସନରେ ବିଜେଡି ଠାରୁ ଯଥେଷ୍ଟ ଅଧିକ ଭୋଟ ପାଇଥିଲା। ସେହିବର୍ଷ ସୁବଳ ସାହୁଙ୍କ ପରଲୋକ ପରେ ୨୦୧୮ରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡିକୁ ମିଳିଥିଲା ଅଭୂତପୂର୍ବ ସଫଳତା। କେନ୍ଦ୍ରମନ୍ତ୍ରୀ, ପଡୋଶୀ ରାଜ୍ୟର ବିଜେପି ମୁଖ୍ୟମନ୍ତ୍ରୀମାନେ ବିଜେପୁରରେ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ଦିନରାତି ଏକ କରି ଦେଇଥିଲେ। ମାତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ବିଜେପୁରରେ ବିଜେପିର ସବୁ ଗଣିତକୁ ବିଗାଡ଼ି ଦେଇଥିଲା। ପରିଣତସ୍ୱରୂପ ବିଜେଡି ପ୍ରାର୍ଥୀ ରୀତା ସାହୁ ୪୦ ହଜାରରୁ ଊର୍ଦ୍ଧ୍ବ ବ୍ୟବଧାନରେ ବିଜୟୀ ହୋଇଥିଲେ। ପଦ୍ମପୁର ଉପନିର୍ବାଚନ ୩ ଦିନ ବାକି ଥିବାବେଳେ ମୁଖ୍ୟମନ୍ତ୍ରୀ ନିର୍ବାଚନମଣ୍ଡଳୀରେ ୩ଟି ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶରେ ସାଧାରଣ ଲୋକଙ୍କ ଭିଡ଼ ନିର୍ବାଚନ ଫଳାଫଳ କ’ଣ ହେବ ତାହା ସ୍ପଷ୍ଟ କରି ଦେଇଛି। କେନ୍ଦୁପତ୍ର ତୋଳାଳି, ଚାଷୀ ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା ସହ ରାଜ୍ୟ ସରକାର ଗ୍ରହଣ କରିଥିବା ଜନହିତକର ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ଅବଗତ କରିଛନ୍ତି ନବୀନ। ଯାହା ନିର୍ବାଚନ ଫଳାଫଳକୁ ଗଭୀର ଭାବରେ ପ୍ରଭାବିତ କରିବ ବୋଲି ମନେ କରାଯାଉଛି। ଅନ୍ୟପକ୍ଷରେ ଏହି ନିର୍ବାଚନରେ ବିଜେଡି ସବୁ ବର୍ଗକୁ ଆହୁରି ଉତ୍ତମ ଭାବେ ଯୋଡିବା ପାଇଁ ସମସ୍ତ ପ୍ରୟାସ କରିଛି। ମହିଳା, ଯୁବ ଓ ଛାତ୍ର ସହ ବହୁ ସଂଖ୍ୟା ବିଶିଷ୍ଟ ସମାଜ ସହ ଦଳ ଯୋଡି ହୋଇଛି। ରାଜ୍ୟର ଶାସନ ମୁଖ୍ୟ ବ୍ୟକ୍ତିଗତ ଭାବେ ସାଧାରଣ ଜନତାର ଆହୁରି ନିକଟତର ହେବା ସମସ୍ତଙ୍କୁ ଢେର ଉତ୍ସାହିତ କରିଛି।
ପଦ୍ମପୁର ଉପନିର୍ବାଚନ: ପ୍ରଚାର ଶେଷ, ସୋମବାର ଭୋଟ ଗ୍ରହଣ
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ପ୍ରଚାର ଶେଷ ହୋଇଛି। ଶେଷଦିନରେ ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରଚାର କରିଛନ୍ତି । ଆସନ୍ତା ୫ ତାରିଖରେ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେବ । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲିବ। ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨,୫୭,୪୭୪ ଜଣ ଭୋଟର ୩୧୯ ଗୋଟି ବୁଥ୍‍ ରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧,୨୯,୪୯୭ ଜଣ ପୁରୁଷ ଭୋଟର, ୧,୨୭,୯୬୫ ଜଣ ମହିଳା ଭୋଟର, ୧୨ ଜଣ ତୃତୀୟ ଲିଙ୍ଗ ଭୋଟର ଏବଂ ୧୯୯ ଜଣ ସର୍ଭିସ୍‍ ଭୋଟର ମତଦାନ କରିବେ।
ମତଦାନ ପାଇଁ ପୋଲିଂ ଅଧିକାରୀମାନେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସାରିଛନ୍ତି । ପୋଲିଂ କର୍ମଚାରୀମାନେ ରବିବାର ସନ୍ଧ୍ୟା ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକରେ ନିଜ ନିଜର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇବେ । ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୭୪ ଗୋଟି ବୁଥ୍‍କୁ ଉତ୍ତେଜନାପ୍ରବଣ ଓ ୭୮ ଗୋଟି ବୁଥ୍‍କୁ ସମ୍ୱେଦନଶୀଳ ବୁଥ୍‍ ଭାବେ ଚିହ୍ନଟ କରାଯାଇଥିବା ବେଳେ ୯ କମ୍ପାନୀ (ସିପିଏଫ୍‍) ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ ମୁତୟନ ହେବା ସହ ୪୧ ପ୍ଲାଟୁନ୍‍ ରାଜ୍ୟ ପୁଲିସ ବଳଙ୍କୁ ବ୍ୟାପକ ସୁରକ୍ଷା ଦୃଷ୍ଟିରୁ ମୁତୟନ କରାଯିବ। ଏଥିରୁ ୧୬୦ ଗୋଟି ବୁଥ୍‍ ରେ ୱେବ୍‍ କାଷ୍ଟିଂ କରାଯିବା ସହ ଉତ୍ତେଜନାପ୍ରବଣ ବୁଥ୍‍ଗୁଡ଼ିକରେ ୯୮ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ମଡେଲ ବୁଥ୍‌ ୧୫ଟି ଏବଂ ପିଙ୍କ ବୁଥ୍‌ ୬ଟି କରାଯାଇଛି । ୩୧୯ଟି ବୁଥ୍‌ ପାଇଁ ୧୨୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । କୌଣସି ପୋଲିଂ ଅଧିକାରୀଙ୍କ କିଛି ଅସୁବିଧା ହେଲେ ତାଙ୍କୁ ପରିବର୍ତ୍ତନ କରାଯିବାକୁ ୧୨୮ ଜଣଙ୍କୁ ରିଜର୍ଭ ପୋଲିଂ ଅଧିକାରୀଙ୍କୁ ରଖାଯାଇଛି ।
ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମାନବେନ୍ଦ୍ର ପ୍ରତାପ ସିଂହ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ୱ ସେବାର ବରଷ୍ଠି ଅଧିକାରୀ ଡି.ଏମ୍‍ ରାମପ୍ରସାଦ ଗୁପ୍ତା ଏବଂ ପୁଲିସ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଭାରତୀୟ ପୁଲିସ ସେବା ଅଧିକାରୀ ହେମନ୍ତ ଚୌହାନଙ୍କୁ ନିଯିୁକ୍ତ କରାଯାଇଛି ବୋଲି ସିଇଓ ସୂଚନା ଦେଇଛନ୍ତି।
ପଦ୍ମପୁର : ପଦ୍ମପୁରରେ ପୁଣି ବିଜେପିର ଗୁଣ୍ଡାଗିରୀ। ନିର୍ବାଚନ ଆଚରଣ ବିଧିର ଉଲଂଘନ କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ସମର୍ଥକ ମାନଙ୍କ ସହ ବରିହାପାଲି ଠାରେ ପ୍ରଚାର କରୁଥିବା ବେଳେ ନନ୍ଦିଘୋଷ ଟିଭିର ସାମ୍ୱାଦିକ ଓ କ୍ୟାମେରାମେନଙ୍କୁ ଆକ୍ରମଣ କରିଛନ୍ତି। ଏହା ପୂର୍ବରୁ ପାଇକମାଲ ଠାରେ ମଧ୍ୟ ନନ୍ଦିଘୋଷ ଟିମ ଉପରେ ଆକ୍ରମଣ ହୋଇଥିଲା। ତେବେ ଆକ୍ରୋଶମୂଳକ ଭାବେ ବିଜେପି ନେତା ଓ ସମର୍ଥକ ମାନେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆକ୍ରମଣ କରୁଥିବା ବେଳେ ବିଜେପିର ଅସଲି ଗୁଣ୍ଡାଗିରୀ ଚେହେରା ଏବେ ସାମ୍ନାକୁ ଆସିଛି।
“ ନିର୍ବାଚନୀ ଆଦର୍ଶ ଆଚରଣ ବିଧିକୁ ବିଜେପିର ଖୋଲା ଉଲଂଘନ। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଶନିବାର ଉପନିର୍ବାଚନ ପ୍ରଚାରର ଶେଷ ଦିନ ରହିଥିଲା। ପଦ୍ମପୁର ଏକ ମାଓ ଅଞ୍ଚଳ ହୋଇଥିବାରୁ ନିର୍ବାଚନୀ ପ୍ରଚାର ଶେଷ କରିବାର ସମୟ ଛଅ ଘଣ୍ଟା ବଦଳରେ ପାଞ୍ଚ ଘଣ୍ଟା କରାଯାଇଥିଲା। ଫଳରେ ସଂଧ୍ୟା ପାଞ୍ଚ ଟା ଭିତରେ ବାହାର ଜିଲ୍ଲାରୁ ଆସିଥିବା ନେତା, ମନ୍ତ୍ରୀ ମାନେ ପ୍ରଚାର ଛାଡି ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ରହିଥିଲା। ଏହା ସହିତ ପାଞ୍ଚ ଟାରେ ସମସ୍ତ ପ୍ରକାର ପ୍ରଚାର ବନ୍ଦ କରିବା କଥା। କିନ୍ତୁ ଏହାକୁ ବେଖାତିର କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପଦ୍ମପୁର ବ୍ଲକ ବରିହାପାଲି ଗାଁରେ ନିଜ ସମର୍ଥକ ମାନଙ୍କ ସହ ପ୍ରଚାର କରୁଥିବା ସୂଚନା ମିଲିଥିଲା। ସୂଚନା ପାଇବା ପରେ ଏହିଭଳି ଏକ ଆଚରଣ ବିଧି ଉଲଂଘନକୁ ଖବର କରିବାକୁ ନନ୍ଦିଘୋଷର ଟିମ ପହଞ୍ଚିଥିଲେ।
ଏନେଇ ନନ୍ଦିଘୋଷର ବରିଷ୍ଠ ପ୍ରତିନିଧି ରାଜକିଶୋର ବେହେରା ପ୍ରଦୀପଙ୍କୁ ପ୍ରଶ୍ନ ପଚାରିଥିଲେ। ଆଚରଣ ବିଧି ଉଲଂଘନ ବିଷୟରେ ପ୍ରଶ୍ନ ପଚାରିବା ପରେ ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିରକ୍ତି ହୋଇ ତାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ। ଏହି ଭିତରେ ଉଭୟ ରିପୋର୍ଟର ଓ କ୍ୟାମେରାମେନଙ୍କୁ ବିଜେପି ସମର୍ଥକ ମାନେ ଘେରି ଯାଇ ଆକ୍ରମଣ କରିବା ସହିତ କ୍ୟାମେରାକୁ ଭାଙ୍ଗିଦେଇଥିବା ଜଣାପଡିଛି। ଏହି ଘଟଣାକୁ ବିଭିନ୍ନ ମହଳରୁ ନିନ୍ଦା କରାଯାଇଛି। ତେବେ ସୂଚନା ଯୋଗ୍ୟ ଯେ ଏହା ପ୍ରଥମ ଘଟଣା ନୁହଁ। ଗତ ଦୁଇ ଦିନ ତଲେ ନନ୍ଦିଘୋଷର ବ୍ରହ୍ମପୁରର ପ୍ରତିନିଧି ଦେବହରି ବେହେରାଙ୍କୁ ମଧ୍ୟ ଥାନାରେ ଆକ୍ରମଣ କରାଯାଇଥିଲା। ତାହା ପୁଣି ପୁଲିସ ଅଧିକାରୀଙ୍କ ସାମ୍ନାରେ ଏହି ଘଟଣା ଘଟିଥିଲା। ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ବି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିନାହିଁ। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ପୁଲିସ ବିଜେପି ଦଳର ନେତା ମାନଙ୍କୁ ନୀରବ ସମର୍ଥନ ଜଣାଉଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବରିହାପାଲି ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ଟିମ ପହଞ୍ଚି ଆହତ ସାମ୍ୱାଦିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଏସପି ଓ ଜିଲ୍ଲାପାଳ ମଧ୍ୟ ଏହି ଘଟଣା ଉପରେ ନଜର ରଖିଥିବା ସୂଚନା ମିିଳିଛି।
ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ; ଜୋରଦାର ପ୍ରଚାର କରିବେ ୩ ପ୍ରମୁଖ ରାଜନୈତିକ ଦଳ
ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ସନ୍ଧ୍ୟା ୫ଟା ଯାଏ କ୍ୟାମ୍ପେନ କରିପାରିବେ ପ୍ରାର୍ଥୀ । ଶେଷ ଦିନରେ ସବୁ ଦମ୍‌ ଲଗାଇବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ । ଭୋଟ ହାତେଇବାକୁ ଜୋରଦାର କସରତ କରୁଛନ୍ତି ପ୍ରାର୍ଥୀ । ଶେଷ ଦିନରେ ଜନସମର୍ଥନ ହାସଲ ପାଇଁ ସବୁ ଦଳ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ଦଳର ହେଭିେଓ୍ଵଟ୍‌ ପ୍ରଚାର ମଇଦାନରେ ଅଛନ୍ତି । ଆଜି ରୋଡ୍‌ ସୋ କରି ଭୋଟ ଭିକ୍ଷା କରିବେ ବର୍ଷା ସିଂ ବରିହା । ଗତକାଲି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର କରିଥିଲେ । ନବୀନଙ୍କ କ୍ୟାମ୍ପେନ ପରେ ଆହୁରି ଉତ୍ସାହିତ ହୋଇପଡ଼ିଛି ବିଜେଡି ଶିବିର ।
ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରଚାର ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଭରିଛି ନୂଆ ଜୋସ୍ । ସବୁଆଡ଼େ ବହୁଛି ଶଙ୍ଖ ହାଓ୍ବା । ୩ଟି ସ୍ଥାନରେ ବର୍ଷାଙ୍କ ପାଇଁ ପ୍ରଚାର କରି ଆଶୀର୍ବାଦ ମାଗିଛନ୍ତି ନବୀନ । ପଦ୍ମପୁରକୁ କୌଣସି କ୍ଷେତ୍ରରେ ଅବହେଳିତ କରାଯିବ ନାହିଁ । ୨୦୨୩ରେ ଜିଲ୍ଲା ସ୍ବପ୍ନ ସତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଏହା ସହିତ କେନ୍ଦ୍ରର ଅବହେଳା ପ୍ରସଙ୍ଗରେ ବର୍ଷି ବିଜେପି ସରକାରକୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ।
ଚାଷୀଙ୍କଠୁ ରେଳ ଲାଇନ ପର୍ଯ୍ୟନ୍ତ ସବୁ ପ୍ରସଙ୍ଗରେ କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ, କହିଲେ ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଉଛନ୍ତି କେନ୍ଦ୍ରମନ୍ତ୍ରୀ
ପଦ୍ମପୁର : ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପଦ୍ମପୁରର ୩ଟି ସ୍ଥାନ ଝାରବନ୍ଧ,ପାଇକମାଳ ଓ ପଦ୍ମପୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି ବିଜେଡି ସୁପ୍ରିମୋ। ତେବେ ଆଜି ଜନସଭାକୁ ସମ୍ବୋଧିତ କରିବା ବେଳେ କେନ୍ଦ୍ର ବିଜେପି ସରକାର ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଅସଲ ମୁଖା ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବିଜେପି ନେତାଙ୍କ ତାଳୁରୁ ତଳିପା ପର୍ଯ୍ୟନ୍ତ ପୂରା ଧୋଇଦେଇଛନ୍ତି। କେନ୍ଦ୍ର ବିଜେପି ମନ୍ତ୍ରୀମାନଙ୍କ ମିଛ ଓ ପ୍ରତାରଣାର କଡ଼ା ଜବାବ ଦେଇଛନ୍ତି ନବୀନ।
ପଦମପୁରରେ ଭୋଟ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ । ବିଜେଡି ସରକାର ସବୁବେଳେ ଲୋକଙ୍କ ପାଇଁ କାମ କରୁଛି । ନିକଟରେ ପ୍ରଥମ ପର୍ଯ୍ୟାୟରେ କେନ୍ଦୁପତ୍ର ତୋଳାଳୀଙ୍କୁ ୧ ହଜାର ଓ ସିଜିନାଲ କର୍ମଚାରୀଙ୍କୁ ୧୫୦୦ ଟଙ୍କା ବୋନସ ଦିଆଗଲା । ଆଗକୁ ମଧ୍ୟ ବୋନସ ଦିଆଯିବ । ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ସାମିଲ କରାଯିବ । ଝିଅ ବାହାଘର ଠାରୁ ପିଲାଙ୍କ ପାଠପଢା ଯାଏଁ ସୁବିଧା ଯୋଗାଇ ଦେଉଛୁ ।
ଏହାସହ କେନ୍ଦ୍ରକୁ ଟାର୍ଗେଟ କରି ନବୀନ କହିଛନ୍ତି, କେନ୍ଦୁପତ୍ର ଉପରେ କେନ୍ଦ୍ର ୧୮% ଜିଏସଟି ଲଗାଉଛି । ହେଲେ ସୁନା ଉପରେ ମାତ୍ର ୩% ଜିଏସଟି ଲାଗିଛି । ସୁନା ବେପାରୀ ଦେବେ ୩% ଜିଏସଟି, କିନ୍ତୁ ଗରିବ କେନ୍ଦୁପତ୍ର ତୋଳାଳୀ ଦେବ ୧୮% । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବିଜେପି ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛି । ମୁଁ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି । କେନ୍ଦୁପତ୍ର ତୋଳାଳୀଙ୍କ ହକ୍ ପାଇଁ ଲଢେଇ କରିବି । ବିଜେପି ନେତା କେବେ ଏହି ଅନ୍ୟାୟ ଉପରେ ମୁହଁ ଖୋଲିବେନି ।
ଚାଷୀଙ୍କ ସୁବିଧା ପାଇଁ ଫସଲବୀମା ଯୋଜନା ଅଛି । ଏହା କେନ୍ଦ୍ରର ଯୋଜନା । ରାଜ୍ୟ ସରକାର ୫୦ ପ୍ରତିଶତ ପ୍ରିମିୟମ ବାବଦକୁ ୬୩୦ କୋଟି ଦେଉଛନ୍ତି । ପଦ୍ମପୁର ଚାଷୀଙ୍କ ଫସଲବୀମା ଟଙ୍କା ୧୮ ମାସ ହେବ କେନ୍ଦ୍ର ନିକଟରେ ପଡି ରହିଥିଲା । ଚାଷୀ ବନ୍ଧୁମାନେ ବିଜେପି ପ୍ରାର୍ଥୀଙ୍କୁ ନାମାଙ୍କନପତ୍ର ଦାଖଲ କରିବାକୁ ଅଟକାଇବା ପରେ ୪୮ ଘଣ୍ଟା ପରେ ନିଦ ଭାଙ୍ଗିଲା । ଏବେ ବି ପଦ୍ମପୁରର ବହୁ ଚାଷୀ ବୀମା ରାଶି ପାଇନାହାନ୍ତି । ମୁଁ ଏଥିପାଇଁ କେନ୍ଦ୍ର ସହ ଲଢିବି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ନେତା ମାନେ ୨୦୧୪ରେ କହିଥିଲେ ଏମଏସପି ଦୁଇଗୁଣା କରିବୁ । କିନ୍ତୁ ଏହା ହେଲା କି? ସାର ଦେବାରେ ଅବହେଳା, ଧାନ କିଣିବାରେ ଅବହେଳା, ଚାଷୀଙ୍କୁ ଋଣ ଦେବାରେ ଅବହେଳା କରୁଛି କେନ୍ଦ୍ର । କିନ୍ତୁ ଚାଷୀଙ୍କ କଲ୍ୟାଣ ପାଇଁ ବିଜେଡି ଅନେକ ପଦକ୍ଷେପ ନେଇଛି । ଚାଷୀଙ୍କ ଉନ୍ନତି ପାଇଁ ୧ ହଜାର କୋଟି ଟଙ୍କାର କାମ ହୋଇଛି । କେନ୍ଦ୍ରର ବିଜେପି ସରକାର ଘୋଷଣା କରିଥିଲେ ୨୦୨୨ ସୁଦ୍ଧା ସମସ୍ତେ ଘର ପାଇବେ । ଓଡ଼ିଶା ପ୍ରତିବର୍ଷ ୫ ଲକ୍ଷ ଘର ଯୋଗାଇ ଦେଇ କେନ୍ଦ୍ର ଠାରୁ ପୁରସ୍କୃତ ହୋଇଥିଲା । କିନ୍ତୁ ବିଜେପିର ଓଡ଼ିଶାର ସାଂସଦ ମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଚାପ ପକାଇ ଗ୍ରାମୀଣ ଆବାସକୁ ବନ୍ଦ କରିଲେ । ରାଜନୈତିକ ଉଦ୍ଦେଶ୍ୟ ରଖି ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରିଛନ୍ତି । ୨ ବର୍ଷ ହେଲା ଘର ବନ୍ଦ କରି ରଖିଛି କେନ୍ଦ୍ର । ୨ ବର୍ଷରେ ୧୦ ଲକ୍ଷ ଗରିବ ଘର ପାଇଥାନ୍ତେ । ଏଭଳି ଘର ବନ୍ଦ କରି ଓଡ଼ିଶା ବିଜେପିର ନେତା ମାନେ ବାହାବା ମାରୁଛନ୍ତି । ଆପଣ ମାନଙ୍କ ହକ୍ ପାଇଁ ମୁଁ ଲଢିବି । ଓଡ଼ିଶାବାସୀଙ୍କ ଆବାସ ଯୋଜନା ଅନ୍ୟାୟ ଭାବେ ବନ୍ଦ କଲେ ଆପଣଙ୍କ ସରକାର ଏହାକୁ ଯୋଗାଇବେ ।
୨୦୧୮ରେ କେନ୍ଦ୍ରମନ୍ତ୍ରୀ କହିଥିଲେ ବରଗଡରୁ ପଦ୍ମପୁର ଦେଇ ଟ୍ରେନ୍ ନୂଆପଡା ଯିବ । ବିଜେପୁର ଉପ-ନିର୍ବାଚନ ସମୟରେ ଏମିତି କହିଥିଲେ । ୨୦୨୨ରେ ଦୁଇ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ କହୁଛନ୍ତି ଓଡ଼ିଶା ସରକାର ଜମି ଦେଲେ, କାମ ଆରମ୍ଭ କରିବେ । ପଦ୍ମପୁର ଉପ-ନିର୍ବାଚନ ବେଳେ ଏଭଳି ଘୋଷଣା କରୁଛନ୍ତି । ମାନ୍ୟବାର କେନ୍ଦ୍ରମନ୍ତ୍ରୀ କହିବେ କି, ଏହି ରେଲୱେ ଲାଇନ୍ କେଉଁ ଗାଁ ଦେଇ ଯିବ, ଷ୍ଟେସନ କେଉଁଠି ହେବ, କେଉଁଠି ବ୍ରିଜ ହେବ । ଜମି ଦେବାକୁ କେନ୍ଦ୍ରମନ୍ତ୍ରୀ କହିଲେ କିନ୍ତୁ କେଉଁ ଗାଁରେ କେତେ ଜମି ଦରକାର ତାହାର ସର୍ଭେ କରିଛନ୍ତି କି? ଡିପିଆର କରିଛନ୍ତି କି? ରାଜ୍ୟ ସରକାରଙ୍କ ପାଖରେ ଜମି ପାଇଁ ଆବେଦନ କରିଛନ୍ତି କି? କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଏହାର ଉତ୍ତର ନାହିଁ ତେଣୁ ପଦ୍ମପୁରବାସୀଙ୍କୁ କାହିଁକି ମିଛ କହିଲେ । ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ ।
ସାଢେ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ସ୍ୱାସ୍ଥ୍ୟ ସୁବିଧା ପାଇଁ ବିଜୁ ସ୍ୱାସ୍ଥ୍ୟକାର୍ଡ, ମିଶନ ଶକ୍ତି ମହିଳାଙ୍କୁ ୫ ଲକ୍ଷ ଟଙ୍କାର ବିନା ସୁଧରେ ଋଣ, ଚାଷୀଙ୍କୁ ବିନା ସୁଧରେ ଋଣ, ଓଡ଼ିଶାରେ ପିଲାଙ୍କୁ ଆଧୁନିକ ପ୍ରଣାଳୀରେ ଶିକ୍ଷାଦାନ ପାଇଁ ସ୍କୁଲ ରୂପାନ୍ତରଣ ଓ ୫-ଟି ସ୍କୁଲ, ଗାଁରେ ଥିବା ଗରିବ ପିଲାଙ୍କର ସ୍ୱପ୍ନ ସତ କରିବାକୁ ଡାକ୍ତରୀ ଓ ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମରେ ୧୫% ସଂରକ୍ଷଣ, ଜଳସେଚନ ସୁବିଧା ପାଇଁ ବାର୍ଷିକ ୨୦ ହଜାର କୋଟି , ଜନ୍ମରୁ ମୃତ୍ୟୁ ଯାଏଁ ବିଜେଡି ସରକାର ସାଥୀରେ ଅଛନ୍ତି । ସାରା ଦେଶରେ ଏସଟି ଝିଅ ମାନେ ଅଧିକ ସଂଖ୍ୟାରେ ହଷ୍ଟେଲରେ ରହିବାରେ ଓଡ଼ିଶା ପ୍ରଥମ । ଆଦିବାସୀଙ୍କ ପିଲାଙ୍କ ପାଇଁ ୧ ହଜାର ଟଙ୍କାର ଅଧିକ ସ୍କଲାରସିପ ଦେଉଛନ୍ତି । ଭାରତ ସରକାର ଏସଟି ସ୍କଲାରସିପ୍ ଦେବାରେ ଅବହେଳା କରୁଛନ୍ତି । ଜନଜାତି ମାନ୍ୟତା ଦେବାକୁ ଓଡ଼ିଶା ପ୍ରସ୍ତାବ ଦେଇଥିଲେ ମଧ୍ୟ ବିଜେପି ସରକାର ଅଣଦେଖା କରି ଆସୁଛି । ବିଜେପିର କିଛି ନେତା ପଚାରୁଛନ୍ତି ନବୀନ ବାବୁ ବିଜେପୁର ପାଇଁ କଣ କଲେ? ଏହାର ଜବାବ ହେଲା, ବିଜେପୁରବାସୀ ୨୦୧୯ରେ ବିଜେଡି ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟରେ ଆଶୀର୍ବାଦ କଲେ । ବିକାଶ ଧାରାରେ ବିଜେପୁର ସାମିଲ ହୋଇଛି । ୪ ହଜାର କୋଟି ଟଙ୍କାର କାମ ବିଜେପୁରରେ ଚାଲିଛି । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ । ବିଜେପୁର ଭଳି ପଦ୍ମପୁରବାସୀଙ୍କୁ ଯାହା କହିଛି ତାହା କରିବି । ପ୍ରତ୍ୟେକ ପଞ୍ଚାୟତ ପାଇଁ ବିଜେଡି ନିଜ ଇସ୍ତାହାରରେ ୧ କୋଟି ଟଙ୍କାର ପ୍ରକଳ୍ପ ରଖିଛି । ଏହାକୁ ବର୍ଷେ ଭିତରେ ପୂରା କରିବୁ । ୨୦୨୪ ନିର୍ବାଚନ ପୂର୍ବରୁ କାମ ସରିଥିବ, ତାଲିକା ଧରି ମୁଁ ଆସିବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
୨୦୨୩ରେ ସାକାର ହେବ ପଦ୍ମପୁରବାସୀଙ୍କ ଜିଲ୍ଲା ସ୍ୱପ୍ନ : ମୁଖ୍ୟମନ୍ତ୍ରୀ
ପଦ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରରେ ମାରାଥନ ପ୍ରଚାର କରିଛନ୍ତି। ବିଜେଡି ସୁପ୍ରିମୋ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଥମେ ଝାରବନ୍ଧରେ ଜନସଭା କରିଥିଲେ। ଏହା ପରେ ସେ ସେଠାରୁ ପାଇକମାଳ ଅଭିମୁଖେ ବାହାରିଥିଲେ। ପାଇକମାଳରେ ଆୟୋଜିତ ଜନସଭାରେ ସମ୍ବୋଧିତ କରିଥିଲେ। ନବୀନ ପଟ୍ଟନାୟକ ଶେଷରେ ପଦ୍ମପୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ୨୦୨୩ରେ ପଦ୍ମପୁର ଜିଲ୍ଲା ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।
ପଦମପୁର ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ସଭାରେ ପ୍ରବଳ ଜନସମାଗମ ଦେଖା ଦେଇଥିଲା । ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ ଗଙ୍ଗାଧର ମାଟିକୁ ପ୍ରଣାମ ଜଣାଇଥିଲେ ।ଏହି ଅବସରରେ ସେ ବଡ଼ ଘୋଷଣା କରି କହିଥିଲେ, ଦୀର୍ଘ ବର୍ଷ ହେବ ପଦମପୁର ବାସୀ ଯେଉଁ ଦାବି କରିଆସୁଥିଲେ ତାହା ଖୁବଶୀଘ୍ର ପୂରଣ ହେବ । ୨୦୨୩ରେ ପଦମପୁରକୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ଏହି ପ୍ରତିଶ୍ରୁତି ପରେ ପଦମପୁରବାସୀଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି।
ପଦମପୁର ଉପନିର୍ବାଚନ: ସ୍ଥିତି ପରଖିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ସହ କଲେ ଆଲୋଚନା
ପଦମପୁର: ପଦମପୁରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ । ଉପନିର୍ବାଚନରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସମୀକ୍ଷା କରିବା ସହ ଜିଲ୍ଲା ପ୍ରଶାସନ ସହ କଲେ ଆଲୋଚନା । ପଦମପୁରରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ତର୍ଜମା କଲେ ସିଇଓ ।
ଏହି ଗସ୍ତ ଅବସରରେ ବରଗଡ଼ ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି ସିଇଓ । ଆଚରଣବିଧି ଉଲ୍ଲଂଘନ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ତର୍ଜମା କରିବା ସହ କାଉଣ୍ଟିଂ ସେଣ୍ଟର ଓ ଷ୍ଟ୍ରଙ୍ଗ ରୁମ୍‌ ବୁଲି ଦେଖିଛନ୍ତି। ସମୀକ୍ଷା ପରେ ସୁରୁଖୁରୁରେ ନିର୍ବାଚନ ପାଇଁ ରାଜନୈତିକ ଦଳଙ୍କୁ ଅନୁରୋଧ କରିଛନ୍ତି ସିଇଓ । ପ୍ରକାଶଯୋଗ୍ୟ, ଡିସେମ୍ବର ୫ ତାରିଖରେ ପଦ୍ମପୁରରେ ଉପ-ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରଚାର ଜୋରଦାର କରିଛନ୍ତି ।
ଭୁବନେଶ୍ୱର : ବରଗଡ଼ ରୋଡ଼ ଷ୍ଟେସନ୍‌ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ା ରେଳ ଷ୍ଟେସନ ଯାଏଁ ନୂତନ ରେଳଲାଇନ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିସାରିଛନ୍ତି କହି ଭାରତୀୟ ଜନତା ପାର୍ଟି ପଦ୍ମପୁରବାସୀଙ୍କୁ ବାରମ୍ବାର ଭୁଆଁ ବୁଲାଇ ଚାଲିଛିି । ୨୦୧୮ ଡିସେମ୍ବର ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିସାରିଛି ବୋଲି ଘୋଷଣା ପ୍ରହେଳିକା ଥିଲା ବୋଲି ଆଜି ଖୋଦ୍ ବରଗଡ଼ ସାଂସଦ ସୁରେଶ ପୂଜାରୀ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଏହି ପ୍ରକଳ୍ପ ୨୦୨୧ ଡିସେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଛି ବୋଲି ଶ୍ରୀ ପୂଜାରୀ କହିବା ପରେ ଏହାକୁ ନେଇ ଦ୍ୱନ୍ଦ୍ୱ ଆହୁରି ବଢ଼ିଛି । ପ୍ରକୃତରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେଇ କେବଳ ଭ୍ରମିତ କରି ଚାଲିଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉପରେ ସବିଶେଷ ସୂଚନା ଦେଇ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର କହିଛନ୍ତି ଯେ ପଦ୍ମପୁର ରେଳଲାଇନ ପ୍ରକଳ୍ପ ୨୦୧୮ ଡିସେମ୍ବରରେ ଅନୁମୋଦନ ଲାଭ କଲା ନା ୨୦୨୧ ଡିସେମ୍ବରରେ, ତାହା ପ୍ରଥମେ ଶ୍ରୀ ପୂଜାରୀ ସ୍ପଷ୍ଟ କରିବା ଉଚିତ । କାରଣ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନା ମାନ୍ୟବର ସାଂସଦ ଶ୍ରୀ ପୂଜାରୀ ମଧ୍ୟରୁ କିଏ ସତ କହୁଛନ୍ତି, ତାହା ଜାଣିବାର ଅଧିକାର ପଦ୍ମପୁରବାସୀଙ୍କର ଅଛି । ଯଦି ଶ୍ରୀ ପୂଜାରୀ ସତ କହୁଥାନ୍ତି, ତେବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ୨୦୧୮ରେ ଏହି ରେଳଲାଇନ ପ୍ରକଳ୍ପ ଅନୁମୋଦନ ପାଇସାରିଛି ବୋଲି ଯେଉଁ ଭୁଲ ତଥ୍ୟ ଦେଇ ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇଥିଲେ, ସେଥିପାଇଁ ସେ କ୍ଷମା ମାଗିବା ଉଚିତ ।
ଏହାଛଡ଼ା ପଦ୍ମପୁର ରେଳଲାଇନ ରେଳବାଇର ବ୍ଲୁ ବୁକ୍‌ରେ ସ୍ଥାନ ପାଇଛି ବୋଲି ଶ୍ରୀ ପୂଜାରୀ ଦେଇଥିବା ସୂଚନା ଉପରେ ମଧ୍ୟ ଡ. ପାତ୍ର ସ୍ପଷ୍ଟୀକରଣ ରଖିଥିଲେ । ଡ.ପାତ୍ର କହିଲେ, ଶ୍ରୀ ପୂଜାରୀ ଜଣେ ଅଭିଜ୍ଞ ସାଂସଦ । ସେ ଏ କଥା ଜାଣିବା ଉଚିତ ଯେ ଦେଶର କୌଣସି ରେଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହେଲେ ଏହା ବ୍ଲୁ ବୁକ୍ ନୁହେଁ, ପିଙ୍କ୍ ବୁକ୍‌ରେ ସ୍ଥାନ ପାଏ । ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶିତ ୨୦୨୨-୨୩ ପିଙ୍କ୍ ବୁକ୍‌ରେ କେଉଁଠି ମଧ୍ୟ ପଦ୍ମପୁର ରେଳଲାଇନ ପ୍ରକଳ୍ପ ସଂପର୍କରେ ଉଲ୍ଲେଖ ନାହିଁ । ଯେତେବେଳେ ଏହି ପ୍ରକଳ୍ପ ପିଙ୍କ୍ ବୁକ୍‌ରେ ସ୍ଥାନ ପାଇ ନାହିଁ ଏବଂ ଏଥିପାଇଁ କୌଣସି ଅର୍ଥ ମଂଜୁର ହୋଇ ନାହିଁ, ସେତେବେଳେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବା ଉଚିତ ବୋଲି ସାଂସଦ ଶ୍ରୀ ପୂଜାରୀ କହିବା ହାସ୍ୟାସ୍ପଦ ଏବଂ ଦୁଃଖଦାୟକ । କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ପାଇଁ କୌଣସି ଅର୍ଥ ମଞ୍ଜୁର କରି ନଥିବାବେଳେ ରାଜ୍ୟ ସରକାରଙ୍କୁ ଏହାର ସର୍ଭେ କରିବା କଥା କହି ମୁଣ୍ଡ ଉପରୁ ଦୋଷ ଖସାଇବାକୁ ଉଦ୍ୟମ କରୁଛି ବୋଲି ଡ. ପାତ୍ର ଅଭିଯୋଗ କରିଛନ୍ତି ।
ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପଦ୍ମପୁରବାସୀ କେନ୍ଦ୍ରର ବିଜେପି ସରକାରଙ୍କ ଦ୍ୱାରା ଅବହେଳାର ଶିକାର ହୋଇଥିବା କଥା ପଦାରେ ପଡ଼ିଯିବା ପରେ, ବିଜେପି ଏହା ଲୁଚାଇବାକୁ ଉଦ୍ୟମ କରୁଛି । ତେଣୁ ଏହି ପ୍ରକଳ୍ପ ପାଇଁ ଅର୍ଥ ମଂଜୁର କରିବାରେ ବିଳମ୍ବ କରିବା ସହ ପଦ୍ମପୁରବାସୀଙ୍କୁ ଅଣଦେଖା କରିବାରେ ଭାରତୀୟ ଜନତା ପାର୍ଟି ସଂପୂର୍ଣ୍ଣ ଭାବେ ଦାୟୀ ନୁହେଁ କି ବୋଲି ଡ. ପାତ୍ର ପ୍ରଶ୍ନ କରିଛନ୍ତି ।ଡ. ପାତ୍ର ଆହୁରି କହିଛନ୍ତି ଯେ ଖୁସିର କଥା ଏହି ପ୍ରସଙ୍ଗରେ ପଦ୍ମପୁରରେ ଖୋଲା ବିତର୍କ ପାଇଁ ଶ୍ରୀ ପୂଜାରୀ ନିମନ୍ତ୍ରଣ କରିଛନ୍ତି । ବିଜୁ ଜନତା ଦଳ ନିଶ୍ଚିତ ଭାବେ ଖୋଲା ବିତର୍କ ପାଇଁ ତାଙ୍କୁ ଆମନ୍ତ୍ରଣ କରିବ ଯେତେବେଳେ ଶ୍ରୀ ପୂଜାରୀ ସ୍ୱୀକାର କରିବେ ଯେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ ଏହି ପ୍ରକଳ୍ପ ଅନୁମୋଦିତ ହୋଇଥିଲା ବୋଲି ଯାହା କହିଥିଲେ, ତାହା ଭୁଲ ଥିଲା ।
ଡିସେମ୍ବର ୫ରେ ନେତା ବାଛିବେ ପଦ୍ମପୁରର ଅଢେଇ ଲକ୍ଷରୁ ଅଧିକ ଭୋଟର, ଉପ-ନିର୍ବାଚନ ଲଢେଇରେ ୧୦ ପ୍ରାର୍ଥୀ
ଭୁବନେଶ୍ବର/ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ଭୋଟ୍‌ ପଡିବାକୁ ଯାଉଛି। ଉପନିର୍ବାଚନ ପାଇଁ ପଦ୍ମପୁର ମଇଦାନରେ ଏବେ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ । ମୋଟ ୧୩ ଜଣ ନାମାଙ୍କନ କରିଥିବା ଯାଞ୍ଚବେଳେ ୨ ଜଣଙ୍କର ନାକଚ ହୋଇଥିଲା। ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଏବେ ମଇଦାନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀ ସୂଚନା ଦେଇଛନ୍ତି।
ଡିସେମ୍ବର ୫ ତାରିଖରେ ପଡିବାକୁ ଯାଉଛି ଭୋଟ୍ । ଯାହାର ଫଳାଫଳ ଆସନ୍ତା ଡିସେମ୍ବର ୮ ତାରିଖରେ ଘୋଷଣା କରାଯିବ । ତେବେ ବର୍ତ୍ତମାନ ସମସ୍ତ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଥିବାବେଳେ, ତିନି ପ୍ରମୁଖ ରାଜନୈତିକ ଦଳ ଘରକୁ ଘର ବୁଲି ପ୍ରଚାର କାମ ଜାରି ରଖିଛନ୍ତି। ତେବେ ୧୦ ଜଣ ପ୍ରାର୍ଥୀଙ୍କ ନାମ ବାଲାଟ୍ ପେପରରେ ରହିବ । ଯାହାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୫୭ ହଜାର ୪୭୪ ଜଣ ଭୋଟର । ତେବେ ମୋଟ ଭୋଟରଙ୍କ ଭିତରୁ ୧ ଲକ୍ଷ ୨୯ ହଜାର ୪୯୭ ଜଣ ଭୋଟର ପୁରୁଷ ହୋଇଥିବାବେଳେ, ୧ ଲକ୍ଷ ୨୭ ହଜାର ୯୬୫ ଜଣ ମହିଳା ଭୋଟର ରହିଛନ୍ତି । ପଦ୍ମପୁର ଉପ ନିର୍ବାଚନ ପାଇଁ ମୋଟ ୩୧୯ଟି ବୁଥ୍ ରହିଥିବାବେଳେ, ଏହି ସବୁ ବୁଥରେ ଅଢେଇ ଲକ୍ଷରୁ ଅଧିକ ଭୋଟର ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀଙ୍କ ସୂଚନା ଅନୁସାରେ  ପଦ୍ମପୁରରେ ୮୦ ବର୍ଷରୁ ଅଧିକ ମୋଟ ୪୩୯୩ ଜଣ ଭୋଟର ଏବଂ ୨୫୫୮ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ତା ସହିତ ୨୮୪ ଜଣ ଭୋଟର ପୋଷ୍ଟାଲ ବାଲାଟ୍ ସାହାଯ୍ୟରେ ମତାଧିକାର ସାବ୍ୟସ୍ତ କରିବେ ବୋଲି ଜଣାପଡିଛି । ପଦ୍ମପୁର ଉପ ନିର୍ବାଚନ ପାଇଁ ୧୧ଟି ପୋଲିଂ ପାର୍ଟି କାମ କରିବେ । ଯେଉଁଥିରେ ଦୁଇ ଜଣ ପୋଲିଂ ଅଫିସର, ଜଣେ ମାଇକ୍ରୋ ଅବଜରଭର, ଜଣେ ଭିଡିଓଗ୍ରାଫର୍ ଏବଂ ଜଣେ ସୁରକ୍ଷା କର୍ମୀ ରହିବେ । ଚଳିତଥର ପଦ୍ମପୁର ଉପ ନିର୍ବାଚନ ଭୋଟ୍ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ଭିତରେ ଅଢେଇ ଲକ୍ଷରୁ ଅଧିକ ଭୋଟର ପଦ୍ମପୁରର ନୂଆ ବିଧାୟକ ବାଛିବେ ।
ପଦ୍ମପୁର ଉପ ନିର୍ବାଚନ ପାଇଁ ଗତ ନଭେମ୍ବର ୫ ତାରିଖରୁ ନିର୍ବାଚନ ଆଚାରଣ ବିଧି ଲାଗୁ ଅଛି । ବର୍ତ୍ତମାନ ସୁଦ୍ଧା ନିର୍ବାଚନ ନିର୍ବାଚନ ଆଚାରଣ ବିଧି ଭାଙ୍ଗିଥିବାରୁ ୪୭୭ଟି କେସ୍ ରୁଜୁ ହୋଇଥିବାବେଳେ ୩୬ଟି ଆର୍ମ ଲାଇସେନ୍ସକୁ ଡିପୋଜିଟ୍ କରିଦିଆଯାଇଛି । ଏ ଭିତରେ ପଦ୍ମପୁରରେ ଅବକାରୀ ବିଭାଗର ଚଢାଉ ଜାରି ରହିଛି, ଏ ସମ୍ପର୍କିତ ୧୧୪ଟି କେସ୍ ରୁଜୁ କରାଯାଇଥିବାବେଳେ, ୭୪ ଜଣଙ୍କୁ ଏନେଇ ଗିରଫ କରାଯାଇଛି । ଖାଲି ସେତିକି ନୁହେଁ ୫୯ ଲକ୍ଷ ୪୪ ହଜାର ୬୧୦ ଟଙ୍କା ମୂଲ୍ୟର ବିଭିନ୍ନ ମାଦକ ଦ୍ରବ୍ୟ ଜବତ କରାଯାଇଛି।
ପଦ୍ମପୁର ଉପ ନିର୍ବାଚନ ପାଇଁ ମୋଟ ୩୧୯ଟି ବୁଥ୍ ରହିଥିବାବେଳେ କିଛି ମତଦାନ କେନ୍ଦ୍ରର ନା ପରିବର୍ତ୍ତନ ହୋଇଥିଲେ ବି ସ୍ଥାନ ସମାନ ରହିଛି। ଭୋଟର ଦ୍ବନ୍ଦରେ ନ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ଯେଉଁଠି ଭୋଟ ଦେଇଥିଲେ ସେହି ସ୍ଥାନରେ ଭୋଟର ଭୋଟ ଦେବେ । ୭୪ଟି ବୁଥ ମାଓପ୍ରଭାବିତ ଅଞ୍ଚଳରେ ରହିଛି। ୭୮ ଟି ସମ୍ବେଦନଶିଳ ବୁଥ ଚିହ୍ନଟ କରାଯାଇଛି। ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ। ଆଇନଶୃଙ୍ଖଳା ପାଇଁ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ୫୦ ପ୍ରତିଶତ ବୁଥ ରେ ହେବ ୱେବ କାଷ୍ଟିଙ୍ଗ। ୯୮ ଜଣ ମାଇକ୍ରୋ ଅଭଜରର୍ବର୍ ମୁତୟନ ହେବେ।