Rajiv Gandhi - The Sakala

ଜେଲ୍ରୁ ମୁକୁଳିବେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ; ସମସ୍ତ ୬ ଦୋଷୀଙ୍କୁ ଖଲାସ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଜେଲ୍ରୁ ମୁକୁଳିବେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ସମସ୍ତ ୬ ହତ୍ୟାକାରୀଙ୍କୁ ଜେଲରୁ ଖଲାସ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜୀବ ଗାନ୍ଧିଙ୍କୁ ବୋମା ବିସ୍ଫୋରଣରେ ହତ୍ୟା କରିଥିବା ସମସ୍ତ ୬ ଦୋଷୀ ବର୍ତ୍ତମାନ ଜେଲରେ ସଜା କାଟୁଛନ୍ତି।

ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ନଳିନୀ ଶ୍ରୀହରଙ୍କ ସମେତ ୬ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀ ନଳିନୀ ଓ ଅଭିଯୁକ୍ତ ରବିଚନ୍ଦ୍ରନଙ୍କୁ ସମୟ ପୂର୍ବରୁ ମୁକ୍ତ କରାଯିବା ନେଇ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ଆଦେଶ ଦେଇଛନ୍ତି । ଏବେ ସୁପ୍ରିମକୋର୍ଟ ଯେଉଁମାନଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି ସେମାନଙ୍କ ମଧ୍ୟରେ ନଳିନୀ, ରବିଚନ୍ଦ୍ରନ, ମୁରଗନ, ସନ୍ଥନ, ଜୟକୁମାର ଓ ରବର୍ଟ ପାୟସ ସାମିଲ ଅଛନ୍ତି । କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଜେଲରେ ସେମାନଙ୍କ ଆଚରଣକୁ ବି ନଜର ରଖାଯାଇଛି । ଏହାସହ ସେମାନେ ୩୦ ବର୍ଷରୁ ଅଧିକ ସମୟ ଜେଲରେ କାଟି ସାରିଛନ୍ତି ।

ଉଲ୍ଲେଖଯୋଗ୍ୟ, ୧୯୯୧ ମସିହା ମେ’ ୨୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ତାମିଲନାଡୁରେ ଏକ ନିର୍ବାଚନୀ ସଭାରେ ଆତ୍ମଘାତୀ ବିସ୍ଫୋରଣ ଦ୍ୱାରା ହତ୍ୟା କରାଯାଇଥିଲା। ଜନୈକା ମହିଳା ରାଜୀବଙ୍କୁ ପୁଷ୍ପମାଲ୍ୟାର୍ପଣ କରିବା ପରେ ବିସ୍ଫୋରଣ ହୋଇଥିଲା। ଫଳରେ ରାଜୀବଙ୍କ ସମେତ ମୋଟ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜୀବ ହତ୍ୟା ମାମଲାରେ ମୋଟ ୪୧ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଏଥିରୁ ୧୨ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୩ ଜଣ ଫେରାର ଥିଲେ। ମାମଲାର ବାକି ୨୬ ଅଭିଯୁକ୍ତ ଧରାପଡିଥିଲେ।