Padampur - The Sakala
ବିବାହ ଉତ୍ସବରେ ୫ ହଜାରରୁ ଉର୍ଦ୍ଧ୍ବ ବୃକ୍ଷ ଉପହାର ଦେଇ ନବଦମ୍ପତିଙ୍କ ହାତରେ ରୋପଣ କରାଇଛନ୍ତି ପ୍ରକୃତିବନ୍ଧୁ ମୀନକେତନ
ପଦ୍ମପୁର(ବଦ୍ରୀ ନାରାୟଣ ସାହୁ): ଧରିତ୍ରୀ ସୁରକ୍ଷିତ ହେଲେ ଜୀବଜଗତ ସୁରକ୍ଷିତ ହୋଇରହିବ। ଦିନକୁ ଦିନ ମାତ୍ରାଧିକ ଉତ୍ତାପ ବୃଦ୍ଧି ଯୋଗୁଁ ଜୀବଜଗତ ଧ୍ୱଂସ ଆଡକୁ ମୁହାଁଉଛି । ଏଥି ସକାଶେ ବିଶ୍ୱ ଉତ୍ତାପନ ରୋକିବା ସକାଶେ ଜନ ସଚେତନତା ସହ ପରିବେଶ ସୁରକ୍ଷା ପାଇଁ ଜନ ଜାଗରଣ ଦରକାର । ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ ଆହ୍ୱାନର ବାର୍ତ୍ତା ତଥା ଉଦ୍ଦେଶ୍ୟ ନେଇ ଲୋକଙ୍କୁ ଦୀର୍ଘ ୨୭ ବର୍ଷ ଧରି ସଚେତନ କରିବା ସହ ୫ ହଜାରରୁ ଉର୍ଦ୍ଧ୍ବ ବୃକ୍ଷ ବିବାହ ଉତ୍ସବରେ ଉପହାର ଦେଇ ନବଦମ୍ପତିଙ୍କ ହାତରେ ରୋପଣ କରାଇଛନ୍ତି ପ୍ରକୃତି ବନ୍ଧୁ ମୀନକେତନ ସାହୁ।
ନାଁ ମୀନକେତନ ସାହୁ , ବୟସ ୫୩ , ଠିକଣା- ନୂଆପାଲି , ପଦ୍ମପୁର। ବରଗଡ ଜିଲ୍ଳା ଅଣଜଳସେଚିତ ବ୍ଳକ ଭାବେ ଜଣାଶୁଣା ପଦ୍ମପୁର ବ୍ଳକ ନୂଆପାଲି ଗାଁର ମୀନକେତନ ସାହୁଙ୍କୁ ଏ ଅଞ୍ଚଳର ବିବାହ ଉତ୍ସବମାନଙ୍କରେ ପହଞ୍ଚିଯାଆନ୍ତି ଗୋଟିଏ ବୃକ୍ଷ ଧରି, ଆଉ ସେହି ବୃକ୍ଷକୁ ନବବିବାହିତା ଦମ୍ପତିଙ୍କୁ ଉପହାର ସ୍ୱରୁପ ପ୍ରଦାନ କରିଥାନ୍ତି। କେବଳ ସେହି ଛୋଟ ବୃକ୍ଷକୁ ଉପହାର ଦେଇ କାମ ସାରି ଦିଅନ୍ତି ନାହିଁ ମୀନକେତନ ତାକୁ ନବବିବାହିତାଙ୍କ ହାତରେ ଲଗାଇଥାନ୍ତି ତାଙ୍କ ବିବାହର ସ୍ମୃତି ଉଦ୍ଦେଶ୍ୟରେ । ଆଉ ସେହି ଗଛର ଯତ୍ନ ନେବାର ଦାୟିତ୍ୱ ଦେଇଥାନ୍ତି ସେହି ନବଦମ୍ପତିଙ୍କୁ ଏବଂ ସମୟ ମିଳିଲେ ନିଜେ ମୀନକେତନ ସେହି ଗାଁକୁ ପହଞ୍ଚି ନିଜେ ଅର୍ପଣ କରିଥିବା ବୃକ୍ଷର ଯତ୍ନ ନେଇଥାନ୍ତି। ତେବେ କେବଳ ବିବାହ ଉତ୍ସବରେ ନୁହେଁ ଛୋଟ ଛୋଟ ଶିଶୁମାନଙ୍କର ଜନ୍ମଦିନ କିମ୍ବା ଯେ କୌଣସି ବ୍ୟକ୍ତିର ମୃତାହ କାର୍ଯ୍ୟରେ ମଧ୍ୟ ପହଞ୍ଚି ମୀନକେତନ ଗୋଟିଏ ବୃକ୍ଷ ଅର୍ପଣ କରିଥାନ୍ତି।
୧୯୯୯ ମସିହାରେ ନିଜ ବିବାହ ଉତ୍ସବରେ ନିଜ ନବବିବାହିତ ପତ୍ନୀ ସହ ଗୋଟିଏ ଗଛ ଲଗାଇଥିଲେ ମୀନକେତନ। ସେହି ଦିନଠାରୁ ଆଉ ପଛକୁ ଫେରି ନାହାଁନ୍ତି । ପ୍ରାୟ ୫ ହଜାରରୁ ଊଦ୍ଧ୍ୱର୍ ଗଛ ବିଭିନ୍ନ ବିବାହ ଉତ୍ସବରେ ଉପହାର ଦେବା ସହ ନବଦମ୍ପତିଙ୍କ ହାତରେ ତାହା ରୋପଣ କରିଆସୁଛନ୍ତି । କାରଣ ତାପମାତ୍ରା ବୃଦ୍ଧି ପାଉଛି ଏବଂ ଏହା ମଣିଷକୃତ। ତେଣୁ ଏହା ରୋକିବାକୁ ହେଲେ ପର୍ଯ୍ୟାପ୍ତ ପରିମାଣର ଚାରାରୋପଣ କରାଯିବା ଆବଶ୍ୟକ । ଯାହାକୁ ନେଇ ଏହି ମିଶନରେ ସବୁ ବର୍ଗର ଲୋକ ଏଥିରେ ଯୋଡି ହେବା ଉଚିତ। କାରଣ ଯେ ଗଛ ଲଗାଇବ ସେ ଗଛର ମହତ୍ତ୍ୱ ବୁଝିପାରିବ। ମୀନକେତନଙ୍କ ଏହି ଅଭିଯାନ ଦୀର୍ଘ ୨୭ ବର୍ଷ ହେବ ଜାରି ରହିଥିବା ବେଳେ ବିବାହ ପରେ ନିଜ ପତ୍ନୀ ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି।
ମୀନକେତନ ଯେ କେବଳ ବିବାହ ଉତ୍ସବରେ ବୃକ୍ଷ ଉପହାର ପ୍ରଦାନ କରୁନାହାନ୍ତି , ଗାଁ ପାଖରେ ଥିବା ୫ ଶହ ଏକର ଉଜୁଡା ଜଙ୍ଗଲରେ ପୁର୍ନବାର ବୃକ୍ଷରୋପଣ କରି ତାହାର ସୁରକ୍ଷା ଦାୟିତ୍ୱ ନେଇଛନ୍ତି। ଯାହାକୁ ନେଇ ମୀନକେତନଙ୍କୁ ଓଡିଶା ସରକାରଙ୍କ ତରଫରୁ ପ୍ରକୃତିବନ୍ଧୁ ଭାବରେ ପୁରସ୍କୃତ କରାଯାଇଛି। ସେହିପରି ୨୦୦୮ ମସିହାରେ ଲୋକମାନଙ୍କୁ ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମରେ ଜଡିତ କରିବା ପାଇଁ ଜିଲ୍ଲା ବ୍ୟାପୀ ସାଇକଲ ଶୋଭାଯାତ୍ରା କରିଥିଲେ। ମୀନକେତନଙ୍କ କହିବା ଅନୁସାରେ ତାପମାତ୍ରା ବୃଦ୍ଧି ପାଇଁ ଆମେ ମାନେ ଦାୟୀ, ତେଣୁ ସବୁଲୋକ ଏ ଦିଗରେ ସଚେତନ ହେବା ସହ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡିବ। ଆଉ ପର୍ଯ୍ୟାପ୍ତ ପରିମାଣର ଚାରାରୋପଣ ସହ ସଂରକ୍ଷଣ କରାଯାଇ ପ୍ରତ୍ୟେକ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି, ଉଜୁଡା ଜଙ୍ଗଲର ପୁନରୁଦ୍ଧାର କରାଯିବା ଉଚିତ।
ବାସ୍ତବ ରୂପ ନେବାକୁ ଯାଉଛି ପଦମପୁରବାସୀଙ୍କ ସ୍ବପ୍ନ, ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୁପଣ ପାଇଁ ପ୍ରକ୍ରିୟା ଆରମ୍ଭ
ପଦମପୁର: ବାସ୍ତବ ରୂପ ନେବାକୁ ଯାଉଛି ପଦମପୁରବାସୀଙ୍କ ସ୍ବପ୍ନ । ଖୁବଶୀଘ୍ର ଜିଲ୍ଲା ମାନ୍ୟତା ପାଇବ ପଦମପୁର । ପଦମପୁରକୁ ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବାବେଳେ ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୁପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ଥାନ ନିରୁପଣ ପାଇଁ ପଦମପୁରରେ ପହଞ୍ଚି ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି ଆରଡିସି ସୁରେଶ ଚନ୍ଦ୍ର ଦଳାଇ । ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଜମି ନିରୂପଣରେ ସାମିଲ ହୋଇଛି ।
ଉପଜିଲ୍ଲାପାଳ ଓ ଆରଆଇଙ୍କ ଉପସ୍ଥିତିରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଅନୁଧ୍ୟାନ କରାଯାଉଛି । ପଦମପୁରକୁ ବର୍ଷେ ଭିତରେ ଜିଲ୍ଲା ମାନ୍ୟତା ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷ ହିଁ ପଦମପୁରବାସୀଙ୍କ ଜିଲ୍ଲା ସ୍ବପ୍ନ ସତ ହେବ ବୋଲି ନବୀନ କହିଥିଲେ । ଜିଲ୍ଲା ଗଠନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବାରୁ ପଦମପୁରବାସୀଙ୍କ ମନରେ ଉତ୍ସାହ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରିକି ଦେଖାନ୍ତି । ଯାହାକି ପୁଣି ଥରେ ପ୍ରମାଣିତ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପଦମପୁରବାସୀ ।
ବରଗଡ଼: ଖୁବଶୀଘ୍ର ପୂରଣ ହେବ ପଦମପୁର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି । ବର୍ଷେ ଭିତରେ ପଦମପୁରକୁ ଜିଲ୍ଲା ମାନ୍ୟତା ମିଳିବା ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଝାରବନ୍ଧରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ କରି ଏହି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଯାହା ପ୍ରତିଶ୍ରୁତି ଦିଏ ତାକୁ ପୁରା କରେ । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ ।
ଝାଡବନ୍ଧରେ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ଟି ପ୍ରବଳ୍ପର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ମିଶନ ଶକ୍ତି ଅନ୍ତର୍ଗତରେ ମହିଳାଙ୍କ କାମକୁ ନେଇ ସେ ବେସ ଖୁସି ଅଛନ୍ତି । ମିଶନ ଶକ୍ତିର ମା’ମାନଙ୍କୁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ରାଶି ଦେବା କଥା ମଧ୍ୟ ଘୋଷଣା କରିଥିଲେ । ଏହି ଟଙ୍କାକୁ ବ୍ୟବହାର କରି ମା’ମାନେ ଉଦ୍ୟୋଗୀ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଲୋକଙ୍କ ସ୍ନେହଶ୍ରଦ୍ଧା ତାଙ୍କୁ ଅଭିଭୂତ କରିଛି ବୋଲି ମଧ୍ୟ ସେ କହିଥିଲେ । ବିକାଶ ପାଇଁ ସାଧାରଣ ଲୋକ ଦେଇଥିବା ପ୍ରସ୍ତାବକୁ ତାଙ୍କ ସରକାର ଗ୍ରହଣ କରିଛନ୍ତି । ପାଇକମାଳ ପିଏଚସିକୁ ସିଏଚସି କରାଯାଇଛି । ପଦମପୁରରେ ବିଭିନ୍ନ ବିକାଶମୁଳକ କାର୍ଯ୍ୟ ପାଇଁ ୯୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପଦମପୁର ଉପନିର୍ବାଚନ କାଳରେ ମୁଖ୍ୟମନ୍ତ୍ରୀ ପଦମପୁରକୁ ଜିଲ୍ଲା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗତବର୍ଷ ଡିସେମ୍ବର ମାସରେ ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ପଦମପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପଦମପୁର: ପଦମପୁରରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଜିତାଇ ଥିବାରୁ ପଦମପୁରବାସୀଙ୍କୁ ଜଣାଇବେ ଧନ୍ୟବାଦ। ଝାରବନ୍ଧ, ପାଇକମାଳ ଓ ପଦମପୁରରେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ। ଏଥିସହ ମିଶନ ଶକ୍ତି ଏସଏଚଜି ଗ୍ରୁପଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ। ବରଗଡ଼ ସୀତାଭାଟି ଏୟାରଷ୍ଟ୍ରିପରେ ବିମାନରେ ଯାଇ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ।
ସେଠାରୁ ସ୍ବତନ୍ତ୍ର ହେଲିକପ୍ଟରରେ ଝାରବନ୍ଧ ଯାତ୍ରା କରିବେ। ହେଲିକପ୍ଟରରେ ଯାଉଥିଲେ ବି ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ରାସ୍ତାରେ ଲାଗିଛି ପଦମପୁରବାସୀଙ୍କ ଲମ୍ବା ଲାଇନ୍। ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ପଦମପୁର ଆସିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ସବୁଠି ନବୀନଙ୍କ ଜୟ ଜୟ ଧ୍ବନୀ ଶୁଣିବାକୁ ମିଳୁଛି। ଦିନ ୧୧ଟାରେ ବରଗଡ଼ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ସାଢେ ୧୧ଟାରେ ଝାରବନ୍ଧ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ ।
ସାଢେ ୧୨ ଟାରେ ପାଇକମାଳ ଓ ଅପରାହ୍ନ ୩ ଟା ୫୫ରେ ପଦମପୁର କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ। ସେଠାରେ ସମାବେଶରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ପଦମପୁରବାସୀଙ୍କୁ ଜଣାଇବେ ଧନ୍ୟବାଦ। ଝାରବନ୍ଧ ବ୍ଲକର ଶକ୍ତି ଛକ ପଡିଆ, ପାଇକମାଳ ହାଇସ୍କୁଲ ପଡିଆ ଓ ପଦମପୁର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ପଦମପୁର ବାସୀଙ୍କୁ ଧନ୍ୟବାଦ ଦେବେ। ପଦମପୁର ବାସୀ ପୁଣି ଥରେ ନବୀନଙ୍କ ବିକାଶରଧାରା ସାମିଲ ହୋଇ ବର୍ଷା ସିଂ ବରିହାଙ୍କୁ ବିଜୟୀ କରିଥିବାରୁ ଧନ୍ୟବାଦ ଜଣାଇବେ ମୁଖ୍ୟମନ୍ତ୍ରୀ।
ଉପନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦମପୁର ଅଞ୍ଚଳ ଗସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ଦେଇଥିବା କଥା ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ। ଶାନ୍ତି ଶୃଙ୍ଖଳାର ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ଶେଷ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି । ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୫ ଜଣ ଆଡିସନାଲ ଏସପି, ୧୬ ଜଣ ଡିଏସପି ମୁତୟନ ହୋଇଛନ୍ତି।
୨୦୨୩ରେ ସାକାର ହେବ ପଦ୍ମପୁରବାସୀଙ୍କ ଜିଲ୍ଲା ସ୍ୱପ୍ନ : ମୁଖ୍ୟମନ୍ତ୍ରୀ
ପଦ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରରେ ମାରାଥନ ପ୍ରଚାର କରିଛନ୍ତି। ବିଜେଡି ସୁପ୍ରିମୋ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଥମେ ଝାରବନ୍ଧରେ ଜନସଭା କରିଥିଲେ। ଏହା ପରେ ସେ ସେଠାରୁ ପାଇକମାଳ ଅଭିମୁଖେ ବାହାରିଥିଲେ। ପାଇକମାଳରେ ଆୟୋଜିତ ଜନସଭାରେ ସମ୍ବୋଧିତ କରିଥିଲେ। ନବୀନ ପଟ୍ଟନାୟକ ଶେଷରେ ପଦ୍ମପୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ୨୦୨୩ରେ ପଦ୍ମପୁର ଜିଲ୍ଲା ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।
ପଦମପୁର ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ସଭାରେ ପ୍ରବଳ ଜନସମାଗମ ଦେଖା ଦେଇଥିଲା । ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ ଗଙ୍ଗାଧର ମାଟିକୁ ପ୍ରଣାମ ଜଣାଇଥିଲେ ।ଏହି ଅବସରରେ ସେ ବଡ଼ ଘୋଷଣା କରି କହିଥିଲେ, ଦୀର୍ଘ ବର୍ଷ ହେବ ପଦମପୁର ବାସୀ ଯେଉଁ ଦାବି କରିଆସୁଥିଲେ ତାହା ଖୁବଶୀଘ୍ର ପୂରଣ ହେବ । ୨୦୨୩ରେ ପଦମପୁରକୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ଏହି ପ୍ରତିଶ୍ରୁତି ପରେ ପଦମପୁରବାସୀଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି।
ପଦମପୁର ଉପନିର୍ବାଚନ: ସ୍ଥିତି ପରଖିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ସହ କଲେ ଆଲୋଚନା
ପଦମପୁର: ପଦମପୁରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ । ଉପନିର୍ବାଚନରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସମୀକ୍ଷା କରିବା ସହ ଜିଲ୍ଲା ପ୍ରଶାସନ ସହ କଲେ ଆଲୋଚନା । ପଦମପୁରରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ତର୍ଜମା କଲେ ସିଇଓ ।
ଏହି ଗସ୍ତ ଅବସରରେ ବରଗଡ଼ ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି ସିଇଓ । ଆଚରଣବିଧି ଉଲ୍ଲଂଘନ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ତର୍ଜମା କରିବା ସହ କାଉଣ୍ଟିଂ ସେଣ୍ଟର ଓ ଷ୍ଟ୍ରଙ୍ଗ ରୁମ୍‌ ବୁଲି ଦେଖିଛନ୍ତି। ସମୀକ୍ଷା ପରେ ସୁରୁଖୁରୁରେ ନିର୍ବାଚନ ପାଇଁ ରାଜନୈତିକ ଦଳଙ୍କୁ ଅନୁରୋଧ କରିଛନ୍ତି ସିଇଓ । ପ୍ରକାଶଯୋଗ୍ୟ, ଡିସେମ୍ବର ୫ ତାରିଖରେ ପଦ୍ମପୁରରେ ଉପ-ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରଚାର ଜୋରଦାର କରିଛନ୍ତି ।
ପଦମପୁରରେ ଜିଏସଟି ରେଡ୍ ବେଳେ ବିଜେପିର ଗୁଣ୍ଡାରାଜକୁ ବିଜେଡିର ତୀବ୍ର ନିନ୍ଦା
ଭୁବନେଶ୍ୱର: ପଦମପୁର ଉପନିର୍ବାଚନକୁ ନେଇ ବିଜେଡିର ପ୍ରେସମିଟ୍ । ଜିଏସଟି ରେଡ୍ ବେଳେ ବିଜେପି ଦ୍ୱାରା ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର, ଗୌତମବୁଦ୍ଧ ଦାସ, ଇପ୍ସିତା ସାହୁ ପ୍ରେସମିଟ୍ କରି ବିଜେପିକୁ ଭର୍ତ୍ସନା କରିଛନ୍ତି । ସସ୍ମିତ କହିଛନ୍ତି ପଦମପୁରରେ ହିଂସା ରଚୁଛି ବିଜେପି । ଜିଏସଟି ରେଡ୍ ବେଳେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ନିନ୍ଦନୀୟ । ମହିଳା କର୍ମଚାରୀଙ୍କୁ ବି ଛାଡିଲେନି ଦୁର୍ବ୍ୟବହାର କଲେ ବିଜେପି କର୍ମୀ ।
ଓଡ଼ିଶା ଭଳି ଶାନ୍ତି ପ୍ରିୟ ରାଜ୍ୟରେ ଏପରି ଗୁଣ୍ଡାଗର୍ଦ୍ଦି ବରଦାସ୍ତ କରାଯିବନି । ସିଇଓଙ୍କ ନିକଟରେ ଦାବି କରୁଛୁ ଯେ ସେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏଥିସହିତ ଠାକୁର ରଞ୍ଜିତ ଦାସଙ୍କୁ ପ୍ରଚାରରୁ ବ୍ୟାନ କରାଯାଉ ଏବଂ ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କୁ କ୍ୟାମ୍ପେନ କରିବାକୁ ନଦିଆଯାଉ ବୋଲି ଦାବି କରିଛି ବିଜେଡି । ପ୍ରାଚର ବେଳେ ଏମାନେ ବିଜେପି କର୍ମୀଙ୍କ ସହ ହିଂସା ରଚୁଛନ୍ତି ।
ସେହିପରି କାଳନ୍ଦୀ ସାମଲ ଓ କୁସୁମ ଟେଟେଙ୍କୁ ମଧ୍ୟ କ୍ୟାମ୍ପେନରୁ ବାଦ୍ ପାଇଁ ଦାବି କରାଯାଇଛି । ଆଇଟି ରେଡକୁ ବିଜେଡି ନେତା ଓ କର୍ମୀ ସମ୍ମନା ଦେଇଥିବା ବେଳେ ଜିଏସଟି ରେଡ୍ ବେଳେ ବିଜେପି କର୍ମୀ ଓ ନେତା ବାଧା ଦେବା ସହ ଗୁଣ୍ଡାଗର୍ଦ୍ଦି କାହିଁକି କଲେ? ଜିଏସଟି ରେଡକୁ କାହିଁକି ବିରୋଧ? କାହିଁକି ରେଡ୍ ବେଳେ ଅଧିକାରୀଙ୍କଠୁ କାଗଜ ଛଡ଼ାଇଲେ ବୋଲି ପ୍ରଶ୍ନ କରିଛି ବିଜେଡି ।
ସସ୍ମିତ ପାତ୍ର କହିଛନ୍ତି, ଗତକାଲି ବିଜେପି କର୍ମୀ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିବା ପରେ କିଡନାପ ଥିଓରୀ ରଚିଥିଲେ । ବିଜେଡିକୁ ବଦନାମ କରିବା ପାଇଁ କିଡନାମ କରାଯାଇଥିବା ଅଭିଯୋଗ କରିଥିଲା ବିଜେପି । ହେଲେ ନିଜେ ଉକ୍ତ କର୍ମୀ ମାନିଛନ୍ତି ଯେ ଟଙ୍କା ବାଣ୍ଟିବା ବେଳେ ଧରାପଡ଼ିବା ପରେ ସେ ଏପରି ଥିଓରୀ ରଚିଥିଲେ । ଏପରି ରାଜନୀତି ବନ୍ଦ କରିବାକୁ ସସ୍ମିତ କହିଛନ୍ତି ।
ହାରିବା ଭୟରେ ବିଳିବିଳେଇ ହୋଇ ବିଜେପି ହିଂସାତ୍ମକ ପନ୍ଥା ଆପଣେଇଛି । ପଦମପୁରବାସୀ ଏହାର ଜବାବ ୫ ତାରିଖରେ ଦେବେ । ଗତକାଲି ଜିଏସଟି ରେଡ୍ ବେଳେ ବିଜେପି ବିଧାୟିକା କୁସୁମ ଟେଟେ ଗୁଣ୍ଡାଗର୍ଦ୍ଦି କରିଥିଲେ । ଶହେ କର୍ମୀଙ୍କୁ ନେଇ ଜିଏସଟି ରେଡ୍ ବେଳେ ଧମକାଇଥିଲେ । ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ପଶି GST ଅଧିକାରୀଙ୍କୁ ବାରଣ କରିଥିଲେ ।
ଡିସେମ୍ବର ୫ରେ ନେତା ବାଛିବେ ପଦ୍ମପୁରର ଅଢେଇ ଲକ୍ଷରୁ ଅଧିକ ଭୋଟର, ଉପ-ନିର୍ବାଚନ ଲଢେଇରେ ୧୦ ପ୍ରାର୍ଥୀ
ଭୁବନେଶ୍ବର/ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ଭୋଟ୍‌ ପଡିବାକୁ ଯାଉଛି। ଉପନିର୍ବାଚନ ପାଇଁ ପଦ୍ମପୁର ମଇଦାନରେ ଏବେ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ । ମୋଟ ୧୩ ଜଣ ନାମାଙ୍କନ କରିଥିବା ଯାଞ୍ଚବେଳେ ୨ ଜଣଙ୍କର ନାକଚ ହୋଇଥିଲା। ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଏବେ ମଇଦାନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀ ସୂଚନା ଦେଇଛନ୍ତି।
ଡିସେମ୍ବର ୫ ତାରିଖରେ ପଡିବାକୁ ଯାଉଛି ଭୋଟ୍ । ଯାହାର ଫଳାଫଳ ଆସନ୍ତା ଡିସେମ୍ବର ୮ ତାରିଖରେ ଘୋଷଣା କରାଯିବ । ତେବେ ବର୍ତ୍ତମାନ ସମସ୍ତ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଥିବାବେଳେ, ତିନି ପ୍ରମୁଖ ରାଜନୈତିକ ଦଳ ଘରକୁ ଘର ବୁଲି ପ୍ରଚାର କାମ ଜାରି ରଖିଛନ୍ତି। ତେବେ ୧୦ ଜଣ ପ୍ରାର୍ଥୀଙ୍କ ନାମ ବାଲାଟ୍ ପେପରରେ ରହିବ । ଯାହାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୫୭ ହଜାର ୪୭୪ ଜଣ ଭୋଟର । ତେବେ ମୋଟ ଭୋଟରଙ୍କ ଭିତରୁ ୧ ଲକ୍ଷ ୨୯ ହଜାର ୪୯୭ ଜଣ ଭୋଟର ପୁରୁଷ ହୋଇଥିବାବେଳେ, ୧ ଲକ୍ଷ ୨୭ ହଜାର ୯୬୫ ଜଣ ମହିଳା ଭୋଟର ରହିଛନ୍ତି । ପଦ୍ମପୁର ଉପ ନିର୍ବାଚନ ପାଇଁ ମୋଟ ୩୧୯ଟି ବୁଥ୍ ରହିଥିବାବେଳେ, ଏହି ସବୁ ବୁଥରେ ଅଢେଇ ଲକ୍ଷରୁ ଅଧିକ ଭୋଟର ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀଙ୍କ ସୂଚନା ଅନୁସାରେ  ପଦ୍ମପୁରରେ ୮୦ ବର୍ଷରୁ ଅଧିକ ମୋଟ ୪୩୯୩ ଜଣ ଭୋଟର ଏବଂ ୨୫୫୮ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ତା ସହିତ ୨୮୪ ଜଣ ଭୋଟର ପୋଷ୍ଟାଲ ବାଲାଟ୍ ସାହାଯ୍ୟରେ ମତାଧିକାର ସାବ୍ୟସ୍ତ କରିବେ ବୋଲି ଜଣାପଡିଛି । ପଦ୍ମପୁର ଉପ ନିର୍ବାଚନ ପାଇଁ ୧୧ଟି ପୋଲିଂ ପାର୍ଟି କାମ କରିବେ । ଯେଉଁଥିରେ ଦୁଇ ଜଣ ପୋଲିଂ ଅଫିସର, ଜଣେ ମାଇକ୍ରୋ ଅବଜରଭର, ଜଣେ ଭିଡିଓଗ୍ରାଫର୍ ଏବଂ ଜଣେ ସୁରକ୍ଷା କର୍ମୀ ରହିବେ । ଚଳିତଥର ପଦ୍ମପୁର ଉପ ନିର୍ବାଚନ ଭୋଟ୍ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ଭିତରେ ଅଢେଇ ଲକ୍ଷରୁ ଅଧିକ ଭୋଟର ପଦ୍ମପୁରର ନୂଆ ବିଧାୟକ ବାଛିବେ ।
ପଦ୍ମପୁର ଉପ ନିର୍ବାଚନ ପାଇଁ ଗତ ନଭେମ୍ବର ୫ ତାରିଖରୁ ନିର୍ବାଚନ ଆଚାରଣ ବିଧି ଲାଗୁ ଅଛି । ବର୍ତ୍ତମାନ ସୁଦ୍ଧା ନିର୍ବାଚନ ନିର୍ବାଚନ ଆଚାରଣ ବିଧି ଭାଙ୍ଗିଥିବାରୁ ୪୭୭ଟି କେସ୍ ରୁଜୁ ହୋଇଥିବାବେଳେ ୩୬ଟି ଆର୍ମ ଲାଇସେନ୍ସକୁ ଡିପୋଜିଟ୍ କରିଦିଆଯାଇଛି । ଏ ଭିତରେ ପଦ୍ମପୁରରେ ଅବକାରୀ ବିଭାଗର ଚଢାଉ ଜାରି ରହିଛି, ଏ ସମ୍ପର୍କିତ ୧୧୪ଟି କେସ୍ ରୁଜୁ କରାଯାଇଥିବାବେଳେ, ୭୪ ଜଣଙ୍କୁ ଏନେଇ ଗିରଫ କରାଯାଇଛି । ଖାଲି ସେତିକି ନୁହେଁ ୫୯ ଲକ୍ଷ ୪୪ ହଜାର ୬୧୦ ଟଙ୍କା ମୂଲ୍ୟର ବିଭିନ୍ନ ମାଦକ ଦ୍ରବ୍ୟ ଜବତ କରାଯାଇଛି।
ପଦ୍ମପୁର ଉପ ନିର୍ବାଚନ ପାଇଁ ମୋଟ ୩୧୯ଟି ବୁଥ୍ ରହିଥିବାବେଳେ କିଛି ମତଦାନ କେନ୍ଦ୍ରର ନା ପରିବର୍ତ୍ତନ ହୋଇଥିଲେ ବି ସ୍ଥାନ ସମାନ ରହିଛି। ଭୋଟର ଦ୍ବନ୍ଦରେ ନ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ଯେଉଁଠି ଭୋଟ ଦେଇଥିଲେ ସେହି ସ୍ଥାନରେ ଭୋଟର ଭୋଟ ଦେବେ । ୭୪ଟି ବୁଥ ମାଓପ୍ରଭାବିତ ଅଞ୍ଚଳରେ ରହିଛି। ୭୮ ଟି ସମ୍ବେଦନଶିଳ ବୁଥ ଚିହ୍ନଟ କରାଯାଇଛି। ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ। ଆଇନଶୃଙ୍ଖଳା ପାଇଁ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ୫୦ ପ୍ରତିଶତ ବୁଥ ରେ ହେବ ୱେବ କାଷ୍ଟିଙ୍ଗ। ୯୮ ଜଣ ମାଇକ୍ରୋ ଅଭଜରର୍ବର୍ ମୁତୟନ ହେବେ।
ପଦମପୁରବାସୀଙ୍କୁ ଡ୍ରାମା ଦେଖାଇ ବିଜେପି ପ୍ରମାଣିତ କଲା ସେ ‘ଭାରତୀୟ ଯାତ୍ରା ପାର୍ଟି’ : ନରସିଂହ ମିଶ୍ର
ଭୁବନେଶ୍ବର : ଆଜି ପଦମପୁରବାସୀଙ୍କୁ ଡ୍ରାମା ଦେଖାଇଛି ବିଜେପି। ଫସଲ ବୀମା ଟଙ୍କାକୁ ନେଇ ବ୍ୟାକଫୁଟରେ ଥିବା ଭାରତୀୟ ଜନତା ପାର୍ଟି ଆଜି ନୂଆ ଡ୍ରାମା କରିଛି। ପଦମପୁର ନିର୍ବାଚରେ ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ଭରିବା ପାଇଁ ବିରାଟ ପଟୁଆରେ  ଯାଇଥିଲେ। ହେଲେ ନାମାଙ୍କନ ନଭରି ଫେରି ଆସିଥିଲେ। ଫସଲ ବୀମା ଟଙ୍କାକୁ ନେଇ ଆନ୍ଦୋନରେ ବସିଥିବା ଚାଷୀମାନଙ୍କ ସହ ଆଲୋଚନା କରି ନାମାଙ୍କନ ନଭରି ଆସି ଏକ ଡ୍ରାମା କରିଛି ଭାରତୀୟ ଜନତା ଦଳ। ଯାହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର।
ନରସିଂହ ମିଶ୍ର କହିଛନ୍ତି ବିଜେପି ଅର୍ଥ ହେଲା ଭାରତୀୟ ଯାତ୍ରା ପାର୍ଟି। ତାହା ଆଜି ପ୍ରମାଣିତ ହେଲା। ଆଜି ଓଡିଶା ବାସୀ ଓ ପଦମପୁରବାସୀଙ୍କୁ ବିଜେପି ଯାତ୍ରା ଦେଖାଇଲା । ଯାତ୍ରା କଲେ, ତାପରେ ଚାଷୀଙ୍କ ସହ ଆଲୋଚନା କଲେ । ସେମାନେ କଣ ଜାଣି ନଥିଲେ ଚାଷୀ କେଉଁଥି ପାଇଁ ସତ୍ୟାଗ୍ରହ କରିଥଲେ, ନାମାଙ୍କନ ଯିବା ପୂର୍ବରୁ ତାଙ୍କ ମାନଙ୍କ ସହ ଚାଷୀ କଥା ହୋଇନଥିଲେ। ବଡ଼ ବଡ଼ ଭାଷଣ ଦେଲେ , ବହୁତ ଲୋକଙ୍କୁ ଜମା କଲେ । ଗଲେ ନାମାଙ୍କନ ପତ୍ର ଦାଖଲ କରିବାକୁ, ହେଲେ ନାମାଙ୍କନ ଦାଖଲ କଲେ ନାହିଁ। କହିଲେ ଚାଷୀଙ୍କ ସ୍ବାର୍ଥ ପାଇଁ ଆଜି ଆମେ ନାମାଙ୍କନ ଦାଖଲ କଲୁ ନାହିଁ । କିନ୍ତୁ ଏହି ନିର୍ବାଚନରେ କରିବେ ନାହିଁ ବୋଲି କହିନାହାନ୍ତି ।
ସେମାନେ ନାମାଙ୍କନ ନିଶ୍ଚିତ ଦାଖଲ କରିବେ । ଆଜି କେବଳ ଡ୍ରାମା କଲେ । ବୀମା କମ୍ପାନୀ ଠାରୁ କୋଟି କୋଟି ଟଙ୍କା ଖାଉଛନ୍ତି । ଏଠି ରାଜ୍ୟ ସରକାରଙ୍କୁ ଖାଲି ଦୋଷ ଦେଉଛନ୍ତି । ତେଣୁ ପଦମପୁରବାସୀ ଏହାକୁ ହୃଦୟଗମ କରିବେ, ବିଜେପିକୁ ବିଶ୍ୱାସ କରିବେ ନାହିଁ । ଏମାନେ ୪୨୦ନୁହେଁ,୮୪୦ ର ଠକ । ପ୍ରଧାନ ମନ୍ତ୍ରୀ ଫସଲ ବୀମା କାର୍ଯ୍ୟକାର କରିବା କେନ୍ଦ୍ରର କାମ । ତାଙ୍କୁ ସବୁ ଜଣା, ହେଲେ ସେମାନେ କରୁନାହାନ୍ତି । କେନ୍ଦ୍ର ମନ୍ତ୍ରୀ କହିଥିଲେ ଆମେ ଯାହା କହୁ ତାହା କରୁ । କୁଆଡେ ଗଲା ସଭିଙ୍କ ଖାତାକୁ ୧୫ଲକ୍ଷ ଟଙ୍କା ଜମା, କୁଆଡେ ଗଲା ୨କୋଟି ନିଯୁକ୍ତି  ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର।
ସୂଚନାଯୋଗ୍ୟ କେନ୍ଦ୍ରର ବୀମା ପ୍ରତାରଣାରେ ରାଜ୍ୟର ଚାଷୀ ହନ୍ତସନ୍ତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ବାବଦରେ ଚାଷୀଙ୍କଠାରୁ ବୀମା କମ୍ପାନଗୁଡ଼ିକ ବିପୁଳ ଅର୍ଥ ସଂଗ୍ରହ କରୁଥିଲେ ମଧ୍ୟ ବୀମାରାଶି ପ୍ରଦାନରେ ଯେପରି ଟାଳଟୁଳ କରୁଛନ୍ତି ତାହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡରେ ଦେଇଛି ପ୍ରଚଣ୍ଡ ପାହାର। ଏଥିରୁ ମୁକୁଳିବା ଓ ଅଣ୍ଟାସଳଖି ଠିଆ ହେବା ଚାଷୀଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଏ ସମ୍ପର୍କରେ ବିଭିନ୍ନ କୃଷକ ସଙ୍ଗଠନ, ରାଜ୍ୟ ସରକାର, ଶାସକ ବିଜେଡି ବାରମ୍ବାର ଅଭିଯୋଗ ସତ୍ତ୍ବେ କେନ୍ଦ୍ର ଏହାପ୍ରତି ଆଖିବୁଜି ଦେଇଛି। ଯାହାକୁ ନେଇ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଏପ୍ରିଲ ୨୦୧୬ ରୁ ୧୪ ଡିସେମ୍ବର ୨୦୨୦ ମଧ୍ୟରେ ବେସରକାରୀ ବୀମା କମ୍ପାନୀମାନେ କୃଷକମାନଙ୍କଠାରୁ ବୀମା ପ୍ରିମିୟମ୍‍ ହିସାବରେ ୧,୨୬, ୫୨୧ କୋଟି ଟଙ୍କା ଆଦାୟ କରିଛନ୍ତି। ଏହା ବଦଳରେ କମ୍ପାନୀଗୁଡ଼ିକ କ୍ଷତିପୂରଣ ବାବଦରେ ଚାଷୀଙ୍କୁ ପ୍ରଦାନ କରିଛନ୍ତି ମାତ୍ର ୮୭,୩୨୦ କୋଟି ଟଙ୍କା। ଅର୍ଥାତ୍‍ କମ୍ପାନୀଗୁଡିକ ୬୯ ପ୍ରତିଶତ କ୍ଷତିପୂରଣ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ ଫସଲ ନଷ୍ଟ ପାଇଁ କୃଷକମାନେ ଏହି ସମୟରେ ବୀମା କମ୍ପାନୀଗୁଡ଼ିକ ଠାରୁ ୯୨,୯୫୪ କୋଟି ଟଙ୍କା ଦାବି କରିଥିଲେ ମଧ୍ୟ ସେମାନଙ୍କୁ ମାତ୍ର ୮୭,୩୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି ବର୍ଷଗୁଡିକରେ କେବଳ ୯.୧୫ କୋଟି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି ଏବଂ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଷୀଙ୍କୁ ୫୯୨୪ କୋଟି ଟଙ୍କାର ବୀମା ରାଶି ଦାବି କମ୍ପାନୀଗୁଡ଼ିକ ପ୍ରଦାନ କରିନାହାନ୍ତି। ଏହାମଧ୍ୟରୁ ଓଡ଼ିଶାର ଚାଷୀମାନେ ପ୍ରାୟ ୫୦୦ କୋଟି ଟଙ୍କା ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି।
ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା, ଏପରିକି ପଦ୍ମପୁର ଉପଖଣ୍ଡର ଚାଷୀମାନେ ଏ ପର୍ଯ୍ୟନ୍ତ ବୀମାରାଶି ପାଇବାରେ ସଫଳ ହୋଇ ନାହାନ୍ତି। ପଶ୍ଚିମ ଓଡ଼ିଶା ଓ ବରଗଡ଼ ଜିଲ୍ଲାର ଚାଷୀ ବ୍ୟାଙ୍କ ଓ ବୀମା କମ୍ପାନୀ ଖେଳରେ ପେଣ୍ଡୁ ପରି କେବଳ ପଦାଘାତର ଶିକାର ହୋଇ ଚାଲିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କୌଣସି ପଲିସୀ ବଣ୍ଡ ଦିଆଯାଉ ନାହିଁ।ଚାଷୀଙ୍କ ସହମତି ବିନା ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରିମିୟମ କାଟି ରଖୁଛନ୍ତି। ଅନେକ କ୍ଷେତ୍ରରେ ବ୍ୟାଙ୍କ ମଧ୍ୟ ଧାର୍ଯ୍ୟ ତାରିଖ ମଧ୍ୟରେ ଏହି ରାଶି ବୀମା କମ୍ପାନୀରେ ଜମା କରୁ ନ ଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କୌଣସି ବୀମା କାଗଜ ପତ୍ର ଏପରିକି ପ୍ରିମିୟମ ରସିଦ ମଧ୍ୟ ଦିଆ ଯାଉ ନ ଥିବାରୁ ଚାଷୀ ବୀମା କମ୍ପାନୀ ବିରୋଧରେ ଅଦାଲତ ଯିବାକୁ ସମର୍ଥ ହେଉନାହିଁ। ପୁନଶ୍ଚ ଫସଲ ନଷ୍ଟ ହେବାର ୨୪ ଘଣ୍ଟା ମଧ୍ୟରେ ବୀମା କମ୍ପାନୀକୁ କ୍ଷତିଗ୍ରସ୍ତ ଚାଷୀ ଅବଗତ କରାଇବାକୁ ରଖାଯାଇଥିବା ସର୍ତ୍ତ ସବୁଠାରୁ ସମସ୍ୟା ହୋଇଛି। ବୀମା କମ୍ପାନୀର ଗୋଟିଏ ଫୋନ୍‍ ନମ୍ବରରେ ବରଗଡ଼ ଜିଲ୍ଲାର ଲକ୍ଷଲକ୍ଷ ଚାଷୀ କିପରି କ୍ଷତି ସମ୍ପର୍କରେ ଅବଗତ କରିବେ ତାହା ସବୁଠାରୁ ବଡ଼ ପ୍ରଶ୍ନ।
ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ। ଏନେଇ ବିଜେପି କେନ୍ଦ୍ରୀୟ କମିଟି ବିଧିବଦ୍ଧ ଘୋଷଣା କରିଛି। ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବେ ବୋଲି ଗତକାଲି ସୁନ୍ଦରଗଡ଼ ବିଜେପି ବିଧାୟିକା କୁସୁମ ଟେଟେ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ, ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନରୁ ୨୦୧୯ ରେ ଜିତିଥିବା ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡିଥିଛି ଏହି ଆସନ । ଏହି ଆସନରେ ଉପନିର୍ବାଚନ ଲାଗି କିଛି ଦିନ ତଳେ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନର । ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ମତଦାନ ଏବଂ ୮ତାରିଖରେ ଭୋଟ ଗଣତି ହେବ । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ । ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ଯାଞ୍ଚ ହେବାକୁ ଥିବା ବେଳେ ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ । ଏହାପରେ ନଭେମ୍ବର ୨୧ରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଡିସେମ୍ବର ୧୦ରେ ଭୋଟ ଗଣତି ଓ ଫଳାଫଳ ପାଇବ ।
ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ: ବିଧାୟିକା କୁସୁମ ଟେଟେ
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ । କୌଣସି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ବିଜେପି ବିଧାୟିକା କୁସୁମ ଟେଟେ ବଡ ସୂଚନା ଦେଇଛନ୍ତି । ଆସନ୍ତା ୧୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଦୀପ । ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ନେଇ ବିଜେପି ନେତ୍ରୀ କୁସୁମ ଟେଟେ ସୂଚନା ଦେଇଛନ୍ତି । ହେଲେ ଏନେଇ ଦଳ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ।
ସୂଚନାଯୋଗ୍ୟ, ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନରୁ ୨୦୧୯ ରେ ଜିତିଥିବା ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଆସନ । ଏହି ଆସନରେ ଉପନିର୍ବାଚନ ଲାଗି କିଛି ଦିନ ତଳେ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନର । ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ମତଦାନ ଏବଂ ୮ତାରିଖରେ ଭୋଟ ଗଣତି ହେବ । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ । ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ଯାଞ୍ଚ ହେବାକୁ ଥିବା ବେଳେ ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ । ଏହାପରେ ନଭେମ୍ବର ୨୧ରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଡିସେମ୍ବର ୧୦ରେ ଭୋଟ ଗଣତି ଓ ଫଳାଫଳ ପାଇବ ।