Shoaib Malik - The Sakala

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ: ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ବିବାହ କଲେ ଶୋଏବ
ମୁମ୍ବାଇ: ସତ ହେଲା ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନ ପୂର୍ବତନ କ୍ରିକେଟର ଶୋଏବ ମଲିକଙ୍କ ଅଲଗା ହୋଇଥିବା ଚର୍ଚ୍ଚା। ପାକିସ୍ତାନ ଅଭିନେତ୍ରୀ ସାନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି ଶୋଏବ। ନିଜ ଇନଷ୍ଟାଗ୍ରାମରେ ବିବାହ ଫଟୋ ଶେୟାର କରିଛନ୍ତି ଶୋଏବ। ଶୋଏବଙ୍କ ନୂଆ ଜୀବନସାଥୀ ବନିଥିବା ସନା ଜାଭେଦଙ୍କ ମଧ୍ୟ ଏହା ଦ୍ୱିତୀୟ ବିବାହ। କିଛି ଦିନ ହେବ ସାନିଆ ମିର୍ଜା ଏବଂ ଶୋଏବଙ୍କ ଅଲଗା ହୋଇଯାଇଥିବା ଖବର ଖୁବ୍‌ ଚର୍ଚ୍ଚା ହେଉଥିଲା। କିନ୍ତୁ ଏନେଇ ଦମ୍ପତି କୌଣସି ପ୍ରତିକ୍ରିୟା ଦେଉନଥିଲେ।

ନିକଟରେ ସାନିଆ ମିର୍ଜା ଏକ ଦୁଃଖପୂର୍ଣ୍ଣ ପୋଷ୍ଟ ଶେୟାର କରି ଲେଖିଥିଲେ, ବିବାହ ଓ ବିଚ୍ଛେଦ ଉଭୟ ଖୁବ୍‌ କଠିନ। ଜୀବନ କେବେବି ସହଜ ନୁହେଁ। ଏହା ସବୁବେଳେ କଷ୍ଟକର। ପ୍ରଥମେ ୨୦୦୨ ମସିହାରେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିଲେ ଶୋଏବ। ତାଙ୍କୁ ଛାଡ଼ପତ୍ର ଦେବା ପରେ ୨୦୧୦ ରେ ସାନିଆ ମିର୍ଜାଙ୍କୁ ସେ ବିବାହ କରିଥିଲେ। ଇସଲାମ ଧର୍ମର ନୀତିକାନ୍ତି ଅନୁସାରେ ହାଇଦ୍ରାବାଦରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ୨୦୧୮ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ସାନିଆ। ଏବେ ତାଙ୍କ ସହ ଛାଡ଼ପତ୍ର ଖବର ନିଶ୍ଚିତ ହେବା ପୂର୍ବରୁ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି।

ସାନିଆ ମିର୍ଜା ଓ ଶୋଏବ ମଲିକଙ୍କ ମଧ୍ୟରେ ବିବାହ ବିଚ୍ଛେଦ ନେଇ ଗତ ଦୁଇବର୍ଷ ଧରି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ପ୍ରସଙ୍ଗରେ ଦୁହେଁ ନୀରବ ଥିଲେ। ହେଲେ ଗତବର୍ଷ ସୋସିଆଲ ମିଡିଆରେ ଉଭୟ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ମତ ପରିବର୍ତ୍ତନ କରିବା ପରେ ବିବାହ ବିଚ୍ଛେଦ କଥା ଏକପ୍ରକାର ସ୍ପଷ୍ଟ ହୋଇଥିଲା। ପାକିସ୍ତାନ ମଡେଲ ଆଏଶାଙ୍କୁ ଶୋଏବ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ସନା ଜାଭେଦଙ୍କୁ ପୁନର୍ବିବାହ କରିଛନ୍ତି ଶୋଏବ।

ସାନିଆ ଓ ଶୋଏବ୍‌ଙ୍କ ଦାମ୍ପତ୍ତ୍ୟ ଜୀବନରେ ଫାଟ, ସମ୍ପର୍କୀୟଙ୍କ ଦାବି ଖୁବ୍‌ ଶିଘ୍ର ତଲାକ!
ନୂଆଦିଲ୍ଲୀ : ସାନିଆ ମିର୍ଜା ଓ ଶୋଏବ ମଲିକ ଦୁହିଁଙ୍କ ପ୍ରେମ ସମ୍ପର୍କ ଓ ବିବାହକୁ ନେଇ ଯେପରି ଚର୍ଚ୍ଚା ହେଉଥିବା ଏବେ ପୁଣିଥରେ ଦୁହିଁଙ୍କ ବିବାହ ବିଚ୍ଛେଦକୁ ନେଇ ମଧ୍ୟ ସମାନ ଢଙ୍ଗରେ ଆଲୋଚନା ହେଉଛି। ୨୦୧୦ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବାବେଳେ ୨୦୧୮ରେ ଦୁହେଁ ପୁତ୍ର ସନ୍ତାନ ଲାଭ କରିବାର ସୌଭାଗ୍ୟ ପାଇଥିଲେ ।ହେଲେ ଏବେ ଏହି ଷ୍ଟାର ଦମ୍ପତ୍ତିଙ୍କ ବୈବାହିକ ଜୀବନରେ ଫାଟ ନେଇ ଚର୍ଚ୍ଚା ହେଉଛି । ଯଦିଓ ଶୋଏବ ମଲିକ ଏବଂ ସାନିଆ ମିର୍ଜା ଏ ବିଷୟରେ କିଛି କହିନାହାଁନ୍ତି,ତଥାପି ଦୁହିଁଙ୍କ ଦାମ୍ପତ୍ତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଛି । ଖୂବ୍‌ ଶିଘ୍ର ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦ ହେବ ବୋଲି ଜଣାପଡିଛି।

ଏହି ଷ୍ଟାର ଦମ୍ପତ୍ତିଙ୍କ ବୈବାହିକ ଜୀବନରେ କିଛି ମାସ ତଳୁ ଫାଟ ସୃଷ୍ଟି ହେଲାଣି କିନ୍ତୁ ଏହା ଲୋକଲୋଚନକୁ ଆସିନଥିଲା। ନିକଟରେ ସାନିଆ ନିଜ ଇନଷ୍ଟାଗ୍ରାମରେ ପୁଅ ଇଜହାନ୍ ସହ ନିଜର ଏକ ଫଟୋ ସେୟାର କରିଥିଲେ । ଆଗକୁ ତାଙ୍କୁ କଠିନ ଦିନର ସାମ୍ନା କରିବାକୁ ପଡିବ ବୋଲି ମଧ୍ୟ ଲେଖିଥିଲେ । ଆଉ ଏକ ଘଟଣା ହେଉଛି ସାନିଆଙ୍କ ପୁଅର ଇଜହାନର ଜନ୍ମଦିନକୁ ନେଇ । ଦୁହେଁ ସାନିଆ ଓ ଶୋଏବ ଏକାଠି ହୋଇ ପୁଅର ଜନ୍ମଦିନ ପାଳନ କରିଥିଲେ । ଶୋଏବ ସୋସିଆଲ ମିଡିଆରେ ଫଟୋ ଗୁଡିକୁ ସେୟାର କରଇଥିଲେ ବି ସାନିଆ କିନ୍ତୁ କରିନଥିଲେ । ତେଣୁ ଦୁହିଁଙ୍କ ମଧ୍ୟରେ କିଛି ମନୋମାଳିନ୍ୟ ହୋଇଥିବା ପାକିସ୍ତାନୀ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା। ଆଉ ଏସବୁ ସତ୍ତ୍ବେ ସାନିଆ କି ଶୋଏବ ଏନେଇ ନିଜର ସ୍ପଷ୍ଟିକରଣ ରଖିନଥିଲେ। ଯାହା ଦୁହିଁଙ୍କ ମଧ୍ୟ ସବୁକିଛି ଠିକ୍‌ ନାହିଁ ବୋଲି ଦର୍ଶାଇଛି।

ଅନ୍ୟପଟେ ଆଉ ଗୋଟିଏ କଥା କୁହାଯାଉଛି କି ଉଭୟଙ୍କର ସରକାରୀ ଭାବରେ ଛାଡପତ୍ର ହୋଇଯାଇଛି। ଯାହା ଶୀଘ୍ର ଘୋଷଣା କରାଯିବ। ଏହି ଷ୍ଟାର ଦମ୍ପତ୍ତି କିଛି ଦିନ ହେବ ଅଲଗା ରହୁଥିବା ବେଳେ ଖୁବ୍‌ ଶିଘ୍ର ତଲାକ ହେବ ବୋଲି ତାଙ୍କ ସମ୍ପର୍କୀୟମାନେ କହୁଛନ୍ତି।

ତେବେ ଉଭୟଙ୍କ ମଧ୍ୟରେ ବିବାଦ କଣ ପାଇଁ ତାହା ଜଣାପଡିନାହିଁ। କିନ୍ତୁ ମିଡିଆରେ ହେଉଥିବା ଚଚ୍ଚା ଅନୁସାରେ ଶୋଏବ ସାନିଆଙ୍କୁ ପ୍ରତାରଣା କରୁଥିଲେ, ଯାହା ବର୍ତ୍ତମାନ ସାନିଆକୁ ଜଣା ପଡିଛି।ଯାହା ପରେ ବର୍ତ୍ତମାନ ମାମଲା  ଛାଡପତ୍ର ପର୍ଯ୍ୟନ୍ତ ଯାଇଛି।ନିକଟରେ ସାନିଆ ଇନଷ୍ଟାଗ୍ରାମରେ କରିଥିବା ପୋଷ୍ଟରୁ ଜଣାପଡୁଛି ଯେ ସେ ତାଙ୍କ ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟା ସହ ସଂଘର୍ଷ କରୁଛନ୍ତି।

୧୨ ବର୍ଷରେ ଶେଷ ହେବାକୁ ଯାଇଛି ସମ୍ପର୍କ

ସାନିଆ ଏବଂ ଶୋଏବ ୧୨ ଏପ୍ରିଲ ୨୦୧୦ ରେ ବିବାହ କରିଥିଲେ। ଭାରତରେ ବିବାହ ପରେ ପାକିସ୍ତାନରେ ବିବାହ ରିସେପ୍ସନ୍ ଅନୁଷ୍ଠିତ ହୋଇଥିଲା।ସାନିଆ ଓ ସୋଏବ୍‌ ୨୦୧୦ ଏପ୍ରିଲ୍‌ ୧୨ ତାରିଖରେ ହାଇଦ୍ରାବାଦ୍‌ସ୍ଥିତ ତାଜ୍‌ କ୍ରିଷ୍ଣା ହୋଟେଲ୍‌ରେ ପାରମ୍ପରିକ ହାଇଦ୍ରାବାଦୀ ମୁସଲିମ୍‌ ରୀତିରେ ବିବାହ କରିଥିଲେ। ସେହି ସମୟରେ ସାନିଆ ମିର୍ଜା ଓ ଶୋଏବ ମଲିକ ଦୁହିଁଙ୍କ ପ୍ରେମ ସମ୍ପର୍କ ଓ ବିବାହକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ୨୦୧୮ରେ ଏହି ଦମ୍ପତିଙ୍କ ଏକ ପୁତ୍ର ସନ୍ତାନ ଇଝାନ୍‌ଙ୍କୁ ଜନ୍ମ ଦେଇଥିଲେ।  ଏବେ ଦୁହିଁଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ଏହି ଛାଡପତ୍ର ଖବର ମଧ୍ୟ ସମସ୍ତଙ୍କ ପାଇଁ ଏକ ରୋଚକ ଖବର ପାଲଟିଛି।