1st Semi-Final - The Sakala

ଚାମ୍ପିଅନ୍ସ ଟ୍ରଫି: ଭାରତ-ଅଷ୍ଟ୍ରେଲିଆ ସେମି ଟକ୍କର, ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ
ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ଆଜି ଖେଳାଯାଉଛି। ଦୁବାଇରେ ମୁହାଁମୁହିଁ ହେଉଛନ୍ତି ଭାରତ-ଅଷ୍ଟ୍ରେଲିଆ । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବାବେଳେ ଭାରତ ପ୍ରଥମ ବୋଲିଂ କରିବ। ତେବେ ଆଜିର ମ୍ୟାଚରେ ଭାରତୀୟ ଦଳ କୌଣସି ପରିବର୍ତ୍ତନ କରିନାହିଁ। ଏହି ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମାଙ୍କ ଭାରତୀୟ ଦଳ ବିଶ୍ୱକପ୍‌ର ପୂର୍ବ ଦୁଇଟି ପରାଜୟ କଥା ଭୁଲି ନାହିଁ। ଏଭଳି ସ୍ଥିତିରେ ଭଲ ଫର୍ମରେ ରହିଛି ଭାରତ। ଦୁବାଇରେ ସ୍ପିନ ଜାଲ ପକାଇ ଭାରତ ୩ଟି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଅଧାରୁ ଅଧିକ ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତିରେ ଦଳ କେବଳ ଗୋଟିଏ ମ୍ୟାଚ୍‌ ପୂରା ଖେଳିଛି। ଏହି ମ୍ୟାଚ୍‌ରେ ଦଳର ବ୍ୟାଟିଂ ବିସ୍ଫୋରଣ ଘଟାଇ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ୩୫୧ ରନ୍‌ର ଟାର୍ଗେଟକୁ ହାସଲ କରିଛି। ଦଳର ଅନ୍ୟ ଦୁଇଟି ମ୍ୟାଚ୍‌ ବାତିଲ ହୋଇଥିଲାବେଳେ ନବାଗତ ଖେଳାଳିମାନେ ମ୍ୟାଚ୍‌ ପ୍ରାକ୍ଟିସ ପାଇ ନାହାନ୍ତି। ଏସବୁ ସ୍ଥିତିରେ ଭାରତ ଏହି ମ୍ୟାଚ୍‌ ଲାଗି ପୂରା ପ୍ରସ୍ତୁତ ହୋଇଛି। ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତି ଓ ମ୍ୟାଚ୍‌ ପ୍ରାକ୍ଟିସ୍‌ ଅଭାବରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ ଖେଳିବ। ଏହି ସମୟରେ ଭାରତ ଏହି ମୁକାବିଲାକୁ ଜିତି ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।

ସମ୍ଭାବ୍ୟ ଖେଳାଳି

ଭାରତ : ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି ଓ ବରୁଣ ଚକ୍ରବର୍ତ୍ତୀ।

ଅଷ୍ଟ୍ରେଲିଆ: କୁପର କୋନ୍ନୋଲୀ, ଟ୍ରାଭିସ୍‌ ହେଡ୍‌, ଷ୍ଟିଭେନ ସ୍ମିଥ୍‌ (ଅଧିନାୟକ), ମାର୍ନସ ଲାବୁସେନ୍‌, ଜୋଶ ଇଂଲିଶ, ଆଲେକ୍ସ କାରେ, ଗ୍ଲେନ୍‌ ମ୍ୟାକ୍ସୱେଲ, ବେନ୍‌ ଡ୍ୱାରଶୁଇସ୍‌, ନାଥାନ ଏଲିସ୍‌, ତନଭୀର ସାଙ୍ଘା ଓ ଆଦାମ ଜାମ୍ପା।

ବିଶ୍ବକପ ଫାଇନାଲରେ ଭାରତ: ନ୍ୟୁଜିଲ୍ୟାଣ୍ଡକୁ ହରାଇ ନେଲା ୨୦୧୯ର ବଦଲା
ମୁମ୍ବାଇ: ବିଶ୍ୱକପ୍‌ ୨୦୨୩ । ମୁମ୍ବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ପ୍ରଥମ ସେମିଫାଇନାଲ୍‌ ମୁକାବିଲା ଖେଳାଯାଇଥିଲା। ପ୍ରଥମ ସେମିରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍‌ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୩୯୭ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୩୯୮ରନର ଆବଶ୍ୟକତା ରହିଥିଲା। ହେଲେ ନ୍ୟୁଜିଲାଣ୍ଡ ୪୮.୫ ଓଭରରେ ସମସ୍ତ  ୱିକେଟ ହରାଇ ୩୨୭ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭରାତ ୭୦ ରନରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଆଜିର ମ୍ୟାଚ ଜିତିବା ସହ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି। ଏଥିସହ ୨୦୧୯ର  ବଦଲା ନେଇଛି ଭାରତ ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଡିଭନ୍ କନୱେ ୧୫ ବଲରେ ୧୩ରନ କରି ଆଉଟ ହୋଇଥିଲେ।ରାଚିନ୍ ରବିନ୍ଦ୍ର ୨୨ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ  କେନ୍ ୱିଲିୟମ୍ସନ୍ ଓ ଡାରିଲ୍ ମିଚେଲ ସମ୍ଭାଳିଥିଲେ। କେନ୍ ୱିଲିୟମ୍ସ ୭୩ ବଲରେ ୬୯ ରନ କରି ଆଉଟ ହୋଇଥିଲେ। ଟମ୍ ଲାଥାମ୍ କୌଣସି ରନ ନ କରି ଆଉଟ ହୋଇଥିଲେ। ଗ୍ଲେନ୍ ଫିଲିପ୍ସ ୩୩ ବଲରେ ୪୧ ରନ କରି ଆଉଟ ହୋଇଥିଲା। ମାର୍କ ଚାପମାନ ୫ ବଲରେ ୨ ରନରେ ଆଉଟ ହୋଇଥିଲେ। ପାରିକୁ ସମ୍ଭାଳି ରଖିଥିବା  ଡାରିଲ୍ ମିଚେଲ ୧୧୯ ବଲରେ ୧୩୪ ରନ କରି ଆଉଟ ହୋଇଥିଲେ। ମିଚେଲ ସାଣ୍ଟନର୍ ୧୦ ବଲରେ ୯ରନ କରି ଆଉଟ ହୋଇଥିଲେ। ଟିମ୍ ସାଉଥୀ ୧୦ ବଲରେ ୯ରନ କରି ଆଉଟ ହୋଇଥିଲେ। ଲକି ଫର୍ଗୁସନ୍ ୩ ବଲରେ ୬ରନ କରି ଆଉଟ ହୋଇଥିଲେ।

ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ଶାମି ସର୍ବାଧିକ ୭ଟି ୱିକେଟ ନେଇଥିଲେ। କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଜସପ୍ରୀତ ବୁମରା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଭାରତ ପକ୍ଷରୁ ବ୍ୟାଟିଂରେ, ୨୯ ବଲରେ ୪୭ କରି ରୋହିତ ଶର୍ମା ଆଉଟ ହୋଇଥିଲେ। ଶୁଭମାନ ଗିଲ ୬୫ ବଲରେ ୭୯ ରନ କରି ରିଟାର୍ଡ ହର୍ଟ ହୋଇଥିଲେ। ଏହାପରେ ବିରାଟଙ୍କ ସାଥ ଦେବା ପାଇଁ ଶ୍ରେୟସ ଆୟର ଆସିଥିଲେ। ବିରାଟ ଆଜି ଏକ ଶତକୀୟ ପାରି ଖେଳିଥିଲେ। ଏହି ଶତକୀୟ ପାରି ସହ ଦିନିକିଆରେ ୫୦ ତମ ଶତକ ହାସଲ କରିବାରେ ବିରାଟ ରେକର୍ଡ କରିଛନ୍ତି। ବାରିଟ ୧୧୩ ବଲରେ ୧୧୭ ରନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ ଆୟରଙ୍କ ସାଥ ଦେବା ପାଇଁ କେ.ଏଲ୍ ରାହୁଲ  ଆସିଥିଲେ। ଶ୍ରେୟସ ଆୟର ମଧ୍ୟ ଏକ ବିସ୍ଫୋରକ ଶତକୀୟ ଇଂନିସ ଖେଳିଥିଲେ। ଶ୍ରେୟସ ଆୟର ୭୦ ବଲରେ ୧୦୫ ରନ କରି ଆଉଟ ହୋଇଥିଲେ। କେ.ଏଲ୍ ରାହୁଲଙ୍କ ସାଥ ଦେବା ପାଇଁ ସୂର୍ଯ୍ୟକୁମାର ଯାଦବ ଆସିଥିଲେ । ସୂର୍ଯ୍ୟକୁମାର ବଡ ଶଟ ଖେଳିବାକୁ ଯାଇ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ରିଟାର୍ଡ ହଟ ହୋଇଥିବା ଶୁଭମାନ ଗିଲ ଆସିଥିଲେ। କେ.ଏଲ୍ ରାହୁଲ ୨୦ବଲରେ  ୪୦ରନ କରି ଅପରାଜିତ ରହିଥିବା ବେଳେ ଶୁଭମାନ ଗିଲ ୬୬ ବଲରେ ୮୦ ରନ କରି ଅପରାଜିତ ରହିଥିଲେ ।

ୱାଙ୍ଖେଡେରେ ଟିମ୍ ଇଣ୍ଡିଆର ବିଶାଳ ସ୍କୋର, ଫାଇନାଲ ଟିକେଟ ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୩୯୮ ରନର ଟାର୍ଗେଟ
ମୁମ୍ବାଇ : ବିଶ୍ୱକପ୍‌ ୨୦୨୩ । ମୁମ୍ବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ପ୍ରଥମ ସେମିଫାଇନାଲ୍‌ ମୁକାବିଲା ଖେଳାଯାଇଛି। ପ୍ରଥମ ସେମିରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍‌ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୩୯୭ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୩୯୮ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ୨୯ ବଲରେ ୪୭ କରି ରୋହିତ ଶର୍ମା ଆଉଟ ହୋଇଥିଲେ। ପରେ ପାରିକୁ ଶୁଭମାନ ଗିଲ ଓ ବିରାଟ କୋହଲି ସମ୍ଭାଳିଥିଲେ । ଶୁଭମାନ ଗିଲ ୬୫ ବଲରେ ୭୯ ରନ କରି ରିଟାର୍ଡ ହର୍ଟ ହୋଇଥିଲେ। ଏହାପରେ ବିରାଟଙ୍କ ସାଥ ଦେବା ପାଇଁ ଶ୍ରେୟସ ଆୟର ଆସିଥିଲେ। ବିରାଟ ଆଜି ଏକ ଶତକୀୟ ପାରି ଖେଳିଥିଲେ। ଏହି ଶତକୀୟ ପାରି ସହ ଦିନିକିଆରେ ୫୦ ତମ ଶତକ ହାସଲ କରିବାରେ ବିରାଟ ରେକର୍ଡ କରିଛନ୍ତି। ବାରିଟ ୧୧୩ ବଲରେ ୧୧୭ ରନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ ଆୟରଙ୍କ ସାଥ ଦେବା ପାଇଁ କେ.ଏଲ୍ ରାହୁଲ  ଆସିଥିଲେ। ଶ୍ରେୟସ ଆୟର ମଧ୍ୟ ଏକ ବିସ୍ଫୋରକ ଶତକୀୟ ଇଂନିସ ଖେଳିଥିଲେ। ଶ୍ରେୟସ ଆୟର ୭୦ ବଲରେ ୧୦୫ ରନ କରି ଆଉଟ ହୋଇଥିଲେ। କେ.ଏଲ୍ ରାହୁଲଙ୍କ ସାଥ ଦେବା ପାଇଁ ସୂର୍ଯ୍ୟକୁମାର ଯାଦବ ଆସିଥିଲେ । ସୂର୍ଯ୍ୟକୁମାର ବଡ ଶଟ ଖେଳିବାକୁ ଯାଇ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ରିଟାର୍ଡ ହଟ ହୋଇଥିବା ଶୁଭମାନ ଗିଲ ଆସିଥିଲେ। କେ.ଏଲ୍ ରାହୁଲ ୨୦ବଲରେ  ୪୦ରନ କରି ଅପରାଜିତ ରହିଥିବା ବେଳେ ଶୁଭମାନ ଗିଲ ୬୬ ବଲରେ ୮୦ ରନ କରି ଅପରାଜିତ ରହିଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ ସାଉଥୀ ୩ଟି ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ୱିକେଟ ନେଇଥିଲେ।

ଏଥି ସହିତ ମହାନ ବ୍ୟାଟ୍ସମ୍ୟାନ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ମଧ୍ୟ ଆଜି ଭାଙ୍ଗିଛନ୍ତି ବିରାଟ କୋହଲି। ସଚିନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୯ଟି ଶତକ ମାରିଥିବାବେଳେ, କୋହଲି ଆଜିର ଶତକକୁ ମିଶାଇ ମୋଟ ୫୦ଟି ଶତକ ମାରିସାରିଲେଣି । ବିରାଟ ଦିନିକିଆ କ୍ରିକେଟରେ ବିଶ୍ବର ସବୁଠାରୁ ଅଧିକ ଶତକ ହାସଲକାରୀ ବ୍ୟାଟର ହୋଇଛନ୍ତି। ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଥିଲେ। ଆଜି ୨୭୯ତମ ଇନିଂସରେ ସେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି।

At the top of the world 🎇

Virat Kohli slams a record 50th ODI ton 🎉@mastercardindia Milestones 🏏#CWC23 | #INDvNZ pic.twitter.com/GEB0keyHc3

— ICC (@ICC) November 15, 2023

ସେହିପରି ‘ହିଟମ୍ୟାନ୍’ ରୋହିତ ଶର୍ମା ଆଜି ବିଶ୍ୱକପରେ ଦ୍ରୁତତମ ୧୫୦୦ ରନ୍ ପୂରଣ କରିଛନ୍ତି। ରୋହିତ୨୯ ବଲରେ ୪୭ ରନର ଚମତ୍କାର ଇନିଂସ ଖେଳିଥିଲେ। ରୋହିତ ଶର୍ମା ତାଙ୍କ ଇନିଂସରେ ୪ ଚୌକା ଓ ୪ ଛକା ମାରିଥିଲେ। ଏହା ସହ ରୋହିତ ଶର୍ମା  ବିଶ୍ୱକପରେ ଦ୍ରୁତତମ ୧୫୦୦ ରନ୍ ପୂରଣ କରିଛନ୍ତି। ରୋହିତ ଶର୍ମା ବିଶ୍ୱକପରେ ୨୭ ଇନିଂସରେ ୧୫୦୦ ରନ୍ ପୂରଣ କରିଛନ୍ତି। ଭାରତ ପାଇଁ ମହାନ ବ୍ୟାଟ୍ସମ୍ୟାନ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ବିଶ୍ୱକପରେ ୨୭ ଇନିଂସରେ ୧୫୦୦ ରନ୍ କରିଥିଲେ।

ଟି-୨୦ ବିଶ୍ୱକପ୍‌: ଆଜି ପ୍ରଥମ ସେମିଫାଇନାଲ, ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ- ପାକିସ୍ତାନ
ସିଡନୀ: ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ୨୦୨୨ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମୁକାବିଲା ଏଠାରେ ଆଜି ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଉଭୟ ଦଳ ଭଲ ପ୍ରସ୍ତୁତି କରିନେଇଛନ୍ତି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟିମ୍‌କୁ ଶକ୍ତିଶାଳୀ ମନେକରାଯାଉଥିଲେ ମଧ୍ୟ ପାକିସ୍ତାନର ମନୋବଳ ସୁଦୃଢ଼ ରହିଛି। ଉଭୟ ଦଳ ନିକଟରେ ଏହି ମ୍ୟାଚ୍‌ ଜିତିବାର ଦକ୍ଷତା ଓ କ୍ଷମତା ରହିଛି। କିନ୍ତୁ ପୂର୍ବ ରେକର୍ଡ ଓ ଉତ୍ସାହକୁ ଦେଖିଲେ ପାକିସ୍ତାନକୁ ଏହି ମୁକାବିଲାରେ ସାମାନ୍ୟ ଫେବରିଟ୍‌ ମନେକରାଯାଉଛି।

ସେମିଫାଇନାଲ ପୂର୍ବରୁ ପ୍ରଦର୍ଶନ: ଆୟୋଜକ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ଆୟର୍ଲାଣ୍ଡକୁ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡ ସୁପର-୧୨ ଗ୍ରୁପ୍‌-୧’ରେ ଶୀର୍ଷସ୍ଥାନ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି। ଦଳ ଇଂଲଣ୍ଡ ନିକଟରୁ ହାରିଥିଲାବେଳେ ଆଫଗାନିସ୍ତାନ ବିପକ୍ଷ ମୁକାବିଲା ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଓ ଜିମ୍ବାୱେଠାରୁ ହାରିଯିବା ପରେ ସ୍ୱଦେଶ ଫେରିବା ଆଶଙ୍କାରେ ଥିଲ। କିନ୍ତୁ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍‌ସ ହରାଇ ପାକିସ୍ତାନକୁ ସେମିଫାଇନାଲକୁ ଯିବାର ସୁଯୋଗ ଦେଇଥିଲା। ଏହା ପରେ ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ପାକିସ୍ତାନ ଲାଗି ବାଂଲାଦେଶକୁ ହରାଇବା ଆବଶ୍ୟକ ହେଉଥିଲା। ପାକିସ୍ତାନ ସହଜରେ ଏହି ମ୍ୟାଚ୍‌ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା। ୧୯୯୨ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ୍‌ରେ ପାକିସ୍ତାନର ସମାନ ଅବସ୍ଥା ରହିଥିଲା। ଏହି ଦଳ ସେମିରେ ଶୀର୍ଷସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ହରାଇବା ସହ ଚାମ୍ପିଅନ୍‌ ମଧ୍ୟ ହୋଇଥିଲା।

ଆଇସିସି ନକ୍‌ଆଉଟରେ ପାକିସ୍ତାନ ଅପରାଜେୟ: ଦୁଇ ଦେଶ ମଧ୍ୟରେ ୨୮ଟି ଟି-୨୦ ମୁକାବିଲା ଅନୁଷ୍ଠିତ ହୋଇଛି। ଏହା ମଧ୍ୟରୁ ପାକିସ୍ତାନ ୧୭ଟି ଓ ନ୍ୟୁଜିଲାଣ୍ଡ ୧୧ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ବିଶ୍ୱକପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ଟି-୨୦ କ୍ରିକେଟ ଫାଇନାଲରେ ମଧ୍ୟ ପାକିସ୍ତାନ ଚାମ୍ପିଅନ୍‌ ହୋଇଥିଲା।

ଆଇସିସି ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟ (ଦିନିକିଆ ଓ ଟି-୨୦ ବିଶ୍ୱକପ୍‌) ନକ୍‌ଆଉଟରେ ନ୍ୟୁଜିଲାଣ୍ଡଠାରୁ ପାକିସ୍ତାନ ଆଦୌ ହାରିନାହିଁ। ୧୯୯୨ ଓ ୧୯୯୯ରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲରେ ପାକିସ୍ତାନ ନିକଟରୁ ନ୍ୟୁଜିଲାଣ୍ଡ ପରାଜିତ ହୋଇଥିଲା। ୨୦୦୭ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ବିଜୟୀ ହୋଇଥିଲା।

ନକ୍‌ଆଉଟରେ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଜିତି ନପାରିବାର ଅନେକ ରେକର୍ଡ ରହିଛି। ଗତ ୭ ବର୍ଷ ମଧ୍ୟରେ ଏହି ଦଳ ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ୱକପ୍‌ ଫାଇନାଲ ଓ ୨୦୨୧ରେ ଟି-୨୦ ବିଶ୍ୱକପ୍‌ ଫାଇନାଲରେ ପରାଜିତ ହୋଇଛି।

ଉଭୟ ଦଳର ଶକ୍ତି ବୋଲିଂ: ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ବ୍ୟାଟର ଭଲ ପ୍ରଦର୍ଶନ କରିନାହାନ୍ତି। ବିଶେଷ କରି ଦୁଇ ଓପନର ମହମ୍ମଦ୍‌ ରିଜୱାନ୍‌ ଓ ଅଧିନାୟକ ବାବର ଆଜମ ଫର୍ମରେ ନାହାନ୍ତି। ଏମାନଙ୍କ ବିଫଳତା ନ୍ୟୁଜିଲାଣ୍ଡକୁ ସୁହାଇପାରେ। ସେମିଫାଇନାଲ ଖେଳାଯିବାକୁ ଥିବା ପିଚ୍‌ ନ୍ୟୁଜିଲାଣ୍ଡ ବୋଲରଙ୍କୁ ସୁହାଇଛି। ଏଠାରେ ଦଳର ଦୁଇ ଫାଷ୍ଟ ବୋଲର ଟିମ୍‌ ସୌଦୀ ଓ ଟ୍ରେଣ୍ଟ ବୋଲ୍ଟ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାର ଟପ୍‌ ଅର୍ଡର ବ୍ୟାଟିଂକୁ ଧ୍ୱସ୍ତ କରିଦେଇଥିଲେ। ପାକିସ୍ତାନର ନୂଆ ଖେଳାଳି ମହମ୍ମଦ୍‌ ହ୍ୟାରିସ୍‌ ଓ ସାଦାବ ଖାନ୍‌ଙ୍କ ଉପରେ ବ୍ୟାଟିଂ ନିର୍ଭର କରୁଛି। ପାକିସ୍ତାନର ବୋଲିଂ ସାହିନ ଆଫ୍ରିଦୀ ଓ ହ୍ୟାରିସ୍‌ ରୌଫଙ୍କ ସଫଳତା ଉପରେ ନିର୍ଭର କରୁଛି। ଯୁବ ଫାଷ୍ଟ ବୋଲର ନସୀମ ଶାହ ମଧ୍ୟ ଭଲ ଫର୍ମରେ ଅଛନ୍ତି। କିନ୍ତୁ ଦଳରେ ଥିବା ଦୁଇ ସ୍ପିନର ସାଦାବ ଓ ବାମହାତୀ ମହମ୍ମଦ୍‌ ନୱାଜଙ୍କୁ ମୁକାବିଲା କରିବା କିୱି ବ୍ୟାଟରଙ୍କ ପକ୍ଷେ କଷ୍ଟକର।

ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍‌ ୱିଲିୟମସନ ବିଳମ୍ବରେ ହେଉ ମଧ୍ୟ ଫର୍ମକୁ ଫେରିଛନ୍ତି। ଗ୍ଲେନ୍‌ ଫିଲିପ୍ସ ଗତ ଦୁଇଟି ମ୍ୟାଚ୍‌ରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି। ଆହତ ସମସ୍ୟାରୁ ମୁକୁଳିବା ପରେ ଡାରିଲ ମିଚେଲ ଓ ୱିକେଟ କିପର ଫିନ୍‌ ଆଲେନ୍‌ ଚମକ୍ରାର ଲୟରେ ବ୍ୟାଟିଂ କରୁଛନ୍ତି। ଡେଭନ କନୱେଙ୍କ ଦକ୍ଷତାକୁ ମଧ୍ୟ ଅଣଦେଖା କରାଯାଇ ନପାରେ। ଏମାନେ ଯଦି ମିଳିତଭାବେ କ୍ଲିକ୍‌ କରନ୍ତି, ତେବେ ନ୍ୟୁଜିଲାଣ୍ଡର ପାକିସ୍ତାନ ବିପକ୍ଷ ଆଇସିସି ବିଶ୍ୱକପ୍‌ ନକ୍‌ଆଉଟ ପରାଜୟ ଏଡ଼ାଇପାରିବ।

ଖେଳାଳି ଦଳ

ନ୍ୟୁଜିଲାଣ୍ଡ: କେନ୍‌ ୱିଲିୟମସନ (ଅଧିନାୟକ), ମାର୍ଟିନ ଗପ୍ଟିଲ, ଫିନ୍‌ ଆଲେନ୍‌ (ୱିକେଟକିପର), ଡେଭନ କନୱେ, ଡାରିଲ ମିଚେଲ, ଗ୍ଲେନ୍‌ ଫିଲିପ୍ସ, ମାର୍କ ଚାପମ୍ୟାନ୍‌, ମାଇକେଲ ବ୍ରେସ୍‌ୱେଲ, ମିଚେଲ ସାଣ୍ଟନର, ଇଶ୍‌ ସୋଧି, ଲକି ଫର୍ଗୁସନ, ଟିମ୍‌ ସୌଦୀ, ଜେମ୍ସ ନୀଶାମ, ଆଦାମ ମିଲ୍‌ନେ ଓ ଟ୍ରେଣ୍ଟ ବୋଲ୍ଟ।

ପାକିସ୍ତାନ: ବାବର ଆଜମ (ଅଧିନାୟକ), ମହମ୍ମଦ୍‌ ରିଜୱାନ୍‌ (ୱିକେଟକିପର), ଆସିଫ୍‌ ଅଲ୍ଲୀ, ହାଇଦର ଅଲ୍ଲୀ, ଖୁସ୍‌ଦିଲ ଶାହ, ସାନ ମାସୁଦ୍‌, ମହମ୍ମଦ୍‌ ହାରିସ୍‌, ଇଫତିକର ଅହମ୍ମଦ୍‌, ସାଦାବ ଖାନ୍‌, ମହମ୍ମଦ୍‌ ନୱାଜ, ମହମ୍ମଦ୍‌ ୱାସିମ ଜୁନିୟର, ହାରିସ୍‌ ରୌଫ୍‌, ମହମ୍ମଦ୍‌ ହାସନେନ୍‌, ନସୀମ ଶାହ ଓ ସାହିନ ଆଫ୍ରିଦୀ।