Brain Stroke - The Sakala
ଆର୍ଥିକ ସଂଘର୍ଷ ଓ ଋଣବୋଝ: ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ 'ଆଶିକୀ' ଅଭିନେତା ରାହୁଲ ରୟ
୯୦ ଦଶକର ବ୍ଲକବଷ୍ଟର ଫିଲ୍ମ 'ଆଶିକୀ' (Aashiqui) ର ଲୋକପ୍ରିୟ ଅଭିନେତା ତଥା ବିଗ୍ ବସ୍ ସିଜନ୍ ୧ ର ବିଜେତା ରାହୁଲ ରୟ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଇନଷ୍ଟାଗ୍ରାମରେ ତାଙ୍କର କିଛି ଡ୍ୟାନ୍ସ ରିଲ୍ସ ଭାଇରାଲ୍ ହୋଇଥିଲା, ଯାହାକୁ ନେଇ ଅନେକ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିଥିଲେ। ଏବେ ଅଭିନେତା ନିଜର ଏହି ଭାଇରାଲ୍ ଭିଡିଓ ଏବଂ ସମାଲୋଚନା ଉପରେ ମୁହଁ ଖୋଲିଛନ୍ତି। ସେ ଟ୍ରୋଲରଙ୍କୁ କଡ଼ା ଜବାବ ଦେବା ସହ ନିଜର ଆର୍ଥିକ ଅନାଟନ ଏବଂ ଆଇନଗତ ମାମଲା ପାଇଁ ଋଣବୋଝ ଥିବା କଥା ପ୍ରକାଶ କରିଛନ୍ତି।
ଭାଇରାଲ୍ ଭିଡିଓ ଏବଂ ଟ୍ରୋଲିଂ
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ରାହୁଲ ରୟ ଏବଂ କଣ୍ଟେଣ୍ଟ କ୍ରିଏଟର ଡାକ୍ତର ବନିତା ଘାଡ଼ଗେ ଦେଶାଇଙ୍କର କିଛି ରିଲ୍ସ ଇଣ୍ଟରନେଟରେ ଘୂରି ବୁଲୁଛି। ଏହି ଭିଡିଓଗୁଡ଼ିକରେ ରାହୁଲଙ୍କୁ ତାଙ୍କର ପୁରୁଣା ଲୋକପ୍ରିୟ ଗୀତ ଯେପରିକି 'ତେରେ ଦର ପର ସନମ୍' ଏବଂ 'ଧୀରେ ଧୀରେ ସେ' ଆଦିରେ ରୋମାନ୍ସ ଏବଂ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି। ତେବେ କିଛି ଦର୍ଶକ ଏହାକୁ ପସନ୍ଦ କରିଥିବା ବେଳେ ଅନେକ ଲୋକ ଅଭିନେତାଙ୍କୁ କଡ଼ା ସମାଲୋଚନା କରିଥିଲେ। କିଛି ୟୁଜର୍ସ ଏହାକୁ "କ୍ରିଞ୍ଜ୍" (cringe) କହିବା ସହ ତାଙ୍କର ଏପରି ରିଲ୍ସ ବନାଇବା ପଛରେ କ'ଣ ବାଧ୍ୟବାଧକତା ଅଛି ବୋଲି ପ୍ରଶ୍ନ କରିଥିଲେ।
ଟ୍ରୋଲରଙ୍କୁ ରାହୁଲଙ୍କ କଡ଼ା ଜବାବ
ନିଜ ବିରୋଧରେ ହେଉଥିବା ଟ୍ରୋଲିଂକୁ ନେଇ ରାହୁଲ ରୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲମ୍ବା ପୋଷ୍ଟ ଶେୟାର କରିଛନ୍ତି। ସମାଲୋଚକଙ୍କୁ ଜବାବ ଦେଇ ସେ ଲେଖିଛନ୍ତି, "ମୁଁ ସଚ୍ଚୋଟତା ଏବଂ ନମ୍ରତାର ସହ ମୋର କାମ କରେ। ମୋ ଉପରେ କିଛି ପୁରୁଣା ଆଇନଗତ ମାମଲାର ଆର୍ଥିକ ବୋଝ ରହିଛି, ଯାହାକି ମୋର ବ୍ରେନ୍ ଷ୍ଟ୍ରୋକ୍ ହେବା ପୂର୍ବରୁ ଅଛି। ଯଦି ଲୋକେ ମୋର ସରଳତା ଓ ସଂଘର୍ଷକୁ ପରିହାସ କରୁଛନ୍ତି, ତେବେ ଏହା ମୋ ଅପେକ୍ଷା ସେମାନଙ୍କ ବ୍ୟକ୍ତିତ୍ୱ ବିଷୟରେ ଅଧିକ ଦର୍ଶାଉଛି"। ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି, "ଯଦି ଆପଣମାନେ ମୋ ପାଇଁ ଏତେ ଚିନ୍ତିତ, ତେବେ ଦୟାକରି ମୋତେ କିଛି ପ୍ରକୃତ ଏବଂ ଭଲ କାମ ଖୋଜିବାରେ ସାହାଯ୍ୟ କରନ୍ତୁ, ଯାହାଦ୍ୱାରା ମୁଁ ମୋର ଋଣ ଏବଂ ଆଇନଗତ ମାମଲାର ଖର୍ଚ୍ଚ ତୁଲାଇ ପାରିବି। ଅନ୍ତତଃ ପକ୍ଷେ ମୁଁ କଠିନ ପରିଶ୍ରମ କରି ରୋଜଗାର କରୁଛି, ଅନ୍ୟମାନଙ୍କୁ ପରିହାସ କରି ନୁହେଁ"।
ଆର୍ଥିକ ସମସ୍ୟା ଏବଂ ସ୍ୱାସ୍ଥ୍ୟାବସ୍ଥା
ଉଲ୍ଲେଖଯୋଗ୍ୟ ଯେ, ବର୍ଷ ୨୦୨୦ ରେ କାର୍ଗିଲରେ ଏକ ପ୍ରୋଜେକ୍ଟର ସୁଟିଂ ସମୟରେ ରାହୁଲ ରୟ ଏକ ଗମ୍ଭୀର ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ। ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା ଏବଂ କ୍ୟାରିୟର ମଧ୍ୟ ପ୍ରଭାବିତ ହୋଇଥିଲା। ତାଙ୍କ ସ୍ୱାସ୍ଥ୍ୟର ଉନ୍ନତିରେ ଡାକ୍ତର ବନିତା ଘାଡ଼ଗେ ଦେଶାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ଅନେକ ପ୍ରଶଂସକ କହିଛନ୍ତି। ଦୀର୍ଘ ଦିନର ଚିକିତ୍ସା ପରେ ସେ ବର୍ତ୍ତମାନ ସୁସ୍ଥ ହୋଇ ପୁଣିଥରେ କାମକୁ ଫେରିବାକୁ ଚେଷ୍ଟା କରୁଛନ୍ତି। କିଛି ଦିନ ପୂର୍ବରୁ ବିହାରର ଏକ ବିବାହ ଉତ୍ସବରେ ଗୀତ ଗାଉଥିବାର ତାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା, ଯାହା ତାଙ୍କର ଆର୍ଥିକ ସଂଘର୍ଷକୁ ଦର୍ଶାଉଥିଲା。
ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର: ସାହିତ୍ୟ ସଭାରେ ଯୋଗ ଦେବା ବେଳେ ହେଲା ବ୍ରେନ୍ ଷ୍ଟ୍ରୋକ୍, ଆଇସିୟୁରେ ଭର୍ତ୍ତି
କଟକ: ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥତା କାରଣରୁ ତାଙ୍କୁ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁ (ICU)ରେ ରଖି ଚିକିତ୍ସା କରାଯାଉଛି।
ମସ୍ତିଷ୍କାଘାତ ଯୋଗୁଁ ଅବସ୍ଥା ଗୁରୁତର
ସୂଚନା ଅନୁଯାୟୀ, ଗୀତା ପଟ୍ଟନାୟକ ମସ୍ତିଷ୍କାଘାତ ବା ବ୍ରେନ୍ ଷ୍ଟ୍ରୋକ୍ (Brain Stroke)ର ଶିକାର ହୋଇଛନ୍ତି। ଏହି କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି ଏବଂ ଡାକ୍ତରୀ ଦଳ ତାଙ୍କର ନିୟମିତ ଚିକିତ୍ସା ଜାରି ରଖିଛନ୍ତି। ତାଙ୍କ ଅବସ୍ଥା ଉପରେ କଡ଼ା ନଜର ରଖାଯାଇଛି। ଗତକାଲି ସନ୍ଧ୍ୟାରେ ସେ ଭୁବନେଶ୍ୱରରେ ଆୟୋଜିତ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ନିରୀକ୍ଷା ପରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଜଣାପଡ଼ିଥିଲା। ଉନ୍ନତ ଚିକିତ୍ସା ପାଇଁ ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଶରୀରର ସବୁ ଅଙ୍ଗପ୍ରତ୍ୟଙ୍ଗ ମସ୍ତିଷ୍କ ଦ୍ବାରା ନିୟନ୍ତ୍ରିତ ହେଉଥିବାରୁ ବ୍ରେନ୍‌କୁ ଶରୀରର କଣ୍ଟ୍ରୋଲ୍‌ ରୁମ୍‌ ବୋଲି କୁହାଯାଏ। ବ୍ରେନ୍‌ରେ ଥିବା ନ୍ୟୁରୋ କୋଷିକାଗୁଡ଼ିକ ଅହରହ ଅମ୍ଳଜାନ, ଗ୍ଲୁକୋଜ୍ ଓ ଅନ୍ୟ ପୋଷକତତ୍ତ୍ବ ଉପରେ ନିର୍ଭର କରେ। ଯେତେବେଳେ ବ୍ରେନ୍‌ କାର୍ଯ୍ୟକ୍ଷମ ପାଇଁ ଅର୍ଟି ବା ଧମନୀ ଆବଶ୍ୟକୀୟ ରକ୍ତ ଓ ଅମ୍ଳଜାନ ନ ପହଞ୍ଚେ, ସେତେେବଳେ ମସ୍ତିଷ୍କକୁ ମଧ୍ୟ ଅମ୍ଳଜାନ ଓ ରକ୍ତ ପହଞ୍ଚି ପାରେନାହିଁ, ଯାହାକୁ ବ୍ରେନ୍‌ ଷ୍ଟ୍ରୋକ୍‌ କୁହାଯାଏ। ରକ୍ତର ଅଭାବରେ ମସ୍ତିଷ୍କ ଭିତରେ ପ୍ରତି ମିନିଟ୍‌କୁ ୨ ଲକ୍ଷରୁ ଅଧÒକ କୋଷ ମରିବାକୁ ଲାଗେ, ଯାହାକି ରୋଗ ପ୍ରତି ବିପଦ ସୃଷ୍ଟି କରେ।
ଏକ ସର୍ଭେ ଅନୁଯାୟୀ, ଭାରତରେ ମୃତ୍ୟୁର ଦ୍ବିତୀୟ କାରଣ ହେଉଛି ବ୍ରେନ୍‌ ଷ୍ଟ୍ରୋକ୍‌। ପୃଥିବୀରେ ୧୫ ମିଲିୟନ୍ ଲୋକ ପ୍ରତିବର୍ଷ ଷ୍ଟ୍ରୋକ୍‌ର ଶିକାର ହୁଅନ୍ତି। ସେଥିରୁ ୬ ମିଲିୟନ୍ ରୋଗୀ ମୃତ୍ୟୁମୁଖରେ ପଡ଼ନ୍ତି ଏବଂ ୫ ମିଲିୟନ୍ ରୋଗୀ ଜୀବନସାରା ଅକ୍ରମଣ୍ୟ ହୋଇଯାଆନ୍ତି। ପ୍ରତି ୬ ସେକେଣ୍ଡରେ ପୃଥିବୀରେ ଜଣେ ଲୋକ ଷ୍ଟ୍ରୋକ୍‌ ଦ୍ବାରା ଆକ୍ରାନ୍ତ ହୋଇଥାନ୍ତି। ତୁରନ୍ତ ଏହାର ଚିକିତ୍ସା କରା ନ ଗଲେ ରୋଗୀ ପକ୍ଷାଘାତର ଶିକାର ହୋଇଥାନ୍ତି। ଷ୍ଟ୍ରୋକ୍‌କୁ ଦୁଇ ଭାଗରେ ବିଭକ୍ତ, ଇସ୍‌କେମିକ୍‌ ଷ୍ଟ୍ରୋକ୍‌ ଓ ହେମୋରେଜିକ୍‌ ଷ୍ଟ୍ରୋକ୍‌। ବ୍ରେନ୍‌କୁ ରକ୍ତ ପ୍ରବାହ କମ୍ ହୋଇଗଲେ, ତାହାକୁ ଇସ୍‌କେମିକ୍‌ ଷ୍ଟ୍ରୋକ୍‌ କୁହାଯାଏ। ବ୍ରେନ୍ ଭିତରେ ଥିବା ଧମନୀଗୁଡ଼ିକ ଫାଟିଯାଇ ରକ୍ତ ଜମିବା ଫଳରେ ହେଉଥିବା ଷ୍ଟ୍ରୋକ୍‌କୁ ହେମୋରେଜିକ୍‌ ଷ୍ଟ୍ରୋକ୍‌ କୁହାଯାଏ।
କେଉଁମାନଙ୍କୁ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ
ଯେଉଁମାନେ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ୍‌ ସମସ୍ୟାରେ ପୀଡ଼ିତ ଏବଂ ଏଥିପାଇଁ ଆବଶ୍ୟକୀୟ ଔଷଧ ଖାଆନ୍ତି ନାହିଁ, ସେମାନଙ୍କୁ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ଥାଏ। ବୟସ୍କ ବ୍ୟକ୍ତି, ମେଦବହୁଳତା, ଧୂମପାନ, ମଦ୍ୟପାନ, ଅଧିକ ତେଲମସଲାଯୁକ୍ତ ଖାଦ୍ୟ ଖାଇବା, ଶାରୀରିକ ପରିଶ୍ରମ ନ କରିବା ଆଦି କ୍ଷେତ୍ରରେ ମଧ୍ୟ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ରହିଥାଏ। ଏହା ବ୍ୟତୀତ ବଂଶାନୁଗତ କାରଣ, ଜନ୍ମଗତ ତ୍ରୁଟି, ବ୍ରେନ୍‌ର ସ୍ନାୟୁଗୁଡ଼ିକରେ କୌଣସି ସମସ୍ୟା କିମ୍ବା ସଂକ୍ରମଣ ହେଲେ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇପାରେ।
ଲକ୍ଷଣ
ବିଶ୍ବ ଷ୍ଟ୍ରୋକ୍‌ ଅର୍ଗାନାଇଜେସନ୍‌ ଷ୍ଟ୍ରୋକ୍‌ର ଲକ୍ଷଣଗୁଡ଼ିକୁ ସହଜରେ ମନେ ରଖÒବା ପାଇଁ ଏକ ମିନୋମିକ୍ସ ଦେଇଛନ୍ତି ‘FAST’।
ଏଫ୍ – ଫେସ୍‌ (ମୁହଁଟି ବଙ୍କା ବା ବଧିରା ହୋଇଯିବା)।
ଏ – ଆର୍ମ (ହାତ ଦୁର୍ବଳ ବା ବଧିରା ହୋଇଯିବା)।
ଏସ୍‌ – ସ୍ପିଚ୍‌ (କହିବା ବେଳେ ଖନି ମାରିବା ବା କଥା ଅସ୍ପଷ୍ଟ ହେବା) ।
ଟି – ଟାଇମ୍‌ (ଶୀଘ୍ର ଡାକ୍ତରଙ୍କ ପରାମର୍ଶ କରନ୍ତୁ)।
ଏହା ବ୍ୟତୀତ ଅନ୍ୟ ଲକ୍ଷଣଗୁଡ଼ିକ ହେଉଛି – ମୁଣ୍ଡ ବିନ୍ଧା, ହଠାତ୍‌ ମୁଣ୍ଡ ବୁଲାଇବା, ଆଖÒ ଅନ୍ଧାର ଲାଗିବା, ଧୀେର ଧୀେର ସ୍ମରଣଶକ୍ତି କମିଯିବା, ବାତ ମାରିବା ଇତ୍ୟାଦି।
ଚିକିତ୍ସା
ସିଟି ସ୍କାନ୍‌, ଏମ୍‌ଆର୍‌ଆଇ ସ୍କାନ୍‌, କିଡ୍‌ନି ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା, ଲିଭର୍‌ ପରୀକ୍ଷା ଓ ହାର୍ଟର ପରୀକ୍ଷା ଇତ୍ୟାଦି କରିବାକୁ ହୁଏ। ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ପ୍ରଥମ ୪-୫ ଘଣ୍ଟା ଖୁବ୍ ଗୁରୁତ୍ବପୂର୍ଣ୍ଣ। ଏହି ସମୟ ମଧ୍ୟରେ ଚିକିତ୍ସା ଆରମ୍ଭ କଲେ, ସଫଳତା ମିଳିଥାଏ। ଏହି ସମୟ ମଧ୍ୟରେ ଇସ୍‌କେମିକ୍‌ ଷ୍ଟ୍ରୋକ୍‌ ପାଇଁ ଥ୍ରାମ୍ବାଲାୟସିସ୍‌ ସାହାଯ୍ୟରେ ଚିକିତ୍ସା ଆରମ୍ଭ କରାଯାଏ। ଏଥÒରେ ବ୍ରେନ୍‌ ଭିତରେ ରକ୍ତ ପ୍ରବାହରେ କୌଣସି ବାଧା ସୃଷ୍ଟି ହୋଇଥିଲେ, ଇଞ୍ଜେକ୍‌ସନ୍‌ ସାହାଯ୍ୟରେ ବ୍ଲକେଜ୍‌କୁ ପରିଷ୍କାର କରାଯାଇଥାଏ। କିନ୍ତୁ ହେମୋରେଜିକ୍‌ ଷ୍ଟ୍ରୋକ୍‌ ହୋଇଥିଲେ, ସ୍ନାୟୁଶଲ୍ୟ ବିଭାଗର ପକ୍ଷରୁ ଚିକିତ୍ସା କରାଯାଏ। ଚିକିତ୍ସା ପରେ ଦୁର୍ବଳ ଅଙ୍ଗପ୍ରତ୍ୟଙ୍ଗ ପାଇଁ ଫିଜିଓଥେରାପି ଅତ୍ୟାବଶ୍ୟକ ହୋଇଥାଏ।
ପ୍ରତିକାର
ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ କୋଲେଷ୍ଟଲ୍‌ର ନିୟମିତ ପରୀକ୍ଷା, ଔଷଧ ସେବନ, ବ୍ୟାୟାମ, ବାଲାନ୍ସ ଡାଏଟ୍‌ ଏବଂ ଅଧିକ ସବୁଜ ପନିପରିବା ଓ ଫଳ ଖାଇବା, ତେଲ,ମସଲାଯୁକ୍ତ ଖାଦ୍ୟ ଓ ଫାଷ୍ଟଫୁଡ୍ ନ ଖାଇବା, ତମାଖୁ,ଧୂମପାନ, ମଦ୍ୟପାନରୁ ବିରତ ରହିବା, ଓଜନ କମାଇବା, ମାନସିକ ଚାପଠାରୁ ଦୂରେଇ ରହିବା ଏବଂ ୬ରୁ ୮ଘଣ୍ଟା ଶୋଇବା ଇତ୍ୟାଦି।
– ଡାକ୍ତ