nitin-gadkari - The Sakala
ନୂଆଦିଲ୍ଲୀ: ବିଜେପିର ସାଂପ୍ରତିକ ଆଭିମୁଖ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ବଡ ମନ୍ତବ୍ୟ ଦେବା ସହିତ ପରୋକ୍ଷରେ ଚେତାବନୀ ଜାରି କରିଛନ୍ତି। କଂଗ୍ରେସ ଯେଉଁ ଭୁଲ୍‌ କରି ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଥିଲା ବିଜେପି ସେଭଳି ଭୁଲ୍‌ ନ କରୁ। ନଚେତ୍‌ ଆଗାମୀ ଦିନରେ ବିଜେପିକୁ କଂଗ୍ରେସ ଭଳି ସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ ବୋଲି ଗଡ଼କରୀ ଚେତାଇ ଦେଇଛନ୍ତି। ବିଶେଷକରି ବିଜେପିର ଧର୍ମ ଏବଂ ସାଂପ୍ରଦାୟିକ ରାଜନୀତିକୁ ପରୋକ୍ଷରେ ଇଙ୍ଗିତ କରି ସେ କହିଛନ୍ତି ଯେ, ଆମକୁ ଦୁର୍ନୀତିମୁକ୍ତ ରାଷ୍ଟ୍ର ଗଠନ କରିବାକୁ ହେବ ଏବଂ ଏଥିପାଇଁ ଆମର ସୁଚିନ୍ତିତ ଯୋଜନା ରହିବା ଉଚିତ୍। ସାମାଜିକ ଓ ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ରାଜନୀତି ଏକ ମାଧ୍ୟମ ଏବଂ ଏହାକୁ ଆଗାମୀ ଦିନରେ ଦଳୀୟ କର୍ମୀମାନେ ଅନୁଭବ କରିବା ଜରୁରୀ। ମୁଁ ଜାତି କିମ୍ବା ଧର୍ମ ରାଜନୀତିକୁ ପସନ୍ଦ କରେ ନାହିଁ। ଯିଏ ଜାତି କଥା କହିବ, ମୁଁ ତାକୁ ଦୃଢ଼ ଭାବେ ବିରୋଧ କରିବାକୁ ପଛାଇବି ନାହିଁ। ଜଣେ ବ୍ୟକ୍ତି ନିଜର ବ୍ୟକ୍ତିତ୍ବ ଏବଂ ମୂଲ୍ୟବୋଧ ଦ୍ୱାରା ପରିଚିତି ଲାଭ କରିଥାଏ, କିନ୍ତୁ ଜାତି ଦ୍ୱାରା ନୁହେଁ । ତେଣୁ ଆମକୁ ସେଭଳି ନୀତି ଓ ଆଦର୍ଶରେ ଚାଲିବାକୁ ପଡ଼ିବ ବୋଲି ଗଡ଼କରୀ କହିଛନ୍ତି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ର ପ୍ରମୁଖ ସଦସ୍ୟ ଭାବେ ଗଡ଼କାରୀଙ୍କ ଏଭଳି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ତୁଙ୍ଗ ନେତାଙ୍କ ପ୍ରତି ପରୋକ୍ଷରେ ଉଦ୍ଦିଷ୍ଟ ବୋଲି ବିଭିନ୍ନ ମହଲରେ ବିବେଚନା କରାଯାଉଛି। ଆଗକୁ ଦିଲ୍ଲୀ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ରହିଥିବାରୁ ଗଡ଼କରୀଙ୍କ ମନ୍ତବ୍ୟ ଗୁରୁତ୍ବ ବହନ କରୁଛି।
ପାଣାଜୀଠାରେ ଅନୁଷ୍ଠିତ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ ଗଡକରୀ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ସ୍ମରଣ କରିବା ସହିତ ତାଙ୍କ ମନ୍ତବ୍ୟକୁ ଉଲ୍ଲେଖ କରି କହିଛନ୍ତି ଯେ, ବିଜେପି ଏକ ଭିନ୍ନ ଚିନ୍ତାଧାରାର ଦଳ। ଆମେ ଅନ୍ୟ ଦଳଠାରୁ କେତେ ଭିନ୍ନ ତାହାକୁ ବୁଝିବା ସହିତ ସେହି ନୀତିରେ କାର୍ଯ୍ୟ କରିବାକୁ ପଡ଼ିବ। ବିଜେପିର ଭିନ୍ନ ଏବଂ ସ୍ବତନ୍ତ୍ର ଚିନ୍ତାଧାରାକୁ ନେଇ ଦେଶବାସୀଙ୍କ ରହିଥିବା ବିଶ୍ବାସ ଆଜି ଦଳକୁ କ୍ଷମତାଶୀଳ କରିପାରିଛି। ସେଥିପାଇଁ ଆମେ ଲୋକଙ୍କ ବିଶ୍ବାସକୁ ନେଇ ବାରମ୍ବାର ବିଜୟୀ ହୋଇ ଆସୁଛୁ। କିନ୍ତୁ ବିଜେପି କଂଗ୍ରେସର ଭୁଲର ପୁନରାବୃତ୍ତି କରିବା ଉଚିତ୍ ନୁହେଁ।
ସାଧାରଣ ନିର୍ବାଚନ-୨୦୨୪ ଶେଷ ହେବା ପରେ ୭ ରାଜ୍ୟର ୧୩ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି। ଏହି ୧୩ ଆସନ ମଧ୍ୟରୁ ବିରୋଧୀ ‘ଇଣ୍ଡିଆ’ ମେଣ୍ଟକୁ ୧୦ଟି ଆସନ ମିଳିଥିଲା ବେଳେ ବିଜେପି ମାତ୍ର ଦୁଇଟି ଆସନରେ ସୀମିତ ରହିଛି । ସାଧାରଣ ନିର୍ବାଚନ ପରେ ହୋଇଥିବା ଏହି ପ୍ରଥମ ଉପନିର୍ବାଚନ ଉଭୟ ବିଜେପି ନେତୃତ୍ତ୍ବାଧୀନ ଏନ୍‌ଡିଏ ଏବଂ କଂଗ୍ରେସ ନେତୃତ୍ତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟ ପାଇଁ ବହୁ ଗୁରୁତ୍ବ ବହନ କରୁଥିଲା। ଏବେ ଏହି ଉପନିର୍ବାଚନ ଫଳ ଜନମତ ସଂଗ୍ରହର ଏକ ସୂଚକ ଭାବେ ଉଭା ହୋଇଛି।
ଡିଜେଲ୍‌ ଗାଡ଼ି ଉପରେ ୧୦% GST ବୃଦ୍ଧି ପାଇଁ ନୀତିନ ଗଡକରୀଙ୍କ ପ୍ରସ୍ତାବ
ନୂଆଦିଲ୍ଲୀ: ବଢିପାରେ ଡିଜେଲ ଗାଡିଗୁଡିକର ଦାମ । ଡିଜେଲ ଗାଡିଗୁଡିକ ଉପରେ ଅଧିକ ୧୦ ପ୍ରତିଶତ ଜିଏସଟି ଲଗାଇବା ନେଇ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି । ଏନେଇ ସେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି । ବାୟୁ ପ୍ରଦୂଷଣକୁ କମ୍‌ କରିବା ଲକ୍ଷ୍ୟରେ ଦେଶରେ ଗଡ଼ୁଥିବା ଡିଜେଲ୍‌ ଗାଡ଼ିଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଗଡକରୀ ଦାବି କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ଯେ ଡିଜେଲ୍‌ ଗାଡ଼ି ଉପରେ ୧୦ ପ୍ରତିଶତ ଅତିରିକ୍ତ ଜିଏସ୍‌ଟି ଲଗାଯାଉ, ଯାହାଫଳରେ କମ୍ପାନୀଗୁଡ଼ିକ ଡିଜେଲ୍‌ ଗାଡ଼ି ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି କି, ପେଟ୍ରୋଲ ଗାଡି ତୁଳନାରେ ଡିଜେଲ ଗାଡି ବାୟୁକୁ ଅଧିକ ପ୍ରର୍ଦୁଷିତ କରୁଛି । ଲୋକଙ୍କୁ ପ୍ରର୍ଦୁଷଣରୁ ମୁକ୍ତି ଦେବାକୁ ସେ ଏଭଳି ପ୍ରସ୍ତାବ ଦେଇଛନ୍ତି । ଏନେଇ ସେ ଏକ ସ୍ୱତନ୍ତ୍ର ଡ୍ରାଫ୍ଟ ପେପର ପ୍ରସ୍ତୁତ କରିଥିବା କଥା ମଧ୍ୟ କହିଛନ୍ତି । ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନ୍ୟୁଫେକଚର୍ସର ୬୩ ତମ ସମ୍ମିଳନୀରେ ଯୋଗଦେଇ ଗଡକରି ଏପରି କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ହତ୍ୟା ଧମକ ଘଟଣା: ଜେଲ ଭିତରୁ ହତ୍ୟା ଧମକ ଦେଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର
ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତର ପରିଚୟ ପାଇଛି ପୁଲିସ। କର୍ଣ୍ଣାଟକର ବେଲାଗାଭିରେ କାରାଗାରରେ ଥିବା ଜଣେ ଗ୍ୟାଙ୍ଗଷ୍ଟର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ହତ୍ୟା ଅଭିଯୁକ୍ତ ଜୟେଶ କାନ୍ତା ଏବେ ବେଲାଗାଭି ଜେଲରେ ବନ୍ଦୀ ଅଛନ୍ତି। ସେ ଜେଲ ଭିତରେ ବେଆଇନ ଭାବେ ଫୋନ ବ୍ୟବହାର କରି ଗଡକରୀଙ୍କ କାର୍ଯ୍ଯାଳୟକୁ ଧମକ ଦେଇଥିଲେ ବୋଲି ନାଗପୁର ପୁଲିସ କମିଶନର ଅମିତେଶ କୁମାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନାଗପୁର ପୋଲିସର ଏକ ଟିମ୍ ତଦନ୍ତ ପାଇଁ ବେଲାଗାଭି ଯାଇ ତାଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରାଯାଉଛି।
ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ହତ୍ୟା ଧମକ ଦିଆଯାଇଥଲା ।  ତାଙ୍କର ନାଗପୁର ସ୍ଥିତ ଅଫିସକୁ ଗତକାଲି ସକାଳେ ତିନି ଥର କଲ୍‌ କରି ଟଙ୍କା ମଗାଯାଇଥିଲା। ସକାଳ ୧୧ଟା ୨୫, ୧୧ଟା ୩୨ ଏବଂ ୧୨ଟା ୩୨ ସମୟରେ ବିଏସ୍‌ଏନ୍‌ଏଲ୍‌ ନେଟୱର୍କରୁ କଲ୍‌ ଆସିଥିଲା। ଏହାକୁ ନେଇ ନାଗପୁର ଡିସିପି ରାହୁଲ ମଦାନେ କହିଥିଲେ ଯେ ସମସ୍ତ କଲ୍‌ର ତଥ୍ୟ ସଂଗ୍ରହ କରାଯାଉଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଯାଞ୍ଚ ଆରମ୍ଭ କରିଥିଲା। ଧମକ ପରେ ଗଡକରୀଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଗଡ଼କରୀଙ୍କ କାର୍ଯ୍ୟକ୍ରମ ହେବାକୁ ଥିବା ସ୍ଥାନଗୁଡ଼ିକରେ ଅଧିକ ସୁରକ୍ଷାବାହିନୀ ମୁତୟନ କରାଯାଇଛି।
କବାଡ଼ିଖାନାକୁ ଯିବ ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି: କେନ୍ଦ୍ର ପରିବହନ ମନ୍ତ୍ରୀ
ନାଗପୁର: ସମ୍ପ୍ରତି ଦେଶରେ ବଢ଼ିଚାଲିଥିବା ପ୍ରଦୂଷଣ ହ୍ରାସ ଘଟାଇବା ଲାଗି ଅନେକ ନିୟମ ପ୍ରସ୍ତୁତ ହୋଇସାରିଛି। ପୂର୍ବରୁ ଘରୋଇ ପେଟ୍ରୋଲ ଏବଂ ଡିଜେଲ ଗାଡି ୧୦ ବର୍ଷ ଏବଂ ୧୫ ବର୍ଷ ପରେ ଆଉ ସଡ଼କରେ ଚାଲିପାରିବ ନାହିଁ ବୋଲି ନିୟମ ଅଣାଯାଇଥିଲା। ଏବେ ସେହି ନିୟମ ସରକାରୀ ଗାଡି କ୍ଷେତ୍ରରେ ମଧ୍ୟ ଲାଗୁ କରାଯାଇଛି। କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏ ନେଇ ସ୍ପଷ୍ଟ କରି କହିଛନ୍ତି ଯେ ବର୍ତ୍ତମାନ ଦେଶରେ ୧୫ ବର୍ଷ ପୁରୁଣା ସରକାରୀ ଗାଡିଗୁଡିକୁ ସ୍କ୍ରାପ୍‌ ବା କବାଡିରେ ପରିଣତ କରାଯିବ। ଯାହା ଫଳରେ ଆଗାମୀ ଦିନରେ ସଡ଼କରେ ଆଉ ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡି ଦେଖିବାକୁ ମିଳିବନାହିଁ। ଏହି ନୂଆ ନିୟମ ସମ୍ପର୍କରେ ସବୁ ରାଜ୍ୟକୁ ଅବଗତ କରାଯାଇଥିବା ଶ୍ରୀ ଗଡକରୀ କହିଛନ୍ତି।
ଏଥିରେ ରାଜ୍ୟ ସରକାରଗୁଡିକ ୧୫ ବର୍ଷ ପୁରୁଣା ଟ୍ରକ୍, ବସ୍‌, କାର ଏବଂ ସେମାନଙ୍କ ଅଧୀନରେ ଆସୁଥିବା ବିଭାଗରେ ବ୍ୟବହୃତ ହେଉଥିବା କୌଣସି ପ୍ରକାରର ସରକାରୀ ଯାନକୁ ସ୍କ୍ରାପ୍ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଚଳିତବର୍ଷ ମେ’ ମାସରେ ହରିୟାଣାରେ ନୂତନ ପଞ୍ଜୀକୃତ ଯାନ ସ୍କ୍ରାପିଂ ସୁବିଧା (ଆର୍‌ଭିଏସ୍‌ଏଫ୍‌)ର ଉଦଘାଟନ ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି ଯେ ପ୍ରତ୍ୟେକ ଜିଲାରେ ଯାନବାହନ ଚଳାଚଳ ପାଇଁ ଦୁଇରୁ ତିନୋଟି ସ୍କ୍ରାପିଂ ସେଣ୍ଟର ଖୋଲାଯିବ। ଫଳରେ ଗାଡି ମାଲିକମାନଙ୍କୁ ପୁରୁଣା ଗାଡିଗୁଡ଼ିକୁ ସ୍କ୍ରାପ୍ କରିବାକୁ ଆଉ ବହୁ ଦୂର ଯିବାକୁ ପଡିବନାହିଁ। ଏହି ନୂତନ ସ୍କ୍ରାପ୍ ନୀତି ଅନୁଯାୟୀ, ସରକାର ଗାଡିଗୁଡିକୁ ସ୍କ୍ରାପ୍ କରୁଥିବା ମାଲିକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଏଥିପାଇଁ ସରକାର ନୂତନ ଗାଡି କ୍ରୟ ଉପରେ ପଞ୍ଜୀକରଣ ଶୁଳ୍କ ଛାଡ ମଧ୍ୟ କରିଦେଇଛନ୍ତି।
ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା ସ୍ଥିତି ଉଦବେଗ ଜନକ ଅବସ୍ଥାରେ ରହିଛି। ଏହି ଦୁର୍ଘଟଣାକୁ ହ୍ରାସ ଓ  ଜୀବନ ରକ୍ଷ କରିବା ପାଇଁ କେନ୍ଦ୍ର ପକ୍ଷରୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଇଥିଲା। ତେବେ ଏହା ପ୍ରସ୍ତାବକୁ ୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ। ବିଶ୍ୱ ଯୋଗାଣ ଶୃଙ୍ଖଳାରେ ସମସ୍ୟା ହେତୁ ଏୟାରବ୍ୟାଗ ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଛି।
ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଠ ସିଟ୍ ବିଶିଷ୍ଟ ଗାଡିରେ ୬ଟି ଏୟାରବ୍ୟାଗ ଲଗାଇବାକୁ ସରକାର ବାଧ୍ୟତାମୂଳକ କରିଥିଲେ। ଏହି ଆଦେଶ  ଅକ୍ଟୋବର ପହିଲା ୨୦୨୨ରୁ କାର୍ଯ୍ୟକାରୀ ହେବାର ଥିଲା। ହେଲେ ଆଜି ଗଡକରୀ ଟ୍ବିଟ କରି କହିଛନ୍ତି ଯେ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଅଟୋ ଇଣ୍ଡଷ୍ଟ୍ରିର ସମ୍ମୁଖୀନ ହେଉଥିବା ବ୍ୟାଘାତ ଏବଂ ମାକ୍ରୋ-ଇକୋନୋମିକ୍ ପରିସ୍ଥିତିରେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ୧ ଅକ୍ଟୋବର ୨୦୨୩କୁ ବୃଦ୍ଧି କରାଯାଇଛି।
ସୂଚନା ଥାଉକି, ୬ ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେବାବେଳେ ମନ୍ତ୍ରୀ କହିଥିଲେ ଯେ ମୋଟର ଯାନରେ ଅତି କମରେ ୬ ଟି ଏୟାରବ୍ୟାଗ ଯୋଗାଇବା ବାଧ୍ୟତାମୂଳକ। ଆମେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଚାହୁଁଛୁ । ଏଥିପାଇଁ ଯାନବାହନ ଇଣ୍ଡଷ୍ଟ୍ରି ସମେତ ସମସ୍ତ ଦଳର ସହଯୋଗ ଆବଶ୍ୟକତା ରହିଛି।
ଉଲ୍ଲେଖନୀୟ ଯେ, ଭାରତରେ ସଡ଼କ ଦୁର୍ଘଟଣା ହାର ବିଶ୍ୱରେ ସର୍ବାଧିକ। ଦୁନିଆର ଏକ ପ୍ରତିଶତ ଯାନ ଅଛି।  ହେଲେ ୧୧ ପ୍ରତିଶତ ସଡକ ମୃତ୍ୟୁ ଘଟିଛି। ଭାରତୀୟ ରାସ୍ତାରେ ପ୍ରତି ୧  ମିନିଟରେ ଏକ ଦୁର୍ଘଟଣା ଘଟେ।  ପ୍ରତି ଘଣ୍ଟାରେ ୧୭ ଜଣ ମୃତ୍ୟୁ ଘଟେ। ୧୦ ଟି ଦୁର୍ଘଟଣା ମଧ୍ୟରୁ ୬ଟି ବାଣିଜ୍ୟିକ ସହିତ ଜଡିତ, ଯାହା ଡ୍ରାଇଭର ଦ୍ୱାରା ଠିକ୍ ସମୟରେ ପଦକ୍ଷେପ ଗ୍ରହଣ କରାଯାଇପାରିବ।
ନୂଆଦିଲ୍ଲୀ: କୁଅକୁ ଡେଇଁ ପଡିବି, କିନ୍ତୁ କଂଗ୍ରେସ ଦଳରେ ଯୋଗ ଦେବିନି। ଏକଥା କହିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକରୀ। କଂଗ୍ରେସରେ ଯୋଗ ଦେବା ଅପେକ୍ଷା କୁଅକୁ ଡେଇଁବା ଶ୍ରେୟସ୍କର ହେବ ବୋଲି ସେ କହିଛନ୍ତି। କାରଣ କଂଗ୍ରେସର ବିଚାରଧାରା ସହିତ ମୋର ସାମଞ୍ଜସ୍ୟ ଆଦୌ ନାହିଁ। ନାଗପୁରରେ ଆୟୋଜିତ ବ୍ୟବସାୟୀଙ୍କ ଏକ ସମ୍ମିଳନୀରେ ଯୋଗ ଦେଇ ସେ ଏହି କଥା କହିଛନ୍ତି।
ପିଲା ବେଳର ବନ୍ଧୁ ତଥା କଂଗ୍ରେସ ନେତା ଶ୍ରୀକାନ୍ତ ଜିଚ୍‍କର ବିଜେପି ଛାଡି କଂଗ୍ରେସରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ। ଯେତେବେଳେ ଛାତ୍ର ନେତା ଥିଲି ଓ ସେତେବେଳେ ବିଜେପି ନିର୍ବାଚନ ହାରୁଥିଲା। ସେତେବେଳେ ଜିଚ୍‍କର ଏହି ପରାମର୍ଶ ମୋତେ ଦେଇଥିଲେ ବୋଲି କହିଛନ୍ତି। ସଫଳତା ଯେତେବେଳେ ମିଳିଥାଏ ନିଜକୁ ଖୁସି ଲାଗିଥାଏ। କିନ୍ତୁ ଯେତେବେଳେ ସଫଳତାର ଖୁସି ନିଜ ସହିତ କାମ କରୁଥିବା ଲୋକଙ୍କୁ ମିଳେ ତେବେ ଏହା ଆହୁରି ଭଲ ଲାଗିଥାଏ।
ବ୍ୟବସାୟ ହେଉ କି ରାଜନୀତି ମାନବିକ ସମ୍ପର୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସ୍ଥିତି ଯାହାବି ହେଉ ନା କାହିଁକି କାହାକୁ ବ୍ୟବହାର କରି ଫୋପାଡି ଦେବା ଉଚିତ ନୁହଁ ବୋଲି ସେ କହିଛନ୍ତି। ଗୋଟିଏ ମାସ ତଳେ ରାଜନୀତି ଛାଡିଦେବି ବୋଲି ସେ କହିଥିଲେ। ସମାଜରେ ଆହୁରି ବହୁତ କାମ ଅଛି ଯାହା ରାଜନୀତି ବିନା ମଧ୍ୟ କରିହେବ। ମହାତ୍ମା ଗାନ୍ଧୀଙ୍କ ସମୟ ଓ ଏବେକାର ରାଜନୀତି ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ସେତେବେଳେ ଦେଶ, ସମାଜର ବିକାଶ ପାଇଁ ରାଜନୀତି ହେଉଥିଲା। କିନ୍ତୁ ଏବେ କେବଳ ଶାସନକୁ ଅକ୍ତିଆର କରିବା ପାଇଁ ରାଜନୀତି ହେଉଛି ବୋଲି ସେ କହିଛନ୍ତି। ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ଗଡକରୀଙ୍କ ସମେତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ହଟାଇ ଦିଆଯାଇଥିଲା।
ବେଆଇନ ପାର୍କିଂ ଗାଡ଼ିର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର: ଗଡ଼କରୀ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଗାଡ଼ିସଂଖ୍ୟା ବୃଦ୍ଧି ପାଇଚାଲିଛି। ଏହା ସହିତ ଗାଡ଼ି ପାର୍କିଂ ବହୁତ ବଡ଼ ସମସ୍ୟା ହୋଇଛି। ଲୋକେ ରାସ୍ତା କଡ଼ରେ ବେଆଇନ ପାର୍କିଂ କରୁଛନ୍ତି। ଏଥିଯୋଗୁଁ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି। ଏ ନେଇ ଖୁବ୍‌ଶୀଘ୍ର ନୂଆ ଆଇନ ଅଣାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ଘୋଷଣା କରିଛନ୍ତି। ଏହି ଆଇନରେ ବେଆଇନ ପାର୍କିଂ ହୋଇଥିବା ଗାଡ଼ିର ଫଟୋ ଉଠାଇଥିବା ଲୋକଙ୍କୁ ୫୦୦ ଟଙ୍କା ପୁରସ୍କାର ଦେବାର ବ୍ୟବସ୍ଥା ରହିବ। ଜରିମାନା ରାଶି ହଜାରେ ଟଙ୍କା ହେଲେ ଫଟୋ ପଠାଇଥିବା ଲୋକଙ୍କୁ ୫୦୦ ଟଙ୍କା ଦିଆଯିବ। ଗୁରୁବାର ଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଗଡକରୀ କହିଛନ୍ତି ଯେ ବେଆଇନ ପାର୍କିଂ ଯୋଗୁଁ ରାସ୍ତା ଜାମ ହେଉଛି। ଏହାକୁ ରୋକିବା ପାଇଁ ଆଇନ ଆଣିବାକୁ ବିଚାର କରାଯାଉଛି।
ୟୁଟ୍ୟୁବ ରେ ଭିଡିଓ ଛାଡି ୪ ଲକ୍ଷ ଟଙ୍କା କମାଉଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପଦକୁ ସୁଯୋଗରେ ପରିଣତ କରିବାକୁ ଆହ୍ବାନ ଦେଇ ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ ଏହାକୁ ସତ ପ୍ରମାଣିତ କରିଛନ୍ତି। ସେ କରୋନା ସମୟରେ ଆୟର ଏକ ନୂଆ ଉପାୟ ଖୋଜିଛନ୍ତି। ଇନ୍ଦୋରରେ ସଡ଼କ ନିର୍ମାଣ ପ୍ରକଳ୍ପର ଉଦଘାଟନ ଏବଂ ଓ ଭିଭିପ୍ରସ୍ତର ଅବସରରେ ସେ ଏହି ବିଷୟରେ କହିଛନ୍ତି । ଖେଳ ଖେଳରେ ଆରମ୍ଭ କରିଥିବା କାଲି ପର୍ଯ୍ୟନ୍ତ ଏହି କାର୍ଯ୍ୟ ତାଙ୍କୁ ପ୍ରତି ମାସରେ ୪ ଲକ୍ଷ ଟଙ୍କା ଦେଉଛି । ସେ କରୋନା ଲକଡାଉନ ସମୟର କଥା କହିଛନ୍ତି। କରୋନା ତାଙ୍କୁ ୨ଟି ଜିନିଷ ଦେଇଛି। ସେ ଘରେ ୟୁଟ୍ୟୁବ ଦେଖି ରୋଷେଇ କରିବା ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଭାଷଣ ଦେବା ଆରମ୍ଭ କରିଥିଲେ। ଅନ୍‌ଲାଇନରେ ସେ ନିଜର ଅଭିଭାଷଣ ରଖୁଥିଲେ । ଏହି ସମୟରେ ସେ ଆମେରିକା, ନ୍ୟୁଜିଲାଣ୍ଡ, ଜର୍ମାନୀ ଏବଂ ଅନେକ ୟୁନିଭର୍ସିଟିରେ ଭାଷଣ ଦେବାକୁ ସୁଯୋଗ ପାଇଥିଲେ। ଏହାକୁ ୟୁଟ୍ୟୁବରେ ଅପଲୋଡ କରାଯାଉଥିବାରୁ ଅନେକ ଦର୍ଶକ ଦେଖୁଥିଲେ। ସେଥିପାଇଁ ୟୁଟ୍ୟୁବ ତାଙ୍କୁ ମାସକୁ ୪ ଲକ୍ଷ ଟଙ୍କା ପ୍ରଦାନ କରୁଛି ।
ନୀତିନ ଗଡକରୀଙ୍କ ବଡ଼ ଘୋଷଣା, ଗୋଟିଏ ବର୍ଷ ମଧ୍ୟରେ ହାଇୱେରୁ ହଟିବ ଟୋଲ ଗେଟ
ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଲୋକସଭାରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ସମସ୍ତ ଟୋଲପ୍ଲାଜା ବନ୍ଦ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଆଗାମୀ ଦିନରେ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଲୋକମାନେ ସେତିକି ଟୋଲ ଦେୟ ଦେବେ ଯେତିକି ସେମାନେ ସଡକ ଉପରେ ଗମନା ଗମନ କରିବେ।
ସୂଚନାନୁସାରେବିଏସପି ସାଂସଦ କୁଅଁଲ ଦାନିସ ଅଲ୍ଲୀ ଗଡମୁକ୍ତେଶ୍ୱର ପାଖରେ ଥିବା ସଡକରେ ମ୍ୟୁନିସିପାଲିଟି ସୀମା ଭିତରେ ଟୋଲ୍ ପ୍ଲାଜା ଥିବା କଥା ସଂସଦରେ ଉଠାଇଥିଲେ । ମ୍ୟୁନିସିପାଲିଟି ସୀମାକ୍ଷେତ୍ରରେ କେମିତି ଟୋଲ୍ ପ୍ଲାଜା ବସିଲା ଓ କେମିତି ଲୋକଙ୍କଠାରୁ ଟୋଲ ଆଦାୟ କରାଯାଉଛି ବୋଲି ସାଂସଦ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ ଗଡକରୀ କହିଥିଲେ ଯେ ପୂର୍ବ ସରକାରରେ ସଡକ ପରିଯୋଜନାରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ଏହି ରାସ୍ତାରେ ଟୋଲ୍ ପ୍ଲାଜା ନିର୍ମାଣ କରିଥିଲେ । ଯାହା ନଗର ନିଗମ ସୀମାରେ ରହିଛି । ଏହା ନିଶ୍ଚିତ ଭାବେ ଠିକ୍ ନୁହେଁ । ଏବେ ଯଦି ଟୋଲ୍ ପ୍ଲାଜାକୁ ଉଚ୍ଛେଦ କରାଯିବ ତେବେ ସଡକ ତିଆରି କରିଥିବା କମ୍ପାନୀ କ୍ଷତିପୂରଣ ମାଗାଯିବ ।
ଏଥି ସହିତ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଥିଲେ ଯେ ସରକାର ଆଗାମୀ ଏକ ବର୍ଷ ମଧ୍ୟରେ ଦେଶରୁ ସମସ୍ତ ଟୋଲ୍ ପ୍ଲାଜା ହଟାଇ ଦିଆଯିବା ଉପରେ ଫୋକସ୍ କରୁଛନ୍ତି । କେବଳ ସେତିକି ନୁହେଁ ସେ କହିଥିଲେ କି ଯେତେବେଳେ ଆପଣ ଜାତୀୟ ରାଜପଥ ଉପରେ ଚଢିବେ ଟେକ୍ନୋଲୋଜି ସହାୟତାରେ ଆପଣଙ୍କ ଫଟୋ ଉଠିଯିବ ଓ ଆପଣ ଯେତେବେଳେ ଜାତୀୟ ରାଜପଥରୁ ଉହ୍ଳାଇବେ ସେତେବେଳେ ବି ଆପଣଙ୍କ ଫଟୋ ଉଠିଯିବ । ତେଣୁ ଆପଣ ଜାତୀୟ ରାଜପଥର ଯେତିକି ରାସ୍ତା ଅତିକ୍ରମ କରିବେ ଆପଣଙ୍କୁ ସେତିକି ଦେୟ ଦେବାକୁ ହେବ ।