Bali Jatra - The Sakala

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା
କଟକ: ଐତିହାସିକ କଟକ ବାଲିଯାତ୍ରା ସେମାବାରଠାରୁ ଆରମ୍ଭ ହେବ। ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ୮ଦିନ ବ୍ୟାପୀ ରାଜ୍ୟର ଏହି ସର୍ବବୃହତ ମୁକ୍ତାକାଶ ବ୍ୟବସାୟିକ ମେଳା ଚାଲିବ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌‌ଘାଟନ କରିବେ। ଚଳିତବର୍ଷ ୧୨ଶହରୁ ଊର୍ଦ୍ଧ୍ବ ଷ୍ଟଲ ଖୋଲାଯାଇଛି। ଏହା ବ୍ୟତୀତ ଓରମାସ ପକ୍ଷରୁ ୪୨୦ରୁ ଅଧିକ ଷ୍ଟଲ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍‌‌ଏଚ୍‌‌ଜି) ଏବଂ ମିଶନ ଶକ୍ତି ସଦସ୍ୟମାନଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ କଳାକାର ସଚିନ-ଜିଗର ଓ ଅନୁ ମଲିକ ସଙ୍ଗୀତ ପରିବେଷଣ କରିବେ। ଚଳିତବର୍ଷ କଟକ ଇନ କଟକ ପାଭେଲିୟନ ପରିସରରରେ ଗ୍ରାମୀଣ କଟକର ଝଲକ ଦେଖିବାକୁ ମିଳିବ। ଏଥିସହ ଜଳକ୍ରୀଡ଼ା, ଲେଜର ଶୋ’ର ଆୟୋଜନ କରାଯାଇଛି। କେରଳରୁ ଆସିଥିବା ଟନେଲ ଆକ୍ୱାରିଅମରେ ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟରେ ବୁଲିବା ଭଳି ମଜା ନେଇପାରିବେ।

ଆସନ୍ତା ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା, ଏଥର ୮ ଦିନ ଧରି ଚାଲିବ ବାଲିଯାତ୍ରା
କଟକ : ଆସନ୍ତା ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ। ବାଲିଯାତ୍ରା ନେଇ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ  ନଭେମ୍ବର ୨୭ ତାରିଖ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ ଐତିହାସିକ ବାଲିଯାତ୍ରା।

ବିଗତ ବର୍ଷ ତୁଳନାରେ ଚଳିତ ବର୍ଷର ବାଲିଯାତ୍ରାକୁ ଅଧ‌ିକ ଚିତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବା ସହ ଉତ୍ତମ ସମନ୍ଵୟ ରକ୍ଷା କରିବା ଉପରେ ଗୁରୁତ୍ବାରୋପ ପୂର୍ବକ ଚଳିତ ବାଲିଯାତ୍ରାର ପ୍ରଥମ ଆଭାସୀ ପ୍ରସ୍ତୁତି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ଏସହ ସମ୍ପୃକ୍ତ ସମସ୍ତ କାର୍ଯ୍ୟ ସମ୍ପୃକ୍ତ ବିଭାଗ ଓ ବିଭାଗୀୟ କାର୍ୟ୍ୟାଳୟ, ରାଜ୍ୟ ସରକାରଙ୍କ ସାଧାରଣ ଆର୍ଥିକ ନିୟମାବଳୀ ଅନୁପାଳନ ପୂର୍ବକ ସମ୍ପାଦନ କରିବା ସହ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେମାନଙ୍କୁ ନ୍ୟସ୍ତ କରାଯାଇଥିବା ଦାୟିତ୍ବ ସୂଚାରୁରୂପେ ପରିଚାଳନା କଲେ ତାହା ବାଲିଯାତ୍ରାକୁ ଏକ ଉତ୍‌କୃଷ୍ଟ ସଫଳ ଆୟୋଜନର ପରିଚୟ ଦେବ ।

କଟକ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂହ ବୈଠକରେ ଯୋଗଦେଇ ଏଭଳି ବୈଠକର ଯଥେଷ୍ଟ ଆବଶ୍ୟକତା ଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ପ୍ରଦାନ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଦ୍ବାରା ଅନୁରୋଧ କରିଥିଲେ । ବିଗତ ବାଲିଯାତ୍ରା ସମୟରେ ଇଣ୍ଡୋନେସିଆର ବାଲିଦ୍ୱୀପରେ ଉପସ୍ଥିତଥିବା ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରାର ଅବତାରଣା କରି ଭୂୟସୀ ପ୍ରଶଂସା କରିଥିଲେ । କଟକ ମହାନଗର ନିଗମ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ‘କାଗଜ ଡଙ୍ଗା ତିଆରି କାର୍ୟ୍ୟକ୍ରମ’ ଗିନିଜ୍ ବୁକ୍ ଅଫ ୱାଲ୍ଡ ରେକର୍ଡରେ ସ୍ଥାନୀତ ହୋଇଥିବା ଏବଂ କଟକ ମହାନଗର ନିଗମର ଆୟୁକ୍ତ  ନିଖିଲ ପୱନ କଲ୍ୟାଣ ବାଲିଯାତ୍ରା ସମ୍ବନ୍ଧିତ ସମସ୍ତ କାର୍ଯ୍ୟକୁ ସୁଚାରୂରୂପେ ପରିଚାଳନା କରିବା, ଏକ ଆନନ୍ଦର ବିଷୟ । ଚଳିତ ବାଲିଯାତ୍ରାକୁ ଅଧିକରୁ ଅଧ‌ିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡଃ. ଭବାନୀ ଶଙ୍କର ଚୟନୀଙ୍କ ଦ୍ବାରା ଆହୂତ ଏହି ବୈଠକରେ ଅଧ୍ୟକ୍ଷ କଟକ ଉନ୍ନୟନ କର୍ତ୍ତୃପକ୍ଷ  ଅନୀଲ କୁମାର ସାମଲ ବିଗତ ବର୍ଷର ଅନୁଭବକୁ ପାଥେୟ କରି ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ସରସ ସୁନ୍ଦର ଭାବରେ ସଂଗଠିତ କରିବା ନିମନ୍ତେ ସମ୍ପୃକ୍ତ ସମସ୍ତ ବିଭାଗ ତତ୍ପରତାର ସହିତ କାର୍ଯ୍ୟ ସମ୍ପାଦନ କରିବେ ବୋଲି ଦୃଢ ଆଶା ପୋଷଣ କରିଥିଲେ । ନିରବଚ୍ଛିନ୍ନ, ସୁରକ୍ଷିତ ଓ ଦେୟମୁକ୍ତ ବିଦ୍ୟୁତ ଯୋଗାଣ ଦିଗରେ ଟିପିସିଓଡିଏଲ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

ବୈଠକରେ କେନ୍ଦ୍ରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଯୋଗଦେଇ ବିଗତ ବର୍ଷ ଭଳି ଚଳିତ ବର୍ଷ ସମ୍ପୃକ୍ତ ସମସ୍ତେ ନିଜ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ କରିବା ସହ ବାଲିଯାତ୍ରାକୁ ନୂତନ ଢଙ୍ଗରେ, ଶୃଙ୍ଖଳିତ ଭାବରେ ସଂଗଠିତ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ବାଲିଯାତ୍ରାର ଐତିହ୍ୟକୁ ଉଦଭାସିତ କରିବେ ବୋଲି ଆଶା ପ୍ରକାଶ କରିଥିଲେ । ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡଃ ଭବାନୀ ଶଙ୍କର ଚୟନୀ ରାସ୍ତାଘାଟ ମରାମତି, ବାଲିଯାତ୍ରା ପଡ଼ିଆର ଭିତିଭୂମି, ୱାଟକୋ ଦ୍ଵାରା ପାନୀୟଜଳ ଯୋଗାଣ, ଟିପିସିଓଡିଏଲ ଦ୍ଵାରା ଆଲୋକିକରଣ, ଓରମାସ ଆନୁକୂଲ୍ୟରେ ପଲ୍ଲିଶ୍ରୀ ମେଳା ଆୟୋଜନ ଓ ଷ୍ଟଲ ସଂଖ୍ୟା ୪୦୦କୁ ବୃଦ୍ଧି କରିବା, ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲିଯାତ୍ରକୁ ପର୍ଯ୍ୟଟନ ପଞ୍ଜିକାରେ ସ୍ଥାନୀତ କରିବା ଓ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ବିଜ୍ଞାପନ ମାଧ୍ୟମରେ ଏହାର ବ୍ୟାପକ ପ୍ରଚାର ପ୍ରସାର ଏବଂ ଏହି ଉତ୍ସବକୁ ଜାତୀୟସ୍ତରୀୟ ମାନ୍ୟତା ପ୍ରଦାନ ନିମନ୍ତେ ହେଉଥ‌ିବା ଉଦ୍ୟମକୁ ଦୃଷ୍ଟିରେ ରଖ୍ ଲୋକସଂପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଗଣମାଧ୍ୟମ ପ୍ରତିନିଧୁମାନଙ୍କୁ ନେଇ ଏକ ସଞ୍ଚାଳିତ ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ତେବେ ବିଶାଳ ଆୟୋଜନକୁ ଦୃଷ୍ଟିରେ ରଖୁ ଆର୍ଥିକ ଅନୁଦାନକୁ ଏଥି ନିମନ୍ତେ ବୃଦ୍ଧି କରିବା ଲାଗି ସେ ଅନୁରୋଧ କରିଥିଲେ । ସଂଗଠିତ କ୍ଷେତ୍ରରୁ ଅଧିକ ଯୋଗଦାନକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ଡଃ ଚୟନୀ ପ୍ରକାଶ କରିଥିଲେ ।

ଡିସିପି ପିନାକ ମିଶ୍ର ବୈଠକରେ ଯୋଗଦେଇ କହିଲେ ଯେ, ଲକ୍ଷ ଲକ୍ଷ ଦର୍ଶକ ଏହି ବାଲିଯାତ୍ରାକୁ ଆଗମନ କରୁଥିବା ହେତୁ ଏହାକୁ ଦୃଷ୍ଟିରେ ରଖ୍ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବା ସହ ଘଟଣାମୁକ୍ତ ବାଲିଯାତ୍ରା ସଂଗଠିତ କରାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ । ଗାଡିରହଣୀସ୍ଥଳ ଚିହ୍ନଟ, ଯାନବାହାନ ନିୟନ୍ତ୍ରଣ ଓ ୱାଚ ଟାୱାର ନିର୍ମାଣକୁ ପ୍ରାଧାନ୍ୟ ଦିଆଯିବା ସହ ଆବଶ୍ୟକସ୍ଥଳେ ଅତିରିକ୍ତ ଫୋର୍ସ ନିୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି ଓ ବିଗତ ବର୍ଷର ଅଭିଜ୍ଞତା ଏ ଦିଗରେ ସହାୟକ ହେବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଏବଂ ରାଜସ୍ଵ ଉମାକାନ୍ତ ରାଜ୍, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କଟକ  ସୁବାସ ଚନ୍ଦ୍ର ରାୟ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ  ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା, ତହସିଲଦାର ବାରଙ୍ଗ  ସଙ୍କଳ୍ପ ସ୍ବସ୍ତିକ ସାହୁ, ତହସିଲଦାର କଟକ ସଦର ସୁଜୟ କୁମାର ପତି ଓ ଜିଲ୍ଲା ସଂସ୍କୃତି ଅଧ୍ବକାରୀ  ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଆଜିଠୁ ଐତିହାସିକ ‘କଟକ ବାଲିଯାତ୍ରା’; ଉତ୍କଳୀୟ ପରମ୍ପରାର ମୂକସାକ୍ଷୀ, ସାଧବପୁଅଙ୍କ ବୋଇତ ଯାତ୍ରାର ନିରବ ନିଦର୍ଶନ
କଟକ: ଆଜିଠୁ ଐତିହାସିକ କଟକ ବାଲିଯାତ୍ରା। ମହାନଦୀ କୂଳର ଏକ ବିଶାଳ ମହୋତ୍ସବ। ଉତ୍କଳୀୟ ପରମ୍ପରାର ମୂକସାକ୍ଷୀ। ସାଧବପୁଅଙ୍କ ବୋଇତ ଯାତ୍ରାର ନିରବ ନିଦର୍ଶନ। ଆବାହମାନ କାଳରୁ ଅୟୋଜିତ ହୋଇ ଆସୁଛି ବାଲିଯାତ୍ରା। ବାଲିରେ ଯାତ୍ରା ଆରମ୍ଭ ହୋଇଥିବାରୁ ଏହାର ନାଁ ବୋଧେ ବାଲିଯାତ୍ରା। ପୁଣି କୁହାଯାଏ ଯେ ବାଲି ଦ୍ୱୀପକୁ ଏଠାରୁ ସାଧବପୁଅମାନେ ଯାତ୍ରା କରୁଥିବାରୁ ଏହା ବାଲିଯାତ୍ରା ନାମରେ ଖ୍ୟାତ। ହଜାରବର୍ଷର ସହର କଟକରେ କେବେ ଠାରୁ ଏହା ଆୟୋଜନ ହେଉଛି ତାହାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ। କିଲ୍ଲା ପଡ଼ିଆରୁ ଆରମ୍ଭ ହୋଇଥିବା ଯାତ୍ରା ଏବେ ବିଶାଳ ରୂପ ନେଇ ସାରିଛି। ଦୁଇଟି ପଡ଼ିଆରେ ମେଳା ଆୟୋଜିତ ହୋଇଛି। କରୋନା ମହାମାରୀ ଯୋଗୁଁ ବିଗତ ଦୁଇବର୍ଷ ବାଲିଯାତ୍ରା ଆୟୋଜନ ହୋଇ ପାରି ନଥିଲା। ଏଥରକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ୯ଦିନ ଧରି ହେବାକୁ ଥିବା ଏହି ଯାତ୍ରା ଚଳିତଥର ବେଶ୍‌ ଆକର୍ଷଣୀୟ ହେବ।

ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇ ସାରିଛି । ମେଳା ପଡ଼ିଆ ଷ୍ଟଲ ମେଳରେ ପରିପୂର୍ଣ୍ଣ ଦେଖାଗଲାଣି । ବ୍ୟବସାୟୀମାନେ ପସରା ମେଲି ସାରିଲେଣି। କେବଳ ଲୋକଙ୍କୁ ଅପେକ୍ଷା। ପ୍ରଥମ ଦିନରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଚନ୍ଦ୍ରଗ୍ରହଣ ହେତୁ ପାକତ୍ୟାଗ ହେବ। ସନ୍ଧ୍ୟା ୬.୧୮ ପରେ ଦେବନୀତି ଆରମ୍ଭ ହେବା ସହ ରୋଷେଇ କରିହେବ । ତଥାପି ସଞ୍ଜ ବୁଡ଼ିବା ଆଗରୁ ମେଳା ପଡ଼ିଆକୁ ଲୋକେ ଛୁଟିବେ ବୋଲି ଆଶା କରାଯାଉଛି।

ଧୂଳି ଉଡ଼ିବନି ବୋଲି..

ବାଲିଯାତ୍ରାରେ ପ୍ରବଳ ଧୂଳି ଉଡେ। ମୁହଁରେ ରୁମାଲ କିମ୍ବା କପଡ଼ା ନବାନ୍ଧିଲେ ମେଳା ପଡ଼ିଆରେ ପାଦ ପକାଇ ହୁଏନି। ଧୂଳି ନଉଡିବା ପାଇଁ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତ୍ୟେକ ଦିନ ପଡ଼ିଆରେ ସିଞ୍ଚନ କରାଯିବ ୪୪ହଜାର ଲିଟର ପାଣି। ୧୧ଟି ଟ୍ୟାଙ୍କର ବ୍ୟବହାର କରାଯିବ। ଏତଦବ୍ୟତୀତ କିଛି ସ୍ଥାନ ଉପରେ ସିଏମସି ଅଧିକ ଗୁରୁତ୍ୱ ଦେଇଛି। ଯେଉଁଠାରେ ପାଣି ସିଞ୍ଚନ ଦ୍ୱାରା ଧୂଳି ଉଡିବାକୁ ରୋକିହେବ ନାହିଁ । ଏଭଳି ୧୦ ଏକର ଯାଗାରେ ସ୍ୱତନ୍ତ୍ର ଧରଣର କେମିକାଲ ସିଞ୍ଚନ ହେବ ବୋଲି ସିଏମସି ପକ୍ଷରୁ କୁହାଯାଇଛି।

ଘୋଡା ସବାରୀର ଦର ବଢ଼ିଛି

ବାଲିଯାତ୍ରାକୁ ଘୋଡା ଏବଂ ଓଟ ଧରି ଆସିଛନ୍ତି ବେପାରୀ। ହେଲେ ମହଙ୍ଗା ଯୁଗ ହେତୁ ଘୋଡା ସବାରୀର ଦର ମଧ୍ୟ ବଢ଼ି ଯାଇଛି । ପୁରୀରୁ ପ୍ରାୟ ୧୫ ଜଣିଆ ଦଳ ବାଲିଯାତ୍ରା ପଡିଆକୁ ଆସିଛନ୍ତି୤ ସେମାନେ ସାଙ୍ଗରେ ଆଣିଛନ୍ତି ୯ଟି ଘୋଡା ଆଉ ୭ଟି ଓଟ। ତେବେ ଗତ ବର୍ଷ ଠାରୁ ଚଳିତ ବର୍ଷ ଏହାର ଦର ବୃଦ୍ଧି ପାଇଛି। ୨ଶହ ମିଟର ଓଟ କିମ୍ବା ଘୋଡା ଉପରେ ସବାରୀ ପାଇଁ ୫୦ ଏବଂ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ବଡଙ୍କ ପାଇଁ ୧୦୦ ଟଙ୍କା ରହିଥିବା ବେଳେ ଛୋଟ ପିଲାଙ୍କ ପାଇଁ ୫୦ ଟଙ୍କା ମୂଲ୍ୟ ଧାର୍ଯ୍ୟ ହୋଇଛି।

ମୋବାଇଲ୍‌ ଆପ୍‌ ରେ ମେଳା ପଡ଼ିଆର ନକ୍ସା

ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ପ୍ରଶାସନ ଦ୍ୱାରା ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ ଆପ୍‌ର ବ୍ୟବସ୍ଥା କରାଯାଇଛି। ଏହି ଆପ ଜରିଆରେ ଜନସାଧାରଣମାନେ ସମସ୍ତ ପ୍ରକାର ସୁବିଧା ପାଇବା ସହ ଏହାର ଉପଯୁକ୍ତ ବ୍ୟବହାର ମଧ୍ୟ ପାଇପାରିବେ। ବିଶେଷ କରି ବ୍ୟବସାୟ ସଂସ୍ଥାଗୁଡିକର ଲୋକେସନ ଚିହ୍ନଟ ପାଇଁ ସେମାନଙ୍କୁ ଜିପିଆରଏସରେ ଅନ୍ତର୍ଭୁକ୍ତ କରାଯିବ। ଯାହାଫଳରେ ବାଲିଯାତ୍ରାକୁ ଆସୁଥିବା ଲୋକମାନେ ସେମାନଙ୍କର ଆବଶ୍ୟକ ସଂସ୍ଥାଗୁଡିକୁ ସହଜରେ ଠାବ କରି ପାରିବେ। ଏହି ବ୍ୟବସ୍ଥା ଜରିଆରେ ବ୍ୟବାସାୟୀ ବିକ୍ରି ପାଇଁ ରଖିଥିବା ସାମଗ୍ରୀଗୁଡିକୁ ତାଲିକାଭୁକ୍ତ କରିପାରିବେ। କମିଶନରେଟ ପୋଲିସ ସହାୟତାରେ ଜନସାଧାରଣ ନିୟମିତ ଭାବେ ପାର୍କିଂ ବ୍ୟବସ୍ଥା ଓ ଟ୍ରାଫିକ ପରିଚାଳନା ସମ୍ପର୍କରେ ସୂଚନା ପାଇପାରିବେ।

ବାଲିଯାତ୍ରାର ମୁଖ୍ୟସ୍ଥାନ ଯଥା ସରକାରୀ ବିକ୍ରି କେନ୍ଦ୍ର, ପାର୍କିଂସ୍ଥଳ, ଶୌଚାଳୟ, ସୂଚନାକେନ୍ଦ୍ର ଓ ସବୁଜ ଅଞ୍ଚଳ ପ୍ରଭୃତି ସ୍ୱତନ୍ତ୍ର ସ୍ଥାନଭାବେ ଚିହ୍ନଟ କରାଯାଇଛି। ଗୁଗୁଲ ମ୍ୟାପ ଜରିଆରେ ସେସବୁ ସହଜରେ ଖୋଜି ପାଇବା ପାଇଁସୁବିଧା ଉପଲବ୍ଧ କରାଯାଇଛି। ବାଲିଯାତ୍ରାରେ ହେଉଥିବା ବିଭିନ୍ନ ସାଂସ୍କୃତିକ ଓ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଏହି ଆପରେ ସୂଚନା ଦିଆଯିବ। ସେଥିରେ କୌଣସି ପରିବର୍ତ୍ତନ ହେଲେ ତାହା ମଧ୍ୟ ପ୍ରତିଫଳିତ ହେବ। ହେଲ୍ପ ଡେସ୍କର ନମ୍ବର ସମ୍ପର୍କରେ ଗୁରତ୍ୱପୂର୍ଣ୍ଣ ସୂଚନା ଏହି ଆପରେ ରହିବା ସହ କ୍ଲିକ କଲ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ବ୍ୟବସାୟୀ ସେମାନଙ୍କ ବିକ୍ରି ସାମଗ୍ରୀ ସହ ବିଭିନ୍ନ ବ୍ରାଣ୍ଡର ଜିନିଷ ସମ୍ପର୍କରେ ଏହି ଆପରେ ବିଜ୍ଞାପନ ଦେଇପାରିବେ ବୋଲି ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ସୂଚନା ଦେଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଏହି ମୋବାଇଲ ଆପ୍‌ ମେଳା ପଡ଼ିଆର ଏକ ନକ୍ସା ଭାବେ ବ୍ୟବହାର କରିହେବ।

କଟକ-ଇନ୍‌-କଟକରେ ୪୦ଟି ସେଲଫି ଜୋନ୍‌

ରଙ୍ଗବେରଙ୍ଗ ଆଲୋକ ସହ ବିଭିନ୍ନ କଳାକୃତିରେ ସଜେଇ ହୋଇଛି ବାଲିଯାତ୍ରା ପଡିଆ। କଟକର ବିଭିନ୍ନ ଐତିହ୍ୟ ଲୋକଙ୍କ ମନ ମୋହୁଛି। ଅନୁଷ୍ଠାନିକ ଭାବରେ ବାଲିଯାତ୍ରା ମଙ୍ଗଳବାର ଉଦଘାଟନ ହେବାକୁଥିବା ବେଳେ ସୋମବାର ସନ୍ଧ୍ୟାରେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି। ତଳପଡ଼ିଆରେ ରହିଛି କଟକ-ଇନ-କଟକ ପ୍ୟାଭିଲିୟନ ସିଏମସି ପକ୍ଷରୁ କରାଯାଇଛି। ଏହା ଭିତରେ କଟକ ଜିଲ୍ଲାର ବିଭିନ୍ନ ଐତିହ୍ୟ ସ୍ଥାନ ପାଇଛି। ଏହାଛଡ଼ା ୪୦ଟି ସ୍ୱତନ୍ତ୍ର ସେଲଫି ଜୋନ୍‌ କରାଯାଇଛି। ଯାହା ଅତ୍ୟନ୍ତ ଆକର୍ଷଣୀୟ ହୋଇଛି।