Sunabesa - The Sakala

ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ: ସକାଳ ୮ରୁ ସାଢେ଼ ୯ ମଧ୍ୟରେ ମହାପ୍ରଭୁଙ୍କ ସୁନାବେଶ
ପୁରୀ: ଆସନ୍ତା ୧୪ ତାରିଖରେ ଦୋଳ ପୂର୍ଣ୍ଣିମା। ଏହି ଦିନ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ। ଏଥିପାଇଁ ସକାଳ ୮ଟାରୁ ସାଢ଼େ ୯ଟା ମଧ୍ୟରେ ଦାରୁବିଗ୍ରହ ଏହି ଦୁର୍ଲଭ ବେଶରେ ସଜେଇ ହେବେ। ତେଣୁ ଦୋଳପୂର୍ଣ୍ଣିମା ଏବଂ ଏହା ପୂର୍ବଦିନ ହେବାକୁ ଥିବା ମେଣ୍ଢାପୋଡ଼ି ନୀତି କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ, ସେଥିଲାଗି ଗୁରୁବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ମାର୍ଚ୍ଚ ୧୩ ତାରିଖରେ ମେଣ୍ଢାପୋଡ଼ି ନୀତିକୁ ସଅଳ ସାରି ରାତି ୧୨ଟାରେ ରାତ୍ର ପହୁଡ଼ କରାଯିବ। ରାତ୍ର ୩ଟାରେ ଦ୍ୱାର ଫିଟାଯାଇ ଅନ୍ୟାନ୍ୟ ନୀତି ଚାଲିବ। ୧୪ ତାରିଖ ପୂର୍ବାହ୍ନ ୧୦ଟାରେ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ବିମାନକୁ ବିଜେ କରିବେ। ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ବେଢ଼ା ପରିକ୍ରମା କରିସାରିବା ପରେ ଦୋଳବେଦୀକୁ ବିଜେ କରିବେ। ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ସରିବା ପରେ ଅପରାହ୍ଣ ସାଢ଼େ ୧ଟା ସୁଦ୍ଧା ଭୋଗମଣ୍ଡପ ଶେଷ ହେବ। ରାତ୍ର ୯ଟାରେ ଦୋଳବେଦୀ ନୀତି ସାରି ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ। ଅନ୍ୟାନ୍ୟ ନୀତି ବଢ଼ି ରାତି ୧୦ଟା ୩୫ରୁ ୧୨ଟା ମଧ୍ୟରେ ଦାରୁବିଗ୍ରହଙ୍କ ସୁନାବେଶ ମଇଲମ ବା ଓଲାଗି କରାଯିବ। ଏହାପରେ ଅନ୍ୟ ନୀତି ସମ୍ପନ୍ନ ହୋଇ ରାତ୍ର ୩ଟା ୪୫ରେ ରାତ୍ର ପହୁଡ଼ ହେବା ଲାଗି ନୀତି ନିର୍ଘଣ୍ଟ ହୋଇଛି।

ସେହିପରି ବୈଠକରେ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ନେଇ ଆଲୋଚନା କରାଯାଇଛି। ନିର୍ଘଣ୍ଟ ସମୟରେ ନୀତିକାନ୍ତି ଚାଲିଲେ, ଦର୍ଶନ ବ୍ୟବସ୍ଥା ବି ଶୃଙ୍ଖଳିତ ହେବ। ତେଣୁ ଏହା ଉପରେ ଗୁରୁତ୍ୱ ଦେବାକୁ ସବୁ ନିଯୋଗଙ୍କୁ ଅବଗତ କରାଯାଇଛି। ଦୈନନ୍ଦିନ ନୀତିକାନ୍ତି ହେଉ ବା ସ୍ୱତନ୍ତ୍ର ପର୍ବପର୍ବାଣି ପାଇଁ ଯେଉଁ ସମୟ ନିର୍ଘଣ୍ଟ କରାଯାଉଛି, ସେହି ସମୟରେ ନୀତି ସମ୍ପନ୍ନ କରିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି।

ବୈଠକରେ ଏସ୍‌ପି ବିନିତ ଅଗ୍ରୱାଲ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଛତିଶା ନିଯୋଗର କର୍ମକର୍ତ୍ତା ଓ ବରିଷ୍ଠ ସେବାୟତ ପ୍ରମୁଖ ଯୋଗ ଦେଇଥିଲେ।

ସୁନାବେଶରେ ଶ୍ରୀଜିଉ; ସ୍ଵର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରଥାରୁଢ଼ ତିନି ଠାକୁର
ପୁରୀ: ସୁନାବେଶରେ ଝଟକୁଛନ୍ତି ରଥାରୁଢ଼ ଠାକୁର । ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ସଜେଇ ହୋଇ ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ଆଉ ତିନିଠାକୁରଙ୍କ ଏହି ସୁନାବେଶକୁ ଦେଖିବାକୁ ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର । ସୁନାବେଶରେ ଶ୍ରୀଜୀଉଙ୍କ ଟିକିଏ ଝଲକ ଦେଖିବାକୁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ । ଜୟ ଜଗନ୍ନାଥ ଧ୍ୱନୀରେ କମ୍ପୁଛି ବଡ଼ଦାଣ୍ଡ । ସୁନାବେଶ ଦେଖି ଆତ୍ମ ବିଭୋର ହେଉଛନ୍ତି ଭକ୍ତ ।

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ସର୍ବମୋଟ ୫ଥର ସୁନାବେଶ ହୋଇଥାଏ । ବର୍ଷସାରା କରାଯାଉଥିବା ସୁନାବେଶ ମଧ୍ୟରୁ ରଥ ଉପରେ କରାଯାଉଥିବା ସୁନାବେଶ ସବୁଠୁ ବଡ଼ । ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ଶ୍ରୀବିଗ୍ରହମାନେ ମାଘପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଏବଂ ଦଶହରା ଅବସରରେ ରାଜରାଜେଶ୍ବର ବେଶ ବା ସୁନାବେଶରେ ଦର୍ଶନ ଦେଇଥାନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ଶ୍ରୀମନ୍ଦିର ଭିତରେ ଯେହେତୁ ସବୁବର୍ଗର ଭକ୍ତ ଦର୍ଶନ କରିପାରନ୍ତି ନାହିଁ ତେଣୁ ରଥଯାତ୍ରା ସମୟରେ ରଥ ଉପରେ ଶ୍ରୀଜିଉମାନଙ୍କର ଏହି ଦୁର୍ଲଭ ଓ ଆକର୍ଷଣୀୟ ସୁନାବେଶ କରାଯାଏ । ଯାହାକୁ ସମସ୍ତେ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ।

ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଡାଉ ବେଶ ମଧ୍ୟ କୁହାଯାଏ। ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା ଶୁଣିବାକୁ ମିଳେ। ତେବେ ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାର ଘରୁ ମହଣ ମହଣ ସୁନା ଓ ରୁପା ଅଳଙ୍କାର ବାହାର କରାଯାଇଛି । ବହୁବିଧ ରତ୍ନଅଳଙ୍କାର ଲାଗି ହୋଇ ରଥ ଉପରେ ଝଲସୁଛନ୍ତି ଦାରୁଦିଅଁ।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଗତକାଲି ରାତି ୨ଟା ୫୦ ମିନିଟ୍‌ରେ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ସଅଳ ନୀତି ଯୋଗୁ ସୁନା ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭୋରରୁ ପୁରୀରେ ଭକ୍ତଙ୍କ ଭିଡ଼ ଲାଗିଛି। ଦିନ ୨ଟା ୩୮ ପର୍ଯ୍ୟନ୍ତ ଦର୍ଶନ କରିପାରିବାର ସୌଭାଗ୍ୟ ପାଇବେ ଭକ୍ତ । ଧର୍ମ ମାସ କାର୍ତ୍ତିକର ଆଜି ଅନ୍ତିମ ଦିବସ ଥିବାରୁ ଶ୍ରୀକ୍ଷେତ୍ରରେ ମହୋଦଧି ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀ ମାନଙ୍କରେ ଡଙ୍ଗା ଭସାଇବା ପାଇଁ ମଧ୍ୟ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

ତେବେ ଆଜି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଭୋର ସମୟରୁ ୫ଟା୫୪ ମଧ୍ୟରେ ଭକ୍ତ ମାନେ ଡଙ୍ଗା ଭସାଇବା ନୀତି ଶେଷ କରି ବ୍ରତ ଉଦଯାପିତ କରିଥିଲେ । ତେବେ ଗ୍ରହଣକୁ ନେଇ ଶ୍ରୀମନ୍ଦିର ରାତ୍ର ୧୨ଟା ୮ରୁ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବା ସହିତ ପରେ ପରେ ଭିତର ଶୋଧ, ମଙ୍ଗଳ ଆଳତୀ, ଅବକାଶ ସାରି ଶ୍ରୀଜିଉଙ୍କୁ ରାଜାଧିରାଜ ବା ସୁନାବେଶରେ ଭୂଷିତ କରାଯାଇଥିଲା । ବେଶ ପରେ ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳଧୂପ ଓ ଭୋଗ ମଣ୍ଡପ ନୀତି ଶେଷ କରାଯାଇଥିଲା । ଅନ୍ୟପକ୍ଷରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ନୀତି ଅନୁସାରେ ଶ୍ରୀଜିଉଙ୍କ ଦେବନୀତି ଆରମ୍ଭ କରାଯିବା ସହ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ଆଦି କରାଯିବ ।

ଅନ୍ୟପଟେ ଆଜିର ଦିନରେ ବୋଇତ ବନ୍ଦାଣ ପରମ୍ପରା ରହିଛି । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜଳାଶୟରେ ଲୋକ ଡଙ୍ଗା ଭସାଇଛନ୍ତି । ନଦୀ, ପୁଷ୍କରିଣୀରେ ଡଙ୍ଗା ଭସାଇଛନ୍ତି ଲୋକ । କରୋନା ଯୋଗୁ ଦୁଇ ବର୍ଷ ହେବ ବୋଇତ ବନ୍ଦାଣ ବନ୍ଦ ରହିଥିଲା । ପୂର୍ବରୁ ବୋଇତ ଯାତ୍ରାରେ ଦୂର ଦେଶକୁ ଯାଉଥିଲେ ସାଧବ ପୁଅ । ସେମାନଙ୍କର ଗୌରବମୟ ଗାଥାର ସ୍ମତି ଚାରଣ କରି ଆଜି ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି ।