Kartika Purnima - The Sakala
କାର୍ତ୍ତିକ ପୂର୍ଣ୍ଣିମାରେ ମନଇଚ୍ଛା ଫୁଟିଲା ବାଣ, ଟ୍ବିନ ସିଟିରେ ବିଗିଡିଲା ବାୟୁର ମାନ...
ଭୁଭନେଶ୍ବର: ବିଗିଡି ଯାଇଛି କଟକ ଓ ଭୁବନେଶ୍ୱରର ବାୟୁର ମାନ। ଗତକାଲି କାର୍ତ୍ତିକପୂର୍ଣ୍ଣିମାରେ ମନଇଚ୍ଛା ବାଣ ଫୁଟାଇଲେ ଲୋକୋ। ଯାହା ଗ୍ରୀନ କ୍ରାକର ନ ଥିଲା। କଟକରେ AQI ୨୦୩ ଯାହା ଖରାପ ଓ ଭୁବନେଶ୍ୱରରେ ୧୮୯ ଯାହା ମଧ୍ୟମ। ଏଥି ପାଇଁ ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଆସ୍ତମା ରୋଗୀଙ୍କ ପାଇଁ ବିପଦ ଆଣି ପାରେ ବୋଲି ପରିବେଶ ବିଜ୍ଞାନୀ କହିଛନ୍ତି। ବାଣ ଫୁଟା ଯୋଗୁଁ inversion temperature ହୋଇଯାଇଛି। ଖରା ଦିନେ ବାୟୁ ଉପରକୁ ଯାଏଁ। ହେଲେ ଏବେ ଇନଭର୍ସନ ତାପମାତ୍ରା  ଯୋଗୁଁ ବାୟୁ ତଳେ ହିଁ ରହୁଛି। ଯାହା ବାୟୁମଣ୍ଡଳରେ ଏକ ଧଳା ଗାର କରି ଦେଉଛି ବୋଲି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପରିବେଶ ବିଜ୍ଞାନୀ ନିରଞ୍ଜନ ମଲ୍ଲିକ କହିଛନ୍ତି।
ରାଜରାଜେଶ୍ୱର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ
ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଆଜି ରାଜରାଜେଶ୍ୱର ବା ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଗୋଟିଏ ବର୍ଷରେ ମହାପ୍ରଭୁ ପାଞ୍ଚ ଥର ସୁନାବେଶ ହେବାର ପରମ୍ପରା ରହିଛି। ତେବେ କାର୍ତ୍ତିକ ମାସ ପୂର୍ଣ୍ଣିମାରେ ରାଜରାଜେଶ୍ବର ବେଶ ନାମରେ ଏହି ସୁନାବେଶ ଲାଗି ହୋଇଥାନ୍ତି ଶ୍ରୀଜିଉ । ଏହି ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି । ହରିବୋଲ, ହୁଳହୁଳି ସହିତ ଭକ୍ତଙ୍କ ସଂକୀର୍ତ୍ତନ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାର୍କେଟ ଛକରୁ ବ୍ୟାରିକେଡରେ ଭକ୍ତମାନେ ଯାଇ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଅନ୍ୟ ଦ୍ବାର ଦେଇ ପ୍ରସ୍ଥାନ କରିବେ । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା; ଓଡିଶା ସଂସ୍କୃତି ଓ ପରମ୍ପରାକୁ ମନେପକାଉଛନ୍ତି ପ୍ରତିଟି ଓଡ଼ିଆ…
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ‘ଆ କା ବା ବୈ…ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର।’ ଆଜି ଓଡ଼ିଶାର ଗାଁଠୁ ସହର ସବୁଠି କିଛି ଏଭଳି ଗୀତ ଗାଇ ଡଙ୍ଗା ଭସାଇଛନ୍ତି ଲୋକେ। ପୋଖରୀ, ନଦୀ, ସମୁଦ୍ରକୂଳରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।
କାର୍ତ୍ତିକ ପୂର୍ଣ୍ଣିମା ଦିନ କାର୍ତ୍ତିକ ବ୍ରତର ଉଦ୍‌ଯାପନ କରାଯାଇଥାଏ। ଏହି ପୂର୍ଣ୍ଣିମାର ଅନ୍ୟନାମ ରାସ ପୂର୍ଣ୍ଣିମା। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଉତ୍କଳର ଗୌରବମୟ ନୌବାଣିଜ୍ୟ ଇତିହାସ ସହିତ ମଧ୍ୟ ଏହା ନିବିଡ଼ ଭାବେ ସମ୍ପୃକ୍ତ। ଏହିଦିନ ବିଭିନ୍ନ ସ୍ଥାନରେ ରାସ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଆଜିର ଦିନରେ ଦାନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଅଛି।
କାର୍ତ୍ତିକ ମାସ ସାରା ଦେବଦେବୀଙ୍କ ନିକଟରେ ପୂଜା ଉପାସନା କରାଯାଇଥାଏ। ଏହାଦ୍ବାରା ଅକାଳ ମୃତ୍ୟୁ ହୋଇ ନ ଥାଏ ବୋଲି ବିଶ୍ବାସ ରହିଛି। ବିଷ୍ଣୁ ପୁରାଣ ଅନୁସାରେ, କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ଭଗବାନ ବିଷ୍ଣୁ ତାଙ୍କର ଦଶ ଅବତାରର ପ୍ରଥମ ଅବତାର ମତ୍ସ୍ୟ ଅବତାର ଧାରଣ କରିଥିଲେ। ଜଳ ପ୍ରଳୟ ସମୟରେ ସାରା ପୃଥିବୀ ଜଳମଗ୍ନ ହୋଇଯାଇଥିଲା। ସେତେବେଳେ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାରରେ ସମସ୍ତଙ୍କୁ ରକ୍ଷା କରିଥିଲେ। ବୈଷ୍ଣବ ମତରେ, ଏହି ପୂର୍ଣ୍ଣିମାର ବିଶେଷ ମହତ୍ତ୍ବ ରହିଛି । ସେହିପରି ଶୈବ ମତ ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ତ୍ରିପୁରାସୁରକୁ ସଂହାର କରିଥିଲେ ଭଗବାନ ଶିବ। ମାସସାରା ହବିଷ ବ୍ରତ କରିଥିବା ଶ୍ରଦ୍ଧାଳୁମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇ ବ୍ରତ ଉଦ୍‌ଯାପନ କରନ୍ତି। ପ୍ରତ୍ୟୁଷରୁ ଆବାଳବୃଦ୍ଧବନିତା ନଦୀ ବା ପୁଷ୍କରିଣୀରେ ବୁଡ଼ ପକାଇ କଦଳୀ ବାସୁଙ୍ଗା ବା ସୋଲ ତିଆରି ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି। ଏହି ଅବସରରେ ଗାଇଥାନ୍ତି ‘ଆ – କା – ମା – ବୈ, ପାନ ଗୁଆ ଥୋଇ । ପାନ, ଗୁଆ ତୋର, ମାସକ ଧରମ ମୋର’। ତେବେ ଏହି ଆ – କା – ମା – ବୈର ଅର୍ଥ ହେଉଛି – ଆ – ଆଷାଢ଼, କା – କାର୍ତ୍ତିକ, ମା – ମାଘ, ବୈ – ବୈଶାଖ। ଏହି ଚାରିମାସ ଧର୍ମ ଅର୍ଜନ କରିବା ପାଇଁ ପ୍ରକୃଷ୍ଟ ମାସ।
ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ନିମନ୍ତେ ଅତ୍ୟନ୍ତ ଅନୁକୂଳ। ପୂର୍ବକାଳରେ ଆମ ଓଡ଼ିଆ ସାଧବ ପୁଅମାନେ କାର୍ତ୍ତିକ ମାସରେ ବେପାର ବଣିଜ କରିବାକୁ ବୋଇତରେ ବିଦେଶ ଯାଉଥିଲେ। କାରଣ ଏହି ସମୟକୁ ସେମାନେ ସମୁଦ୍ରରେ ବୋଇତ ନେଇଯିବାକୁ ପ୍ରକୃଷ୍ଟ ସମୟ ଭାବୁଥିଲେ, ଏହି ସମୟର ପବନର ଗତି ସେମାନଙ୍କ ଯାତ୍ରା ପାଇଁ ଅନୁକୂଳ ଥିଲା। ପୁଣି ଆଷାଢ଼ ମାସରେ ଫେରୁଥିଲେ। ସେଇ ସାଧବପୁଅଙ୍କ ଦୁଃସାହସିକ ବୋଇତ ଯାତ୍ରାକୁ ସ୍ମରଣ କରିବା ଉଦ୍ଦେଶ୍ୟରେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପରମ୍ପରା ରହିଆସିଛି। ବହୁ ସ୍ଥାନରେ ଏହି ଦିନ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୁଏ। ଡଙ୍ଗା ଭସାଇ ଲୋକେ ମନ୍ଦିର ଯାଇ ଦେବଦେବୀଙ୍କୁ ଦର୍ଶନ କରିଥାନ୍ତି। ପୁରାଣ ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଗୋପୀମାନଙ୍କ ମେଳରେ ରାଧାକୃଷ୍ଣଙ୍କର ନୃତ୍ୟୋତ୍ସବ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ରାସେଶ୍ବରୀ ଶ୍ରୀରାଧାଙ୍କ ସହ ବୃନ୍ଦାବନର କୁଞ୍ଜକାନନରେ ଏହି ଦିନ ରାସ ରଚନା କରିଥିଲେ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। କାର୍ତ୍ତିକ ପୂର୍ଣ୍ଣିମାଠାରୁ କଟକରେ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୁଏ।
ପଞ୍ଚୁକ ତଥା କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି
ପୁରୀ: ପଞ୍ଚୁକ ତଥା କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି। ମରିଚିକୋଟ ଛକରୁ ହୋଇଛି ବ୍ୟାରିକେଡ଼ ବ୍ୟବସ୍ଥା । ମାର୍କେଟ ଛକ ଠାରୁ ନୋ ଭେଇକିଲ ଜୋନ। ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଲାଇଫଗାର୍ଡଙ୍କ ସହ ପୁଲିସ ମୁତୟନ ହେବେ। ବ୍ୟାରିକେଡ଼ରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଫ୍ୟାନ, ବସିବା ବ୍ୟବସ୍ଥା ଓ ପାନୀୟ ଜଳର ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ନୀତିକାନ୍ତି ସମୟ ଉପରେ ଭକ୍ତଙ୍କୁ ଅବଗତ କରାଯିବ। ଚଳିତ ବର୍ଷ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପଡୁଥିବାରୁ ଅସମ୍ଭବ ଭିଡ ହେବାର ସମ୍ଭାବନା ରହିଛି। ଗତକାଲି ଓ ଆଜି ମଧ୍ୟ ପୁରୀରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି। ମହଧାର୍ମିକ କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ଅର୍ଥାତ ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଥିବା ପଞ୍ଚୁକ ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଓ ପଦକ୍ଷେପ ଗ୍ରଗଣ କରାଯାଇଛି। ଏ ନେଇ ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିରର କାର୍ତ୍ତିକ ନୀତି ଚୂଡ଼ାନ୍ତ: ଭୋର ୫ଟାରେ ହେବ ମଙ୍ଗଳ ଆଳତି, ନଭେମ୍ବର ୨୩ରୁ ୨୭ ପଞ୍ଚୁକ
ପୁରୀ: ଆଶ୍ୱିନ ଶୁକ୍ଳ ଏକାଦଶୀ ଅର୍ଥାତ୍‌‌ ଅକ୍ଟୋବର ୨୫ ତାରିଖଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ କାର୍ତ୍ତିକ ମାସ ବାଳଧୂପ ନୀତି। ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆଶ୍ୱିନ ଶୁକ୍ଳ ଏକାଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାପରେ ୫ ଦିନ ଧରି ପଞ୍ଚୁକ ଚାଲିବ। ତେବେ ଏହି ସ୍ୱତନ୍ତ୍ର ନୀତିକାନ୍ତି କିପରି ସୁରୁଖୁରରେ ସମ୍ପନ୍ନ ହେବ ସେ ନେଇ ସୋମବାର ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ। ଏଥିରେ ନୀତି ସବ୍‌‌ କମିଟି ଦ୍ୱାରା ପ୍ରସ୍ତୁତ ନୀତିକାନ୍ତି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ହୋଇଛି। ଏତଦ୍‌‌ବ୍ୟତୀତ ହବିଷ୍ୟାଳୀଙ୍କ ଦର୍ଶନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିପରି ବାଳଭୋଗ, ଠିକ୍‌‌ ସମୟରେ ମହାପ୍ରସାଦ ବାହାରିବା ଏବଂ ପଞ୍ଚୁକରେ ଭିଡ଼ ନିୟନ୍ତ୍ରଣ ଉପରେ ଆଲୋଚନା ହୋଇଛି। ସେହିପରି ୨୮ ତାରିଖରେ ହେବାକୁ ଥିବା ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, କାର୍ତ୍ତିକ ମାସରେ ରାତ୍ର ୧୨ଟାରେ ପହୁଡ଼ ସମ୍ପନ୍ନ ହୋଇ ରାତି ୪ଟାରେ ଦ୍ୱାର ଫିଟାଯିବ। ସାଢେ ୪ଟାରେ ଭିତର ଶୋଧ କରାଯାଇ ଭୋର ୫ଟାରେ ମଙ୍ଗଳ ଆଳତି କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି। ଧର୍ମମାସ କାର୍ତ୍ତିକର ମୁଖ୍ୟ ଆକର୍ଷଣ ରାଧାଦାମୋଦର ବେଶ ସକାଳ ସାଢେ ୬ଟାରୁ ସାଢେ ୭ଟାରେ ସମ୍ପନ୍ନ ହେବ। ସାଢେ ୮ଟାରୁ ସାଢେ ୯ଟା ସକାଳ ଧୂପ (କେବଳ କୋଠଭୋଗ) ପରେ ପୂର୍ବାହ୍ନ ୧୦ଟାରୁ ସାଢେ ୧୦ଟା ମଧ୍ୟରେ ବାଳଧୂପ ବଢ଼ିବ। ସେହିପରି ପଞ୍ଚୁକକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍‌‌ ଉତ୍ସାହ ଥିବାବେଳେ ଏହାର ତାରିଖ ନିର୍ଘଣ୍ଟ ହୋଇଛି। ନଭେମ୍ବର ୨୩ ତାରିଖରେ ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ସହିତ ହରି ଉତ୍‌‌ଥାପନ ନୀତି ରହିଛି। ସେହିପରି ୨୪ରେ ବାଙ୍କଚୁଡ଼ ବା ବାମନ ବେଶ ଥିବାବେଳ ଏହିଦିନ ଗରୁଡ଼ ଉତ୍‌‌ଥାପନ ନୀତି ମଧ୍ୟ ପଡ଼ିଛି। ୨୫ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୨୬ରେ ଲକ୍ଷ୍ମୀନୃସିଂହ ବେଶ ଏବଂ ପଞ୍ଚକର ଶେଷ ଦିନ ଅର୍ଥାତ୍‌‌ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଦୀପାବଳି ଅମାବାସ୍ୟାଠାରୁ ପଞ୍ଚୁକ ମଧ୍ୟରେ ସୋମବାର ପଡ଼ିଲେ ବଡ଼ ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ତେଣୁ ନଭେମ୍ବର ୨୦ ତାରିଖ ଅବକାଶ ନୀତି ପରେ ହରିହର ବେଶ ଅନୁଷ୍ଠିତ ହେବ।
ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, କାର୍ତ୍ତିକ ମାସ ବାଳଧୂପ ନୀତି ଏବଂ ହବିଷ୍ୟାଳୀ ମା’ମାନଙ୍କ ସମେତ ଭକ୍ତଙ୍କ ଦର୍ଶନ କିପରି ଶୃଙ୍ଖଳିତ ଏବଂ ନିର୍ଘଣ୍ଟ ସମୟରେ ହେବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ସେବକ ନିଯୋଗ ସହଯୋଗ କରିବା ପାଇଁ ସହମତି ଦେଇଛନ୍ତି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରୋଷଘରକୁ ଦର୍ଶନ ପାଇଁ କୌଣସି ଭକ୍ତଙ୍କୁ ଛଡା ଯିବ ନାହିଁ। ସେହିପରି କୌଣସି ଭକ୍ତ ଗୋଟିଏ ସ୍ଥାନରେ ଛିଡା ହୋଇ ରହିବେ ନାହିଁ। ହବିଷ୍ୟାଳୀଙ୍କ ସହ ବୃଦ୍ଧ, ବୃଦ୍ଧାଙ୍କ ଦର୍ଶନ ଉପରେ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ଯୋଜନା କରାଯାଉଛି। ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ସବୁ ନିଯୋଗ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତିଶା ନିଯୋଗ ନାୟକ, ମନ୍ଦିର କମାଣ୍ଡର, ପରିଚାଳନା କମିଟି ସେବାୟତ ପ୍ରତିନିଧି ଏବଂ ସମସ୍ତ ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।
ବିଭିନ୍ନ ପୁରାଣ ଓ ଶାସ୍ତ୍ରରେ କାର୍ତ୍ତିକ ମାସର ଶ୍ରେଷ୍ଠତ୍ବ ପ୍ରତିପାଦନ କରାଯାଇଛି। ଏହି ମାସରେ ଏକାଧାରରେ ଶୈବ-ଶାକ୍ତ-ବୈଷ୍ଣବ-ଉପାସନା ବ୍ୟାପକ ଭାବରେ କରାଯିବାର ଶାସ୍ତ୍ରୀୟ ବିଧିବ୍ୟବସ୍ଥା ରହିଛି। କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ପାଳନ କାର୍ତ୍ତିକର ପ୍ରମୁଖ ବୈଶିଷ୍ଟ୍ୟ।
ପୌରାଣିକ କଥାବସ୍ତୁ ଅନୁସାରେ, ଦେବ ଦେବ ମହାଦେବ ତ୍ରିପୁରାସୁର ନାମକ ରାକ୍ଷସକୁ ଏହି ଦିନ ବଧ କରିଥିଲେ। ଏହି କାରଣରୁ କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରା ପୂର୍ଣ୍ଣମୀ ବୋଲି ମଧ୍ୟ କୁହାଯାଇଥାଏ। ‘କାର୍ତ୍ତିକ ମାହାତ୍ମ୍ୟ’ କଥାନୁସାରେ, ଶଙ୍ଖାସୁର ବେଦ ହରଣ କରି ନେଇଥିବାରୁ ଭଗବାନ ବିଷ୍ଣୁ ବେଦ ଉଦ୍ଧାର କରିବା ପାଇଁ ମତ୍ସ୍ୟ ଅବତାର ଗ୍ରହଣ କରିଥିଲେ। ଏହା ଶ୍ରୀବିଷ୍ଣୁଙ୍କର ପ୍ରଥମ ଅବତାର ଥିଲା। ମତ୍ସରୂପୀ ଶ୍ରୀବିଷ୍ଣୁ ଶଙ୍ଖାସୁରକୁ ବଧ କରି ଭଗବାନ ବିଷ୍ଣୁ ବ୍ରହ୍ମାଙ୍କୁ ପ୍ରଦାନ କଲେ। ତାହା ପାଇ ବ୍ରହ୍ମା ସନ୍ତୁଷ୍ଟ ହେଲେ ଏବଂ ବିଷ୍ଣୁଙ୍କୁ ନିବେଦନ କରି ବ୍ରହ୍ମା କହିଲେ, କାର୍ତ୍ତିକ ମାସରେ ତୁମେ ଜଳରେ ବାସ କରିବ। ତେଣୁ ବିଶ୍ବାସ ରହିଛି ଯେ, ଶ୍ରୀବିଷ୍ଣୁ କାର୍ତ୍ତିକ ମାସରେ ଜଳରେ ବାସ କରନ୍ତି ଏବଂ ପୂର୍ଣ୍ଣମୀ ଦିନ ବୈକୁଣ୍ଠ ଗମନ କରନ୍ତି। ତେଣୁ ଏହି ଦିନ ଶ୍ରୀବିଷ୍ଣୁଙ୍କ ଉପାସନା କଲେ ଅକ୍ଷୟ ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି।
ମହାଭାରତରେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାର ମହତ୍ତ୍ବ ଉଲ୍ଲେଖ ରହିଛି। କଥାନୁସାରେ, ମହାଭାରତ ଯୁଦ୍ଧର ପାଣ୍ଡବମାନେ ଆତ୍ମୀୟଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ଯାଇଥିଲେ। ମୃତ ଆତ୍ମୀୟଙ୍କୁ ତୃପ୍ତ କରିବା ପାଇଁ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଶରଣ ପଶିଲେ। ପାଣ୍ଡବଙ୍କ ଚିନ୍ତା ଦେଖି ଭଗବାନ ଶ୍ରୀକୃଷ୍ଣ ପାଣ୍ଡବଙ୍କୁ କାର୍ତ୍ତିକ ପୂର୍ଣ୍ଣିମାରେ ପିଣ୍ଡଦାନ କରିବାକୁ ପରାମର୍ଶ ଦେଇଥିଲେ। ତେଣୁ, ପାଣ୍ଡବମାନେ ଗଡ଼ ମୁକ୍ତେଶ୍ବରରେ ତର୍ପଣ ଓ ଦୀପ ଦାନ କରିଥିଲେ। ସେହିଭଳି କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଶାଳଗ୍ରାମଙ୍କ ସହ ତୁଳସୀ ବିବାହ କରାଯାଏ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ବୈକୁଣ୍ଠ ଗମନ କରନ୍ତି ବୋଲି ବିଶ୍ବାସ କରାଯାଏ। ତେଣୁ ଏହି ଦିନରେ ତୁଳସୀ ପୂଜନର ବିଶେଷ ମହତ୍ତ୍ବ ରହିଛି।
କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର କିରଣ ପ୍ରଚୁର ପରିମାଣରେ ପୃଥିବୀ ଉପରେ ପଡ଼ିଥାଏ। ଏହି ପୂର୍ଣ୍ଣମୀରେ ଉପବାସ ଓ ବ୍ରତ ରଖିଲେ ହଜାରେ ଅଶ୍ୱମେଧ ଯଜ୍ଞ ଓ ରାଜସୂୟ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। କାର୍ତ୍ତିକ ପୂର୍ଣ୍ଣିମାରେ ଦେବୀ ଲକ୍ଷ୍ମୀଙ୍କ ଆରାଧନା କରିବା ଦ୍ବାରା ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବିଶ୍ବାସ। ଏହି ପବିତ୍ର ଦିନରେ ସତ୍ୟନାରାୟଣଙ୍କ କଥା ଶୁଣିଲେ ସମସ୍ତ ସଙ୍କଟ ଦୂର ହୋଇଥାଏ।
ଏହି ଦିନ ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରି ବିଭିନ୍ନ ପବିତ୍ର ଜଳାଶୟ, ତୀର୍ଥ ସ୍ଥାନରେ ସ୍ନାନ କଲେ ଅଶେଷ ପୁଣ୍ୟ ଅର୍ଜନ ହୋଇଥାଏ। ଏହି ମାସରେ ପୁଷ୍କରିଣୀରେ ସ୍ନାନ କଲେ ପାଞ୍ଚଗୁଣ, ନଦୀରେ ସ୍ନାନ କଲେ ଦଶଗୁଣ ଏବଂ ତୀର୍ଥରେ ସ୍ନାନ କଲେ ଲକ୍ଷେ ଗୁଣ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି। ସ୍ନାନ ସହ ହୋମ, ଦାନ, ତପ ଆଦି ଧାର୍ମିକ କାର୍ଯ୍ୟର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଏହି ପୂର୍ଣ୍ଣିମାରେ ଦାନ କରିବା ଦ୍ବାରା ଦଶଯଜ୍ଞର ଫଳ ପ୍ରାପ୍ତ ହୋଇଥାଏ। କ୍ଷମତା ଅନୁସାରେ ଅନ୍ନ, ବସ୍ତ୍ରାଦି ଏହି ଦିନରେ ଦାନ କରିବା ଉଚିତ। ଏହାଦ୍ୱାରା ଘର-ପରିବାରରେ ସୁଖ ସମୃଦ୍ଧି ବଢ଼ିଥାଏ। ଏହି ପୂର୍ଣ୍ଣିମାରେ ଅନ୍ନଦାନ, ବସ୍ତ୍ରଦାନ, ଧନଦାନ ଆଦି କଲେ ମନୁଷ୍ୟ ଅକ୍ଷୟ ପୁଣ୍ୟର ଅଧିକାରୀ ହୋଇଥାଏ। ସେହିଭଳି କାର୍ତ୍ତିକ ପୂର୍ଣ୍ଣିମାରେ ଦୀପଦାନର ବିଶେଷ ମହତ୍ତ୍ୱ ଅଛି। ଏହି ଦିନ ନଦୀରେ ଦୀପଦାନ କଲେ ସମସ୍ତ ସଙ୍କଟ ସମାପ୍ତ ହୋଇଥାଏ ଏବଂ ଋଣରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ।