Odia Culture - The Sakala
ଓଡ଼ିଶାରେ କାହିଁକି ପାଳନ କରାଯାଏ ଦୋଳ ପୂର୍ଣ୍ଣିମା? ଜାଣନ୍ତୁ ଏହାର ପୌରାଣିକ ଓ ସାମାଜିକ ମହତ୍ତ୍ୱ
ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାରେ ଦୋଳ ପୂର୍ଣ୍ଣିମାର ସ୍ଥାନ ଅତ୍ୟନ୍ତ ସ୍ୱତନ୍ତ୍ର। ଫାଲଗୁନ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଏହି ପବିତ୍ର ପର୍ବ ପାଳନ କରାଯାଏ। ଏହା କେବଳ ରଙ୍ଗର ପର୍ବ ନୁହେଁ, ବରଂ ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଅନନ୍ୟ ସମାଗମ। ଏହି ଦିନକୁ ବସନ୍ତ ଋତୁର ସ୍ୱାଗତ ପର୍ବ ଭାବରେ ମଧ୍ୟ ବିବେଚନା କରାଯାଏ। ତେବେ ଓଡ଼ିଶାରେ ଏହି ପର୍ବ ପାଳନ କରିବା ପଛରେ ଅନେକ ପୌରାଣିକ ଓ ଐତିହାସିକ କାରଣ ରହିଛି।
ପୌରାଣିକ ମହତ୍ତ୍ୱ
ଶାସ୍ତ୍ର ଅନୁଯାୟୀ, ଦୋଳ ପୂର୍ଣ୍ଣିମା ମୁଖ୍ୟତଃ ଭଗବାନ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କ ପ୍ରେମ ଏବଂ ଲୀଳା ସହ ଜଡ଼ିତ। ବିଶ୍ୱାସ କରାଯାଏ ଯେ, ଏହି ଦିନ ଶ୍ରୀକୃଷ୍ଣ ଗୋପୀମାନଙ୍କ ସହ ଅବିର ଓ ରଙ୍ଗ ଖେଳି ବସନ୍ତ ଉତ୍ସବ ପାଳନ କରିଥିଲେ। ତେଣୁ ଏହି ଦିନ ରାଧା-କୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ସୁସଜ୍ଜିତ ବିମାନରେ ବସାଇ ଦୋଳ ଖେଳାଯାଏ। ଏହା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଦର୍ଶାଇଥାଏ।
ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି
ପୁରୀ ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମାର ଏକ ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହ ରତ୍ନସିଂହାସନ ଉପରେ 'ରାଜରାଜେଶ୍ୱର ବେଶ' ବା ସୁନାବେଶରେ ଦର୍ଶନ ଦିଅନ୍ତି। ଶ୍ରୀଜୀଉମାନଙ୍କର ଏହି ଦିବ୍ୟ ରୂପ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏହି ଦିନ ପରଠାରୁ ଓଡ଼ିଆ ପଞ୍ଜିକାର ନୂତନ ବର୍ଷ ପାଇଁ ଗଣନା ଆରମ୍ଭ ହୁଏ।
ଦୋଳ ମେଳଣ ଓ ସାମାଜିକ ଏକତା
ଓଡ଼ିଶାର ଗାଁ ଗହଳିରେ ଦୋଳ ଯାତ୍ରା ପ୍ରାୟ ୫ ରୁ ୭ ଦିନ ଧରି ଚାଲେ। ଠାକୁରମାନେ ବିମାନରେ ବସି ଗ୍ରାମ ପରିକ୍ରମା କରନ୍ତି ଏବଂ ଭକ୍ତମାନଙ୍କ ଦ୍ୱାରରେ ଭୋଗ ଗ୍ରହଣ କରନ୍ତି। ଏହାପରେ ବିଭିନ୍ନ ଗ୍ରାମର ଠାକୁରମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଠି ହୁଅନ୍ତି, ଯାହାକୁ 'ମେଳଣ' କୁହାଯାଏ। ଏହି ପରମ୍ପରା ସମାଜରେ ଭାଇଚାରା ଓ ଏକତା ସୃଷ୍ଟି କରିବାରେ ସାହାଯ୍ୟ କରେ। ଦୋଳ ପୂର୍ଣ୍ଣିମା କେବଳ ପୂଜା ନୁହେଁ, ଏହା ଓଡ଼ିଆ ଜନଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ।
ଭୁବନେଶ୍ୱର(ଐଶ୍ୱର୍ଯ୍ୟା): ସହର ଭିତରେ ନିଆରା ଅନୁଭୂତି। ପୁରାତନ ଓଡ଼ିଶାକୁ ନିଜ ଭିତରେ ସାଉଁଟି ଧରିଛି ରାଜଧାନୀ। କଳା, ସଂସ୍କୃତି ଓ ଐତିହ୍ୟ ସାଙ୍ଗକୁ କାରିଗରଙ୍କ ନିଖୁଣ ସ୍ପର୍ଶର କୁହୁକତା ଦେଉଛି ଏହି ନିଆରା ଅନୁଭୂତି। ଏମିତି ନିଆରା ଅନୁଭୂତିର ସ୍ପର୍ଶ ଦେଉଛି ‘କଳାଭୂମି’। ଇତିହାସ, ସ୍ଥାପତ୍ୟ, ଆଦିବାସୀ ସଂସ୍କୃତି, ହସ୍ତତନ୍ତ, ହସ୍ତଶିଳ୍ପ ସବୁକୁ ନିଜ ଭିତରେ ସାଇତି ରଖିଛି ଏହି ସଂଗ୍ରହାଳୟ। ବଖାଣୁଛି ଶହ ଶହ ବର୍ଷ ତଳର ଇତିହାସ। ହାଇଟେକ୍‌‌ ଢାଞ୍ଚାରେ କଳିଙ୍ଗର ମୌଳିକତାକୁ ନିଜ ଭିତରେ ବଞ୍ଚାଇ ରଖି ମୁଣ୍ଡ ଟେକିଛି ଏହି ସଂଗ୍ରହାଳୟ। ପ୍ରାକୃତିକ ପରିବେଶ ସାଙ୍ଗକୁ ମୁକ୍ତାକାଶ ରଙ୍ଗମଞ୍ଚ ଓ କ୍ୟାଫେଟେରିଆ ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ। ଏହାରି ଭିତରେ ରହିଛି କଳା ଓ କାରିଗରୀକୁ ନେଇ କର୍ମଶାଳା ବ୍ୟବସ୍ଥା ଓ ପିଲାମାନଙ୍କ ପାଇଁ ‘ଲାଇବ୍ରେରୀ ଅନ୍‌‌ ହୁଇଲ୍‌‌’ ଭଳି ନିଆରା ବ୍ୟବସ୍ଥା। ଏମିତି ନିଆରା, ନିରୋଳା ବାତାବରଣ ମଧ୍ୟରେ ହସ୍ତକଳା କାରିଗରୀକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ଭୁବନେଶ୍ୱରର ଗଣ୍ଡମୁଣ୍ଡାରେ ଥିବା ଏହି ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରୀ ସଂଗ୍ରହାଳୟ ‘କଳାଭୂମି’ ସାଜିଛି ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ।ଯେଉଁଠି ପର୍ଯ୍ୟଟକ ସାଉଁଟିପାରୁଛନ୍ତି ବିଭିନ୍ନ କଳାକୃତି ଓ ପୁରୁଣା କାଳର ଉତ୍କୃଷ୍ଟ କଳା କାରିଗରୀକୁ ନିକଟରୁ ଦେଖି ସାଉଁଟିପାରୁଛନ୍ତି।
ଆଠ ଗ୍ୟାଲେରୀରେ କଳା କାରିଗରୀ
ସଂଗ୍ରହାଳୟ ପରିସରରେ ରହିଛି ୮ଟି ଗ୍ୟାଲେରୀ। ଟେରାକୋଟା ସାମଗ୍ରୀ, ପାରମ୍ପରିକ ଚିତ୍ରକଳା, ପ୍ରସ୍ତର ଓ କାଠ ଖୋଦେଇ, ଧାତୁଶିଳ୍ପ, ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ କଳାବସ୍ତୁ ପ୍ରକୋଷ୍ଠ, ପ୍ରାକ୍‌‌ ବୟନ କାରିଗରୀ, ଜନଜାତି କଳା ଓ କଳାବସ୍ତୁ ପ୍ରକୋଷ୍ଠ, ହସ୍ତତନ୍ତ ପ୍ରକୋଷ୍ଠ ଓ ଜଗନ୍ନାଥ ଗ୍ୟାଲେରୀ। ପ୍ରତିଟି ଗ୍ୟାଲେରୀର କଳା, କାରିଗରୀ ଲୋକଙ୍କୁ ଆକୃଷ୍ଟ କରୁଛି। ୨୦୧୮ ମସିହାରୁ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦ୍‌‌ଘାଟିତ ହୋଇଥିଲା। ଏହା ରାଜ୍ୟର ବହୁମୁଖି ସମୃଦ୍ଧ ତଥା ଆକର୍ଷଣୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭବକୁ ପ୍ରଦର୍ଶନ କରୁଛି; ଯାହା କି ନିଖୁଣ କଳା କାରିଗରର ପ୍ରବେଶ ପଥ ସାଜିଛି।
ଶ୍ରୀଜଗନ୍ନାଥ ଗ୍ୟାଲେରୀ
କେବଳ ଓଡ଼ିଆ ଜାତିର ନୁହନ୍ତି ସମଗ୍ର ଭାରତୀୟଙ୍କ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ। ଏହା ଭିତରେ ଶ୍ରୀଜଗନ୍ନାଥଙ୍କ କଳା ଓ ସଂସ୍କୃତି ଝଲକ ସାଉଁଣ୍ଟୁଛନ୍ତି ପର୍ଯ୍ୟଟକ। ଆଧ୍ୟାତ୍ମିକ ପରିବେଶର ଅନୁଭୂତି ଦେଉଛି ଗ୍ୟାଲେରୀ। ଜଗନ୍ନାଥଙ୍କ ସ୍ୱତନ୍ତ୍ର ବେଶକୁ ସ୍ଥାନିତ କରାଯାଇଛି। ଏସବୁକୁ ଶ୍ରୀଜଗନ୍ନାଥ ସଂସ୍କୃତିର ରୀତିନୀତି ଅନୁସାରେ ରଖାଯାଇଛି। ଯେକେହି ବ୍ୟକ୍ତି ଯେକୌଣସି ସମୟରେ ଜଗନ୍ନାଥଙ୍କ ବେଶ, ଏହାର କାରଣ ଓ ପରମ୍ପରାକୁ ଅନୁଭବ କରିପାରୁଛନ୍ତି। ଶ୍ରୀଜଗନ୍ନାଥଙ୍କ ୮ଟି ବେଶକୁ ଏଠାରେ ସ୍ଥାନିତ କରାଯାଇଛି। ସ୍ୱତନ୍ତ୍ର ସ୍ଥାନରେ ରୋଷଶାଳାର ଏକ ଅବିକଳ ପ୍ରତିରୂପ କରାଯାଇ ସେଠାରେ କୁଡ଼ୁଆ ସବୁକୁ ରଖାଯାଇଛି। ଜଗନ୍ନାଥଙ୍କ ରୋଷଶାଳାରୁ ଆରମ୍ଭ କରି ଆନନ୍ଦବଜାର ଯାଏଁ ଉଭୟ ଭକ୍ତ ଓ ଭଗବାନ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର କୁଡ଼ୁଆକୁ ରଖାଯାଇଛି। ଫଳରେ ଲୋକେ ଶ୍ରୀଜଗନ୍ନାଥଙ୍କ ଅନୁଭୂତି ସାଉଁଟୁଛନ୍ତି। ଏହାବ୍ୟତୀତ ଶ୍ରୀଜଗନ୍ନାଥଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଦାନ୍ତକାଠି, ବିଛଣା, ପାଟବସ୍ତ୍ର, ଅଳଙ୍କାର, ପୂଜା ସାମଗ୍ରୀ, ରଥଚକ, ଦ୍ୱାର ରଖାଯାଇଛି। ଏହାସହିତ ସଂଗ୍ରହାଳୟରେ ପ୍ରତୀକାତ୍ମକ ଭାବେ ଶ୍ରୀଜଗନ୍ନାଥଙ୍କ ୩ରଥର ଅବିକଳ ନମୁନା ରଖାଯାଇଛି। ରଥ ଚକ, ତିନି ଠାକୁରଙ୍କ ରତ୍ନବେଦୀ ମଧ୍ୟ ରହିଛି। କିଛି ସ୍ଥାନରେ ଶ୍ରୀଜଗନ୍ନାଥ କଳା ସଂସ୍କୃତିରେ ସ୍ନାନ ଯାତ୍ରାର ଚିତ୍ରକୁ ଅଙ୍କା ଯାଇଛି।
ଡୋକ୍ରା ପିତ୍ତଳ ସାମଗ୍ରୀ
ଡୋକ୍ରା ପିତ୍ତଳ ସାମଗ୍ରୀ ମଧ୍ୟରେ ଛୁରି, ଫାର୍ସା, କୁରାଢ଼ି, କଳସ ଆଦି ରହିଛି। ସେହିପରି ତୁରୀ, ଆଦିବାସୀ କଣ୍ଠମାଳା, ଅଣ୍ଟାବିଛା, ପଞ୍ଚମୁଖ କଳସ, କଣ୍ଢେଇ ଆଦି ବହୁଦିନର ପୁରୁଣା ସାମଗ୍ରୀ ସବୁକୁ ପର୍ଯ୍ୟଟକଙ୍କ ନିନ୍ନ୍‌‌ ସଂଗ୍ରହ କରି ରଖାଯାଇଛି କଳାଭୂମି ପରିସରରେ। ବିଶେଷ ଆକର୍ଷଣ ସାଜିଛି ଶହ ଶହ ବର୍ଷ ତଳର ଢୋକ୍ରା ପିତ୍ତଳ ହସ୍ତଶିଳ୍ପ। ବିଗତ ଦିନଗୁଡ଼ିକରେ ଗାଁରେ ବ୍ୟବହାର କରାଯାଉଥିବା ବିଶାକାଠି, ବିଭିନ୍ନ ପ୍ରକାରର ତେଲ ପଳା, ମାଣ, ଗଉଣୀ ରହିଛି। ସେହିପରି ବିଭିନ୍ନାକୃତିର ଗହଣା ବାକ୍ସ ଓ ପଇସା ବାକ୍ସଗୁୁଡ଼ିକ ବେଶ୍‌‌ ଆକର୍ଷଣୀୟ ହୋଇଛି। ସେହିପରି ସେ ସମୟରେ ବ୍ୟବହାର କରାଯାଉଥିବା ବିଭିନ୍ନ ସିନ୍ଦୁର ଫରୁଆ ଆମ କଳା ଓ ସଂସ୍କୃ୍‌‌ତିର କଥା କହୁଛି।
ଆକର୍ଷଣୀୟ ମାଟି ଘୁମ
କଳାଭୂମି ସଂଗ୍ରହାଳୟ ଭିତରେ ସମ୍ପ୍ରତି ସ୍ୱାଭାବିକ ଜୀବନଯାତ୍ରାରୁ ଉଭେଇ ଯାଇଥିବା ସାମଗ୍ରୀ ସବୁକୁ ଦେଖିବାର ସୁଯୋଗ ପାଉଛନ୍ତି ପର୍ଯ୍ୟଟକ। ଶସ୍ୟ ସଂରକ୍ଷଣ ପାଇଁ ବ୍ୟବହାର କରାଯାଉଥିବା ଓଳିଆ, ଘୁମକୁ ଏଠାରେ ସ୍ଥାନିତ କରାଯାଇଛି। ନାଲି ଘୁମ, ମାଟି ଘୁମ, ଅଣ୍ଡାକୃତିର ଘୁମକୁ ରଖାଯାଇଛି। ଗାଁ ଗହଳିରେ ବ୍ୟବହାର କରାଯାଉଥିବା ବିରଳ ସାମଗ୍ରୀ ସବୁ ସହରବାସୀଙ୍କୁ ନିଆରା ଅନୁଭୂତି ଦେଉଛି। ପ୍ରକୋଷ୍ଠରେ ପାଖାପାଖି ୮ଟି ବଡ଼ ଆକୃତିର ଘୁମକୁ ରଖାଯାଇଛି। ସେସବୁକୁ ପୁରୀରୁ ଆଣିୁ ସଂରକ୍ଷିତ କରି ରଖାଯାଇଛି। ବହୁ ପୁରାତନ କାଳରୁ ବ୍ୟବହାର କରାଯାଉଥିବା ଏହିସବୁ ସାମଗ୍ରୀ ଏବେ ସାଇତି ରଖାଯାଇଛି; ଯାହା ପରବର୍ତ୍ତୀ ପିଢ଼ି ପାଇଁ ବିରଳ ସ୍ମାରକୀ ହୋଇ ରହିବ।
ଆକର୍ଷଣରେ ତୁଳସୀ ଚଉରା
ଆକର୍ଷଣରେ ଟେରାକୋଟାରୁ ପ୍ରସ୍ତୁତ ପୁରୁଣା ତୁଳସୀ ଚଉରା। ସଂଗ୍ରହାଳୟରେ ଥିବା ଟେରାକୋଟାର ତୁଳସୀ ଚଉରା ପାଲଟିଛି ଆକର୍ଷଣର ଅନ୍ୟତମ କଳାବସ୍ତୁ। ଛୋଟଠାରୁ ଆରମ୍ଭ କରି ବିରାଟ ବଡ଼ ଟେରାକୋଟା ଚଉରା ସଂଗ୍ରହାଳୟ ପରିସରରେ ରହିଛି। ଏହି ତୁଳସୀ ଚଉରାର ଆକୃତି ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ପ୍ରତିରୂପରେ ନିର୍ମିତ ହୋଇଛି। ଶତାବ୍ଦୀ ଶତାବ୍ଦୀ ଧରି ଗାଁ ଗହଳିରେ ପୂଜା ପାଉଥିବା ତୁଳସୀ ଚଉରାକୁ ସଂଗ୍ରହ କରାଯାଇ ଏଠାରେ ରଖାଯାଇଛି। ସେହି ତୁଳସୀ ଚଉରାରେ ଓଡ଼ିଶାର ବିଭିନ୍ନ କଳା, ସଂସ୍କୃତି ଓ ସ୍ଥାନିତ କରାଯାଇଛି। ବିଶେଷକରି ଏହିସବୁ ଟେରାକୋଟା ଚଉରା ଓ ସାମଗ୍ରୀକୁ ପୁରୀ, କେନ୍ଦୁଝର ଓ ସୋନପୁର ଜିଲ୍ଲାରୁ ସଂଗ୍ରହ କରାଯାଇଛି। ବର୍ତ୍ତମାନ ସେସବୁ ଆଉ ଦେଖିବାକୁ ମିଳୁ ନ ଥିବାରୁ ପର୍ଯ୍ୟଟକଙ୍କୁ ଏହା ବେଶ୍‌‌ ଆକୃଷ୍ଟ କରୁଛି। ରାଜ୍ୟ ଭିତରୁ ତଥା ରାଜ୍ୟବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏହାକୁ ପସନ୍ଦ କରିବା ସହ ଏହାର ଫାଟୋ ଉଠାଇ ନେଉଛନ୍ତି। ଏମିତି କି ଆଜିର ଯୁବପିଢ଼ି ମଧ୍ୟ ଏଠାରେ ସେଲ୍‌ଫଫି ନେଉଥିବା ଲକ୍ଷ୍ୟ କରାଯାଉଛି।
ଭାରତୀୟ ଇତିହାସକୁ ଅନୁଶୀଳନ କଲେ ଜଣାପଡ଼େ ଯେ, ବହୁ ପୁରାତନ କାଳରେ ମାଟିରୁ ପ୍ରସ୍ତୁତ ଘରକରଣା ସାମଗ୍ରୀକୁ ରୋଷେଇବାସରେ ବ୍ୟବହାର କରାଯାଉଥିଲା। ଏହାକୁ ଲୋକଙ୍କ ମନରେ ଉଜ୍ଜୀବିତ କରି ରଖିବା ପାଇଁ ଏହାରି ଭିତରେ ମାଠିଆ, ଝୁଣାଦାନୀ, ନାଲିଘୋଡ଼ା, ଆଚାରହାଣ୍ଡି, ମାଟିର ଆଚାର ଜାର, ବିଭିନ୍ନ ରକମର ପାତ୍ରକୁ ଏକାଠି କରି ରଖାଯାଇଛି। ସେହିପରି ଅବଢ଼଼଼ା କୁଡ଼ୁଆକୁ ମଧ୍ୟ ଆକର୍ଷଣୀୟ ଭାବେ ସଜାଯାଇ ରଖାଯାଇଛି।
ରୁପା ତାରକସୀରେ ବୋଇତ
ତାରକସୀ କାମ କାରିଗରମାନଙ୍କ କଳା ନୈପୁଣ୍ୟତାର ନିଦର୍ଶନ। ଆନ୍ତର୍ଜାତୀୟସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ରୁପା ତାରକସୀ କାରୁକାର୍ଯ୍ୟର ନମୁନା ଏହା ଭିତରେ ପ୍ରଦଶିତ ହୋଇଛି। ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ସ୍ମୃତିବହନ କରୁଥିବା ବିଶାଳକାୟ ରୁପା ତାରକସୀରେ ବୋଇତ ଖୁବ୍‌‌ ଆକର୍ଷଣୀୟ ହୋଇଛି। କେବଳ ସେତିକି ନୁହେଁ ରୁପା ତାରକସୀରେ ଅଳଙ୍କାର, ଘରସଜ୍ଜା ସାମଗ୍ରୀ ମଧ୍ୟ ପ୍ରଦର୍ଶିତ ହୋଇଛି।
ପିତ୍ତଳ ହଣ୍ଡା
ଏକଦା ପିତ୍ତଳ ହଣ୍ଡାରେ ଭୋଜିଭାତ କରାଯାଉଥିଲା। କିନ୍ତୁ ଏବେ ଆଉ ସାଧାରଣରେ ସେସବୁ ଦେଖିବାକୁ ମିଳୁନାହିଁ। ତେଣୁ କଳାଭୂମି ପରିସରରେ ଏବେ ପିତ୍ତଳ ହଣ୍ଡା ସବୁ ଦେଖିବାର ସୁଯୋଗ ପାଉଛନ୍ତି ପର୍ଯ୍ୟଟକ। ବହୁ ପ୍ରାଚୀନକାଳର ଏହି ପିତ୍ତଳ ହଣ୍ଡା ସବୁକୁ ନୟାଗଡ଼ ଜିଲ୍ଲା କଣ୍ଟିଲୋରୁ ସଂଗୃହୀତ କରି ରଖାଯାଇଛି। ସମୁଦାୟ ୫ଟି ବିଶାଳକାୟ ହଣ୍ଡା ରହିଛି।
ପୁରୁଣା କଂସାବାସନ
ଓଡ଼ିଶାରେ କଂସା ପିତ୍ତଳ ବାସନ ପ୍ରସ୍ତୁତି କାରିଗରୀର ପରମ୍ପରା ବହୁ ପ୍ରାଚୀନ ଓ ଦିନେ ବହୁଳ ପ୍ରସାରିତ ଥିଲା। କୁନ୍ଦା, ପିଟା, ଢଳେଇ ପ୍ରକ୍ରିୟାରେ ବିଭିନ୍ନ ବାସନକୁସନ ତଥା ସାଜସଜ୍ଜା ଉପକରଣ ପ୍ରସ୍ତୁତ କରିବା ଏକ ବହୁ ପ୍ରସିଦ୍ଧ ପରମ୍ପରା। ଦୈନନ୍ଦିନ ବ୍ୟବହାର କରାଯାଉଥିବା କଂସା, ଥାଳି, ନୋଟା, ହାଣ୍ଡି, ବିଭିନ୍ନ ଡିଜାଇନ୍‌‌ର ପାଣି ଗ୍ଲାସ୍‌‌, ଚା’ କେଟଲୀ, କଳସ ଉପରେ ପଇଡ଼, ପୂଜା ଥାଳି, ଢାଳ ସାଙ୍ଗକୁ ବିବିଧାକୃତି ପାତ୍ରରୁ କଳାଭୂମି ପରିସରରେ ସ୍ଥାନିତ କରାଯାଇଛି। ସେସବୁ ସାମଗ୍ରୀକୁ ବାଳକାଟିରୁ ସଂଗ୍ରହ କରାଯାଇ ପ୍ରତୀକାତ୍ମକ ଭାବେ ରଖାଯାଇଛି।
ନଅ କିସମର ସଣ୍ଢୁଆସୀ
ସଂଗ୍ରହାଳୟ ପରିସରରେ ବିଭିନ୍ନ କଳାକୃତିକୁ ସ୍ଥାନିତ କରାଯାଇଥିବାବେଳେ ଲୌହ ଧାତୁରୁ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ରଖାଯାଇଛି। ସେଥିରେ ପ୍ରାଚୀନ କାଳରେ ରୋଷେଇ ଘରେ ଚୁଲି ମୁଣ୍ଡରେ ବ୍ୟବହାର କରାଯାଉଥିବା ଚିମୁଟା ବା ସଣ୍ଢୁଆସୀକୁ ସଜାଇ ରଖାଯାଇଛି। ଏହି ସଣ୍ଢୁଆସୀଗୁଡ଼ିକୁ ରୋଷେଇ ସମୟରେ ଉପରକରଣ ଭାବେ ବ୍ୟବହାର କରାଯାଉଥିଲା।
ଆକର୍ଷଣରେ ୧୧୧ ଦୀପଗଛ
ବିଶାଳକାୟ ଦୀପ। ସଂଗ୍ରହାଳୟ ପରିସରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ଏହି ୧୧୧ଟିକିଆ ଦୀପ ଦାନି। କେବଳ ସେତିକି ନୁହେଁ ଗାଁ ଗହଳି ହେଉ ଅବା ରାଜା ମହାରାଜାଙ୍କ ପାଖରେ ଥିବା ବହୁ ପୁରାତନ ଦୀପ ସବୁକୁ ନେଇ ଗ୍ୟାଲେରୀ କରାଯାଇଛି। ଏଥିରେ ଢୋକ୍ରା-ପିତ୍ତଳର ଦୀପ ସବୁକୁ ରଖାଯାଇଛି। ଯେଉଁଥିରେ ମହମବତୀ ରଖିବା ଷ୍ଟାଣ୍ଡ୍‌‌, ଦୀପ ଗଛ, ବିଭିନ୍ନ ଆକୃତିର ଶୁଭ ପ୍ରଦୀପ ରହିଛି। ସେହିପରି ପ୍ରଦୀପ ଧାରିଣୀ ବୃନ୍ଦାବତୀ, ମଶାଲ ସାଙ୍ଗକୁ ତେଲ ରଖିବା ପାତ୍ର ସୌନ୍ଦର୍ଯ୍ୟ ବଢାଇବା ସହ ଲୋକଙ୍କୁ ପୁରୁଣାଦିନର ସାଉଁଟା ସ୍ମୃତିକୁ ମନେ ପକାଉଛି। ଏହାସହିତ ପୁରାତନ କାଳରେ ବ୍ୟବହୃତ ବହୁ ଛୋଟରୁ ବଡ଼ ଡିବି ମଧ୍ୟ ଏଥିରେ ରହିଛି।
ସିକି ହସ୍ତଶିଳ୍ପ
ସୁନେଲୀ ଘାସ ବା ଗୋଲଡେନ୍‌‌ ଗ୍ରାସ୍‌‌କୁ କୁହାଯାଏ ସିକି। ସିକିରୁ ପ୍ରସ୍ତୁତ ବିଭିନ୍ନ ଆକାରର ବାକ୍ସ, ଟେବୁଲ ଉପରେ ପଡୁଥିବା ପଟି ବା ଚଟେଇ ପ୍ରଭୃତିକୁ ରଖାଯାଇଛି। ସେହିପରି ପ୍ରାକୃତିକ ପଦାର୍ଥ କଳାକୃତି ମଧ୍ୟରେ ତାଳପତ୍ର ଖୋଦେଇ, ନଡ଼ିଆ କତା ହସ୍ତଶିଳ୍ପ, ଶିଂଘ କାମ, ଗୁଆ କାରିଗରୀ, ଧାନ ହସ୍ତଶିଳ୍ପ, ଶାମୁକା କାରୁକାର୍ଯ୍ୟ ଆଦିକୁ ସଂଗ୍ରହ କରି ରଖାଯାଇଛି।
ପାରମ୍ପରିକ ଚିତ୍ରକଳା ପ୍ରକୋଷ୍ଠ
ଆକର୍ଷଣୀୟ ତଥା ଜୀବନ୍ତ ପରମ୍ପରାଗତ ପଟ୍ଟଚ୍ଚିତ୍ର କଳା। କିନ୍ତୁ ଖୁବ୍‌‌ କମ୍‌‌ ଲୋକ ଜାଣନ୍ତି ଯେ ବହୁ ପ୍ରାଚୀନ ଭିତ୍ତିଚିତ୍ର କଳାର କେନ୍ଦ୍ରସ୍ଥଳ ହେଉଛି ଉଦୟଗିରି ଓ ଖଣ୍ଡଗିରି ଜୈନ ଗୁମ୍ଫାଗୁଡ଼ିକରେ ଦେଖିବାକୁ ମିଳେ। ପୁରୀର ଯାତ୍ରାପଟି, ରଙ୍ଗୀନ ତଥା କଳାଧଳା ପଟ୍ଟଚିତ୍ର, ଖୋଦେଇ ହୋଇଥିବା ତାଳପତ୍ର ପୋଥି, ମୁଖା, କାଠ କଣ୍ଢେଇ, ଖେଳଣା ଇତ୍ୟାଦି ପରିଦର୍ଶକମାନେ ଦେଖିବାକୁ ପାଉଛନ୍ତି। ଚିତ୍ରିତ କାଠ ବାକ୍ସ ତଥା ଚୈତି ଘୋଡ଼ାନାଚରେ ବ୍ୟବହୃତ ହେଉଥିବା ଚିତ୍ରିତ ଘୋଡ଼ାର ସୌନ୍ଦର୍ଯ୍ୟରେ ବିମୁଗ୍ଧ ହେଉଛନ୍ତି ଦର୍ଶକ।
ସୋଲ କଳାକୃତି
ପୁରୀର ସୋଲ କଳାକୃତିକୁ ପ୍ରଦର୍ଶିତ କରାଯାଇଛି। ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶକୁ ସୋଲରେ ତିଆରି କରାଯାଇଛି। ନାଗାର୍ଜୁନ ବେଶ, ବଣଭୋଜି ବେଶ, ପଦ୍ମ ବେଶ, ରାଜରାଜେଶ୍ୱରୀ ବେଶ, ରାଧାଦାମୋଦର ବେଶ ଓ କୃଷ୍ଣ ବଳରାମ ବେଶକୁ ପ୍ରତୀକାତ୍ମକଭାବେ ରଖାଯାଇଛି। ସୋଲ କଳାକୃତିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏଭଳି ପ୍ରତିମୂର୍ତ୍ତି ସବୁକୁ ରଖାଯାଇଛି।
ଅନନ୍ୟ ପଥର ଓ କାଠ ଖୋଦେଇ
ଅଷ୍ଟମ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧର ସାତଶହ ବର୍ଷ ପର୍ଯ୍ୟନ୍ତ ଶାସକ ଥିବା ଶୈଳୋଦ୍ଭବ ରାଜବଂଶ ଦ୍ୱାରା ଓଡ଼ିଶାରେ ମନ୍ଦିର ନିର୍ମାଣ ପରମ୍ପରା ଆରମ୍ଭ ହୋଇଥିଲା। ଏହି ସମୟର ପ୍ରମୁଖ ଉଦାହରଣ ହେଉଛି ଭୁବନେଶ୍ୱରର ପରଶୁରାମେଶ୍ୱର ମନ୍ଦିର। ବିଭିନ୍ନ ମନ୍ଦିରର ଭଗ୍ନାଂଶରେ ମାଳିକୃତି ସ୍ଥାପତ୍ୟକୁ କଳାଭୂମି ପରିସରରେ ପ୍ରଦର୍ଶିତ କରାଯାଇଛି। ଏଥିରେ ମନ୍ଦିର ଭାସ୍କର୍ଯ୍ୟକଳା ସହିତ ସମସାମୟିକ ପ୍ରସ୍ତର ଓ କାଠକଳାର ସାମଗ୍ରୀଗୁଡ଼ିକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି। ତାହାରି ସହିତ ରହିଛି ନିଖୁଣଭାବେ ଖୋଦେଇ ହୋଇଥିବା କଦଳୀ ଗଛ ଓ କାରୁକାର୍ଯ୍ୟ ଭରା କଲମ। ପୁରୁଣାକାଳିଆ କାଠ କବାଟ ଓ ଚୌକୀ ମଧ୍ୟ ବେଶ୍‌‌ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଆଗକାଳରେ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା କାଠର କାରୁକାର୍ଯ୍ୟ ସିନ୍ଦୁକ ସାଜିଛି ଆମ ସଂସ୍କୃତି ଓ ଐତିହ୍ୟର ମୂକସାଖି। ଶାକରପଟା ସବୁକିଛି ଆକର୍ଷଣ ସାଜିଛି। ସେଥିରେ ଗଜସିଂହ ଖଣ୍ଡିତ ମସ୍ତକ ସହିତ ପତ୍ରାକୃତି ସ୍ଥାପତ୍ୟ, ମନ୍ଦିର ଭଗ୍ନାଂଶରେ ଖୋଦିତ ସ୍ଥାପତ୍ୟ, ଧ୍ୟାନମଗ୍ନ ବୁଦ୍ଧଙ୍କ ଭଗ୍ନାବଶେଷ ଆଦିକୁ ସୁସଜ୍ଜିତ କରି ରଖାଯାଇଛି।
ଜନଜାତି ପ୍ରାଙ୍ଗଣ
ରାଜ୍ୟର କୋରାପୁଟ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଥିବା ଜନଜାତିମାନଙ୍କ କଳା ଓ କଳାବସ୍ତୁକୁ ଦେଖିବାର ସୁଯୋଗ ପାଉଛନ୍ତି ପର୍ଯ୍ୟଟକ। ଏଠାରେ ଥିବା ଅସ୍ତ୍ରଶସ୍ତ୍ର, ଗୃହ ଉପକରଣ, ଆଭୂଷଣ ଜନଜାତି କଳା ସଂସ୍କୃତିର କଥା ବଖାଣୁଛି। ବିଶେଷଭାବେ ପର୍ବପର୍ବାଣୀ, ଓଷା ଉପବାସରେ ଜନଜାତିଙ୍କ ବେଶଭୂଷା, ବାଦ୍ୟଯନ୍ତ୍ର ଓ କୃଷି ଉପକରଣକୁ ଏଠାରେ ସ୍ଥାନିତ କରାଯାଇଛି। ସେହିପରି ପରବର୍ତ୍ତୀ ସମୟ ସ୍ରୋତରେ ଓଡ଼ିଶାର ଜନଜାତି ସୋମାନଙ୍କର ଉନ୍ନତ ଓ ବହୁଦର୍ଶୀ କଳାବସ୍ତୁ ପରମ୍ପରାକୁ ଉଜ୍ଜୀବିତ ରଖିପାରିଛନ୍ତି। ଜନଜାତିମାନେ ମଧ୍ୟ ସେମାନଙ୍କର ନିଜସ୍ୱ ତତ୍ତ୍ୱ ଓ ଜ୍ଞାନକୌଶଳ ବ୍ୟବହାର କରି ପ୍ରାକୃତିକ ଉପାଦାନରୁ ବସ୍ତ୍ର ପ୍ରସ୍ତୁତି କରିବାରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି ତାହା ସ୍ପଷ୍ଟଭାବେ ବାରିହୋଇପଡ଼ୁଛି। ଡଙ୍ଗରିଆ କନ୍ଧ ଚାଦର, ସାନ୍ତାଳ ଅସ୍ତ୍ରଶସ୍ତ୍ର ଓ ଗୃହୋପକରଣ, ବଣ୍ଡାଆଭୂଷଣ ଓ ଅଳଙ୍କାର ଏବଂ କୋୟା ସିଙ୍ଗ ଶିରପା ସନ୍ଦର୍ଶନ ରହିଛି।
ହସ୍ତତନ୍ତ ସାମଗ୍ରୀ ପ୍ରସ୍ତୁତି
ଓଡ଼ିଶାର ହସ୍ତତନ୍ତକୁ ବହୁ ପର୍ଯ୍ୟାୟଭୁକ୍ତ କରାଯାଇଥାଏ। ମଠା କୋଷାପୋକ ତଥା କପା ଅମଳ ଠାରୁ ଆରମ୍ଭ କରି ସୂତା ପ୍ରସ୍ତୁତି, ରଙ୍ଗଦେବା ଏବଂ ବାନ୍ଧ ପ୍ରସ୍ତୁତିର କଥା ବଖାଣୁଛି ଏହି ଗ୍ୟାଲେରୀ। ମଠା, ଏଣ୍ଡି, କୋଷା ଏବଂ କପା ପ୍ରସ୍ତୁତ ସୂତା ଦ୍ୱାରା ପ୍ରସ୍ତୁତ ବିଭିନ୍ନ ରଙ୍ଗର ବସ୍ତ୍ର ମଧ୍ୟ ପ୍ରଦର୍ଶିତ କରାଯାଇଛି। ବିଭିନ୍ନ ପ୍ରାକୃତିକ ରଙ୍ଗ ଦିଆଯାଇଥିବା କପଡ଼ାର ବାନ୍ଧ ଓ ପ୍ରାକୃତିକ ରଙ୍ଗ ପାଇଁ ବ୍ୟବହୃତ କଞ୍ଚାମାଲକୁ ମଧ୍ୟ ଦେଖିପାରି ଅନୁଭୂତି ଓ ଅଭିଜ୍ଞତା ସାଉଁଟୁଛନ୍ତି। ଏହାସହିତ ଗୀତଗୋବିନ୍ଦ ପାଟ ଶାଢ଼ି, ଏଣ୍ଡି ଅହିଂସା ପାଟ ଶାଢ଼ିଠାରୁ ଆରମ୍ଭ କରି ଓଡ଼ିଶାର ବାନ୍ଧକଳାର ଅନନ୍ୟ କଳା କାରିଗରୀ ସବୁ ରହିଛି। ଏଠାରେ ହସ୍ତତନ୍ତ ଶାଢ଼ି ପ୍ରେମୀଙ୍କୁ ଏହି ଗ୍ୟାଲେରୀ ଦେଉଛି ଭିନ୍ନ ଏକ ଅନୁଭୂତି। ବରଗଡ଼, ବରପାଲି, ସୋନପୁର, ସମ୍ବଲପୁର ଏବଂ ନୂଆପାଟଣା ଅଞ୍ଚଳର ୧୧୪ଟି ଶାଢ଼ିକୁ ପ୍ରଦର୍ଶିତ କରାଯାଇଛି।
କଳା ଶିଖାଉଛି ‘କଳାଭୂମି’
କେବଳ ଗ୍ୟାଲେରୀ ବୁଲି କଳା ଓ କାରିଗରୀର ସ୍ମୃତିକୁ ନିଜ ହୃଦୟର ମାନସପଟରେ ଚାପି ନ ଧରି ଏହି କଳାକୁ ଶିଖିବାର ସୁଯୋଗ ମଧ୍ୟ ଦେଉଛି କଳାଭୂମି। ସବୁ ବୟସ ଓ ସବୁ ବର୍ଗର ଲୋକେ ଅଭିଜ୍ଞ କାରିଗରମାନଙ୍କଠାରୁ କର୍ମଶାଳା ମାଧ୍ୟମରେ ତାଳପତ୍ର ଖୋଦେଇ, ପଟ୍ଟଚିତ୍ର, ଗଞ୍ଜପାକାର୍ଡ, ଚାନ୍ଦୁଆ କାମ ଓ ଟେରାକୋଟା କାମ ଶିଖିବାର ସୁଯୋଗ ପାଇପାରୁଛନ୍ତି। ଏହାସହିତ ଗ୍ୟାଲେରୀ ଭିତରେ ଏହିସବୁ କଳାକୁ ସିଧାସଳଖ ଦେଖିବା ପର୍ଯ୍ୟଟକ ଦେଖିବା ଓ ଜାଣିବା ପାଇଁ ବହୁ ଶିଳ୍ପୀମାନେ ରୀତିମତ ବସି ନିଖୁଣ କଳାର ନିଦର୍ଶନ ଦେଖାଇଚାଲିଛନ୍ତି।
କାର୍ତ୍ତିକ ପୂର୍ଣ୍ଣିମା ଏକ ପବିତ୍ର ଦିନ। ମାନ୍ୟତା ରହିଛି ଯେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋରରୁ ସ୍ନାନ ଓ ଦାନ କଲେ, ଅଶେଷ ପୁଣ୍ୟଫଳ ଲାଭ ହୋଇଥାଏ। ତେେବ ଏମିତି କିଛି କାର୍ଯ୍ୟ ରହିଛି, ଯାହାକି କାର୍ତ୍ତିକ ପୂର୍ଣ୍ଣିମା ଦିନ କରିବା ଅନୁଚିତ। ଆସନ୍ତୁ ଜାଣିବା, କାର୍ତ୍ତିକ ପୂର୍ଣ୍ଣିମାରେ କ’ଣ କରିବା ଏବଂ କ’ଣ ନ କରିବା ଉଚିତ।
କ’ଣ କରିବେ-:
ଶାସ୍ତ୍ର ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଅନ୍ନ, କ୍ଷୀର, ଫଳ, ଚାଉଳ, ରାଶି ଓ ଅଁଳା ଦାନ ଦେବା ଦ୍ବାରା ପୁଣ୍ୟପ୍ରାପ୍ତି ହୋଇଥାଏ।
କାର୍ତ୍ତିକ ପୂର୍ଣ୍ଣିମାରେ ଗଙ୍ଗା-ଯମୁନା ଆଦି ପବିତ୍ର ନଦୀରେ ସ୍ନାନ କରିବା ଦ୍ବାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ନଦୀରେ ଦୀପଦାନ କରିବା ଆବଶ୍ୟକ। ଏହାଦ୍ବାରା ଦେବଦେବୀ ପ୍ରସନ୍ନ ହେବା ସହ ସବୁ ସମସ୍ୟା ଦୂର ହୋଇଥାଏ। ସୁଖସମୃଦ୍ଧି ବୃଦ୍ଧି ହୁଏ।
ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ତିଥି ଉତ୍ତମ ହୋଇଥାଏ। ତେଣୁ ଏହିଦିନ ମା’ ମହାଲକ୍ଷ୍ମୀ ସ୍ତୁତି ପାଠ କରନ୍ତୁ।
ଏହି ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ସହିତ ଭୂମି ଉପରେ ଶୋଇବା ଉଚିତ।
କାର୍ତ୍ତିକ ପୂର୍ଣ୍ଣିମାରେ ସ୍ନାନ ପରେ ଦାନ ଅବଶ୍ୟ କରନ୍ତୁ। ଦୀପଦାନ ଦ୍ବାରା ରୋଗରୁ ମୁକ୍ତି ମିଳେ।
କାର୍ତ୍ତିକ ପୂର୍ଣ୍ଣିମାରେ ଘରର ମୁଖ୍ୟ ଦ୍ବାରରେ ହଳଦୀ ମିଶ୍ରିତ ଜଳରେ ସ୍ବସ୍ତିକ ଚିହ୍ନ ଆଙ୍କିବା ସହିତ ଆମ୍ବପତ୍ରର ତୋରଣ ଲଗାନ୍ତୁ।
ବୃନ୍ଦାବତୀଙ୍କ ପାଖରେ ଦୀପ ଦେବା ପରେ ତୁଳସୀ ମାଟି ଆଣି ମଥାରେ ଲଗାନ୍ତୁ।
କ’ଣ ନ କରିବେ-:
କାର୍ତ୍ତିକ ପୂର୍ଣ୍ଣିମାରେ କେବେ ମଧ୍ୟ ତାମସିକ ଭୋଜନ କରନ୍ତୁ ନାହିଁ।
ଘରେ କୌଣସି ପ୍ରକାର ଝଗଡ଼ା କରନ୍ତୁ ନାହିଁ।
କାର୍ତ୍ତିକ ପୂର୍ଣ୍ଣିମାରେ ଗରିବ, ଅସହାୟ, ବୟସ୍କମାନଙ୍କୁ କଟୁ ବଚନ କୁହନ୍ତୁ ନାହିଁ ବା କାହାର ଅପମାନ କରନ୍ତୁ ନାହିଁ।