Kartik Purnima - The Sakala
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ସ୍ୱର୍ଣ୍ଣ ଆଭୂଷଣରେ ସଜ୍ଜିତ ହେବା ସହ ରାଜରାଜେଶ୍ୱର ବା ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଶ୍ରୀଜୀଉଙ୍କର ଏହି ବେଶ ଦର୍ଶନ କଲେ ଅଶେଷ ପୂର୍ଣ୍ଣ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ଆଜି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଅଛି । ଜନସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ ରହିଛି ।
ଶ୍ରୀମନ୍ଦିର ଦ୍ୱାର  ଫିଟିବା ପରେ ମଙ୍ଗଳଆଳତି, ମଇଲମ, ଅବକାଶ ଆଦି ନୀତି କରାଯାଇ ମହାପ୍ରଭୁଙ୍କ ସୁନାବେଶ ସମ୍ପନ୍ନ କରାଯାଇଅଛି । ବିବିଧ ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ହରିଡ଼ା ମାଳି, ବାହାଡା ମାଳି, ଶ୍ରୀପୟର, ଶ୍ରୀଭୁଜ, କିରିଟ, କୁଣ୍ଡଳ, ଘାଗଡା ମାଳି, ବାଘ ନଖ ମାଳି, ଆଦି ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ସାଆନ୍ତେଙ୍କ ଦୁର୍ଲଭ ଦର୍ଶନ କରି କୃତାର୍ଥ ହେଉଛନ୍ତି ଭକ୍ତ ।
ଅନ୍ୟପଟେ ଆଜି ଧର୍ମମାସ କାର୍ତ୍ତିକର ଶେଷ ଦିନ । ଆଜିର ଦିନରେ ବୋଇତ ବନ୍ଦାଣ ପରମ୍ପରା ରହିଛି । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି ।
ଆଜି ଚତୁର୍ଦ୍ଧାବିଗ୍ରହଙ୍କ ସୁନାବେଶ
ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ। ବିଭିନ୍ନ ପାଟବସ୍ତ୍ର ଏବଂ ରତ୍ନଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହେବେ। କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ରବିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ ଅନୁଷ୍ଠିତ ହୋଇଛି। ଏହି ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା। ପ୍ରାତଃରେ ଠାକୁରଙ୍କ ଅବକାଶ ନୀତି ପରେ ଏହି ବେଶ କରାଯାଇଥିଲା। ଲକ୍ଷ୍ମୀନୃସିଂହ ବେଶରେ ଠାକୁରମାନେ ସୁବର୍ଣ୍ଣର ଶ୍ରୀଭୂଜ, ଶ୍ରୀପୟର, କୀରିଟ, କୁଣ୍ଡଳ, ଚନ୍ଦ୍ରିକା ଆଦି ଧାରଣ କରିଥିଲେ। ବଡ଼ଠାକୁର ସୁବର୍ଣ୍ଣର ହଳ ମୂଷଳ ଏବଂ ଜଗନ୍ନାଥ ମହାପ୍ରଭୁ ରୂପାର ଶଙ୍ଖ ଏବଂ ସୁବର୍ଣ୍ଣ ଚକ୍ର ଧାରଣ କରିଥିଲେ। ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ଚୂଳରେ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥିଲା। ଏହାସହିତ ସୋଲ ଓ ଜରିରେ ନିର୍ମିତ ବିଭିନ୍ନ ଫୁଲ ଧାରଣ କରିଥିଲେ। ଏହି ବେଶରେ ଠାକୁରମାନେ ପାଟବସ୍ତ୍ରରେ ବିଭୂଷିତ ହେବା ସହିତ ବିଭିନ୍ନ ସୁବାସିତ ପୁଷ୍ପରେ ମଣ୍ଡିତ ହୋଇଥିଲେ।
କାର୍ତ୍ତିକ ପୂର୍ଣ୍ଣିମା ଏକ ପବିତ୍ର ଦିନ। ମାନ୍ୟତା ରହିଛି ଯେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋରରୁ ସ୍ନାନ ଓ ଦାନ କଲେ, ଅଶେଷ ପୁଣ୍ୟଫଳ ଲାଭ ହୋଇଥାଏ। ତେେବ ଏମିତି କିଛି କାର୍ଯ୍ୟ ରହିଛି, ଯାହାକି କାର୍ତ୍ତିକ ପୂର୍ଣ୍ଣିମା ଦିନ କରିବା ଅନୁଚିତ। ଆସନ୍ତୁ ଜାଣିବା, କାର୍ତ୍ତିକ ପୂର୍ଣ୍ଣିମାରେ କ’ଣ କରିବା ଏବଂ କ’ଣ ନ କରିବା ଉଚିତ।
କ’ଣ କରିବେ-:
ଶାସ୍ତ୍ର ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଅନ୍ନ, କ୍ଷୀର, ଫଳ, ଚାଉଳ, ରାଶି ଓ ଅଁଳା ଦାନ ଦେବା ଦ୍ବାରା ପୁଣ୍ୟପ୍ରାପ୍ତି ହୋଇଥାଏ।
କାର୍ତ୍ତିକ ପୂର୍ଣ୍ଣିମାରେ ଗଙ୍ଗା-ଯମୁନା ଆଦି ପବିତ୍ର ନଦୀରେ ସ୍ନାନ କରିବା ଦ୍ବାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ନଦୀରେ ଦୀପଦାନ କରିବା ଆବଶ୍ୟକ। ଏହାଦ୍ବାରା ଦେବଦେବୀ ପ୍ରସନ୍ନ ହେବା ସହ ସବୁ ସମସ୍ୟା ଦୂର ହୋଇଥାଏ। ସୁଖସମୃଦ୍ଧି ବୃଦ୍ଧି ହୁଏ।
ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ତିଥି ଉତ୍ତମ ହୋଇଥାଏ। ତେଣୁ ଏହିଦିନ ମା’ ମହାଲକ୍ଷ୍ମୀ ସ୍ତୁତି ପାଠ କରନ୍ତୁ।
ଏହି ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ସହିତ ଭୂମି ଉପରେ ଶୋଇବା ଉଚିତ।
କାର୍ତ୍ତିକ ପୂର୍ଣ୍ଣିମାରେ ସ୍ନାନ ପରେ ଦାନ ଅବଶ୍ୟ କରନ୍ତୁ। ଦୀପଦାନ ଦ୍ବାରା ରୋଗରୁ ମୁକ୍ତି ମିଳେ।
କାର୍ତ୍ତିକ ପୂର୍ଣ୍ଣିମାରେ ଘରର ମୁଖ୍ୟ ଦ୍ବାରରେ ହଳଦୀ ମିଶ୍ରିତ ଜଳରେ ସ୍ବସ୍ତିକ ଚିହ୍ନ ଆଙ୍କିବା ସହିତ ଆମ୍ବପତ୍ରର ତୋରଣ ଲଗାନ୍ତୁ।
ବୃନ୍ଦାବତୀଙ୍କ ପାଖରେ ଦୀପ ଦେବା ପରେ ତୁଳସୀ ମାଟି ଆଣି ମଥାରେ ଲଗାନ୍ତୁ।
କ’ଣ ନ କରିବେ-:
କାର୍ତ୍ତିକ ପୂର୍ଣ୍ଣିମାରେ କେବେ ମଧ୍ୟ ତାମସିକ ଭୋଜନ କରନ୍ତୁ ନାହିଁ।
ଘରେ କୌଣସି ପ୍ରକାର ଝଗଡ଼ା କରନ୍ତୁ ନାହିଁ।
କାର୍ତ୍ତିକ ପୂର୍ଣ୍ଣିମାରେ ଗରିବ, ଅସହାୟ, ବୟସ୍କମାନଙ୍କୁ କଟୁ ବଚନ କୁହନ୍ତୁ ନାହିଁ ବା କାହାର ଅପମାନ କରନ୍ତୁ ନାହିଁ।