West Bengal election - The Sakala

ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ
ନୂଆଦିଲ୍ଲୀ: ତାମିଲନାଡୁ ଏବଂ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି। ତେବେ ପଶ୍ଚିମବଙ୍ଗରେ ମତଦାନ ବେଳେ କିଛି ସ୍ଥାନରେ ହିଂସା ଏବଂ ଇଭିଏମ୍ (EVM) ଖରାପ ହେବା ଭଳି ଘଟଣା ସାମ୍ନାକୁ ଆସିଛି। ମୋଥାବାଡ଼ିର ଏକ ବୁଥରେ ଇଭିଏମ୍ ଅଚଳ ହେବା କାରଣରୁ ମତଦାନ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।

ପଶ୍ଚିମବଙ୍ଗରେ ମତଦାନ ବେଳେ ଏକାଧିକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଶୀତଲକୁଚିଠାରେ ଜଣେ ବିଜେପି କିଷାନ ମୋର୍ଚ୍ଚା ନେତା ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ସେହିପରି ନଓଦାରେ ଟିଏମସି (TMC) ପ୍ରାର୍ଥୀ ସାହିନା ମୁମତାଜ ଅଭିଯୋଗ କରିଛନ୍ତି ଯେ ତାଙ୍କ ଉପରେ ଆମ ଜନତା ଉନ୍ନୟନ ପାର୍ଟିର ସମର୍ଥକମାନେ ଆକ୍ରମଣ କରିଛନ୍ତି, ଯଦିଓ ଏହି ଅଭିଯୋଗକୁ ଦଳର ନେତା ହୁମାୟୁନ କବୀର ଖଣ୍ଡନ କରିଛନ୍ତି। ନିର୍ବାଚନ ପୂର୍ବରୁ ବୁଧବାର ରାତିରେ ମଧ୍ୟ ସିପିଆଇ(ଏମ୍) ଏବଂ ଟିଏମସି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ବ୍ୟକ୍ତି ଆହତ ହୋଇଥିଲେ।

ପଶ୍ଚିମବଙ୍ଗରେ ମୁଖ୍ୟ ଲଢ଼େଇ କ୍ଷମତାସୀନ ତୃଣମୂଳ କଂଗ୍ରେସ (TMC) ଏବଂ ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି (BJP) ମଧ୍ୟରେ ହେଉଛି। ଏହା ବ୍ୟତୀତ ବାମଫ୍ରଣ୍ଟ (ପ୍ରାୟ ୨୨୪ଟି ଆସନରେ ଲଢୁଛି) ଏବଂ ଜାତୀୟ କଂଗ୍ରେସ (INC) ମଧ୍ୟ ନିର୍ବାଚନ ମୈଦାନରେ ଅଛନ୍ତି। ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ ତାରିଖରେ ଅବଶିଷ୍ଟ ୧୪୨ଟି ଆସନ ପାଇଁ ଅନୁଷ୍ଠିତ ହେବ।

ତାମିଲନାଡୁରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ (DMK) ମେଣ୍ଟ ଏବଂ ଏଆଇଏଡିଏମକେ (AIADMK) ନେତୃତ୍ୱାଧୀନ ଏନଡିଏ (NDA) ମଧ୍ୟରେ ହେଉଛି। ଏନଡିଏ ମେଣ୍ଟରେ ଥିବା ଏଆଇଏଡିଏମକେ ୧୬୯ଟି ଆସନରେ ଲଢୁଥିବା ବେଳେ ବିଜେପି ୨୭ଟି ଏବଂ ପିଏମକେ ୧୮ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି। ଅନ୍ୟପକ୍ଷରେ ଅଭିନେତା ବିଜୟଙ୍କ ନୂଆ ଦଳ ତାମିଲଗା ଭେଟ୍ରି କାଜଗମ୍ (TVK) ସମସ୍ତ ୨୩୪ଟି ଆସନରେ ଏକାକୀ ନିର୍ବାଚନ ଲଢୁଛି। ନିର୍ବାଚନରେ ଏହି ନୂଆ ଦଳ ଏକ ବଡ଼ ଭୂମିକା ଗ୍ରହଣ କରିପାରେ ବୋଲି ଆଶା କରାଯାଉଛି। ଉଭୟ ରାଜ୍ୟର ନିର୍ବାଚନ ଫଳାଫଳ ଆସନ୍ତା ମେ' ୪ ତାରିଖରେ ଘୋଷଣା କରାଯିବ।

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମୃତ
କୋଲକାତା: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯାୟ ପାଇଁ ମତଦାନ ଜାରି ରହିଛି । ଏହା ମଧ୍ୟରେ କୁଚବିହାରର ସିତାଲକୁଚୀରେ ବିଜେପି ଓ ଟିଏମସି କାର୍ଯ୍ଯକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ବୁଥ୍ ନମ୍ବର ୨୮୫ରେ ଥିବା ମତଦାନ କେନ୍ଦ୍ର ବାହାରେ ବ୍ୟାପକ ହିଂସା ସମେତ ବୋମାମାଡ ଓ ଗୁଳିକାଣ୍ଡ ଘଟିଛି । ଏଥିରେ ୪ଜଣଙ୍କ ମୃତ୍ଯୁ ଘଟିଥିବା  ଜଣାପଡିଛି । ମୃତକ ୪ ଜଣ ହେଲେ ଳିକାଣ୍ଡରେ ହମିଦୁଲ ହକ, ମନିରୁଲ୍ ହକମ୍ ସମିୟୁଲ ଓ ଅଜମଦ ହୁସେନ।

ସ୍ଥାନୀୟ ପୁଲିସ ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଫୋର୍ସ ତରଫରୁ ଫାୟାରିଂ ହୋଇଥିଲା । ଏଥିରେ କୁଚବିହାରର ୪ ଜଣ ପ୍ରାଣ ହରାଇଛନ୍ତି । ସକାଳ ୧୦ଟାରେ ଏହି ଘଟଣା ଘଟିଥିଲା । କୁଇକ ରେସ୍‌ପନ୍ସ ଟିମ୍‌ (କ୍ୟୁଆରଟି) ମତଦାନ କେନ୍ଦ୍ର ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଛି। ଫଳରେ ସୁରକ୍ଷାକର୍ମୀଙ୍କୁ ଗୁଳିଚାଳନା କରିବାକୁ ପଡ଼ିଛି, ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି।

କୁହାଯାଉଛି ଯେ, ଉପଦ୍ରବକାରୀମାନେ ଯବାନଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ । ଏହାପରେ ସୁରକ୍ଷାକର୍ମୀମାନେ ୫ ରାଉଣ୍ଡ ଗୁଳି ଚଳାଇଥିଲେ । ଏଥିରେ ୪ଜଣଙ୍କ ଜୀବନ ଯାଇଛି ।

ନିର୍ବାଚନ ଆୟୋଗ ଘଟଣାକୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ୧ ଘଣ୍ଟା ମଧ୍ୟରେ ରିପୋର୍ଟ ମାଗିଛନ୍ତି ।

ପଶ୍ଚିମବଙ୍ଗରେ ଆରମ୍ଭ ହେଲା ପୋଷ୍ଟାଲ ଭୋଟ୍, ପ୍ରଥମ ମତଦାତା ଝରିଗ୍ରାମର ବାସନ୍ତୀ
କଲକାତା: ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ଯାୟରେ ମତଦନ ଆରମ୍ଭ ହେବାକୁ ଯାଉଛି। ଯାହା ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ। ନିର୍ବାଚନର ୯ ଦିନ ପୂର୍ବରୁ ଝରିଗ୍ରାମର ୮୦ ବର୍ଷିୟା ବୃଦ୍ଧା ବାସନ୍ତୀ ପ୍ରଥମ ଭୋଟ୍ ଦେଇଛନ୍ତି।

ସୂଚନା ଅନୁଯାୟୀ, , ଝରିଗ୍ରାମର ୮୨ ବର୍ଷିୟା ବୃଦ୍ଧା ବାସନ୍ତୀ ଭୋଟ୍ ଦେଇଛନ୍ତି। ବାସନ୍ତୀଙ୍କ ବ୍ୟତୀତ ସମାନ ୱାର୍ଡର ଅନ୍ୟ ୬ଜଣ ମତଦାନ କରିଛନ୍ତି। ସମସ୍ତ ମତଦାତାଙ୍କ ବୟସ ୮୦ ବର୍ଷରୁ ଅଧିକ ରହିଛି।

ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ଯାୟରେ ଝରିଗ୍ରାମ ଜିଲ୍ଲାର ଚାରୋଟି ବିଧାନସଭା ଆସନରେ ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ ନିର୍ବାଚନ ଆୟୋଗର ୮୬ ଟି ଟିମ୍ ଆସନ୍ତା ଏକ ସପ୍ତାହ ପାଇଁ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ଘରକୁଘର ଯାଇ ମତଦାନ ଗ୍ରହଣ କରିବେ।

ଝରିଗ୍ରାମ ଜିଲ୍ଲାରେ ପ୍ରାୟ ୫୭୧୫ ଭୋଟର ଅଛନ୍ତି ଯେଉଁମାନେ ଏହି ସୁବିଧା ପାଇଁ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ବେଙ୍ଗଲରେ ସମୁଦାୟ ଆଠଟି ପର୍ଯ୍ଯାୟରେ ସମସ୍ତ ୨୯୪ଟି ଆସନରେ ଭୋଟିଂ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ଯାୟ ପାଇଁ ଭୋଟ୍ ଦିଆଯିବ। ଶେଷ ପର୍ଯ୍ଯାୟରେ ଏପ୍ରିଲ୍ ୨୯ରେ ଭୋଟ୍ ଗ୍ରହଣ ହେବ। ମେ ୨ରେ ଭୋଟ୍ ଗଣାଯିବ ଏବଂ ଫଳାଫଳ ଘୋଷଣା କରାଯିବ।