Free Civil Services Coaching in odisha - The Sakala

ପୁଣି ଆରମ୍ଭ ହେବ ମାଗଣା ସିଭିଲ ସର୍ଭିସ୍‌‌ କୋଚିଂ, ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବେ ମେଧାବୀ
ଭୁବନେଶ୍ୱର : ପ୍ରଶାସନିକ ସେବାରେ ଓଡ଼ିଆଙ୍କ ସଫଳତା ହାର ବୃଦ୍ଧି ପାଇଁ ରାଜ୍ୟ ସରକାର ପୁନଶ୍ଚ ସିଭିଲ ସର୍ଭିସ କୋଚିଂ ଯୋଜନା ଆରମ୍ଭ କରିବେ। ପୂର୍ବ ଭଳି ଆର୍ଥିକ ଅନଗ୍ରସର ବର୍ଗର ମେଧାବୀ ପିଲାଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯିବ। ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ମେଧାବୀଙ୍କୁ ଏହି ଯୋଜନାରେ ପ୍ରଶିକ୍ଷଣ ଦିଆଯିବ। ତେବେ ଚଳିତ ଥର ପ୍ରବେଶିକା ଭିତ୍ତିରେ ପିଲାଙ୍କୁ ମାଗଣା କୋଚିଂ ପାଇଁ ଚୟନ କରାଯିବା ନେଇ ବିଭାଗ ସ୍ତରରେ ଯୋଜନା ପ୍ରସ୍ତୁତ ହୋଇଛି।

ଗରିବ ଓ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ନ ଥିବା ମେଧାବୀ ପିଲାଙ୍କୁ ମାଗଣାରେ ସିଭିଲ ସର୍ଭିସ କୋଚିଂ ଦେବା ଲାଗି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପୁଣି ଥରେ ଅଣ୍ଟା ଭିଡିଛନ୍ତି। ଏନେଇ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମତି ମଗାଯିବା ସହ ନୂଆ ଢଙ୍ଗରେ ସିଭିଲ ର୍ସଭିସ କୋଚିଂ ପ୍ରଦାନ କିପରି କରାଯିବା ନେଇ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାର ୨୦୧୯ ମସିହାରେ ମାଗଣା ସିଭିଲ ସର୍ଭିସ କୋଚିଂ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ସ୍ତରରେ ଆରମ୍ଭ କରିଥିବାବେଳେ ଘରୋଇ ସଂସ୍ଥାକୁ କୋଚିଂ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ମାତ୍ର ଏହି ଯୋଜନା ସପଳ ହୋଇ ପାରି ନଥିଲା। ଜଣେ ବି ଛାତ୍ରଛାତ୍ରୀ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାର ପ୍ରିଲିମ୍‌‌ ଉତ୍ତୀର୍ଣ୍ଣ କରି ନ ଥିଲେ। କୋଚିଂ ପରେ ବି ପିଲାଙ୍କ ପ୍ରଦର୍ଶନ ଭଲ ନ ରହିବା କାରଣରୁ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସମ୍ପୁର୍ଣ୍ଣଭାବେ ବନ୍ଦ କରାଯାଇଥିଲା।

ତେବେ ଏହାକୁ ଏବେ ନୂଆ ଢଙ୍ଗରେ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରିଛି। ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସ୍କ୍ରିନିଂ କମିଟି ଗଠନ କରାଯାଇ ଉକ୍ତ କମିଟିର କଠୋରମାନଦଣ୍ଡ ପୂରଣ କରିପାରୁଥିବା ଏକ ପ୍ରତିଷ୍ଠିତ ସଂସ୍ଥାକୁ କୋଚିଂ ଦାୟିତ୍ୱ ପ୍ରଦାନ କରାଯିବ। ପ୍ରଥମେଚକୋଚିଂ ଲାଗି ଶହେ ଜଣ ପିଲାଙ୍କୁ ଚୟନ କରାଯିବ। ଏହି ଚୟନ ପ୍ରକ୍ରିୟା ମଧ୍ୟ କଠୋର ହେବ। ତେବେ ମାଗଣା କୋଚିଂ ଲାଗି ଆଶାୟୀଙ୍କ ଅଭିଭାବକଙ୍କ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ କମ୍‌‌ ଆୟ ହୋଇଥିବା ଆବଶ୍ୟକ ଥିବାବେଳେ ମାଗଣା କୋଚିଂ ଲାଗି ଚୟନ ହେବାକୁ ଥିବା ପିଲାମାନେ କୋଚିଂ ନେବା ଦିନଠାରୁ ୨ ବର୍ଷ ପର୍ଯ୍ୟନ୍ତ ମାଗଣାରେ ପାଠ ପଢ଼ିବେ।

ତେବେ ଯେଉଁମାନେ ପ୍ରିଲିମ ପରୀକ୍ଷାରେ ସଫଳ ହେବେ ସେମାନଙ୍କୁ ମେନ୍‌‌ ଓ ସାକ୍ଷାତକାର ପରୀକ୍ଷା ଲାଗି ରାଜ୍ୟ ସରକାରଙ୍କ ଅନୁଦାନରେ ପ୍ରଶିକ୍ଷଣ ନେବେ। ସେହିପରି ଯେଉଁମାନେ ବିଫଳ ହେବେ ସେମାନଙ୍କୁ ଅତିରିକ୍ତ ୧ବର୍ଷ ପାଇଁ ପୁଣି ଥରେ କୋଚିଂ ନେବା ଲାଗି ସୁଯୋଗ ଦିଆଯିବ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କୋଚିଂ ଲାଗି ସମସ୍ତ ଆର୍ଥ ରାଶି ବହନ କରିବାକୁ ଥିବାବେଳେ ଏନେଇ ସବିଶେଷ ମାର୍ଗଦର୍ଶିକା ଖୁବଶିଘ୍ର ପ୍ରକାଶ ପାଇବ। ଆସନ୍ତା ସପ୍ତାହରେ ମଧ୍ୟ ଉଚ୍ଚଶିକ୍ଷା ବିଭାଗର ଏକ ଉଚ୍ଚ ସ୍ତରୀୟ ବୈଠକ ଏ ସଂକ୍ରାନ୍ତରେ ଅନୁଷ୍ଠିତ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।