Raahgiri - The Sakala

ଖୁବଶୀଘ୍ର ପୁଣି ରାଜଧାନୀଙ୍କୁ ଫେରିବ ରାହାଗିରି
ଭୁବନେଶ୍ୱର: ଭୁବନେଶ୍ୱରରୁ ଖୁବଶୀଘ୍ର ପୁଣି ଫେରିବ ରାହାଗିରି ଓ ସିଟି ଫେଷ୍ଟ ଭଳି ମନୋରଞ୍ଜନ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ। କୋଭିଡ ପୂର୍ବରୁ ଏଭଳି କାର୍ଯ୍ୟକ୍ରମ ଲୋକଙ୍କ ଦ୍ୱାରା ବେଶ ଆଦୃତ ହୋଇପାରିଥିଲା। ଏନେଇ ବିଏମସି କର୍ପୋରେସନ ବୈଠକରେ ବିଧିବଦ୍ଧ ଆଲୋଚନା କରାଯିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗକୁ ବିଶ୍ୱକପ ହକି। ଏଥିପାଇଁ ମଧ୍ୟ ସହରର ପରିମଳ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟତଃ ରାସ୍ତା ମଝିର ମେଡିଆନ, ରାସ୍ତାର ଉଭୟ ପାର୍ଶ୍ବର ପ୍ରାଚୀରର ସୌନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦିଆଯାଉଛି। ସବୁ ପ୍ରାଚୀରରେ କିଭଳି ରଙ୍ଗୀନ ଚିତ୍ରରେ ଚିତ୍ରିତ କରାଯିବ ଏଥିପାଇଁ ରାଜଧାନିବାସୀଙ୍କ ମତାମତ ସଂଗ୍ରହ କରାଯାଉଛି। ରାସ୍ତାର ଉଭୟ ପାର୍ଶ୍ବର କାନ୍ଥକୁ ଚିତ୍ରିତ କରିବାକୁ ଅଭିଜ୍ଞ ତଥା କୁଶଳୀ ଚିତ୍ରଶିଳ୍ପୀଙ୍କୁ ନିୟୋଜିତ କରାଯାଇଛି। ସେହିଭଳି ବିଶ୍ୱକପ ସମୟରେ ଲୋକଙ୍କ ଭିଡ଼ ସମ୍ଭାବନା ଥିବାରୁ ପରିମଳ ବ୍ୟବସ୍ଥା ପାଇଁ ଅଧିକ ସଂଖ୍ୟାରେ ଇ ଟଏଲେଟ ଓ ପବ୍ଲିକ ଟଏଲେଟ ନିର୍ମାଣ ଓ ମରାମତି କରାଯାଉଛି। ଯଦ୍ୱାରା ଯେମିତି କେହି ରାସ୍ତାକଡ଼ରେ ପରିସ୍ରା କିମ୍ବା ମଳତ୍ୟାଗ ନ କରନ୍ତି ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଥିବା କହିଛନ୍ତି ଭୁବନେଶ୍ୱର ମେୟର।