India vs Zimbabwe - The Sakala

ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଅଧିନାୟକ ଶ୍ରେୟସ ଆୟରଙ୍କ ବଡ଼ ବୟାନ, ଦଳକୁ ଦେଲେ 'ନିର୍ଭୀକ' ମନ୍ତ୍ର
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଶ୍ରେୟସ ଆୟର ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପୂର୍ବରୁ ଖେଳାଳିମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ସମ୍ପ୍ରତି ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ, ଦଳ ଉପରେ ଏବେ ବିଜୟର ଚାପ ରହିଛି। ତେବେ ଏହି ସମୟରେ ଅଧିନାୟକ ଆୟର ଯୁବ ଖେଳାଳିମାନଙ୍କୁ 'ନିର୍ଭୀକ କ୍ରିକେଟ୍' ଖେଳିବାକୁ ପରାମର୍ଶ ଦେଇଛନ୍ତି। ଜୁଲାଇ ୨୩ ତାରିଖରୁ ହରାରେ ସ୍ପୋର୍ଟସ୍ କ୍ଲବ୍‌ରେ ଏହି ସିରିଜ୍ ଆରମ୍ଭ ହେବାକୁ ଯାଉଛି।

ବିଫଳତାକୁ ନ ଡରି ଖେଳିବାକୁ ପରାମର୍ଶ

ଅଧିନାୟକ ଭାବରେ ନିଜର ପ୍ରଥମ ସିରିଜ୍ ବିଜୟ ଖୋଜୁଥିବା ଆୟର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଖେଳାଳିମାନେ ବିଫଳତାକୁ ଭୟ କରିବା ଉଚିତ୍ ନୁହେଁ। "ଯେତେବେଳେ ଆପଣଙ୍କ ମନରେ ବିଫଳତାର ଭୟ ଥାଏ, ସେତେବେଳେ ଆପଣ କେବଳ ନିଜକୁ ବଞ୍ଚାଇବା ପାଇଁ ଖେଳିଥାଆନ୍ତି। କିନ୍ତୁ ଯେତେବେଳେ ଏହି ଭୟ ନଥାଏ, ସେତେବେଳେ ଜଣେ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରେ," ବୋଲି ଶ୍ରେୟସ ଆୟର ସ୍ପଷ୍ଟ କରିଛନ୍ତି। ବାହାରର ସମାଲୋଚନା ପ୍ରତି ଧ୍ୟାନ ନଦେଇ ବର୍ତ୍ତମାନ ଉପରେ ଫୋକସ୍ କରିବାକୁ ସେ ଯୁବ ଖେଳାଳିମାନଙ୍କୁ ଉପଦେଶ ଦେଇଛନ୍ତି।

ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ନଜର

ଏହି ସିରିଜ୍‌ରେ ୧୫ ବର୍ଷୀୟ ଯୁବ ସେନ୍‌ସେସନ୍ ବୈଭବ ସୂର୍ଯ୍ୟବଂଶୀ ଏବଂ ଷ୍ଟାର୍ ବ୍ୟାଟର୍ ଅଭିଷେକ ଶର୍ମା ଇନିଂସ୍ ଓପନ୍ କରିବାର ସମ୍ଭାବନା ରହିଛି। ଗତ ଇଂଲଣ୍ଡ ଗସ୍ତରେ ବୈଭବ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ ମଧ୍ୟ, ହରାରେ ଗ୍ରାଉଣ୍ଡରେ ତାଙ୍କର ପୂର୍ବ ରେକର୍ଡ ବେଶ୍ ଭଲ ରହିଛି। ଚଳିତ ବର୍ଷ ଅନୁଷ୍ଠିତ ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲ୍‌ରେ ଏହି ଗ୍ରାଉଣ୍ଡ୍‌ରେ ସେ ମାତ୍ର ୮୦ ବଲ୍‌ରୁ ୧୭୫ ରନ୍‌ର ଏକ ବିସ୍ଫୋରକ ଇନିଂସ୍ ଖେଳିଥିଲେ। ଅଧିନାୟକ ଆୟର ମଧ୍ୟ ବୈଭବଙ୍କ ଉପରେ ନିଜର ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି।

ଫେରିବାର ବଡ଼ ସୁଯୋଗ

ଅନ୍ତରୀଣ କୋଚ୍ ଭିଭିଏସ୍ ଲକ୍ଷ୍ମଣଙ୍କ ମାର୍ଗଦର୍ଶନରେ ଭାରତୀୟ ଦଳ ଏହି ସିରିଜ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଆୟର୍ଲାଣ୍ଡ ବିପକ୍ଷରେ ୨-୦ ଏବଂ ଇଂଲଣ୍ଡ ବିପକ୍ଷରେ ୪-୦ ରେ ସିରିଜ୍ ହାରିବା ପରେ ଏହି ସିରିଜ୍ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଅନ୍ୟପକ୍ଷରେ ସିକନ୍ଦର ରାଜାଙ୍କ ନେତୃତ୍ୱାଧୀନ ଜିମ୍ବାୱେ ଦଳ ମଧ୍ୟ ନିଜ ଘରୋଇ ପରିବେଶରେ ଭାରତକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ରହିଛି।

ଟି-୨୦ ବିଶ୍ୱକପ୍‌ ସୁପର୍‌-୮ ଲଢେ଼ଇ: ଆଜି ଭାରତ-ଜିମ୍ବାୱେ ମହାମୁକାବିଲା, ଟିମ୍ ଇଣ୍ଡିଆ ପାଇଁ 'କର ବା ମର' ସ୍ଥିତି
ଚେନ୍ନଇ: ଆଜି ଭାରତ-ଜିମ୍ବାୱେ ମହାଲଢ଼େଇ । ଚଳିତ ଆଇସିସି ଟି-୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଜି ଜିମ୍ବାୱେକୁ ଭେଟିବ ଆୟୋଜକ ଭାରତ। ସ୍ଥାନୀୟ ଏମ୍‌ ଚିଦାମ୍ବରମ ଷ୍ଟାଡିୟମରେ ରାତି ୭ଟାରେ ଗ୍ରୁପ୍‌-୧’ର ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେବ। ଭାରତ ଜିତିଲେ ସେମିଫାଇନାଲ ଆଶା ନ ହେଲେ ବିଦା । ଉଭୟ ଭାରତ ଓ ଜିମ୍ବାୱେ ସୁପର୍‌-୮ ପର୍ଯ୍ୟାୟରେ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜୟବରଣ କରିଛନ୍ତି। ଭାରତ ୭୬ ରନର ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିଲା। ସେହିଭଳି ଜିମ୍ବାୱେ ମଧ୍ୟ ୧୦୭ ରନରେ ୱେଷ୍ଟଇଣ୍ଡିଜ ନିକଟରୁ ଶୋଚନୀୟ ପରାଜୟବରଣ କରିଥିଲା। ତେଣୁ ସେମିଫାଇନାଲ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଉଭୟ ଦଳକୁ ଏହି ମ୍ୟାଚରେ ଜିତିବା ନିହାତି ଜରୁରୀ ହୋଇପଡ଼ିଛି।

ଟାଇଟଲ୍‌ ବଜାୟ ରଖିବାକୁ ହେଲେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଡିଫେଣ୍ଡିଂ ଚାମ୍ପିଅନ ଭାରତକୁ ଏହି ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟ ଆବଶ୍ୟକ ହେଉଛି। ଗ୍ରୁପ ପର୍ଯ୍ୟାୟରେ ଭାରତ ଯେଉଁଭଳି ଦମ୍‌ଦାର ପ୍ରଦର୍ଶନ କରିଥିଲା ସୁପର-୮’ରେ କିନ୍ତୁ ସମ୍ପୂର୍ଣ୍ଣ ନିରାଶ କରିଥିଲା। ବିଶେଷ କରି ଭାରତୀୟ ବ୍ୟାଟରମାନେ ଗତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବୋଲିଂ ବାହିନୀ ଆଗରେ ଆତ୍ମସମର୍ପଣ କରିଥିଲେ। ଇନଫର୍ମ ଇଶାନ କିଶାନଙ୍କଠାରୁ ଆରମ୍ଭ କରି ଅଭିଷେକ ଶର୍ମା, ତିଲକ ବର୍ମା, ଅଧିନାୟକ ସୂର୍ଯ୍ୟକୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର କେହି ମଧ୍ୟ ବଡ଼ ସ୍କୋର କରିପାରି ନ ଥିଲେ। କ୍ରମାଗତ ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରି ଆସୁଥିବା ଅଭିଷେକଙ୍କୁ ଜିମ୍ବାୱେ ବିପକ୍ଷ ମ୍ୟାଚରେ ବେଞ୍ଚରେ ବସିବାକୁ ପଡ଼ିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ତାଙ୍କ ସ୍ଥାନରେ ଇଶାନ କିଶାନଙ୍କ ସହ ଅଭିଜ୍ଞ ୱିକେଟ୍‌କିପର ବ୍ୟାଟର୍‌ ସଞ୍ଜୁ ସାମସନ ଇନିଂସ ଓପନ୍‌ କରିବାର ସମ୍ଭାବନା ରହିଛି। ସେହିଭଳି କ୍ରମାଗତ ୨ଟି ମ୍ୟାଚରେ ବାହାରେ ବସିଥିବା ଉପ-ଅଧିନାୟକ ଅକ୍ଷର ପଟେଲଙ୍କୁ ମଧ୍ୟ ଏହି ମ୍ୟାଚରେ ସୁଯୋଗ ମିଳିପାରେ। ଅକ୍ଷରଙ୍କୁ ସୁଯୋଗ ନ ଦେବାକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟର ନିଷ୍ପତ୍ତିକୁ ଅନେକ ପୂର୍ବତନ କ୍ରିକେଟର କଡ଼ା ନିନ୍ଦା କରିଥିଲେ। ତେଣୁ ଅକ୍ଷର ଚୂଡ଼ାନ୍ତ ଏକାଦଶରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ନେଟ୍‌ ରନରେଟ୍‌ରେ ବିଯୁକ୍ତ (-୩.୮୦୦) ପଏଣ୍ଟରେ ଥିବାରୁ ଜିମ୍ବାୱେ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ଏଥିରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି।

ଅପରପକ୍ଷରେ ଗ୍ରୁପ୍‌ ପର୍ଯ୍ୟାୟରେ ଦୁଇ ପୂର୍ବ ବିଜେତା ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ହରାଇ ବିପର୍ଯ୍ୟୟ ଘଟାଇଥିବା ଜିମ୍ବାୱେ ସୁପର୍‌-୮ରେ ମଧ୍ୟ ଏହି ଧାରାକୁ ଫେରିବା ଲକ୍ଷ୍ୟରେ ରହିଛି। ସିକନ୍ଦର ରାଜା, ବ୍ଲେସିଂ ମୁଜରବାନି, ବ୍ରାଏନ ବେନେଟ୍ଟ, ବ୍ରାଡ୍‌ ଇଭାନ୍ସଙ୍କ ପରି ଦକ୍ଷ ଖେଳାଳିଙ୍କୁ ନେଇ ଗଠିତ ଜିମ୍ବାୱେ ପୁଣି ଏକ ବଡ଼ ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ବିଶ୍ୱକପରୁ ବିଦା ହେଲା ଅଷ୍ଟ୍ରେଲିଆ, ସୁପର-୮ରେ ପହଞ୍ଚିଲା ଜିମ୍ବାୱେ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୬ରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବିଶ୍ୱ କ୍ରିକେଟ ପାଇଁ ଏକ ଐତିହାସିକ ଘଟଣାକ୍ରମରେ ଜିମ୍ବାୱେ ସୁପର-୮ ପର୍ଯ୍ୟାୟରେ ନିଜର ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ, ୨୦୨୧ର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଗ୍ରୁପ୍ ପର୍ଯ୍ୟାୟରୁ ହିଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି। ପାଲେକେଲରେ ଜିମ୍ବାୱେ ଏବଂ ଆୟର୍ଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବା ପରେ ଅଷ୍ଟ୍ରେଲିଆର ସୁପର-୮ ଆଶା ଧୂଳିସାତ ହୋଇଯାଇଛି।

ପାଲେକେଲରେ ପାଣିପାଗ ପୂର୍ବାନୁମାନ ଅନୁଯାୟୀ ପ୍ରବଳ ବର୍ଷା ହୋଇଥିଲା। ଲଗାତାର ବର୍ଷା କାରଣରୁ ଟସ୍ ମଧ୍ୟ ପଡ଼ିପାରି ନଥିଲା। ସ୍ଥାନୀୟ ସମୟ ସନ୍ଧ୍ୟା ୫:୩୦ରେ ଅମ୍ପାୟାର ଏବଂ ଗ୍ରାଉଣ୍ଡ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ପରେ ମ୍ୟାଚକୁ ରଦ୍ଦ ଘୋଷଣା କରାଯାଇଥିଲା। ଫଳରେ ଉଭୟ ଜିମ୍ବାୱେ ଏବଂ ଆୟର୍ଲ୍ୟାଣ୍ଡକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିଲା। ଏହି ଗୋଟିଏ ପଏଣ୍ଟ ସହ ଜିମ୍ବାୱେ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସପ୍ତମ ଦଳ ପାଲଟିଛି।

ଜିମ୍ବାୱେର ଯୋଗ୍ୟତା ଅର୍ଜନ ସହ ସୁପର-୮ର ଗ୍ରୁପ୍-୧ ଚୂଡାନ୍ତ ହୋଇଛି। ଏହି ଗ୍ରୁପରେ ଭାରତ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ ସାମିଲ ଅଛନ୍ତି। ଏହି ଗ୍ରୁପର ସମସ୍ତ ମ୍ୟାଚ୍ ଭାରତର ବିଭିନ୍ନ ଷ୍ଟାଡିୟମରେ ଖେଳାଯିବ। ଅନ୍ୟପକ୍ଷରେ ଗ୍ରୁପ୍-୨ରେ ଶ୍ରୀଲଙ୍କା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ କିମ୍ବା ଆମେରିକା ମଧ୍ୟରୁ ଗୋଟିଏ ଦଳ ରହିବେ।

ଟି-୨୦ ବିଶ୍ୱକପ୍‌: ଶେଷ ଲିଗ୍ ମ୍ୟାଚରେ ଜିମ୍ବାୱେକୁ ସହଜରେ ପରାସ୍ତକଲା ଭାରତ
ମେଲବର୍ଣ୍ଣ: ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଶେଷ ଲିଗ୍‌ ମ୍ୟାଚ୍‌ ଭାରତ ଓ ଜିମ୍ବାୱେ ମଧ୍ୟରେ ମେଲବର୍ଣ୍ଣ ଖେଳାଯାଇଥିଲା। ଆଜିର ମ୍ୟାଚରେ ସହଜରେ ଜିମ୍ବାୱେକୁ ପରାସ୍ତ କରିଛି ଭାରତ। ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା । ଏହି ମ୍ୟାଚକୁ ଜିମ୍ବାୱେକୁ ଜିତିବାକୁ ହେଲେ ୧୮୭ ରନର ଆବଶ୍ୟକତା ଥିଲା। ହେଲେ ଜିମ୍ବାୱେ ୧୭.୨ ଓଭରରେ ସମସ୍ତ ୱିକେଟ ହରାଇ ୧୧୫ ରନ କରିଥିଲା । ଫଳରେ ଭାରତ ୭୧ ରନରେ ମ୍ୟାଚକୁ ସହଜରେ ଜିତି ନେଇଛି।

ଜିମ୍ବାୱେ ଦଳ ପକ୍ଷରୁ ୱେସଲି ମାଧଭେରେ ଖାତା ଖୋଲି ପାରି ନ ଥିଲେ। ଆଧିନାୟକ କ୍ରେଗ ଏରିଭିନ୍‌ ୧୫ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ରେଗିସ ଚକଭା ମଧ୍ୟ କୌଣସି ରନ ନ କରି ଆଉଟ ହୋଇଥିଲେ। ସିନ ୱିଲିୟମ୍ସ, ୧୮ ବଲରେ ୧୧ ରନ କରି ଆଉଟ ହୋଇଥିଲେ। ଟନୀ ମୁନ୍ୟୋଙ୍ଗା ୪ ବଲରେ ୫ ରନ କରି ଆଉଟ ହୋଇଥିଲେ। ରିୟାନ ବୁର୍ଲା  ୨୨ ବଲରେ ୩୫ ରନ କରି ଆଉଟ ହୋଇଥିଲେ। ୱେଲିଂଟନ ମାସାକାଜା ୭ ବଲରେ ୧ ରନ କରି ଆଉଟ ହୋଇଥିଲେ। ରିଚାର୍ଡ ଏନ୍‌ଗାରାଭା ୨ ବଲରେ ୧ ରନ କରି ଆଉଟ ହୋଇଥିଲେ। ସିକନ୍ଦର ରାଜା ୨୩ ବଲରେ ୩୪ ରନ କରି ଆଉଟ ହୋଇଥିଲେ । ଟେଣ୍ଡାଇ ଚଟାରା ୪ ବଲରେ ୪ରନ କରି ଆଉଟ ହୋଇଥିଲେ।

ଭାରତୀୟ ଦଳ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ମହମ୍ମଦ ସାମି  ଓ ହାର୍ଦ୍ଦିକ ପାଣ୍ଡ୍ୟା  ୨ଟି ୱିକେଟ ନେଇଥିଲେ । ସେହିପରି ଅର୍ଶଦୀପ ସିଂ, ଅକ୍ଷର ପଟେଲ ଓ ଭୁବନେଶ୍ବର କୁମାର ଗୋଟାଏ ଲେଖାଏଁ ୱିକେଟ ନେଇଥିଲେ।