Air Quality - The Sakala

ସାଂଘାତିକ ସ୍ତରରେ ଦିଲ୍ଲୀ ବାୟୁ ପ୍ରଦୂଷଣ; ସରକାରଙ୍କ ବଡ଼ ଘୋଷଣା, ୫୦% କର୍ମଚାରୀ କରିବେ ‘ୱାର୍କ ଫ୍ରମ ହୋମ’...
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରରେ ପହଞ୍ଚିଛି। ଲଗାତାର ବିଗୁଡୁଥିବା ପରିବେଶକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ଘୋଷଣା ଅନୁଯାୟୀ, ବର୍ତ୍ତମାନ ରାଜଧାନୀର ସମସ୍ତ ପ୍ରତିଷ୍ଠାନରେ ୫୦ ପ୍ରତିଶତ କର୍ମଚାରୀଙ୍କ ପାଇଁ 'ୱାର୍କ ଫ୍ରମ ହୋମ' ବା ଘରେ ରହି କାମ କରିବା ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଉଭୟ ସରକାରୀ ଏବଂ ବେସରକାରୀ ଅଫିସ ପାଇଁ ଲାଗୁ ହେବ।

ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ସଂସ୍ଥା ଏହି ଗାଇଡଲାଇନର ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ଠାରୁ ଭାରି ଜରିମାନା ଆଦାୟ କରାଯିବ। ତେବେ ଅତ୍ୟାବଶ୍ୟକ ସେବା ଉପରେ ଏହି ନିୟମ ଲାଗୁ ହେବ ନାହିଁ। ଡାକ୍ତରଖାନା, ଜେଲ, ପବ୍ଲିକ ଟ୍ରାନ୍ସପୋର୍ଟ, ଜଙ୍ଗଲ ବିଭାଗ ଏବଂ ଜଳ ବୋର୍ଡ ଭଳି ଜରୁରୀ ସେବାଗୁଡିକ ପୂର୍ବଭଳି ଚାଲୁ ରହିବ।

ବର୍ଦ୍ଧିତ AQI (ବାୟୁ ଗୁଣବତ୍ତା ସୂଚକାଙ୍କ) କୁ ନଜରରେ ରଖି ଦିଲ୍ଲୀ ସରକାରଙ୍କ ଶ୍ରମ ବିଭାଗ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ନିର୍ମାଣ କାର୍ଯ୍ୟ ବନ୍ଦ ରହିବା କାରଣରୁ କୋଠାବାଡି ନିର୍ମାଣରେ ନିୟୋଜିତ ଶ୍ରମିକମାନଙ୍କୁ ୧୬ ଦିନ ପାଇଁ ୧୦ ହଜାର ଟଙ୍କାର କ୍ଷତିପୂରଣ ଦିଆଯିବ। ଶ୍ରମିକମାନେ ଯେପରି କୌଣସି ଆର୍ଥିକ ସଙ୍କଟର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ପଞ୍ଜିକୃତ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ଟଙ୍କା ପଠାଯିବ।

ଦିଲ୍ଲୀର ବାୟୁ ଅତ୍ୟନ୍ତ ବିଷାକ୍ତ ହୋଇପଡିଥିବାରୁ ସେଠାରେ ଗ୍ରାପ-୪ (GRAP-4) ନିୟମ ଲାଗୁ କରାଯାଇଛି। ରାସ୍ତାରେ ଗାଡିମୋଟର ଚଳାଚଳ କମାଇବା ଏବଂ ପ୍ରଦୂଷଣ ମାତ୍ରା ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସରକାର ଏଭଳି କଡା ଗାଇଡଲାଇନ ଜାରି କରିଛନ୍ତି, ଯାହାଦ୍ୱାରା ରାଜଧାନୀବାସୀଙ୍କୁ ବିଷାକ୍ତ ପବନରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରିବ।

ବିଶ୍ବର ୨୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୩, ଦିଲ୍ଲୀ ରାଜଧାନୀ ସହର ମଧ୍ୟରେ ସବୁଠାରୁ ପ୍ରଦୂଷିତ
ନୂଆଦିଲ୍ଲୀ : ବିଶ୍ବର ୨୦ଟି ପ୍ରଦୂଷିତ ସହର ମଧ୍ୟରେ କେବଳ ଭାରତର ୧୩ଟି ସହର ରହିଛି। ସେହିପରି ରାଜଧାନୀ ସହର ମଧ୍ୟରେ ଦିଲ୍ଲୀ ସବୁଠୁ ପ୍ରଦୂଷିତ ରାଜଧାନୀ ହୋଇଥିଲା ବେଳେ ଏହି ତାଲିକାରେ ସର୍ବନିମ୍ନରେ ରହିଛି। କେବଳ ସହର କିମ୍ବା ରାଜଧାନୀ ସହର ନୁହେଁ, ଭାରତ ବିଶ୍ବର ପଞ୍ଚମ ପ୍ରଦୂଷିତ ରାଷ୍ଟ୍ର ଭାବେ ଏହି ତାଲିକାରେ ସ୍ଥାନିତ ହୋଇଛି। ପ୍ରଦୂଷଣ ଦୃଷ୍ଟିରୁ ସାରା ବିଶ୍ବରେ ଭାରତର ସ୍ଥାନ ୨୦୨୩ରେ ୪ ରହିଥିଲା ବେଳେ ୨୦୨୪ରେ ଏହି ସ୍ଥିତିରେ ଆହୁରି ଅବନତି ଘଟିବା ସହିତ ଭାରତ ପଞ୍ଚମ ସ୍ଥାନକୁ ଖସି ଆସିଛି ବୋଲି ସ୍ବିଜରଲାଣ୍ଡର ଏୟାର କ୍ବାଲିଟି ଟେକନୋଲୋଜି କମ୍ପାନୀ ‘ଆଇକ୍ୟୁ ଏୟାର’ ଦ୍ବାରା ଜାରି କରାଯାଇଥିବା ‘ଦି ୱାର୍ଲଡ ଏୟାର କ୍ବାଲିଟି ରିପୋର୍ଟ-୨୦୨୪’ରେ କୁହାଯାଇଛି।

ଏହି ରିପୋର୍ଟ ଅନୁଯାୟୀ ଭାରତର ହାରାହାରି ପ୍ରଦୂଷଣ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିଲେ ହେଁ ଦେଶର ୧୩ ସହର ସବୁଠୁ ପ୍ରଦୂଷିତ ସହର ତାଲିକାରେ ରହିଛି। ୨୦୨୩ ତୁଳନାରେ ୨୦୨୪ରେ ଭାରତରେ ପିଏମ ୨.୫ ସାନ୍ଧ୍ରତା ହ୍ରାସ ପାଇଛି। ୨୦୨୩ରେ ଏହି ସ୍ତର ପ୍ରତି ଘନ ମିଟର ପ୍ରତି ୫୪.୪ ମାଇକ୍ରୋଗ୍ରାମ ରହିଥିଲା ବେଳେ ୨୦୨୪ରେ ଏହି ସ୍ତର୫୦.୬ ମାଇକ୍ରୋଗ୍ରାମ ରହିଛି। ଏହାସତ୍ତ୍ବେ ବିଭିନ୍ନ ସହରର ପ୍ରଦୂଷଣ ସ୍ଥିତିରେ ଅବନତି ଘଟିଥିବା କୁହାଯାଇଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢି ଚାଲିଛି। ଏଠାରେ ୨୦୨୩ରେ ପିଏମ ୨.୫ ସ୍ତର ପ୍ରତି ଘନ ମିଟର ପ୍ରତି ୯୨.୭ ମାଇକ୍ରୋଗ୍ରାମ ରହିଥିଲା ବେଳେ ବାର୍ଷିକ ସ୍ତରରେ ହାରାହାରି ଭାବେ ଏହା ୯୧.୬ ମାଇକ୍ରୋଗ୍ରାମ ରହିଥିବା କୁହାଯାଇଛି।

ବିଶ୍ବର ୨୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ବ୍ୟତୀତ ଆସାମର ବାରିଣୀହାଟ୍‌, ମୁଲାନପୁର(ପଞ୍ଜାବ), ଫରିଦାବାଦ, ଲୋନି, ନୂଆଦିଲ୍ଲୀ, ଗୁରୁଗ୍ରାମ, ଗଙ୍ଗନଗର, ଗ୍ରେଟର ନୋଏଡା, ଭିୱାଦି, ମୁଜାଫରନଗର,ନୋଏଡା ଏବଂ ହନୁମାନଗଡ଼ ଆଦି ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାର୍ଗଦର୍ଶିକା ଅନୁସାରେ ପ୍ରତି ଘନ ମିଟର ପ୍ରତି ପିଏମ୨.୫ ସ୍ତର ହାରାହାରି ଭାବେ ୫ ମାଇକ୍ରୋଗ୍ରାମ ରହିବା କଥା। କିନ୍ତୁ ଭାରତର ପ୍ରାୟ ୩୫ ପ୍ରତିଶତ ସହର ଏହି ମାନ ଠାରୁ ୧୦ଗୁଣ ଅଧିକ ପ୍ରଦୂଷିତ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ଭାରତର ଏଭଳି ପ୍ରଦୂଷଣ ସ୍ଥିତି ଲୋକଙ୍କ ପାଇଁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ବିପଦ ହୋଇଥିଲା ବେଳେ ଏହାଦ୍ବାରା ହାରାହାରି ଭାବେ ଲୋକଙ୍କ ଆୟୁ ୫.୨ ବର୍ଷ ହ୍ରାସ ପାଉଛି ବୋଲି କୁହାଯାଇଛି। ଭାରତରେ ପ୍ରଦୂଷଣଜନିତ ମୃତ୍ୟୁ ମଧ୍ୟ ବଢିବାରେ ଲାଗିଛି। ଗତବର୍ଷ ଲ୍ୟାନ୍‌ସେଟ୍‌ ପ୍ଲାନେଟାରୀ ହେଲ୍ଥ ପକ୍ଷରୁ ପ୍ରକାଶ କରାଯାଇଥÒବା ରିପୋର୍ଟ ଅନୁସାରେ ୨୦୦୯ରୁ ୨୦୨୯ ମଧ୍ୟ॥ରେ ପ୍ରତିବର୍ଷ ପ୍ରଦୂଷଣଜିତ ମୃତ୍ୟୁସଂଖ୍ୟା ୧.୫ ନିୟୁତ ରହିଥିବା କୁହାଯାଇଛି।

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି, ଲୋକଙ୍କୁ ଘରେ ରହିବାକୁ ଡାକ୍ତରଙ୍କ ପରାମର୍ଶ
ନୂଆଦିଲ୍ଲୀ: ବିଶ୍ବର ସବୁଠୁ ପ୍ରଦୂଷିତ ରାଜଧାନୀ ଦିଲ୍ଲୀର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଠାରେ ନିଃଶ୍ବାସ ନେବା ବିପଜ୍ଜନକ ହୋଇଯାଇଛି। କ୍ରମାଗତ ଦ୍ବିତୀୟ ଦିନରେ ଶୁକ୍ରବାର ଦିଲ୍ଲୀ ବାୟୁ ସବୁଠୁ ବିଷାକ୍ତ ପାଲଟି ଯାଇଛି। ଏହା ଶ୍ବାସକ୍ରିୟା ପାଇଁ ଅନୁପଯୋଗୀ ପାଲଟି ଯାଇଛି। ଘରେ ରହିବାକୁ ଡାକ୍ତର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବାହାରକୁ ବାହାରିଲେ ଶ୍ବାସକ୍ରିୟା ସମ୍ବନ୍ଧିତ ରୋଗରେ ହେବାର ସମ୍ଭାବନା ରହିଛି। ପ୍ରଦୂଷଣ ଉପରେ ନଜର ରଖୁଥିବା ୩୯ଟି ଷ୍ଟେସନ ମଧ୍ୟରୁ ୩୨ଟିର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଅତ୍ୟନ୍ତ ଗମ୍ଭୀର ରହିଛି। ସ୍ଥିତିକୁ ଦେଖି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି କରିଦିଆଯାଇଛି। ଅନ୍‌ଲାଇନରେ ପାଠ ପଢ଼ାଇବା ପାଇଁ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏୟାର କମିଶନ ଫର୍‌ ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ) ଏନ୍‌ସିଆର ଅର୍ଥାତ୍‌ ହରିୟାଣା, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରୁ ଦିଲ୍ଲୀ ଆସୁଥିବା ବସ୍‌ ଉପରେ କଟକଣା ଲଗାଇ ଦେଇଛନ୍ତି। ତେବେ ସିଏନ୍‌ଜି ଏବଂ ଇଲେକ୍‌ଟ୍ରିକ୍‌ ଗାଡ଼ି ସହିତ ବିଏସ୍‌-୬ ଡିଜେଲ ବସ୍‌କୁ କଟକଣା ମୁକ୍ତ ରଖାଯାଇଛି।

ଏପରି ସମୟରେ ଆମେରିକା ବୈଜ୍ଞାନିକ ହିରେନ ଜେଠୱା ଦିଲ୍ଲୀର ଉପଗ୍ରହ ଚିତ୍ର ସେୟାର କରିଛନ୍ତି। ଗୁରୁବାରର ଏହି ଚିତ୍ରରେ ଦିଲ୍ଲୀ ପ୍ରଦୂଷଣ ବଳୟରେ ଥିବା ଦେଖାଯାଉଛି। ହିରେନଙ୍କ ଫଟୋକୁ ନାସା ପକ୍ଷରୁ ମଧ୍ୟ ସେୟାର କରାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀରେ ଆଜିଠାରୁ ଗ୍ରେଡେଡ ରେସ୍‌ପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍‌-୩) କାର୍ଯ୍ୟକାରୀ ହୋଇଛି। ଏହା ଅଧିନରେ ଦିଲ୍ଲୀ-ଏନ୍‌ସିଆରରେ ନିର୍ମାଣ, ଖନନ ଏବଂ ଭଙ୍ଗାରୁଜା ହୋଇପାରିବ ନାହିଁ। ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଏବଂ ଗୌତମବୁଦ୍ଧନଗରରେ ବିଏସ୍‌-୩ ପେଟ୍ରୋଲ ଏବଂ ବିଏସ-୪ ଡିଜେଲ ଗାଡ଼ି ଚାଲିପାରିବ ନାହିଁ। ଏହା ମଧ୍ୟରେ ଭିଡ଼ରୁ ବର୍ତ୍ତିବା ଲାଗି କେନ୍ଦ୍ର, ଏମ୍‌ସିଡି ଏବଂ ଦିଲ୍ଲୀ ସରକାରୀ କର୍ମଚାରୀଙ୍କ ପାଇଁ ଅଲଗା ଅଲଗା ସମୟ ଧାର୍ଯ୍ୟ କରାଯାଇଛି।

ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ; ଏବେଠୁ ନ ଚେତିଲେ ଆଗକୁ ଆସିପାରେ ଉତ୍କଟ ସମସ୍ୟା
ଭୁବନେଶ୍ୱର: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ସାଂଘାତିକ ସ୍ଥିତିରେ ପହଞ୍ଚିଥିବା ବେଳେ ଆମରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ନେଇ ମଧ୍ୟ ଚିନ୍ତା ଘାରିଲାଣି। ଦିଲ୍ଲୀ ପରି ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଏତେ ଖରାପ ସ୍ତରକୁ ଯାଇ ନ ଥିଲେ ହେଁ ଏବେଠାରୁ ସାବଧାନ ନ ହେଲେ ଆଗକୁ ଏହା ବଡ଼ ସମସ୍ୟା ଆଣିପାରେ। ବିଶେଷକରି ଆକ୍ୟୁୱେଦର ୱେବସାଇଟ୍‍ଠାରୁ ଆରମ୍ଭ କରି ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ରାଜଧାନୀରେ ବାୟୁର ମାନ(ଏୟାର କ୍ୱାଲିଟି ଇନଡେକ୍ସ)କୁ ନେଇ ଯେଉଁ ତଥ୍ୟ ପ୍ରକାଶ ପାଉଛି, ତାହା ପରିବେଶ୍‍ବିତମାନଙ୍କୁ ଚିନ୍ତାଗ୍ରସ୍ତ କରିଛି। ଆକ୍ୟୁୱେଦର ୱେବସାଇଟ୍‍ ଭୁବନେଶ୍ୱର ସହରରେ ବାୟୁର ମାନ ଅସ୍ୱାସ୍ଥ୍ୟକର ବୋଲି ଜଣାପଡ଼ିଛି। ସେହିପରି ବାୟୁରେ ପିଏମ୍‍-୨.୫ ସହ ପିଏମ୍‍-୧୦ ଧୂଳିକଣିକାର ମାତ୍ରା ଆବଶ୍ୟକତାଠାରୁ ଅଧିକ ରହୁଥିବା ବେଳେ ସ୍ୱାସ୍ଥ୍ୟପକ୍ଷେ ଏହା କ୍ଷତିକାରକ ବୋଲି ଜଣାପଡ଼ିଛି।

ଆକ୍ୟୁୱେଦର ୱେବସାଇଟର ତଥ୍ୟ ଅନୁଯାୟୀ ଆଜି ଭୁବନେଶ୍ୱରରେ ଏକ୍ୟୁଆଇ ପ୍ରାୟ ୧୬୨ ରହିଛି। ସାଧାରଣତଃ ଏକ୍ୟୁଆଇର ସ୍ତର ୦ରୁ ୫୦୦ ଭିତରେ ୬ ଭାଗରେ ବିଭକ୍ତ କରାଯାଇଛି। ଏକ୍ୟୁଆଇର ପରିମାଣ ୦-୫୦ ମଧ୍ୟରେ ରହିଲେ ବାୟୁର ମାନ ସନ୍ତୋଷଜନକ ଏବଂ ଏହାଦ୍ୱାରା କିଛି କ୍ଷତି ହୋଇ ନ ଥାଏ। ଏହି ସ୍ତର ପାଇଁ ଏଥିପାଇଁ ସାଧାରଣତଃ ନୀଳ ଚିହ୍ନ ବ୍ୟବହାର କରାଯାଏ। ସେହିପରି ୫୧-୧୦୦ ଚଳନୀୟ ବା ମଡରେଟ୍‍ ଭାବେ ଦର୍ଶାଯାଇଥିବା ବେଳେ ଏଥିପାଇଁ କମଳା ରଙ୍ଗ ବ୍ୟବହାର କରାଯାଇଥାଏ। ସେହିରରି ସୂଚକାଙ୍କ ୧୦୧ରୁ ୧୫୦ ମଧ୍ୟରେ ରହିଲେ ଏହା କେତେକଙ୍କ ପାଇଁ ଅସ୍ୱାସ୍ଥ୍ୟକର ବୋଲି ବିବେଚିତ ହେଉଥିବା ବେଳେ ନାଲି ଚିହ୍ନରେ ଥିବା ୧୫୧ରୁ ୨୦୦ ସ୍ତର ଅସ୍ୱାସ୍ଥ୍ୟକର, ୨୦୧ରୁ ୩୦୦ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଏବଂ ୩୦୧ରୁ ଅଧିକ ମାତ୍ରାକୁ ମାରାତ୍ମକ ସ୍ତରରେ ରଖାଯାଇଥାଏ। ତେବେ ଆକ୍ୟୁୱେଦର ୱେବସାଇଟ୍‍ ଅନୁଯାୟୀ ବର୍ତ୍ତମାନ ଭୁବନେଶ୍ୱରରେ ଏକ୍ୟୁଆଇ ୧୬୨ ରହିଥିବା ବେଳେ ଏହା ଅସ୍ୱାସ୍ଥ୍ୟକର ଶ୍ରେଣୀଭୁକ୍ତ ରହିଛି। ସେହିପରି ସ୍ମାର୍ଟସିଟି ପକ୍ଷରୁ ଲଗାଯାଇଥିବା ବିଭିନ୍ନ ବୋର୍ଡରେ ଭୁବନେଶ୍ୱରରେ ଏକ୍ୟୁଆଇ ପରିମାଣ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଥିବା ଦର୍ଶାଯାଇଛି। ଯାହା ରାଜଧାନୀରେ ଗୁରତର ବାୟୁ ପ୍ରଦୂଷଣ ପ୍ରତି ସୂଚାଉଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଭୁବନେଶ୍ୱରରେ ମଧ୍ୟ ପିଏମ୍‍-୨.୫ ଏବଂ ପିଏମ୍‍-୧୦ର ମାତ୍ରା ମଧ୍ୟ ଆବଶ୍ୟକତାଠାରୁ ଅଧିକ ରହୁଛି। ପିଏମ୍‍ର ଅର୍ଥ ପାର୍ଟିକୁଲେଟ ମେଟର ହୋଇଥିବା ବେଳେ ୨.୫ ଏବଂ ୧୦ ସୂଚକାଙ୍କ ବାୟୁମଣ୍ଡଳରେ କଣିକାର ଆକାରକୁ ଦର୍ଶାଇଥାଏ। ସାଧାରଣତଃ ପିଏମ୍‍-୨.୫ ବାୟୁମଣ୍ଡଳରେ ଅଧିକ ରହିବା ଅଧିକ କ୍ଷତିକାରକ ବୋଲି ପରିବେଶ୍‍ବିତମାନେ ଦର୍ଶାଇଥାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁଯାୟୀ ବାୟୁମଣ୍ଡଳରେ ପିଏମ୍‍-୨.୫ର ମାତ୍ରା ୧୫ ତଳେ ରହିବା ଆବଶ୍ୟକ। ୧୫ ତଳେ ରହିଲେ ଉକ୍ତ ବାୟୁକୁ ଶୁଦ୍ଧ ବାୟୁ ଭାବେ ବିବେଚନା କରାଯାଇଥାଏ। ତେବେ ଭୁବନେଶ୍ୱରରେ ଅଧିକାଂଶ ଅଞ୍ଚଳରେ ପିଏମ୍‍-୨.୫ର ମାତ୍ରା ଅଧିକ ରହୁଥିବା ହେତୁ ଏହା ବିଭିନ୍ନ ରୋଗର କାରଣ ସାଜୁଛି। ରାଜଧାନୀରେ ଦିନକୁ ଦିନ ଗାଡ଼ି, ମଟର ସଂଖ୍ୟା ବୃଦ୍ଧି ପାଇବା ସହ ଶିଳ୍ପାନୁଷ୍ଠାନ ସଂଖ୍ୟା ବଢ଼ୁଛି। ଯାହା ବାୟୁ ପ୍ରଦୂଷଣର ଏକ ପ୍ରମୁଖ କାରଣ ହୋଇଥିବା ବେଳେ ରାଜଧାନୀ ପାଇଁ ଏହା ରାଜଧାନୀକୁ ଉଦ୍‍ବେଗଜନକ ସ୍ଥିତି ଆଡ଼କୁ ନେଇଗଲାଣି। ଅତଏବ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ତୁରନ୍ତ ଏବଂ ଠୋସ୍‍ ପଦକ୍ଷେପ ନେବା ଜରୁରୀ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।