Blind T20 World Cup - The Sakala

ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ୱକପ୍‍ ମ୍ୟାଚ୍‍; ବାଂଲାଦେଶକୁ ଭେଟିବ ଭାରତ
କଟକ: ଚଳିତ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‍ ରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ମ୍ୟାଚ୍‍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‍ ଜିତି ଭାରତ ଘରୋଇ ମାଟିରେ ୩ୟ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଚଳିତ ବିଶ୍ୱକପ୍‍ ରେ ଭାରତ ପ୍ରଥମ ଦୁଇ ମ୍ୟାଚରେ ଯଥାକ୍ରମେ ନେପାଳ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏବେ ୫ ପଏଣ୍ଟ ହାସଲ କରି ଭାରତ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି। ଅପରପାର୍ଶ୍ବରେ ବାଂଲାଦେଶ ୪ଟି ମ୍ୟାଚ୍‍ରୁ ୩ଟି ବିଜୟ ସହିତ ୬ ପଏଣ୍ଟ ପାଇ ଟେବଲ ଶୀର୍ଷରେ ରହିଛି। ବାରବାଟୀରେ ଭାରତ ବିଜୟୀ ହୋଇ ପଏଣ୍ଟ ଟେବଲ ଶୀର୍ଷକୁ ଫେରିବାକୁ ଚେଷ୍ଟା କରିବ।

‘ପୂର୍ବରୁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ଓଡ଼ିଶାରେ ୨ଟି ଅନ୍ତର୍ଜାତୀୟ ମ୍ୟାଚ୍‍ ଖେଳି ଉଭୟ ମ୍ୟାଚରେ ବିଜୟ ହାସଲ କରିଛି। ଏଣୁ ବାରବାଟୀରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ବିଜୟ ହେବୁ ବୋଲି ଆଶାବାଦୀ ରହିଛୁ। ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସବୁବେଳେ ସହଯୋଗର ହାତ ବଢ଼ାଇଛି । ୨୦୧୪ ମସିହାରେ ବାରବାଟୀରେ ଭାରତୀୟ ଦଳ ୨୦ଦିନର ଶିବିର ଶେଷ କରି ବିଶ୍ୱକପ୍‍ ରେ ଯୋଗ ଦେଇଥିଲା। ସେହିବର୍ଷ ଦଳ ବିଶ୍ୱକପ୍‍ ବିଜୟୀ ହୋଇଥିଲା। ଏଣୁ ବାରବାଟୀ ଷ୍ଟାଡିୟମ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ପାଇଁ ଏକ ଲକି ଭେୁନ୍ୟ’ ବୋଲି ସୋମବାର ଅପରାହ୍ନରେ ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳ ଅଧିନାୟକ ଅଜୟ କୁମାର ରେଡ୍ଡୀ କହିଛନ୍ତି। କାଭି ଓଡ଼ିଶାର ସଭାପତି ଜାଫର ଇକବାଲ ଏହି ଅବସରରେ ଉପସ୍ଥିତ ରହିଥିଲେ।

ବାରବାଟୀରେ ଖେଳାଯିବ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପର ଲିଗ ମ୍ୟାଚ; ଡିସେମ୍ବର ୧୩ରେ ଭାରତ-ବାଂଲାଦେଶ ମୁକାବିଲା
କଟକ: ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ର ୩ୟ ସଂସ୍କରଣ ଆସନ୍ତା ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ କଟକର ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍‌ର ଗୋଟିଏ ମ୍ୟାଚ୍‌ ଖେଳାଯିବ। ଡିସେମ୍ବର ୧୩ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ମ୍ୟାଚ୍‌ ଖେଳାଯିବାକୁ ସ୍ଥିର ହୋଇଛି। ରାଜ୍ୟର ଏହି ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ପ୍ରଥମଥର ନିମନ୍ତେ ଏକ ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିବାକୁ ଯାଉଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ମ୍ୟାଚ୍‌ ଆୟୋଜନ ନିମନ୍ତେ ସମସ୍ତ ସହଯୋଗ ପ୍ରଦାନ କରାଯିବ। ଅନ୍ୟପକ୍ଷରେ ବିଶ୍ୱକପ ନିମନ୍ତେ ଘୋଷିତ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅଲରାଉଣ୍ଡର ନକୁଳ ବଡ଼ନାୟକ ସ୍ଥାନ ପାଇଛନ୍ତି।

ଲଗାତାର ୩ୟ ଥର ନିମନ୍ତେ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ଭାରତ ଆୟୋଜନ କରୁଛି। ୨୦୧୨ ମସିହାରେ ପ୍ରଥମ ସଂସ୍କରଣରେ ଘରୋଇ ଭାରତ ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା। ୨୦୧୭ ମସିହାରେ ଦ୍ୱିତୀୟ ସଂସ୍କରଣରେ ମଧ୍ୟ ଫଳାଫଳର ପୁନଃରାବୃତ୍ତି ଘଟିଥିଲା। ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଦ୍ୱିତୀୟଥର ନିମନ୍ତେ ବିଶ୍ୱକପ୍‌ ବିଜୟୀ ହୋଇଥିଲା। ଏହି ବର୍ଷ ଭୁବନେଶ୍ୱରର କିଟ୍‌ ଗ୍ରାଉଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଏକ ମ୍ୟାଚ୍‌ ଖେଳାଯାଇଥିଲା। ୫ବର୍ଷର ବ୍ୟବଧାନ ପରେ ୩ୟ ସଂସ୍କରଣ ମଧ୍ୟ ଭାରତ ଆୟୋଜନ କରିବାକୁ ଯାଉଛି। ବିଶ୍ୱକପ୍‌ରେ ଭାରତ ସମେତ ବାଲାଂଦେଶ, ପାକିସ୍ତାନ, ଅଷ୍ଟ୍ରେଲିଆ, ଦଣିକ୍ଷଆଫ୍ରିକା ଓ ଶ୍ରୀଲଙ୍କ ଦଳ ଭାଗ ନେବେ। ଫରିଦାବାଦ,ଦିଲ୍ଲୀ, ମଧ୍ୟପ୍ରଦେଶ, ଗୋଆ, କୋଚିରେ ଅନ୍ୟ ଲିଗ ମ୍ୟାଚ୍‌ ଗୁଡ଼ିକ ଖେଳାଯିବାବେଳେ ବେଙ୍ଗାଲୁରୁରେ ଉଭୟ ସେମିଫାଇନାଲ ଓ ଫାଇନାଲ ମୁକାବିଲା ହେବ। ଅଜୟ କୁମାର ରେଡ୍ଡୀଙ୍କ ନେତୃତ୍ୱରେ ଘୋଷିତ ଭାରତୀୟ ଦଳରେ ନକୁଳ ହେଉଛନ୍ତି ଏକମାତ୍ର ଓଡ଼ିଆ ଖେଳାଳି। ତାଙ୍କୁ ଓସିଏ ସଭାପତି ପ୍ରଣବପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି। ନକୁଳଙ୍କ ଘର କୋରାପୁଟ ଜିଲ୍ଲାରେ। ଶନିବାର ଅପରାହ୍ନରେ ଓସିଏ ସମ୍ମିଳନୀ କକ୍ଷରେ ଏ ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଓସିଏ ପକ୍ଷରୁ ପୂର୍ଣ୍ଣ ସହଯୋଗ ଓ ସମର୍ଥନ ଯୋଗାଇ ଦିଆଯିବ ବୋଲି ସିଇଓ ସୁବ୍ରତ କୁମାର ବେହେରା କହିଥିଲେ। ଏହି ଅବସରରେ ନକୁଳଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା। କାଭି ଓଡ଼ିଶାର ସଭାପତି ତଥା ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର ଜାଫର ଇକବାଲ, ସମ୍ପାଦକ ସନ୍ୟାସ କୁମାର ବେହେରା, ଉପଦେଷ୍ଟା ଅଶୋକ ସାହୁ ଉପସ୍ଥିତ ଥିଲେ।