2000 Note - The Sakala

ଆଜିଠୁ ୨୦୦୦ ଟଙ୍କିଆ ନୋଟ୍‌ ବଦଳ ଆରମ୍ଭ, ଆର୍‌ବିଆଇ ପକ୍ଷରୁ ମାର୍ଗଦର୍ଶିକା ଜାରି
ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ୍‌ର ପ୍ରସାର ବନ୍ଦ ହେବା ପରେ ମଙ୍ଗଳବାରଠାରୁ ଏହାର ବଦଳ ପ୍ରକିୟା ଆରମ୍ଭ ହେଉଛି। ଏହି ନୋଟ୍‌ ବଦଳାଇବା ନେଇ ରହିଥିବା ବିଭିନ୍ନ ନିୟମ ସମ୍ପର୍କରେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମାର୍ଗଦର୍ଶିକା ଜାରି କରାଯାଇଛି। ୨୦୦୦ ଟଙ୍କିଆ ନୋଟ୍‌ ଜମା କରିବା କ୍ଷେତ୍ରରେ କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ। ଜଣେ ଗ୍ରାହକ ନିଜ ଆକାଉଣ୍ଟରେ ଯେତେ ନଗଦ ଚାହିଁବେ ଜମା କରିପାରିବେ। କେବଳ ୫୦ ହଜାର ଟଙ୍କାରୁ ଅଧିକ ଅର୍ଥ ଜମା ଉପରେ ପାନ୍ କାର୍ଡ ଦେବାକୁ ପଡିବ। ତେବେ ୨୦୦୦ ଟଙ୍କିଆ ନୋଟ୍ ବଦଳ କରିବା ଲାଗି ବ୍ୟାଙ୍କରେ ଭିଡ କରନ୍ତୁ ନାହିଁ ବୋଲି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଲୋକଙ୍କୁ ଅପିଲ୍‌ କରିଛନ୍ତି। ସେ କହିଛନ୍ତି ଯେ, ଏଥିପାଇଁ ୪ ମାସ ସମୟ ରହିଛି। ଏଡାଛଡା ଦୈନିକ ଜମା ହେଉଥିବା ୨୦୦୦ ଟଙ୍କିଆ ନୋଟ୍‌ ସମ୍ପର୍କରେ ସବିଶେଷ ତଥ୍ୟ ରଖିବାକୁ ସେ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୦୦ ଟଙ୍କିଆ ନୋଟ୍‌ ବିନିମୟ କରିବା ପାଇଁ ବ୍ୟାଙ୍କଗୁଡିକ ନିୟମ ସ୍ଥିର କରିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦେଇଥିବା ସୂଚନା ଅନୁଯାୟୀ, ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍ ଅଛି ସେମାନେ ବିନା ସ୍ଲିପ୍‌ ଏବଂ ଆଇଡିରେ ବ୍ୟାଙ୍କ ଯାଇ ତାହାକୁ ବିନିମୟ ଏବଂ ଜମା କରିପାରିବେ। ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍‌ ଜମା ଏବଂ ବଦଳ କ୍ଷେତ୍ରରେ କୌଣସି ପ୍ରକାରର କାଗଜପତ୍ର ଆବଶ୍ୟକ ନାହିଁ। ନିକଟତମ ଶାଖା କିମ୍ବା ଅନ୍ୟ କୌଣସି ବ୍ୟାଙ୍କରେ ମଧ୍ୟ ଏହି ନୋଟ୍‌ଗୁଡିକୁ ଆକାଉଣ୍ଟରେ ବିନିମୟ କିମ୍ବା ଜମା କରାଯାଇପାରିବ। ବ୍ୟାଙ୍କରେ ନୋଟ୍ ଜମା କରିବା ଏବଂ ବିନିମୟ ପାଇଁ ପୁରୁଣା ନିୟମ ଲାଗୁ ହେବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। ୨୦୦୦ ଟଙ୍କିଆ ନୋଟ୍‌ ଜମା କରିବାରେ କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ। ବୋଲି ସେ କହିଛନ୍ତି। ଆପଣ ନିଜ ଆକାଉଣ୍ଟରେ ଯେତିକି ନଗଦ ଚାହିଁବେ ଜମା କରିପାରିବେ। ୫୦ ହଜାରରୁ ଅଧିକ ଟଙ୍କା ଜମା ଉପରେ ପାନ୍ କାର୍ଡ ଦେବାକୁ ପଡିବ, ଯେଉଁ ନିୟମ ପୂର୍ବରୁ ବଳବତ୍ତର ଅଛି। ଏହା କେବଳ ୨୦୦୦ ଟଙ୍କିଆ ନୋଟ୍‌ ନୁହେଁ ବରଂ ସମସ୍ତ ବର୍ଗର ନୋଯ କ୍ଷେତ୍ରରେ ପ୍ରଯୁଯ୍ୟ। ଉଲ୍ଲେଖନୀୟ କଥା ହେଉଛି, ଆରବିଆଇ ନିୟମ ଅନୁଯାୟୀ, ବ୍ୟାଙ୍କ ଆକାଉଣ୍ଟରେ ୨୦ ଲକ୍ଷରୁ ଅଧିକ ଟଙ୍କା କିମ୍ବା ଗୋଟିଏ ଆର୍ଥିକବର୍ଷରେ ଦିନକୁ ୫୦,୦୦୦ରୁ ଅଧିକ ଟଙ୍କା ଜମା କିମ୍ବା ଉଠାଣ ପାଇଁ ପାନ୍ ଏବଂ ଆଧାର ଆବଶ୍ୟକ। ୨୦୦୦ ଟଙ୍କିଆ ନୋଟ୍ ବିନିମୟ ଏବଂ ଜମା ଗ୍ରହଣ ପାଇଁ ବ୍ୟାଙ୍କଗୁଡିକରେ ପ୍ରସ୍ତୁତି ଶେଷ ହୋଇଛି। ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ବିନିମୟ ହୋଇ ଜମା କରାଯାଇପାରିବ। ଗୋଟିଏ ଦିନରେ ଜଣେ ୧୦ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ କିମ୍ବା ସର୍ବାଧିକ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ୍‌ ବଦଳ କରିପାରିବେ।

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖିଆଙ୍କୁ ଭେଟିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୁଖ୍ୟମାନଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କକରାଯାଇଥିଲା। ଏଥିରେ ପ୍ରଶାସନ ଏବଂ ନୈତିକତା ଉପରେ ଗୁରୁତ୍ବାରୋପ କରାଯାିଥିଲା। ଏହି ବୈଠକରେ ଆର୍‌ବିଆଇର ଡେପୁଟି ଗଭର୍ଣ୍ଣର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ବ୍ୟାଙ୍କ ନିୟନ୍ତ୍ରଣ ବିଭାଗର ନିରୀକ୍ଷକମାନେ ମଧ୍ୟ ଯୋଗଦେିଥିଷଳ। ଏଥିରେ ଆରବିଆଇ ଗଭର୍ଣ୍ଣର ବ୍ୟାଙ୍କ ବୋର୍ଡଗୁଡିକର ନିର୍ଦ୍ଦେଶକ ମଣ୍ଡଳୀକୁ ସମ୍ବୋଧିତ କରିଥିଲେ। ଶ୍ରୀ ଦାସ ବୈଠକରେ ନିକଟରେ ୨୦୦୦ ଟଙ୍କିଆ ନୋଟ୍‌ ବଦଳ ନେଇ ସରକାର କରିଥିବା କେତେକ ପରିବର୍ତ୍ତନ ଉପରେ ମଧ୍ୟ ଆଲୋଚନା କରିଥିଲେ। ଲୋକମାନେ ୪ ମାସ ମଧ୍ୟରେ ସହଜରେ ପୁରୁଣା ୨୦୦୦ ଟଙ୍କିଆ ନୋଟ ବଦଳାଇପାରିବେ। ଏକ ସମୟରେ ୨୦,୦୦୦ ଟଙ୍କା ମୂଲ୍ୟର ନୋଟ୍‌ ବଦଳାଇବାକୁ ଅନୁମତି ଦିଆଯାଇଛି। ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ୍‌ ବଦଳ କରିପାରିବେ।

ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କରେ ଫେରାଇ ଦିଅନ୍ତୁ ୨ ହଜାର ଟଙ୍କିଆ ନୋଟ୍‌, ଥରକେ ବଦଳାଇ ପାରିବେ ୧୦ଟି ନୋଟ୍‌
ନୂଆଦିଲ୍ଲୀ : ଆପଣଙ୍କ ପାଖେ ୨ ହଜାର ଟଙ୍କିଆ ନୋଟ୍‌ ଅଛିକି? ଯଦି ଅଛି ତେବେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କରେ ବଦଳାଇ ଦିଅନ୍ତି। କାରଣ ସେପ୍ଟେମ୍ବର ୩୦ ପରେ ଆଉ ଚଳିବନି ୨ହଜାର ଟଙ୍କିଆ ନୋଟ। ଏନେଇ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଆରବିଆଇ ପକ୍ଷରୁ କୁହାଯାଇଛି କି ବଜାରରୁ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଏବେ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ। ଏହା ପୂର୍ବ ଭଳି କାରବାରରେ ବ୍ୟବହାର ହୋଇପାରିବ। ଗ୍ରାହକ ମାନେ ମେ ୨୩ ରୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହି ଟଙ୍କାକୁ ବ୍ୟାଙ୍କରେ ବଦଳାଇ ଅନ୍ୟ ନୋଟ(୫୦୦,୨୦୦,୧୦୦ ଇତ୍ୟାଦି) ନେଇପାରିବେ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ୨ହଜାର ଟଙ୍କିଆ ନୋଟ ବଦଳାଇବାକୁ ବ୍ୟାଙ୍କ ଶାଖା ଓ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ଶାଖା ଗୁଡ଼ିକରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯିବ । ଏଣୁ ଲୋକମାନେ ବ୍ୟସ୍ତ ନହୋଇ ସୁବିଧା ଅନୁସାରେ ଏହି ତାରିଖ ମଧ୍ୟରେ ୨ ବଜାର ଟଙ୍କିଆ ନୋଟ ବଦଳାଇ ୫ ଶହ କିମ୍ବା ଅନ୍ୟ ନୋଟ ନେଇପାରିବେ ।

ଥରକେ ମାତ୍ର ୨୦ ହଜାର ବଦଳାଇ ପାରିବେ

ଆରବିଆଇ ସୂଚନା ଅନୁଯାୟୀ, ମଇ ୨୩ ରୁ ଆପଣ ବ୍ୟାଙ୍କରେ ୨ହଜାର ଟଙ୍କିଆ ନୋଟ ବଦଳାଇ ପାରିବେ। ତେବେ ଆପଣ ବ୍ୟାଙ୍କରେ ଥରକେ ୧୦ଟି ନୋଟ ଅର୍ଥାତ ୨୦ ହଜାର ଟଙ୍କା ବଦଳାଇ ପାରିବେ। ବ୍ୟାଙ୍କ ମାନଙ୍କ ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥି ସହିତ ଗ୍ରାହକମାନଙ୍କୁ ଆଉ ୨ ହଜାର ଟଙ୍କିଆ ନୋଟ୍ ନଦେବାକୁ ବ୍ୟାଙ୍କମାନଙ୍କୁ ମଧ୍ୟ ଆରବିଆଇ କହିିଛି

ସୂଚନାଯୋଗ୍ୟ କେନ୍ଦ୍ର ସରକାର ନଭେମ୍ବର ୮, ୨୦୧୬ରେ ବିମୁଦ୍ରିକରଣ ଘୋଷଣା କରି ୫୦୦ ଟଙ୍କିଆ ଓ ୧ ହଜାର ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିଦେଇଥିଲେ ଓ ନୂଆ ୨ ବଜାର ଟଙ୍କିଆ ନୋଟ ଓ ୫୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲେ । ସେତେବେଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨ ହଜାର ଟଙ୍କିଆ ନୋଟ ବଜାରକୁ ଛଡ଼ାଯାଇଥିଲା । କିନ୍ତୁ ଏବେ ବଜାରରେ ଅନ୍ୟ ନୋଟ ଯଥେଷ୍ଟ ପରିମାଣରେ ଥିବାରୁ ଏହାର ଆବଶ୍ୟକତା ଶେଷ ହୋଇଯାଇଛି । ଏଣୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରୁ ହିଁ ଏହି ନୋଟର ମୁଦ୍ରଣ ବନ୍ଦ ହୋଇଯାଇଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି।

ବର୍ଷ ଶେଷ ସୁଦ୍ଧା ବଜାରରୁ ଖାଲି ହେବ ୨୦୦୦ ଟଙ୍କିଆ ନୋଟ୍‍, ନୋଟ୍‍ ଫେରାଇଦେବାକୁ ବ୍ୟାଙ୍କକୁ ଆରବିଆଇର ନିର୍ଦ୍ଦେଶ
ଭୁବନେଶ୍ୱର: ୨ହଜାର ଟଙ୍କିଆ ନୋଟ୍‍ର ଅବଧି ସରିଆସୁଛି। ରାଜ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ୨ହଜାର ଟଙ୍କିଆ ନୋଟ୍‍ର ପ୍ରଚଳନକୁ ଅନୌଚାରିକ ଭାବେ ବନ୍ଦ କରିସାରିଛି। ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କକୁ ଆସୁଥିବା ୨ ହଜାର ଟଙ୍କିଆ ନୋଟ୍‍ ଆରବିଆଇକୁ ଫେରସ୍ତ ଦେବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିବା ବେଳେ ପ୍ରାୟତଃ ଅଧିକାଂଶ ବ୍ୟାଙ୍କ ନୋଟ୍‍ ଫେରସ୍ତ କରିସାରିଲେଣି। ସମ୍ପ୍ରତି ନା ଏଟିଏମ୍‍ରେ ମିଳୁଛି, ନା ବ୍ୟାଙ୍କ କାହାରିକୁ ନଗଦ ୨ ହଜାର ଟଙ୍କିଆ ନୋଟ୍‍ ଦେଉଛି। କରୋନା ପ୍ରକୋପ କମିବା ପରେ ୨୦୨୧ରେ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍‍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଥିଲା। ଏହି ଉଦ୍ୟମ ଏବେ ସଫଳ ରୂପ ନେଉଥିବା ଦେଖିବାକୁ ମିଳୁଛି।

ରାଜଧାନୀ ସମେତ ଜିଲାଗୁଡିକରେ ଥିବା ବ୍ୟାଙ୍କ ଏଟିଏମ୍‍ରେ ୨ହଜାର ଟଙ୍କିଆ ନୋଟ୍‍ ମିଳୁନାହିଁ। ତେବେ ଆରବିଆଇ ନିର୍ଦ୍ଦେଶକ୍ରମେ ବ୍ୟାଙ୍କଗୁଡିକ ଏଟିଏମ୍‍ରେ ୨ ହଜାର ଟଙ୍କିଆ ନୋଟ୍‍ ଭରୁନାହାଁନ୍ତି। ୯୫ ପ୍ରତିଶତରୁ ଊର୍ଦ୍ଧ୍ବ ଏଟିଏମ୍‍ରୁ ୨ହଜାର ଟଙ୍କିଆ ନୋଟ୍‍ ପାଇଁ ଉଦ୍ଦିଷ୍ଟ ବିମ୍‍କୁ କାଢି ଦିଆଯାଇଛି। ଜିଲାସ୍ତରରେ ଚେଷ୍ଟ ବ୍ୟାଙ୍କ (ଟଙ୍କା ଉଠାଣ ପାଇଁ ଉଦ୍ଦିଷ୍ଟ ବ୍ୟାଙ୍କ)କୁ ଆରବିଆଇ ନିର୍ଦ୍ଦେଶ ପରେ ଚେଷ୍ଟ ବ୍ୟାଙ୍କରୁ ଶାଖା ବ୍ୟାଙ୍କକୁ ୨ ହଜାର ଟଙ୍କିଆ ନୋଟ୍‍ ଯାଉନାହିଁ। ଏହାର ପ୍ରଚଳନକୁ ରୋକିବା ପାଇଁ ଆରବିଆଇ ନୋଟ୍‍କୁ ନିଜ ପାଖରେ ମହଜୁଦ କରୁଛି। ତେବେ ଏହି ନୋଟ୍‍ର ପ୍ରତିବଦଳରେ ନୂଆ ନୋଟ୍‍ ବଜାରକୁ ଛଡାଯାଉଥିବା ଜୈନକ ଆରବିଆଇ ଆସୋସିଏଟ ନିଜ ନାମ ଗୋପନ ରଖି କହିଛନ୍ତି। ଚେଷ୍ଟ ବ୍ୟାଙ୍କ ମ୍ୟାନେଜର ବିଜୟ ଶତପଥୀ କହିଛନ୍ତି ଯେ, ଏଟିଏମ୍‍ରେ ଶହେ, ୨ଶହ, ୫ଶହ ଓ ୨ ହଜାର ଟଙ୍କିଆ ନୋଟ୍‍ ପାଇଁ ବିମ୍‍ ରଖାଯାଉଥିଲା। ବିମ୍‍ରେ ରଖାଯାଉଥିବା ନୋଟ୍‍କୁ ଗ୍ରାହକମାନେ ଏଟିଏମ୍‍ରୁ ଉଠାଇ ନେଉଥିଲେ। ସମ୍ପ୍ରତି ୨ ହଜାର ଟଙ୍କିଆ ବିମ୍‍ ଉଠିସାରିଛି। ତେବେ ଆଗାମୀ ଦିନରେ ନୂଆ ମୂଲ୍ୟର ନୋଟ୍‍ ବଜାରକୁ ଆସିବ ଅଥବା ପୁରୁଣା ନୋଟ୍‍କୁ ଅଧିକ ସଂଖ୍ୟାରେ ବଜାରକୁ ଛଡାଯିବ ସେସମ୍ପର୍କରେ ତାଙ୍କର ଧାରଣା ନାହିଁ। ଅନ୍ୟପକ୍ଷରେ ରାଜଧାନୀରେ ଥିବା ଶତାଧିକ ଏଟିଏମ୍‍ରୁ ୨ ହଜାର ଟଙ୍କିଆ ବିମ୍‍କୁ କାଢି ନିଆଯାଇଛି। ଯାହାଫଳରେ ଗ୍ରାହକଙ୍କୁ ନୋଟ୍‍ ମିଳୁନାହିଁ। ୨୦୨୨ ଶେଷ ସୁଦ୍ଧା ନୋଟ୍‍କୁ ସମ୍ପୂର୍ଣ୍‍ ରୂପେ ପ୍ରଚଳନରୁ ବାହାରକୁ ଆଣିବା ଲକ୍ଷ୍ୟ ରଖିଛି ଏସବିଆଇ। ଗ୍ରାହକମାନେ ଯେଉଁଭଳି ଭାବେ ଅଯଥା ଭୟଭୀତ ନହେବେ ତାହାକୁ ଧ୍ୟାନରେ ରଖି ଯୋଜନାବଦ୍ଧ ଭାବେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏକକାଳୀନ ଭାବେ ୨ ହଜାର ଟଙ୍କିଆ ନୋଟ୍‍କୁ ପ୍ରଚଳନରୁ ହଟାଇ ଦିଆଗଲେ ନୋଟ୍‍ ରଖିଥିବା ଲୋକେ ପ୍ରତିକ୍ରିୟାଶୀଳ ହେବେ। ଏଣୁ ଛପା ବନ୍ଦ ହେବା ପୂର୍ବ ପର୍ଯ୍ୟନ୍ତ ପ୍ରଚଳନରେ ଥିବା ନୋଟ୍‍ର ସିଂହ ଭାଗ ଆରବିଆଇ ପାଖକୁ ଫେରିଆସିବା ପରେ ନୋଟ୍‍ର ପ୍ରଚଳନକୁ ବିଦ୍ଧିବଦ୍ଧ ଭାବେ ବନ୍ଦ କରିବା ନେଇ ନିଷ୍ପତ୍ତି ଆସିବାର ସମ୍ଭାବନା ରହିଛି ବୋଲି ରାଜ୍ୟ ଆରବିଆଇ ଅଧିକାରୀମାନେ ମତପୋଷଣ କରୁଛନ୍ତି।

ଗଲା ୨ ବର୍ଷ ହେଲା ୨ହଜାର ଟଙ୍କିଆ ନୋଟ୍‍ ଛପା ବନ୍ଦ ହୋଇସାରିଛି। ଜାତୀୟ ସ୍ତରରେ ଛପା ବନ୍ଦ ହେବା ବେଳକୁ ୩ହଜାର ୩୬୨ ମିଲିୟନ ନୋଟ୍‍ ପ୍ରଚଳନରେ ରହିଥିଲା। ଏହାପରେ ୨୦୨୧ ଫେବୃଆରୀ ବେଳକୁ ପ୍ରଚିଳତ ନୋଟ୍‍ ସଂଖ୍ୟା ୨ହଜାର ୪୯୯ ମିଲିୟନକୁ ଖସିଆସିଲା। ସମ୍ପ୍ରତି ନୋଟ୍‍ର ପ୍ରଚଳନ ସଂଖ୍ୟା ଆହୁରି ଖସିସାରିଛି। ଯଦିଏ ନୋଟ୍‍ ବିଦ୍ଧିବଦ୍ଧ ଭାବେ ପ୍ରଚଳନରେ ରହିଛି; ବଜାରରେ ନୋଟ୍‍ର ସଂଖ୍ୟାକୁ ସର୍ବନିମ୍ନ ସ୍ତରକୁ ଆଣି ନୋଟ୍‍ର ପ୍ରଚଳନକୁ ଔପଚାରିକ ଭାବେ ବନ୍ଦ କରିବା ପାଇଁ ଆରବିଆଇ ଯୋଜନା କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେବେ ୟୁପିଆଇର ବହୁଳ ବ୍ୟବହାର ୨ ହଜାର ଟଙ୍କିଆ ନୋଟ୍‍ର ପ୍ରଚଳନ ବଜାରରେ କମିବା ପଛର କାରଣ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ରଖୁଛନ୍ତି। ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ବେହେରା କହିଛନ୍ତି ଯେ, ୟୁପିଆଇ ସାରା ବିଶ୍ୱରେ ଆଦାର ସାଉଁଟୁଛି। ଆମେରିକା ଓ ସ୍ପେନ ଭଳି ଦେଶ ୟୁପିଆଇ ଜ୍ଞାନକୌଶଳକୁ ନେବା ପାଇଁ ଭାରତ ସହ ଆଲୋଚନା ପର୍ଯ୍ୟାୟରେ ରହିଛନ୍ତି। ଦେଶର ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଛୋଟଛୋଟ ମୂଲ୍ୟର ପେମେଣ୍ଟ ପାଇଁ ୟୁପିଆଇକୁ ବ୍ୟବହାର କରାଯାଉଛି। ଏଣୁ ବଡ ବଡ ପେମେଣ୍ଟ ପାଇଁ କେହି ନଗଦ ରାଶିର ବ୍ୟବହାର କରୁନାହାଁନ୍ତି। ୨ ହଜାରରୁ ଅଧିକ ଟଙ୍କା କାହାରିକୁ ପଠାଇବାକୁ ହେଲେ ତୁରନ୍ତ ୟୁପିଆଇ କରାଯାଉଛି। ଏଭଳି ସ୍ଥଳେ ନୋଟ୍‍ର ଏକ ବଡ ଭାଗ ବଜାରରେ ପ୍ରଚଳିତ ହୋଇପାରୁନାହିଁ। ସେହିଭଳି ୟୁପିଆଇର ବହୁଳ ପ୍ରସାର ସମୟରେ ନଗଦ ରାଶି ଧରି କରି ବୁଲିବା ଅସୁରକ୍ଷିତ ହୋଇଥିବା ହେତୁ ଲୋକେ ୨ ହଜାର ଟଙ୍କାରୁ ମୁହଁ ଫେରାଇ ନେଉଛନ୍ତି।