Daman - The Sakala
ଭୁବନେଶ୍ୱର: ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ ।
ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବରେ ଜାତୀୟ ପୁରସ୍କାର ଲାଭ କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ନବୀନ । ଆଗାମୀ ଦିନରେ ସାମାଜିକ ସଚେତନତା ଉପରେ ଆଧାରିତ ଅଧିକରୁ ଅଧିକ ଓଡ଼ିଆ ଚଳଚିତ୍ର ନିର୍ମାଣ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ଦମନ ଚଳଚିତ୍ରର ମୁଖ୍ୟ କଳାକାର ବାବୁସାନଙ୍କ ସମେତ ନିର୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ପ୍ରମୁଖ ବିରୋଧି ଦଳ ନେତାଙ୍କୁ ସାକ୍ଷାତ କରିଥିଲେ ।
ଭୁବନେଶ୍ବର: ଓଡିଆ ସିନେ ଜଗତ ପାଇଁ ଖୁସି ଖବର। ମ୍ୟାଲେରିଆ ନିରାକରଣ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ ହିନ୍ଦୀରେ ରିଲିଜ ହେବାକୁ ଯାଉଛି। ଚକଲେଟ୍ ହିରୋ ବାବୁସାନଙ୍କ ଅଭିନତ ଭିନ୍ନ ଓ ନୂତନ ଧରଣର କାହାଣୀ ଓଡ଼ିଆ ସନେ ଜଗତକୁ ଏକ ନୂଆ ଦିଗକୁ ନେଇଛି। ଆଉ ଏହି ମୁଭିର କ୍ରେଜ କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ବ୍ୟାପିବାକୁ ଯାଉଛି। ଏହାର ହିନ୍ଦୀ ଡବିଂ ପାନୋରମା ଷ୍ଟୁଡିଓ ସହଭାଗିତାରେ ହୋଇଛି। ପାନୋରମା ଷ୍ଟୁଡିଓ ନିଜ ୟୁଟ୍ଯୁବ ଚ୍ୟାନେଲରେ ହିନ୍ଦୀ ଡବିଂର ଟେଲର ରିଲିଜ କରିଛି। ଏହାର ପ୍ରଜୋଜକ ଭାର କୁମାର ମଙ୍ଗିତ ପାଠକ ଓ ଅଭିଶେକ ପାଠକ ନେଇଥିବା ବେଳେ ଦିପେନ୍ଦ୍ର ସାମଲ ମଧ୍ୟ ସାମିଲ ଅଛନ୍ତି। ଏହି କାହାଣୀର ଲେଖକ ଓ ନିର୍ଦ୍ଦେଶକ ରହିଛନ୍ତି ବିଶାଲ ମୋରୟା ଓ ଦେବୀ ପ୍ରସାଦ ଲେଙ୍କା । ଏହି ହିନ୍ଦୀ ଡବିଂ ‘ଦମନ’ ଚଳଚ୍ଚିତ୍ର ଫେବୃଆରୀ ୩ରେ ହଲରେ ରିଲିଜ ହେବ ବୋଲି ଟ୍ରେଲରରେ ସୂଚନା ଦିଆଯାଇଛି।
ଏହି ଫିଲ୍ମକୁ ଆକ୍ସନ ହିରୋ ଅଜୟ ଦେବଗନଙ୍କ ପ୍ରଂଶସା କରିଛନ୍ତି । ଟ୍ବିଟ କରି ଲେଖିଛନ୍ତି ଯେ, ଜବ ବଢେଗା ଏକ କଦମ ବଦଲାବ କି ତରଫ ତବ ବନେଗି ନୟି ମିଶାଲ୍ । ଟ୍ବିଟ କରି ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ଅପିଲ୍ କରିଛନ୍ତି ଅଜୟ। କେବଳ ସିଙ୍ଘମ ନୁହେଁ ଦମନର ପ୍ରଶଂସା କରିଛନ୍ତି ବିଦ୍ୟୁତ ଜମ୍ବାଲ । ବିଦ୍ୟୁତ ଟ୍ବିଟ କରି କହିଛନ୍ତି ଉମିଦ କି ବେମିସାଲ କାହାନୀ । ଏକ ଆଶା ଭିତରେ ଶାନଦାର କାହାଣୀକୁ ନେଇ ଆଧାରିତ ‘ଦମନ’ ଦେଖିବାକୁ ଦର୍ଶକଙ୍କୁ ଅପିଲ୍ କରିଛନ୍ତି ବିଦ୍ୟୁତ୍ ।
Jab badhega ek kadam badlaav ki taraf, tab banegi nayi misaal.
Presenting the official Hindi trailer of #Daman
In cinemas on 3rd Feb, 2023. https://t.co/4PlqItzN27 @Babushaansai @Dipanwit_7 @Vishgwl @Debiprasadlenk7 @KumarMangat @AbhishekPathakk
— Ajay Devgn (@ajaydevgn) January 13, 2023
ପୂର୍ବରୁ ଜଣାଶୁଣା ସିନେ ସମୀକ୍ଷକ କେ ଆର କେ ଏହି ଫିଲ୍ମକୁ ନେଇ ଏକ ଭିଡିଓ ଶେଆର କରିଥିଲେ। ଯେଉଁଥିରେ ସେ ଏହି ଫିଲ୍ମକୁ ନେଇ ସମୀକ୍ଷା କରିଥିଲେ। ସେ କହିଥିଲେ ଯେ ଏହି ଫିଲ୍ମ ବକ୍ସ ଅଫିସରେ ଏକ ବଡ଼ ଆଟାକ୍। ଆଉ ଯେଉଁ ଦିନ ଏହି ଫିଲ୍ମ ହିନ୍ଦି ଭାଷାରେ ପରଦାରେ ଲାଗିବ ଅତି କମରେ ୫ ସପ୍ତାହ ପର୍ଯ୍ୟନ୍ତ ଧମାଲ କରିବ । ଫିଲ୍ମଟିକୁ ସେ ୪.୫ ଷ୍ଟାର ରେଟିଂ ଦବା ସହ ଏହା ୩୦୦ କୋଟି ଆୟ କରିବ ବୋଲି କହିଛନ୍ତି।
ତେବେ ଯଦି ଫିଲ୍ମ ବିଷୟରେ କହିବା ତେବେ ନିଛକ ଓଡ଼ିଆ କାହାଣୀ ଏବଂ ସତ୍ୟ ଘଟଣା ଉପରେ ଆଧାରିତ। ଏହି ଫିଲ୍ମ ଓଡ଼ିଶାର କୋଟି କୋଟି ଦର୍ଶକଙ୍କ ମନକୁ ଛୁଇଁଛି । ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଆଉଜଣେ ସେବିକା। ବାସ କେବଳ ଦୁଇ ତିନି ଜଣ କ୍ୟାରେକ୍ଟର ଲୋକଙ୍କୁ କେମିତି ବାନ୍ଧି ରଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରୁଛି। ବିଶେଷ କରି ବାବୁସାନ ମହାନ୍ତିଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ଯୋସ ଭରିଛି । ‘ଦମନ’ର ଏହି ସଫଳତା ଦିଗହରା ଓଲିଉଡକୁ ଏକ ନୂଆ ଦିଗ ଦେଖାଇଛି। ଓଡ଼ିଆ ଫିଲ୍ମ ଦମନ ହିନ୍ଦୀରେ ଡବିଂ ହେବା ନିଶ୍ଚିତ ଭାବେ ଓଡ଼ିଆ ସିନେ ଜଗତକୁ ଆଉ ପାଦେ ଆଗକୁ ନେଇଯାଇଛି ବୋଲି କହି ହେବ।
ଯୁବ ଚିତ୍ରଶିଳ୍ପୀଙ୍କ ନିଆରା ପ୍ରୟାସ; ଏକ୍ସପାରୀ ଔଷଧ ବଟିକାରେ ‘ଦମନ’ ପୋଷ୍ଟର୍‍ ତିଆରି କରି ଚର୍ଚ୍ଚାରେ ନୟାଗଡ଼ର ରାଜେଶ
ଭୁବନେଶ୍ୱର: ନିଆରା ଜଣେ ଚିତ୍ର ଶିଳ୍ପୀଙ୍କ ପ୍ରୟାସ। କାନ୍‍ଭାସ୍‌ ହେଉ ଅବା କାନ୍ଥରେ ପ୍ରୋଟ୍ରେଟ୍‍ ହେବା କଥା ସମସ୍ତେ ଜାଣନ୍ତି। ମାତ୍ର ଔଷଧ ବଟିକାରେ ‘ଦମନ’ ଚଳଚ୍ଚିତ୍ରର ପୋଷ୍ଟର୍‍ ଦେଖିବାକୁ ମିଳିଛି। ଏକ୍ସପାରୀ ହୋଇଯାଇଥିବା ଔଷଧକୁ ଏକାଠି କରି ତିଆରି କରିଛନ୍ତି ଏକ ସୁନ୍ଦର କଳାକୃତି। ଓଡ଼ିଆ ଫିଲ୍ମ ଦମନକୁ ନେଇ ସାରାରାଜ୍ୟରେ ଚର୍ଚ୍ଚା। ସତ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ବାବୁସାନଙ୍କ ଅଭିନୟକୁ ମଧ୍ୟ ସମସ୍ତେ ବେଶ୍‍ ପ୍ରଶଂସା କରୁଛନ୍ତି। ଏମିତିକି ‘ଦମନ’ ସମସ୍ତଙ୍କ ଭିତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।
ଏଭଳି ପରିସ୍ଥିତିରେ ଏହି ଓଡ଼ିଆ ଚଳଚ୍ଚିତ୍ରକୁ ଦେଖିବା ପରେ ନିଆରା ଢଙ୍ଗରେ ହିରୋଙ୍କୁ ସମ୍ମାନ ଜଣାଇଛନ୍ତି ଶିଳ୍ପୀ। ସେ ହେଉଛନ୍ତି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ ଧୂଆମଡ଼ା ଗାଁର ଯୁବ ଚିତ୍ରଶିଳ୍ପୀ ରାଜେଶ କୁମାର ମହାରଣା। ସେ ବିଭିନ୍ନ ସ୍ଥାନରୁ ୪ହଜାରରୁ ଊର୍ଦ୍ଧ୍ବ ତାରିଖ ଚାଲିଯାଇଥିବା ବା ବ୍ୟବହାର ଅନୁପଯୋଗୀ ଔଷଧକୁ ସଂଗ୍ରହ କରିଥିଲେ। ଏହାପରେ ଔଷଧ ସବୁକୁ ଖୋଳରୁ କାଢ଼ି ଏକ ଭିନ୍ନରୂପ ଦେଇଛନ୍ତି। ପ୍ରାୟ ୩ହଜାର ୫ଶହ ଔଷଧ ବଟିକାକୁ ଯୋଡ଼ି ‘ଦମନ’ ହିରୋ ବାବୁସାନ୍‍ଙ୍କର ଭିନ୍ନ ଭିନ୍ନ ଫଟୋ ପୋଜ୍‍ର ଆର୍ଟ ୱାର୍କ କରିଛନ୍ତି। ବଟିକା ସବୁକୁ ଗୋଟିଗୋଟି କରି ଯୋଡ଼ି ସେ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଦେଖିବାପରେ ଏହି କଳାକୃତି ଆରମ୍ଭ କରିଥିଲେ। ଏହି ଔଷଧ ବଟିକାକୁ କାଟିବା ଓ ଖୋଳରୁ ବାହାର କରିବା ପାଇଁ ତାଙ୍କୁ ୮-୧୦ଦିନ ସମୟ ଲାଗିଥିଲା। ଏହାସହିତ ୧୦/୬ଫୁଟ୍‍ର କଳାକୃତି କରିଛନ୍ତି। ଏମିତିକି ଛୋଟ ଔଷଧ ବଟିକା ଓ ବଟିକା ସହ ଖୋଳକୁ ସଜାଇ ତିଆରି କରିଛନ୍ତି । ଏଥିପାଇଁ ତାଙ୍କୁ ୧୮ଘଣ୍ଟା ସମୟ ଲାଗିଥିଲା।
ମୋ ଭାଇ ରାଜେଶ କୁମାର ମହାରଣା RK MAHARANA ଙ୍କ ଦ୍ଵାରା(ଦଶପଲ୍ଲା) #ଦମନ ଚଳଚିତ୍ର ସାମର୍ଥନରେ ଔଷଧ ରେ ତିଆରି ସୁନ୍ଦର କଳା
@Dipanwit_7 @AmaraMuzik @babushaansai @ArgusNews_in@NandighoshaTV @otvkhabar @Rameshbeheramla #DAMAN #Ollywood#ଦଶପଲ୍ଲା pic.twitter.com/9BKlvi07wv
— ବ୍ରଜେନ୍ଦ୍ର ପ୍ରସାଦ ଧଳ (@BrajendraDhal) December 12, 2022
ଏ ସମ୍ପର୍କରେ ରାଜେଶ କୁହନ୍ତି, ବିଭିନ୍ନ ସମୟରେ ଅନେକ କଥାବସ୍ତୁକୁ ନେଇ କଳାକୃତି କରିଥାଏ। ହେଲେ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ପ୍ରତ୍ୟେକଟି ଓଡ଼ିଆଙ୍କୁ ଆନ୍ଦୋଳିତ କରିଛି। ଏହାସହିତ ଚଳଚ୍ଚିତ୍ରରେ ବାବୁସାନ୍‍ଙ୍କ ଅଭିନୟ ଅତି ଉଚ୍ଚକୋଟୀର ଥିଲା। ଯେହେତୁ ଉପାନ୍ତ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଉପରେ ଆଧାରିତ ଚଳଚ୍ଚିତ୍ର। ଏଥିପାଇଁ ସେ ଔଷଧ ବଟିକା ମାଧ୍ୟମରେ ଏକ ଭିନ୍ନ ବାର୍ତ୍ତା ଦେବା ପାଇଁ ଚେଷ୍ଟା କରିଛନ୍ତି। ଏଥିରେ ତାଙ୍କୁ ପଦ୍ମିନୀ ସାହୁ ଓ ଶ୍ରୀତମ ସାହୁ ସହଯୋଗ କରିଥିଲେ। ‘ଦମନ’ ଚଳଚ୍ଚିତ୍ରର ସଫଳ କାହାଣୀ ଯୋଗୁଁ ଚଳଚ୍ଚିତ୍ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ କରମୁକ୍ତ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ସରକାରୀ ଅଧିକାରୀମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍କ୍ରିନିଂର ବ୍ୟବସ୍ଥା କରାଯାଇଥିଲା।
ଓଡ଼ିଆ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ଦମନ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କର ଏହି କଳାକୃତି ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ୍‍ ପ୍ରଶଂସିତ ହୋଇଛି। ପୂର୍ବରୁ ରାଜେଶ ଚା’, ମ୍ୟାଗୀ, ଲୁଣ, ବିସ୍କୁଟ୍‍, ପେଷ୍ଟ୍‍ ଆଦି ୪୦ରୁ ଊର୍ଦ୍ଧ୍ବ ସାମଗ୍ରୀରେ ବିଭିନ୍ନ ପ୍ରୋଟ୍ରେଟ୍‍ ଓ ପୋଷ୍ଟର କରିଥିଲେ।
ଆଜି ଲୋକସେବା ଭବନରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’, ଦେଖିବେ ଯୁଗ୍ମ ସଚିବଙ୍କଠୁ ଊର୍ଦ୍ଧ୍ବ ପାହ୍ୟାର ଅଧିକାରୀ
ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରେ ପର୍ଯ୍ୟବସିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ରାଜ୍ୟ ସରକାର ଟିକସମୁକ୍ତ କରିସାରିଛନ୍ତି। ଏହାର ଦୁଇଦିନ ପରେ ରାଜ୍ୟ ମୁଖ୍ୟାଳୟରେ ରବିବାର ଲୋକସେବା ଭବନ (ସଚିବାଳୟ)ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେବ ବୋଲି ଜଣାପଡିଛି। ତେବେ ଏହି ସ୍ୱତନ୍ତ୍ର ପ୍ରଦର୍ଶନ କେବଳ ଯୁଗ୍ମ ସଚିବ ପାହ୍ୟାରୁ ଊର୍ଦ୍ଧ୍ବ ଅଧିକାରୀ ଏହି ଚଳଚ୍ଚିତ୍ରକୁ ଦେଖିବାର ସୁଯୋଗ ପାଇବେ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ନିକଟରେ ରିଲିଜ୍‍ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ବିଚ୍ଛିନ୍ନାଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘନ ଅନ୍ଧାର ଭିତରେ ଆଶାର ଏକ ଆଲୋକ ସଞ୍ଚାର କରିଛି। ସିନେମାଟି ବାସ୍ତବଧର୍ମୀ କାହାଣୀ ଉପରେ ଆଧାରିତ। ଏହାର କଥାବସ୍ତୁ, ପ୍ରତିଟି ଚରିତ୍ରର ଅଭିନୟ, ସମ୍ପାଦନା ସବୁଦିଗରୁ ଅତି ସୁନ୍ଦର ହୋଇଛି। ଏହି ଚଳଚ୍ଚିତ୍ର ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜନସେବା କ୍ଷେତ୍ରରେ ଏକ ପ୍ରେରଣା ପ୍ରଦାନ କରୁଛି। ଏହି କ୍ରମରେ ଉକ୍ତ ଚଳଚ୍ଚିତ୍ରକୁ ସଚିବାଳୟର କନଭେନସନ କକ୍ଷରେ ରବିବାର ସନ୍ଧ୍ୟା ୫ଟାରୁ ପ୍ରଦର୍ଶନ କରାଯିବାକୁ ନିଷ୍ପତ୍ତି ହୋଇଛି।
ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ଓଡିଆ ଫିଲ୍ମ ଦମନ ରିଲିଜ ହୋଇଛି। ପାଖାପାଖି ୫୦ଟି ହଲରେ ଏହି ଓଡିଆ ଫିଲ୍ମଟି ରିଲିଜ ହୋଇଛି। ଜଣେ ଡାକ୍ତରଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପାରେ ଆଧାର କରି ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ନିର୍ମାଣ କରାଯାଇଛି ।ମାତ୍ର ବିଡମ୍ବନାର କଥା କି, ଫିଲ୍ମଟି ରିଲିଜ ହେବାର କେଇ ଘଣ୍ଟା ପରେ ବିଭିନ୍ନ ୟୁଟ୍ୟୁବରେ ଫିଲ୍ମଟିର ହଲ ପ୍ରିଣ୍ଟ ଭିଡିଓକୁ ଅପଲୋଡ଼ କରାଯାଇଛି । ଫିଲ୍ମ ହଲରେ ବେଆଇନ ସୁଟିଂ କରାଯାଇଥିବା ନେଇ ‘ଦମନ୍‌’ର ପ୍ରଯୋଜକ ଦୀପେନ୍ଦ୍ର ସାମଲ ସାଇବର ଥାନାରେ ଲିଖିତ ଭା‌ବେ ଅଭିଯୋଗ କରିଛନ୍ତି। ୧୧ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲରେ ଫିଲ୍ମ ଅପଲୋଡ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଦମନ ଚଳଚ୍ଚିତ୍ରର ପ୍ରଯୋଜକ ।
ଅପହଞ୍ଚ ଇଲାକାର ଏକ ବାସ୍ତବ କାହାଣୀକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ଦମନ । କିନ୍ତୁ ଫିଲ୍ମ ରିଲିଜର ଗୋଟିଏ ଦିନ ମଧ୍ୟରେ ଏହାକୁ କିଛି ବ୍ୟକ୍ତି ହଲରେ ସୁଟିଂ କରିବା ସହ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିନେଇଛନ୍ତି । ଯାହାକୁ ନେଇ ଥାନାର ଦ୍ୱାରସ୍ତ ହୋଇଛି ପ୍ରଯୋଜନା ସଂସ୍ଥା । ଅପଲୋଡ଼ କରିଥିବା ୟୁଟୁବ ଚ୍ୟାନେଲକୁ ବ୍ଲକ୍ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।