Assembly Election - The Sakala

ଆଜି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ: କିଏ ଗଢ଼ିବ ସରକାର ? କଡ଼ା ସୁରକ୍ଷା ଭିତରେ ଚାଲିଛି ଭୋଟ ଗଣତି
ନୂଆଦିଲ୍ଲୀ: ଆଜି ଆସିବ ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟର ଗଣନ କରାଯାଉଛି । ତା’ପରେ ଇଭିଏମ୍‌ ମେସିନରୁ ଗଣତି ଆରମ୍ଭ ହେବ । ଛତିଶଗଡର ୯୦ ଟି ବିଧାନସଭା ଆସନ, ମଧ୍ୟପ୍ରଦେଶର ୨୩୦, ତେଲେଙ୍ଗାନାର ୧୧୯ ଏବଂ ରାଜସ୍ଥାନର ୧୯୯ ଟି ଆସନର ରେଜଲ୍ଟ ଆସିବ । ଦେଶରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୬ ମାସରୁ କମ୍ ସମୟ ରହିଛି । ଏଭଳି ସ୍ଥିତିରେ ଏହି ଚାରି ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ଭାବେ ବିବେଚନା କରାଯାଉଛି । ତେଣୁ ଏହି ୪ ରାଜ୍ୟର ଫଳାଫଳ ଉପରେ ଦେଶର ନଜର ରହିଛି ।

ତେବେ ଏହି ୪ ରାଜ୍ୟରେ କେଉଁ ଦଳ ଗଢ଼ିବେ ସରକାର । ଆଉ ମାତ୍ର କିଛି ସମୟକୁ ଅପେକ୍ଷା । ଭୋଟ ଗଣତି ଆରମ୍ଭ ହେବା ସହ ଜଣାପଡ଼ିଯିବ କେଉଁ ଦଳକୁ ଭରସା କରିଛନ୍ତି ଜନତା । ଅଧିକାଂଶ ଏକଜିଟ୍ ପୋଲ୍ (ନିର୍ବାଚନ ପରବର୍ତ୍ତୀ ସର୍ଭେ) ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଫେରିବ ବୋଲି ଆକଳନ କରିଛନ୍ତି । ରାଜସ୍ଥାନରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ତେଲେଙ୍ଗାନା ଓ ଛତିଶଗଡରେ କଂଗ୍ରେସ ବାଜିମାତ କରିବ ବୋଲି ପୂର୍ବାନୁମାନ କରାଯାଇଛି। ମଧ୍ୟପ୍ରଦେଶର ୨୩୦ଟି ଆସନ, ଛତିଶଗଡରେ ୯୦, ତେଲେଙ୍ଗାନାରେ ୧୧୯ ଏବଂ ରାଜସ୍ଥାନରେ ୧୯୯ଟି ଆସନ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ରାଜସ୍ଥାନର ଏକ ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା।

ଭୋଟ୍ ଗଣତି ପାଇଁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେବଳ ବୈଧ ପାସ୍ ଥିବା ଲୋକଙ୍କୁ ଗଣତି କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ମେ ମାସରେ କର୍ଣ୍ଣାଟକରେ ବିଜେପିକୁ କ୍ଷମତାରୁ ହଟାଇବା ପରେ କଂଗ୍ରେସର ନଜର ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ଉପରେ ରହିଛି । ଏହାଛଡ଼ା ଦଳ ରାଜସ୍ଥାନ ଏବଂ ଛତିଶଗଡରେ କ୍ଷମତା ବଜାୟ ରଖିବାକୁ ଆଶା ରଖିଛି।

ଆସିଲା ତିନି ରାଜ୍ୟର ବୁଥ୍ ବାହୁଡ଼ା ମତ: ନାଗାଲାଣ୍ଡ, ତ୍ରିପୁରାରେ ବିଜେପି; ମେଘାଳୟରେ ହୋଇପାରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା
ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଉତ୍ତରପୂର୍ବାଞ୍ଚଳର ତିନୋଟି ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ନିର୍ବାଚନ ଶେଷ ହୋଇଛି। ଚଳିତ ମାସ ୧୬ ତାରିଖରେ ତ୍ରିପୁରା ନିର୍ବାଚନ ଶେଷ ହୋଇଥିଲା ବେଳେ ସୋମବାର ନାଗାଲାଣ୍ଡ ଏବଂ ମେଘାଳୟରେ ମତଦାନ ସରିଛି। ଏହାପରେ ଏହି ସବୁ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଭୋଟ ଗଣତି ମାର୍ଚ୍ଚ ୨ ତାରିଖରେ ହେବ । ଏହାପୂର୍ବର୍ରୁ ୩ ରାଜ୍ୟର ଏକଜିଟ ପୋଲ ପ୍ରକାଶ ପାଇଛି ।

ଆସନ୍ତା ମାସ ୨ ତାରିଖରେ ବିଧିବଦ୍ଧ ଭାବେ ଫଳାଫଳ ପ୍ରକାଶ ପାଇବାକୁ ରହିଥିଲେ ହେଁ ବିଭିନ୍ନ ଏଜେନ୍ସି ଗୁଡିକର ବୁଥ୍ ବାହୁଡ଼ା ମତାମତ ଆସିବା ଆରମ୍ଭ ହୋଇଛି। ତିନୋଟି ରାଜ୍ୟର ପ୍ରତ୍ୟେକ ୬୦ ଲେଖାଏଁ ବିଧାନସଭା ଆସନକୁ ନେଇ ୧୮୦ ଆସନ ପାଇଁ ନିର୍ବାଚନ ହେବାକୁ ଥିଲା। କିନ୍ତୁ ନାଗାଲାଣ୍ଡରେ ଜଣେ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାରୁ ତିନୋଟି ରାଜ୍ୟରେ ମୋଟ ୧୭୯ ଆସନ ପାଇଁ ମତଦାନ ହୋଇଛି। ତେବେ ତ୍ରିପୁରାରେ ବିଜେପି ଆଗୁଆ ରହିବା ସହିତ ପୁଣି କ୍ଷମତାକୁ ଫେରିବା ନେଇ ଇଣ୍ଡିଆ ଟୁଡେ- ମାଇଁ ଆକ୍ସିସ ଇଣ୍ଡିଆ ପକ୍ଷରୁ ଆକଳନ କରାଯାଇଛି।

ସେହିପରି ଏଠାରେ ବିଜେପି ୨୯ ରୁ ୩୬ଟି ଆସନରେ ଆଗୁଆ ରହିବା ସହିତ ସିପିଏମ-କଂଗ୍ରେସ ମେଣ୍ଟ ୧୩ ରୁ ୨୧, ‘ ଟପ୍ରା’ ୧୧ ରୁ ୧୬ ଏବଂ ଅନ୍ୟ ଦଳ ୩ ଟି ଆସନରେ ଆଗୁଆ ରହିବ ବୋଲି ଜି ନ୍ୟୁଜ୍-ମାଟ୍ରିଜ୍ ପକ୍ଷରୁ କୁହାଯାଇଛି। ତ୍ରିପୁରା ଭଳି ନାଗାଲାଣ୍ଡରେ ମଧ୍ୟ ବିଜେପି-ଏନଡିପିପି ଆଗୁଆ ରହିବ ବୋଲି ଏହି ଏଜେନ୍ସି ଆକଳନ କରିଛି। ନାଗାଲାଣ୍ଡର ମୋଟ ୬୦ ଆସନ ମଧ୍ୟରୁ ବିଜେପି-ଏନଡିପିପି ମେଣ୍ଟ ୩୫ ରୁ ୪୩ ଆସନରେ ବିଜୟୀ ହେବ ବୋଲି ଜି ନ୍ୟୁଜ୍-ମାଟ୍ରିଜ୍ କହିଛି। ଅନ୍ୟପକ୍ଷରେ ମେଘାଳୟରେ ଏନପିପି ୨୧ ରୁ ୨୬ ଆସନରେ ବିଜୟୀ ହେବା ସହିତ ଏଠାରେ ବିଜେପିକୁ ୬ ରୁ ୧୧ ଆସନ ମିଳିପାରେ ବୋଲି ଏହି ଏଜେନ୍ସି କହିଛି। ଏଠାରେ ସବୁ ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇଥିଲେ ହେଁ ଦଳକୁ ମାତ୍ର ୩ ରୁ ୬ଟି ଆସନ ମିଳିବା ନେଇ ଜି ନ୍ୟୁଜ୍-ମାଟ୍ରିଜ୍ ଆକଳନ କରିଛି। ତେବେ ଆସନ୍ତା ମାସ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ। କିନ୍ତୁ ଚଳିତ ନିର୍ବାଚନରେ ସର୍ବାଧିକ ଯୁବବର୍ଗ ମତଦାନ ପ୍ରକ୍ରିୟାରେ ଭାଗନେଇଥିବାରୁ ସବୁ ଦଳ ନିଜର ବିଜୟ ପାଇଁ ଆଶାବାଦୀ ରହିଛନ୍ତି ବୋଲି କୁହାଯାଉଛି।

ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଘୋଷଣା ପତ୍ର; ସରକାର ଆସିଲେ ମାଗଣା ବିଜୁଳି, ମହିଳାଙ୍କୁ ପେନସନ୍‌
ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଘୋଷଣା ପତ୍ର । ଆସନ୍ତା ୧୨ ତାରିଖରେ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଇସ୍ତାହାରରେ ଦିଆଯାଇଛି ଗୁରୁତ୍ବ । ତେବେ ନିର୍ବାଚନୀ ଘୋଷଣା ପତ୍ରରେ ୧୦ଟି ପ୍ରସଙ୍ଗକୁ ନେଇ ଗ୍ୟାରେଣ୍ଟି ଦେଇଛି ପ୍ରଦେଶ କଂଗ୍ରେସ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ତା’ର ଇସ୍ତାହାରରେ କହିଛି କି, ଯଦି ହିମାଚଳରେ କଂଗ୍ରେସ ସରକାର ଗଠନ କରେ ତେବେ ସରକାରଙ୍କ ପ୍ରଥମ ବୈଠକରେ ରାଜ୍ୟର ୧ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦିଆଯିବ । ଏହାସହିତ ଦଳ ସରକାର ଗଠନ କଲେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୫ଶହ ଟଙ୍କା ଲେଖାଏଁ ଭତ୍ତା ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି । ଏହାସହ ରାଜ୍ୟରେ ପୁରୁଣା ପେନସନ ଲାଗୁ କରିବା, ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳୀମାଗଣା ଦେବା ପାଇଁ ଇସ୍ତାହାରରେ ଉଲ୍ଲେଖ କରାଯାଇଛି ।

ଏହାସହ କିଲୋ ପ୍ରତି ୨ ଟଙ୍କା ଦରରେ ଗୋବର କିଣିବା ସହ ଫଳ ଚାଷୀ ସେମାନଙ୍କ ଫଳର ଦାମ ବଗିଚାରେ ନିର୍ଦ୍ଧାରିତ କରିପାରିବାର ସୁଯୋଗ ମିଳିବ । ସେପଟେ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କ ପାଇଁ ୬୮୦ କୋଟି ଟଙ୍କାର ଷ୍ଟାଟଅପ୍ ପ୍ରସ୍ତୁତ କରିବାକୁ ଦଳ ପ୍ରତିଶ୍ରୁତି ଦେଇଛି ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଭାଗେଲ, ଏଆଇସିସି ଇନ୍‌ଚାର୍ଜ ରାଜୀବ ଶୁକ୍ଳା, ଦଳର ହିମାଚଳ ପ୍ରଦେଶ ସଭାପତି ପ୍ରତିଭା ସିଂହ, କଂଗ୍ରେସ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଶୁଖବିନ୍ଦର ସିଂହ ସୁଖୁ ଓ ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଧନୀ ରାମ ଶାଣ୍ଡିଲଙ୍କ ଉପସ୍ଥିତିରେ ‘କଂଗ୍ରେସ ପ୍ରତିଜ୍ଞା ପତ୍ର’ ଘୋଷଣା କରାଯାଇଛି।