EPF - The Sakala
ସରକାରୀ ରିପୋର୍ଟରେ ଖୋଲିଲା କର୍ମଚାରୀଙ୍କ ସାମାଜିକ ସୁରକ୍ଷା ପୋଲ୍‌; ୫୦ ପ୍ରତିଶତ ପିଏଫ୍‌ ଆକାଉଣ୍ଟରେ ୨୦ ହଜାରରୁ କମ୍ ବାଲାନ୍ସ...
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) ଏହାର ସଦସ୍ୟମାନଙ୍କୁ ଅବସରକାଳୀନ  ସାମାଜିକ ସୁରକ୍ଷା ପାଇଁ ଯୋଗାଇଦେଇଥାଏ। ସେଥିପାଇଁ ସଦସ୍ୟନଙ୍କୁ ସେମାନଙ୍କର  ବେତନରୁ ଇପିଏଫ୍‌ ଆକାଉଣ୍ଟରୁ ପ୍ରତି ମାସରେ ନିର୍ଦ୍ଧିଷ୍ଟ ପରିମାଣର ଆର୍ଥିକ ଯୋଗଦାନ ଦେବାକୁ ପଡିଥାଏ। ଜରୁରୀ ଅଥବା ଅବସରରେ ପରେ ସଦସ୍ୟମାନେ ସେହି ଅର୍ଥକୁ ଇପିଏଫ୍‌ ପାଣ୍ଠିରୁ ଉଠାଇ ନେଇଥାନ୍ତି। ଏଥିରେ ପରିତାପର ବିଷୟ ହେଉଛି ଯେ, ଅବସର ବେଳକୁ ଇପିଏଫ୍‌ଓ ସଦସ୍ୟଙ୍କ ଆକାଉଣ୍ଟ ଖାଲି। ବିଶେଷକରି ଛୋଟ ଛୋଟ ଆବଶ୍ୟକତା ପାଇଁ ଆକାଉଣ୍ଟରୁ ବାରମ୍ବାର ଅର୍ଥ ଉଠାଣ ଯୋଗୁ କୋଟି କୋଟି କର୍ମଚାରୀଙ୍କ ପିଏଫ୍ ଖାତା ଅବସର ବେଳକୁ ଖାଲି ହୋଇଯାଇଛି। ସମ୍ପ୍ରତି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ତଥ୍ୟରେ ଏହା କୁହାଯାଇଛି। ପରିସ୍ଥ଄ତି ଏମିତି ହୋଇଛି ଯେ, ୫୦% ଇପିଏଫ୍‌ଓ ସଦସ୍ୟଙ୍କ ଭବିଷ୍ୟନିଧି ପାଣ୍ଠି ଖାତାରେ ୨୦ ହଜାର ଟଙ୍କାରୁ ବି କମ୍‌ ବାଲାନ୍ସ ରହିଛି। ଅପରପକ୍ଷେ ୭୫% ସଦସ୍ୟଙ୍କ ଖାତାରେ ୫୦ ହଜାର ଟଙ୍କାରୁ କମ୍‌ ଏବଂ ଅବସରବେଳକୁ ୮୭%ରୁ କମ୍ ସଦସ୍ୟଙ୍କ ଆକାଉଣ୍ଟରେ ୧ ଲକ୍ଷରୁ କମ୍‌ ବାଲାନ୍ସ ଅର୍ଥ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ, ଇପିଏଫ୍‌ଓ ସଦସ୍ୟଙ୍କ ପିଏଫ୍‌ ପାଣ୍ଠିର ଏପରି ପରିସ୍ଥିତି ଦର୍ଶାଉଛି ଯେ ଅଧିକାଂଶ ଲୋକ ସେମାନଙ୍କର ବୃଦ୍ଧାବସ୍ଥା ପାଇଁ ଯଥେଷ୍ଟ ଅର୍ଥ ସଞ୍ଚୟ କରୁନାହାଁନ୍ତି। ଛୋଟ ଛୋଟ ଆବଶ୍ୟକତା ପାଇଁ ବାରମ୍ବାର ଟଙ୍କା ଉଠାଇବାର ଅଭ୍ୟାସ ସେମାନଙ୍କର ଅବସର ପାଣ୍ଠିର ବାଲାନ୍ସକୁ ହ୍ରାସ କରୁଛି। ଏହି ତଥ୍ୟ ଏବେ ଅଣସଂଗଠିତ କ୍ଷେତ୍ରର ଯେ କୌଣସି କର୍ମଜୀବୀଙ୍କୁ ଚିନ୍ତିତ କରିବା ଭଳି ହୋଇଛି। ଆର୍ଥିକ କ୍ଷେତ୍ରର କେତେକ ବିଶେଷଜ୍ଞଙ୍କ ମତରେ ଇପିଏଫ୍‌ଓ ଅର୍ଥ ଉଠାଣ ନିୟମ ସରଳ ହେବା ଏବଂ ଏଥିପାଇଁ ରହିଥିବା  ସୀମା ବୃଦ୍ଧି ହେବା ଯୋଗୁ ଅନେକ କର୍ମଚାରୀ ଛୋଟ ଛୋଟ ଆବଶ୍ୟକତା ପୂରଣ ପାଇଁ ବାଲାନ୍ସ ଅର୍ଥ ଉଠାଇ ନେଉଛନ୍ତି। ଫଳରେ ସେମାନଙ୍କର ପିଏଫ୍ ଖାତା ଅବସର ନେବା ବେଳକୁ ଖାଲି ହୋଇଯାଉଛି। ଏକ ରିପୋର୍ଟ ଅନୁଯାୟୀ,  ନିଜର ପିଏଫ୍‌ ଅାକାଉଣ୍ଟରୁ ଆଂଶିକ ଅର୍ଥ ଉଠାଣ ପାଇଁ ଗତ ବର୍ଷ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନକୁ ପ୍ରାୟ ୭ କୋଟି କର୍ମଚାରୀ ଆବେଦନ କରିଥିଲେ,ସେଥିରୁ ୬ କୋଟି କର୍ମଚାରୀଙ୍କର ଆବେଦନ ମଞ୍ଜୁର କରାଯାଇଥିଲା।
ଯଦିବା ନିକଟରେ କର୍ମଚାରୀମାନଙ୍କର ସଞ୍ଚୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କର ଅବସରକାଳୀନ ପାଣ୍ଠିକୁ ସୁଦୃଢ଼ ​​କରିବା ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମଣ୍ଡାଭିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ​​ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ସମ୍ପୂର୍ଣ୍ଣ ରାଶିର ସମୟ ପୂର୍ବରୁ ଉଠାଣ ପାଇଁ ରଖାଯାଇଥିବା ନିୟମ। ଏଣିକି ପ୍ରତ୍ୟେକ ପିଏଫ୍‌ ଆକାଉଣ୍ଟରେ ସର୍ବନିମ୍ନ ୨୫% ଅର୍ଥ ବାଲାନ୍ସ ରଖିବା ବାଧ୍ୟତାମୂଳକ ହେବ। ଏହାର ଅର୍ଥ ହେଉଛି ଆପଣ ଆପଣଙ୍କର ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବରେ ଖାଲି କରିପାରିବେନାହିଁ। ଯଦି ଆପଣ ଚାକିରି ଛାଡିବା ପରେ ଆପଣଙ୍କର ସମ୍ପୂର୍ଣ୍ଣ ପିଏଫ୍‌ ବାଲାନ୍ସ ଉଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଏବେ ୨ ମାସ ବଦଳରେ ୧୨ ମାସ ଅପେକ୍ଷା କରିବାକୁ ପଡିବ। ଏହାଛଡା ପେନସନ ପାଣ୍ଠି ଉଠାଣ ପାଇଁ ଅପେକ୍ଷା ଅବଧି ୨ ମାସରୁ ୩୬ ମାସ କିମ୍ବା ୩ ବର୍ଷକୁ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ନେବାର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି, ୭୫% ପେନସନ ଯୋଜନାରେ ସଦସ୍ୟ ସେମାନଙ୍କର ସମସ୍ତ ପାଣ୍ଠି ତୁରନ୍ତ ଉଠାଣ କରିଦେଇଥାନ୍ତି, ଯାହା ଫଳରେ ସେମାନଙ୍କର ବୃଦ୍ଧାବସ୍ଥା ଅସୁରକ୍ଷିତ ହୋଇଯାଏ।
କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ନିଷ୍ପତ୍ତି; ଭବିଷ୍ୟନିଧି ପାଣ୍ଠିରୁ ସବୁ ଅର୍ଥ ଉଠାଇପାରିବେ ସଦସ୍ୟ...
ନୂଆଦିଲ୍ଲୀ: ଏଣିକି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌)ରୁ ସମ୍ପୂର୍ଣ୍ଣ ଅର୍ଥ ରାଶି ଉଠାଇପାରିବେ ସଦସ୍ୟ। ସୋମବାର କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା  ସୋମବାର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ଏ ସମ୍ପର୍କରେ  ନିଷ୍ପତ୍ତି ନିଆଯାଇଛି। କର୍ମଚାରୀଙ୍କୁ ସେମାନଙ୍କ ଆବଶ୍ୟକତା ପାଇଁ ସହଜରେ ପିଏଫ୍‌ ଉଠାଣ କରିବା ଏବଂ ସେମାନଙ୍କର ଅବସରକାଳୀନ ସଞ୍ଚୟକୁ ସୁଦୃଢ଼ ​​କରିବା ପାଇଁ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବର୍ତ୍ତମାନ କେବଳ ତିନୋଟି ବର୍ଗରେ ଅତ୍ୟାବଶ୍ୟକ ଆବଶ୍ୟକତା (ରୋଗ, ଶିକ୍ଷା, ବିବାହ), ଗୃହ ଆବଶ୍ୟକତା (ଘର ସମ୍ବନ୍ଧୀୟ ଖର୍ଚ୍ଚ) ଏବଂ ବିଶେଷ ପରିସ୍ଥିତିରେ ସଦସ୍ୟମାନେ ଏବେ ସେମାନଙ୍କର ପିଏଫ୍‌ ଆକାଉଣ୍ଟରୁ ସମ୍ପୂର୍ଣ୍ଣ ବାଲାନ୍ସ (କର୍ମଚାରୀ ଏବଂ ନିଯୁକ୍ତିଦାତା ଉଭୟ ଅଂଶ ସମେତ) ଉଠାଣ କରିପାରିବେ। ପୂର୍ବରୁ, ଶିକ୍ଷା ଏବଂ ବିବାହ ପାଇଁ କେବଳ ୩ଥର ଉଠାଣ ଅନୁମତି ଥିଲା, କିନ୍ତୁ ବର୍ତ୍ତମାନ ଶିକ୍ଷା ପାଇଁ ୧୦ ଥର ଏବଂ ବିବାହ ପାଇଁ ୫ ଥର ଅର୍ଥ ଉଠାଣ କରାଯାଇପାରିବ। ଏହାସହିତ ସର୍ବନିମ୍ନ ସେବା ଅବଧିକୁ ୧୨ ମାସକୁ ହ୍ରାସ କରାଯାଇଛି, ଯାହା ପୂର୍ବରୁ ବିଭିନ୍ନ ଆବଶ୍ୟକତା ପାଇଁ ଭିନ୍ନ ରହିଥ଄ଲା। ପୂର୍ବରୁ, ବିଶେଷ ପରିସ୍ଥିତିରେ (ଯେପରିକି ପ୍ରାକୃତିକ ବିପର୍ଯ୍ୟୟ, ବେକାରୀ କିମ୍ବା ମହାମାରୀ)ସଦସ୍ୟଙ୍କୁ ଟଙ୍କା ଉଠାଣ ପାଇଁ ଏକ କାରଣ ଦର୍ଶାଇବାକୁ ପଡୁଥିଲା, ଯାହା ପ୍ରାୟତଃ କ୍ଲେମ୍‌ ବା ଦାବିକୁ ପ୍ରତ୍ୟାଖ୍ୟାନ କରୁଥିଲା। ବର୍ତ୍ତମାନ ଏହି ଅସୁବିଧା ଦୂର ହୋଇଛି। ସଦସ୍ୟମାନେ ବିଶେଷ ପରିସ୍ଥିତିରେ ବିନା କୌଣସି କାରଣ ଦର୍ଶାଇ ଆକାଉଣ୍ଟରୁ ଟଙ୍କା ଉଠାଣ କରିପାରିବେ। ଇପିଏଫ୍‌ଓ ଏହା ମଧ୍ୟ ସୁନିଶ୍ଚିତ କରିଛି ଯେ ସଦସ୍ୟମାନେ ସର୍ବଦା ସେମାନଙ୍କ ଆକାଉଣ୍ଟରେ ସର୍ବନିମ୍ନ ୨୫% ବାଲାନ୍ସ ବଜାୟ ରଖିବେ। ଏହା ସଦସ୍ୟମାନଙ୍କୁ ୮.୨୫% ସୁଧ ହାର ଏବଂ ଚକ୍ରବୃଦ୍ଧି ସୁଧ ପାଇବା ସୁନିଶ୍ଚିତ କରିବ, ଯାହା ସେମାନଙ୍କୁ ଏକ ଯଥେଷ୍ଟ ଅବସର କର୍ପସ ପାଣ୍ଠି ଗଠନ କରିବାକୁ ସକ୍ଷମ କରିବ। ନୂତନ ନିୟମ ଅନୁଯାୟୀ, କୌଣସି ଡକ୍ୟୁମେଣ୍ଟ ଦାଖଲ କରିବାର ଆବଶ୍ୟକତା ରହିବ ନାହିଁ। ଟଙ୍କା ଉଠାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ହେବ, ଯାହା ଦାବି ସମାଧାନକୁ ତ୍ୱରାନ୍ୱିତ କରିବ। ଏହା ସହିତ, ଅପରିପକ୍ବ ଚୂଡ଼ାନ୍ତ ସମାଧାନ ପାଇଁ ଅବଧି ୨ ମାସରୁ ୧୨ ମାସକୁ ବୃଦ୍ଧି କରାଯାଇଛି ଏବଂ ଚୂଡାନ୍ତ ପେନସନ ଉଠାଣ ଅବଧି ୨ମାସରୁ ୩୬ ମାସକୁ ବୃଦ୍ଧି କରାଯାଇଛି।
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦୀପାବଳି ପୂର୍ବରୁ ଦେଶରୁ ପ୍ରାୟ ୮ କୋଟି କର୍ମଚାରୀ ଭବିଷ୍ୟନିଧି। ପାଣ୍ଠି ସଂଗଠନ (ଇପିଏଫ୍‌ଓ) ​​ଉପଭୋକ୍ତାଙ୍କୁ କିଛି ସୁବିଧା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ସର୍ବନିମ୍ନ ପେନସନ ମଧ୍ୟ ବୃଦ୍ଧି କରାଯାଇପାରେ। ବର୍ତ୍ତମାନ ମାସିକ ସର୍ବନିମ୍ନ ପେନ୍‌ସନ୍‌ ୧୦୦୦ ଟଙ୍କା ରହିଛି, କିନ୍ତୁ ଟ୍ରେଡ ୟୁନିଅନଗୁଡ଼ିକ ଦୀର୍ଘ ଦିନ ହେବ ଏହାକୁ ବୃଦ୍ଧି କରିବାକୁ ଦାବି କରିଆସୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଇପିଏଫ୍‌ଓର ​କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ଅଧ୍ୟକ୍ଷତାରେ ଅକ୍ଟୋବର ୧୦ ଏବଂ ୧୧ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ବୈଠକରେ ସର୍ବନିମ୍ନ ଇପିଏଫ୍‌ ପେନସନ ୨୫୦୦ ଟଙ୍କାକୁ ବୃଦ୍ଧି କରିବା ଉପରେ ନିଷ୍ପତ୍ତି ନିଆଯାଇପାରେ।
କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ସବୁଠାରୁ ବଡ଼ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ହେଉଛି ଇପିଏଫ୍‌ଓ। ଏହି ବୈଠକରେ ନିଯୁକ୍ତିଦାତା, କର୍ମଚାରୀ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପ୍ରତିନିଧି ସାମିଲ ଅଛନ୍ତି। ତଥାପି, ବୈଠକରେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହା ଅଧୀନରେ, ସଦସ୍ୟମାନେ ଏଟିଏମ୍‌ରୁ ସେମାନଙ୍କର ପିଏଫ୍‌ ଅର୍ଥର କିଛି ଅଂଶ ଉଠାଇପାରିବେ। ଏହାସହିତ, ସେମାନେ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିପାରିବେ। ତେବେ ବୈଠକରେ ଇପିଏଫ୍‌ଓରୁ ଆଂଶିକ ପ୍ରତ୍ୟାହାରକୁ ଅନୁମତି ଦେବା ପ୍ରସ୍ତାବକୁ ଟ୍ରେଡ ୟୁନିଅନଗୁଡ଼ିକ ବିରୋଧ କରିପାରନ୍ତି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଏବଂ ବିବିଧ ବ୍ୟବସ୍ଥା ଆଇନ ଅନୁଯାୟୀ, ଅସୁସ୍ଥତା, ଶିକ୍ଷା, ବିବାହ ଏବଂ ଘର ଭଳି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଅଟୋ କ୍ଲେମ୍ ସୁବିଧା ଅଧୀନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଣ କରିବାର ସୁବିଧା ଅଛି। ଏହି ଟଙ୍କା ତିନି ଦିନ ମଧ୍ୟରେ ପ୍ରାପ୍ତ ହୁଏ। ବର୍ତ୍ତମାନ ଉଠାଣ ପ୍ରକ୍ରିୟା ଅତି କମରେ ଦୁଇ-ତିନି ଦିନ ସମୟ ନେଇଥାଏ। ଏଥିରେ ନେଫ୍ଟ କିମ୍ବା ଆର୍‌ଟିଜିଏସ୍‌ ମାଧ୍ୟମରେ ଟଙ୍କା ସ୍ଥାନାନ୍ତର କରାଯାଏ। ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ପ୍ରସ୍ତାବ ଇପିଏଫ୍‌ଓ ଏଜେଣ୍ଡାର ଏକ ଅଂଶ।
ଇପିଏଫ୍‌ଓ ଖୁବ୍ ଶୀଘ୍ର ଏହାର ନୂତନ ଡିଜିଟାଲ୍ ସେବା ‘ଇପିଏଫ୍‌ଓ ୩.୦’ଆରମ୍ଭ କରିବାକୁ ଯାଉଛି। ଏହା କେବଳ ଉଠାଣ ପ୍ରକ୍ରିୟାକୁ ସରଳ କରିବ ନାହିଁ, ବରଂ ସୂଚନା ଅପଡେଟ୍ କରିବା ଏବଂ ଦାବି ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିବ। କର୍ମଚାରୀମାନେ ୟୁଏଏନ୍‌ ସକ୍ରିୟ କରି ଏବଂ ଆଧାରକୁ ଆକାଉଣ୍ଟ ସହିତ ଲିଙ୍କ୍ କରି ଏଟିଏମ୍‌ରୁ ଟଙ୍କା ଉଠାଇପାରିବେ। ଏହି ନୂତନ ପ୍ରକ୍ରିୟାରେ, ଇପିଏଫ୍‌ଓ ଏହାର ଗ୍ରାହକମାନଙ୍କୁ ଏକ ସ୍ୱତନ୍ତ୍ର ଏଟିଏମ୍‌ କାର୍ଡ ପ୍ରଦାନ କରିବ, ଯାହା ସେମାନଙ୍କର ପିଏଫ୍‌ ଆକାଉଣ୍ଟ ସହିତ ଲିଙ୍କ୍ ହେବ। ଏହି କାର୍ଡ ବ୍ୟବହାର କରି, ଗ୍ରାହକମାନେ ସିଧାସଳଖ ଏଟିଏମ୍‌ ମେସିନରୁ ସେମାନଙ୍କର ପିଏଫ୍‌ ଟଙ୍କା ଉଠାଇପାରିବେ। ୟୁପିଆଇରୁ ଟଙ୍କା ଉଠାଇବା ପାଇଁ ପିଏଫ୍‌ ଆକାଉଣ୍ଟକୁ ୟୁପିଆଇ ସହିତ ଲିଙ୍କ୍ କରିବାକୁ ପଡିବ। ଏହା ପରେ ଗ୍ରାହକମାନେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପିଏଫ୍‌ ଟଙ୍କା ସ୍ଥାନାନ୍ତର କରିପାରିବେ।
ନୂଆଦିଲ୍ଲୀ: ଆଗାମୀ ଦିନରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ସଦସ୍ୟମାନଙ୍କୁ ସେମାନଙ୍କର ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ଯାହାଫଳରେ ଜରୁରୀ ସମୟରେ ସଦସ୍ୟଙ୍କୁ ଆଉ ଚାକିରି ଛାଡିବାକୁ ପଡିବନାହିଁ କିମ୍ବା ଅବସର ପାଇଁ ଅପେକ୍ଷା କରିବାକୁ ପଡିବନାହିଁ। କାରଣ କେନ୍ଦ୍ର ସରକାର ଅବସରକାଳୀନ ପାଣ୍ଠିରୁ ଟଙ୍କା ଉଠାଇବା ପାଇଁ କର୍ମଚାରୀମାନଙ୍କ ଲାଗି ରହିଥିବା କଠୋର ନିୟମକୁ କୋହଳ କରିବା ବିଷୟରେ ବିଚାର କରୁଛନ୍ତି। ଏହି ଅନୁଯାୟୀ, ଇପିଏଫ୍‌ ସଦସ୍ୟମାନେ ପ୍ରତି ୧୦ ବର୍ଷରେ ଥରେ ସମ୍ପୂର୍ଣ୍ଣ ରାଶି କିମ୍ବା ଏହାର କିଛି ଅଂଶ ଉଠାଇବାକୁ ଅନୁମତି ପାଇପାରିବେ। ପ୍ରଚଳିୀତ ନିୟମରେ ଜଣେ ସଦସ୍ୟ ଅବସର ପରେ ହିଁ ପିଏଫ୍‌ର ସମ୍ପୂର୍ଣ୍ଣ ରାଶି ଉଠାଇପାରିବେ। ଏହାବ୍ୟତୀତ, ସାଧାରଣତଃ ୫୮ ବର୍ଷ ବୟସରେ କିମ୍ବା ଯଦି ଆପଣ ଦୁଇ ମାସରୁ ଅଧିକ ସମୟ ପାଇଁ ବେକାର ଅଛନ୍ତି ତେବେ ଟଙ୍କା ଉଠାଇହେବ।
ରିପୋର୍ଟ ଅନୁଯାୟୀ, ଯଦି ଏହି ପରିବର୍ତ୍ତନଗୁଡ଼ିକ କାର୍ଯ୍ୟକାରୀ ହୁଏ, ତେବେ ସଦସ୍ୟମାନେ ୩୦ ବର୍ଷ ବୟସରେ ମଧ୍ୟ ଇପିଏଫ୍‌ରୁ ସେମାନଙ୍କର ସମ୍ପୂର୍ଣ୍ଣ ଅର୍ଥ ରାଶି ଉଠାଇପାରିବେ। ଏହା ସଦସ୍ୟମାନଙ୍କୁ ସେମାନଙ୍କର ଇପିଏଫ୍‌ ସଞ୍ଚୟ କିପରି ବ୍ୟବହାର କରିବେ ତାହା ବାଛିବାକୁ ଅନୁମତି ଦେବ। ସରକାର ପ୍ରତି ୧୦0 ବର୍ଷରେ ସଂଗୃହୀତ କର୍ପସ୍‌ ବା ବଳକା ଅର୍ଥରୁ କେବଳ ୬୦ ପ୍ରତିଶତ ଉଠାଇବାକୁ ଅନୁମତି ଦେଇପାରନ୍ତି, ଯାହା ଉପରେ ଏବେ ବିଚାର ଚାଲିଛି। ସମ୍ପ୍ରତି ଦେଶରେ ଇପିଏଫ୍‌ଓର ୭.୪ କୋଟିରୁ ଅଧିକ ସଦସ୍ୟ ରହିଛନ୍ତି। ଇପିଏଫ୍‌ଓରେ ପଡିରହିଥିବା କର୍ମଚାରୀଙ୍କ ବଳକା ରାଶି ପରିମାଣ ପ୍ରାୟ ୨୫ ଲକ୍ଷ କୋଟି ଟଙ୍କା ହେବ। ବର୍ତ୍ତମାନ ଇପିଏଫ୍‌ରୁ ଆଂଶିକ ଅର୍ଥ ଉଠାଣ ଅନୁମତି କେବଳ ଗୃହ, ଜୁରୀକାଳୀନ ଚିକିତ୍ସା, ଶିକ୍ଷା କିମ୍ବା ବିବାହ ଭଳି ବିଶେଷ ଆବଶ୍ୟକତା କ୍ଷେତ୍ରରେ ସୀମିତ।
ଇପିଏଫ୍‌ ସଦସ୍ୟମାନେ ଜମି କିଣିବା କିମ୍ବା ଘର ନିର୍ମାଣ କରିବା ପାଇଁ ସେମାନଙ୍କର ଜମାର ୯୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଉଠାଣ କରିପାରିବେ। ପୂର୍ବରୁ, କେବଳ ସେହି ଲୋକମାନେ ଯେଉଁମାନଙ୍କର ସଞ୍ଚୟ ୫ ବର୍ଷ ଧରି ସ୍ଥିର ଭାବରେ ବୃଦ୍ଧି ଜାରି ରହିଥିଲା ସେମାନେ ଗୃହ ଆବଶ୍ୟକ ସମୟରେ ୯୦ ପ୍ରତିଶତ ଟଙ୍କା ଉଠାଇପାରିବେ, କିନ୍ତୁ ବର୍ତ୍ତମାନ ଏହି ସୀମାକୁ ତିନି ବର୍ଷକୁ ହ୍ରାସ କରାଯାଇଛି। ଇପିଏଫ୍‌ଓ ମଧ୍ୟ ଅଗ୍ରିମ ଦାବି ସୀମା ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି, ଯାହାପାଇଁ ଅବସର ପାଣ୍ଠିରୁ ଅତିରିକ୍ତ ଅନୁମୋଦନ ଦରକାର ହେବନି। ଏହା ସଦସ୍ୟମାନଙ୍କୁ ଜରୁରୀ ସମୟରେ ଶୀଘ୍ର ପାଣ୍ଠି ପାଇବାରେ ସାହାଯ୍ୟ କରିବ ବୋଲି ସଂଗଠନ ପକ୍ଷରୁ ଜୁନ୍ ୨୪ରେ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି।
ଆପଣଙ୍କ ଦରମାରୁ କେତେ PF କଟାଯାଏ ଏବଂ କମ୍ପାନୀ କେତେ ଦିଏ?
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ଦେଶର କୋଟି କୋଟି କର୍ମଚାରୀଙ୍କୁ ଏକ ଅତ୍ୟାବଶ୍ୟକ ସାମାଜିକ ସୁରକ୍ଷା ପ୍ରଦାନ କରେ। ଦେଶରେ କୋଟି କୋଟି କର୍ମଚାରୀ ଅଛନ୍ତି ଯେଉଁମାନଙ୍କର ପିଏଫ୍ ଆକାଉଣ୍ଟ ଅଛି। ସଂଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ଦରମାର ଏକ ଅଂଶ ପ୍ରତି ମାସରେ କାଟି ସେମାନଙ୍କ ପିଏଫ ଆକାଉଣ୍ଟରେ ଜମା କରାଯାଏ। ଏହି ଟଙ୍କା ଅବସର ପରେ କର୍ମଚାରୀଙ୍କ ଜୀବନକୁ ଆର୍ଥିକ ଭାବରେ ସୁରକ୍ଷିତ କରିବାରେ ସାହାଯ୍ୟ କରେ। ଏହି କାରଣରୁ, ପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା କର୍ମଚାରୀମାନଙ୍କ ବୃଦ୍ଧାବସ୍ଥାରେ ସ୍ଥିର ଆୟର ଏକ ଉତ୍ସ ପାଲଟିଥାଏ। ପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ହେଉଛି କର୍ମଚାରୀ ଏବଂ ନିଯୁକ୍ତିଦାତା (କମ୍ପାନୀ) ଦ୍ୱାରା ପ୍ରତି ମାସରେ ମିଳିତ ଅବଦାନ। ପ୍ରାୟତଃ ଲୋକଙ୍କ ମନରେ ଏହି ପ୍ରଶ୍ନ ଥାଏ ଯେ ଆପଣଙ୍କ ଦରମାରୁ କେତେ PF କଟାଯାଏ ଏବଂ କମ୍ପାନୀ କେତେ ଦିଏ?
ଦେଶର ଅନେକ କର୍ମଚାରୀ ଏହା ବିଷୟରେ ଅବଗତ ନାହାଁନ୍ତି। ଯଦି ଆପଣ ମଧ୍ୟ ଏହା ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେବେ ଏହି ଖବରଟି ବିଶେଷ ଭାବରେ ଆପଣଙ୍କ ପାଇଁ। ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ।
ଆପଣଙ୍କର ମୂଳ ଦରମାର ୧୨ ପ୍ରତିଶତ କାଟି ଆପଣଙ୍କ PF ଆକାଉଣ୍ଟରେ ଜମା କରାଯାଏ। କମ୍ପାନୀ ମଧ୍ୟ ୧୨ ପ୍ରତିଶତ ଅବଦାନ ରଖେ। ଏହି କାରଣରୁ, ପ୍ରତି ମାସରେ ଆପଣଙ୍କର ମୋଟ ଦରମାର ୨୪ ପ୍ରତିଶତ ଆପଣଙ୍କ PF ଆକାଉଣ୍ଟରେ ଜମା ହୋଇରହିଥାଏ।
ପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଉପରେ ସରକାରଙ୍କ ପକ୍ଷରୁ ଏକ ଆକର୍ଷଣୀୟ ସୁଧ ହାର ମଧ୍ୟ ପ୍ରଦାନ କରାଯାଏ। ପ୍ରତିବର୍ଷ ସରକାର ପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କାର ସୁଧ ହାର ସଂଶୋଧନ କରନ୍ତି।ବର୍ତ୍ତମାନ, ଆପଣ ପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଉପରେ ପ୍ରାୟ ୮.୨୫ ପ୍ରତିଶତ ସୁଧ ହାର ପାଉଛନ୍ତି।
ପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କାର ଏକ ଅଂଶ ପେନସନ୍ ପାଣ୍ଠିକୁ ମଧ୍ୟ ଯାଏ। ବାକି ରାଶି ଆପଣଙ୍କ PF ଆକାଉଣ୍ଟରେ ଜମା ହୋଇରହିଥାଏ। ନିଯୁକ୍ତିଦାତା ( ଯେଉଁ କମ୍ପାନୀରେ ଆପଣ କାମ କରୁଛନ୍ତି) ତାର  ୧୨ ପ୍ରତିଶତ ଅବଦାନକୁ ଦୁଇଟି ଭାଗରେ ବିଭକ୍ତ କରାଯାଏ। ଯେଉଁଥିରୁ ୮.୩୩ ପ୍ରତିଶତ କର୍ମଚାରୀ ପେନସନ ଯୋଜନା (EPS)କୁ ଏବଂ ୩.୬୭ ପ୍ରତିଶତ ପିଏଫ୍ ଆକାଉଣ୍ଟକୁ ଯାଏ।
ସଫ୍ଟୱେର ମନ୍ଥର ,ଖୋଲୁନି ଇପିଏଫ୍‌ଓ ପୋର୍ଟାଲ୍‌
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ପୋର୍ଟାଲ୍ ଖୋଲୁନାହିଁ। ଏହାର ସଫ୍ଟୱେର ମନ୍ଥର ଥିବାରୁ ଏହାକୁ ଆକ୍ସେସ୍ କରିବାରେ ସଦସ୍ୟମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହି ସମୟରେ, ଅନେକ ଉପଭୋକ୍ତା ସେମାନଙ୍କର ପାସୱାର୍ଡ ପୁନଃସେଟ୍ କରିବାରେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପର୍ଯ୍ୟାପ୍ତ ପାଣ୍ଠି ବ୍ୟବସ୍ଥା ନ ଥିବାରୁ ଇପିଏଫ୍‌ଓ ତା’ର ପୁରୁଣା ସର୍ଭର ଅପ୍‌ଗ୍ରେଡ୍‌ କରିପାରୁନାହିଁ। ଏହି ପ୍ରସଙ୍ଗ ଏବେ ଖୋଦ୍‌ ସଂସଦରେ ଉଠିଲାଣି।
ସାଂସଦ ମହମ୍ମଦ ହନିଫା ତାଙ୍କ ପ୍ରଶ୍ନରେ ପଚାରିଥିଲେ ଯେ, ଇପିଏଫ୍‌ଓର ସଫ୍ଟୱେର୍ ସିଷ୍ଟମ୍ ଏବଂ ପୁରୁଣା ସର୍ଭରରେ ସମସ୍ୟା ଯୋଗୁଁ ​​ସଦସ୍ୟମାନଙ୍କର ବିଚାରାଧୀନ କ୍ଲେମ୍‌ ବା ଦାବି ସଂଖ୍ୟା ବୃଦ୍ଧି ପାଇଛି କି। ସେ ଏହା ମଧ୍ୟ ପଚାରିଥିଲେ ଯେ ଯଦି ଏହା ସତ୍ୟ, ତେବେ କମ୍ ବଜେଟ୍ ଯୋଗୁଁ ଇପିଏଫ୍‌ଓ ​​ଏହାର ସିଷ୍ଟମକୁ ଅପଗ୍ରେଡ୍ କରିପାରୁନାହିଁ କି ? ହନିଫାଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କରାଣ୍ଡଲାଜେ କହିଛନ୍ତି ଯେ ଇପିଏଫ୍‌ଓ ​​ଷ୍ଟୋରେଜ୍ ଏବଂ ସ୍ୱତନ୍ତ୍ର ଡାଟାବେସ୍ ସର୍ଭର ପୋର୍ଟକୁ ଅପଗ୍ରେଡ୍ କରିଛି। ଯାହା ଦ୍ୱାରା ଅଧିକ ଲୋଡ୍ ଥିଲେ ମଧ୍ୟ କୌଣସି ସମସ୍ୟା ନାହିଁ, ଯାହା ଇପିଏଫ୍‌ଓର ବ୍ୟବସ୍ଥାକୁ ଉନ୍ନତ କରିଛି। ଇପିଏଫ୍‌ଓ ​​୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଲେମ୍‌କୁ ଅଟୋ ମୋଡ୍‌ରେ ସମାଧାନ କରିବା ଆରମ୍ଭ କରିଛି, ଯାହା ଫଳରେ ଅସୁସ୍ଥତା, ବିବାହ, ବାସସ୍ଥାନ ଏବଂ ଶିକ୍ଷା ପାଇଁ ଇପିଏଫ୍‌ଓରୁ ସେମାନଙ୍କର ପିଏଫ୍‌ ଅର୍ଥ ଉଠାଇବା ପାଇଁ କ୍ଲେମ୍‌ କରିଛନ୍ତି।
ସେଥିରେ, ୧ ଏପ୍ରିଲ୍, ୨୦୨୪ ରୁ ୧୫ ଫେବୃଆରୀ, ୨୦୨୫ ପର୍ଯ୍ୟନ୍ତ ୧୯୬ ଲକ୍ଷ ଦାବି ମଧ୍ୟରୁ ୬୦ ପ୍ରତିଶତ ଦାବି ସ୍ୱୟଂଚାଳିତ ମୋଡ୍ ମାଧ୍ୟମରେ ସମାଧାନ କରାଯାଇଛି। ଇପିଏଫ୍‌ଓ ୩.୦ ପଦକ୍ଷେପ ଅଧୀନରେ ଇପିଏଫ୍‌ଓ ​​ସଦସ୍ୟଙ୍କ ସୁବିଧା ବୃଦ୍ଧି କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଯୋଜନା ଅଧୀନରେ, କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ କର୍ମଚାରୀଙ୍କ ପେନସନ ଯୋଗଦାନ ଏବଂ ଡେବିଟ୍ କାର୍ଡ ପରି ଏକ ଏଟିଏମ୍ କାର୍ଡ ଜାରି କରିବାକୁ ବିଚାର କରୁଛି। ବିଶେଷ କଥା ହେଉଛି ଏହି କାର୍ଡ ସାହାଯ୍ୟରେ, ଇପିଏଫ୍‌ଓ​​ସଦସ୍ୟମାନେ ଭବିଷ୍ୟତରେ ସିଧାସଳଖ ଏଟିଏମ୍‌ ରୁ ପିଏଫ୍‌ ଟଙ୍କା ଉଠାଇପାରିବେ।
ଇପିଏଫ୍ଓ ୟୁଏଏନ୍‌ ଆକ୍ଟିଭେସନ୍‌, ଆଧାର ସିଡିଂ ଅବଧି ୧୫ ଯାଏ ବଢ଼ିଲା
ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ୟୁଏଏନ୍‌ ଆକ୍ଟିଭେସନ୍‌ ଏବଂ ଆଧାର ସିଡିଂ ସମୟସୀମାରେ ବୃଦ୍ଧି ଘଟାଇଛି। ଇପିଏଫ୍‌ଓ ପକ୍ଷରୁ ବ୍ୟାଙ୍କରେ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଆକ୍ଟିଭେସନ୍‌ ଏବଂ ଆଧାର ସିଡିଂ ଅବଧିକୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ଇପିଏଫ୍‌ଓ ​​ଏହାକୁ ଶୀଘ୍ର ସକ୍ରିୟ କରିବାକୁ କହିଥିଲା। ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ଇପିଏଫ୍‌ଓ ​​ଏହାକୁ ଶୀଘ୍ର ସକ୍ରିୟ କରିବାକୁ କହିଥିଲା।
ଏଠାରେ ସୂଚନାଯୋଗ୍ୟ ଯେ, ୟୁଏଏନ୍‌ ନମ୍ବର ହେଉଛି ୧୨ ଅଙ୍କ ବିଶିଷ୍ଟ। ଏହା ମାଧ୍ୟମରେ କର୍ମଚାରୀମାନେ ସେମାନଙ୍କର ପିଏଫ୍‌ ଆକାଉଣ୍ଟ ସହ ଜଡିତ ସମସ୍ତ ସୂଚନା ଟ୍ରାକ୍ କରିପାରିବେ। ପିଏଫ୍ ଆକାଉଣ୍ଟ ସୂଚନା ଠାରୁ ଆରମ୍ଭ କରି ପାସବୁକ୍ ଡାଉନଲୋଡ୍ କରିବା ପର୍ଯ୍ୟନ୍ତ ଏଥିରେ ଅନ୍ତର୍ଭୁକ୍ତ। ଏହା ଜରିଆରେ ଆପଣ ପିଏଫ୍‌ ଅର୍ଥ ମଧ୍ୟ ଉଠାଇପାରିବେ କିମ୍ବା ସ୍ଥାନାନ୍ତର କରିପାରିବେ। କର୍ମଚାରୀ ଜମା-ସଂଯୁକ୍ତ ବୀମା ଯୋଜନା ଅଧୀନରେ ବୀମା କଭରେଜ୍ ପାଇବା ପାଇଁ ୟୁଏଏନ୍‌ ଆକ୍ଟିଭେସନ୍‌ ମଧ୍ୟ ଆବଶ୍ୟକ।
ଶ୍ରମ ବିଭାଗ ସ୍କାନର୍‌ରେ ନିଯୁକ୍ତି ପ୍ରଦାନକାରୀ ଏଜେନ୍ସି; ଇପିଏଫ୍‌ ଓ ଇଏସ୍‌ଆଇ ନ ଥିଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ରାଜ୍ୟ ଶ୍ରମ ବିଭାଗ ମାନବ ସମ୍ବଳ ପ୍ରଦାନକାରୀ ସଂସ୍ଥା(ମ୍ୟାନ୍‌‌ ପାୱାର ସର୍ଭିସ୍‌‌ ପ୍ରୋଭାଇଡର ଏଜେନ୍ସି)କୁ ଯାଞ୍ଚ ପରିସରଭୁକ୍ତ କରିବାକୁ ଯାଉଛି। ଏନେଇ ବିଭାଗୀୟ ସ୍ତରରେ ବଡ଼ ଯୋଜନା କରାଯାଉଛି। କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଥିବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌‌) ଓ ରାଜ୍ୟ କର୍ମଚାରୀ ବିମା ନିଗମ(ଇଏସ୍‌‌ଆଇ) ଭଳି ଆର୍ଥିକ ସୁରକ୍ଷା କ୍ଷେତ୍ରରେ ବଡ଼ ଧରଣର ଅନିୟମିତତା ହେଉଥିବା ଶ୍ରମ ବିଭାଗର ସନ୍ଦେହ ହେଉଛି। ସବୁ ଜିଲ୍ଲାର ଶ୍ରମ ଅଧିକାରୀମାନଙ୍କୁ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇ ଜିଲ୍ଲାରେ ତଦନ୍ତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ କୁହାଯିବ ବୋଲି ଶ୍ରମ ବିଭାଗର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।
ଶ୍ରମ ବିଭାଗ, ଇଏସ୍‌‌ଆଇ ଓ ଇପିଏଫ୍‌‌ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ଏହି ଉଚ୍ଚସ୍ତରୀୟ କମିଟି ଜିଲ୍ଲା ଗସ୍ତ କରି ଜିଲ୍ଲା ଶ୍ରମ ଅଧିକାରୀମାନଙ୍କୁ ରିପୋର୍ଟ ତଲବ କରିବେ। ସେହିଭଳି ସମ୍ପୃକ୍ତ ଜିଲ୍ଲାରେ ଥିବା ଏଜେନ୍ସିଗୁଡ଼ିକୁ ସ୍କାନରକୁ ଅଣାଯିବ। ପ୍ରାଥମିକ ପର୍ଯ୍ୟାୟରେ କେତେ ସଂଖ୍ୟକ ଏଜେନ୍ସି ଜିଲ୍ଲାରେ ସକ୍ରିୟ ରହିଛନ୍ତି ଏବଂ ସେମାନଙ୍କ ଅଧୀନରେ ନିଯୁକ୍ତ ଥିବା କର୍ମଚାରୀମାନେ ବିଭିନ୍ନ ସଂସ୍ଥାରେ କାମ କରୁଛନ୍ତି। ସେହିଭଳି ମାସିକ ସର୍ବାଧିକ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀମାନଙ୍କର ଇଏସ୍‌‌ଆଇ ରହିଛି କି ନାହିଁ ଓ ସମସ୍ତ କର୍ମଚାରୀମାନଙ୍କର ଇପିଏଫ୍‌‌ ଅଛି କି ନାହିଁ ତାହା ସଠିକ ଭାବେ ଯାଞ୍ଚ କରାଯିବ। ମାନବ ସମ୍ବଳ ଅଧିକାରୀମାନଙ୍କୁ ଯାଞ୍ଚ ପ୍ରକ୍ରିୟାରେ ସାମିଲ କରାଯିବ। ମାନବ ସମ୍ବଳ ଅଧିକାରୀମାନେ କର୍ମଚାରୀଙ୍କ ଇପିଏଫ୍‌‌ ଓ ଇଏସ୍‌‌ଆଇ ସମ୍ପର୍କିତ ତଥ୍ୟ ଦେବେ। ଅନିୟମିତତା ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।
ସାଧାରଣତଃ କେତେକ ଏଜେନ୍ସିଗୁଡ଼ିକ ଟଙ୍କା ଫାଙ୍କିବା ଉଦ୍ଦେଶ୍ୟରେ କର୍ମଚାରୀମାନଙ୍କୁ ଅବ୍ୟବସ୍ଥିତ ଦରମା ପଇଠ ବ୍ୟବସ୍ଥା ଆପଣାଇଥାଆନ୍ତି। ନିୟମ ଅନୁଯାୟୀ ଉଭୟ ଇଏସ୍‌‌ଆଇ ଓ ଇପିଏଫ୍‌‌ ଖାତାକୁ ଉଭୟ କର୍ମଚାରୀ ଓ କମ୍ପାନୀ ଏକ ବୃହତ ଅଂଶ ପ୍ରଦାନ କରିବା କଥା। କିନ୍ତୁ ନିଯୁକ୍ତିଦାତାମାନେ ଏହି ଖର୍ଚ୍ଚରୁ ବଞ୍ଚିବା ପାଇଁ ବେଆଇନ ପନ୍ଥା ଆପଣାଇ ନେଇଛନ୍ତି। ଏଭଳି ବେଆଇନ କାର୍ଯ୍ୟକଳାପକୁ କୌଣସି ପ୍ରକାରରେ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରମ ବିଭାଗ ସ୍ପଷ୍ଟ କରିଛି।
ଅନ୍ୟପକ୍ଷରେ ମାନବ ସମ୍ବଳ ପ୍ରଦାନକାରୀ ଏଜେନ୍ସିଗୁଡ଼ିକ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଇ ନିଯୁକ୍ତପ୍ରଦାନକାରୀ କମ୍ପାନୀଠାରୁ ଅର୍ଥ ପାଉଛନ୍ତି। ମାତ୍ର ପ୍ରତିବଦଳରେ ସେମାନଙ୍କୁ ଇପିଏଫ୍‌‌ ଓ ଇଏସ୍‌‌ଆଇ ଭଳି ସୁବିଧା ମିଳୁନାହିଁ। ଏସମ୍ପର୍କରେ ପୁରୀ ଜିଲ୍ଲାରେ ଏଜେନ୍ସି ମାଧ୍ୟମରେ କାମ କରୁଥିବା ଜନୈକ କୁଶଳୀ ଶ୍ରମିକ କହିଛନ୍ତି ଯେ ପ୍ରଥମେ ପ୍ରଥମେ କମ୍ପାନୀ ଇଏସ୍‌‌ଆଇ ଓ ଇପିଏଫ୍‌‌ ଟଙ୍କା ଦାଖଲ କରୁଥିଲା। କିନ୍ତୁ ବର୍ତ୍ତମାନ ଟଙ୍କା ଆଉ ଜମା ହେଉନାହିଁ। ୬ ମାସ ହେବ ଟଙ୍କା ଜମା ହୋଇ ନ ଥିବା ଆମେ ଜାଣିବାକୁ ପାଇଛୁ। ଏଜେନ୍ସି ଏସମ୍ପର୍କରେ ଅବଗତ ଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।
କେବଳ ଭୁବନେଶ୍ୱରରେ ୫୭ରୁ ଊର୍ଦ୍ଧ୍ବ ଏଜେନ୍ସି ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ଏମାନେ ନିଯୁକ୍ତି ଦେଉଛନ୍ତି। ତେବେ କର୍ମଚାରୀମାନେ କିଭଳି ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇବେ ତାହା ସରକାରଙ୍କର ଦାୟିତ୍ୱ। କମ୍ପାନୀଗୁଡ଼ିକ ଜାଣିଶୁଣି ବେଆଇନ କାର୍ଯ୍ୟକଳାପ କଲେ ତାହାକୁ ଗ୍ରହଣ କରାଯିବ ନାହିଁ। ଜିଲ୍ଲାସ୍ତରରେ ସେଲ୍‌ ରହିଥିବା ବେଳେ ନିୟମିତ ଅନ୍ତରାଳରେ ଶ୍ରମ ବିଭାଗ ଚଢ଼ାଉ କରୁଛି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।
ଇପିଏଫ୍‌ ପେନ୍‌ସନ୍‌ ମାମଲାର ରାୟ; ହଟିଲା ୧୫,୦୦୦ ବେତନ ସୀମା
ନୂଆଦିଲ୍ଲୀ : ଶୁକ୍ରବାର ବହୁ ପ୍ରତୀକ୍ଷିତ ଇପିଏଫ୍ ପେନ୍‌ସନ୍ ମାମଲାର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଇପିଏଫ୍ ପେନ୍‌ସନ୍‌ ପାଣ୍ଠିରେ ଯୋଗଦାନ ନିମନ୍ତେ ମାସିକ ସର୍ବାଧିକ ୧୫ ହଜାର ଟଙ୍କା ବେତନ ରାଶିର ସୀମାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏପରିକି ୧୫,୦୦୦ ଟଙ୍କାରୁ ଅଧିକ ବେତନ ଉପରେ ରଖାଯାଇଥିବା ଅତିରିକ୍ତ ଅର୍ଥ ଯୋଗଦାନ ସର୍ତ୍ତକୁ ହଟାଇ ଦେଇଛନ୍ତି। ସେହିପରି ବର୍ଦ୍ଧିତ ପେନସନ ନିମନ୍ତେ କାର୍ଯ୍ୟରତ ଇପିଏଫ୍ ସଦସ୍ୟ ଓ ୨୦୧୪ ପରେ ଅବସର ନେଇଥିବା ସଦସ୍ୟମାନଙ୍କୁ ସୁପ୍ରିମକୋର୍ଟ ପୁଣି ଏକ ସୁଯୋଗ ଦେଇଛନ୍ତି।
ଏହାବ୍ୟତୀତ ୨୦୧୪ ପୂର୍ବରୁ ଅବସର ନେଇଥିବା ଇପିଏଫ୍ ସଦସ୍ୟମାନେ ବର୍ଦ୍ଧିତ ପେନସନ ସୁଯୋଗ ପାଇବେ ନାହିଁ ବୋଲି ଏହି ରାୟରେ ସ୍ପଷ୍ଟ କରାଯାଇଛି । ସର୍ବୋଚ୍ଚ ଅଦାଲତଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ର୍କମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌) ସଦସ୍ୟଙ୍କୁ ଆଶ୍ବସ୍ତ କରିଛି। ଇପିଏଫ୍‌ ପେନ୍‌ସନ୍‌ ମାମଲାର ଶୁଣାଣିରେ ପୃଥକ୍‌ ପୃଥକ୍‌ ହାଇକୋର୍ଟ ଦେଇଥିବା ନିର୍ଣ୍ଣୟରେ ସ୍ପଷ୍ଟତା ନଥିବା ସୁପ୍ରିମକୋର୍ଟ କହିଛନ୍ତି। କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା -୨୦୧୪ର ବୈଧତାକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି, କିନ୍ତୁ ପେନ୍‌ସନ୍ ପାଣ୍ଠିରେ ଯୋଗଦାନ ପାଇଁ ମାସିକ ୧୫,୦୦୦ ଟଙ୍କାର ବେତନ ସୀମାକୁ ରଦ୍ଦ କରିଛନ୍ତି।
ମାମଲାର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁ.ୟୁ. ଲଲିତ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା ୨୦୧୪କୁ ସମର୍ଥନ କରିଥିଲେ ମଧ୍ୟଏହି ଯୋଜନାରେ ଥିବା  କିଛି ବ୍ୟବସ୍ଥାକୁ ହଟାଇଦେଇଛନ୍ତି।  ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା, ୨୦୧୪ର ବ୍ୟବସ୍ଥା ଆଇନ ଅନୁଯାୟୀ ବୈଧ୍ୟ। ଯେଉଁ କର୍ମଚାରୀମାନେ ପେନ୍‌ସନ୍‌ ଯୋଜନାରେ ଯୋଗଦେବାର ବିକଳ୍ପ ବ୍ୟବହାର କରିନାହାଁନ୍ତି ସେମାନଙ୍କୁ ୬ ମାସ ମଧ୍ୟରେ ତାହା କରିବାକୁ ପଡ଼ିବ।
ଧାର୍ଯ୍ୟ ସମୟ ସୁଦ୍ଧା ଏହି ଯୋଜନାରେ ଯୋଗ ଦେଇପାରି ନ ଥିବା ଯୋଗ୍ୟ କର୍ମଚାରୀଙ୍କୁ ଅତିରିକ୍ତ ସୁଯୋଗ ସପକ୍ଷରେ ସୁପ୍ରିମକୋର୍ଟ ମତ ଦେଇଛନ୍ତି। କେରଳ, ରାଜସ୍ଥାନ ଏବଂ ଦିଲ୍ଲୀର ହାଇକୋର୍ଟ ଦେଇଥିବା ନିଷ୍ପତ୍ତିରେ କୌଣସି ସ୍ପଷ୍ଟତା ନ ଥିବାରୁ କର୍ମଚାରୀଙ୍କୁ ପୁନର୍ବାର ସୁଯୋଗ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଏହା ବ୍ୟତୀତ ସୁପ୍ରିମକୋର୍ଟ ୧୫୦୦୦ ଟଙ୍କାରୁ ଅଧିକ ବେତନ ଉପରେ ୧.୧୬ ପ୍ରତିଶତ ଅର୍ଥ ଯୋଗଦାନ ସଂକ୍ରାନ୍ତ ବ୍ୟବସ୍ଥାକୁ ମଧ୍ୟ ଗ୍ରହଣ କରିନାହାନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କେରଳ ହାଇକୋର୍ଟ, ଦିଲ୍ଲୀ ହାଇକୋର୍ଟ ଏବଂ ରାଜସ୍ଥାନ ହାଇକୋର୍ଟର ବିଭିନ୍ନ ରାୟ ଓ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ନିଷ୍ପତ୍ତିର  ସମୀକ୍ଷା ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ନିର୍ଦେଶ ଦେଇଛନ୍ତି ।
ଗତ ଅଗଷ୍ଟ ମାସରେ ଏହି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ କ୍ରମାଗତ ୬ ଦିନ ଧରି ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଥିଲେ। କର୍ମଚାରୀଙ୍କ ପେନ୍‌ସନ୍ (ସଂଶୋଧନ) ଯୋଜନା ୨୦୧୪କୁ କେରଳ ହାଇକୋର୍ଟ ୨୦୧୮ରେ ହଟାଇ ଦେଇଥିଲେ ହାଇକୋର୍ଟ ମାସକୁ ୧୫,୦୦୦ ଟଙ୍କା ମୂଳ ବେତନ ସୀମାଠାରୁ ଅଧିକ ଅନୁପାତରେ ପେନ୍‌ସନ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ୨୦୧୯ରେ ଏହା ଉପରେ ଇପିଏଫ୍ଓ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହା ପରେ ଇପିଏଫଓ ଏବଂ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ବିରୋଧରେ ଏକ ସମୀକ୍ଷା ଆବେଦନ କରିଥିଲେ, ସୁପ୍ରିମକୋର୍ଟର ଦୁଇ ଜଣିଆ ବେଞ୍ଚ ସମୀକ୍ଷା ଆବେଦନକୁ ଗ୍ରହଣ କରିବାବେଳେ ଏହାକୁ ତିନିଜଣିଆ ଖଣ୍ଡପୀଠ ନିକଟକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ।
ସେତେବେଳେ ସମୀକ୍ଷା ଆବେଦନରେ ଯୁକ୍ତି କରାଯାଇଥିଲା ଯେ ପେନ୍‌ସନ୍ ଏବଂ ଭବିଷ୍ୟନିଧି ପାଣ୍ଠି ଅଲଗା। ପେନ୍‌ସନ୍‌ ଯୋଜନା କମ୍ ବୟସର କର୍ମଚାରୀଙ୍କ ପାଇଁ ଉର୍ଦ୍ଧିଷ୍ଟ। ଯଦି ଏହାର ସୀମା ବୃଦ୍ଧି କରାଯାଏ ଯଥା ଅଧିକ ମୂଳ ଦରମା ଥିବା ବ୍ୟକ୍ତିଙ୍କ ଦରମା ଅନୁପାତରେ ପେନ୍‌ସନ୍ ଅନୁମତି ଦିଆଯାଏ, ତେବେ ଏହା ଆର୍ଥିକ ଭାର ବଢ଼ାଇବ ଏବଂ ଅର୍ଥନୈତିକ ଅସନ୍ତୁଳନତା ସୃଷ୍ଟି କରିବ ।