night curfew - The Sakala

ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ୍ କର୍ଫ୍ୟୁ
ଭୁବନେଶ୍ୱର: ସାରା ରାଜ୍ୟର ସମସ୍ତ ସହରାଞ୍ଚଳରେ ଆଜିଠୁ ଆଉ ଲାଗୁ ହେବନି ନାଇଟ କର୍ଫ୍ୟୁ । ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ରିଲିଫ କମିଶନର । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଥିଲା । ରାଜ୍ୟରେ ତୃତୀୟ ଲହର ପରେ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ପ୍ରଥମେ ରାତି ୯ରୁ ସକାଳ ୫ ଓ ପରେ ରାତି ୧୦ରୁ ସକାଳ ୫ ଯାଏ ନାଇଟ୍ କର୍ଫ୍ୟୁ ସମସ୍ତ ସହରାଞ୍ଚଳ ରେ ଲଗାଇଥିଲେ । ଏବେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣାଧିନ ଥିବାରୁ ସରକାର ଧୀରେଧୀରେ କଟକଣାରେ କୋହଳ କରୁଛନ୍ତି।

ଆଜିଠୁ ନାଇଟ୍‌ କର୍ଫ୍ୟୁ : ଟ୍ବିନ୍‌ ସିଟିକୁ ଜଗିବେ ୨୫ ପ୍ଲାଟୁନ ପୁଲିସ
ଭୁବନେଶ୍ବର : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି।  ରାଜ୍ୟରେ ଆଜି ସକାଳ ୫ଟାରୁ ‌ନୂଆ କୋଭିଡ କଟକଣା ଲାଗୁହୋଇଯାଇଛି। ପୂର୍ବରୁ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ଲାଗୁ ହେଉଥିବା ବେଳେ ଆଜିଠାରୁ ରାତି ୯ଟାରୁ ଆରମ୍ଭ ହେଉଛି। ଏହା କେବଳ ରାଜ୍ୟର ସମସ୍ତ ସହରାଞ୍ଚଳରେ ପାଇ ଉଦ୍ଦିଷ୍ଟ । ଚଳିତ ମାସ ୭ ତାରିଖ ସକାଳ ୫ଟାରୁ ଆସନ୍ତା ଫେବ୍ରୁଆରି ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।

ରାତ୍ରିକାଳୀନ କର୍ଫ୍ୟୁ ପାଇଁ ଟ୍ବିନ୍‌ ସିଟି କଟକ-ଭୁବନେଶ୍ବରରେ କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷ ଭାବରେ କଟକ ଭୁବନେଶ୍ୱରରେ ପୂର୍ବ ଅପେକ୍ଷା ବର୍ତ୍ତମାନ କଟକଣାକୁ ଆହୁରି କଡା କରାଯାଇଥିବା ବେଳେ ଲୋକଙ୍କୁ ମଧ୍ୟ ସଚେତନ କରାଯାଇଛି। ତେବେ ପୂର୍ବରୁ କଟକଣା ସମୟରେ ଅନେକ ଲୋକ ନିୟମ ଉଲଘଂନ କରୁଥିବାର ନଜିର ରହିଥିବା ବେଳେ ଏଥର କିନ୍ତୁ କଟକଣାକୁ କଡା ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ଆଜି ଏନେଇ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ କନଫରେନ୍ସ କରି ଚେତାବନୀ ଦେଇଛନ୍ତି । ଟ୍ୱିନସିଟିରେ ନିୟମ ଉଲଘଂନ ହେଲେ ଉଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁଲିସ୍ କମିଶନର ।

ରାତ୍ରିକାଳୀନ କର୍ଫ୍ୟୁ ସମୟରେ  ରାତି ୯ଟାରୁ ସକାଳ ୫ଟା ଯାଏଁ ପୁଲିସ ପଇଁତରା ମାରିବ । ଟ୍ବିନ୍‌ ସିଟି କଟକ-ଭୁବନେଶ୍ବରରେ ୨୫ ପ୍ଲାଟୁନ୍‌ ପୁଲିସ ଜଗିବେ। ବିଭିନ୍ନ ଛକରେ ପୁଲିସ ପକ୍ଷରୁ ଚେକିଂ କରାଯିବା ସହ ପିସିଆରରେ ମଧ୍ୟ ପଇଁତରା ମରାଯିବ।  ନାଇଟ କର୍ଫ୍ୟୁ ସମୟରେ ସମସ୍ତ ହୋଟେଲ, ରେଷ୍ଟୁରାଂଟ ଓଦୋକାନ ବଜାର ବନ୍ଦ ରହିବ । କୌଣସି ଦୋକାନ, ମଲ କିମ୍ବା ରେଷ୍ଟୁରାଂଟ ନିୟମ ଖିଲାପ କଲେ ଅତି କମରେ ୭ ଦିନ ପାଇଁ ବନ୍ଦ କରାଯିିବ ।

ରାଜ୍ୟବାସୀ ଯେଉଁ ଭଳି ପୂର୍ବ ଦୁଇ ଲହରକୁ ସଫଳତାର ସହ ମୁକାବିଲା କରିବାରେ ସହଯୋଗ କରିଥିଲେ ବର୍ତ୍ତମାନ ମଧ୍ୟ ତୃତୀୟ ଲହର ସମୟରେ ସେମିତି ସହଯୋଗ କରିବାକୁ ତଥା ସମସ୍ତ କରୋନା କଟକଣାକୁ ପାଳନ କରିବାକୁ ଅପିଲ କରିଛନ୍ତି ପୁଲିସ୍ କମିଶନର ।

ଆଜିଠୁ ରାଜ୍ୟର ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ; କୋଭିଡ ଏନ୍‌ଫୋର୍ସମେଣ୍ଟ ପାଇଁ ପୁଲିସ ପ୍ରସ୍ତୁତ, କଟକଣା ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ
କଟକ: କରୋନା ମହାମାରୀ ସମୟରେ ପୁଲିସ ଏକ ଗୁରୁଦାୟିତ୍ୱ ନିର୍ବାହ କରିଆସୁଛି। ଗତ ୨୦୨୦ରୁ ଅଦ୍ୟାବଧି ଓଡ଼ିଶା ପୁଲିସ କୋଭିଡ ଗାଇଡଲାଇନ ଉଲଂଘନ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏବେ ତୃତୀୟ ଲହର ବା ଓମିକ୍ରନ ଭୂତାଣୁ ଚିନ୍ତା ବଢ଼ାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କଟକଣା ଆଜିଠାରୁ ଲାଗୁ କରାଯିବ। ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ତେବେ ଗତ ୪୮ ଘଣ୍ଟାରେ ରାଜ୍ୟରେ କୋଭିଡ ନିୟମ ଉଲଂଘନ ପାଇଁ ପ୍ରାୟ ୫୫ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଗତ ୫ ଓ ୬ତାରିଖରେ ଏହି କ୍ରମରେ ୧୪୦୦ରୁ ଅଧିକ ଗାଡି ଜବତ କରାଯାଇଥିବା ବେଳେ ୩୦ରୁ ଅଧିକଙ୍କୁ ପୁଲିସ ଗିରଫ ମଧ୍ୟ କରିଛି ।

ପୁଲିସ ମୁଖ୍ୟାଳୟ ପକ୍ଷରୁ ମଧ୍ୟ ବିଭିନ୍ନ ଜିଲ୍ଲା ପୁଲିସକୁ ଏନଫୋର୍ସମେଣ୍ଟ ଉପରେ ନଜର ରଖିବାକୁ କୁହାଯାଇଛି। ନାଇଟ୍ କର୍ଫ୍ୟୁ ଉଲଂଘନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଡିଜି ସୁନୀଲ କୁମାର ବଂଶଲ କହିଛନ୍ତି। ସେହିପରି ମାସ୍କ ଚେକିଂ ଓ ସାମାଜିକ ଦୂରତା ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ ଆଜିଠାରୁ ତ୍ବରାନ୍ବିତ କରାଯିବ ବୋଲି ଜଣାପଡ଼ିଛି। ସହରାଞ୍ଚଳ ପୁଲିସ ଥାନା ସ୍ତରରେ ଦୋକାନ ବଜାର ନିର୍ଦ୍ଧାରିତ ସମୟ ଆଗରୁ ବନ୍ଦ କରିବାକୁ ମାଇକ ପ୍ରଚାର କରି ସଚେତନ କରାଇବ। ତେବେ ଆଇନ ଉଲ୍ଲଙ୍ଘନ କଲେ ଦୋକାନ ଗୁଡିକୁ ୭ଦିନ ପାଇଁ ବନ୍ଦ କରିଦିଆଯିବା କଟକଣାକୁ କଡାକଡି ଭାବେ ପାଳନ କରାଯିବ ବୋଲି ଜଣାପଡ଼ିଛି।

ଯେହେତୁ ଏବେ ପୁଣି ବିବାହ ଋତୁ ଆରମ୍ଭ ହେଉଛି, ଏହା ଉପରେ ମଧ୍ୟ ପୁଲିସ କଡା ନଜର ରଖିବ । ବିଗତ କିଛି ଦିନ ହେବ ବିବାହ ମହୋତ୍ସବଗୁଡିକ ବେଶ ଧୂମଧାମରେ ପାଳନ ହେଉଥିଲା। ଯେଉଁଥିରେ ସହସ୍ରାଧିକ ଲୋକ ଏକତ୍ରିତ ହେଉଥିଲେ। ନୂତନ ମାର୍ଗଦର୍ଶିକା ଅନୁସାରେ ମାତ୍ର ୧୦୦ଜଣଙ୍କୁ ନେଇ ବିବାହ ଭୋଜି କରିବାକୁ ଉଲ୍ଲେଖ ରହିଛି। ଗ୍ରାମାଞ୍ଚଳରେ ଏହି କଟକଣା ଉଲ୍ଲଙ୍ଘନ ହେବାର ସମ୍ଭାବନା ମଧ୍ୟ ରହିଛି। ଏଣୁ ଗ୍ରାମାଞ୍ଚଳ ପୁଲିସ ଥାନା ଏଗୁଡିକ ଉପରେ ବିଶେଷ ଭାବେ ଧ୍ୟାନ ଦେବାକୁ ଜିଲ୍ଲା ସ୍ତରରେ ଏସପିମାନେ ମଧ୍ୟ ସତର୍କ କରାଇଛନ୍ତି। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଗାଁଗହଳିରେ ଏବେ ରାଜନୈତିକ ସମାବେଶ ଚାଲିଛି । ଯେଉଁଠି ଶତାଧିକ ଲୋକ ଏକତ୍ରିତ ହେଉଛନ୍ତି। ଏପରି ସମାବେଶ ଗାଇଡଲାଇନ ଅନୁସାରେ କରାଯାଉ ନଥିଲେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।

ଆସିଲା ଜାନୁଆରୀ ମାସ ପାଇଁ ଗାଇଡଲାଇନ: ରାଜ୍ୟର ସବୁ ସହରାଞ୍ଚଳରେ ପୁଣି ଲାଗୁହେବ ନାଇଟ୍‌ କର୍ଫ୍ୟୁ
ଭୁବନେଶ୍ୱର: ଓଡିଶାକୁ ଫେରିଲା ନାଇଟ୍‌ କର୍ଫ୍ୟୁ । ଓମିକ୍ରନ୍‌ର ଭୟାବହତା ଏବଂ ନୂଆ ବର୍ଷ ସେଲିବ୍ରେସନକୁ ଦୃଷ୍ଟିରେ ରଖି ରାଜ୍ୟକୁ ପୁଣି ଫେରିଛି ନାଇଟ୍‌ କର୍ଫ୍ୟୁ । ରାତି ୧୦ଟାରୁ ଭୋର ୫ଟା ଯାଏଁ ରାଜ୍ୟର ସବୁ ସହରାଞ୍ଚଳରେ ପୁଣି ଲାଗୁହେବ ନାଇଟ୍‌ କର୍ଫ୍ୟୁ । ଜାନୁଆରୀ ପହିଲା ସକାଳ ୫ଟାରୁ କଟକଣା କାର୍ଯ୍ୟକାରୀ ହେବ । କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା କୋଭିଡ ଗାଇଡଲାଇନ ଅନୁଯାୟୀ, ରାତି ୧୦ଟାରୁ ଭୋର ୫ଟା ଯାଏ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ । ଭୋର ୫ଟାରରୁ ରାତି ୧୦ ଯାଏ ଦୋକାନ ବଜାର ଖୋଲା ରହିବ । ସମସ୍ତ ସାମାଜିକ ଓ ଧାର୍ମିକ ସମ୍ମିଳନୀ ଉପରେ ରୋକ୍ । ସେହିପରି୧୦୦ ଲୋକଙ୍କ ମଧ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ସୀମିତ ରହିବ ।

ସେହିପରି ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା, ପାର୍କ, ନେଚରକ୍ଲବ, ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ଆଦି ନିଷେଧ ରହିବ । କେବଳ ସରକାରୀ ଅନୁମୋଦିତ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ହୋଟେଲ ଓ ଅନ୍ୟ ପ୍ରତିଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନା ରହିଛି । ଶିକ୍ଷା ଅନୁଷ୍ଠାନ ଓ ଅନ୍ୟ ପ୍ରତିଷ୍ଠାନର ବାର୍ଷିକତ୍ସୋବ ମନା, ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ ଅଡିଟୋରିୟମ ଓ ସମ୍ମିଳନୀ କକ୍ଷ । ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ ସିନେମା ହଲ୍ । ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶରେ ଚାଲିପାରିବ ଖୋଲା ମଞ୍ଚ ଓ ଯାତ୍ରା । ସେପଟେ ୨୫୦ ଲୋକଙ୍କୁ ନେଇ ହୋଇପାରିବ ବିବାହ, ବ୍ରତଘର ଓ ଦଶାହ କାର୍ଯ୍ୟ ହେବା ନେଇ ନିର୍ଦ୍ଦେଶ ନାମାରେ ଉଲ୍ଲେଖ ରହିଛି ।

ଆଜି ରାତି ୮ଟାରୁ ଟ୍ୱିନ୍‍ ସିଟିରେ ନାଇଟ୍‍ କର୍ଫ୍ୟୁ, ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ପାଟ୍ରୋଲିଂ ଓ ନାକାବନ୍ଦୀ
ଭୁବନେଶ୍ୱର : ପାର୍ବଣ ଆରମ୍ଭ ହୋଇଯାଇଥିବାରୁ ଟ୍ୱିନ୍‍ ସିଟିରେ ହାଟ, ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। କୋଭିଡ୍‍ ସଂକ୍ରମଣ ୫ଶହ ଉପରେ ରହୁଥିବାରୁ ଏହାକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି। ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଟ୍ୱିନ୍‍ ସିଟିରେ ରାତ୍ରିକାଳୀନ ନାଇଟ୍‍ କର୍ଫ୍ୟୁ ଜାରି ରହିବ। ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଜାରି ରହିବ। ନାଇଟ୍‍ କର୍ଫ୍ୟୁ ସମୟରେ ଅମାନିଆଙ୍କ ଉପରେ ରହିବ ପୁଲିସର କଡ଼ା ନଜର। କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡ଼ିଲେ ଅମାନିଆଙ୍କୁ ଗିରଫ କରାଯିବ ।

ନାଇଟ୍‍ କର୍ଫ୍ୟୁକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହରାଞ୍ଚଳରେ ୨୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେବା ସହ ରାଜଧାନୀବାସୀଙ୍କୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ଡିସିପିଙ୍କ କହିବା ଅନୁସାରେ ଆଜି ରାତି ୮ଟାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ସନ୍ଧ୍ୟା ୭ଟା ପାଟ୍ରୋଲିଂ ଓ ନାକାବନ୍ଦୀ ଆରମ୍ଭ ହେବ। ଭୁବନେଶ୍ୱର ସହରାଞ୍ଚଳରେ ୨୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ନାଇଟ୍‌ କର୍ଫ୍ୟୁ କାର୍ୟ୍ୟକାରୀ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ୨୫ ପାଟ୍ରୋଲିଂ ଗାଡ଼ି ଦେଇଛନ୍ତି। ଯେଉଁ ଗାଡ଼ି ଗୁଡ଼ିକୁ ନାଇଟ୍‌ କର୍ଫ୍ୟୁ ଏନ୍‌ଫୋର୍ସମେଣ୍ଟରେ ବ୍ୟବହାର ହେବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ନାଇଟ୍‌ କର୍ଫ୍ୟୁ ପାଇଁ ଭୁବନେଶ୍ୱର ସହରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଛି। ଯେଉଁଥିରେ ଆଡିସିନାଲ୍‌ ଡିସିପି ଓ ଡିସିପି ରାଙ୍କର ଅଫିସରଙ୍କୁ ସୁପରଭିଜନ୍‌ ପାଇଁ ଦାୟିତ୍ୱ ଦିଆଯାଇଛି ବୋଲି ଡିସିପି କହିଛନ୍ତି।

ସେପଟେ କଟକରେ ମଧ୍ୟ ନାଇଟ୍‍ କର୍ଫ୍ୟୁ ପାଇଁ କଡା କଟକଣା କରାଯାଇଛି।  କଟକରେ ୧୮ ପ୍ଲାଟୁନ ଫୋର୍ସ, ୪ ଅତିରିକ୍ତ ଏସପି, ୧୧ ଡିଏସପି, ୨୧୬ ଅଫିସର, ୪୨୭ କନେଷ୍ଟବଳ ମୁତୟନ ହେବେ। ଭଷାଣୀ ଦୁଇ ଦିନ ହେବ। ଦେବୀ ଗଡା ଓ ଅନ୍ୟ ଅସ୍ଥାୟୀ ପୁଷ୍କରଣୀ ରେ ହେବ ଭଷାଣୀ। ଗାଡିରେ ୭ ଜଣ ମେଢ ସହ ଯିବେ। ଟୁଇନ ସିଟିରେ ଟ୍ରାଫିକ ଦାୟିତ୍ବ ରେ ଟ୍ରାଫିକ ଡିସିପି ରହିବେ। ଦୁଇ ସହରରେ ୨ ଜଣ ଅତିରିକ୍ତ ଡିସିପି ଟ୍ରାଫିକ କଥା ବୁଝିବେ।

ପାର୍ବଣରେ କରୋନା ସଂକ୍ରମଣ ବଢିପାରେ ବୋଲି କୁହାଯାଉଛି। କଟକ ଓ ଭୁବନେଶ୍ବରରେ ବି ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି । ଏଣୁ ନିୟମ କଡ଼ାକଡି ପାଳନ ଉପରେ ଅଧିକ ଫୋକସ କରାଯାଇଛି । ଭିଡ଼ କିପରି ନହେବ ତାଉପରେ ନଜର ରଖାଯିବା ସହ ପାର୍ବଣରେ ନିୟମକୁ କଡ଼ାକଡି ପାଳନ କରିବାକୁ ଗୁରୁତ୍ବ ଦିଆଯାଉଛି । ତେଣୁ ଜନସାଧାରଣ ପୂର୍ବଭଳି ସରକାରଙ୍କ କଟକଣାକୁ ମାନି ପୁଲିସକୁ ସହଯୋଗ କରିବାକୁ  ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିବେଦନ କରିଛନ୍ତି

ଆସନ୍ତା ୧୧ରୁ ଟ୍ୱିନସିଟିରେ କଡାକଡି ହେବ ନାଇଟ କର୍ଫ୍ୟୁ, ଅପରାଧୀଙ୍କ ଉପରେ ରହିବ କଡା ନଜର
ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ । ଟ୍ୱିନସିଟିରେ ଭିଡ ବଢିବାର ଯଥେଷ୍ଟ ସମ୍ଭାବନା ଅଛି । ଏହାସହିତ ବର୍ତ୍ତମାନ ସମୟରେ କଟକ -ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ପାର୍ବଣରେ ଭିଡ ହ୍ରାସ ପାଇଁ ଆସନ୍ତା ୧୧ ତାରିଖରୁ ଟ୍ୱିନସିଟିରେ ନାଇଟ୍ କର୍ଫ୍ୟୁ ଅବଧି ବୃଦ୍ଧି ହେବାକୁ ଯାଉଛି । ୨୦ ତାରିଖ ଯାଏଁ ନାଇଟ କର୍ଫ୍ୟୁ ରାତି ୮ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏଁ ରହିବ । ଏହି ସମୟ ମଧ୍ୟରେ ଅମାନିଆଙ୍କ ଉପରେ କଡା ନଜର ରଖାଯିବ । କଟକଣା ନମାନିଲେ କାର୍ଯ୍ୟନୁଷ୍ଠାନ, ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି ସିପି କହିଛନ୍ତି ।

ଅପରାଧୀମାନେ ପୋଲିସ ରାଡାରରେ ରହିବେ । ଟ୍ୱିନ୍ ସିଟିରେ ପେଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର ଚେତାବନୀ ଦେଇଛନ୍ତି। ରାତି ୮ଟା ପରେ କଟକ, ଭୁବନେଶ୍ୱରରେ କଟକଣାକୁ କଡାକଡି ଭାବେ ପାଳନ କରାଯିବା ସହ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ । ଦାଦାବଟି ଆଦାୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଦୁ୍‌ର୍ଗାପୂଜା ବେଳେ ସତର୍କ ରହିବା ସହ କୋଭିଡ ନିୟମ ପାଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର । ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଦିଲ୍ଲୀରେ ଆଜିଠୁ ଏପ୍ରିଲ ୩୦ ତାରିଖ ଯାଏ ନାଇଟ କର୍ଫ୍ଯୁ
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ଦିଲ୍ଲୀରେ ରାତ୍ରକାଳୀନ କର୍ଫ୍ୟୁ ଜାରି ହୋଇଛି । ଆଜି ରାତି ୧୦ଟାରୁ ଲାଗୁ ହେବ । ଏପ୍ରିଲ ୩୦ ତାରିଖ ଯାଏ ରାତି ୧୦ଟାରୁ ସକାଳ ୫ଟା ଯାଏ ଏହି ନାଇଟ୍ କର୍ଫ୍ୟୁ ଜାରି ରହିବ । ଜରୁରୀ କାମ ନ ଥିଲେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ରହିଛି।

ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ୩ହଜାର ୫୪୮ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଦୈନିକ ସଂକ୍ରମଣ ବଢୁଥିବାରୁ ଲାଗିଲା କଟକଣା । ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୬ଲକ୍ଷ ୭୯ହଜାର ୯୬୨ । ଏବେ ୧୪ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି।

ରାଜ୍ଯରେ ୫ ତାରିଖରୁ ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ
ଭୁବନେଶ୍ବର: କରୋନା ପୁଣି ଥରେ କାୟା ମେଲାଉଛି। ଦେଶ ଏବଂ ରାଜ୍ଯରେ ଦୈନିକ ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ଘଟିଛି। କିଛିଦିନ ହେବ ରାଜ୍ଯର ବିଭିନ୍ନ ଜିଲ୍ଲାରେ କରୋନା ମାମଲା  ମଧ୍ଯ ବୃଦ୍ଧି ଘଟିଛି। ଏହାକୁ ନଜରରେ ରଖି ରାଜ୍ଯର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ଯୁ ଲାଗୁ ହୋଇଛି। ସୁନ୍ଦରଗଡ଼ , ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ନାଇଟ କର୍ଫ୍ଯୁ ଜାରି କରାଯାଇଛି। ରାତି ୧୦ଟାରୁ ସକାଳ ୫ଟା ଯାଏ ଏହି କର୍ଫ୍ଯୁ ଲାଗୁ ହେବ । ଏପ୍ରିଲ ୫ ତାରିଖରୁ ଏହି ନିୟମ ଲାଗୁ କରାଯିବ ବୋଲି ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ସୀମାନ୍ତ ବର୍ତ୍ତି ରାଜ୍ୟ ଗୁଡିକରେ କୋଭିଡ ସଂକ୍ରମଣ ବଢୁଥିବାରୁ ସେହି ନିକଟବର୍ତ୍ତୀ ଜିଲ୍ଲାରେ କର୍ଫ୍ଯୁ ଲଗାଯାଇଛି । ଗତ କିଛିଦିନ ହେବ ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଛି । ଫଳରେ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର।

ଏହି ନାଇଟ କର୍ଫ୍ଯୁରେ ସମସ୍ତ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଛି। ନାଇଟ୍ କର୍ଫ୍ୟୁ ବେଳେ ସବୁ ଶିଳ୍ପ କାରଖାନା ଖୋଲା ରହିବ। ପେଟ୍ରୋଲ ପମ୍ପ ଓ ସିଏନ୍‌ଜି ଷ୍ଟେସନ ଖୋଲା ରହିବ। ହୋମ୍ ଡେଲିଭରିକୁ ଅନୁମତି ଦିଆଯାଇଛି। ସେହିପରି ମେଡିକାଲ ଓ ଅନ୍ୟ ଜରୁରୀ କାମରେ ଯିବାକୁ ଅନୁମତି ଦିଆଯିବ ବୋଲି ଏସ୍‌ଆର୍‌ସିଙ୍କ ପକ୍ଷରୁ କୁହାଯାଇଛି।

କାଲିଠୁ ମାଲକାନଗିରିରେ ନାଇଟ କର୍ଫ୍ଯୁ
ଭୁବନେଶ୍ବର: କରୋନା ପୁଣି ଡରାଇବା ଆରମ୍ଭ କରିଛି। କିଛିମାସର ବ୍ଯବଧାନପରେ ପୁଣି ରାଜ୍ଯରେ ନାଇଟ କର୍ଫ୍ଯୁ ଫେରିଛି। ମାଲାକାନଗିରିକୁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି।  ମାର୍ଚ୍ଚ ୨୩ ରୁ ୩୧ ତାରିଖ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି। ରାତି ୯ରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ଏ ନଇ ମାଲକାନଗିରି ଜିଲାପାଳ ଡ.ୟେଦୁଲା ବିଜୟ ଆଜି ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ମାଲକାନଗିରି ବଡ଼ଯାତ୍ରା, ଦୋଳ ଓ ହୋଲିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ସର୍ବସାଧାରଣ ଜାଗାରେ ଦୋଳ ଓ ହୋଲି ପର୍ବ ପାଳନକୁ ବାରଣ କରାଯାଇଛି। ସାମାଜିକ ଦୂରତ୍ବ ସହ ମାସ୍କ ପିନ୍ଧିବା ବାଧ୍ଯତା ମୂଳକ କରାଯାଇଛି। ବଡ ଯାତ୍ରାରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି। ଯାତ୍ରା, ରାମଲୀଳା, ଦାଶିଆ ନାଚ ପରିବେଷଣ, ମୀନାବଜାର, ଫୁଡ ଷ୍ଟଲ, ପୋଷାକ ଆଦି ବିକ୍ରି ପାଇଁ ଅସ୍ଥାୟୀ ଷ୍ଟଲକୁ ମନା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାଲକାନଗିରିରେ ଆଗୁଆ ପଦକ୍ଷେପ ନେଇଛନ୍ତି। ସ୍ଥାନୀୟ ପ୍ରଶାସନକୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ମଧ୍ୟ କୁହାଯାଉଛି । କରୋନାକୁ ମାତ୍‌ ଦେବାକୁ ହେଲେ କଟକଣା କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ପୂର୍ବରୁ କହିଛନ୍ତି । ତେବେ ଆବଶ୍ୟକ ପଡ଼ିଲେ ଲକ୍‌ଡାଉନ୍‌ ମଧ୍ୟ ହୋଇପାରେ ବୋଲି କୁହାଯାଇଛି ।ତେଣୁ ଆବଶ୍ୟକ ପଡ଼ିଲେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟ ଘୋଷଣା କରାଯାଇପାରିବ । ସ୍ଥାନୀୟ ପ୍ରଶାସନ ଏନେଇ ନିଷ୍ପତି ନେବ ।

ପୁଣିଥରେ କାୟା ବିସ୍ତାର କଲା କରୋନା : ବନ୍ଦ ହେଲା ସ୍କୁଲ- କଲେଜ୍
ନୂଆଦିଲ୍ଲୀ : ମହାରାଷ୍ଟକୁ ପୁଣି ଥରେ ଫେରିଛି ନାଇଟ କର୍ଫ୍ୟୁ । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପୁଣେରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାତି ୧୧ ଟାରୁ ସକାଳ ୬ଟା ଯାଁଏ ସହରରେ କର୍ଫ୍ୟୁ ଜାରି ରହିବ। ପୁଣେରେ ଆସନ୍ତାକାଲିଠାରୁ ଜାରି ହେବ ନାଇଟ କର୍ଫ୍ୟୁ । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ ।

ଏହାସହ ପୁଣେ ସହର ଏବଂ ଜିଲ୍ଲାର ସ୍କୁଲ ଓ କଲେଜଗୁଡ଼ିକ ମଧ୍ୟ ୨୮ ଫେବୃଆରୀ ଯାଏ ବନ୍ଦ ରହିବ । କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହାବାଦ ଘରୋଇ କ୍ଲାସ୍ ମଧ୍ୟ ବନ୍ଦ ରହିବ । ହୋଟେଲ, ରେସ୍ତୋରାଁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ । ବିବାହ ସମାରୋହରେ କେବଳ ୨୦୦ ନିମନ୍ତ୍ରିତ ଅତିଥିଙ୍କୁ ଆସିବାକୁ ଅନୁମତି ଦିଆଯିବ । ଏଥିପାଇଁ ପୋଲିସ ପ୍ରଶାସନର ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି ।

ଏହି ନିଷ୍ପତ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି । ବିଭାଗୀୟ କମିଶନର ସୌରଭ ରାଓ ଏ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏହା ସମୟରେ କୋରୋନାରେ ନୂଆ ହଟସ୍ପଟ୍ ଅଞ୍ଚଳ ଗୁଡିକୁ ଚିହ୍ନଟ କରାଯାଇ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରାଯିବ ।

ସୂଚନାଯୋଗ୍ୟ ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । ୨୭ଦିନ ପରେ କରୋନା ପୁଣି ତା’ର କାୟା ବିସ୍ତା କରିବା ଆରମ୍ଭ କରିଛି । ୨୪ ଘଣ୍ଟାରେ ଦେଶରେ ୧୪ହଜାର ୨୬୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୦ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ମୋଟ କରୋନା ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳ ଓ ମହାରାଷ୍ଟ୍ରର ୭୪ ପ୍ରତିଶତ ସଂକ୍ରମିତ ରହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପଞ୍ଜାବ ସହ ଜମ୍ମୁ-କଶ୍ମୀରରେ ମଧ୍ୟ ପଜିଟିଭ ମାମଲା ଅଚାନକ ବଢିବାରେ ଲାଗିଛି ।