AIIMS Bhubaneswa - The Sakala

ଭୁବନେଶ୍ୱର ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା।  ଭୁବନେଶ୍ୱର ସରକାନ୍ତରାରେ ଏମ୍ସରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ଖବର ମିଳିଛି। ଏମ୍ସରେ କାମ କରୁଥିବା ସୁଧାଂଶୁ ଖୁଣ୍ଟିଆଙ୍କ ଉପରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାଯାଇଛି। ସ୍କୁଟିରେ ଦୁର୍ବୃତ୍ତ ଆସି ଗୁଳି ମାରିଛି । ଜଣେ ଦୁର୍ବୃତ୍ତ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ,  ସକାଳୁ ଏମ୍ସରୁ କାମସାରି ଫେରୁଥିଲେ ସୁଧାଂଶୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ସୂଚନା ।

ଏମ୍‌ସ ଭୁବନେଶ୍ୱର ଶିଶୁ ବିଭାଗକୁ ଖ୍ୟାତିସମ୍ପନ୍ନ ଆରୋଗ୍ୟଭୂଷଣ ସମ୍ମାନ ପ୍ରଦାନ
ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରର ଶିଶୁ ବିଭାଗ(ଶିଶୁରୋଗ ପଲ୍‌ମୋନୋଲୋଜି ଏବଂ ଆଇସିୟୁ ଦଳକୁ) ରିଥିଙ୍କ୍‌ ଇଣ୍ଡିଆ ଦ୍ୱାରା ଖ୍ୟାତିସମ୍ପନ୍ନ ଡକ୍ଟର କେଶବ ବଳିରାମ ହେଡ୍‌ଗେୟାର ଆରୋଗ୍ୟ ଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ଉଚ୍ଚଗୁଣବତ୍ତାପୂର୍ଣ୍ଣ ଚିକିତ୍ସା ସେବା ପ୍ରଦାନ ତଥା ନୂତନ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ ସ୍ବରୂପ ଏମ୍‌ସର ଶିଶୁରୋଗ ବିଭାଗକୁ ଏପରି ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ଇଣ୍ଡିଆ ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବିଭାଗ ତରଫରୁ ପ୍ରଫେସର(ଡ.) ରଶ୍ମୀ ରଂଜନ ଦାସ ଏବଂ ଅତିରିକ୍ତ ପ୍ରଫେସର୍‌ (ଡ.) କୃଷ୍ଣ ମୋହନ ଗୁଲା ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ ତଥା ବେସରକାରୀ କ୍ଷେତ୍ରରୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେହିପରି ଏହି ସମାରୋହରେ ଦେଶର ବହୁ ସରକାରୀ ଏବଂ ଘରୋଇ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଏମ୍‌ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ପୁରସ୍କାରକୁ ନେଇ ଖୁସି ବ୍ୟକ୍ତ କରିବା ସହିତ ଶିଶୁରୋଗ ବିଭାଗ ଏବଂ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଭବିଷ୍ୟତରେ ଏହିପରି ଅଭିନବ ପ୍ରକ୍ରିୟା ଜାରି ରଖିବାକୁ ଉତ୍ସାହିତ କରିଛନ୍ତି ଡ. ବିଶ୍ବାସ।

ଏମ୍‌ସ ଭୁବନେଶ୍ୱର ଶିଶୁ ବିଭାଗର ଶିଶୁରୋଗ ପଲ୍‌ମୋନୋଲୋଜି ଏବଂ ଆଇସିୟୁ ଦଳ ନିକଟରେ ଅଭିନବ ବ୍ରୋଙ୍କୋସ୍କୋପିକ୍ ପ୍ରକ୍ରିୟା ଦ୍ବାରା ଜଣେ ୯ ବର୍ଷୀୟ ବାଳକର ଫୁସଫୁସ ବାମ ପାର୍ଶ୍ବରୁ ପ୍ରାୟ ୪ସେମି ଲମ୍ବାର ଏକ ତୀକ୍ଷ୍ଣ୍‌ ସିଲେଇ ଛୁଞ୍ଚିକୁ ସଫଳତାର ସହିତ ବାହାର କରିଥିଲେ। ଏହି ପଦ୍ଧତି ଫଳରେ ଉକ୍ତ ବାଳକକୁ ଏକ ଜଟିଳ ଅସ୍ତ୍ରୋପଚାରରୁ ମୁକ୍ତି ମିଳିବା ସହିତ ଜୀବନ ବଞ୍ଚାଇପାରିଥିଲେ ଡାକ୍ତରୀ ଟିମ୍‌। ସ୍ବାସ୍ଥ୍ୟସେବାରେ ଏପରି ଅଭିନବ ଜୀବନରକ୍ଷାକାରୀ ପ୍ରକ୍ରିୟା ପ୍ରୟୋଗ ସ୍ବରୂପ ଉପରୋକ୍ତ ସମ୍ମାନ ପ୍ରଦାନ କରାଯାଇଛି। ଉତ୍ସବରେ ଏମ୍‌ସ ଭୁବନେଶ୍ୱରକୁ ବେଶ ପ୍ରଶଂସା କରାଯାଇଥିଲା।

ଉଲ୍ଲେଖଯୋଗ୍ୟଯେ ଏମ୍‌ସର ଶିଶୁ ବିଭାଗ ପକ୍ଷରୁ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟବାସୀଙ୍କୁ ଏହିପରି ଉନ୍ନତ ଶିଶୁ ଚିକିତ୍ସା ସେବା ପ୍ରଦାନ କରାଯାଉଛି। ଏଥିସହିତ ଏହି ବିଭାଗ ଜାତୀୟ ସ୍ତରରେ ଉତ୍କର୍ଷତା ଯାତ୍ରା ଜାରି ରଖିଛି।

ଏମ୍‌ସ ଏବଂ ଆଇଆଇଟିର ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିଚାଳିତ ରିଥିଙ୍କ୍‌ ଇଣ୍ଡିଆ ସଂଗଠନ ସର୍ବଦା ଜାତୀୟ ଉତ୍କର୍ଷତାକୁ ପ୍ରାଧାନ୍ୟ ଦେଇ ଶ୍ରେଷ୍ଠତାକୁ ସମ୍ମାନ ପ୍ରଦାନ କରିଥାଏ।

ଏମ୍‌ସ ଭୁବନେଶ୍ୱରରେ ୧୩ତମ ଭାରତୀୟ ଅଙ୍ଗଦାନ ଦିବସ ଉତ୍ସାହ ଓ ପ୍ରତିବଦ୍ଧତାର ସହ ପାଳିତ
ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଆଜି ଉତ୍ସାହ ଏବଂ ପ୍ରତିବଦ୍ଧତାର ସହିତ ୧୩ତମ ଭାରତୀୟ ଅଙ୍ଗଦାନ ଦିବସ (ଆଇଓଡିଡି) ପାଳିତ ହୋଇଯାଇଛି। ଅଙ୍ଗଦାନ ଏବଂ ଅଙ୍ଗ ପ୍ରତିରୋପଣର ଆବଶ୍ୟକତା ଥିବା ରୋଗୀଙ୍କ ନିମନ୍ତେ ଏହି ଜୀବନ ପ୍ରଦାନକାରୀ ମହତ ଦିବସ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏମ୍‌ସ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆଜି ଏମ୍‌ସ ଓପିଡି ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିକିତ୍ସକ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଜନସାଧାରଣ ଅଙ୍ଗଦାନ କରିବାକୁ ଶପଥ ନେଇଥିଲେ। ସେହିପରି ଏମ୍‌ସ ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଦର୍ଶିତ ଚମତ୍କାର ନାଟ୍ୟାଅଭିନୟ କାର୍ଯ୍ୟକ୍ରମ ଅଙ୍ଗଦାନର ମହତ୍ତ୍ବ ବିଷୟରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏଥିସହିତ ଆକର୍ଷଣୀୟ କଳାଚାତୁରୀ ପ୍ରଦର୍ଶନ କରି ଅଙ୍ଗଦାନ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଥିବା ଅନ୍ଧବିଶ୍ବାସ, ଭ୍ରାନ୍ତଧାରଣା ଏବଂ ଅଜ୍ଞତାକୁ ଦୂର କରିବାରେ ସହାୟକ ହୋଇଥିଲା।

ଡିନ୍‌ ତଥା ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ପି ଆର୍‌ ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଡି କେ ପରିଡ଼ାଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତିଙ୍କ ଅଙ୍ଗଦାନ କିପରି ଏକାଧିକଙ୍କୁ ଜୀବନଦାନ ଦେଇଥାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ ଉପସ୍ଥିତ ଅତିଥିବୃନ୍ଦ।

ଡ. ସଞ୍ଜୀବ ଭୋଇ (ନ୍ୟୁରୋଲୋଜି), ଡ. ଆଶିଷ ପଟ୍ଟନାୟକ (ନ୍ୟୁରୋ ସର୍ଜରୀ), ଡ. ସଙ୍ଗୀତା ସାହୁ (ଟ୍ରମା ଏବଂ ଜରୁରୀକାଳୀନ ବିଭାଗ), ଡ. ଭାଗିରଥୀ ଦ୍ୱିବେଦୀ (ଶିଶୁରୋଗ), ଡ. ପ୍ରଭାସ ରଂଜନ ତ୍ରିପାଠୀ (ଆନାଟୋମି) ପ୍ରମୁଖ ବରିଷ୍ଠ ଚିକିତ୍ସକମାନେ ଅଙ୍ଗଦାନର ବର୍ତ୍ତମାନ ସମୟରେ ରହିଥିବା ତାତ୍ପର୍ଯ୍ୟପୂର୍ଣ୍ଣ ଆହ୍ବାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସେହିପରି ଡ. ସନ୍ଦୀପ ପଣ୍ଡା (ନେଫ୍ରୋଲୋଜି) ଏବଂ ଡ. ମନୋଜ ଦାସ (ୟୁରୋଲୋଜି) ଏମ୍‌ସ ଭୁବନେଶ୍ୱରରେ ସଫଳତାରେ ସହିତ ଜାରି ରହିଥିବା କିଡ୍‌ନୀ ପ୍ରତିରୋପଣ ପ୍ରସଙ୍ଗରେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। କଲେଜ ଅଫ୍ ନର୍ସିଂର ଡ. ଧରିତ୍ରୀ ସ୍ବାଇଁ ଅଙ୍ଗଦାନ କ୍ଷେତ୍ରରେ ନର୍ସିଂ କେୟାରର ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ।

ଡ. ବ୍ରହ୍ମଦତ୍ତ ପଟ୍ଟନାୟକ (ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି)ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଙ୍ଗ ଦାନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ଦସ୍ତଖତ ଅଭିଯାନର ଶୁଭାରମ୍ଭ କରିଥିଲେ ଅତିଥିବୃନ୍ଦ।

ଏହି ଅବସରରେ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏପରି ଏକ ସଫଳ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିସହିତ ଅଙ୍ଗଦାନ ଏବଂ ପ୍ରତିରୋପଣକୁ ଉତ୍ସାହିତ କରିବା ନିମନ୍ତେ ଏମ୍‌ସ ସଦାସର୍ବଦା ପ୍ରତିବଦ୍ଧ ଥିବା ନେଇ ଡ. ବିଶ୍ବାସ ପ୍ରକାଶ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏମ୍‌ସ ଭୁବନେଶ୍ୱର ଏହି କ୍ଷେତ୍ରରେ ବେଶ୍‌ ଉତ୍ସାହଜନକ କାର୍ଯ୍ୟକ୍ରମମାନ ହାତକୁ ନେଇଛି। ଏହି ଜାତୀୟ ଅନୁଷ୍ଠାନରେ ସଫଳତାର ସହିତ ବୃକକ୍ ପ୍ରତିରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ସୁଲଭ ମୂଲ୍ୟରେ ହେଉଥିବା କିଡ୍‌ନୀ ପ୍ରତିରୋପଣ ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ ନୂତନ ଆଶା ପ୍ରଦାନ କରିଛି। ସେହିପରି ଏମ୍‌ସ ଭୁବନେଶ୍ୱରରେ ଶୀଘ୍ର କ୍ୟାଡେଭେରିକ୍ ଅଙ୍ଗଦାନ କାର୍ଯ୍ୟକ୍ରମ ଏବଂ ଯକୃତ ପ୍ରତିରୋପଣ ଆରମ୍ଭ ହେବାକୁ ଯାଉଛି। ଯାହାକି ରାଜ୍ୟ ତଥା ପଡ଼ୋଶୀ ରାଜ୍ୟବାସୀଙ୍କୁ ଉପକୃତ କରିବା ସହିତ ଅଙ୍ଗଦାତାଙ୍କୁ ଉତ୍ସାହିତ କରିବ।

ଏମ୍‌ସ ଭୁବନେଶ୍ବରରେ ଆରମ୍ଭ ହେବ ଟିଚିଙ୍ଗ୍‌ ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଏମ୍‌ବିବିଏସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନ ଦିଗରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ସକ୍ରିୟ ଭାଗିଦାରୀତା ତଥା ସହଯୋଗ ନିମନ୍ତେ ଟିଚିଙ୍ଗ୍‌ ଆସିଷ୍ଟାଣ୍ଟ୍‌(ଟିଏ) ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌(ଆର୍‌ଏ) କାର୍ଯ୍ୟକ୍ରମ ଆରମ୍ଭ ହେବ। ଏମ୍‌ସରେ ଅଧ୍ୟୟନ କରୁଥିବା ସିନିୟର୍‌ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କର ଜୁନିୟର୍‌ ଛାତ୍ରଛାତ୍ରୀଙ୍କର ଟିଏ ଏବଂ ଆର୍‌ଏ ଭାବେ ଦାୟିତ୍ବ ନିର୍ବାହ କରିବେ। ଏଥିସହିତ ସେମାନେ ଜୁନିଅର ଛାତ୍ରଛାତ୍ରୀଙ୍କୁ ଉଭୟ ପାଠପଢ଼ା ତଥା ଗବେଷଣାରେ ସକ୍ରିୟ ସହଯୋଗ କରିବେ ବୋଲି ଏମ୍‌ସ ଭୁବନେଶ୍ୱରର ନୂତନ ଅଧ୍ୟକ୍ଷ ପ୍ରଫେସର (ଡ) ଏ କେ ବିଶୋଇ ସୂଚନା ଦେଇଛନ୍ତି। ନୂତନ ଭାବେ ଏହି ମର୍ଯ୍ୟାଦାଜନକ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବେ ମନୋନୀତ ହେବା ପରେ ଏମ୍‌ସକୁ ପ୍ରଥମ ଗସ୍ତରେ ଆସି ଏପରି ମତବ୍ୟକ୍ତ କରିଛନ୍ତି ଡ. ବିଶୋଇ। ଏଥି ସହିତ ଏହି କାର୍ଯ୍ୟକ୍ରମ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ଚିକିତ୍ସା ବିଜ୍ଞାନରୁ ଅଧିକ ଶିକ୍ଷାଲାଭ ଏବଂ ନୂତନ ଅନୁସନ୍ଧାନ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତାକୁ ବୃଦ୍ଧି କରିବାରେ ବିଶେଷ ସହାୟକ ହେବ ବୋଲି ଡ. ବିଶୋଇ ସୂଚନା ଦେଇଛନ୍ତି।

ତିନି ଦଶନ୍ଧିର ବୃତ୍ତିଗତ ଉତ୍କର୍ଷତା ସହିତ ସମଗ୍ର ଦେଶରେ ସୁପରିଚିତ ସଫଳ କାର୍ଡିଆକ୍ ସର୍ଜନ, ଡ. ଅକ୍ଷୟ କୁମାର ବିଶୋଇଙ୍କୁ ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସ୍ୱାଗତ କରିଥିଲେ। ଏହି ଗସ୍ତ ଅବସରରେ ଡ. ବିଶୋଇ ଓପିଡି ପରିଦର୍ଶନ କରି ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ, ଛାତ୍ରଛାତ୍ରୀ ଏବଂ ଏମ୍‌ସର କର୍ମଚାରୀଙ୍କ ସହିତ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ ନୂତନ ଅଧ୍ୟକ୍ଷ।

ଏମ୍‌ସରେ ସ୍ବାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥାକୁ ଆହୁରି ଅଧିକ କ୍ରିୟାଶୀଳ କରିବା ନିମନ୍ତେ ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ସୃଷ୍ଟି ସହିତ ଉଭୟ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାରେ ସଂପୃକ୍ତ ହେବା ନେଇ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ଡ. ବିଶୋଇ। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏମ୍‌ସ ଭୁବନେଶ୍ୱରର ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିବା ସହିତ ଡ. ବିଶୋଇଙ୍କ ଅନୁଭବ ଏବଂ ପାରଦର୍ଶିତା ସହଯୋଗରେ ଏହି ଅନୁଷ୍ଠାନ ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ଆହୁରି ଅଧିକ ସଫଳତା ହାସଲ କରିବବୋଲି ଆଶାପ୍ରକଟ କରିଛନ୍ତି। ଏହି ପରିଦର୍ଶନ ସମୟରେ ଏମ୍‌ସ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, କୁଳସଚିବ ବି ବି ମିଶ୍ରଙ୍କ ସମେତ ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକା ତଥା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏମ୍ସ ହସ୍ପିଟାଲରେ ଟିକେଟ ଦଲାଲ କରୁଥିବା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କଲା ପୁଲିସ
ଭୁବନେଶ୍ୱର: ଏମ୍ସରୁ ଗିରଫ ହେଲେ ଟିକେଟ ଦଲାଲ । ଟିକେଟ ଦଲାଲ କରୁଥିବା ଅଭିଯୋଗରେ ୧୨ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଛି ପୁଲିସ । ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ ଏହି ଦଲାଲମାନେ । ବିଭିନ୍ନ ଆଳରେ ବାହାର ଜିଲ୍ଲାରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଠକି ଏମାନେ ଟଙ୍କା ନେଉଥିଲେ । ଟିକେଟ, ଆଡମିଶନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କହି ସେମାନଙ୍କୁ ଲୁଟୁଥିଲେ । ରୋଗୀମାନଙ୍କ ଲାଗି ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିବା ସତ୍ତ୍ବେ ସେମାନେ ହନ୍ତସନ୍ତ ହେଉଥିଲେ। ଦଲାଲ ମାନେ ଆଗୁଆ ଟିକେଟ କାଟି ରୋଗୀଙ୍କୁ ୪ରୁ ୫ ହଜାର ଟଙ୍କାରେ ବିକୁଥିଲେ ।

ଏନେଇ ଖଣ୍ଡଗିରି ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଆଜି ଚଢ଼ାଉ କରି ୧୨ ଜଣକୁ ଗିରଫ କରିଛି ପୁଲିସ । ଘଟଣାରେ ଧରପଗଡ଼ ଜାରି ରହିଥିବା ବେଳେ, ଆଗକୁ ଦଲାଲଙ୍କ ସଂଖ୍ୟା ବଢିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି I