odisha Assembly winter session - The Sakala

ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ: ମୌସୁମୀରେ ଧୋଇଗଲା; ଶୀତରେ ଚାଲିବ ତ !
ଭୁବନେଶ୍ୱର: ଗତ ମୌସୁମୀ ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟଦିବସ ଥିଲା; ତାହାବି  ସୁରୁଖୁରୁରେ ଚାଲି ପାରିଲା ନାହିଁ। ଗୋଟିଏ ଦିନ ଆଗରୁ ବିଧାନସଭାକୁ ମୁଲତବୀ ଘୋଷଣା କରାଗଲା।  ଆସନ୍ତା ୨୭ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ବିଧାନସଭା ଯେ ସୁରୁଖୁରୁରେ ଚାଲିବ, ତାହାକୁ ନେଇ ଏବେଠାରୁ  ସନ୍ଦେହ ପ୍ରକାଶ ପାଇଲାଣି। ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ବିଧାନସଭା ଚାଲିବାକୁ ଥିବାବେଳେ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟଦିବସ ରହିଛି। ତେବେ ବିରୋଧୀଙ୍କ ହାତରେ ସରକାରଙ୍କୁ ଘେରିବା ପାଇଁ ମାଳମାଳ ପ୍ରସଙ୍ଗ ଥିବାରୁ ଶୀତ ଅଧିବେଶନ ବେଶ୍‌ ଉଷ୍ମ ହେବ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ।

ଏହି ଲମ୍ବା ଅଧିବେଶନ ଯେପରି ସୁରୁଖୁରୁରେ ଚାଲିବ, ସେଥିପାଇଁ ବୁଧବାର ମଧ୍ୟାହ୍ନ ସାଢେ଼ ୧୨ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ବାଚସ୍ପତି ସମସ୍ତଙ୍କର ସହଯୋଗ ଲୋଡ଼ିବେ। ତେବେ ମୌସୁମୀ ଅଧିବେଶନ ପରି ଶୀତ ଅଧିବେଶନ ଯେ ମୂଳରୁ କମ୍ପମାନ ହେବ, ସେନେଇ ଆକଳନ କଲେଣି ରାଜନୈତିକ ସମୀକ୍ଷକ। ଚଳିତ ଖରିଫ୍‌ ଋତୁ ପାଇଁ ଧାନ କିଣାର ବିଭ୍ରାଟ ଘଟିବା ନେଇ ଆଶଙ୍କା ଦେଖାଦେଇଛି। ବିଶେଷକରି ମଣ୍ଡି ଖୋଲିବାରେ ବିଳମ୍ବତାକୁ ନେଇ ବିରୋଧୀ ସରକାରଙ୍କୁ ଷଣ୍ଢୁଆଷୀ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଯେପରି ନିୟମିତ ଭାବେ ତଳକୁ ତଳକୁ ଯାଉଛି, ସେନେଇ ସରକାରଙ୍କୁ ଜବାବ୍‌ ମାଗିବାକୁ ପ୍ରସ୍ତୁତ ହୋଇ ସାରିଛନ୍ତି ବିରୋଧୀ। ନୂଆପଡ଼ା ଉପ ନିର୍ବାଚନରେ ସରକାରୀ ଦଳ ଯେପରି ପ୍ରଶାସନକୁ ସମ୍ପୂର୍ଣ୍ଣ ଅକ୍ତିଆରକୁ ନେଇ ନିର୍ବାଚନ ଲଢ଼ିଲା, ଆଚରଣ ବିଧିର ଧଜ୍ଜିଆ ଉଡ଼ାଇଲା ତାହା ମଧ୍ୟ ବଡ଼ ପ୍ରସଙ୍ଗ ହେବ ବୋଲି ବିରୋଧୀ ବିଧାୟକମାନେ ସୂଚନା ଦେଇଛନ୍ତି। ଏତଦ୍‌ ବ୍ୟତୀତ ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ବିଶେଷକରି ବାଲିର ବେଧଡ଼କ ଚୋରି, ପ୍ରଶ୍ନପତ୍ର ଲିକ୍‌ ମାମଲା, ଦାଦନ, ଦରଦାମ ବୃଦ୍ଧି, ମହାନଦୀ, ପୋଲାଭରମ୍‌ ଓ କୋଟିଆ ସମସ୍ୟାକୁ ନେଇ ଗୃହକୁ ସରଗରମ କରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଏହିକ୍ରମରେ ଆସନ୍ତାକାଲି ବିଜେଡି ଓ କଂଗ୍ରେସ ବିଧାୟକ ଦଳ ଅନୁଷ୍ଠିତ ହେବାକୁ ଥିବାବେଳେ ଉଭୟେ ନିଜ ନିଜର ରଣନୀତିକୁ ଚୂଡ଼ାନ୍ତ ରୂପ ଦେବେ।

ଏପଟେ ନୂଆପଡ଼ାରେ ବିପୁଳ ବିଜୟ ପରେ ଶାସକ ଦଳ ପୂରା ଜୋଶରେ ଥିବାବେଳେ ଏହା ଗୃହକୁ ଅଧିକ ସରଗରମ କରିପାରେ ବୋଲି ଅନୁମାନ କରାଯାଉଛି। ଉଭୟ ଶାସକ ଏବଂ ବିରୋଧୀଙ୍କ ମୁଡକୁ ଦେଖିଲେ ବିଧାନସଭାରେ ଯେ କେହି କାହାରିକୁ ଛାଡ଼ିବେ ନାହିଁ, ତାହା ଏବେଠାରୁ ଜଳଜଳ ଦିଶିଲାଣି ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ୍ ହେବ ଓଡ଼ିଶା, ସବୁ ଜିଲ୍ଲାରେ ହେବ ଇଣ୍ଡଷ୍ଟ୍ରି: ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ
ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଆଜି ଚତୁର୍ଥ ଦିନ । ୨ଦିନ ପରେ ଆଜି ସ୍ବାଭାବିକ ହୋଇଛି ଗୃହକାର୍ଯ୍ୟ । ଚାଲିଛି ଶିଳ୍ପ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟ । ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ୍ ହେବ ଓଡ଼ିଶା।  ଏଥି ପାଇଁ ରାଜ୍ୟ ସରକାର ଅନେକ ବଡ଼ ପଦକ୍ଷେପ ନେଇଛନ୍ତି ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଗୃହରେ କହିଛନ୍ତି।  ୮୪୮ ବୃହତ ଶିଳ୍ପକୁ ଅନୁମୋଦନ ମିଲଛି । ଏଥିରୁ କିଛି ଶିଳ୍ପ ଆରମ୍ଭ ହେଲାଣି। ଯେଉଁଥିରେ ୨୧ ଲକ୍ଷ ୭୩ହଜାର ୮୭୧.୩୪ କୋଟି ପୁଞ୍ଜି ନିବେଶ ହେଉଛି। ଏଥିରେ ୯ଲକ୍ଷ୧୪ହଜାର୮୯୫ ନିଯୁକ୍ତି ସୃଷ୍ଟି ହେବ ।

ପ୍ରତି ଦୁଇ ବର୍ଷରେ ଥରେ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ହେବ। ଓଡ଼ିଶାର ଖଣି, ଶକ୍ତି, କୃଷି ପରି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ନୀତି ହୋଇଛି। ସବୁ ଜିଲ୍ଲାରେ ଗୋଟେ ଇଣ୍ଡଷ୍ଟ୍ରି ହେବ। ଯାଜପୁର କଳିଙ୍ଗନଗର ଷ୍ଟିଲ ହେବ, ପାରାଦ୍ୱୀପ ହେବ ପେଟ୍ରୋ କେମିକାଲ ହବ, ସମ୍ବଲପୁର, ରେଙ୍ଗାଲି ହେବ ଷ୍ଟିଲ ଓ ଆଲୁମିନିଅମ ହବ ହେବ। ଗୋପାଳପୁର ହେବ ଅକ୍ଷୟ ଶକ୍ତି ଉତ୍ପାଦନ ହବ। ଓଡ଼ିଶା ନୀତିକୁ କେନ୍ଦ୍ର ବି ପ୍ରଶଂସା କରିଛି। ପୁଞ୍ଜି ନିବେଶ ପୋର୍ଟାଲରେ ଆବେଦନ କଲେ ୬୦ ଦିନ ଭିତରେ ପାସ ହେବ। ପ୍ରକଳ୍ପ ପାଇଁ ପୁଞ୍ଜି ନିବେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ଅଛି। ଜାତୀୟ ହାର ୨୧-୨୨% ଥିବାବେଳେ ଓଡ଼ିଶାରେ ୪୦% ରହିଛି। ମେକ ଇନ ଓଡ଼ିଶାରେ ୭୪୧ ପ୍ରସ୍ତାବ ଆସିଛି। ଯେଉଁଥିରେ ୪୬୬ ପ୍ରକଳ୍ପ ମଞ୍ଜୁରୀ ପାଇଛି।  ଅନେକ ଶିଳ୍ପ ସଂସ୍ଥାକୁ ଜମି ହସ୍ତାନ୍ତର ବି ହୋଇ କାମ ଆରମ୍ଭ ହେଲାଣି। ଷ୍ଟାର୍ଟ ଅପ ନୀତି ବି ଏଥିରେ ବଡ଼ ଭୂମିକା ନେଇଛି ବୋଲି  ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।

ପିଏମ ଆବାସ ଯୋଜନାରେ ହିତାଧିକାରୀ ଚୟନରେ କୌଣସି ପକ୍ଷପାତିତା ହୋଇନି- ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପିର ମୁଲତବି ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ। ଗ୍ରାମାଞ୍ଚଳରେ ସମସ୍ତ ପରିବାରକୁ ପକ୍କାଘର ଯୋଗାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଫଳତାର ସହ ରାଜ୍ୟ ସରକାର କାର୍ଯ୍ଯକାରୀ କରୁଛନ୍ତି । ହିତାଧିକାରୀ ଚୟନରେ କୌଣସି ପକ୍ଷପାତିତା ହୋଇନି। ସ୍ଵଚ୍ଛତା ବଜାୟ ରଖିବା ଲାଗି ସବୁ ପ୍ରକାର ପଦକ୍ଷେପ ନିଆଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି । ୧ ଲକ୍ଷ ୮ ହଜାର ୨୪୩ ଅଭିଯୋଗ ଆସିଥିଲା । ବ୍ଲକସ୍ତରରେ ୩ ଜଣିଆ କମିଟି ଯାଞ୍ଚ କରିବା ପରେ ୫୦ ହଜାର ୭୬୩ ଅଯୋଗ୍ୟଙ୍କୁ ବାଦ୍ ଦିଆଯାଇଛି । ଯୋଗ୍ୟ ହିତାଧିକାରୀଙ୍କ ତାଲିକା ସଂପୃକ୍ତ ପଞ୍ଚାୟତର ଅନୁମୋଦନ ପାଇଁ ଦାଖଲ କରାଯାଇଥିଲା । ଏପର୍ଯ୍ଯନ୍ତ ୬ ହଜାର ୭୨୨ ପଞ୍ଚାୟତ ଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଅନୁମୋଦନ କରିଛନ୍ତି। ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟା ଶେଷ ପରେ ରାଜ୍ୟ ସରକାର କାର୍ଯ୍ଯାଦେଶ ବଣ୍ଟନ କରିବେ।

୩ ସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା, ମୁତୟନ ହେବେ ୩୪ ପ୍ଲାଟୁନ ପୁଲିସ ଫୋର୍ସ
ଭୁବନେଶ୍ୱର : ଆଉ ଦିନକ ପରେ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ନଭେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ। କୋଭିଡ କଟକଣା ସମ୍ପୂର୍ଣ୍ଣ ଭାବରେ ହଟିଥିବାରୁ ଚଳିତ ଅଧିବେଶନଟି ସ୍ୱାଭାବିକ ଢଙ୍ଗରେ ଚାଲିବାକୁ ଥିବାବେଳେ ପୂରା ଅଧିବେଶନଟି ରାଜନୈତିକ ଗତିବିଧିକୁ ନେଇ ବେଶ୍ ଉଷ୍ମ ହେବ ବୋଲି ଆଶା କରାଯାଉଛି। ତେବେ ଚଳିତ ଥର ବିଧାନସଭା ୩ ସ୍ତରୀୟ ସୁରକ୍ଷା ବଳୟରେ ରହିବ। ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ରହିବ ସୁରକ୍ଷା ବ୍ୟବସ୍ଥା।

ବିଧାନସଭାର ଶୀତ ଅଧିବେଶନ ସୁରକ୍ଷା ପାଇଁ ୩୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ୨ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭିଜନ କରିବେ। ୫ ଜଣ ଅତିରିକ୍ତ ଡିସିପି, ୧୧ ଡିଏସପି/ଏସିପି ,୧୩ ଆଇଆଇଆସି ଓ ୬୨ ଏସଆଇ ଓ ଏଏସ୍‌ଆଇ ସୁରକ୍ଷା ଦ୍ଵାୟିତ୍ୱରେ ରହିବେ। ରାଲି , ଧାରଣ ଓ ସୁରକ୍ଷାକୁ ନଜରରେ ରଖି ୫ଟି କଣ୍ଟ୍ରୋଲ ରୁମ ରହିବ। ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସପେନ୍ସ ଟିମ, ସ୍ପେଶାଲ ଟାକଟିକାଲ ୟୁନିଟ, ଆର୍ମଡ଼ ପୁଲିସ, ରୂପ ଟଫ ସିକୁରିଟି, ସାଧା ପୋଷାକ ଧାରୀ ପୁଲିସ ମୁତୟନ ହେବେ ବୋଲି ଜଣାପଡିଛି।

ଅନ୍ୟପଟେ ଆସନ୍ତାକାଲି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସର ବିଧାୟକ ଦଳ ଅନୁଷ୍ଠିତ ହେବ। ନିଜ ନିଜ ବିଧାୟକ ଦଳ ବୈଠକରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ଦଳକୁ ଘେରିବା ପାଇଁ ରଣନୀତି ଚୂଡ଼ାନ୍ତ କରିବାକୁ ଥିବାବେଳେ ବିରୋଧୀଙ୍କୁ ଜବାବ୍ ଦେବାକୁ ବିଜେଡି ମଧ୍ୟ ନିଜ ରଣନୀତି ପ୍ରସ୍ତୁତ କରିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୪ ତାରିଖ ସକାଳ ୧୦ଟା ବେଳେ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ଶୀତ ଅଧିବେଶନଟି ଲମ୍ବା ଅବଧି ଧରି ଚାଲିବାକୁ ଥିବାରୁ ଉଭୟ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଗୃହରେ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ବସିବାକୁ ଥିବାବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଦଳୀୟ ବିଧାୟକମାନେ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବେ। ରାଜ୍ୟରେ ଅର୍ଚ୍ଚନା ନାଗ, ଆଇନଶୃଙ୍ଖଳା, ବେକାରୀ, ଚାଷ ଏବଂ ଚାଷୀ ସମ୍ପର୍କିତ ସମସ୍ୟାକୁ ବିରୋଧୀ ପ୍ରମୁଖ ପ୍ରସଙ୍ଗ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଉପରୋକ୍ତ ପ୍ରସଙ୍ଗ ସହ ଅନ୍ୟ ପ୍ରସଙ୍ଗଗୁଡ଼ିକୁ ନେଇ ସେମାନେ ଶାସକ ଦଳକୁ ଗୃହରେ ଘେରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ଶାସକ ଦଳ ମଧ୍ୟ ବିରୋଧୀଙ୍କୁ ପାଲଟା ଜବାବ ଦେବା ସହ ଗୃହରେ କେନ୍ଦ୍ରୀୟ ଅବହେଳା ଏବଂ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଦୃଢ଼ ଭାବେ ଉପସ୍ଥାପିତ କରିବ ବୋଲି ଦଳୀୟ ବିଧାୟକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳ ବୈଠକରେ ଏନେଇ ସବିଶେଷ ରଣନୀତି ପ୍ରସ୍ତୁତ କରାଯିବ। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବିଚାର, ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଅନୁଦାନ ହ୍ରାସ, ଦରଦାମ ବୃଦ୍ଧି ସହ କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତିକୁ ଶାସକ ଦଳ ପକ୍ଷରୁ ବିଧାନସଭାରେ ଉଠାଯିବ ବୋଲି ଜଣାପଡ଼ିଛି।

ସେପଟେ ନଭେମ୍ବର ୨୪ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭାରେ ଶୀତ ଅଧିବେଶନ ଚାଲିବ। ଏହି ପରିପ୍ରେକ୍ଷୀରେ ବିଧାନସଭା ମାର୍ଗରେ କମିସନରେଟ ପୁଲିସ ପକ୍ଷରୁ ଟ୍ରାଫିକ୍‍ କଟକଣା ମଧ୍ୟ ରହିଛି। ବିଧାନସଭା ସଂଲଗ୍ନ ରାସ୍ତାରେ ସର୍ବସାଧାରଣଙ୍କ ଯାତାୟାତ ଉପରେ କଟକଣା ଜାରି କରିଛି। ସେହିପରି ଜୟଦେବ ଭବନ ଠାରୁ ରବୀନ୍ଦ୍ର ମଣ୍ଡପ ଛକ, ରବୀନ୍ଦ୍ର ମଣ୍ଡପ ଛକ ଠାରୁ ୧୨୦ ବାଟାଲିୟନ ଛକ ଯାଏଁ ଲୋକଙ୍କ ଗମନାଗମନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଉକ୍ତ ରାସ୍ତାରେ ଅନୁମତି ନ ଥିବା ଲୋକେ ଯେପରି ଭିତରେ ପ୍ରବେଶ ନ କରିବେ ସେଥିପାଇଁ ୩ଟି ପଏଣ୍ଟ କରାଯାଇଛି। କେବଳ ଲୋକସେବା ଭବନ ଓ ବିଧାନସଭା କର୍ମଚାରୀଙ୍କ ସହ ଅନୁମତି ଥିବା କର୍ମଚାରୀ ପରିଚୟପତ୍ର ଦେଖାଇ ଯାତାୟାତ କରିପାରିବେ। ସେଭଳି ବିଧାନସଭା, ରାଜ୍ୟ ସଚିବାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି କମିସନରେଟ୍‍ ପୁଲିସ ପକ୍ଷରୁ କୁହାଯାଇଛି।

କେଉଁବାଟେ ଯିବେ…

ହାଉସିଂବୋର୍ଡ ଛକ ପଟୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ କେଶରୀ ଟକିଜ ଠାରୁ ଆଗକୁ ନ ଯାଇ ବାମପଟ ରାସ୍ତା ଦେଇ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।

ଏଜି ଛକ ପଟୁ ପିଏମ୍‍ଜି ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡିକ ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦରା ଗାନ୍ଧୀ ପାର୍କ ରାସ୍ତା ଦେଇ ଗନ୍ତବ୍ୟବସ୍ଥଳକୁ ଯାଇପାରିବେ।

ମାଷ୍ଟରକ୍ୟାଣ୍ଟିନ ପଟୁ ଅପର ପିଏମ୍‍ଜି ଆଡ଼କୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ ଲୋୟର ପିଏମ୍‍ଜି ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ଦେଇ ଯାଇପାରିବେ। କିନ୍ତୁ ସେମାନଙ୍କୁ ମହାତ୍ମାଗାନ୍ଧୀ ମାର୍ଗରେ ଯିବା ଲାଗି ଅନୁମତି ଦିଆଯିବ ନାହିଁ।

୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ିଗୁଡିକ ପାୱାର ହାଉସ୍‍ ଛକ ଆଡ଼କୁ ଯାଇପାରିବେ।

ରାଜଭବନ ଛକ ପଟୁ ଏମଏଲ୍‍ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ ଶାସ୍ତ୍ରୀନଗର ଆଡ଼କୁ ଯାଇପାରିବେ।