OSSC Recruitment - The Sakala

୧୫୩୫ ପଦରେ ନିଯୁକ୍ତି ପାଇଁ ଓଏସ୍‌‌ଏସ୍‌‌ସିର ବିଜ୍ଞପ୍ତି
ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌‌ଏସ୍‌‌ସି) ପକ୍ଷରୁ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସିଜିଏଲ୍‌‌ ଗ୍ରୁପ୍‌‌-ବି’ ଓ ସି’ରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ୫୮୬ଟି ପଦବୀ ସୃଷ୍ଟି ହୋଇଛି। ଏପ୍ରିଲ ୫ତାରିଖଠାରୁ ମଇ ୨ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ସେହିପରି ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର(ଏଟିଏ) ଭାବେ ୨୫୦ଟି ପଦ, ୨୬ଟି ଟ୍ରାଫିକ୍‌‌ କନେଷ୍ଟବଲ୍‌‌, ୬୭୩ଟି ସିଏଚ୍‌‌ଏସ୍‌‌ଏଲ୍‌‌ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି।

ଆସନ୍ତା ୨୮ତାରିଖରୁ ଏପ୍ରିଲ ୨୭ତାରିଖ ପର୍ଯ୍ୟନ୍ତ ଟ୍ରାଫିକ୍‌‌ କନେଷ୍ଟବଲ୍‌‌ ପାଇଁ ଆବେଦନପତ୍ର ଗ୍ରହଣ କରାଯିବ। ସମସ୍ତ ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ ଓଏସ୍‌‌ଏସ୍‌‌ସି ୱେବସାଇଟ୍‌‌ www.ossc.gov.inରେ ଉପଲବ୍‌‌ଧ ରହିଛି। ଏହାସହ ଓଏସ୍‌‌ଏସ୍‌‌ସି ଅଧ୍ୟକ୍ଷ ଅଭୟ କୁମାର ମଧ୍ୟ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି।

OSSCର ନିଯୁକ୍ତି ବିଜ୍ଞପ୍ତି : ଗ୍ରୁପ୍‌‌ ବି ଓ ସି ବର୍ଗରେ ପୂରଣ ହେବ ୨ହଜାର ୧୬୯ ପଦ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଭାଗରେ ଖାଲିଥିବା ସ୍ନାତକ(ଗ୍ରାଜୁଏଟ୍‌‌) ସ୍ତରର ପଦ ପୂରଣ ପାଇଁ ଓଏସଏସସି ଗୋଟିଏ ପରୀକ୍ଷା କରିବ। ଏଥି ପାଇଁ ବିଜ୍ଞପ୍ତି ବୁଧବାର ପ୍ରକାଶ ପାଇଛି। ଯୁଗ୍ମ ସ୍ନାତକ ଭିତ୍ତିକ ଚୟନ ପରୀକ୍ଷା(ସିଜିଏଲଆରଇ) ଓ ଯୁଗ୍ମ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା(ସିଟିଏସଆରଇ) ପରୀକ୍ଷା ହେବାକୁ ଥିବାବେଳେ ମୋଟ୍‌‌ ୨ ହଜାର ୧୬୯ ପଦ ପୂରଣ ହେବ। ଉଭୟ ପରୀକ୍ଷା ପାଇଁ ଆବଦେନ ପ୍ରକ୍ରିୟା ଆସନ୍ତା ନଭେମ୍ବର ୧୦ ତାରିଖରୁ ଆରମ୍ଭ ହେବ।

ନିଯୁକ୍ତି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ)। ପୂର୍ବାପେକ୍ଷା ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛ ଓ ସରଳ ହୋଇଥିବାବେଳେ ଚଳିତ ବର୍ଷରୁ ନିଯୁକ୍ତି ପଦ୍ଧତ୍ତିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ଚଳିତ ବର୍ଷରୁ ଏକକ ଯୋଗ୍ୟତା ପରୀକ୍ଷା ଆଧାରରେ ପିଲାଙ୍କୁ ନିଯୁକ୍ତି ମିଳିବ। ଆଉ ଅଲଗା ଅଲଗା ପଦ ପାଇଁ ଭିନ୍ନ ପରୀକ୍ଷା ହେବ ନାହିଁ। କେବଳ ବା ସ୍ନାତକ(ଗ୍ରାଜୁଏଟ୍‌‌) ସ୍ତରର ନୁହଁ। ଏହି ପଦ୍ଧିତ୍ତି ବୈଷୟିକ(ଟେକନିକାଲ୍‌‌) ଓ ପିଜି(ସ୍ନାତକୋତ୍ତର) ବର୍ଗର ବିଭିନ୍ନ ପଦ ଲାଗି ମଧ୍ୟ ଲାଗୁ କରାଯିବ। ଗତ ସୋମବାର ଦିନ ଓଏସଏଏସସି ପକ୍ଷରୁ ସିଜିଏଲଆରଇ ଓ ସିଟିଏସଆରଇ ପାଇଁ ଓଏସଏସସି ବିଜ୍ଞପ୍ତି ପ୍ରକାଶ କରିଛି। ସିଜିଏଲଆରଇରେ ୯୪୩ଟି ପଦ ପୂରଣ ହେବାକୁଥିବାବେଳେ ଗ୍ରୁପ୍‌‌ ବି ବର୍ଗରେ ୬୯୯ ଓ ଗ୍ରୁପ୍‌‌ ସିରେ ୨୪୪ଟି ପଦ ରହିଛି। ସହକାରୀ ଜିଏସଟି ଅଧିକାରୀ, ଅଡିଟର, ଗ୍ରାମ ପଞ୍ଚାୟତ ଅଧିକାରୀ, କନିଷ୍ଠ ଆସିଷ୍ଟାଣ୍ଟ, କନିଷ୍ଠ କିରାଣୀ ଆଦି ମୋଟ୍‌‌ ୨୮ଟି ବର୍ଗରେ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବ।

ସେହିପରି ସିଟିଏସଆରଇ ମଧ୍ୟ ୭ଟି ବର୍ଗର ମୋଟ୍‌‌ ୧୨୨୬ ପଦ ପାଇଁ ଅନୁଷ୍ଠିତ ହେବ। ବିଭିନ୍ନ ବିଭାଗର କନିଷ୍ଠ ଇଞ୍ଜିନିୟର ଓ ସହକାରୀ ପ୍ରଶିକ୍ଷଣ ଅଧିକାରୀ ଆଦି ପଦରେ କର୍ମଚାରୀ ନିଯୁକ୍ତି ପାଇବେ। ପରୀକ୍ଷାର ଦକ୍ଷତା ଭିତ୍ତିରେ ସେମାନଙ୍କୁ ପଦ ଅନୁଯାୟୀ ନିଯୁକ୍ତି ମିଳିବ। ପ୍ରିଲିମ୍‌‌, ମେନ୍‌‌ ଓ ସାକ୍ଷାତକାର ଆଦି ତିନୋଟି ପର୍ଯ୍ୟାୟରେ ଦକ୍ଷତା ଚୟନ କରାଯିବ। ତେବେ ଏହି ଅଭିନବ ଚୟନ ପ୍ରକ୍ରିୟା ଦ୍ୱାରା ନିଯୁକ୍ତି ଆଶାୟୀଙ୍କ ପ୍ରସ୍ତୁତି ଲାଗି ସମୟ ବଞ୍ଚିବା ସହ ପରୀକ୍ଷା ପାଇଁ ଅର୍ଥ ଖର୍ଚ୍ଚ ମଧ୍ୟ କମିବ।

ସେହିପରି ସରକାରୀ ସ୍ତରରେ ପରୀକ୍ଷା ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ରାଶି ମଧ୍ୟ ଯଥେଷ୍ଟ କମିବ। ଅପରପକ୍ଷେ ଏହି ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୧୧ରୁ ଆରମ୍ଭ ହୋଇ ଡିସେମ୍ବର ୧୦ ତାରିଖରେ ଶେଷ ହେବ। ୨୧ରୁ ୩୮ ବର୍ଷର ସାଧାରଣ ବର୍ଗ ଆଶାୟୀ ପ୍ରାର୍ଥୀ ଆବେଦନ କରିବାକୁ ଥିବାବେଳେ କୌଣସି ବର୍ଗର ଆଶାୟୀଙ୍କୁ ଫି’ ଦାଖଲ କରିବାକୁ ହେବ ନାହିଁ। ସମ୍ପୂର୍ଣ୍ଣ ମାଗଣାରେ ଆଶାୟୀ ପ୍ରାର୍ଥୀ ଆବେଦନ କରିବେ। ଆଶାୟୀ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ଓଏସଏସସିର ୱେସାଇଟ୍‌‌ www.ossc.gov.in ମାଧ୍ୟମରେ ପାଇ ପାରିବେ ବୋଲି ଓଏସଏସସି ଦର୍ଶାଇଛି।