BSKY ODISHA - The Sakala
ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା; ଠିକ୍‌ ତାହା ହିଁ ଘଟିଲା । ରାଜ୍ୟରେ ବିଜେପି ସରକାର ଗଠନ ପରେ ବିଏସ୍‌କେୱାଇ ବନ୍ଦ କରିବାକୁ ଘୋଷଣା କଲା। ଏହା ବଦଳରେ ଅନ୍ୟ ଏକ ସ୍ୱାସ୍ଥ୍ୟ ସେବା ଯୋଜନା ଆରମ୍ଭ କରାଯିବ ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନକୁ ଓଡ଼ିଶାରେ ମଧ୍ୟ ପ୍ରଚଳନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଲେ। ଆୟୁଷ୍ମାନ ପ୍ରଚଳନ ଓ ପରବର୍ତ୍ତୀ ଯୋଜନା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ବିଏସ୍‌କେୱାଇରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଲେ । ମାତ୍ର ରାଜ୍ୟରେ ନୂଆ ଯୋଜନା ଆରମ୍ଭ ହେବା ଓ ଆୟୁଷ୍ମାନ ପ୍ରଚଳନ ହେବା ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)କୁ ପଙ୍ଗୁ କରି ଦିଆଯିବାକୁ ରୀତିମତ ଷଡ଼ଯନ୍ତ୍ର ହୋଇଛି । ନୂଆ ସରକାର ବିଏସ୍‌କେୱାଇର ଚିକିତ୍ସା ବାବଦ ବକେୟା ରାଶି ପ୍ରଦାନ କରୁ ନ ଥିବାରୁ ଘରୋଇ ଡ଼ାକ୍ତରଖାନାଗୁଡ଼ିକ ଏବେ ନୂଆ ନୂଆ ବାହାନା କାଢ଼ୁଛନ୍ତି । ସରକାରୀ ଡ଼ାକ୍ତରଖାନାରୁ ରେଫରାଲ କାଗଜ ଆଣିବାକୁ ବାହାନା କରୁଛନ୍ତି ।
ଜଣେ ବିଏସ୍‌କେୱାଇ ହିତାଧିକାରୀ ହେଉଛନ୍ତି ସିଦେ୍ଧଶ୍ୱର (ଛଦ୍ମନାମ) । ତାଙ୍କର ଏକମାତ୍ର ଝିଅ ଗୁରୁତର ସ୍ନାୟୁ ରୋଗରେ ପୀଡ଼ିତ। ସାନ ଝିଅଟିର ଅପରେସନ୍‌ ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ; କିନ୍ତୁ କୌଣସି ଘରୋଇ ଡାକ୍ତରଖାନା ତାଙ୍କ ଝିଅର ଚିକିତ୍ସା କରୁନାହାନ୍ତି। ବିଏସ୍‌କେୱାଇରେ ମାଗଣା ଚିକିତ୍ସା ସୁବିଧା ଥିବା ସତ୍ତେ୍ୱ ଘରୋଇ ଡ଼ାକ୍ତରଖାନାଗୁଡ଼ିକ ବିଭିନ୍ନ ବାହାନା କରି ସିଦେ୍ଧଶ୍ୱରଙ୍କୁ ଫେରାଇ ଦେଇଛନ୍ତି । ସରକାରୀ ଡ଼ାକ୍ତରଖାନାରୁ ରେଫରାଲ ସାର୍ଟିଫିକେଟ୍‌ ନ ଆଣିଲେ ଅପରେସନ ହୋଇ ପାରିବ ନାହିଁ ବୋଲି କହିଛନ୍ତି । ସରକାରୀ ଡାକ୍ତରଙ୍କ ରିପୋର୍ଟ ବିନା ଘରୋଇ ଡାକ୍ତରଖାନାରେ ବିଏସକୱୋଇ ଚିକିତ୍ସା ସମ୍ଭବ ନୁହେଁ ବୋଲି ନିରାଶ ବାଣୀ ଶୁଣି ମୁଣ୍ଡରେ ହାତ ଦେଇ ବସିଛନ୍ତି ସିଦେ୍ଧଶ୍ୱର । ଏଠାରେ କେବଳ ସିଦେ୍ଧଶ୍ୱର ଏକା ନୁହନ୍ତି, ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତିଦିନ ଏପରି ଅନେକ ଘଟଣା ଘଟୁଛି । ଛଅ ମାସ ପୂର୍ବରୁ ଯେଉଁ କାଡର଼୍ରେ ହିତାଧିକାରୀ ବିନା ମୂଲ୍ୟରେ ଓ ବିନା ସମସ୍ୟାରେ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସା ପାଉଥିଲେ, ନୂଆ ସରକାର ଆସିବା ପରେ ସେହି କାଡର଼୍ରେ ଆଜି ସେମାନଙ୍କୁ ଚିକିତ୍ସାସୁବିଧା ମିଳିପାରୁ ନାହିଁ।
ପ୍ରତ୍ୟେକ ଜୀବନ ମୂଲ୍ୟବାନ୍‌ ନୀତି ଆଧାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚଳନ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ମାସିକ ଘରୋଇ ଡ଼ାକ୍ତରଖାନାଗୁଡ଼ିକୁ ଚିକିତ୍ସା ବାବଦରେ ପ୍ରାୟ ୨୫୦ କୋଟି ଟଙ୍କା ସରକାର ପଇଠ କରୁଥିଲେ। କିନ୍ତୁ ବିଜେଡି ସରକାର ଯିବା ପରେ ଆରମ୍ଭ ହୋଇଛି ବ୍ୟତିକ୍ରମ ଓ ବିଶୃଙ୍ଖଳା ସୀମା ଟପିଛି। ରୋଗ ଯାହା ବି ହୋଇଥାଉ ନା କାହିଁକି ସରକାରୀ ଡାକ୍ତରଖାନାରୁ ରେଫରାଲ ଆଣିବା ବାଧ୍ୟତାମୂଳକ ବୋଲି କୁହାଯାଉଛି। ବ୍ୟବସ୍ଥା ଅନୁସାରେ ବିଏସକୱୋଇ ହିତାଧିକାରୀ ଘରୋଇ ଡାକ୍ତରଖାନା ଯିବା ପୂର୍ବରୁ ସରକାରୀ ଡାକ୍ତରଖାନାରୁ ରେଫର ହେବା ବାଧ୍ୟତାମୂଳକ ଥିଲା; କିନ୍ତୁ ଗୁରତର ରୋଗୀଙ୍କ କ୍ଷେତ୍ରରେ ନିୟମ କୋହଳ କରାଯାଇଥିଲା। ମାତ୍ର ଗତ କିଛି ମାସ ହେଲା ରୋଗୀଙ୍କ ସମସ୍ୟା ବଢ଼ି ଯାଇଛି। ବିନା ରେଫରାଲରେ ଘରୋଇ ଡ଼ାକ୍ତରଖାନାରେ ସାଧାରଣ ରୋଗୀଙ୍କୁ ଚିକିତ୍ସା ମିଳୁନାହିଁ । ଫଳରେ ରୋଗୀଙ୍କୁ ଧରି ତାଙ୍କର ସମ୍ପର୍କୀୟ ଗୋଟିଏ ଡାକ୍ତରଖାନାରୁ ଆଉ ଏକ ଡାକ୍ତରଖାନାକୁ ଦୌଡୁଛନ୍ତି। ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ବି ରେଫର କରିବାକୁ ଜରୁରୀ ବୋଲି ଭାବୁ ନାହାନ୍ତି। କଟକ, ଭୁବନେଶ୍ୱରେ ଅଧିକ ସଂଖ୍ୟକ କର୍ପୋରେଟ୍‌ ହସ୍ପିଟାଲ ଥିବାରୁ ଗାଁ ଗହଳିରୁ ବିଏସକେୱାଇ ହିତାଧିକାରୀ ଏଠାକୁ ଧାଇଁ ଆସୁଛନ୍ତି। କିନ୍ତୁ ରେଫରାଲ କଣ୍ଟା ସେମାନଙ୍କ ପାଇଁ ଚିକିତ୍ସାରେ ଗୁରୁତର ବାଧା ସୃଷ୍ଟି କରୁଛି।
ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ରେଫରାଲ ବ୍ୟବସ୍ଥା ନ ଥିଲେ ସମସ୍ତେ ଘରୋଇ ଡାକ୍ତରଖାନାକୁ ଚାଲିଯିବେ। ତେଣୁ ରେଫରାଲ ବ୍ୟବସ୍ଥା କରାଯାଇଛି। ଜଟିଳ ରୋଗର ଉପଯୁକ୍ତ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାରେ ଭଲ ସୁବିଧା ଥିବାରୁ ଏହିପରି ରୋଗୀଙ୍କ ପାଇଁ ନିୟମ କୋହଳ କରାଯିବା ଉପରେ ବିଭାଗ ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି।
ସଫଳତାର ଅଧ୍ୟାୟରେ BSKYର ଆଉ ଏକ ଫର୍ଦ୍ଦ, ଚାଲିବାକୁ ସକ୍ଷମ ହେଲେ ଶଯ୍ୟାଶାୟୀ କୁମାରୀ
ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଢିପସାହିର କୁମାରୀ ହାତୀ(୪୦)। ପରିବାର କହିଲେ, ମା’ ଓ ତାଙ୍କର ୨ ଭଉଣୀ। ପିଲାଟି ବେଳୁ ବାପାଙ୍କ ମୁହଁ ଦେଖିନାହାନ୍ତି। ପର ଘରେ କାମ କଲେ ଚୁଲି ଜଳେ। ବଡ଼ ଭଉଣୀଙ୍କ ବାହାଘର ପରେ ପରିବାରର ସବୁ ବୋଝ ସାନ ଭଉଣୀ ସୁବାସିନୀ ଓ ତାଙ୍କ ଉପରେ ରହିଥିଲା। ପାରିବାରିକ ସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ଭଉଣୀ ବିବାହ ନ କରିବାକୁ ନିଷ୍ପତ୍ତି ନେଇଥି‌ଲେ। ଦୁର୍ଦ୍ଦିନରେ ଯାହିତାହି ଦିନ ଗଡ଼ୁଥିଲା। କିନ୍ତୁ ଦୁଇବର୍ଷ ତଳେ ଗୋଟିଏ ଦୁର୍ଘଟଣା ତାଙ୍କ ପରିବାର ଉପରେ କଳାବାଦଲ ଢାଙ୍କିଦେଲା। କୁମାରୀ କୌଣସି କାମରେ ଯାଉଥିବା ବେଳେ ଗାଡିରୁ ପଡ଼ିଯିବାରୁ ତାଙ୍କ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଡାକ୍ତରଙ୍କ ପରାମର୍ଶ‌ରେ ସେ ଔଷଧ ଖାଇଥିଲେ ହେଁ ଯନ୍ତ୍ରଣା କମିବା ବଦଳରେ ଦିନକୁ ଦିନ ବଢ଼ି ଚାଲିଲା ଏବଂ ହଠାତ୍‌ କୁମାରୀଙ୍କ ଦୁଇ ଗୋଡ଼ ଅଚଳ ହୋଇଗଲା। ସେବେଠାରୁ ସେ ଶଯ୍ୟାଶାୟୀ ହୋଇପଡ଼ିଥିଲେ। ଏଭଳି ଅସମୟରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସ୍ମାର୍ଟକାର୍ଡ ଏହି ପରିବାରକୁ ସାହା ହୋଇଛି। ସ୍ମାର୍ଟକାର୍ଡ ଜରିଆରେ ବିନା ମୂଲ୍ୟରେ ତାଙ୍କ ମେରୁଦଣ୍ଡରେ ଜଟିଳ ଅସ୍ତ୍ରୋପଚାର କରାଯାଇଛି। ଏ ବାବଦକୁ ଖର୍ଚ୍ଚ ହୋଇଥିବା ଲକ୍ଷାଧିକ ଟଙ୍କା ରାଜ୍ୟ ସରକାର ବହନ କରିଛନ୍ତି।
ସୂଚନାନୁଯାୟୀ, ବିଭିନ୍ନ ଜାଗାରେ ଡାକ୍ତର ଦେଖାଇ ଔଷଧ ଖାଇବା ପରେ ମଧ୍ୟ କୁମାରୀଙ୍କ ଅବସ୍ଥା ଭଲ ହେବା ପରିବର୍ତ୍ତେ ବିଗିଡ଼ି ଚାଲିଥିଲା। ପରୀକ୍ଷାନିରୀକ୍ଷା ପରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ ତାଙ୍କ ପରିବାର ସାହସ ଜୁଟାଇ ପାରୁନଥିଲା। ରାଜ୍ୟ ସରକାରଙ୍କ ବିଏସକେୱାଇ କାର୍ଡରେ ସମ୍ପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର ଓ ଚିକିତ୍ସା ସମ୍ଭବ ବୋଲି ଡାକ୍ତର କହିବା ପରେ ତାଙ୍କ ପରିବାରକୁ ଆଶାର କିରଣ ଦେଖାଦେଇଥିଲା। ଗତ ୨୫ ତାରିଖରେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ‌ରେ କୁମାରୀଙ୍କର ମେରୁଦଣ୍ଡରେ ସଫଳତାର ସହ ଅସ୍ତ୍ରୋପଚାର ହୋଇଛି। ବର୍ତ୍ତମାନ କୁମାରୀ ସୁସ୍ଥ ଅନୁଭବ କରିବା ସହ ଧୀରେଧୀରେ ଚାଲିବା ଆରମ୍ଭ କରିଛନ୍ତି। ଏଥିପାଇଁ କୁମାରୀଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାର, ଡାକ୍ତର ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଗରିବଙ୍କ ମୁହଁରେ ହସ ଫୁଟାଉଛି BSKY: ଭିନ୍ନକ୍ଷମ ଗୋକୁଳଙ୍କର ହେଲା ସଫଳ ଅସ୍ତ୍ରୋପଚାର, ମେନିଞ୍ଜିଓମାରୁ ମୁକ୍ତହେଲେ କାମିନୀ
ସୋନପୁର/ ବୌଦ୍ଧ: ଅରକ୍ଷିତକୁ ଦଇବ ସାହା ଭଳି ଗରିବ ଲୋକଙ୍କର ଭରସା ସାଜିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)। ବିଏସ୍‌‌କେୱାଇ ହିତାଧିକାରୀ ମାନେ ବିନା ମୂଲ୍ୟରେ ବିଭିନ୍ନ ପ୍ରକାରର ଚିକିତ୍ସା ସୁବିଧା ପାଇ ପାରୁଛନ୍ତି। ପୂର୍ବରୁ ଆର୍ଥିକ ସମସ୍ୟା ଭିତରେ ଥିବା ଗରିବ ପରିବାରରେ କାର କଣ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଲେ ସମସ୍ତେ ଚିନ୍ତାଗ୍ରସ୍ତ ହୋଇ ଯାଉଥିଲେ। ଏବେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୋଗୁଁ ଚିକିତ୍ସା ପାଇଁ ନିହାତି ଗରିବ ଟିଏ ମଧ୍ୟ କୌଣସି ଚିନ୍ତା କରୁନାହିଁ। ବିଭିନ୍ନ ଜଟିଳ ରୋଗରେ ପୀଡିତ ଅନେକ ବ୍ୟକ୍ତି ଅର୍ଥ ଅଭାବରୁ ଉପଯୁକ୍ତ ଚିକିତ୍ସା ନପାଇ ମୃତ୍ୟୁମୁଖରେ ପଡୁଛନ୍ତି। ଅର୍ଥ ଅଭାବରୁ ଜଣେ ରୋଗୀ ଯେପରି ଚିକିତ୍ସା ନପାଇ ମୃତ୍ୟୁମୁଖରେ ନ ପଡେ ତାହା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା।
ସୋନପୁର ବଡବଜାର ନିବାସୀ ଜଣେ ଭିନ୍ନକ୍ଷମ ଗରିବ ଯୁବକ ଗୋକୁଳ ସାହୁଙ୍କ ପାଇଁ ବିଏସ୍‌‌କେୱାଇ ଯୋଜନା ଆଶା ବାଡି ସାଜିଲା। ଗୋଗୁଳଙ୍କ ଗୋଟିଏ ଗୋଡ ପୋଲିଓ ରୋଗ ଯୋଗୁଁ ଠିକ୍‌‌ ଭାବେ କାମ କରେ ନାହିଁ। ତେବେ ନିଜ ଭଉଣୀ ଏବଂ ବିଧବା ମାଙ୍କ ମୁହଁରେ ଅନ୍ନ ଦେବା ପାଇଁ ସୋନପୁର ଗାର୍ଲସ୍‌‌ ହାଇସ୍କୁଲ ଛକରେ ଟିଣ ବାଡେଇ ଏକ ଚା ଦୋକାନ ଟିଏ ଗୋକୁଳ କରିଛନ୍ତି। ପ୍ରତ୍ୟେକ ଦିନ ଭୋରରୁ ଉଠି ରାମେଶ୍ୱର ତ୍ରିବେଣୀ ସଙ୍ଗମରେ ଶୌଚ ହେଲା ପରେ ଗୋକୁଳ ଦୋକାନ ଖୋଲନ୍ତି। ସବୁଦିନ ଭଳି ସେପ୍ଟେମ୍ବର ୧୦ ତାରିଖ ଭୋରରେ ରାମେଶ୍ୱର ଘାଟକୁ ଶୌଚ ପାଇଁ ଗୋକୁଳ ଯାଇଥିଲେ। ତେବେ ଶଣ୍ଢ ଲଢେଇ ହୋଇ ଗୋକୁଳଙ୍କ ନିକଟକୁ ଏକ ଗୋରୁ ପଲ ଦୌଡି ଆସିଥିଲେ। ତାଙ୍କର ଠିକ୍‌‌ ପୋଲିଓ ଗୋଡରେ ଏକ ଶଣ୍ଢ ସିଙ୍ଘ ମାରିଦେଲା। ଅଚେତ ହୋଇ ତଳେ ପଡ଼ିଗଲେ ଗୋକୁଳ। ତାଙ୍କୁ ଜଣେ ପରିଚିତ ବ୍ୟକ୍ତି ଦେଖି ଗୋକୁଳଙ୍କୁ ଡାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରିଥିଲେ। ବିଏସ୍‌‌କେୱାଇ ଅନୁବନ୍ଧିତ ନର୍ସିଂ ହୋମ୍‌‌ ଶୋଭା କେୟାରରେ ଗୋକୁଳଙ୍କୁ ଭର୍ତ୍ତି କରାଯାଇଥିଲା। ସମାଜସେବୀ ଜୟମାଧବ ମିଶ୍ର ବିଏସ୍‌‌କେୱାଇ ଜିଲ୍ଲା ସଂଯୋଜିକା ପ୍ରଜ୍ଞା ପରିମିତା ଦାଶଙ୍କୁ ଯୋଗାଯୋଗ କରି ଗୋକୁଳଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ତୁରନ୍ତ ଉକ୍ତ ନର୍ସିଂ ହୋମ୍‌‌ରେ ଗୋକୁଳଙ୍କ ଗୋଡର ଅସ୍ତ୍ରୋପଚାର କରାଯାଇ ଥିଲା। ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଟି.ଆର୍‌‌. ଦଳାଇ ଅପରେସନ୍‌‌ କରି ହାଡ ଭାଙ୍ଗି ଯାଇଥିବା ସ୍ଥାନରେ ଷ୍ଟିଲ୍‌‌ ରଡ ଲଗାଇ ଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଗୋକୁଳଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯାଇ ଥିଲା। ସେପ୍ଟେମ୍ବର ୧୦ ତାରିଖରେ ଭର୍ତ୍ତି ହୋଇ ୧୪ ତାରିଖରେ ନର୍ସିଂ ହୋମରୁ ବାହାରିଥିଲେ। କିଛି ଦିନ ପରେ ଗୋକୁଳ ଚା ଦୋକାନ ଖୋଲି ପୁଣି ରୋଜଗାର ଆରମ୍ଭ କରିଥିଲେ। ଆମ ଭଳି ଗରିବ ଲୋକଙ୍କ ମୁହଁରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହସ ଫୁଟାଇ ପାରୁଛି ବୋଲି ଗୋକୁଳ କହିଛନ୍ତି।
ସେହିପରି ଅନ୍ୟ ଏକ ଘଟଣା, ବୌଦ୍ଧ ସହର ୬ ନଂ ୱାର୍ଡ ବାସିନ୍ଦା ୪୮ ବର୍ଷୀୟା କାମିନୀ ମାହାର ମେନିଞ୍ଜିଓମା ନାମକ ଜଟିଳ ରୋଗରେ ପୀଡିତ ଥିଲେ। ମେନିଞ୍ଜିଓମା ହେଉଛି ଏକ ପ୍ରକାର ଅଣ କର୍କଟ ଜାତୀୟ ଟ୍ୟୁମର ଯାହା ମୁଣ୍ଡ ଭିତର ମସ୍ତିଷ୍କରେ ସୃଷ୍ଟି ହୋଇଥାଏ। ଏହି ରୋଗ ଯୋଗୁଁ ଶ୍ରୀମତୀ ମାହାର ବେଳେ ବେଳେ ହଠାତ ପଡ଼ି ଯାଉଥିଲେ ଏବଂ ତାଙ୍କର ମୁଣ୍ଡ ବିନ୍ଧା ସମସ୍ୟା ରହିଥିଲା। ସ୍ଥାନୀୟ ଡାକ୍ତରଖାନାରେ ରୋଗର ନିଦାନ ହୋଇ ନ ପାରିବା ଯୋଗୁଁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସିଟି ସ୍କାନ ଏବଂ ଏମଆରଆଇ ସ୍କାନ କରିବା ପରେ ମସ୍ତିଷ୍କରେ ଟ୍ୟୁମର ଥିବା ଜଣାପଡ଼ିଥିଲା ଏବଂ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେଠାରେ ପରୀକ୍ଷା ନିରୀକ୍ଷା ପରେ ମସ୍ତିଷ୍କରେ ଅଣ କର୍କଟ ଟ୍ୟୁମର ବା ମେନିଞ୍ଜିଓମା ହୋଇଥିବା ସ୍ପଷ୍ଟ ଜଣାପଡ଼ିଥିଲା ଏବଂ କଟକ ଏସସିବି ମେଡିକାଲ ଯିବାକୁ ପରାମର୍ଶ ଦିଆଯାଇଥିଲା। ଏସସିବିରେ ନ୍ୟୁରୋ ମେଡ଼ିସିନ ବିଭାଗରୁ ନ୍ୟୁରୋ ସର୍ଜରୀ ବିଭାଗ ଏବଂ ସେଠାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଚକ୍କର କାଟିବା ପରେ ଏମ୍ସ ରେ ସର୍ଜରୀ ପାଇଁ ଦୀର୍ଘ ଲାଇନରେ ରହି କିଛି ମାସ ଅପେକ୍ଷା କରିବାକୁ କୁହାଗଲା। ତେଣୁ ଶ୍ରୀମତୀ ମାହାର ଙ୍କ ପରିବାର ବେସରକାରୀ ଡାକ୍ତରଖାନାରେ ସର୍ଜରୀ କରିବା ପାଇଁ ଚିନ୍ତା କଲେ। ତେବେ ଏଥିପାଇଁ ୪ ଲକ୍ଷରୁ ୫ ଲକ୍ଷ ଟଙ୍କା ଆବଶ୍ୟକ ଥିଲା। ଇତି ମଧ୍ୟରେ ତାଙ୍କ ପରିବାର ଅନେକ ଖର୍ଚ୍ଚାନ୍ତ ହୋଇସାରିଥିବା ବେଳେ ବୌଦ୍ଧ ବସଷ୍ଟାଣ୍ଡରେ ଏକ ଦୋକାନ କରିଥିବା ଶ୍ରୀମତୀ ମାହାରଙ୍କ ସ୍ୱାମୀ ତ୍ରିନାଥ ମାହାରଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନଥିଲା। ଏତିକି ବେଳେ ତାଙ୍କୁ ବରଦାନ ସାବ୍ୟସ୍ତ ହୋଇଥିଲା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଯଦିଓ ଶ୍ରୀମତୀ ମାହାରଙ୍କ ବିଏସକେୱାଇ କାର୍ଡ ରହିଛି, ତେବେ ଏହାର ବ୍ୟବହାର ସମ୍ୱନ୍ଧରେ ସେ ଅଜ୍ଞ ଥିଲେ। ପାଖ ପଡୋଶୀ ଏବଂ ସମ୍ପର୍କୀୟ ମାନଙ୍କ ଠାରୁ ସୂଚନା ପାଇ ସେ ଭୁବନେଶ୍ୱର ସମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା। ଚିକିତ୍ସାଠାରୁ ଆରମ୍ଭ କରି ରହିବା, ଖାଇବା, ପରୀକ୍ଷା ଇତ୍ୟାଦି ପାଇଁ ସମସ୍ତ ଖର୍ଚ୍ଚ ବିଏସକେୱାଇ ଅଧୀନରେ ରାଜ୍ୟ ସରକାର ବହନ କରିଥିଲେ। ଚିକିତ୍ସା ବାବଦରେ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଖର୍ଚ୍ଚ ସମ୍ୱନ୍ଧୀୟ ସମସ୍ତ ବିବରଣୀ ପ୍ରତିଦିନ ତାଙ୍କ ମୋବାଇଲକୁ ମେସେଜ ଆସୁଥିଲା ଏବଂ ବିଏସକେୱାଇ କଲ୍‌‌ ସେଣ୍ଟରରୁ ପ୍ରତ୍ୟହ ତାଙ୍କର ଭଲମନ୍ଦ ତଥ୍ୟ ନିଆଯାଉଥିଲା। ବର୍ତ୍ତମାନ ଶ୍ରୀମତୀ ମାହାର ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଏହି ଜନ ମଙ୍ଗଳକାରୀ ଯୋଜନା ଦ୍ୱାରା ଉପକୃତ ହୋଇଥିବାରୁ ସେ ଏବଂ ତାଙ୍କ ପରିବାରବର୍ଗ ରାଜ୍ୟ ସରକାରଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି।
ଜୀବନରେ ଖୁସି ଭରୁଛି ବିଏସ୍‌‌କେୱାଇ, ସହଜ ହୋଇପାରିଛି ଜଟିଳ ରୋଗର ଚିକିତ୍ସା
ପୁରୀ: ଚିକିତ୍ସା ଅଭାବରୁ କାହାର ଜୀବନ ନ ଯାଉ। ସମସ୍ତଙ୍କୁ ମିଳୁ ଉନ୍ନତମାନର ଚିକିତ୍ସା ସୁବିଧା। ଏହି ଲକ୍ଷ୍ୟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)। ଏହି ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରିଚାଲିଛି। ବିଭିନ୍ନ ବର୍ଗଙ୍କ ଚିକିତ୍ସା ଜନିତ ଆର୍ଥିକ ଚିନ୍ତା ଦୂର କରି ସେମାନଙ୍କ ଜୀବନରେ ଖୁସି ଭରୁଛି। ବିନା ମୂଲ୍ୟରେ ବଡ଼ ବଡ଼ ହସ୍ପିଟାଲରେ ଉତ୍ତମ ଚିକିତ୍ସା ପାଇପାରୁଛନ୍ତି ରାଜ୍ୟବାସୀ। ପୁରୀ ଜିଲ୍ଲାରେ ମଧ୍ୟ ବେଶ୍‌‌ ସଫଳତାର ସହ ଆଗେଇ ଚାଲିଛି ବିଏସ୍‌‌କେୱାଇ। ସୁରକ୍ଷିତ ମାତୃତ୍ୱଠାରୁ ଆରମ୍ଭ କରି ସବୁ ବୟସର ଲୋକେ ବିଭିନ୍ନ ରୋଗରେ ପାଉଛନ୍ତି ଏହାର ସୁବିଧା। ଏପରି କି ଅନେକ ଲୋକ ଏହି ଯୋଜନା ମାଧ୍ୟମରେ ନୂଆ ଜୀବନ ପାଇପାରିଛନ୍ତି।
ଉପକୂଳ ଓଡ଼ିଶାର ପ୍ରଥମ ଜିଲ୍ଲା ଭାବେ ସ୍ମାର୍ଟ ସେବାରେ ଯୋଡି ହୋଇଥିଲା ପୁରୀ। ୨୦୨୧ ଅକ୍ଟୋବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ବ୍ରହ୍ମଗିରିରେ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବେ କୁମାରୀ ପରିଡ଼ାଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେବେଠାରୁ ଜିଲ୍ଲାର ଗରିବ ଲୋକଟିଏ ଯଦି ରୋଗରେ ପଡୁଛନ୍ତି ତେବେ ତାଙ୍କ ପାଇଁ ଆଶୀର୍ବାଦ ପାଲଟୁଛି ଏହି କାର୍ଡ। ଏହି କାର୍ଡ ମାଧ୍ୟମରେ ସେମାନେ ବିଭିନ୍ନ ପ୍ରକାର ରୋଗର ସରଳ ଚିକିତ୍ସା କରାଇପାରୁଛନ୍ତି। ଗରିବ ଲୋକଟିଏ ରୋଗ ହେଲେ ଚିକିତ୍ସା ପାଇଁ ଯେଉଁ ଆର୍ଥିକ ଚିନ୍ତା କରୁଥିଲା ତାହା ଆଜି ଦୂର ହୋଇପାରିଛି। ରାଜ୍ୟ ତଥା ରାଜ୍ୟ ବାହାରେ ବଡ଼ ବଡ଼ ହସ୍ପିଟାଲରେ ଗରିବ ରୋଗୀର ଜଟିଳ ରୋଗର ଚିକତ୍ସା ସହଜ ହୋଇପାରିଛି।
ମିଳିଥିବା ତଥ୍ୟ ମୁତାବକ, ପୁରୀ ଜିଲ୍ଲାର ମୋଟ ଜନସଂଖ୍ୟା ହେଉଛନ୍ତି ୧୯ ଲକ୍ଷ ୩୭ ହଜାର। ଏମାନଙ୍କ ମଧ୍ୟରୁ ୧୩ ଲକ୍ଷ ୭୭ ହଜାର ଲୋକ ବିଏସ୍‌‌କେୱାଇ ଅନ୍ତର୍ଭୁକ୍ତ ହୋଇପାରିଛନ୍ତି। ୩୧୨ଟି ସରକାରୀ ଏବଂ ୨୮ଟି ଘରୋଇ ହସ୍ପିଟାଲରେ ବିଏସ୍‌‌କେୱାଇ କାର୍ଡ ମାଧ୍ୟମରେ ଚିକିତ୍ସା ସୁବିଧା ମିଳିପାରୁଛି। ବର୍ତ୍ତମାନ ସୁଦ୍ଧା ୧ କୋଟି ୫ ଲକ୍ଷ ଲୋକ (ଜଣେ ଲୋକ ଏକାଧିକଥର ହିସାବରେ) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା ପାଇଲେଣି। ବର୍ତ୍ତମାନ ସୁଦ୍ଧା ୩୧ କୋଟି ୪୨ ଲକ୍ଷ ଟଙ୍କା ଏହି କାର୍ଡରେ ଚିକିତ୍ସା ପାଇଁ ଜିଲ୍ଲାର ବିଭିନ୍ନ ହସ୍ପିଟାଲକୁ ଯୋଗାଇଦିଆଯାଇଛି।
ପୁରୀ ଜିଲ୍ଲାରେ ବିଏସ୍‌‌କେୱାଇ କାର୍ଡରେ ଅନେକ ଲୋକ ଚିକିତ୍ସା ସୁବିଧା ପାଇ ପାରିଛନ୍ତି। ସୁରକ୍ଷିତ ମାତୃତ୍ୱ ଲାଭରେ ବଡ଼ ଆଶୀର୍ବାଦ ହୋଇଛି ଏହି କାର୍ଡ। ପ୍ରତିଦିନ ପ୍ରାୟ ଗର୍ଭବତୀ ମହିଳାମାନେ ଭଲ ଭଲ ହସ୍ପିଟାଲରେ ପିଲାଙ୍କୁ ସୁରକ୍ଷିତ ଭାବେ ଜନ୍ମ ଦେଉଛନ୍ତି। ଛୋଟ ରୋଗରୁ ଆରମ୍ଭ କରି ଗୁରୁତ୍ୱର ରୋଗର ସଫଳ ଚିକିତ୍ସା ହୋଇପାରୁଛି। ସେହିପରି ଅନେକଙ୍କ ନୂଆ ଜୀବନ ଦେଇଛି ଏହି ବିଏସ୍‌‌କେୱାଇ କାର୍ଡ। ସେହିପରି କୈଶୋର ଜୀବନରେ ଭି ଖୁସିଭରିଛି ରାଜ୍ୟ ସରକାରଙ୍କ ଏହି ମହତାକାଂକ୍ଷୀ ଯୋଜନା। ଏମିତି ତ ଅନେକ ଉଦାହରଣ ରହିଛି। ତେବେ ଗତବର୍ଷ ଶୀତଳ ଷଷ୍ଠୀ ଅବସରରେ ନିଜର ଅସାବଧାନତା ପାଇଁ ବାଣ ଫୁଟିଯିବାରୁ କଣାସ ଅଞ୍ଚଳର ତିନିଜଣ ଯୁବକଙ୍କ ଶରୀର ବହୁ ଅଂଶ ପୋଡିଯାଇଥିଲା। ହେଲେ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିଲା। ପ୍ରଥମେ ଗାଉଁଲି ଚିକିତ୍ସା ଆରମ୍ଭ କରିଥିଲେ। ହେଲେ ଏହି ଚିକିତ୍ସାରୁ ସେତେ ଲାଭ ମିଳିପାରୁ ନ ଥିଲା। ଏହା ଦେଖି ଗାଁର ଜଣେ ଯୁବକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ କଥା ମନେପକେଇ ଭଲ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଭୁବନେଶ୍ୱର ଯାଇ ଭଲ ଚିକିତ୍ସା ସୁବିଧା ପାଇଥିଲେ ବୋଲି କହିଛନ୍ତି ସୁରେନ୍ଦ୍ର ପ୍ରଧାନ। ବିଏସ୍‌‌କେୱାଇ କାଉଣ୍ଟରରେ ଥିବା ଅଫିସରଙ୍କ ସାହାଯ୍ୟରେ ସେମାନଙ୍କର ବିନା ଟଙ୍କାରେ ଆଡମିଶନ ଓ ଚିକିତ୍ସା ହୋଇଥିଲା। ପ୍ରାୟ ଦେଢମାସ ଚିକିତ୍ସା ପରେ ପ୍ରଥମେ ସୁରେନ୍ଦ୍ର ଭଲ ହୋଇ ଘରକୁ ଫେରିଥିଲେ। ସେହିପରି ଜଗତ ଜୀବନଙ୍କର ମଧ୍ୟ ଦେଢ଼ମାସ ଡାକ୍ତରଖାନାରେ ଚିକିତ୍ସା ହୋଇଥିଲା। ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା। ସେ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଅନ୍ୟଜଣେ ଯୁବକଙ୍କର ଦେହ ଅଧିକ ପୋଡିଯାଇଥିବାରୁ ତାଙ୍କୁ ପ୍ରାୟ ୨ ମାସ ଡାକ୍ତରଖାନାରେ ରହିବାକୁ ପଡ଼ିଥିଲା। ଏମିତି ତିନିଜଣ ବିଏସ୍‌‌କେୱାଇ ଯୋଗୁ ସଫଳ ଚିକିତ୍ସା ସୁବିଧା ପାଇଥିଲେ।
ପିପିଲି ବ୍ଲକ ସଁପୁର ପଞ୍ଚାୟତ ସଁପୁର ଅଷ୍ଟଶମ୍ଭୁ ସାହିର ପୂର୍ଣ୍ଣଚନ୍ଦ୍ର ରାଉଳ ହୁଅନ୍ତୁ ବା ଚନ୍ଦନପୁରର ସ୍ୱାଗତିକା ମିଶ୍ର, ଅବା ପୁରୀ ବାଲିସାହିର ଟୁନି ନାୟକ ଏମାନେ ଜଣେ ଜଣେ ଉଦାହରଣ ମାତ୍ର। ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ଲୋକ ବିଏସ୍‌‌କେୱାଇ କାର୍ଡ ଦ୍ୱାରା ବହୁ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ସହଜରେ ଉନ୍ନତ ଧରଣର ଚିକିତ୍ସା ସୁବିଧା ପାଇଛନ୍ତି। ସମସ୍ତେ ରାଜ୍ୟ ସରକାରଙ୍କ ଏହି ମହତାଂକାକ୍ଷୀ ଯୋଜନାକୁ ପ୍ରଶଂସା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛନ୍ତି।
ଗରିବ ରୋଗୀମାନଙ୍କ ପାଇଁ ବରଦାନ ପାଲଟିଛି BSKY: ସୁସ୍ଥ ହେଲେ କଙ୍କଡାହାଡର ସୁଶାନ୍ତ ସାହୁ ଓ ଅସ୍ତରଙ୍ଗ ଅଞ୍ଚଳର ପ୍ରକାଶ କୁମାର
କାମାକ୍ଷାନଗର: ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଗରିବ ଅସହାୟଲୋକଙ୍କ ପାଇଁ ଆର୍ଶିବାଦ ପାଲଟିଛି। ରାଜ୍ୟରେ ଯେ କୌଣସି ଗରିବ ଲୋକ ଯେପରି ଜଟିଳରୁ ଜଟିଳ ରୋଗର ଚିକିତ୍ସା ସୁବିଧାରେ ପାଇପାରିବ ସେନେଇ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ଯାହାର ସୁଫଳ ପାଇ ନୂଆ ଜୀବନ ପାଇଛନ୍ତି ଢେଙ୍କାଳନାଳ ଜିଲ୍ଲା କଙ୍କଡାହାଡ ବ୍ଲକର ସୁଶାନ୍ତ ସାହୁ ଓ କଟକ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ପ୍ରକାଶ କୁମାର ନାୟକ । ବିଏସ୍‌‌କେୱାଇ ସ୍ମାର୍ଟକାର୍ଡ ବ୍ୟବହାର କରି ସମସ୍ତ ଚିକିତ୍ସା ସେବା ପାଇ ପାରିଥିବାରୁ ଉଭୟଙ୍କ ପରିବାର ଲୋକେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
କଙ୍କଡାହାଡ଼ ବ୍ଲକ ରାଇବୋଲ ପଞ୍ଚାୟତ ଅନ୍ତର୍ଗତ ରାଇବୋଲ ଗ୍ରାମର ସୁଶାନ୍ତ ସାହୁ ପେଶାରେ ଜଣେ କାଠମିସ୍ତ୍ରୀ। ତେବେ ଅନେକ ଦିନ ଧରି ସେ ଛାତିରେ ଯନ୍ତ୍ରଣା ଭୋଗୁଥିଲେ। ଅନେକ ସ୍ଥାନରେ ଡାକ୍ତରଙ୍କୁ ଦେଖାଇବା ପରେ ହାର୍ଟରେ ସମସ୍ୟା ଥିବାରୁ ଅପରେସନ କରିବାକୁ ପରାମର୍ଶ ଦେଇଥିଲେ। ବ୍ୟୟବହୁଳ ହାର୍ଟ ଅପରେସନ ପାଇଁ ଜଣେ କାଠମିସ୍ତ୍ରୀ ଭାବରେ ଟଙ୍କା ଯୋଗାଡ଼ କରିବା ସୁଶାନ୍ତଙ୍କ ପାଇଁ ଅସମ୍ଭବ ମନେ ହେଉଥିଲା। କିନ୍ତୁ ଏହି ବିପଦ ସମୟରେ ସହା ହେଲା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡର ଲାଭ ଉଠାଇ ସୁଶାନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମାଗଣାରେ ହାର୍ଟ ଅପରେସନ କରିଛନ୍ତି। ଯାହା ତାଙ୍କୁ ଦେଇଛି ଏକ ନୂଆ ଜୀବନ। ଏଥିପାଇଁ ସୁଶାନ୍ତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଏହି ଯୋଜନାରେ ବହୁ ଗରିବ ଓ ଅଭାବୀ ଲୋକ ନୂଆ ଜୀବନ ପାଉଥିବା ପ୍ରକାଶ କରିଛନ୍ତି।
ସେହପରି, ଅସ୍ତରଙ୍ଗ ଅଞ୍ଚଳର ପ୍ରକାଶ କୁମାର ନାୟକ(୩୦)ଙ୍କର  ଏକ ଜଟିଳ ଅସ୍ତ୍ରୋପଚାର ସଫଳ ହୋଇଛି। ବିଏସ୍‌‌କେୱାଇ ସ୍ମାର୍ଟକାର୍ଡ ବ୍ୟବହାର କରି ସମସ୍ତ ଚିକିତ୍ସା ସେବା ପାଇ ପାରିଥିବାରୁ ପ୍ରକାଶ ଏବଂ ତାଙ୍କ ପରିବାର ଲୋକେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଅସ୍ତରଙ୍ଗ କୁହୁଡି ଗ୍ରାମର ଅଖିଳ କୁମାର ନାୟକ ଏବଂ ଟୁନି ନାୟକଙ୍କ ବଡ ପୁଅ ପ୍ରକାଶ। ପରିବାରର ଆର୍ଥିକ ବୋଝ ପ୍ରକାଶଙ୍କ ଉପରେ। ଗାଁରେ ଏକ ଦୋକାନ କରି ସେ ପରିବାର ପ୍ରତିପୋଷଣ କରନ୍ତି। ଦୁଇ ବର୍ଷ ପୂର୍ବେ ଏକ ବରଯାତ୍ରୀ ଯାଇଥିବା ବେଳେ ସେଠାରେ ଅଘଟଣ ଘଟିଥିଲା। ପ୍ରକାଶଙ୍କ ଡାହାଣ ଗୋଡରେ ଆଘାତ ଲାଗିଥିଲା। ହେଲେ ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ପ୍ରଥମେ ସେ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିନଥିଲେ। ମାତ୍ର କିଛି ଦିନ ପରେ ପ୍ରକାଶଙ୍କର ଚଲାବୁଲା ବନ୍ଦ ହୋଇଯାଇଥିଲା। ପରୀକ୍ଷାନିରୀକ୍ଷା କରିବାରୁ ତାଙ୍କର ଇଣ୍ଟରିଅର କ୍ରୁସିଏଟ ଲିଗାମେଣ୍ଟ(ଏସିଏଲ) ଜନିତ ସମସ୍ୟା ଥିବା ଜଣାପଡ଼ିଥିଲା। ଚିକିତ୍ସାରେ ବିଳମ୍ବ ହେତୁ ସ୍ୱାସ୍ଥ୍ୟଗତ ସମସ୍ୟା ଜଟିଳ ହୋଇ ସାରିଥିଲା। ୨ବର୍ଷ ଧରି ସେ ଯନ୍ତ୍ରଣା ସହିବା ପରେ କିଛି ଦିନ ପୂର୍ବେ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ସରକାରୀ ହସ୍ପିଟାଲକୁ ଯାଇଥିଲେ। ଅସ୍ତ୍ରୋପଚାରର ଆବଶ୍ୟକତା ଥିବା ତାଙ୍କୁ କୁହାଯାଇଥିଲା। ମାତ୍ର ପ୍ରକାଶଙ୍କ ପୂର୍ବରୁ ଅନେକ ରୋଗୀ ଅସ୍ତ୍ରୋପଚାର ନିମନ୍ତେ ତାଲିକାରେ ରହିଥିଲେ। ଏଣୁ ଅସ୍ତ୍ରୋପଚାରରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରି ସେ କଟକ ଆସିଥିଲେ। ବିଏସ୍‌‌କେୱାଇ କାର୍ଡଧାରୀ ହୋଇଥିବାରୁ ତାଙ୍କୁ ସମସ୍ତ ଚିକିତ୍ସା ସହଜରେ ମିଳି ପାରିବ ବୋଲି ନିଶ୍ଚିତ ଥିଲେ। ଶ୍ରଦ୍ଧାସବୁରୀ ନର୍ସିଂହୋମରେ ତାଙ୍କୁ ପରିବାର ଲୋକେ ଭର୍ତ୍ତି କରିଥିଲେ। ଗତ ସପ୍ତାହରେ ତାଙ୍କର ଏଠାରେ ଅସ୍ତ୍ରୋପଚାର ହୋଇଥିଲା। ପ୍ରାୟ ୨ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇଥିଲା। ଏବେ ତାଙ୍କ ଡାକ୍ତରମାନେ ସ୍ୱତନ୍ତ୍ର ନିରୀକ୍ଷଣରେ ରଖିଛନ୍ତି। ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ସେ ପୂର୍ବଭଳି ଚଲାବୁଲା କରିବାକୁ ସକ୍ଷମ ହେବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ପ୍ରକାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏହି ଯୋଜନା ଗରିବ ରୋଗୀମାନଙ୍କ ନିମନ୍ତେ ବରଦାନ ପାଲଟିଛି। ଟଙ୍କା ଟିଏ ବି ଖର୍ଚ୍ଚ ନକରି ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳି ପାରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
BSKY କୁ ଧନ୍ୟବାଦ ଦେଲେ ସଞ୍ଜୟ, ଅପରେସନ ପାଇଁ ୧୦ ଲକ୍ଷ ଟଙ୍କା ଯୋଗାଇଦେଲେ ରାଜ୍ୟ ସରକାର
କେନ୍ଦ୍ରାପଡା: ସାହା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଡ । ଭେଲୋର, କଲିକତା ଓ ଚଣ୍ଡିଗଡର ବଡବଡ ଡାକ୍ତରଖାନାରୁ ଫେରି ଜୀବନ ଆଶା ହରେଇଲା ପରେ କଲିକତାର ନାରାୟଣ ହୃଦୟାଳୟରେ ଉପଯୁକ୍ତ ଚିକିତ୍ସା ହେଲା । ମୋତେ ନୂଆ ଜୀବନ ମିଳିଲା’ ଏପରି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗଉଡଗାଁ ଗ୍ରାମ ନିବାସୀ ୪୨ ବର୍ଷ ବୟସ୍କ ସଞ୍ଜୟ କୁମାର ସ୍ଵାଇଁ ।
କଲିକତାର ଏକ ଛୋଟିଆ ଝୋଟ କଳରେ କାମ କରି ଗୁଜୁରାଣ କରୁଥିବା ସଞ୍ଜୟଙ୍କୁ ଲଗାତର କିଛି ଦିନ ଧରି ଜ୍ଵର ହେଲା । ଔଷଧ ଖାଇଲେ ବି ଭଲ ହେଲାନି । ଡାକ୍ତରଙ୍କୁ ଦେଖାଇ ୨୦୨୨ ମସିହା ଏପ୍ରିଲ ୮ ତାରିଖ ଦିନ ସେ ଅଲ୍ଟ୍ରାସାଉଣ୍ଡ ଏବଂ ୟୁରିଆ କ୍ରିଏଟାଇନ ପରୀକ୍ଷା କରିଥିଲେ। ସେଠାରେ ତାଙ୍କର କିଡନୀ ଖରାପ ଥିବାର ଜଣା ପଡିଥିଲା । ଭେଲୋର ଏବଂ ଚଣ୍ଡିଗଡର ବଡବଡ ହସ୍ପିଟାଲରେ ଚିକିତ୍ସା ଓ ପରାମର୍ଶ ପରେ କିଛି ନିର୍ଭରଯୋଗ୍ୟ ଭରଷା ପାଇ ନଥିବା ସେ କହିଛନ୍ତି  ।
ଏହାପରେ BSKY କାର୍ଡରେ ଚିକିତ୍ସା ହୋଇପାରିବ ବୋଲି କେନ୍ଦ୍ରପଡା ଜିଲ୍ଲାର ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଜାଣିଥିଲେ । ବି.ଏସ.କେ.ୱାଇ ଟିମ ଭରସାରେ ଚଳିତ ବର୍ଷ ସେପ୍ଟେମ୍ବର ୧୩ ତାରିଖ ଦିନ ସେଠାରେ ପହଞ୍ଚିଲୁ। ଆଡମିଶନ ଓ ପରୀକ୍ଷା ନିରୀକ୍ଷା ହେଲା । ମୋର ଆବଶ୍ୟକୀୟ ଅପରେସନ ହେଲା । ଜୁଲାଇ ୫ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି  ।  ଅପରେସନ ଓ ଚିକିତ୍ସା ପାଇଁ ଦରକାର ହେଇଥିବା ୧୦ ଲକ୍ଷ ଟଙ୍କା ରାଜ୍ୟସରକାର ବି.ଏସ.କେ.ୱାଇ କାର୍ଡ ମାଧ୍ୟମରେ ଦେଇଛନ୍ତି । ଆମକୁ କୌଣସି ଦେୟ ଦେବାକୁ ପଡିଲା ନାହିଁ । ସବୁଆଡୁ ଆଶା ହରେଇଲା ପରେ ମୁଖ୍ୟମନ୍ତ୍ରୀଙ୍କ ବି.ଏସ.କେ.ୱାଇ କାର୍ଡ ମୋର ସାହା ହେଲା । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବି.ଏସ.କେ.ୱାଇ ଟିମ୍ ପାଖରେ ପରିବାର ଚିର ଋଣୀ ବୋଲି ଧନ୍ୟବାଦ ଦେଇଛନ୍ତି ସଞ୍ଜୟ ।
ବରଦାନ ସାଜିଲା ବିଏସକେଓ୍ବାଇ, ମାଗଣାରେ ହେଲା ବ୍ୟୟବହୁଳ ଅପରେସନ
କୋରାପୁଟ: ପୁଣି ବରଦାନ ସାଜିଲା ବିଏସକେଓ୍ବାଇ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ହେଲା ବ୍ୟୟବହୁଳ ଅପରେସନ । କୋରାପୁଟ ଜିଲ୍ଲା ଅନକାଡେଲି ସଦର ପଞ୍ଚାୟତର ଜଗନ୍ନାଥ ବେହେରାଙ୍କ ପୁଅ କାହ୍ନା ଛାତି ରୋଗରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବାବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଚିକିତ୍ସା ହୋଇପାରୁନଥିଲା  । ବିଏସକେଓ୍ବାଇ ସମ୍ପର୍କରେ ଜାଣିବା ପରେ ପୁଅର ଚିକିତ୍ସା ପାଇଁ ଭୁବନେଶ୍ବର ସମ ହସପିଟାଲ ନେଇଥିଲେ ପରିବାର ଲୋକେ  । ସେଠାରେ କାର୍ଡ ମାଧ୍ୟମରେ ମାଗଣାରେ କାହ୍ନାର ଅପରେସନ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିବାର ଲୋକେ କୃତଜ୍ଞତା ଜଣାଇଛନ୍ତି  ।
BSKY ଟିମ୍ ପ୍ରଚେଷ୍ଟାରେ ଘାସିରାମଙ୍କୁ ମିଳିଲା ଉପଯୁକ୍ତ ଚିକିତ୍ସା
ଭୁବନେଶ୍ୱର:  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଟିମ୍ ଙ୍କ ପ୍ରଚେଷ୍ଟାରେ ନାବାଳକ ଘାସିରାମ ମୁଣ୍ଡାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଛି। ଘଟଣାର ବିବରଣୀରୁ ଜଣାପଡିଛି ଯେ, ରାମ ମୁଣ୍ଡାଙ୍କ ପୁଅ ଘାସିରାମ ମୁଣ୍ଡା, ଯାଜପୁର ଜିଲ୍ଲା ଅନ୍ତର୍ଗତ ସାରଙ୍ଗପୁର୍ ଗ୍ରାମର ବାସିନ୍ଦା ଅଟନ୍ତି। ଗତ ୩ ରୁ ୪ ବର୍ଷ ହେଲା ଘାସିରାମର ଶରୀର ବୟସ ଅନୁପାତରେ ବୃଦ୍ଧି ହେଉ ନ ଥିବାରୁ ସେ କାର୍ଯ୍ଯକ୍ଷମ ହୋଇପାରୁ ନାହାନ୍ତି। ଗଣମାଧ୍ୟମରୁ ଏକଥା ଜାଣିବା ମାତ୍ରେ, ବି. ଏସ୍. କେ. ୱାଇ. ଟିମ୍ ମିଶନ୍ ମୋଡରେ କାମ ଆରମ୍ଭ କରିଥିଲେ।
ପ୍ରଥମେ ଘାସିରାମକୁ ଚଳିତ ମାସ ୧ ତାରିଖ ଦିନ ଆମ୍ବୁଲାନ୍ସ୍ ଯୋଗେ ଅଣାଯାଇ ସୁକିନ୍ଦା କମ୍ୟୁନିଟି ହେଲଥ୍ ସେଣ୍ଟରରେ ଆଡମିସନ୍ କରାଯାଇଥିଲା। ସେଠାରେ ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା ଚିକିତ୍ସା କରି ପରବର୍ତ୍ତୀ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପାରିଶ କରାଯାଇଥିଲା। କିନ୍ତୁ, ଯାଜପୁର ଯିବାକୁ ସେ ଅନିଚ୍ଛା ପ୍ରକାଶ କରି ବିଭିନ୍ନ ବାହାନାରେ ଘରକୁ ପଳାଇଯାଇଥିଲେ।
ପୁନଶ୍ଚ, ବି. ଏସ୍. କେ. ୱାଇ. ଟିମର ଅନୁସରଣ କ୍ରମେ ଘାସିରାମଙ୍କ ପିତାମାତାଙ୍କୁ ବୁଝାସୁଝା କରି ଚଳିତ ମାସ ୧୭ ତାରିଖ ଦିନ ସୁକିନ୍ଦା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ଦିଆଯାଇ ପରବର୍ତ୍ତୀ ବିଶେଷ ଚିକିତ୍ସା ନିମନ୍ତେ ରାଷ୍ଟ୍ରୀୟ ବାଲ୍ ସୁରକ୍ଷା କାର୍ଯ୍ଯକ୍ରମ ଟିମ୍ ସହାୟତାରେ ଯାଜପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ଆଗୁଆ ଚିକିତ୍ସା କେନ୍ଦ୍ର (ଆରଲି ଇନ୍ଟରଭେନସନ୍ ସେଣ୍ଟର୍) କୁ ପଠାଯାଇଥିଲା ।
ସେଠାରେ ବିଶେଷ ପରୀକ୍ଷ ନିରିକ୍ଷା ପରେ ଘାସିରାମଙ୍କୁ ସେରେବ୍ରାଲ୍ ପାଲ୍ସୀ (ମସ୍ତିସ୍କ ସ୍ନାୟୁଗତ ରୋଗ) ହୋଇଥିବାର ଜଣାପଡ଼ିଥିଲା । ଜନ୍ମରୁ ଏହି ରୋଗ ଥିବାର ଡାକ୍ତର ସନ୍ଦେହ କରିଥିଲେ । ତେବେ ଘାସିରାମଙ୍କୁ ଆବଶ୍ୟକୀୟ ଚିକିତ୍ସା, ଫିଜିଓଥେରାପି ଏପଂ ଉନ୍ନତ୍ତ ମାନର ଔେଷଧ ଯୋଗାଇ ଦିଆଯାଇଛି । ସପ୍ତାହକୁ ୩ ଥର ତାଙ୍କର ଫିଜିଓଥେରାପି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବସ୍ଥା କରାଯାଇଛି ଏବଂ ଏହି ସୁବିଧା ନେବା ପାଇଁ ଘାସିରାମଙ୍କ ପିତାମାତାଙ୍କୁ ପରାମର୍ଶ ଓ ସୂଚନା ଦିଆଯାଇଛି । ନିୟମିତ ଚିକିତ୍ସା ନେଲେ ତାଙ୍କର ଅବସ୍ଥାରେ ବିଶେଷ ପରିବର୍ତ୍ତନ ହେବ ବୋଲି ଆଶା କରାଯାଇଛି । ବି. ଏସ୍. କେ. ୱାଇ. ଏବଂ ରାଷ୍ଟ୍ରୀୟ ବାଲ୍ ରକ୍ଷା କାର୍ଯ୍ଯକ୍ରମ ଟିମର ଏତାଦୃଶ ପ୍ରଚେଷ୍ଟା ପାଇଁ ଗ୍ରାମବାସୀ ଏବଂ ବୁଦ୍ଧିଜୀବିମାନେ ସନ୍ତୋଷ ପ୍ରକାଶ କରିଛନ୍ତି।
ଭୁବନେଶ୍ବର: ଦୈନିକ ସମ୍ବାଦପତ୍ର ସକାଳ, ତା ୦୩/୦୧/୨୦୨୩ ରିଖ ଦିନ ପ୍ରକାଶିତ “ଫାଇଲ୍ ତଳେ ହଜିଯାଇଛି ….. ଅପେକ୍ଷାରେ ରମେଶ” ଶୀର୍ଷକ ସମ୍ବାଦ ଦୃଷ୍ଟିକୁ ଆସିବାମାତ୍ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଲିନୀ ପଣ୍ଡିତ ତୁରନ୍ତ କାର୍ଯାନୁଷ୍ଠାନ ନିମନ୍ତେ ବି.ଏସ୍.କେ.ୱାଇ. ଟିମକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲା ବି.ଏସ୍.କେ.ୱାଇ. ସଂଯୋଜାକ ବାସ୍ତବସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଅନୁସନ୍ଧାନରୁ ଖାଦ୍ୟ ସୁରକ୍ଷା ଯୋଜନାର ତଥ୍ୟ ସମ୍ବଳିତ ସଫଟଓୟାରରେ ଥିବା ସମସ୍ୟା ବିଷୟ ଜଣାପଡିଥିଲା ।
ତିନି ରୁ ଚାରି ଘଣ୍ଟା ମଧ୍ୟରେ କୋଇଡ଼ାର ବି. ଡ଼ି. ଓ, ଖାଦ୍ୟ ଓ ଯୋଗାଣ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ବି.ଏସ୍.କେ.ୱାଇ. ଟିମ୍ ଙ୍କ ମିଳିତ ପ୍ରଚେଷ୍ଟା ଫଳରେ ସଫଟଓୟାରରେ ଥିବା ସମସ୍ୟାର ସମାଧାନ ହୋଇଥିଲା । ଶଗଡ଼ଭଙ୍ଗା ଗ୍ରାମର ରମେଶ ନାୟକଙ୍କ ପରିବାରର ନାମ ଅପରାହ୍ନ ୫ଟା ସୁଦ୍ଧା ବି.ଏସ୍.କେ.ୱାଇ. କାର୍ଡ଼ ତଥ୍ୟ ଭିତିରେ ସନୀବଶିତ ହୋଇଥିଲା ।
ବର୍ତ୍ତମାନ ରମେଶ ଓଡ଼ିଶା ଭିତରେ ଏବଂ ବାହାରେ ବି.ଏସ୍.କେ.ୱାଇ. ପଞ୍ଜିକୃତ ହୋଇଥିବା ୫୫୪ ଟି ସୁପରସ୍ପେସାଲିଷ୍ଟ୍ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇପାରିବେ । ଅତି ସ୍ବଳ୍ପ ସମୟ (୪ ରୁ ୫ ଘଣ୍ଟା) ମଧ୍ୟରେ ଗୋଟିଏ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ କେତେ ଦିନର ସମସ୍ୟା ପୂର୍ଣଭାବେ ସମାଧାନ କରିଥିବାରୁ ଶାସନ ସଚିବ ଶ୍ରୀମତୀ ପଣ୍ଡିତ ବି.ଏସ୍.କେ.ୱାଇ. ଟିମ୍, ଜିଲ୍ଲା ଓ ବ୍ଲକ୍ ପ୍ରଶାସନଙ୍କୁ ସାଧୁବାଦ୍ ଜଣାଇଛନ୍ତି । ଏହି ପରିବାରଙ୍କ ଦୁଃଖ ବିଷୟ ଦୃଷ୍ଟିକୁ ଆଣିଥିବାରୁ ପଣ୍ଡିତ ମଧ୍ୟ “ସକାଳ”ର ସମ୍ପାଦନା ମଣ୍ଡଳୀ ଓ ପତ୍ରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏହି ସମାଧାନ ସମ୍ବାଦ ପ୍ରକାଶିତ ହେଲେ ଉକ୍ତ ପରିବାରଙ୍କର ଚିକିତ୍ସା ସମ୍ବନ୍ଧି୍ତ ଆର୍ଥିକ ସମସ୍ୟା ଦ୍ବରିଭୁତ ହେବ ବୋଲି ବୁଦ୍ଧିଜିଵୀ ମାନେ ମତ ଦେଇ ଏତାଦୁଶ ଯୋଜନା ଓ ପ୍ରଚେଷ୍ଟା ପାଇଁ ଓଡ଼ଶା ସରକାର ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।
ବିଏସକେୱାଇରେ ୬.୩୧ ଲକ୍ଷ ଲୋକଙ୍କୁ ମିଳିଲା ଦେୟମୁକ୍ତ ଚିକିତ୍ସା, ରାଜ୍ୟ ସରକାର ପୈଠ କଲେ ୧୩୮୯ କୋଟି
ଭୁବନେଶ୍ବର :  ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ନିମନ୍ତେ ଅଭିପ୍ରେତ ଓଡିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) ବିଶେଷ ଅପ୍ରଗତି ହାସଲ କିରିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟନ୍ବୟନ ସମୀକ୍ଷା ବୈଠକରୁ ଏହା ଜଣାପଡିଛି ।
ବି.ଏସ୍.କେ.ୱାଇ ବିଷୟରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରି ଓଡିଶା ହେଲଥ୍ ଆସୁରାନ୍ସ ସୋସାଇଟିର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡ଼ି. କହିଥିଲେ ଯେ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଡ଼ିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୬.୩୧ ଲକ୍ଷ ଲୋକ ବିଭିନ୍ନ ଘରୋଇ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇଛନ୍ତି । ସେମାନଙ୍କର ଚିକିତ୍ସା ବାବଦରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲମାନଙ୍କୁ ପ୍ରାୟ ୧୩୮୯ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି । ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାର ଲୋକ ବି.ଏସ୍.କେ.ୱାଇରେ ଚିକିତ୍ସା ସୁବିଧା ପାଇଛନ୍ତି ।
ଚିକିତ୍ସା ପାଇଁ ଆସିଥିବା ଶତ ପ୍ରତିଶତ ରୋଗୀଙ୍କୁ ୧୦୪ କଲସେଣ୍ଟର୍ ମାଧ୍ୟମରେ କାଉସେଲିଂ କରାଯାଇଛି । ନିଜ ନିଜର ପସନ୍ଦର ହସ୍ପିଟାଲରେ ଚିକିତ୍ସା ପାଇଁ ସେମାନଙ୍କୁ ଆବଶ୍ୟକୀୟ ସୂଚନା ଓ ସହାୟତା ଯୋଗାଇ ଦିଆଯାଇଛି । ହସ୍ପିଟାଲରେ ନିୟୋଜିତ ଥିବା ସ୍ବାସ୍ଥ୍ୟମିତ୍ରମାନେ ମଧ୍ୟ ସେମାନଙ୍କର ଆଡମିଶନ୍ ଓ ଚିକିତ୍ସାପାଇଁ ନିଜେ ଉପସ୍ଥିତ ରହି ଡ଼ାକ୍ତରମାନଙ୍କ ସହ ଯୋଗାଯୋଗ ଓ ଆବଶ୍ୟକୀୟ ପ୍ରକ୍ରିୟାଗତ ସହାୟତା କରିଛନ୍ତି । ବି.ଏସ୍.କେ.ୱାଇ ରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୦୫୬ ଟି ଚିକିତ୍ସା ଓ ନିଦାନ ପ୍ୟାକେଜ୍ କରାଯାଇଛି । ରୋଗୀମାନଙ୍କୁ ସେମାନଙ୍କର ରୋଗ ଅନୁସାରେ ଉପଯୁକ୍ତ ପ୍ୟାକେଜ୍ ଅନ୍ତର୍ଭୂକ୍ତ କରି ସଂପୃକ୍ତ ହସ୍ପିଟାଲମାନେ ଚିକିତ୍ସା କରିଛନ୍ତି ।
ରାଜ୍ୟର ବିଭିନ୍ନ ଦୁରଦୁରାନ୍ତ ଅଂଚଳମାନଙ୍କରେ ବି.ଏସ୍.କେ.ୱାଇ ବିଷୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ବାସ୍ଥ୍ୟ ସଚିବ ଶ୍ରୀମତି ପଣ୍ଡିତ୍ ନିର୍ଦ୍ଧେଶ ଦେଇଥିଲେ । ବିଶେଷତଃ ଗଜପତି, କନ୍ଧମାଳ, ସୋନପୁର, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରି ଆଦି ଜିଲ୍ଲାର ଗ୍ରାମାଚଂଳମାନଙ୍କରେ ସଚେତନତା ଓ ସୂଚନା ପ୍ରଦାନ କାର୍ଯ୍ୟକ୍ରମକୁ ସଘନ କରିବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ କୁହାଯାଇଥିଲା ।
ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ କୈାଣସି ତାଲିକାଭୂକ୍ତ ହସ୍ପିଟାଲକୁ ଆସିବା ପୂର୍ବରୁ ରୋଗୀ ବା ତାଙ୍କର ନିକଟ ସମ୍ପର୍କୀୟ ଟୋଲ୍ ଫ୍ରୀ ନମ୍ବର ୧୦୪ କୁ ଆଗୁଆ ଯୋଗାଯୋଗ କରି ସୂଚନା ପାଇପାରୁଛନ୍ତି । ନିଜର ବି.ଏସ୍.କେ.ୱାଇ କାର୍ଡ଼ର ବ୍ୟବହାର ବା ଦେୟମୂକ୍ତ ଚିକିତ୍ସା ବାବଦରେ କୈାଣସି ଅସୁବିଧା ହେଲେ ୧୫୫୩୬୯ ଟୋଲ୍ ଫ୍ରୀ ନମ୍ବରକୁ ଫୋନକରି ଜଣାଉଛନ୍ତି, ଏବଂ ସେ ସମସ୍ୟାର ସମାଧାନ କରାଯାଉଛି । ଲୋକମାନେ ନିଜର ଅଭିଯୋଗ ମଧ୍ୟ ଟୋଲ୍ ଫ୍ରୀ ନମ୍ବର ୧୪୫୪୫, ଟ୍ବିଟର୍ ଆକାଉଣ୍ଟ @bskyodisha ଓ ଫେସବୁକ୍ ଆକାଉଣ୍ଟ bskyodisha ମାଧ୍ୟମରେ ଜଣାଉଛନ୍ତି ଯାହାକୁକି ସମୟାନୁବନ୍ଧିତ ଭାବେ ସମାଧାନ କରାଯାଉଛି ।
ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା ଏବଂ ଏଥିରୁ ସୁବିଧା ନେବାର ସରଳ ଉପାୟ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନିମନ୍ତେ ଶ୍ରୀମତୀ ପଣ୍ଡିତ୍ ନିର୍ଦ୍ଧେଶ ଦେଇଥିଲେ । ପୂର୍ଣସେବା ମନୋଭାବରେ କାର୍ଯ୍ୟ କରିବାକୁ ଜିଲ୍ଲା ସଂଯୋଜକ ଓ ସ୍ବାସ୍ଥ୍ୟମିତ୍ର ମାନଙ୍କୁ ପରାମର୍ଶ ଦିଆଯାଇଥିଲା ।ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ରଙ୍କ ସମେତ ଓଡ଼ିଶା ହେଲଥ୍ ଆସୁରାନ୍ସ ସୋସାଇଟିର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ରାଜ୍ୟବାସୀଙ୍କ ପାଇଁ ସଞ୍ଜିବନୀ ସାଜିଛି BSKY : ୫,୪୫,୩୩୯ ହିତାଧିକାରୀ ପାଇଲେଣି ଚିକିତ୍ସା ସୁବିଧା, ଖର୍ଚ୍ଚ ହୋଇଛି ୧୧୯୧ କୋଟି ଟଙ୍କା
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରି ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ପ୍ଲାଟଫର୍ମରେ ଏହି ଯୋଜନା ସଂପର୍କରେ ବହୁତ ଭଲ ଫିଡ୍‌ବ୍ୟାକ୍‌ ମିଳିଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଏହା ଏକ ଭଲ ଯୋଜନା ଏବଂ ରାଜ୍ୟର ଲୋକଙ୍କୁ ବିନା ପଇସାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସମୀକ୍ଷାରୁ ଜଣାଯାଇଛି ଯେ ରାଜ୍ୟର ୯୬.୫ ଲକ୍ଷ ପରିବାରକୁ ଏହି ଯୋଜନାରେ ସ୍ମର୍ଟ ହେଲ୍ଥ କାର୍ଡ ଯୋଗାଇ ଦିଆଯାଇଛି। ଏହାଦ୍ବାରା ରାଜ୍ୟର ୩.୩୦ କୋଟି ଲୋକ ଉପକୃତ ହେଉଛନ୍ତି। ହିତାଧିକାରୀ ମାନଙ୍କ ଚିକିତ୍ସା ପାଇଁ ଘରୋଇ ହସପିଟାଲ ମାନଙ୍କୁ ତାଲିକାଭୁକ୍ତ କରାଯାଇଛି। ଏଥିରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯାଉଛି ଏବଂ ମହିଳା ହିତାଧିକାରୀଙ୍କ କ୍ଷେତ୍ରରେ ଏହି ସୁବିଧା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରୁଛି ।
ବର୍ତ୍ତମାନ ସୁଦ୍ଧା ୫୦୦ଟି ଘରୋଇ ହସପିଟାଲକୁ ତାଲିକାଭୁକ୍ତ କରାଯାଇଛି ଏବଂ ସେଥିମଧ୍ୟରୁ ୯୮ଟି ହସପିଟାଲ ରାଜ୍ୟ ବାହାରେ ଅଛନ୍ତି। ରାଜ୍ୟ ବାହାରେ ଥିବା ହସପିଟାଲ ଗୁଡିକ ମଧ୍ୟରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଟାଟା ମେମୋରିଆଲ ହସପିଟାଲ, ସିଏମସି ଭେଲୋର, ଶ୍ରୀ ଶଂକର କ୍ୟାନସର ହସପିଟାଲ ବାଙ୍ଗାଲୋର, ନାରାୟଣ ହୃଦୟାଳୟ ହସପିଟାଲ, ଫର୍ଟିସ ହସପିଟାଲ, ଆପୋଲ ହସପିଟାଲ ଇତ୍ୟାଦି ରହିଛନ୍ତି । ୧୭ଟି ରାଜ୍ୟରେ ଏହି ହସପିଟାଲ ଗୁଡିକ BSKY ଯୋଜନାରେ ସେବା ଯୋଗାଇ ଦେଉଛନ୍ତି। ସିଏମସି ଭେଲୋରରେ ୭୬ ଜଣ ଓ ଟାଟା ମେମୋରିଆଲ ହସପିଟାଲ ମୁମ୍ବାଇରେ ୯୭୯ ଜଣ ହିତାଧିକାରୀ ଚିକିତ୍ସା ସୁବିଧା ପାଇଛନ୍ତି।
୨୦୨୧ ସେପ୍ଟେମ୍ବର ୧ ରେ ଏହି ଯୋଜନା ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ ୫,୪୫,୩୩୯ ଜଣ ହିତାଧିକାରୀ ୧୨୯୧ କୋଟି ଟଙ୍କାର ଚିକିତ୍ସା ସୁବିଧା ପାଇଛନ୍ତି। ଏଥିମଧ୍ୟରୁ ରାଜ୍ୟ ବାହାର ହସ୍‌ପିଟାଲ ଗୁଡିକରେ ୨୩,୧୧୯ ଜଣ ହିତାଧିକାରୀ ୬୪.୨୫ କୋଟି ଟଙ୍କାର ଚିକିତ୍ସା ସୁବିଧା ପାଇଛନ୍ତି। ଘରୋଇ ହସପିଟାଲ ଗୁଡିକର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବହନ କରୁଛନ୍ତି। ସମୁଦାୟ ୫,୪୫,୩୩୯ ହିତାଧିକାରୀଙ୍କ ମଧ୍ୟରୁ ଅଢେଇ ଲକ୍ଷ ହିତାଧିକାରୀ ପ୍ରତ୍ୟେକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇଥିବା ବେଳେ ୨୨୫ ଜଣ ମହିଳା ରୋଗୀ ପ୍ରତ୍ୟେକ ୫ ଲକ୍ଷ ଟଙ୍କାରୁ ଅଧିକ ଚିକିତ୍ସା ସୁବିଧା ପାଇଛନ୍ତି। ୨୭ ଜଣ ମହିଳା ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଗ୍ରହଣ କରିଛନ୍ତି।
ବର୍ତ୍ତମାନ ମାସକୁ ପ୍ରାୟ ୭୩ ହଜାର ରୋଗୀ ତାଲିକାଭୁକ୍ତ ହସପିଟାଲ ଗୁଡିକରେ ଚିକିତ୍ସା ପାଉଥିବା ବେଳେ, ଏଥିପାଇଁ ରାଜ୍ୟ ସରକାର ମାସକୁ ୧୬୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ବିଭିନ୍ନ ତାଲିକାଭୁକ୍ତ ଡାକ୍ତରଖାନାରେ ଚିକିତ୍ସାଧୀନ ହିତାଧିକାରୀ ମାନଙ୍କ ସହିତ BSKY କର୍ତ୍ତୃପକ୍ଷ ସଂପୂର୍ଣ୍ଣ ଯୋଗାଯୋଗରେ ଅଛନ୍ତି। ରୋଗୀଙ୍କ ସନ୍ତୋଷ ହାର ୯୭ ପ୍ରତିଶତ ରହିଛି ବୋଲି ଜଣାଯାଇଛି । ଏହାସହିତ ରୋଗୀମାନଙ୍କ ଆଡମିଶନ ତଥା ଅନ୍ୟାନ୍ୟ ସହାୟତା ପାଇଁ ଏହି ଘରୋଇ ହସ୍‌ପିଟାଲ ଗୁଡିକରେ ସ୍ବାସ୍ଥ୍ୟମିତ୍ର ମାନଙ୍କୁ ରଖାଯାଇଛି।