career disaster management - The Sakala

ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟରେ କ୍ୟାରିୟର କରିବାକୁ ଚାହୁଁଥିଲେ, ଜାଣନ୍ତୁ କ’ଣ ଦାୟିତ୍ବ ତୁଲାଇବେ ଏବଂ କ’ଣ ରହିଛି ନିଯୁକ୍ତି ସୁଯୋଗ, ….
ଜଳବାୟୁ ପରିବର୍ତ୍ତନ କାରଣରୁ ଏବେ ଅନେକ ଥର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଥିରେ ଧନଜୀବନ ହାନି ହେବା ସହିତ ଯାତାୟାତ, ପରିବହନ ଓ ବିଦ୍ୟୁତ୍‌ ସରବରାହ କ୍ଷେତ୍ର କ୍ଷତିଗ୍ରସ୍ତ ହେଉଛି। ଏହି ପରିସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବା ସହ ବିପର୍ଯ୍ୟସ୍ତ ପରବର୍ତ୍ତୀ ସହାୟତା ପାଇଁ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ ଅଧିକାରୀମାନେ ସାହାଯ୍ୟ କରିଥାନ୍ତି। ତେଣୁ ଏ କ୍ଷେତ୍ରରେ ମଧ୍ୟ ଉତ୍ତମ କ୍ୟାରିୟର୍‌ ଗଠନ କରିହେବ।

ପ୍ରାକୃତିକ ବିପର୍ଯ୍ୟୟ ପରବର୍ତ୍ତୀ ସୁଧାର କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ପକ୍ଷରୁ ପ୍ରଶିକ୍ଷିତ କର୍ମୀମାନଙ୍କୁ ନିଯୁକ୍ତି ଦିଆଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଫଣ୍ଡ୍‌ର ଯୋଜନା ଅଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ ପାଇଁ ଅନେକଗୁଡ଼ିଏ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ ହେଉଛି। ତେଣୁ ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶିକ୍ଷିତ ଅଧିକାରୀଙ୍କ ଆବଶ୍ୟକତା ରହିଛି।

କ’ଣ ଦାୟିତ୍ବ ତୁଲାଇବେ

ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ ବିଭାଗର ଅଧିକାରୀମାନେ ପାଣି ଘେରରେ ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚାଇବା, ଖାଦ୍ୟ ଓ ବସ୍ତ୍ର ଯୋଗାଇବା, ସେମାନଙ୍କର ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା, ରାସ୍ତାରେ ପଡ଼ିଥିବା ଗଛକୁ କାଟି ସଫା କରିବା, ବିଷାକ୍ତ ଜୀବଜନ୍ତୁଙ୍କ ଭୟରୁ ଲୋକଙ୍କୁ ରକ୍ଷା କରିବା, ବିଦ୍ୟୁତ୍‌ ସରବରାହ ଠିକ୍‌ କରିବା, ଶିଶୁଙ୍କୁ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ଯୋଗାଇବା ଇତ୍ୟାଦି କାମ କରିଥାନ୍ତି। ଏହା ବ୍ୟତୀତ କେମିକାଲ୍‌ ଓ ମାଇନିଙ୍ଗ୍‌ କ୍ଷେତ୍ରରେ ମନୁଷ୍ୟକୃତ କିଛି ବିପର୍ଯ୍ୟସ୍ତ ଓ କୌଣସି ବଡ଼ ଅଘଟଣ ପାଇଁ ମଧ୍ୟ ବିପର୍ଯ୍ୟୟ ଅଧିକାରୀଙ୍କ ସାହାଯ୍ୟ ଓ ସହଯୋଗର ଆବଶ୍ୟକତା ରହିଥାଏ।

ପାଠ୍ୟକ୍ରମ ଓ ଯୋଗ୍ୟତା

ପ୍ରାକୃତିକ ବିପର୍ଯ୍ୟୟ ଅଧିକାରୀ ହେବା ପାଇଁ ଦେଶର ଅନେକ ସଂସ୍ଥାନରେ ସାର୍ଟିଫିକେଟ୍‌ କୋର୍ସରୁ ଆରମ୍ଭ କରି ପିଜି ଡିପ୍ଲୋମା ପର୍ଯ୍ୟନ୍ତ ପାଠ୍ୟକ୍ରମ ଅଛି। ବିଶ୍ବବିଦ୍ୟାଳୟରେ ଡିଗ୍ରୀ ସ୍ତରୀୟ ପାଠ୍ୟକ୍ରମ ମଧ୍ୟ ଅଛି। ସାର୍ଟିଫିକେଟ୍‌ ପାଠ୍ୟକ୍ରମ ପାଇଁ ସର୍ବନିମ୍ନ ଯୋଗ୍ୟତା ଦ୍ବାଦଶ ଶ୍ରେଣୀ ହୋଇଥିବାବେଳେ ମାଷ୍ଟର୍‌ ଡିଗ୍ରୀ ବା ପିଜି ଡିପ୍ଲୋମା ପାଇଁ ସ୍ନାତକ ପାସ୍‌ କରିଥିବା ଆବଶ୍ୟକ। ଏହି ପାଠ୍ୟକ୍ରମ ଉଭୟ ରେଗୁଲାର୍‌ ଓ ଡିଷ୍ଟାନ୍ସ ଏଜୁକେସନ୍‌ ମାଧ୍ୟମରେ କରିହେବ। ଏହାର ପାଠ୍ୟକ୍ରମଗୁଡ଼ିକ ହେଉଛି- ରିକ୍ସ୍‌ ଆସେସ୍‌ମେଣ୍ଟ୍‌ ଆଣ୍ଡ୍‌ ପ୍ରିଭେନ୍‌ଣ୍ଟିଭ୍‌ ଷ୍ଟ୍ରାଟେଜିଜ୍‌, ଲେଜିସ୍‌ସ୍ଲେଟିଭ୍‌ ଷ୍ଟ୍ରକଚର୍ସ ପର୍‌ କଣ୍ଟ୍ରୋଲ୍‌ ଅଫ୍ ଡିଜାଷ୍ଟର୍‌ ମିଟିଗେସନ୍‌, ଆପ୍ଲିକେସନ୍‌ ଅଫ୍ ଜିଆଇଏସ୍‌ ଇନ୍‌ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ ଓ ରେସ୍କ୍ୟୁ ଇତ୍ୟାଦି। ଏହା ବ୍ୟତୀତ ଜଣେ ବ୍ୟକ୍ତି ମାଇନିଙ୍ଗ୍‌, କେମିକାଲ୍‌ ଡିଜାଷ୍ଟର୍‌ ଓ ଟେକ୍ନୋଲୋଜିକାଲ୍‌ ଡିଜାଷ୍ଟର୍‌ ଇତ୍ୟାଦି କ୍ଷେତ୍ରରେ ସ୍ପେସିଆଲାଇଜେସନ୍‌ କୋର୍ସ ମଧ୍ୟ କରିପାରିବେ।

କେଉଁଠି କରିବେ ଚାକିରି

ଏହି ପାଠ୍ୟକ୍ରମ ପୂରଣ କରିବା ପରେ ସରକାରୀ ଚାକିରି, ଆପାତକାଳୀନ ସେବା ସଂସ୍ଥା, ଲ’ ଏନଫୋର୍ସମେଣ୍ଟ୍‌, ସ୍ଥାନୀୟ ସଂସ୍ଥା, ରିଲିଫ୍‌ ଏଜେନ୍ସି, ବ୍ୟକ୍ତିଗତ ସଂସ୍ଥା ଏବଂ ୟୁନାଇଟେଡ୍‌ ନେସନ୍‌ ଭଳି ଅନ୍ତରାଷ୍ଟ୍ରୀୟ ଏଜେନ୍ସିରେ ଚାକିରି କରିପାରିବେ। କେମିକାଲ୍‌, ମାଇନିଙ୍ଗ୍‌, ପେଟ୍ରୋଲିୟମ୍ ଉତ୍ପାଦନ କରୁଥିବା କେତେକ ପ୍ରାଇଭେଟ୍‌ କମ୍ପାନୀେର ଥିବା ‘ଡିଜାଷ୍ଟର୍‌ ସେଲ୍‌’ ନାମକ ସ୍ବତନ୍ତ୍ର ବିଭାଗରେ ଚାକିରି କରିପାରିବେ। ଅନ୍ତରାଷ୍ଟ୍ରୀୟ ସଂସ୍ଥା, ରେଡ୍‌କ୍ରସ୍‌ ଓ ୟୁଏନ୍‌ ପ୍ରତିଷ୍ଠାନରେ ପ୍ରଶିକ୍ଷିତ ବ୍ୟକ୍ତିଙ୍କୁ ଚାକିରି ଦିଆଯାଏ।

ପାଠ ପଢିବା ପାଇଁ ପ୍ରମୁଖ ସଂସ୍ଥାନ

ଇଣ୍ଟର୍‌ ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଅଫ୍ ୟୁନିଭର୍ସିଟି(ଚେନ୍ନାଇ),ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇକୋଲୋଜି ଆଣ୍ଡ ଏନ୍‌ଭାଇର୍‌ମେଣ୍ଟ୍‌(ଦିଲ୍ଲୀ), ସେଣ୍ଟର୍‌ ଫର୍‌ ସିଭିଲ୍‌ ଡିଫେନ୍ସ କଲେଜ୍‌ (ନାଗପୁର), ଇନ୍ଦିରାଗାନ୍ଧୀ ନ୍ୟାସନାଲ୍‌ ଓପନ୍‌ ୟୁନିଭର୍ସିଟି (ନୂଆଦିଲ୍ଲୀ), ସେଣ୍ଟର୍‌ ଫର୍‌ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ (ପୁନେ) ଏବଂ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ (ଭୋପାଳ)।

ରୋଜଗାର

ସାର୍ଟିଫିକେଟ୍‌ କୋର୍ସ କରିଥିଲେ ମାସିକ ୨୫ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଅଭିଜ୍ଞତା ପରେ ମାସିକ ୪୦ରୁ ୫୦ ହଜାର ଟଙ୍କା ଭାବେ ଦରମା ବୃଦ୍ଧି ହୋଇଥାଏ। ସର୍ବୋଚ୍ଚ ଶିକ୍ଷାନୁଷ୍ଠାନରୁ ମାଷ୍ଟର୍‌ କୋର୍ସ କରିଥିଲେ, ବାର୍ଷିକ ୬ରୁ ୭ ଲକ୍ଷ ଟଙ୍କା ମିଳେ। ଏହି ପାଠ୍ୟକ୍ରମ ସହିତ ଇଞ୍ଜିନିୟରିଂ ଡିପ୍ଲୋମା କରିଥିଲେ, ବଡ଼ ବଡ଼ କମ୍ପାନୀ ପକ୍ଷରୁ ଆନ୍ତର୍ଜାତିକ ସ୍ତରରେ ବାର୍ଷିକ ୧୦ରୁ ୧୨ ଲକ୍ଷ ଟଙ୍କା ଅଫର୍‌ କରାଯାଏ।