number one T20 batsman - The Sakala
ନୂଆଦିଲ୍ଲୀ : ବିଶ୍ୱର ଏକ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଏବେ ତାଙ୍କ କ୍ରିକେଟ ଜୀବନର ଶ୍ରେଷ୍ଠ ଫର୍ମରେ ରହିଛନ୍ତି। ସେ ତାଙ୍କ ନିଜ ଇଛାରେ ପଡ଼ିଆର ଯେ କୌଣସି ସ୍ଥାନକୁ ସଟ୍‌ ମାରିବାରେ ସମର୍ଥ ହେଉଛନ୍ତି। ତାଙ୍କର ଏହି ବ୍ୟାଟିଂ ଯୋଗୁ ଭାରତ ଚଳିତ ବିଶ୍ୱକ୍‌ରେ ୫ଟି ସୁପର-୧୨ ମ୍ୟାଚ୍‌ ମଧ୍ୟରୁ ୩ଟିରେ ବଡ଼ ସ୍କୋର କରିବାରେ ସମର୍ଥ ହୋଇଛି। ସେ ବିଶ୍ୱର ବର୍ତ୍ତମାନ ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଯିଏକି ୩୬୦ ଡିଗ୍ରିରେ ବ୍ୟାଟିଂ କରିପାରୁଛନ୍ତି। ଅଷ୍ଟ୍ରେଲିଆରେ ସେ ତାଙ୍କ ଜୀବନର ପ୍ରଥମ ବିଶ୍ୱକପ୍‌ ଖେଳୁଛନ୍ତି ଓ ଏହି ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲିଙ୍କ ସହ ମିଶି ଚମତ୍କାର ବ୍ୟାଟିଂ କରୁଛନ୍ତି। ଏମାନଙ୍କ ସଫଳତାକୁ ଭିତ୍ତି କରି ଭାରତ ଚତୁର୍ଥଥର ଲାଗି ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି।
ବିଶ୍ବର ଏକ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଟି-୨୦ ବିଶ୍ୱକପ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ସୂର୍ଯ୍ୟକୁମାରଙ୍କ ପଦର୍ଶନକୁ ନେଇ ପୂର୍ବତନ ଖେଳାଳିମାନେ କ୍ରମାଗତ ପ୍ରଶଂସା କରୁଥିବା ବେଳେ ଏବେ ଭାରତର ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନର ଖେଳାଳିମାନେ ମଧ୍ୟ ସୂର୍ଯ୍ୟକୁମାରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଏହି ତାଲିକାରେ ପାକିସ୍ତାନର ଦୁଇ ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଏବଂ ୱାକର ୟୁନିସଙ୍କ ସହ ସହିଦ ଆଫ୍ରିଦି ମଧ୍ୟ ଯୋଗ ଦେଇଛନ୍ତି। ସେ ଏକ ଟିଭି କାର୍ଯ୍ୟକ୍ରମରେ ସୂର୍ଯ୍ୟକୁମାରଙ୍କୁ ପ୍ରଶଂସା କରିଥିଲେ।
ଯେତେବେଳେ ଆଫ୍ରିଦିଙ୍କୁ ପାକିସ୍ତାନର ଓପନର୍ ମହମ୍ମଦ ରିଜୱାନ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ଉଭୟଙ୍କୁ ତୁଳନା କରାଯାଇପାରିବ ନାହିଁ। ମହମ୍ମଦ ରିଜୱାନ୍ ଏବଂ ସୂର୍ଯ୍ୟକୁମାର ନିଜ ନିଜ କ୍ଷେତ୍ରରେ ଭଲ ପଦର୍ଶନ କରୁଛନ୍ତି। ସୂର୍ଯ୍ୟକୁମାର ବର୍ତ୍ତମାନ ଦମ୍‌ଦାର ଫର୍ମରେ ରହିଛନ୍ତି। ଆଫ୍ରିଦି ଆହୁରି ମଧ୍ୟ କହିଛନ୍ତି ସୂର୍ଯ୍ୟକୁମାର ୨୦୦ରୁ ୨୫୦ ଘରୋଇ ମ୍ୟାଚ ଖେଳିବା ପରେ ଭାରତୀୟ ଦଳକୁ ଆସିଛନ୍ତି। ସେ ଖେଳ ସହ ପାରଙ୍ଗମ ରହିଛନ୍ତି। ସେ ଭଲ ବଲ୍‌କୁ ହିଟ୍‌ କରିବାରେ ଧୁରନ୍ଦର ହୋଇଛନ୍ତି। ତାଙ୍କ ସଟ୍‌ ଗୁଡିକରେ ମଧ୍ୟ ଦମ୍‌ ରହିଛି। ତାଙ୍କ ଦକ୍ଷତା ଅନୁସାରେ ସେ ଭଲ ସଟ୍‌ ଖେଳୁଛନ୍ତି। ଟି-୨୦ ଫର୍ମାଟରେ ଏହି ପରି ଖେଳ ଆବଶ୍ୟକ ଯେପରି ସୂର୍ଯ୍ୟକୁମାର ଖେଳୁଛନ୍ତି ବୋଲି ସହିଦ ଆଫ୍ରିଦି କହିଛନ୍ତି।
ସୂର୍ଯ୍ୟକୁମାର ଅନ୍ୟ ଗ୍ରହରୁ ଆସିଛନ୍ତି: ଆକ୍ରାମ
ଆଫ୍ରିଦି ପୂର୍ବରୁ ୱାସିମ ଆକ୍ରାମ କହିଥିଲେ  ମୁଁ ଭାବୁଛି ସୂର୍ଯ୍ୟକୁମାର ଅନ୍ୟ ଗ୍ରହରୁ ଆସିଛନ୍ତି। ସେ ଅନ୍ୟ ବ୍ୟାଟରମାନଙ୍କଠୁ ବହୁତ ଭିନ୍ନ ଅଟନ୍ତି। ସେ ଖେଳୁଥିବା ସମୟରେ ଦେଖିବାକୁ ମଜା ଲାଗେ। ତାଙ୍କର ସଟ୍‌ ଗୁଡିକ ବହୁ ଉନ୍ନତ ଧରଣର। କେବଳ ଜିମ୍ବାୱେ ବିପକ୍ଷରେ ନୁହେଁ, ଦୁନିଆର ସର୍ବଶ୍ରେଷ୍ଠ ବୋଲିଂ ଆକ୍ରମଣ ଆଗରେ ମଧ୍ୟ ସେ ନିର୍ଭୟରେ ଖେଳୁଛନ୍ତି। ସୂର୍ଯ୍ୟଙ୍କ ଭଳି ବ୍ୟାଟର ଯଦି ଟି୨୦ ଫର୍ମାଟକୁ ଆସିବେ ତେବେ ବୋଲର ଯିବେ ତ କୁଆଡେ ଯିବେ ବୋଲି ୱାସିମ ଆକ୍ରାମ କହିଛନ୍ତି।
ସୂର୍ଯ୍ୟଙ୍କ ପାଇଁ ଯୋଜନା କରିବା କଷ୍ଟକର: ୱାକର
ପାକିସ୍ତାନର ପୂର୍ବତନ ପୂର୍ବତନ ଅଧିନାୟକ ୱାକର ୟୁନିସ ମଧ୍ୟ ସୂର୍ଯ୍ୟକୁମାରକୁ ପ୍ରଶଂସା କରି କହିଛନ୍ତି ସୂର୍ଯ୍ୟକୁମାରଙ୍କ ଭଳି ଜଣେ ବ୍ୟାଟରଙ୍କ ବିରୋଧରେ ଯୋଜନା କରିବା ଅତ୍ୟନ୍ତ କଷ୍ଟକର।ସେ ପଡିଆର ସବୁ ଆଡକୁ ସଟ୍‌ ଖେଳିପାରୁଛନ୍ତି। ତେବେ ମେଲବୋର୍ଣ୍ଣରେ ସୂର୍ଯ୍ୟକୁମାରଙ୍କ ବିରୋଧରେ ପାକିସ୍ତାନର ରଣନୀତିକୁ ସେ ପ୍ରଶଂସା କରିଛନ୍ତି। ୱାକର କହଛନ୍ତି ଯେ ସୂର୍ଯ୍ୟଙ୍କୁ ଆଉଟ କରିବାକୁ ସର୍ବୋତ୍ତମ ଉପାୟ ହେଉଛି ସୂର୍ଯ୍ୟକୁମାରଙ୍କ ବିପକ୍ଷରେ ଭଲ ବୋଲିଂ ସହ ତାଙ୍କ ଉପରେ ସର୍ଟ ଡେଲିଭରି ବର୍ଷା କରିବା ଆବଶ୍ୟକ। ମୁଁ ଭାବୁଛି ଏହା ହୁଏତ ସଠିକ୍ ଉପାୟ ହୋଇପାରେ। ସେ ଆହୁରି ମଧ୍ୟ କହିଛନ୍ତି ସୂର୍ଯ୍ୟଙ୍କ ବିରୋଧରେ ଏହି ଯୋଜନା ଟେଷ୍ଟ କିମ୍ବା ଦିନିକିଆରେ କରାଯାଇପାରେ କିନ୍ତୁ ଟି-୨୦ରେ କରିବା କଷ୍ଟକର ହୋଇପାରେ।