India vs Bangladesh - The Sakala

ବାଂଲାଦେଶ କ୍ରିକେଟ ଟିମ୍‌କୁ ବଡ଼ ଝଟ୍‌କା: ଭାରତ ବାହାରେ ଖେଳିବା ଆବେଦନ ଆଇସିସିରେ ଖାରଜ
ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ ଟିମ୍‌କୁ ଆଇସିସିରୁ ବଡ଼ ଝଟ୍‌କା । ଭାରତ ବାହାରେ ଖେଳିବା ଆବେଦନ ଆଇସିସିରେ ଖାରଜ । ଭାରତରେ ସୁରକ୍ଷାରେ କୌଣସି ସମସ୍ୟା ନାହିଁ, ତେଣୁ ଭାରତରେ ଟି-୨୦ ବିଶ୍ବକପ୍‌ ଖେଳିବାରେ ଅସୁବିଧା ନାହିଁ ବୋଲି କହିଛି ଆଇସିସି । ସୁରକ୍ଷା କାରଣ ଦର୍ଶାଇ ଭେନ୍ୟୁ ବଦଳାଇବାକୁ କହିଥିଲା ବାଂଲାଦେଶ ଯାହାକୁ ଆଇସିସି ଖାରଜ କରିଦେଇଛି । ଫେବ୍ରୁଆରୀ ୭ରୁ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ ଟି-୨୦ ବିଶ୍ବକପ୍ ।

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ୨୦୨୬ ଟି-୨୦ ବିଶ୍ୱକପ୍ ସମୟରେ ଭାରତରେ ବାଂଲାଦେଶ କ୍ରିକେଟ୍ ଦଳ ପ୍ରତି ସୁରକ୍ଷା ବିପଦ ଥିବା ଦାବିକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛି। ଆଇସିସି ସ୍ପଷ୍ଟ କରିଛି ଯେ ଭାରତରେ ଖେଳାଯିବାକୁ ଥିବା ମ୍ୟାଚ୍ ଗୁଡ଼ିକ ପାଇଁ କୌଣସି ବିପଦ ନାହିଁ ଏବଂ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ହିଁ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।

ବାଂଲାଦେଶର କ୍ରୀଡ଼ା ପରାମର୍ଶଦାତା ଆସିଫ୍ ନଜରୁଲ ନିକଟରେ ଦାବି କରିଥିଲେ ଯେ ଆଇସିସି ରିପୋର୍ଟରେ ତିନୋଟି ମୁଖ୍ୟ ସମସ୍ୟା ଉପରେ ଆଲୋକପାତ କରାଯାଇଛି: ତାରକା ବୋଲର ମୁସ୍ତାଫିଜୁର ରହମାନଙ୍କୁ ଦଳରେ ସାମିଲ କରିବା, ସମର୍ଥକମାନେ ବାଂଲାଦେଶ ଜର୍ସି ପିନ୍ଧିବା ଏବଂ ବାଂଲାଦେଶର ଆଗାମୀ ନିର୍ବାଚନ। ସେ କହିଥିଲେ ଯେ, "ଯଦି ଆଇସିସି ଆମର ଶ୍ରେଷ୍ଠ ବୋଲରଙ୍କ ବିନା ଦଳ ଗଠନ କରିବାକୁ ଏବଂ ସମର୍ଥକଙ୍କୁ ଜର୍ସି ନ ପିନ୍ଧିବାକୁ ଆଶା କରେ, ତେବେ ଏହା ଅବାସ୍ତବ ଏବଂ ଅଯୌକ୍ତିକ।" ତଥାପି, ଆଇସିସି ନିଜ ନିଷ୍ପତ୍ତିରେ ଅଟଳ ରହିଛି ଏବଂ ସମସ୍ତ ଦଳ ନିଜର ଚୁକ୍ତି ମୁତାବକ ଅଂଶଗ୍ରହଣ କରିବେ ବୋଲି ଆଶା ରଖିଛି।

ଉଲ୍ଲେଖନୀୟ ଯେ, ନିକଟରେ KKR (କୋଲକାତା ନାଇଟ୍ ରାଇଡର୍ସ)ରୁ ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ୍ ଚୁକ୍ତିରୁ ମୁକ୍ତ କରିବା ନେଇ ବିସିସିଆଇର ନିର୍ଦ୍ଦେଶ ପରେ ଦୁଇ ଦେଶର ବୋର୍ଡ ମଧ୍ୟରେ ତିକ୍ତତା ବଢିଥିଲା। ଏହାର ଜବାବରେ ବାଂଲାଦେଶ ସରକାର ଦେଶରେ ଆଇପିଏଲ୍ ପ୍ରସାରଣ ଉପରେ କଟକଣା ଲଗାଇଥିଲେ ଏବଂ ମ୍ୟାଚଗୁଡ଼ିକୁ ଭାରତ ପରିବର୍ତ୍ତେ ସହ-ଆୟୋଜକ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଆଇସିସିକୁ ଅନୁରୋଧ କରିଥିଲେ। ବର୍ତ୍ତମାନର ସୂଚୀ ଅନୁଯାୟୀ, ବାଂଲାଦେଶ ନିଜର ପ୍ରଥମ ତିନୋଟି ଗ୍ରୁପ୍ ମ୍ୟାଚ୍ କୋଲକାତାରେ ଏବଂ ଶେଷ ମ୍ୟାଚ୍ ମୁମ୍ବାଇରେ ଖେଳିବ।

T-20 ବିଶ୍ବକପ୍: ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ନେଇ ବାଂଲାଦେଶର ଆବଦେନକୁ ଖାରଜ କଲା ICC
ନୂଆଦିଲ୍ଲୀ: ବାଂଲାଦେଶକୁ ବଡ଼ ଝଟକା । ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବଦେନକୁ ଖାରଜ କଲା ICC । T-20 ବିଶ୍ବକପ୍ ମ୍ୟାଚ୍ ଭାରତରେ ନଖେଳିବାକୁ ଆବେଦନ କରିଥିଲା ବାଂଲାଦେଶ କ୍ରିକେଟ୍ ବୋର୍ଡ । ଆସନ୍ତା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ପକ୍ଷରୁ କରାଯାଇଥିବା ସ୍ଥାନ ପରିବର୍ତ୍ତନ ଅନୁରୋଧକୁ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ICC) ଖାରଜ କରିଦେଇଛି। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ନିଜର ମ୍ୟାଚଗୁଡ଼ିକୁ ଭାରତ ବାହାରେ ସ୍ଥାନାନ୍ତର କରିବାକୁ ଦାବି କରିଥିଲା, କିନ୍ତୁ ଆଇସିସି ଏଥିରେ କୌଣସି ଯଥାର୍ଥତା ପାଇନାହିଁ।

ମଙ୍ଗଳବାର ଦିନ ଆଇସିସି ଏବଂ ବିସିବି ଅଧିକାରୀଙ୍କ ମଧ୍ୟରେ ଏକ ଅନଲାଇନ୍ ବୈଠକ ଅନୁଷ୍ଠିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଆଇସିସି ସ୍ପଷ୍ଟ କରିଛି ଯେ ଭାରତରେ ବାଂଲାଦେଶ ଟିମ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ କିମ୍ବା ବିଶ୍ୱାସଯୋଗ୍ୟ ବିପଦ ନାହିଁ। ତେଣୁ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ କିମ୍ବା ସ୍ଥାନରେ କୌଣସି ପରିବର୍ତ୍ତନ କରାଯିବାର ଆବଶ୍ୟକତା ନାହିଁ। ଆଇସିସି ଜାନୁଆରୀ ୧୦ ସୁଦ୍ଧା ଏନେଇ ଆନୁଷ୍ଠାନିକ ଲିଖିତ ନିଷ୍ପତ୍ତି ଜଣାଇବ ବୋଲି ଆଶା କରାଯାଉଛି।

ଆଇସିସିର ନିଷ୍ପତ୍ତି ପରେ ବାଂଲାଦେଶର ମ୍ୟାଚ୍ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ହିଁ ଖେଳାଯିବ। କାର୍ଯ୍ୟସୂଚୀ ଅନୁଯାୟୀ, ବାଂଲାଦେଶ କୋଲକାତାରେ ତିନୋଟି ଗ୍ରୁପ୍ ସି ମ୍ୟାଚ୍ ଖେଳିବ। ଫେବୃଆରୀ ୭ରେ ୱେଷ୍ଟଇଣ୍ଡିଜ୍, ଫେବୃଆରୀ ୯ରେ ଇଟାଲୀ ଏବଂ ଫେବୃଆରୀ ୧୪ରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ରହିଛି। ଏହା ପରେ ଫେବୃଆରୀ ୧୭ରେ ମୁମ୍ବାଇରେ ନେପାଳ ବିପକ୍ଷରେ ମ୍ୟାଚ୍ ଖେଳାଯିବ।

ସୂଚନାଯୋଗ୍ୟ ଯେ, ନିକଟରେ ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସକୁ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା, ଯାହା ପରେ ଦୁଇ ବୋର୍ଡ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଏହାର ଜବାବରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ନିଜ ଦେଶରେ ଆଇପିଏଲ୍ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହି ଘଟଣା ପରେ ହିଁ ବିସିବି ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲା।

ଟି-୨୦ ବିଶ୍ୱକପ୍‌ ୨୦୨୬: ଭାରତରେ ଖେଳିବାକୁ ବାଂଲାଦେଶର ମନାକରିବା ପରେ ବଦଳିପାରେ ମ୍ୟାଚର ପୂରା ଖେଳସୂଚୀ
ନୂଆଦିଲ୍ଲୀ: ବଦଳିବ ଆଗାମୀ ଟି-୨୦ ବିଶ୍ୱକପ୍‌ ମ୍ୟାଚର ପୂରା ଖେଳସୂଚୀ । ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ନୂତନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ଯାଉଛି। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ଭାରତରେ ମ୍ୟାଚ୍ ଖେଳିବାକୁ ମନା କରିବା ପରେ ଏହି ବଡ଼ ନିଷ୍ପତ୍ତି ନେଇପାରେ ICC । କୋଲକାତା ନାଇଟ୍ ରାଇଡର୍ସ (KKR) ଦଳରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ବାଦ୍ ଦିଆଯିବା ପରେ ବିସିସିଆଇ ଏବଂ ବିସିବି ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି । ତେବେ ଟି-୨୦ବିଶ୍ୱକପ୍ ୨୦୨୬ ମସିହା ଫେବ୍ରୁଆରି ୭ ତାରିଖରେ ଆରମ୍ଭ ହେବାର ଥିଲା ଏବଂ ଫାଇନାଲ୍ ମାର୍ଚ୍ଚ ୮ ତାରିଖରେ ହେବାକୁ ସ୍ଥିର ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଭାରତ ଏବଂ ଶ୍ରୀଲଙ୍କା ମିଶି ଆୟୋଜନ କରିବାକୁ ଯାଉଛନ୍ତି । ହେଲେ ତା ପୂର୍ବରୁ ବାଂଲାଦେଶ ଖେଳାଳି ଆଇପିଏଲରୁ ବାଦ୍ ପଡ଼ିବା ଏବଂ ଏହାକୁ ନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ଭାରତରେ ବିଶ୍ୱକପ୍ ଖେଳିବାକୁ ମନା କରିବା ପରେ ବିଶ୍ୱକପର ପୂରା ସିଡ୍ୟୁଲ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳୁଛି ।

ଏହି ବିବାଦର ମୂଳ କାରଣ ହେଉଛି ଆଇପିଏଲ୍ ନିଲାମ ଓ ରାଜନୈତିକ ଉତ୍ତେଜନା। ବାଂଲାଦେଶରେ ହିନ୍ଦୁମାନଙ୍କ ହତ୍ୟା ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ରହିଛି। ଏହି ପରିପ୍ରେକ୍ଷୀରେ BCCI କୋଲକାତା ନାଇଟ୍ ରାଇଡର୍ସକୁ ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା, ଯଦିଓ ଦଳ ତାଙ୍କୁ ନିଲାମରେ ୯.୨୦ କୋଟି ଟଙ୍କାରେ କିଣିଥିଲା। ଔପଚାରିକ ଭାବେ କେକେଆର ତାଙ୍କୁ ଦଳରୁ ବାଦ୍ ଦେବା ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ଜରୁରୀକାଳୀନ ବୈଠକ ଡାକି କଡ଼ା ପଦକ୍ଷେପ ନେଇଛି।

ବାଂଲାଦେଶର ଯୁବ ଓ କ୍ରୀଡ଼ା ଉପଦେଷ୍ଟା ଆସିଫ ନଜରୁଲ ଏହି ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, "ଆମେ ବାଂଲାଦେଶ କ୍ରିକେଟ୍ ଏବଂ ଦେଶର ଅପମାନ ସହ୍ୟ କରିବୁ ନାହିଁ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଜଣେ ବାଂଲାଦେଶୀ ଖେଳାଳି ଭାରତରେ ସୁରକ୍ଷିତ ନୁହଁନ୍ତି, ତେବେ ପୁରା ଦଳ ସେଠାକୁ ଯିବା ଉଚିତ୍ ନୁହେଁ। ଏହା ସହିତ ବାଂଲାଦେଶରେ ଆଇପିଏଲ୍ ପ୍ରସାରଣ ବନ୍ଦ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ଫେବୃଆରୀ ୭ରୁ ବିଶ୍ୱକପ୍ ଆରମ୍ଭ ହେବାକୁ ଥିବାବେଳେ ହାତରେ ମାତ୍ର ଗୋଟିଏ ମାସ ସମୟ ରହିଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ବାଂଲାଦେଶର ମ୍ୟାଚ୍ କୋଲକାତା ଏବଂ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ହେବାର ଥିଲା। କିନ୍ତୁ ବାଂଲାଦେଶ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବାକୁ ଦାବି କରିଛି। ଏଭଳି ପରିସ୍ଥିତିରେ ଆଇସିସି ଚେୟାରମ୍ୟାନ୍ ଜୟ ଶାହାଙ୍କ ନେତୃତ୍ୱରେ ଏକ ନୂତନ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଉଛି, ଯାହା ଆୟୋଜକଙ୍କ ପାଇଁ ଏକ ବଡ଼ ଆହ୍ୱାନ ହେବ।

ଏସିଆ କପ୍‌ ସୁପର-୪; ଆଜି ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ..
ଦୁବାଇ: ଏସିଆ କପ୍‌ରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଗୋଟିଏ ସପ୍ତାହରେ ଦୁଇଥର ପରାସ୍ତ କରିବା ପରେ ପେସାଦାର ମନୋଭାବ ନେଇ ଖେଳୁଥିବା ଭାରତ ଏବେ ଅପ୍ରତିଦ୍ୱନ୍ଦ୍ୱୀ। ପାକିସ୍ତାନକୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ବୋଲି କହିବାକୁ ନାପସନ୍ଦ କରିଛନ୍ତି ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ପ୍ରକୃତରେ ରେକର୍ଡ ଦେଖିଲେ ଟି-୨୦ ଫର୍ମାଟରେ ଏବେ ଭାରତର କିଏ ପ୍ରତିଦ୍ୱନ୍ଦ୍ୱୀ ତାହା ଖୋଜିବାକୁ ହେବ। ରେକର୍ଡ ମଧ୍ୟ ଭାରତ ଅପ୍ରତିଦ୍ୱନ୍ଦ୍ୱୀ ବୋଲି କହୁଛି। ୨୦୨୪ ପରଠାରୁ ଏହି ଫର୍ମାଟରେ ଭାରତ ୩୨ଟି ମ୍ୟାଚରେ ଜିତିଥିଲାବେଳେ ମାତ୍ର ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି। ଏଣୁ ଭାରତ ଯେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଦଳ ତାହା କିଏ ମାନୁ ନ ମାନୁ ରେକର୍ଡ ଏହାକୁ ସ୍ୱୀକାର କରୁଛି। ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍‌ରେ ଭାରତ ତାହାର ଦକ୍ଷତା ପ୍ରଦର୍ଶନ କରି ପାରି ନ ଥିଲା। ତଥାପି ଏହି ମ୍ୟାଚ୍‌କୁ ୭ଟି ବଲ ବାକିଥାଇ ଜିତିନେଇଥିଲା। ଏଣୁ ଆସନ୍ତାକାଲି ବାଂଲାଦେଶ ବିପକ୍ଷ ମୁକାବିଲାରେ ଭାରତକୁ ଫେବରାଇଟ୍‌ ବିବେଚନା କରାଯାଉଛି। ନିକଟରେ ପ୍ରଥମ ସୁପର-୪ ମ୍ୟାଚ୍‌ରେ ଶକ୍ତିଶାଳୀ ଶ୍ରୀଲଙ୍କାକୁ ପରାସ୍ତ କରିବା ପରେ ବାଂଲା ଦଳର ମନୋବଳ ଢେ଼ର ବଢ଼ିଛି। ଏହି ବିଜୟ ପରେ ଦଳର କୋଚ୍‌ ଫିଲ୍‌ ସିମନ୍ସ କହନ୍ତି ଭାରତକୁ ଯେ କୌଣସି ଦଳ ହରାଇପାରିବ। ଏହା ଅର୍ଥ ବାଂଲାଦେଶ ଏହି ମୁକାବିଲାରେ ଭାରତକୁ ହରାଇପାରିବ। ଅବଶ୍ୟ ଭାରତ ନିକଟରେ ଏବେ ପ୍ରଚୁର ପରିମାଣରେ ପ୍ରତିଭା ରହିଛନ୍ତି। ଜଣଙ୍କ ପରେ ଜଣେ ମ୍ୟାଚ୍‌ ବିଜୟୀ ବିବେଚିତ ହେଉଛନ୍ତି। ଏଣୁ ଭାରତ କାହାକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରୁନାହିଁ। ଦଳ ନିକଟରେ ଯେଭଳି ଶକ୍ତି ରହିଛି, ତାହା ବିଶ୍ୱର ଯେକକୌଣସି ବୋଲିଂକୁ ଧ୍ୱଂସ କିମ୍ବା ବ୍ୟାଟିଂକୁ ଧରାଶାୟୀ କରିପାରିବ।

ଟସ୍‌, ମିଡିଲ ଅର୍ଡର, ମୁସ୍ତାଫିଜୁର ଗୁରୁତ୍ୱପୂର୍ଣ୍ଣ

ଭାରତ ନିଜକୁ ଯେତେ ଶକ୍ତିଶାଳୀ ମନେ କଲେ ମଧ୍ୟ ଟସ୍‌ ଏଠାରେ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏଠାରେ ରନ୍‌ ଚେଜ୍‌ ସହଜ ହେଉଛି। ଯାହା ଫଳରେ ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶ ୧୬୯ ରନ୍‌ର ଟାର୍ଗେଟକୁ ଚେଜ୍‌ କରି ବିଜୟୀ ହୋଇଥିଲା। ଏଣୁ ଟସ୍‌ ଜିତିବା ଦଳ ଏଠାରେ ନିଶ୍ଚିତ ପ୍ରଥମେ ବୋଲିଂ କରିବାକୁ ଉଚିତ ମନେ କରିବ। ସେହିପରି ମିଡଲ ଓଭରରେ ଦୁବାଇ ପିଚ୍‌ ମନ୍ଥର ହୋଇଯାଉଛି। ଭାରତ ବିପକ୍ଷରେ ପାକିସ୍ତାନ ଏହି ସମୟରେ ୬ ଓଭର ବୋଲିଂ କରି ମାତ୍ର ୩୦ ରନ୍‌ ବିନିମୟରେ ୩ଟି ୱିକେଟ ନେଇଥିଲେ। ମିଡିଲ ଓଭରରେ ବାଂଲାଦେଶର ମୁସ୍ତାଫିଜୁର ରହମନଙ୍କ ଦକ୍ଷତା ଦୁଇଗୁଣ ବୃଦ୍ଧିପାଉଛି। ମିଡିଲ ଅର୍ଡରରେ ମୁସ୍ତାଫିଜୁରଙ୍କ ସହ ମେହେଦୀ ହାସନ ପ୍ରଭାବଶାଳୀ ହେବେ। ଏହି ସବୁ ସମସ୍ୟା ଭାରତ ଆଗରେ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇପାରେ।

ଦ୍ୱିତୀୟ ବିଜୟ ଆଶାରେ ବାଂଲାଦେଶ

ଭାରତ ଓ ବାଂଲାଦେଶ ମଧ୍ୟରେ ଏଯାଏ ୧୭ଟି ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ଏହା ମଧ୍ୟରୁ ୧୬ଟି ମ୍ୟାଚ୍‌ରେ ଭାରତ ଓ ମାତ୍ର ଗୋଟିଏ ମ୍ୟାଚ୍‌ରେ ବାଂଲାଦେଶ ଜିତିଛି। ବାଂଲାଦେଶ ଏଠାରେ ଭାରତ ବିପକ୍ଷରେ ଦ୍ୱିତୀୟ ବିଜୟ ହାସଲର ଆଶା ରଖିଛି। କିନ୍ତୁ ଏଥିଲାଗି ବାଂଲାଦେଶକୁ ସ୍ମାର୍ଟ କ୍ରିକେଟ ଖେଳିବାକୁ ହେବ। ଭାରତ ନିକଟରେ ଯେଭଳି ଖେଳାଳି ଅଛନ୍ତି ଓ ଫର୍ମରେ ରହିଛନ୍ତି, ଏହି ମ୍ୟାଚ୍‌ ଜିତିବାକୁ ଆଶା କରିବା ବାଂଲାଦେଶ ଲାଗି ଦିବାସ୍ୱପ୍ନ ହୋଇପାରେ। ପାକିସ୍ତାନକୁ ହରାଇଥିବା ଭାରତୀୟ ଦଳ ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି।

ପ୍ରସାରଣ : ସୋନି ସ୍ପୋର୍ଟ୍ସ ନେଟୱର୍କ

ଖେଳ ଆରମ୍ଭ : ରାତି ୮ଟା

ଭେନ୍ୟୁ : ଦୁବାଇ

କାନପୁର ଟେଷ୍ଟ: ବାଂଲାଦେଶକୁ ୭ ଓ୍ବିକେଟରେ ହରାଇ ସିରିଜ୍ କ୍ଲିନ୍ ସୁଇପ୍ କଲା ଭାରତ
କାନପୁର: ଗ୍ରୀନପାର୍କ କାନପୁର ଟେଷ୍ଟରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ । ଅନ୍ତିମ ଟେଷ୍ଟକୁ ୭ ଓ୍ବିକେଟରେ ଜିତି ନେଇ ସିରିଜ୍ କ୍ଲିନ୍ ସୁଇପ୍ କରିଛି ଭାରତୀୟ ଦଳ । ରବିଚନ୍ଦ୍ରନ ଅଶ୍ବୀନ ମ୍ୟାଚ୍ ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି ।

ଦ୍ବିତୀୟ ଇନିଂସରେ ବାଂଲାଦେଶ ମାତ୍ର ୧୪୬ ରନ୍ କରି ଅଲଆଉଟ୍ ହୋଇଥିଲା । ଫଳରେ ଟିମ୍ ଇଣ୍ଡିଆକୁ ଦ୍ବିତୀୟ ଇନିଂସରେ ୯୫ରନର ଟାର୍ଗେଟ୍ ମିଳିଥିଲା । ରୋହିତ୍ ବାହିନୀରେ ମାତ୍ର ଦୁଇ ଓ୍ବିକେଟ୍ ହରାଇ ଲକ୍ଷ୍ୟକୁ ହାସଲ କରି ନେଇଛି । ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲା ଯଶସ୍ବୀ ଜୈସ୍ବାଲର ଦ୍ବିତୀୟ ପାଳିରେ ମଧ୍ୟ ଅର୍ଦ୍ଧଶତକ ମାରି ଟିମ୍ ଇଣ୍ଡିଆକୁ ବିଜୟ ଦେଇଛନ୍ତି ।

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ରବିଚନ୍ଦ୍ରନ ଅଶ୍ବିନଙ୍କ ଜବରଦସ୍ତ ଶତକ, ଜାଡେଜାଙ୍କ ଅପରାଜିତ ୮୩ ରନ୍‌
ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ । ଆରମ୍ଭରୁ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଦର୍ଶନ ଖରାପ କରିଥିଲା । ରୋହିତ ଶର୍ମା, ବିରାଟ କୋହଲି ଏବଂ ଶୁଭମନ ଗିଲ୍ ଜଲଦି ଜଲଦି ଫାଭିଲିୟନ ଫେରିଥିଲେ। ତେବେ ପାଳି ସମ୍ଭାଳିଥିଲେ ପନ୍ତ ଓ ଜୟସ୍ୱାଲ । ଯଶସ୍ୱୀ ଜୟସ୍ୱାଲ ୧୧୮ ବଲରେ ୫୬ ରନ କରି ଆଉଟ ହୋଇଥିଲେ। ସେହିପରି ଋଷଭ ପନ୍ତ ୫୨ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ଲୋକେଶ ରାହୁଲ ୫୨ ବଲରେ ୧୬ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ସମ୍ଭାଳିଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ରବୀନ୍ଦ୍ର ଜାଡେଜା ୧୧୭ ବଲରେ ୮୬ ରନ କରି ଅପରାଜିତ ରହିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୧୧୨ ବଲରେ ୧୦୨  ରନ କରି ଅପରାଜିତ ରହିଛନ୍ତି।

ବାଂଲାଦେଶ ପକ୍ଷରୁ ହାସନ ମହମ୍ମୁଦ୍‌‌ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନାହିଦ୍‌‌ ରାଣା ଓ ମେହଦୀ ହାସନ ମିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ଟି-୨୦ ବିଶ୍ୱକପ୍‌ ସୁପର-୮: ଆଜି ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ
ଆଣ୍ଟିଗୁଆ: ଚଳିତ ଟି-୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟୟରେ ଭାରତ ଶନିବାର ତା’ର ଦ୍ୱିତୀୟ ମୁକାବିଲାରେ ବାଂଲାଦେଶକୁ ଭେଟିବ। ଏହି ମ୍ୟାଚ୍‌ ଜିତି ଭାରତ ତା’ର ବିଜୟଧାର ବଜାୟ ରଖିବା ସହ ସେମିଫାଇନାଲ ଅଭିଯାନ ଆହୁରି ଦୃଢ କରିବା ଲକ୍ଷ୍ୟରେ ରହିଛି। ଗ୍ରୁପ୍‌-୧ରେ ଭରାତ ତା’ର ପ୍ରଥମ ମୁକାବିଲାରେ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା। ଅନ୍ୟପଟେ ବାଂଲାଦେଶ ତା’ର ପ୍ରଥମ ମ୍ୟାଚ୍‌ରେ ଡିଏଲ୍‌ଏସ୍‌ ପ୍ରଣାଳୀରେ ୨୮ ରନରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ତେଣୁ ଏହି ମ୍ୟାଚ୍‌ରେ ବାଂଲାଦେଶ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି। ସ୍ଥାନୀୟ ନର୍ଥ ସାଉଣ୍ଡର ଭିଭିଆନ ରିଚାର୍ଡ୍ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଉଭୟ ପେସର ଓ ସ୍ପିନର ସୁବିଧାଜନକ ପରିବେଶ ହାସଲ କରିବେ। ମ୍ୟାଚ୍‌ ଅବସରରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ଦିଆଯାଇଛି।

ବିଶ୍ୱକପ୍‌ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତ ୬୦ ରନରେ ପରାସ୍ତ କରିଥିଲା। ଟୁର୍ଣ୍ଣାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହି ଜବରଦସ୍ତ ଫର୍ମରେ ରହିଛି। ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଭାରତର ପ୍ରଦର୍ଶନରେ ସନ୍ତୁଳନ ରହିଛି। ତେବେ ଓପନିଂ କରୁଥିବା ଦୁଇ ସୁପରଷ୍ଟାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ଋଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଦମ୍‌ଦାର ପ୍ରଦର୍ଶନ କରି ଭାରତ ପାଇଁ ସମ୍ଭାବନା ସୃଷ୍ଟି କରିଛନ୍ତି। ଯଶପ୍ରୀତ ବୁମ୍‌ରା, ଅର୍ଶଦୀପ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା ପୁଣିଥରେ ଦ୍ରୁତ ବୋଲିଂରେ କମାଲ କରିବେ ବୋଲି ଆଶା କରାଯାଉଛି। ସ୍ପିନରେ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ପ୍ରଥମ ମ୍ୟାଚ୍‌ର ପ୍ରଦର୍ଶନ ଦୋହରାଇବେ ବୋଲି ଆଶା କରାଯାଉଛି। ଯେଉଁ ଭାରତୀୟ ଖେଳାଳିମାନେ ଏପର୍ଯ୍ୟନ୍ତ ଭଲ ଖେଳି ନାହାନ୍ତି ସେମାନେ ଏହି ମ୍ୟାଚ୍‌ରେ ଦମ୍‌ ଦେଖାଇବେ ବୋଲି ଆଶା କରାଯାଉଛି। ଖାସ୍‌ କରି କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଟସ୍‌ ଜିତିବା ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ପସନ୍ଦ କରିବ।

ଅପରପକ୍ଷରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ବାଂଲାଦେଶର ମନୋବଳ ସାମାନ୍ୟ ଦୁର୍ବଳ ହୋଇଛି। ବାଂଲାଦେଶ ଦଳରେ ମଧ୍ୟ କ୍ୱାଲିଟି ବ୍ୟାଟର, ସ୍ପିନର ଓ ଦ୍ରୁତ ବୋଲର ରହିଛନ୍ତି। ବାଂଲାଦେଶ ବିପକ୍ଷରେ ରେକର୍ଡ ଭଲ ରହିଥିଲେ ମଧ୍ୟ ଭାରତ ଏହି ମ୍ୟାଚ୍‌କୁ ଆଦୌ ହାଲ୍‌କା ଭାବେ ନେବ ନାହିଁ। ବାଂଲାଦେଶରେ ପାୱାର ହିଟରଙ୍କ ଅଭାବ ରହିଛି। ଏହାର ଫାଇଦା ଭାରତକୁ ମିଳିବ। ଅଲରାଉଣ୍ଡର ସକିବ ଅଲ ହାସନ, ମୁସ୍ତାଫିଜୁର ରହମାନ, ମହମୁଦୁଲ୍ଲା, ଲିଟନ ଦାସ, ସୌମ୍ୟ ସରକାର ଭାରତ ପାଇଁ ସମସ୍ୟା ସୃଷ୍ଟି କରିବେ। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଓ ରୋମାଞ୍ଚ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜ।

ବାଂଲାଦେଶ ଦଳ: ତାଞ୍ଜିଦ ହାସନ, ଲିଟନ ଦାସ, ନାଜମୁଲ ହୋସେନ ସାଣ୍ଟୋ (ଅଧିନାୟକ), ସାକିବ ଅଲ ହାସନ, ତୋହିଦ ହୃଦୟ, ମହମୁଦୁଲ୍ଲା, ମେହେଦି ହାସନ, ରିଶାଦ ହୋସେନ, ତାସ୍କିନ ଅହମ୍ମଦ, ତାଞ୍ଜିମ ହାସନ ସାକିବ, ମୁସ୍ତାଫିଜୁର ରହମାନ, ରାକେର ଅଲି, ତନବୀର ଇସ୍‌ଲାମ, ଶୋରିଫୁଲ ଇସ୍‌ଲାମ ଓ ସୌମ୍ୟ ସରକାର।

ଆଇସିସି ବିଶ୍ୱକପ୍‌ ୨୦୨୩: ବିରାଟଙ୍କ ଶତକୀୟ ପାରି, ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ
ପୁନେ: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ । ପୁନେରେ ଆଜି ଭାରତ ଓ  ବାଂଲାଦେଶ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୫୬ ରନ କରିଥିଲା । ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ୨୫୭ ରନର ଆବଶ୍ୟକତା ରହିଥିଲା। ଭାରତ ୪୧.୩ ଓଭରରେ ୩ ୱିକେଟ ହରାଇ ୨୬୧ ରନ କରି ସହଜରେ ମ୍ୟାଚକୁ ଜିତି ନେଇଛି।

ଭାରତ ପକ୍ଷରୁ ରୋହିତ ଶର୍ମା ୪୦  ବଲରେ ୪୮ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ୍‌ ୫୫ ବଲରେ ୫୩ ରନ କରି ଆଉଟ ହୋଇଥିଲେ। ଶ୍ରେୟାସ ଆୟର ୨୫ ବଲରେ ୧୯ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ବିରାଟ କୋହଲି ପାରିକୁ ସମ୍ଭାଳି ରଖିଥିଲେ। ପରେ ତାଙ୍କ ସାଥ ଦେବାକୁ ପଡିଆକୁ ଆସିଥିଲେ କେଏଲ ରାହୁଲ। ବିରାଟ କୋହଲି ଏକ ଶତକୀୟ ପାରି ଖେଳିଥିଲେ। ବିରାଟ ୯୭ ବଲରେ ୧୦୩ରନ କରି ଅପରାଜିତ ରହିଥିବା ବେଳେ କେଏଲ ରାହୁଲ ୩୪ ବଲରେ ୩୪ ରନ କରି ଅପରାଜିତ ରହିଥିଲେ।

ବାଂଲାଦେଶ ପକ୍ଷରୁ ମେହଦି ହାସାନ ମିରାଜ ୨ଟି ୱିକେଟ ନେଇଥିବା ବେଳେ ହସନ ମେହେମ୍ମଦ ଗୋଟିଏ ୱିକେଟ ନେଇଥିେଲେ।

ଏସୀୟ କ୍ରୀଡା ୨୦୨୩: କ୍ରିକେଟରେ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଏସୀୟ କ୍ରୀଡା କ୍ରିକେଟ ପ୍ରତିଯୋଗିତାରେ ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ୱିକେଟ ହରାଇ ୯୬ ରନ କରିଥିଲା। ଭାରତ ଗୋଟିଏ ୱିକେଟ ହରାଇ ୯.୨ ଓଭରରେ ୯୭ ରନ କରି ସହଜରେ ଏହି ମ୍ୟାଚକୁ ଜିିତି ନେଇଛି।  ତିଲକ ବର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ ୪୦ ରନ କରିଥିଲେ।

ଟସ୍ ଜିତି ପ୍ରଥମେ ବୋଲିିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଋତୁରାଜ । ସାଇ କିଶୋର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ୱାସିଂଟନ ସୁନ୍ଦର ୨ଟି, ଅର୍ଶଦୀପ, ତିଲକ ବର୍ମା, ରବି ବିଷ୍ଣୋଇ, ଶାହାବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ।

ଦ୍ୱିତୀୟ ସେମିଫାଇନାଲ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଏହି ମୁକାବିଲାରେ ବିଜେତା ଟିମ୍ ଫାଇନାଲରେ ଭାରତକୁ ଭେଟିବ । ଫାଇନାଲ ଜିତି ସ୍ୱର୍ଣ୍ଣ ପଦକ ହାସଲ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲ କରିଛି ।

ଏସିଆ କପ୍ ସୁପର-୪’ର ଶେଷ ମୁକାବିଲା, ଆଜି ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ
କଲମ୍ବୋ: ଆଜି ଏସିଆ କପ୍‌‌ ସୁପର-୪’ର ଶେଷ ମୁକାବିଲା ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ୩ଟି ଲେଖାଏଁ ସୁପର-୪ ମ୍ୟାଚ୍‌‌ ଖେଳିବେ। ଏହା ମଧ୍ୟରୁ ଭାରତ ୨ଟି ମ୍ୟାଚ୍‌‌ ଖେଳି ୨ଟିଯାକରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିସାରିଛି। ଅନ୍ୟପକ୍ଷରେ ବାଂଲାଦେଶ ୨ଟି ଯାକ ମ୍ୟାଚ୍‌‌ରେ ପରାଜିତ ହୋଇ ପ୍ରତିଯୋଗିତାରୁ ବାଦ୍‌‌ ପଡ଼ିଛି। ଏଭଳି ସ୍ଥିତିରେ ଏହି ମ୍ୟାଚ୍‌‌ର ଫଳାଫଳ ଉପରେ କିଛି ଗୁରୁତ୍ୱ ନାହିଁ। କିନ୍ତୁ ଭାରତୀୟ ଖେଳାଳିଙ୍କ ଲାଗି ବେଶ ଗୁରୁତ୍ୱ ବହନ କରୁଛି। କଲମ୍ବୋର ରଣସିଂହ ପ୍ରେମଦାସା ଷ୍ଟାଡିୟମ୍‌‌ରେ ଖେଳାଯାଇଥିବା ଶେଷ ଦୁଇଟି ମ୍ୟାଚ୍‌‌ରେ ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।

ଏପରିକି ପ୍ରଥମ ମ୍ୟାଚ୍‌‌ରେ ପାକିସ୍ତାନ ବିପକ୍ଷରେ ୨ ୱିକେଟରେ ୩୫୬ ରନ୍‌‌ କରିଥିବା ଭାରତ ଏହାର ପରଦିନ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌‌ରେ ବ୍ୟାଟରମାନେ ସଂଘର୍ଷ କରିଥିଲେ। ରୋହିତ ଶର୍ମା ଓ ଶୁବମାନ ଗିଲ ପ୍ରଥମ ୱିକେଟ ଯୋଡିରୁ ୮୦ ରନ୍‌‌ ଉଠାଇ ନଥିଲେ ଭାରତକୁ ଏହି ମ୍ୟାଚ୍‌‌ ଜିତିବା କଷ୍ଟକର ହୋଇପଡ଼ିଥାନ୍ତା। ଯୁବ ଅଲରାଉଣ୍ଡର ଦୁନିଥ ୱେଲାଲାଗେଙ୍କୁ ଅଟକାଇବା ଭାରତ ଲାଗି କଷ୍ଟକର ହୋଇଥିଲା। ବ୍ୟାଟିଂ ହେଉ ଅବା ବୋଲିଂ, ଉଭୟ ବିଭାଗରେ ୱେଲାଲାଗେ ଦମ୍‌‌ ଦେଖାଇ ଖେଳିଥିଲେ। ଏଣୁ ଶେଷ ଲିଗ୍‌‌ ମ୍ୟାଚ୍‌‌ରେ ଭାରତ ଯେପରି ବାଂଲାଦେଶ ସ୍ପିନରଙ୍କୁ ଠିକ୍‌‌ ଭାବେ ଖେଳିପାରିବ, ତାହା ଉପରେ ନିଶ୍ଚିତ ଗୁରୁତ୍ୱ ଦେବ। ଏଭଳି ସମୟରେ ଆହତ ଯୋଗଁ ଦୀର୍ଘ ଦିନ ଖେଳିପାରି ନଥିବା ଖେଳାଳିମାନେ ମଧ୍ୟ ଭଲ ଭାବେ ମ୍ୟାଚ୍‌‌ ପ୍ରାକ୍ଟିସ୍‌‌ ପାଇପାରିବେ। ପିଚ୍‌‌ ଯଦି ଏଭଳି ରହେ ତେବେ ଭାରତୀୟ ଦଳରେ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌‌।

ଅନ୍ୟପକ୍ଷରେ ୪ଟି ମ୍ୟାଚ୍‌‌ରୁ କେବଳ ଆଫଗାନିସ୍ତାନକୁ ହରାଇଥିବା ବାଂଲାଦେଶ ନିକଟରେ କ୍ୱାଲିଟି ବୋଲିଂ ଖେଳିବାର ଅସୁବିଧା ରହିଛି। ଭାରତ ବିପକ୍ଷରେ ସେମାନେ ଏହି ଅସୁବିଧାକୁ ଦୂର କରିବେ ବୋଲି ଆଶା ରଖିିଛି। ସାକିବ-ଅଲ-ହସନ ଏଯାଏ ତାଙ୍କ ଦକ୍ଷତା ଅନୁଯାୟୀ ଖେଳିନାହାନ୍ତି। ଏଣୁ ସାକିବଙ୍କ ଲାଗି ମଧ୍ୟ ଏହି ମ୍ୟାଚ୍‌‌ ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ। ଦଳର ଅନ୍ୟତମ ବରିଷ୍ଠ ଖେଳାଳି ମୁସ୍‌‌ଫିକର ରହିମ ମଧ୍ୟ ଏହି ମ୍ୟାଚ୍‌‌ରେ ଖେଳିବେ ନାହିଁ। ଏହା ସତ୍ତ୍ବେ ସାନ୍ତ୍ୱନାମୂଳକ ବିଜୟ ସହ ବାଂଲାଦେଶ ବିଶ୍ୱକପ୍‌‌ ଖେଳିବାକୁ ଆଶା ରଖିଛି।

୩ୟ ଦିନିକିଆରେ ଭାରତର ବୃହତ ବିଜୟ, ୨୨୭ ରନ୍‌ରେ ହାରିଲା ବାଂଲାଦେଶ
ଢାକା : ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ବୃହତ ବିଜୟ ହାସଲ କରିଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଥିବା ଭାରତ ଏହି ବିଜୟ ହାସଲ କରିବା ସହ ସମ୍ମାନର ଶେଷ ସିରିଜ ଶେଷ କରିଛି। ଆଜିର ମ୍ୟଚରେ ଭାରତ ଇଶାନ କିଷନଙ୍କ ବିସ୍ଫୋରକ ଦ୍ବିଶତକ ଓ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ବାଂଲାଦେଶ ଆଗରେ ୪୧୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବାଂଲାଦେଶ ମାତ୍ର ୧୮୨ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ଯାହା ଫଳରେ ଭାରତ ଶେଷ ଦିନିକିଆରେ ୨୨୭ ରନ୍‌ରେ ବୃହତ ବିଜୟ ହାସଲ କରିଛି।

ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ମାତ୍ର ୩ ରନରେ ଶିଖର ଧଓ୍ବନଙ୍କ ଓ୍ବିକେଟ୍ ହରାଇଥିଲା । କିନ୍ତୁ ଇଶାନ କିଷନ ଓ ବିରାଟ କୋହଲି ବାଂଲାଦେଶ ବୋଲଙ୍କ ଉପରେ ପ୍ରଭାବ ବିସ୍ତାର କରିଖେଳିଥିଲେ। ଈଶାନ କିଶନ ୧୩୧ଟି ବଲ୍‌ରୁ ୨୪ଟି ଚୌକା ଓ ୧୦ଟି ଛକ୍କା ସହାୟତାରେ ୨୧୦ ରନ୍ କରିଥିଲେ। ସେହିପରି ପ୍ରାୟ ୩ ବର୍ଷ ପରେ ବିରାଟ କୋହଲି ଶତକ ମାରିଥିଲେ। ସେ ୯୧ଟି ବଲ୍‌ରୁ ୧୧୩ ରନ୍ (୧୧ଟି ଚୌକା ଓ ୨ଟି ଛକ୍କା) କରିଥିଲେ। ଓ୍ବାଶିଂଟନ ସୁନ୍ଦର ୨୭ଟି ବଲ୍‌ରୁ ୩୭ କରିଥିବା ବେଳେ ଅକ୍ଷର ପଟେଲ ୧୭ଟି ବଲ୍‌ରୁ ୨୦ ରନ୍ କରିଥିଲେ। ଶିଖର ଧାଓ୍ବନ, ଶ୍ରେୟସ ଆୟର ଓ ଶର୍ଦ୍ଦୁଳ ଠାକୁର ୩ ରନ୍ ଲେଖାଏଁ କରି ଆଉଟ୍ ହୋଇଥିଲେ। ଅଧିନାୟକ କେ.ଏଲ୍ ରାହୁଲ ୮ ରନ୍ କରିଥିଲେ। ଦଳ ୮ଟି ଓ୍ବିକେଟ୍ ହରାଇ ୪୦୯ ରନ୍ କରିଥିଲା।

ଭାରତ ପକ୍ଷରୁ ରଖାଯାଇଥିବା ୪୧୦ ରନର ବିଜୟ ଲକ୍ଷ୍ୟ ଜବାବରେ ବାଂଲାଦେଶ ଦଳ ୧୮୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ସାକିବୁଲ ଅଲ ହସନ ସର୍ବାଧିକ ୪୩ ରନ କରିଥିବାବେଳେ ଲିଟନ ଦାସ ୨୯ ରନ ଓ ୟାସିର ଅଲ୍ଲି ୨୫ ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି ଓ୍ବିକେଟ ନେଇଥିବାବେଳେ ଉମରାନ ମଲ୍ଲିକ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ରାହୁଲ-କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ : ବାଂଲାଦେଶକୁ ୧୮୫ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ
ଆଡିଲେଡ୍‌‌: ଚଳିତ ଟି-୨୦ ବିଶ୍ୱକପ୍‌‌ରେ ବୁଧବାର ଗ୍ରୁପ୍‌‌-୨’ର ଦ୍ୱିତୀୟ ମ୍ୟାଚ୍‌‌ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଟସ୍‌ ଜିତି ବାଂଲାଦେଶ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ୍‌ ସଂଗ୍ରହ କରିଛି। ଯାହା ଫଳରେ ଆଜିର ମ୍ୟାଚରେ ବିଜୟୀ ହେବାକୁ ହେଲେ ୨୦ ଓଭରରେ ୧୮୫ ରନ୍‌ ସଂଗ୍ରହ କରିବାକୁ ପଡିବ।

ଆଜି ଆଡିଲେଡ ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।ଏହାକୁ ସଠିକ୍‌ ସାବ୍ୟସ୍ତ କରି ବାଂଲାଦେଶର ଦ୍ରୁତ ବୋଲି ତସ୍କିନ ଅହମ୍ମଦ ଦମଦାର ବୋଲିଂ କରିଥିଲେ। ସେ ଗୋଟିଏ ସ୍କେଲରେ ନିଜର ୪ ଓଭର ଶେଷ କରିବା ସହ ମାତ୍ର ୧୫ ରନ ଦେଇଥିଲେ। ଅନ୍ୟପଟେ ହାସନ ମହମୁଦ ନିଜର ପ୍ରଥମ ଓଭରରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା(୨)ଙ୍କୁ ଆଉଟ କରି ବାଂଲାଦେଶକୁ ପ୍ରଥମ ସଫଳତା ଦେଇଥିଲେ।

ଭାରତର ଅଧିନାୟକ ରୋହିତ ଶର୍ମା ମାତ୍ର ୨ ରନ କରି ଆଉଟ ହେବା ପରେ କେଏଲ ରାହୁଲ ଓ ବିରାଟ କୋହଲିଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ପୂର୍ବ ମ୍ୟାଚ ଗୁଡ଼ିକରେ ବିଫଳ ହୋଇଥିବା ରାହୁଲ ଆଜି ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୨ ବଲରେ ୫୦ ରନ କରିଥିଲେ । ରାହୁଲ ଆଉଟ ହେବା ପରେ କୋହଲି ନିଜର ଲଢୁଆ ବ୍ୟାଟିଂ ଜାରି ରଖି ସୂର୍ଯ୍ୟକୁମାର ଯାଦବଙ୍କ ସହ ଆଉ ଏକ ପାର୍ଟନରସିପ କରିଥିଲେ । ସୂର୍ଯ୍ୟକୁମାର ୩୦ ରନ କରିଥିଲେ । ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ବିରାଟ ତାଙ୍କ ଶଟ ଖେଳିବା ବନ୍ଦ କରି ନଥିଲେ। ଏଥିସହ ୩୭ ବଲରେ ସେ ଚଳିତ ଟି-୨୦ ବିଶ୍ୱକପରେ ନିଜର ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଦିନେଶ କାର୍ତ୍ତିକ ଭରପୂର ସାଥ ଦେଇଥିଲେ। ୧୭ତମ ଓଭରରେ ଶୌରିଫୁଲ ଇସଲାମଙ୍କୁ ପ୍ରଥମ ବଲରେ ଚୌକା ମାରି କାର୍ତ୍ତିକ ନିଜର ଜଲୱା ଦେଖାଇଥିଲେ। ହେଲେ ଏହି ଓଭରର ଶେଷ ବଲରେ ତାଳମେଳ ଅଭାବରୁ କାର୍ତ୍ତିକ(୫) ରନ ଆଉଟ ହୋଇଯାଇଥିଲେ। ବିରାଟ ଅପରାଜିତ ୬୪ ରନ କରିଥିଲେ । ମାତ୍ର ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ବିଶେଷ ସ୍କୋର କରିପାରିନଥିଲେ । ଶେଷ ଓଭରରେ ରବିଚନ୍ଦ୍ରନ ଅଶ୍ବୀନ ମାତ୍ର ୬ ବଲରେ ୧୩ ରନ କରି ଦଳୀୟ ସ୍କୋରକୁ ୧୮୪ରେ ପହଞ୍ଚାଇଥିଲେ ।ବାଂଲାଦେଶ ପକ୍ଷରୁ ହାସାନ ମାମୁଦ ୩ଟି ଓ ସାକିବୁଲ ହସନ ୨ଟି ଓ୍ବିକେଟ ନେଇଥିଲେ ।