Nimapara - The Sakala
ପ୍ରଭାତୀଙ୍କ ବିରୋଧରେ ସମୀରଙ୍କ ଯୁଦ୍ଧଂ ଦେହି ଡକରା: ପଞ୍ଚାୟତ ନିର୍ବାଚନରେ ପ୍ରଭାତୀଙ୍କ ପ୍ରାର୍ଥୀଙ୍କୁ ବିରୋଧ ଚେତାବନୀ
ନିମାପଡ଼ା: ଅଳ୍ପ କିଛି ଦିନର ବ୍ୟବଧାନ ପରେ ନିମାପଡ଼ା ବିଧାୟିକା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଜେପି ନେତାଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି। ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାମନାଳଠାରେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନେତୃତ୍ୱରେ ଆୟୋଜିତ ଏକ କର୍ମକର୍ତ୍ତା ବୈଠକରେ ସମୀରଙ୍କ ସମର୍ଥକ ତଥା ସ୍ଥାନୀୟ ଲୋକପ୍ରତିନିଧି ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ ନିଜେ ସମୀର ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରଭାତୀଙ୍କୁ ପାନେ ଚଖେଇବା ପାଇଁ ସଂକଳ୍ପ ନେଇଛନ୍ତି।
ଗତ ସାଧାରଣ ନିର୍ବାଚନ ପୂର୍ବରୁ ସମୀର ଓ ତାଙ୍କ ଶହଶହ ସମର୍ଥକ ବିଜେପିରେ ଯୋଗଦେବା ପରେ ପ୍ରଭାତୀଙ୍କ ବିଜୟ ସୁନିଶ୍ଚିତ ହୋଇଥିଲା। ପ୍ରଭାତୀ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦୁଇ ସପ୍ତାହ ପରେ ସମୀର ଓ ତାଙ୍କ ସମର୍ଥକଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ପ୍ରଭାତୀ ବିଜୟଲାଭ କରିବା ପରେ ସମୀରଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଭାତୀ ସମୀରଙ୍କ ସାନଭାଇଙ୍କୁ ଫୋନ୍‌ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରଠାରୁ ସମୀର ଓ ପ୍ରଭାତୀଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ବୋଲି ସମୀର କହିଥିଲେ। କିନ୍ତୁ ଏ ସମ୍ପର୍କରେ ରାଜ୍ୟ ନେତୃତ୍ୱଙ୍କୁ ସମୀର ବାରମ୍ବାର ଅବଗତ କରାଇବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଥିଲା। ଏହି ବୈଠକରେ ସମୀର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରଭାତୀଙ୍କ ପ୍ରାର୍ଥୀଙ୍କୁ ବିରୋଧ କରି ସମୀରଙ୍କ ସମର୍ଥକ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ଆହ୍ୱାନ ଦେଇଥିଲେ।
ବୈଠକରେ ନିମାପଡ଼ା ବ୍ଲକ୍‌ ଅଧ୍ୟକ୍ଷ ଶଙ୍କର ଭୋଇ, ୧୯ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ଖଟୋଇ, ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର ସ୍ୱାଇଁ, ପଞ୍ଚାୟତ ବରିଷ୍ଠ ନେତୃତ୍ୱ ବିଶ୍ୱଜିତ ଛୋଟରାୟ, ରଞ୍ଜନ କୁମାର ଭୋଇ, ସମବାୟ ସମିତି ସଭାପତି ସନ୍ତୋଷ ମହାପାତ୍ର, ଅକ୍ଷୟ କୁମାର ଛୋଟରାୟ, ଆଲୋକ ନାୟକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର
ନିମାପଡା: ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ । ଗୋପ ଥାନା ମୁଗୁରାଇ ନିକଟରେ କଲେଜ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ । ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । କଲେଜକୁ ପରୀକ୍ଷା ଦେବାକୁ ଯାଉଥିବା ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିବା ସୂଚନା । ଛାତ୍ରୀ ଜଣଙ୍କ ଗୋପ ନାଗପୁର ଅଞ୍ଚଳର ବୋଲି ଜଣାପଡିଛି।
ସୂଚନା ଅନୁସାରେ, ସକାଳ ୮ଟାରେ ଜଣେ କଲେଜ ଛାତ୍ରୀ ସାଇକେଲ୍ ଯୋଗେ ଗୋପ କଲେଜକୁ ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିଲେ। ଗୋପ ଥାନା ଅନ୍ତର୍ଗତ ନାଗପୁର ମୁଗୁରିଆ ରାସ୍ତାରେ ନିଛାଟିଆ ରାସ୍ତା ଦେଖି କେହି ଦୁର୍ବୃତ୍ତ ଛାତ୍ରୀଙ୍କୁ ଆକ୍ରମଣ କରିଥିଲା। ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଁଚିବାରୁ ଦୁର୍ବୃତ୍ତ ଜଣଙ୍କ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରି ଗୋପ ମେଡିକାଲରେ ଭର୍ତ୍ତି କରଯାଇଛି। ଛାତ୍ରୀଙ୍କ ବେକ ଓ ଶରୀରରେ ଆଘାତ ଲାଗିଥିବା ବେଳେ ଗୋପ ପୁଲିସ ତଦନ୍ତ ଚଳାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।
ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ହାଣି ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
ନିମାପଡ଼ା: ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ମରଣାତ୍ମକ ଆକ୍ରମଣ ସହିତ କଳାକନା ବୁଲାଇଲେ ଦୃର୍ବୁତ୍ତ । ବଳଙ୍ଗା ଥାନା ଅଧୀନ ବାମନାଳ ପଞ୍ଚାୟତ କମଦରି ଗାଁର ଜଣେ ଟେଣ୍ଟ ମାଲିକଙ୍କ ଘରୁ ଲୁଟ୍‌ । ବୃଦ୍ଧ ଦମ୍ପତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ ମୁହଁରେ ଗାମୁଛା ବାନ୍ଧି ଘରୁ ଲୁଟ୍‌ କରିଛନ୍ତି ଦୃର୍ବୁତ୍ତ । ଘର ଭିତରେ ଥିବା ଆଲମିର ତାଲା ଭାଙ୍ଗି ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ସହିତ ସୁନା ଚେନ, ଦୁଇଟି ସୁନା ହାର ଲୁଟି ନେଇଥିବା ଅଭିଯୋହ ହୋଇଛି । ଗୁରୁତର ବୃଦ୍ଧ ଦମ୍ପତିଙ୍କ ମଧ୍ୟରୁ ସ୍ବାମୀ କୁମର ଛାଟୋଇଙ୍କୁ କଟକ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ସୂଚନା।
କ୍ରିକେଟ ମ୍ୟାଚ୍ ଖେଳୁଥିବା ବେଳେ ପଡ଼ିଆରେ ଟଳି ପଡିଲେ ଛାତ୍ର
ନିମାପଡ଼ା: କ୍ରିକେଟ ମ୍ୟାଚ୍ ଖେଳୁଥିବା ବେଳେ ପଡ଼ିଆରେ ଟଳି ପଡିଲେ ଛାତ୍ର । ନିମାପଡ଼ା ଅଞ୍ଚଳର ଏକ ଘରୋଇ କଲେଜ ଛାତ୍ରଙ୍କ ଦ୍ଵାରା ଆୟୋଜିତ ବନ୍ଧୁତ୍ଵ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଚାଲିଥିବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ବ୍ରହ୍ମଗିରି ଯଦୁପୁର ଅଞ୍ଚଳର ଓମ୍ ପ୍ରସାଦ ଜେନା(୨୨)।
ସୂଚନା ଅନୁସାରେ, ନିମାପଡ଼ା ଅଞ୍ଚଳର ଏକ ଘରୋଇ କଲେଜ ଛାତ୍ରଙ୍କ ଦ୍ଵାରା ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଥିଲା। କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ହଠାତ ଖେଳ ପଡିଆରେ ବ୍ରହ୍ମଗିରି ଯଦୁପୁର ଅଞ୍ଚଳର ଓମ୍ ପ୍ରସାଦ ଜେନା ଟଳି ପଡିଥିଲେ। ତୁରନ୍ତ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
କମାରଶାଳରେ କାମ କରି ଉଭୟ ପୁରୁଷ ଏବଂ ନାରୀ ସମାଜ ପାଇଁ ଉଦାହରଣ ସାଜିଛନ୍ତି କୁମାରୀ ସୁନିତା
ନିମାପଡ଼ା(ପ୍ରଫୁଲ କର): ଘରେ ପୁଅ ନ ଥିବାରୁ କମାରଶାଳ କାର୍ଯ୍ୟକୁ ଆଗ୍ରହର ସହ ଆଦରି ନେଇଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭିଲିଗ୍ରାମ ପଞ୍ଚାୟତର ଶ୍ରୀଧର ଓଝାଙ୍କ ସାନ ଝିଅ ସୁନିତା। ସାଧାରଣତଃ ପୁରୁଷମାନେ କମାରଶାଳ ପରିଚାଳନା କରିଥାନ୍ତି। ବହୁ କଷ୍ଟସାଧ୍ୟ କାର୍ଯ୍ୟ ଅଟେ। କିନ୍ତୁ ଆଜିର ପୁରୁଷମାନେ ଏହି କୌଳିକବୃତ୍ତି ପ୍ରତି ମୁହଁ ଫେରାଇ ନେଉଥିବା ବେଳେ ଜଣେ ଝିଅ ଅତି ଆଗ୍ରହର ସହ କୌଳିକ ବୃତ୍ତିକୁ ଆଦରି ନେଇଛି। ଯାହା ଫଳରେ ସୁନିତା ଆଜି ପାଲଟିଛି ଉଭୟ ପୁରୁଷ ଏବଂ ନାରୀ ସମାଜ ପାଇଁ ଉଦାହରଣ।
ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭିଲିଗ୍ରାମ ପଞ୍ଚାୟତ ଗୋଲେଇ ଛକ ନିକଟରେ ଜଣେ ଝିଅ ତାଙ୍କର ପରିବାର ପ୍ରତିପୋଷଣ ପାଇଁ ଦୀର୍ଘ ୧୩ ବର୍ଷ ହେବ କମାରଶାଳ ଚଳାଉଛି। ବିପଦଜନକ କାର୍ଯ୍ୟ କମାରଶାଳରୁ ଯାହା ଆୟ ହୁଏ ପରିବାରର ଗୁଜୁରାଣ ଦୁଃଖ କଷ୍ଟରେ ଚଳିଯାଏ। ଘରେ ପୁଅ ନ ଥିବାରୁ ଏଭଳି କାର୍ଯ୍ୟକୁ ଆଗ୍ରହର ସହ ଆଦରି ନେଇଛନ୍ତି ଶ୍ରୀଧର ଓଝାଙ୍କ ସାନ ଝିଅ ସୁନିତା। ସାଧାରଣତଃ ପୁରୁଷମାନେ କମାରଶାଳ ପରିଚାଳନା କରିଥାନ୍ତି। ବହୁ କଷ୍ଟସାଧ୍ୟ କାର୍ଯ୍ୟ ଅଟେ। ହେଲେ ଆଜିର ପୁରୁଷମାନେ ଏହି କୌଳିକବୃତ୍ତି ପ୍ରତି ମୁହଁ ଫେରାଇ ନେଉଥିବା ବେଳେ ଜଣେ ଝିଅ ଅତି ଆଗ୍ରହର ସହ କୌଳିକ ବୃତ୍ତିକୁ ଆଦରି ନେଇଛି। ଯାହା ଫଳରେ ସୁନିତା ଆଜି ପାଲଟିଛି ଉଭୟ ପୁରୁଷ ଏବଂ ନାରୀ ସମାଜ ପାଇଁ ଉଦାହରଣ। ଶ୍ରୀଧର ଓଝାଙ୍କ ଝିଅ ସୁନିତାର କାର୍ଯ୍ୟକୁ ଖୁବ ପସନ୍ଦ କରନ୍ତି ସ୍ଥାନୀୟ ଅଞ୍ଚଳର ବାସିନ୍ଦା। ପେଟ ପୋଷ ନାହିଁ ଦୋଷ ନ୍ୟାୟରେ ସେମାନେ ସୁନିତାକୁ ପ୍ରଶଂସା କରିଥାନ୍ତି ଓ ବୃତ୍ତି ମୋର ପୋଷେ କୁଟୁମ୍ଭ ନ୍ୟାୟରେ ଶ୍ରୀଧର ଓ ତାଙ୍କ ପତ୍ନୀ ବିଳାଶୁଣୀ ବାର୍ଦ୍ଧକ୍ୟ ଅବସ୍ଥାରେ ଝିଅ ସୁନିତା ଉପରେ ସମ୍ପୂର୍ଣ ନିର୍ଭରଶୀଳ। ଘରେ ପୁଅ ନ ଥିବାରୁ ଝିଅ ଯୋଗୁ ହିଁ ଆଜି ପରିବାର ଭଲରେ ଚଳି ପାରୁଛି। ସେମାନଙ୍କ ଝିଅ ଯେଉଁ ବିଦ୍ୟା ହାସଲ କରିଛି ପରବର୍ତ୍ତୀ ସମୟରେ ସେହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବ ବୋଲି ଶ୍ରୀଧରଙ୍କ ଭରସା ରହିଛି। କଷ୍ଟ ଲାଗିଲେ ମଧ୍ୟ ପରିସ୍ଥିତି ବାଧ୍ୟ କରୁଛି ଏପରି କାର୍ଯ୍ୟ କରିବା ପାଇଁ। ଯେହେତୁ ଘରେ ପୁଅ ଟିଏ ନାହିଁ ଆମେ କେମିତି ଚଳିବୁ। ଆଖିରେ ଆଖିଏ ସ୍ୱପ୍ନ। ନିଜ ପାଇଁ ନୁହେଁ ପରିବାର ପାଇଁ। ବାପାଙ୍କ ଠାରୁ ପ୍ରେରଣା ପାଇ କୌଳିକ ବୃତିକୁ ଆଦରି ନେଇଛି ସୁନିତା। ଏ ସବୁ ପରେ ବି ପରିବାର ପ୍ରତି ନିଜର କର୍ତ୍ତବ୍ୟ ଭୁଲି ପାରିନି ସୁନିତା ଓ ଆଶା ରଖିଛନ୍ତି ନୂତନ ସରକାର ଏହି କୌଳିକ ବୃତ୍ତି ପ୍ରତି କିଛି ଅନୁଦାନ ଅର୍ଥ ଦିଅନ୍ତି ତେବେ ଏହି କୌଳିକ ବୃତ୍ତି ବଞ୍ଚିବ ନଚେତ ଏହା ବଞ୍ଚାଇ ରଖିବା ଅନେକ କଷ୍ଟ ଆଜିର ଏ ପୁରୁଷ ସମାଜ ଏଭଳି ଏକ କୌଳିକ ବୃତ୍ତି ପ୍ରତି ମୁହଁ ଫେରାଇ ନେଉଥିବା ବେଳେ ଝିଅ ସୁନୀତା ଏହି କୌଳିକ ବୃତ୍ତିକୁ ଆଦରି ନେବା ବାସ୍ତବିକ ଏହା ଏକ ପ୍ରଶଂସନୀୟ ଉଦ୍ୟମ।
ବନ୍ଧୁ ଘରକୁ ଯାଇ ଫେରୁଥିଲେ, ନଡ଼ିଆ ଗଛ ପଡ଼ି ଚାଲିଗଲା ଦୁଇ ଯୁବକଙ୍କ ଜୀବନ
ନିମାପଡ଼ା: ଏମିତି ବି ଆସେ ମୃତ୍ୟୁ । ବନ୍ଧୁ ଘରକୁ ଯାଇ ଫେରୁଥିବା ଅବସ୍ଥାରେ ନଡ଼ିଆ ଗଛପଡ଼ି ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ଘଟଣାଟି ଘଟିଛି ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଚିତ୍ରା ଗାଁରେ । ଦୁର୍ଘଟଣାରେ ଆଉ ଜଣେ ଯୁବକ ଆହତ ମଧ୍ୟ ହୋଇଛନ୍ତି । ଆହତ ଯୁବକଙ୍କ ନାଁ ବିଶ୍ୱରଞ୍ଜନ ଆଚାର୍ଯ୍ୟ। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଦୁଇ ଯୁବକ ରେଟିଲୋ ପଞ୍ଚାୟତର ମିଥୁନ ପ୍ରଧାନ ଓ ତ୍ରିଲୋଚନ ପ୍ରଧାନ ହେଇଥିବା ବେଳେ ଆହତ ବିଶ୍ବରଂଜନ ଆଚାର୍ଯ୍ୟଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ଗୋଟିଏ ସ୍କୁଟିରେ ମିଥୁନ ପ୍ରଧାନ, ତୁଷାର ରଞ୍ଜନ ବିଶ୍ଵାଳ ଓ ବିଶ୍ବରଂଜନ ଆଚାର୍ଯ୍ୟ କନପୁର ଯାଇ ଫେରୁଥିବା ଅବସ୍ଥାରେ ସଗଡା ଅନ୍ତର୍ଗତ ଚିତ୍ରା ନିକଟରେ ଘଟିଛି ଅଘଟଣ। ଚିତ୍ରା ଗାଁ କେନାଲ ବନ୍ଧ ରାସ୍ତାରେ ସେମାନେ ଯାଉଥିବା ବେଳେ ହଠାତ୍ ଏକ ନଡ଼ିଆ ଗଛ ସେମାନଙ୍କ ଉପରେ ପଡ଼ିଯାଇଥିଲା। ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ଭିଜିଲାନ୍ସ ଜାଲରେ ନିମାପଡ଼ା OSWCର ଗୋଦାମ ଅଧିକ୍ଷକ, ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ
ନିମାପଡା: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଲାଞ୍ଚ ଟଙ୍କା ଧରି ବସ୍‌କୁ ଅପେକ୍ଷା କରିଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଓଏସଡବ୍ଲୁସିର ପୁରୀ ଜିଲ୍ଲା ନିମାପଡ଼ା ଗୋଦାମ ଅଧିକ୍ଷକ ଦେବୀପ୍ରସାଦ ମହାନ୍ତି। ନିମାପଡ଼ାରେ ବସ୍ ପାଇଁ ଅପେକ୍ଷା କରିଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ୨ ଲକ୍ଷ ୧୪ ହଜାର ଟଙ୍କା ତାଙ୍କଠାରୁ ପାଇଥିଲା । ଧରାପଡିବା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଦେବୀପ୍ରସାଦଙ୍କ ୩ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।
ଚଢାଉ ବେଳେ ତାଙ୍କ ନିକଟରୁ ଆଉ ୫୯ ହଜାର ୬୧୦ ଟଙ୍କା ଏବଂ ଭୁବନେଶ୍ବର ୟୁନିଟ-୮ସ୍ଥିତ ସରକାରୀ ବାସଭବନରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ମୋଟ୍ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏସବୁ ଟଙ୍କାର ଉତ୍ସ ବାବଦରେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ଦେବୀପ୍ରସାଦ।
ନିମାପଡା: ନିମାପଡା ବଳଙ୍ଗା ଥାନା ଗୋପୀନାଥପୁର ପାଟଣା ଗାଁରେ ଚାଞ୍ଚଲ୍ୟ । ନିଜ ମା’କୁ ମାରି ପୋଡି ଦେଲା ନୃଶଂସ ପୁଅ । ଘଟଣାସ୍ଥଳରେ ବଳଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ଗତ ରାତିରେ ମା’ ସୁଲୋଚନା ସେନାପତିଙ୍କୁ ମାରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଘର ପଛପଟରେ ଥିବା ବାଡିରେ କିରୋସିନ୍ ଲଗାଇ ପୋଡି ଦେଇଥିଲା ନୃଶଂସ ପୁଅ ଧଡିଆ ସେନାପତି । ଆଉ ସକାଳୁ ସକାଳୁ ଅତି ଚତୁରତାର ସହିତ ମା ନିଖୋଜ ଥିବା ଥାନାରେ ଏତଲା ଦେଇଥିଲା । ସେପଟେ ପୋଲିସ ନିକଟରେ ଖବର ପହଁଚିଥିଲା ଗାଁରେ ଜଣେ ମହିଳାଙ୍କ ଅଧାପୋଡା ମୃତ ଦେହ ପଡିଛି । ଖବର ପାଇବା ପରେ ବଳଙ୍ଗା ପୋଲିସ ଆସି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ମୃତ ଦେହର ଅବଶିଷ୍ଟାଂଶକୁ ପୋଲିସ ଉଦ୍ଧାର କରିବା ସହ ପାଖରେ ପଡିଥିବା ମୋବାଇଲ, କିରୋସିନ୍ ଜାରକୁ ଜବତ କରିଛି । ଫରେନସିକ୍ ଟିମ୍ ପହଞ୍ଚି ପାରିପାଶ୍ୱର୍କ ସ୍ଥିତିର ଯାଞ୍ଚ କରିବା ସହ ପୂରା ଅଂଚଳର ଫଟୋଗ୍ରାଫି ଓ ମ୍ୟାପିଂ କରିଛନ୍ତି ।
ଅନ୍ୟପଟେ ମୃତ ମହିଳା ଜଣକ ସୁଲୋଚନା ସେନାପତି ବୋଲି ଗାଁ ଲୋକେ କହୁଥିବାବେଳେ ପୁଅ ଧଡିଆ ସେନାପତି ଏହାକୁ ଅସ୍ୱୀକାର କରୁଛନ୍ତି । ଗାଁ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରି ପୁଅ କହୁଛି କି, ଉଦ୍ଧାର ହୋଇଥିବା ମୃତ ଦେହ ତାଙ୍କ ମା’ଙ୍କର ନୁହେଁ । ତାଙ୍କ ମା’ ନିଖୋଜ ଅଛନ୍ତି । ଅଭିଯୁକ୍ତକୁ ପୁଅକୁ କଠୋର ଶାସ୍ତି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।
ପବିତ୍ର ଅଁଳା ନବମୀ ପାଇଁ ଭକ୍ତଙ୍କୁ ରାଧାପାଦ ଦର୍ଶନକୁ ଅନୁମତି, ଛୁଇଁବା ମନା
ନିମାପଡା: ଆସନ୍ତା କାଲି ପବିତ୍ର ଅଁଳା ନବମୀ। ସାକ୍ଷୀଗୋପାଳ ମନ୍ଦିର ପରିସରରେ ଅଁଳା ନବମୀ ଅନୁଷ୍ଠିତ ହେବ । କରୋନା କଟକଣା ହଟିଥିବାରୁ ଦୁଇ ବର୍ଷ  ପରେ ଭକ୍ତଙ୍କୁ ଓଡ଼ିଆଣୀରେ ବେଶରେ ଦର୍ଶନ ଦେବେ ମା’ ରାଧା । କିନ୍ତୁ ଭକ୍ତଙ୍କୁ ରାଧା ପାଦ ଛୁଇଁବା ମନା । ଭକ୍ତଙ୍କୁ ପାଦ ଛୁଇଁବାକୁ ବାରଣ କରିଛି ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭବ ତରଣ ସାହୁ । ଅଧିକ ଭିଡକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିରରେ ରାଧା ପାଦ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ପାଇଁ ସମାଗମକୁ ଲକ୍ଷରେ ରଖି ଶାନ୍ତି ଶୃଙ୍ଖଳା ନେଇ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ପୁରୀ SPଙ୍କ ନଜରରେ ରହିବ ସମସ୍ତ ଅଞ୍ଚଳ ।
କରୋନା କଟକଣା ହଟିଥିବାରୁ ଚଳିତ ବର୍ଷ ୨ଲକ୍ଷରୁ ଅଧିକ ଲୋକ ହେବାର ଆଶଙ୍କା କରାଯାଉଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପ୍ରଶାସନ । ନିୟୋଜିତ ହେବେ ୩ ଜଣ ଆଡସିନାଲ ଏସପି, ୮ଜଣ ଡିଏସପି, ୭୪ ଜଣ ଏସଆଇ, ୧୦୦ଜଣ ହାବିଲଦାର ଓ କନେଷ୍ଟବଳ । ୨୦୦ଜଣ ଗୃହରକ୍ଷୀ ସମେତ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ।