Jeypore - The Sakala

ମା'ର ମୃତ୍ୟୁ ଖବରକୁ ସହି ପାରିଲାନି ପୁଅ, ସେହିଠାରେ ହିଁ ଟଳିପଡିଲା
ଜୟପୁର: ଏମିତି ବି ଆସେ ମୃତ୍ୟୁ । ମା'ର ମୃତ୍ୟୁ ଖବରକୁ ସହି ପାରିଲାନି ପୁଅ, ସେହିଠାରେ ହିଁ ଟଳିପଡିଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜୟପୁରର ପରିଚ୍ଛା ସାହିରେ। ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସବୁ ଦିନ ପରି ସକାଳୁ ଜମିକୁ ଯାଇ ଫେରିବା ପରେ ମାଙ୍କୁ ଡାକଥିଲା ପୁଅ । କିନ୍ତୁ ପୁଅ ରବିର ଡାକ ମା' ନ ଶୁଣିବାରୁ ମା' ଶୋଇଥିବା ଖଟ ପାଖକୁ ଯାଇ ମା'କୁ ଉଠାଇଥିଲା।  ହେଲେ ମା' ନ ଉଠିବାରୁ ଭୟଭୀତ ହୋଇ ସାହି ପଡୋଶୀଙ୍କୁ ଡାକିଥିଲା। ଗାଁ ଲୋକେ ଆସି ଦେଖିବା ପରେ କହିଲେ ଯେ, ମାଆ ଆଉ ଏ ଦୁନିଆରେ ନାହାନ୍ତି । ଏହାଶୁଣି ପୁଅର ପାଦ ତଳୁ ମାଟି ଖସିଗଲା । ମାଆଙ୍କ ମୃତଦେହକୁ କୋଳରେ ଧରି ସେ ପାଗଳଙ୍କ ପରି କାନ୍ଦିବାକୁ ଲାଗିଲା । ମାଆକୁ ହରାଇବାର ଅସହ୍ୟ ଯନ୍ତ୍ରଣାରେ କିଛି ସମୟ କାନ୍ଦିବା ପରେ ଅଚାନକ ସେଠାରେ ହିଁ ପୁଅ ଟଳିପଡ଼ିଲା ଏବଂ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ପରିବାରରେ କେବଳ ମାଆ ପୁଅ ରହୁଥିଲେ।  ପୁଅର ବୟସ ୫୨ ଓ ମାର ବୟସ ପ୍ରାୟ ୭୮ ହେବ ବୋଲି ଜଣା ପଡ଼ିଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟ ହୋଇଛି।

ଜଗନ୍ନାଥ ଆଚାରୀଙ୍କୁ ନୂଆ ପରିଚୟ ଦେଇଛି ମାଣ୍ଡିଆ ଚା’
କୋରାପୁଟ (ସୁବୋଧ ଚେଟ୍ଟି): ମାଣ୍ଡିଆର ପ୍ରସାର ନିମନ୍ତେ ରାଜ୍ୟ ସରକାର ଗତ କିଛି ବର୍ଷ ହେବ ମିଲେଟ୍‌ ମିଶନ ମାଧ୍ୟମରେ ବିଭିନ୍ନ ପଦକ୍ଷେପ ମାନ ନେଇଛନ୍ତି। କିନ୍ତୁ ବର୍ତ୍ତମାନ ସମୟ ବଦଳିଛି, ଜଳବାୟୁ ସହ ପର୍ଯ୍ୟାବରଣରେ ପରିବର୍ତ୍ତନ ଆସିଛି। ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସୁସ୍ଥ ଶରୀରର ପାଇଁ ମାଣ୍ଡିଆର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ପରେ ମାଣ୍ଡିଆର ଚାହିଦା ଅହେତୁକ ବୃଦ୍ଧି ପାଇଛି।

ଏକଦା ମାଣ୍ଡିଆ ଥିଲା ଉପାନ୍ତ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ମୁଖ୍ୟ ଖାଦ୍ୟ, ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅଧିକାଂଶ ଚାଷ ଜମି ମାଣ୍ଡିଆ ଚାଷ ନିମନ୍ତେ ହିଁ ଉପଯୋଗି ଥିବାରୁ ଲୋକେ ମାଣ୍ଡିଆ ଚାଷ ଉପରେ ଗୁରୁତ୍ୱ ଦେଉଥିଲେ। ଲୋକେ ପୂର୍ବରୁ ମାଣ୍ଡିଆକୁ କେବଳ ଜାଉ ଓ ଉପମା କରି ଖାଉଥିବାବେଳେ ବର୍ତ୍ତମାନ ମାଣ୍ଡିଆରେ ଚା’ ପ୍ରସ୍ତୁତି କରି ଜୟପୁରର ଜଗନ୍ନାଥ ଆଚାରୀ ମାଣ୍ଡିଆର ଆଉ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ଜୟପୁର ପାରାବେଡା ରାସ୍ତାରେ ଜଗନ୍ନାଥ ଏକ କ୍ୟାବିନରେ ଚା’ ଦୋକାନ କରିଥିବାବେଳେ ସେ ଲୋକଙ୍କୁ ମାଣ୍ଡିଆ ଚା’ ଦେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କେବଳ ଚା’ନୁହଁ ଲୋକେ ମାଣ୍ଡିଆରେ ପ୍ରସ୍ତୁତ ପକୁଡି, ରସଗୋଲା, ମିକ୍ସର ଖାଇବାକୁ ତାଙ୍କ ଦୋକାନରେ ଲାଇନ୍‌‌ ଲଗାଇଥାଆନ୍ତି ବୋଲି ଜଗନ୍ନାଥ କହିଛନ୍ତି। ଏପରିକି ରାଜ୍ୟ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ.ଅରବିନ୍ଦ କୁମାର ପାଢ଼ୀ କୋରାପୁଟ ଜିଲ୍ଲା ଗସ୍ତ ସମୟରେ ଜଗନ୍ନାଥଙ୍କ ହାତ ତିଆରି ମାଣ୍ଡିଆ ଚା’ ପିଇ ବେଶ୍‌‌ ଖୁସି ହେବା ସହ ଜଗନ୍ନାଥଙ୍କୁ ପ୍ରଶଂସା କରିଥିଲେ। କେବଳ ସେତିକି ନୁହଁ ଜଗନ୍ନାଥ ମାଣ୍ଡିଆ ଚା’ ପ୍ରସ୍ତୁତ କରି ଜାତୀୟସ୍ତରରେ ପୁରସ୍କୃତ ହୋଇ କୋରାପୁଟ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି।

ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ବିଶ୍ବବିଦ୍ୟାଳୟରେ ପରିଣତ ହେଲା ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟ
ଭୁବନେଶ୍ବର: ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ମାନଙ୍କର ବହୁ ଦିନର ଦାବୀ ଆଜି ପୂରଣ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି .

ବିକ୍ରମ ଦେବ ମହାବିଦ୍ୟାଳୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି । ଚଳିତ ବର୍ଷ ଏହି ମହାବିଦ୍ୟାଳୟ ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ବିକ୍ରମଦେବ ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା। ଏହି ମହାବିଦ୍ୟାଳୟରେ ଏବେ ୧୬ଟି ପିଜି ପାଠ୍ୟକ୍ରମ , ୧୭ଟି ୟୁଜି ପାଠ୍ୟକ୍ରମ ସହିତ BBA, BCA, ଓ B.ED ପାଠ୍ୟକ୍ରମ ଜାରି ରହିଛି ।

ବର୍ତ୍ତମାନ ଚାରି ହଜାର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି. ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି। ବର୍ତ୍ତମାନ ଏହି ନୂଆ ବିଶ୍ୱବିଦ୍ୟାଳୟ ହେବା ଦ୍ଵାରା କୋରାପୁଟ,ରାୟଗଡା ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ହାଜର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ଦକ୍ଷିଣ ଓଡିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଏକ ମାଇନଲଷ୍ଟୋନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ମାଳିପଦର ଜଙ୍ଗଲରେ ଏସଓଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ଦୁଇ ନକ୍ସଲ ନିହତ
ବୈପାରୀଗୁଡା: ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ପଂଚାୟତ ମାଳିପଦର ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବର୍ଷଣ ହୋଇଥିବ ଜଣାପଡିଛି । ପୋଲିସର ଗୁଳି ବିନିମୟ ବେଳେ ୨ ମାଓବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ରାମଗିରି ଫାଣ୍ଡି ଠାରୁ ୧୨ କିଲୋମିଟର ଦୂରରେ ଥିବା ଏହି ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ଗୁଇନ୍ଦା ସୂତ୍ରରୁ ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ପକ୍ଷରୁ ଚଡାଉବେଳେ ଉଭୟ ପକ୍ଷରୁ ଆକ୍ରମଣ ହୋଇଥିଲା । ଘଟଣା ସ୍ଥଳରୁ ମାଓ ସାମଗ୍ରୀ ସହିତ କିଛି ଅବକାରୀ ପଦାର୍ଥ ଜବତ ହୋଇଥିବା ସୂଚନା ମିଳିଛି ।

ଦୀର୍ଘ ଦିନ ଧରି ବୈପାରୀଗୁଡାଠାରେ ମାଓବାଦୀଙ୍କ କାର୍ଯ୍ୟକଳାପ ବନ୍ଦ ରହିଥିଲା । କିନ୍ତୁ କୋରାପୁଟ ଏସପିଙ୍କ ନିର୍ଦେଶରେ ଏସଓଜି ଯବାନ ମାନେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଗତକାଲି ରାତିରେ ମାଓବାଦୀ ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ଗୁଳି ବର୍ଷଣ ହୋଇଥିଲା । ଫଳରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ । ଏଥିରେ ଦୁଇ ଟପ କ୍ୟାଡର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପୋଲିସ ତରଫରୁ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି।