Bridge Collapse - The Sakala

ଉତ୍ତରପ୍ରଦେଶର ହମୀରପୁରରେ ଭୁସୁଡ଼ିଲା ନିର୍ମାଣାଧୀନ ପୋଲ: ୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଆହତ
ଉତ୍ତରପ୍ରଦେଶର ହମୀରପୁର (Hamirpur) ଜିଲ୍ଲାରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଶୁକ୍ରବାର ଭୋର ସମୟରେ ପ୍ରବଳ ଝଡ଼ତୋଫାନ ଯୋଗୁଁ ବେତୱା ନଦୀ (Betwa River) ଉପରେ ନିର୍ମାଣାଧୀନ ଥିବା ଏକ ପୋଲର କିଛି ଅଂଶ ଭୁସୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ପୋଲ ତଳେ ଶୋଇଥିବା ୬ ଜଣ ଶ୍ରମିକଙ୍କର ପ୍ରାଣହାନି ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରଶାସନ ଓ ଏସ୍‌ଡିଆର୍‌ଏଫ୍ (SDRF) ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଭୋର ୩ଟାରେ ଘଟିଲା ଅଘଟଣ

ମିଳିଥିବା ସୂଚନା ଅନୁଯାୟୀ, ଲାଲପୁରା ଥାନା ଅନ୍ତର୍ଗତ ମୋରାକନ୍ଦର (Morakandar) ଏବଂ କୁରାରାକୁ ସଂଯୋଗ କରୁଥିବା ଏହି ପୋଲର ନିର୍ମାଣ କାର୍ଯ୍ୟ ଚାଲିଥିଲା। ଶୁକ୍ରବାର ଭୋର ପ୍ରାୟ ୩ଟା ସମୟରେ ଅଚାନକ ପ୍ରବଳ ଝଡ଼ତୋଫାନ ଓ ବର୍ଷା ଆସିଥିଲା। ପାଗ ଖରାପ ହେବାରୁ କିଛି ଶ୍ରମିକ ଆଶ୍ରୟ ନେବା ପାଇଁ ପୋଲର ସ୍ଲାବ୍ ତଳେ ଓ ଉପରେ ଶୋଇଥିଲେ। ହଠାତ୍ ପୋଲର ଏକ ବିରାଟ ସ୍ଲାବ୍ ଓ ପିଲାର୍ ଭୁସୁଡ଼ି ପଡ଼ିବାରୁ ଶ୍ରମିକମାନେ ତାହା ତଳେ ଚାପି ହୋଇଯାଇଥିଲେ।

ମୃତକଙ୍କ ପରିଚୟ

ସ୍ଥାନୀୟ ପୋଲିସ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ, ଘଟଣାସ୍ଥଳରେ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଲୋକେନ୍ଦ୍ର ନିଷାଦ (୨୨), କୁଲଦୀପ ନିଷାଦ (୧୯), ସାବନ୍ତ ଯାଦବ (୨୮), ସଭାଜିତ୍ (୩୦), ପୁଷ୍ପେନ୍ଦ୍ର ଚୌହାନ (୩୪) ଏବଂ ରାଜେଶ ପାଲ (୪୨)। ତିନି ଜଣ ଶ୍ରମିକ ଏକ ପିଲାର ତଳେ ଫସି ରହିଥିଲେ, ଯେଉଁମାନଙ୍କୁ ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ବାହାର କରି ହମୀରପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଥାନା ଅଧିକାରୀ ରାଜେଶ କୁମାର ସରୋଜ କହିଛନ୍ତି ଯେ ମୃତଦେହଗୁଡ଼ିକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଭଗ୍ନାବଶେଷ ହଟାଇବା କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଶୋକ ଏବଂ ଉଦ୍ଧାର ନିର୍ଦ୍ଦେଶ

ଏହି ମର୍ମନ୍ତୁଦ ଦୁର୍ଘଟଣା ଖବର ପାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (SDRF) ଏବଂ ସ୍ଥାନୀୟ ପ୍ରଶାସନକୁ ମିଳିତ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ସହ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବର୍ତ୍ତମାନ ଭଗ୍ନାବଶେଷ ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ ତାହାର ତନ୍ନ ତନ୍ନ କରି ତଦାରଖ କରାଯାଉଛି।

ଗୁଜରାଟର ଝୁଲାପୋଲ ଭାଙ୍ଗିବା ଘଟଣା : ନଭେମ୍ବର ୧୪ରେ ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଗୁଜରାଟର ମୋରବିରେ ଝୁଲାପୋଲ ଭାଙ୍ଗିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଦୁଃଖଦାୟକ ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ଵାର୍ଥ ମାମଲା ରୁଜୁ କରାଯାଇଛି। ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୧୪ ରେ କରାଯିବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି। ଏବେସୁଦ୍ଧା ଘଟଣାରେ ମୃତକଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଛି।

ସୂଚନା ଅନୁଯାୟୀ, ଜଣେ ଆଇନଜୀବୀଙ୍କ ଦ୍ଵାରା ସର୍ବୋଚ୍ଚ ନ୍ୟାୟାଳୟରେ ଏନେଇ ଏକ ଜନସ୍ଵାର୍ଥ ମାମଲା ଦାୟର କରାଯାଇଛି। ସୁପ୍ରିମକୋର୍ଟ ଯାଚିକାକୁ ସ୍ଵୀକାର କରି ମାମଲାର ଶୁଣାଣି ନଭେମ୍ବର ୧୪ରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ପୁରାତନ ସ୍ମାରକ ଏବଂ ସେତୁର ସର୍ବେକ୍ଷେଣ କରାଯାଇ ଏହାର ମୂଲ୍ୟାଙ୍କନ ନିମନ୍ତେ କମିଟି ଗଠନ କରିବାକୁ ଦାବି କରିଛନ୍ତି।

ଏଥି ସହିତ ପୋଲ ଭୁଶୁଡ଼ିବା ଯୋଗୁ ୧୩୪ ଜଣଙ୍କ ସଲୀଳ ସମାଧୀ ପଛରେ ଠିକା ସଂସ୍ଥାର ଅବହେଳା ରହିଥିବା ମାମଲାରେ ଦର୍ଶାଯାଇଛି।  ବିନା ଟେଣ୍ଡରରେ ଏଲଇଡି ବଲକ ନିର୍ମାଣକାରୀ କମ୍ପାନୀ ଅଜନ୍ତା ଓରବେକୁ ଦିଆଯାଇଥିଲା ମରାମତି ଦାୟିତ୍ବ । ଶତାୟୁ ପୋଲର ରକ୍ଷଣାବେକ୍ଷଣ, ମରାମତି ପାଇଁ ଓରେଭା କମ୍ପାନୀ ସହ ଚୁକ୍ତି କରିଥିଲା ମୋରବି ନଗର ନିଗମ । ୨୦୩୭ ପର୍ଯ୍ୟନ୍ତ ପୋଲର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲା ଓରେଭା । ୭ମାସ ଧରି ବ୍ରିଜ ମରାମତି କାମ ଚାଲିଥିବାରୁ ଏହାକୁ ବନ୍ଦ ରଖାଯାଇଥିଲା । ହେଲେ ମରାମତି କାମ କରୁଥିବା କମ୍ପାନୀ ପୋଲର ପୁରୁଣା ତାର ମଧ୍ୟ ବଦଳାଇ ନଥିଲା ।

କିନ୍ତୁ ପୋଲର ଆୟୂଷ ଆହୁରି ୮ବର୍ଷ ବଢ଼ିଯାଇଛି ବୋଲି କମ୍ପାନୀ କହିଥିଲା । ମାତ୍ର ୫ ଦିନ ତଳେ ପୋଲ ସର୍ବସାଧଧାରଣଙ୍କ ପାଇଁ ଖୋଲା ଯାଇଥିବା ବେଳେ କମ୍ପାନୀକୁ ଫିଟନେସ ସାର୍ଟିଫିକେଟ ପ୍ରଦାନ କରାଯାଇ ନଥିବା ଜଣାପଡ଼ିଛି । ଘଟଣାରେ ଠିକା ସଂସ୍ଥା ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ଓରେଭା ଫାର୍ମର ୨ ମ୍ୟାନେଜର, ୨ ଜଣ କଣ୍ଟ୍ରାକ୍ଟର, ୨ ଜଣ ଟିକେଟ କ୍ଲର୍କ, ୩ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରାଯାଇଛି ।

ମରାମତି କାର୍ଯ୍ୟରେ ଓରେଭା କର୍ତ୍ତୃପକ୍ଷ ଅନେକ ଗାଇଡଲାଇନ ଉଲ୍ଲଂଘନ କରିଥିବା ସୂଚନା ମିଳିଛି । ଓରେଭା ମରାମତି କାମ ନିଜେ ନକରି ଦେବପ୍ରକାଶ ସଲ୍ୟୁସନ ନାମକ ଏକ ସଂସ୍ଥାକୁ କାର୍ଯ୍ୟଭାର ଦେଇଥିଲା । ୨୦୩୭ ମସିହା ଯାଏ ଓରେଭାକୁ ଏହି ବ୍ରିଜ ଦାୟିତ୍ବ ଦିଆଯାଇଥିବାବେଳେ ପ୍ରତିବର୍ଷ ଟିକେଟ ଦର ବଢାଇବା ଲାଗି ମଧ୍ୟ କୁହାଯାଇଥିଲା । ଫରେନସିକ ଲାବରେଟୋରୀର ରିପୋର୍ଟ ଅନୁସାରେ ବ୍ରିଜ ଉପରେ ପ୍ରବଳ ଜନସମାଗମ ହେବାରୁ ପୋଲଟି ଖସି ପଡିଥିଲା । ବଡ଼ କଥା ହେଉଛି ପୋଲର ଉଭୟ ମୁଣ୍ଡରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ଘଟିଥିଲା । କାରଣ ସେଠାରେ ପାଣି ନଥିବାରୁ ଲୋକ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲେ ।

ସୂଚନାଯୋଗ୍ୟ ଯେ, ରବିବାର ଗୁଜରାଟର ମୋରବିରେ ଝୁଲନ୍ତାପୋଲ ଭୁଶୁଡିବା ଘଟଣାରେ ଏ ପର୍ଯ୍ୟନ୍ତ ୧୪୧ଜଣଙ୍କ ପ୍ରାଣହାନୀ ଘଟି ସାରିଛି। ସାତ ମାସର ମରାମତି ପରେ ବିନା ଫିଟନେସ୍ ପ୍ରମାଣ ପତ୍ରରେ କିପରି ପୋଲ ଖୋଲିବାକୁ ଅନୁମତି ଦିଆଗଲା ସେ ନେଇ ପ୍ରଶ୍ନ ଉଠିଛି। ଘଟଣାରେ ଏ ପର୍ଯ୍ୟନ୍ତ ନଅ ଜଣଙ୍କୁ ଗିରଫ କରାଯାଇଛି। ଗିରଫକାରୀଙ୍କ ମଧ୍ୟରେ ଓରେଭା କମ୍ପାନିର ୨ ମ୍ୟାନେଜର, ୨ ଟିକେଟ୍ କ୍ଲର୍କ, ୩ ସିକ୍ୟୁରିଟି ଗାର୍ଡ ଏବଂ ୨ ମରାମତି କଣ୍ଟ୍ରାକ୍ଟର ସାମିଲ୍। ଆହୁରି ଲୋକ ଗିରଫ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ ଏସଆଇଟି ନିଜର ତଦନ୍ତ ଚଳାଇଛି।

ଗୁଜରାଟ ଝୁଲା ପୋଲ ଭୁଶୁଡ଼ିବା ଘଟଣା : ମୃତ୍ୟୁ ସଂଖ୍ୟା ୧୪୧କୁ ବୃଦ୍ଧି
ଅହମ୍ମଦାବାଦ : ଗୁଜରାଟର ରାଜକୋଟ ସହର ଠାରୁ ପ୍ରାୟ ୬୦ କିମି ଦୂର ମୋରବୀ ସହରରେ ଏକ ଝୁଲାପୋଲ ଛିଣ୍ଡି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି ସନ୍ଧ୍ୟାରେ ଘଟିଥିବା ଏହି ଅଘଟଣରେ ରାତି ସୁଦ୍ଧା ୯୧ ଲୋକଙ୍କ ମୃତ୍ୟୁ ଖବର ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବାରେ ବୋଲି ଆଶଙ୍କା କରାଯାଉଛି।ସେପଟେ ଦୁର୍ଘଟଣା ପରେ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୯ ଜଣ ଏବେବି ଚିକିତ୍ସାଧୀନ ଅଛନ୍ତି। ଉଦ୍ଧାର କାର୍ୟ୍ୟରେ ଆର୍ମି, ନେଭି ଓ ଏୟାରଫୋର୍ସ ତିନି ସେନାର ଶତାଧିକ ଯବାନ ସାମିଲ ଅଛନ୍ତି। ବାୟୁସେନା ପକ୍ଷରୁ ଗରୁଡ଼ କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି। ଏନ୍‌ଡିଆର୍‌ଏଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ରାତିସାରା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏବେ ବି ନଦୀ ମଧ୍ୟରେ ସର୍ଚ୍ଚ ଅପରେସନ କରାଯାଉଛି।

ସୂଚନାଯୋଗ୍ୟ  ମଛୁ ନଦୀ ଉପରେ ମାତ୍ର ୪ ଦିନ ତଳେ କାର୍ଯ୍ୟକ୍ଷମ ହୋଇଥିବା ଏହି ଝୁଲାପୋଲରେ ରବିବାର ସନ୍ଧ୍ୟାରେ ଲୋକମାନେ ଯାତାୟାତ କରୁଥିବା ବେଳେ ଗୋଟିଏ ପାର୍ଶ୍ବର ଲୌହ ଦଉଡ଼ି ଛିଣ୍ଡିଯିବାରୁ ଏହା ଅଚାନକ ଭୁଶୁଡ଼ି ପଡ଼ିଥିଲା।ନିକଟରେ ଏହି ଝୁଲା ପୋଲର ମରାମତି ପରେ ଯାତାୟତ ଆରମ୍ଭ ହୋଇଥିଲା। ଗତକାଲି ଛଠ୍ ପର୍ବ ପାଳନ ପାଇଁ ଏଠି ଲୋକେ ଏକାଠି ହୋଇଥିଲେ। ଏକାସଙ୍ଗେ ଶତାଧିକ ଲୋକ ପୋଲ ଉପରେ ପ୍ରବେଶ କରିବାକୁ ଏହି ଅଘଟଣ ଘଟିଛି । ପୋଲ ତଳେ ନଦୀରେ ୧୫ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଥିଲା। ‌ନଦୀକୁ ଖସିପଡ଼ିଥିବା ଏବଂ ପୋଲରେ ଅଟକି ରହିଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର ପାଇଁ ଚିତ୍କାର କରିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ପୋଲ ଭୁଶୁଡ଼ିବା ବେଳେ ବ୍ରିଜ୍ ଉପରେ ପ୍ରାୟ ୫୦୦ ଲୋକେ ଥିଲେ। ମୃତକଙ୍କ ମଧ୍ୟରେ ୫୦ରୁ ଅଧିକ ମହିଳା ଓ ଶିଶୁ ଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛ। ଲୋକଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଥିଲେ ହେଁ ରାତି ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢିଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ରହିଥିବା କୁହାଯାଉଛି।

ଗୁଜରାଟ ସୂଚନା ବିଭାଗ କହିଛି, ପ୍ରାୟ ୧୭୭ଜଣଙ୍କୁ ଉଦ୍ଧାର କରାଯାଇଛି। ଆହତ ହୋଇଥିବା ୧୯ଜଣ ଚିକିତ୍ସାଧୀନ ଅଛନ୍ତି। ସେନା, ନୌସେନା, ବାୟୁସେନା, ‘ଏନ୍‌ଡିଆର୍‌ଏଫ୍‌’ ଏବଂ ଅଗ୍ନିଶମ ବାହିନୀ ତଲାସ ଅଭିଯାନ ଚଳାଇଛନ୍ତି।ରାଜକୋଟ ଏବଂ ସୁରେନ୍ଦ୍ରନଗର ସମେତ କେତେଗୁଡ଼ିଏ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରାୟ ୪୦ଜଣ ଡାକ୍ତର ମୋର୍‌ବୀ ସିଭିଲ୍‌ ହସ୍‌ପିଟାଲ୍‌ରେ ଜରୁରୀ ଚିକିତ୍ସା ସେବା ଚଳାଇଛନ୍ତି। ଚିକିତ୍ସାଧୀନ ୧୯ଜଣ ଆହତଙ୍କ ମଧ୍ୟରୁ ଉନ୍ନତ ଚିକିତ୍ସା ନିମନ୍ତେ ୩ଜଣଙ୍କୁ ରାଜକୋଟ ହସ୍ପିଟାଲ୍‌କୁ ରେଫର୍‌ କରାଯାଇଛି।

ବହୁ ସଂଖ୍ୟକ ଉଦ୍ଧାରକାରୀ ଦଳ ମୁତୟନ କରାଯାଇ ଫସି ରହିଥିବା ଲୋକଙ୍କୁ ନଦୀ ମଧ୍ୟରୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଥିବା ଗୁଜରାଟ ପୁଲିସ ମହାନିର୍ଦ୍ଦେଶକ ଆଶିଷ ଭାଟିଆ କହିଛନ୍ତି। ଏହି ଦୁଃଖଦ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳର ବହୁ ନେତା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣା ସମ୍ପର୍କରେ କଥା ହୋଇଥିଲେ।

ଏହି ଘଟଣାରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ସମେତ ଆହତଙ୍କ ପ୍ରତି ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି।