Delhi Air Pollution - The Sakala

ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀ; ଆଜିଠୁ ନୋ ପିୟୁସି ନୋ ଫୁଏଲ୍ ନିୟମ ଲାଗୁ
ନୂଆଦିଲ୍ଲୀ: ପ୍ରଦୂଷଣରେ ଅଣନିଶ୍ବାସୀ ରାଜଧାନୀ ଦିଲ୍ଲୀ। ବାୟୁରେ ବିଷ, ନିଶ୍ବାସ ନେବାରେ କଷ୍ଟ। ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀ ଓ ଏନସିଆର୍। ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାରଙ୍କ ଯାନବାହାନ ନିୟମାବଳୀ ଏବେ ସାରା ସହରରେ କଡ଼ାକଡ଼ି ଲାଗୁ କରାଯାଇଛି । BS6 ଇଞ୍ଜିନ ଥିବା ଯାନ ବ୍ୟତୀତ ଅନ୍ୟ ସମସ୍ତ ଯାନବାହନକୁ ଦିଲ୍ଲୀ ସୀମାରେ ଅଟକାଯାଉଛି । ଦିଲ୍ଲୀ ପୁଲିସ ଲୋକଙ୍କୁ BS5, BS4 ଏବଂ BS3 ଇଞ୍ଜିନ ଥିବା ଯାନଗୁଡ଼ିକୁ ଫେରାଇବାକୁ ଅନୁରୋଧ କରୁଛି, କାରଣ ଏଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।

ଆଜିଠାରୁ, BS6 ଅନୁପାଳନ ନଥିବା ବାହାର ରାଜ୍ୟରୁ ଦିଲ୍ଲୀରେ ପଞ୍ଜିକୃତ ହୋଇଥିବା କୌଣସି ଯାନକୁ ରାଜଧାନୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଏହି ନିୟମ କାର୍ଯ୍ୟକାରୀ ହେବା ପରଠାରୁ, ଦିଲ୍ଲୀରେ ପ୍ରବେଶ କରୁଥିବା ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହିତ ଦିଲ୍ଲୀରେ ଆଜିଠୁ ନୋ ପିୟୁସି ନୋ ଫୁଏଲ୍ ନିୟମ ଲାଗୁ ହୋଇଛି । କାର କିମ୍ବା ବାଇକରେ ପଲ୍ୟୁସନ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପରେ ମିଳିବ ନାହିଁ ଇନ୍ଧନ । ସମସ୍ତେ ନିଜ ବାଇକ ଓ କାର ପାଇଁ ପଲ୍ୟୁସନ୍ ସାର୍ଟିଫିକେଟ୍ ବନାଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ସବୁ ସଂସ୍ଥାର ୫୦ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ୍ ହୋମ୍ ମୋଡରେ କାମ କରିବେ। ବାକି ୫୦ ପ୍ରତିଶତ ଅଫିସ ଆସିବେ ବୋଲି ନିର୍ଦ୍ଦେଶନାମା ସମସ୍ତ ସରକାରୀ ସଂସ୍ଥା ଓ ପ୍ରାଇଭେଟ କମ୍ପାନୀ ପାଇଁ ଲାଗୁ ହୋଇଛି । ଭୟଙ୍କର ପ୍ରଦୂଷଣକୁ ଦେଖି ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ଯିଏ ନ ମାନିବ, ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

ପ୍ରଦୂଷଣ ସ୍ଥିତିରେ କୌଣସି ସୁଧାର ଆସୁ ନ ଥିବାବେଳେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହି ମାମଲା ଉପରେ ଶୁଣାଣି କରି ରାଜଧାନୀ ପ୍ରବେଶ ପଥରେ ଟୋଲ୍‌ ପ୍ଲାଜାକୁ ନେଇ ସୁପ୍ରିମକୋର୍ଟ ଏନ୍‌ଏଚ୍‌ଏଆଇ ଏବଂ ଦିଲ୍ଲୀ ପୌର ନିଗମ (ଏମସିଡି)କୁ ଭର୍ତ୍ସନା କରିଛନ୍ତି। ଏନ୍‌ଏଚଆଇକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ବିଶେଷ କରି ଦିଲ୍ଲୀ-ଗୁରୁଗାଁଓ ସୀମାରେ ଥିବା ଟୋଲ୍‌ ପାଇଁ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏଥିଯୋଗୁଁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ ଜାମ୍‌ ରହୁଥିବାବେଳେ ବାୟୁ ପ୍ରଦୂଷଣ ବଢୁଛି। ଏହା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଦେଉଛି ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି। ପ୍ରଦୂଷଣସ୍ତର ସବୁଠାରୁ ସାଂଘାତିକ ଥିବାବେଳେ ଜାନୁଆରୀ ୩୧ ପର୍ଯ୍ୟନ୍ତ ୯ଟି ଟୋଲ୍‌ରୁ ଆଦାୟ କାହିଁକି ବନ୍ଦ କରିପାରିବେନି ବୋଲି ପଚାରିଛନ୍ତି। ଟ୍ରାଫିକ ଜାମରୁ ମୁକ୍ତି ଲାଗି ଟୋଲ୍‌ ପ୍ଲାଜାକୁ କିଛି ସମୟ ପାଇଁ ବନ୍ଦ କରିବାକୁ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏମସିଡିକୁ ୭ ଦିନ ସମୟ ଦେଇଛନ୍ତି।

ଲୋକସଭାରେ ଦିଲ୍ଲୀ ବାୟୁ ପ୍ରଦୂଷଣ ପ୍ରସଙ୍ଗ: ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବରେ ରାଜି ହେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଭାରତରେ ଦେଖାଦେଇଥିବା ଭୟାବହ ବାୟୁ ପ୍ରଦୂଷଣ ସ୍ଥିତିକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ସଂସଦ ଅଧିବେଶନ ସମୟରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ବାୟୁ ପ୍ରଦୂଷଣ ବର୍ତ୍ତମାନ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟରେ ପରିଣତ ହୋଇଛି, ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ତେବେ ଏହି ସମସ୍ୟାର ମୁକାବିଲା ପାଇଁ ସେ କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣ ସହଯୋଗର ପ୍ରସ୍ତାବ ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା କୌଣସି ରାଜନୈତିକ ବିବାଦର ବିଷୟ ନୁହେଁ, ବରଂ ଦେଶବାସୀଙ୍କ ଜୀବନ ସହ ଜଡ଼ିତ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ନେଉଥିବା ପଦକ୍ଷେପରେ ବିରୋଧୀ ଦଳ ସମ୍ପୂର୍ଣ୍ଣ ସାହାଯ୍ୟ କରିବ ବୋଲି ସେ ଗୃହକୁ ଆଶ୍ୱାସନା ଦେଇଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି ଯେ ବାୟୁ ପ୍ରଦୂଷଣ କାରଣରୁ ଲକ୍ଷ ଲକ୍ଷ ଶିଶୁଙ୍କ ଭବିଷ୍ୟତ ଅନ୍ଧକାରମୟ ହେଉଛି ଏବଂ ସେମାନେ ଫୁସଫୁସ ଜନିତ ରୋଗର ଶିକାର ହେଉଛନ୍ତି। କେବଳ ଶିଶୁ ନୁହଁନ୍ତି, ବୟସ୍କମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ଏବଂ ଲୋକମାନେ କର୍କଟ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହା କୌଣସି ରାଜନୈତିକ ବା ବିଚାରଧାରାଗତ ପ୍ରସଙ୍ଗ ନୁହେଁ, ବରଂ ଏକ ଜନସ୍ୱାସ୍ଥ୍ୟ ସମସ୍ୟା। ତେଣୁ ସରକାର ଏବଂ ବିରୋଧୀ ମିଳିତ ଭାବେ ଏହାର ମୁକାବିଲା କରିବା ଉଚିତ।

ରାହୁଲ ଗାନ୍ଧୀ ଆହୁରି କହିଥିଲେ ଯେ ଏହା ଏମିତି ଏକ ପ୍ରସଙ୍ଗ ଯେଉଁଥିରେ ପୂରା ଗୃହ ଏକମତ ହେବ। ଏହା ଆଦୌ ବିଚାରଧାରାର ପ୍ରସଙ୍ଗ ନୁହେଁ। ଏହି ପ୍ରସଙ୍ଗରେ ଉଭୟ ସରକାର ଓ ବିରୋଧୀ ଦାୟିତ୍ୱର ସହ ମତ ରଖିବା ଦରକାର। ସରକାର ପୂର୍ଣ୍ଣକାଳୀନ ବିତର୍କ ପାଇଁ ସମୟ ବାହାର କରିବା ସହ ପଦକ୍ଷେପ ନେବାକୁ କମିଟି ଗଠନ କରନ୍ତୁ ବୋଲି ସେ କହିଥିଲେ। ସେପଟେ ଏହି ପ୍ରସଙ୍ଗ ନେଇ ସରକାର ଆଲୋଚନା କରିବାକୁ ରାଜି ବୋଲି ସଙ୍କେତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ।

କିଏ ଶୁଣିବ ମା’ର ଦୁଃଖ? ଦିଲ୍ଲୀରେ ବାୟୁ ପ୍ରଦୂଷଣ ପାଇଁ ଜୀବନମରଣ ସହ ସଂଘର୍ଷ କରୁଛି ଦୁଇ ବର୍ଷର ଶିଶୁ !
ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆରରେ ବାୟୁ ପ୍ରଦୂଷଣ ନାକେଦମ କଲାଣି। ପ୍ରଦୂଷଣ ସ୍ତର ହ୍ରାସ ପାଇବା ବଦଳରେ ଦୀର୍ଘ ଦିନ ହେଲା ବୃଦ୍ଧି ପାଇ ଚାଲିଛି। ଏହା ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ସରକାର ସ୍ଥିତିକୁ ଦେଖି ହାତ ଟେକି ଦେଇଛନ୍ତି। ଖାଲି ପ୍ରଦୂଷଣ କେନ୍ଦ୍ର ଆଖପାଖରେ ପାଣି ଟାଙ୍କି ବୁଲାଇ ଦିଲ୍ଲୀକୁ ଥଣ୍ଡା ରଖିବାକୁ ଦିଲ୍ଲୀ ସରକାର ପ୍ରୟାସ କରୁଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଦୂଷଣରେ ଲୋକେ ତ୍ରାହି ତ୍ରାହି ଡାକୁ ଥିବାବେଳେ ସରକାର ନିଦାବିଷ୍ଣୁ ସାଜିଛନ୍ତି।

ପ୍ରଦୂଷଣକୁ ନେଇ ଦିଲ୍ଲୀରେ ରହୁଥିବା ଜଣେ ମହିଳା ଏକ ହୃଦୟ ବିଦାରକ ଭିଡିଓ ସେୟାର କରିଛନ୍ତି। ଏହା ଦିଲ୍ଲୀରେ ବାୟୁ ପ୍ରଦୂଷଣର ଭୟାବହତାକୁ ଦେଖାଉଛି। ପ୍ରଦୂଷଣ ପାଇଁ ତାଙ୍କ ଦୁଇ ବର୍ଷର ପୁଅ ଜୀବନମରଣ ସହ ସଂଘର୍ଷ କରୁଛି। ଶ୍ବାସକ୍ରିୟା ସମ୍ବନ୍ଧିତ ସମସ୍ୟା ଯୋଗୁଁ ବାଧ୍ୟ ହୋଇ ଶିଶୁର ନାକ ଏବଂ ଗଳା ଅସ୍ତ୍ରୋପଚାର କରିବାକୁ ପଡୁଛି। ଦିଲ୍ଲୀକୁ ଆସିବାର ଫଳ ଏବେ ତାଙ୍କ ଶିଶୁ ଭୋଗ କରୁଛି ବୋଲି ମାଆ କୋହଭରା କଣ୍ଠରେ କହିଛନ୍ତି। ଏହି ମହିଳାଙ୍କ ନାମ ସାକ୍ଷୀ ପାହ୍ବା। ତାଙ୍କ ପରିବାର ୨ ବର୍ଷ ତଳେ ଦିଲ୍ଲୀକୁ ଆସିଥିଲେ। ଏଠାକୁ ଆସିବାର କିଛି ମାସ ପରେ ପୁଅର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଥିଲା। କାଶ, କଫ ସହିତ ଆଲର୍ଜି ହେବାରୁ ଶ୍ବାସକ୍ରିୟା ସମ୍ବନ୍ଧିତ ସମସ୍ୟା ସୃଷ୍ଟି ହୋଇଥିଲା। କୌଣସି ଔଷଧ କାମ ଦେଇ ନ ଥିଲା। ପ୍ରଦୂଷଣ ପାଇଁ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଥିଲା।

ଡାକ୍ତରଙ୍କୁ ଦେଖାଇବାରୁ ଆଡେନୋଇଡ୍‌ସ ଏବଂ ଚତୁର୍ଥ ପର୍ଯ୍ୟାୟ ଟନ୍‌ସିଲରେ ପୀଡ଼ିତ ଥିବା କହିଥିଲେ। ଅସ୍ତ୍ରୋପଚାର ଏହାର ଉତ୍ତମ ଚିକିତ୍ସା ବୋଲି ବର୍ଣ୍ଣନା କରିଥିଲେ। ପୁଅର ଏହି ସ୍ଥିତି ପାଇଁ ଦିଲ୍ଲୀ ପ୍ରଦୂଷଣ ଏବଂ ସରକାରଙ୍କ କାର୍ଯ୍ୟହୀନତାକୁ ଦୋଷ ଦେଇଛନ୍ତି। ତାଙ୍କ ପୁଅ ହସ୍ପିଟାଲ ବେଡ୍‌ରେ ପଡ଼ିଥିବା ଦେଖିବାକୁ ମିଳୁଛି। ମହିଳା କହୁଛନ୍ତି ଯେ ଦିଲ୍ଲୀ ପ୍ରଦୂଷଣ ପାଇଁ ନିଷ୍ପାପ ଶିଶୁର ଅସ୍ତ୍ରୋପଚାର ହୋଇଛି। ଆମେ ଟିକସ ଦେଉଛୁ ଏବଂ ଏହାର ପ୍ରତିବଦଳରେ ଶିଶୁକୁ ମେଡିକାଲରେ ଭର୍ତ୍ତି ହେବାକୁ ପଡୁଛି। ଏହି ଭିଡିଓକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକ ବଡ଼ ବିକ୍ଷୋଭ ପ୍ରଦର୍ଶନ ହେଲେ ଦେଶର ସ୍ଥିତି ବଦଳିବ ବୋଲି ଲୋକେ କହୁଛନ୍ତି।

ବିପଜ୍ଜନକ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ: ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ; ଲାଗୁ ହେବ ଗ୍ରାପ୍‌-୪, ଜାରି ରହିବ କଟକଣା
ନୂଆଦିଲ୍ଲୀ: ପ୍ରାଣଘାତୀ ଦିଲ୍ଲୀ ବାୟୁ । ଅତ୍ୟନ୍ତ ଖରାପ ସ୍ଥିତିରେ ପହଁଚିଛି ଦିଲ୍ଲୀ ବାୟୁ ପ୍ରଦୂଷଣ । ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ରହିବ । ଅନଲାଇନ୍‌ରେ ପାଠପଢ଼ିବେ ଛାତ୍ରଛାତ୍ରୀ । ପ୍ରବଳ ପ୍ରଦୂଷଣ ହେବାରୁ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ପ୍ରଦୂଷଣକୁ ନେଇ ସ୍ଥିତି ଜଟିଳ ରହିଥିବା ବେଳେ ସରକାର ଏବଂ ବାୟୁ ମାନ ପରିଚାଳନା ଆୟୋଗ(ସିଏକ୍ୟୁଏମ୍‌)ର ଭୂମିକାକୁ ନେଇ ସୁପ୍ରିମକୋର୍ଟ ବର୍ଷିଛନ୍ତି। ପ୍ରଦୂଷଣ ବଢିବା ସହିତ ଦିଲ୍ଲୀ ବାୟୁସ୍ତର ବେଳକୁ ବେଳ ଖରାପ ହେବାରେ ଲାଗିଥିଲା। ଏହାଦ୍ବାରା ସାଧାରଣ ଜନଜୀବନ ପ୍ରତି ବିପଦ ବଢିଥିଲା। ଏହାସତ୍ତ୍ବେ ଦିଲ୍ଲୀରେ ଗ୍ରାପ୍‌( ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ ପ୍ଲାନ)-୩ ଲାଗୁ କରିବାକୁ କାହିଁକି ବିଳମ୍ବ ହେଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଆଗକୁ ବାୟୁ ମାନରେ ଉନ୍ନତି ଆସିଲେ ବି ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ ଗ୍ରାପ୍‌ ନିୟମ ପ୍ରତ୍ୟାହାର କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ଏ ଏସ୍‌ ଓକା ଏବଂ ଜଷ୍ଟିସ୍‌ ଏ ଜି ମାସିଙ୍କ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ତାଗିଦ୍‌ କରି କହିଛନ୍ତି।

ଏହାବ୍ୟତୀତ କେବଳ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ କାହିଁକି, ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ବାୟୁର ମାନ ଯାହା ରହିଛି ତାହା ଅତ୍ୟନ୍ତ ବିପଜ୍ଜନକ। ୨୪ଟି ସିଗାରେଟ୍‌ ଟାଣିବା ଦ୍ବାରା ଶରୀର ଉପରେ ଯେଭଳି ପ୍ରତିକୂଳ ପ୍ରଭାବ ପଡ଼ିବ ବର୍ତ୍ତମାନର ବାୟୁସ୍ତର ମଣିଷ ଶରୀରରେ ସେଭଳି ପ୍ରଭାବ ପକାଉଛି। ତେଣୁ କେବଳ ନବମ କିମ୍ବା ଦଶମ ଶ୍ରେଣୀ କାହିଁକି ଦ୍ବାଦଶ ଶ୍ରେଣୀର ପିଲା ମଧ୍ୟ ସ୍କୁଲ ନ ଯିବା ଉଚିତ ବୋଲି ଖଶ୍ଡପୀଠ କହିଛନ୍ତି। ଦ୍ବାଦଶ ଶ୍ରେଣୀ ପିଲାଙ୍କ ଫୁସ୍‌ଫୁସ୍‌ ଦଶମ ଶ୍ରେଣୀରେ ପଢୁଥିବା ପିଲାଙ୍କ ଫୁସ୍‌ଫୁସ୍‌ ଠାରୁ କ’ଣ ଅଲଗା କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ସେହିପରି ସିଏକ୍ୟୁଏମ୍‌ର ଉପ କମିଟି ଗ୍ରାପ୍‌-୩ ଏବଂ ଗ୍ରାପ୍‌-୪ ନିୟମ ଜାରି କରିବାରେ ଭୁଲ ପଦକ୍ଷେପ ନେଇଛନ୍ତି ବୋଲି ଖଣ୍ଡପୀଠ କହିବା ସହିତ ବାୟୁ ମାନରେ ଉନ୍ନତି ଆସିବା ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରିବାରେ କାହିଁକି ଅପେକ୍ଷା କରାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି।

ସାଂପ୍ରତିକ ସ୍ଥିତିରେ ଦିଲ୍ଲୀ ବ୍ୟତୀତ ଏନସିଆର ଅଞ୍ଚଳକୁ ଲାଗି ରହିଥିବା ରାଜ୍ୟଗୁଡିକରେ ମଧ୍ୟ ଗ୍ରାପ୍‌-୪ ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ୍ୟୁଆଇ ସ୍ତର ୪୫୦ରୁ କମ୍‌ ରହିଲେ ମଧ୍ୟ ଗ୍ରାପ୍‌-୪ ନିୟମ ବଳବତ୍ତର ରଖିବା ନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାର ଏବଂ ସିଏକ୍ୟୁଏମକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସୋମବାର ଦିଲ୍ଲୀ ବାୟୁସ୍ତର ମାନକୁ ନେଇ ପରୀକ୍ଷଣ କରାଯାଇଥିଲା ବେଳେ ଅନେକ ସ୍ଥାନରେ ଏକ୍ୟୁଆଇ ୪୮୦ରୁ ଅଧିକ ରହିଥିବା ଜଣାପଡ଼ିଥିଲା। ଏପରିକି କେତେକ ସ୍ଥାନରେ ଏହା ୯୦୦ ଟପିଥିବା ମଧ୍ୟ ରେକର୍ଡ କରାଯାଇଥିଲା। ଯାହାକି ଅତ୍ୟନ୍ତ ବିପଦ ଶ୍ରେଣୀ (ସିଭିୟର ପ୍ଲସ୍‌)ର ବୋଲି ଜଣାପଡ଼ିଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହିତ କୋର୍ଟ ରୁମ୍‌ରେ ମଧ୍ୟ ଏକ୍ୟୁଆଇ ସ୍ତର ୯୦୦ ରହିଛି ବୋଲି କହିଥିଲେ।

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି, ଲୋକଙ୍କୁ ଘରେ ରହିବାକୁ ଡାକ୍ତରଙ୍କ ପରାମର୍ଶ
ନୂଆଦିଲ୍ଲୀ: ବିଶ୍ବର ସବୁଠୁ ପ୍ରଦୂଷିତ ରାଜଧାନୀ ଦିଲ୍ଲୀର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଠାରେ ନିଃଶ୍ବାସ ନେବା ବିପଜ୍ଜନକ ହୋଇଯାଇଛି। କ୍ରମାଗତ ଦ୍ବିତୀୟ ଦିନରେ ଶୁକ୍ରବାର ଦିଲ୍ଲୀ ବାୟୁ ସବୁଠୁ ବିଷାକ୍ତ ପାଲଟି ଯାଇଛି। ଏହା ଶ୍ବାସକ୍ରିୟା ପାଇଁ ଅନୁପଯୋଗୀ ପାଲଟି ଯାଇଛି। ଘରେ ରହିବାକୁ ଡାକ୍ତର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବାହାରକୁ ବାହାରିଲେ ଶ୍ବାସକ୍ରିୟା ସମ୍ବନ୍ଧିତ ରୋଗରେ ହେବାର ସମ୍ଭାବନା ରହିଛି। ପ୍ରଦୂଷଣ ଉପରେ ନଜର ରଖୁଥିବା ୩୯ଟି ଷ୍ଟେସନ ମଧ୍ୟରୁ ୩୨ଟିର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଅତ୍ୟନ୍ତ ଗମ୍ଭୀର ରହିଛି। ସ୍ଥିତିକୁ ଦେଖି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି କରିଦିଆଯାଇଛି। ଅନ୍‌ଲାଇନରେ ପାଠ ପଢ଼ାଇବା ପାଇଁ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏୟାର କମିଶନ ଫର୍‌ ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ) ଏନ୍‌ସିଆର ଅର୍ଥାତ୍‌ ହରିୟାଣା, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରୁ ଦିଲ୍ଲୀ ଆସୁଥିବା ବସ୍‌ ଉପରେ କଟକଣା ଲଗାଇ ଦେଇଛନ୍ତି। ତେବେ ସିଏନ୍‌ଜି ଏବଂ ଇଲେକ୍‌ଟ୍ରିକ୍‌ ଗାଡ଼ି ସହିତ ବିଏସ୍‌-୬ ଡିଜେଲ ବସ୍‌କୁ କଟକଣା ମୁକ୍ତ ରଖାଯାଇଛି।

ଏପରି ସମୟରେ ଆମେରିକା ବୈଜ୍ଞାନିକ ହିରେନ ଜେଠୱା ଦିଲ୍ଲୀର ଉପଗ୍ରହ ଚିତ୍ର ସେୟାର କରିଛନ୍ତି। ଗୁରୁବାରର ଏହି ଚିତ୍ରରେ ଦିଲ୍ଲୀ ପ୍ରଦୂଷଣ ବଳୟରେ ଥିବା ଦେଖାଯାଉଛି। ହିରେନଙ୍କ ଫଟୋକୁ ନାସା ପକ୍ଷରୁ ମଧ୍ୟ ସେୟାର କରାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀରେ ଆଜିଠାରୁ ଗ୍ରେଡେଡ ରେସ୍‌ପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍‌-୩) କାର୍ଯ୍ୟକାରୀ ହୋଇଛି। ଏହା ଅଧିନରେ ଦିଲ୍ଲୀ-ଏନ୍‌ସିଆରରେ ନିର୍ମାଣ, ଖନନ ଏବଂ ଭଙ୍ଗାରୁଜା ହୋଇପାରିବ ନାହିଁ। ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଏବଂ ଗୌତମବୁଦ୍ଧନଗରରେ ବିଏସ୍‌-୩ ପେଟ୍ରୋଲ ଏବଂ ବିଏସ-୪ ଡିଜେଲ ଗାଡ଼ି ଚାଲିପାରିବ ନାହିଁ। ଏହା ମଧ୍ୟରେ ଭିଡ଼ରୁ ବର୍ତ୍ତିବା ଲାଗି କେନ୍ଦ୍ର, ଏମ୍‌ସିଡି ଏବଂ ଦିଲ୍ଲୀ ସରକାରୀ କର୍ମଚାରୀଙ୍କ ପାଇଁ ଅଲଗା ଅଲଗା ସମୟ ଧାର୍ଯ୍ୟ କରାଯାଇଛି।

ସାଙ୍ଘାତିକ ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ, ଲାଗୁ ହେଲା ଅଡ୍‌-ଇଭେନ୍‌ ଫର୍ମୂଲା
ନୂଆଦିଲ୍ଲୀ: ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀର ବାୟୁ । ଭୟଙ୍କର ବାୟୁ ପ୍ରଦୂଷଣ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ଦିଲ୍ଲୀକୁ ଢ଼ାଙ୍କି ହୋଇ ରହିଛି ମୋଟା ଧୂଳି ଓ ଧୂଆଁର ଚାଦର। ଫଳରେ ଭଲଭାବେ ଦୃଶ୍ୟମାନ ହେଉନାହିଁ। ପ୍ରଦୂଷଣ ଏତେ ମାତ୍ରାରେ ବଢିଯାଇଛି ଯେ ରାସ୍ତାରେ ଗାଡିମଟର ଚଳାଚଳ କରିବା ମୁସକିଲ ହୋଇପଡିଛି। କବେଳ ସେତିକି ନୁହେଁ ନିଶ୍ୱାସ ନେବା ବି କଷ୍ଟକର ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଏବେ ପୁଣିଥରେ ଅଡ୍-ଇଭେନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ପ୍ରଦୂଷଣ ସ୍ତରକୁ କମାଇବା ପାଇଁ ଦିଲ୍ଲୀ ସରକାର ଏପରି ନିୟମ ଲାଗୁ କରିଛନ୍ତି ।

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ଅଡ୍‌-ଇଭେନ୍‌ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ। ଏହି ନିୟମ ନଭେମ୍ବର ୧୩ରୁ ୨୦ ପର୍ଯ୍ୟନ୍ତ ଲାଗୁ ହେବ। ତେବେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପ୍ରଦୂଷଣ ସ୍ଥିତିର ସମୀକ୍ଷା କରିବା ପରେ ଆଗାମୀ ନିଷ୍ପତ୍ତି ନିଆଯିବ।

ଅନ୍ୟପଟେ ଦିଲ୍ଲୀରେ ଏବେ କୌଣସି ବି ପ୍ରକାରର ନିର୍ମାଣ କାର୍ଯ୍ୟ ହେବ ନାହିଁ। ପୂର୍ବରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ କରିବକୁ ଘୋଷଣା ହୋଇସାରିଥିବା ବେଳେ ଆଜି ଷଷ୍ଠ ଠାରୁ ଏକଦାଶ ଯାଏଁ ଶ୍ରେଣୀ ଆସନ୍ତା ନଭେମ୍ବର ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ଆଉ ସମସ୍ତ ସ୍କୁଲ ବନ୍ଦ କରାଯାଇଛି। ସମସ୍ତ ପିଲାଙ୍କ ପାଇଁ ଅନ୍‌ଲାଇନ୍‌ କ୍ଲାସ କରିବାକୁ ବିକଳ୍ପ ଦିଆଯାଇଛି।

ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ନିର୍ମାଣ କାର୍ଯ୍ୟ ଓ ଭଙ୍ଗାଭଙ୍ଗି କାମ ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ପଦକ୍ଷେପ ନେଲେ ସରକାର। ନିର୍ମାଣ କାର୍ଯ୍ୟ ଓ ଭଙ୍ଗାଭଙ୍ଗି କାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ନିୟମ ପାଳନ କରାଯିବା ନିଶ୍ଚିତ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।  କେବଳ ରେଳ, ଏୟାରପୋର୍ଟ, ହସ୍ପିଟାଲରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି।

ସୂଚନା ଅନୁଯାୟୀ, ଲଗାତର ଭାବେ ଷଷ୍ଠ ଦିନରେ ପହଞ୍ଚିଛି ପ୍ରଦୂଷଣ ।  ବାୟୁର ଗୁଣବତ୍ତା ୪୨୦କୁ ପାର ହୋଇ ଯାଇଛି, ସେହିପରି ଆନନ୍ଦ ବିହାରରେ ୪୧୬, ପଞ୍ଜାବୀ ବାଗରେ ୪୧୬, ୱାଜିରପୁରରେ ୪୦୮ ରହିଛି । ଯାହାକି ଚିନ୍ତାର ବିଷୟ ପାଲଟିଯାଇଛି ।

ଏହାର ଭିତରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ବାୟୁର ଗୁଣବତ୍ତା ଖରାପ ହେବାରେ ପଞ୍ଜାବ ଦାୟୀ । ପଞ୍ଜାବ କ୍ଷେତରେ ନିଆଁ ଲାଗିବା କାରଣରୁ ବଢିଚାଲିଛି ପ୍ରଦୂଷଣ । ଦିନକରେ ୨୦୦୦ କ୍ଷେତରେ ଫସଲ ଅବଶେଷରେ ଲଗାଯାଉଛି ନିଆଁ । ବୁଧବାର ଦିନ ପଞ୍ଜାବରେ ନିଆଁ ଲାଗିବା ଘଟଣା ସଂଖ୍ୟା ୧୯୨୧ ରହିଛି । ସେହିପରି ମଙ୍ଗଳବାର ଦିନ ୧୩୮୯ ଏବଂ ସୋମବାର ଦିନ ୧୦୩୦ ରହିଛି । ଯାହାର ସିଧାସଳଖ ପ୍ରଭାବ ଦିଲ୍ଲୀର ବାୟୁମଣ୍ଡଳ ଉପରେ ପଡୁଛି । ବାୟୁର ଗୁଣବତ୍ତା ୩୬୪ ଥିବା ବେଳେ ,ମଙ୍ଗଳବାର ଦିନ ୩୫୯,ବୁଧବାର ଦିନ ପଞ୍ଜାବୀ ବାଗ ,ମୁଣ୍ଡକା ଏବଂ ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ୪୦୧ରୁ ୫୦୦ ଶ୍ରେଣୀରେ ପହଞ୍ଚିଛି ।

ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ, ମୁକାବିଲା ପାଇଁ ସିଏକ୍ୟୁଏମର ଜରୁରି ବୈଠକ
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର) ଏବଂ ଦିଲ୍ଲୀ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବା ସହିତ ବାୟୁ ଗୁଣବତ୍ତା ସ୍ତର ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି । ଏହାର ମୁକାବିଲା ପାଇଁ ଶନିବାର ଦିନ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ)ର ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଏକ୍ୟୁଏମର ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ୍‌ (ଜିଆରଏପି) ବା ଶ୍ରେଣୀବଦ୍ଧ ମୁକାବିଲା କାର୍ଯ୍ୟ ଯୋଜନା ଉପ-ସମିତିର ଏହି ଜରୁରି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆୟୋଗଙ୍କର ଏହି ବୈଠକରେ ସାମଗ୍ରିକ ବାୟୁ ଗୁଣବତ୍ତା ପାରାମିଟର ସମୀକ୍ଷା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ପ୍ରତିକୂଳ ପାଣିପାଗ, ପବନର ଗତି ହ୍ରାସ ପାଇବା, କୃଷି ଅଗ୍ନିକାଣ୍ଡ ଘଟଣା ହଠାତ୍‌ ବଢ଼ିଯିବା କାରଣରୁ ପ୍ରଦୂଷଣ ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ସମଗ୍ର ଏନସିଆର ଅଞ୍ଚଳରେ ଜରୁରିକାଳୀନ ଭିତ୍ତିରେ ଜିଆରଏପିର ପର୍ଯ୍ୟାୟ III ଲାଗୁ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ସକ୍ରିୟ ମଡେଲ ଏବଂ ପାଣିପାଗର ପୂର୍ବାନୁମାନ ଅନୁଯାୟୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ସ୍ତର ୨୯ ଏବଂ ୩୦ ଅକ୍ଟୋବରରେ ଅତି ଖରାପରୁ ଗମ୍ଭୀର ସ୍ଥିତିରେ ରହିବ । ୩୧ ଅକ୍ଟୋବର ଏବଂ ନଭେମ୍ବର ପହିଲାରେ ବାୟୁ ଗୁଣବତ୍ତା ଗମ୍ଭୀର ସ୍ଥିତିରେ ରହିବ । ପରବର୍ତ୍ତୀ ଛଅ ଦିନ ପର୍ଯ୍ୟନ୍ତ ବାୟୁ ଗୁଣବତ୍ତା ଗମ୍ଭୀରରୁ ଅତି ଖରାପ ସ୍ଥିତିରେ ରହିବ । ଆଗାମୀ ଦିନରେ ପବନର ଗତି ପ୍ରାୟତଃ ସ୍ଥିର ରହିବ ଏବଂ ଧୀରେ ଧୀରେ ଏଥିରେ ପରିବର୍ତ୍ତନ ଆସିବାର ସମ୍ଭବନା ରହିଛି । ତେଣୁ ଏହି ଅଞ୍ଚଳରେ ପ୍ରଦୂଷଣର ସ୍ଥିତି ଖୁବ ଗମ୍ଭୀର ରହିବ ଏବଂ ଏହାର କୁପ୍ରଭାବକୁ ପ୍ରଭାବୀ ଢଙ୍ଗରେ ଦୂର କରିବା ସମ୍ଭବ ହେବ ନାହିଁ ।

All actions as envisaged under Stage III of the GRAP – ‘Severe’ Air Quality to be implemented in the right earnest and further actions under Stage I and Stage II to be intensified by all the agencies concerned .
Contd. (2/3)

— Commission for Air Quality Management (@CAQM_Official) October 29, 2022

ଉପସମିତିର ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ବା ଏକ୍ୟୁଆଇ ସ୍ତର ଆଗାମୀ ଦିନରେ ଆହୁରି ଖରାପ ହେବାର ଆଶଙ୍କା ଥିବାରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ଜିଆରଏପିର ପର୍ଯ୍ୟାୟ III ତୁରନ୍ତ ଲାଗୁ କରାଯିବ । ଏହାଛଡ଼ା ପର୍ଯ୍ୟାୟ I ଏବଂ ପର୍ଯ୍ୟାୟ IIରେ ଉଲ୍ଲେଖ କରାଯାଇଥିବା କଟକଣାଯୁକ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଏନସିଆରର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଡିପିସିସିମାନେ ନିର୍ଦ୍ଧାରିତ ଅବଧିରେ ଏହାକୁ କାର୍ଯ୍ୟକାରୀ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

CAQM urges citizens to follow the Citizen Charter under GRAP. The revised schedule of GRAP is available on the Commission’s website.
(3/3)

— Commission for Air Quality Management (@CAQM_Official) October 29, 2022

ଏହାଛଡ଼ା ଲୋକମାନଙ୍କୁ କେତେକ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି । କାର୍ଯ୍ୟକ୍ଷେତ୍ରକୁ ସାଥୀ ହୋଇ ଗୋଟିଏ ଗାଡ଼ିରେ ଯିବା କିମ୍ବା ସାଧାରଣ ପରିବହନ ସେବା ବ୍ୟବହାର କରିବା, ଚାଲି ଚାଲି ଯିବା କିମ୍ବା ସାଇକେଲ ବ୍ୟବହାର କରିବା ଲାଗି କୁହାଯାଇଛି। ଯେଉଁମାନେ ଘରୁ ଥାଇ କାମ କରିପାରିବେ ସେମାନେ ଏହି ସୁବିଧାର ଉପଯୋଗ କରିବେ। କୋଇଲା ଓ କାଠ ଜାଳିବା ଉପରେ କଟକଣା ଜାରି କରାଯାଇଛି । ଖୋଲାରେ ନିଆଁ ଜାଳିବା ବନ୍ଦ କରିବାକୁ କୁହାଯାଇଛି । ଏଥିପାଇଁ ସୁରକ୍ଷା କର୍ମଚାରୀଙ୍କୁ ବିଦ୍ୟୁତ ହିଟର ଯୋଗାଇ ଦେବାକୁ ଘର ମାଲିକମାନଙ୍କୁ କୁହାଯାଇଛି । ଯଥାସମ୍ଭବ ଗାଡ଼ି ବ୍ୟବହାର କମ କରିବା ଏବଂ ଯେତେଦୂର ସମ୍ଭବ ପାଖକୁ ଚାଲି ଚାଲି ଯିବାକୁ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।

ଏହାଛଡ଼ା ସମ୍ପୂର୍ଣ୍ଣ ଦିଲ୍ଲୀ ଏନସିଆର ଅଞ୍ଚଳରେ ଜିଆରଏପି ପର୍ଯ୍ୟାୟ IIIର ନଅ ସୂତ୍ରୀ କାର୍ଯ୍ୟ ଯୋଜନା ବା ଆକ୍ସନ ପ୍ଲାନକୁ ସବୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଡିପିସିସିମାନେ କାର୍ଯ୍ୟକାରୀ କରିବା ଲାଗି ଏଥିରେ କୁହାଯାଇଛି ।ରାସ୍ତାରେ ଯାନ୍ତ୍ରିକ/ଭେକ୍ୟୁମ ଆଧାରିତ ଝାଡ଼ୁ ଓ ସଫେଇ କାର୍ଯ୍ୟକୁ ଦ୍ବରାନ୍ବିତ କରାଯିବ । ଭିଡ଼ ପୂର୍ବରୁ ଧୂଳି ନିୟନ୍ତ୍ରଣ ପାଇଁ ପାଣି ସିଞ୍ଚନ କରାଯିବ । ନିର୍ଦ୍ଦିଷ୍ଟ ସ୍ଥାନ, ହଟସ୍ପଟରୁ ଧୂଳି ସଂଗ୍ରହ କରାଯିବ । ସାର୍ବଜନୀନ ପରିବହନ ସେବାକୁ ତ୍ବରାନ୍ବିତ କରାଯିବ । ଭିଡ଼ ନିୟନ୍ତ୍ରଣ ପାଇଁ ଭିନ୍ନ ଭିନ୍ନ ପରିବହନ ଦର ନିର୍ଦ୍ଧାରଣ କରାଯିବ ।

ଏନସିଆର ଅଞ୍ଚଳରେ ନିର୍ମାଣ ଓ ଭାଙ୍ଗିବା କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି । ତେବେ ରେଳ ସେବା, ଷ୍ଟେସନ, ମେଟ୍ରୋ ରେଳ ସେବା, ବିମାନ ବନ୍ଦର, ବସ ଟର୍ମିନାଲ, ଜାତୀୟ ସୁରକ୍ଷା, ପ୍ରତିରକ୍ଷା, ଜାତୀୟ ଗୁରୁତ୍ବବହନ କରୁଥିବା ପ୍ରକଳ୍ପ, ଡାକ୍ତରଖାନା, ସ୍ବାସ୍ଥ୍ୟସେବା ପ୍ରକଳ୍ପ, ରାଜପଥ, ସଡ଼କ, ଫ୍ଲାଏଓଭର, ବିଦ୍ୟୁତ ସେବା, ପାଇପଲାଇନ, ଜଳଯୋଗାଣ, ବର୍ଜ୍ୟ ଜଳ ନିଷ୍କାସନ ପ୍ଲାଣ୍ଟ ଭଳି ପ୍ରକଳ୍ପ କାର୍ଯ୍ୟ ଉପରେ କୌଣସି କଟକଣା ରହିବ ନାହିଁ ।

ବିଶେଷ କରି ଧୂଳି ସୃଷ୍ଟି କରୁଥିବା ଏବଂ ବାୟୁ ପ୍ରଦୂଷଣ ବଢ଼ାଉଥିବା କୌଣସି ପ୍ରକଳ୍ପ ଏହି ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇପାରିବ ନାହିଁ । ଖନନ ଭଳି ମାଟି କାମ, ବୋରିଂ ଏବଂ ଡ୍ରିଲିଂ କାମ ଭଳି ଫିଲିଂ କାମ କରାଯିବ ନାହିଁ । ସମସ୍ତ ପ୍ରକାର ଢାଞ୍ଚାଗତ ନିର୍ମାଣ କାମ ବନ୍ଦ ରହିବ । କୌଣସି ଭାଙ୍ଗିବା କାମ ହୋଇପାରିବ ନାହିଁ । ନିର୍ମାଣ ସାମଗ୍ରୀର ଲୋଡିଂ ଓ ଅନଲୋଡ଼ିଂ ମଧ୍ୟ ବନ୍ଦ ରହିବ । କନଭେୟର ବେଲ୍ଟ ଜରିଆରେ କିମ୍ବା ସାଧାରଣ ଭାବେ କଞ୍ଚାମାଲ, ଫ୍ଲାଏ ଆଶ୍‌ ଆଦି ପରିବହନ କରାଯିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ବ୍ୟାଚିଂ ପ୍ଲାଣ୍ଟ କାମ, ସିୱେର ଲାଇନ ବିଛାଇବା, ଡ୍ରେନେଜ କାମ, ବିଦ୍ୟୁତ କେବଲିଂ, ଖୋଳିବା କାମ ମଧ୍ୟ ରହିବ । ଟାଇଲ, ପଥର ବସାଇବା, ଫ୍ଲୋରିଂ କାମ ବନ୍ଦ ରହିବ । ଗ୍ରାଇଣ୍ଡିଂ, ପାଇଲିଂ, ୱାଟରପ୍ରୁଫିଂ କାମ ଆଦି ବନ୍ଦ ରହିବ । ସବୁ ନିର୍ମାଣ ପ୍ରକଳ୍ପରେ ପ୍ରଦୂଷଣନିରୋଧୀ ଓ ଧୂଳି ନିରୋଧୀ ଯୋଜନାକୁ କାର୍ଯ୍ୟକାରୀ କରାଯିବ।

ଏନସିଆର ଅଞ୍ଚଳରେ ପିଏନଜି ଭିତ୍ତିଭୂମି ଓ ଯୋଗାଣ ସୁବିଧା ଥିବା ଶିଳ୍ପ କ୍ଷେତ୍ର ପାଇଁ ମାନ୍ୟତାପ୍ରାପ୍ତ ଇନ୍ଧନ ବ୍ୟବହାର କରାଯାଉନଥିବା ଉଦ୍ୟୋଗକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ କୁହାଯାଇଛି । ସେହିପରି ପିଏନଜିଜି ଭିତ୍ତିଭୂମି ଏବଂ ଯୋଗାଣ ସୁବିଧା ନଥିବା ଉଦ୍ୟୋଗଗୁଡ଼ିକରେ ମାନ୍ୟତାପ୍ରାପ୍ତ ଇନ୍ଧନ ବ୍ୟବହାର କରାଯାଉନଥିଲେ, ଏଗୁଡ଼ିକ ସପ୍ତାହକୁ କେବଳ ୫ ଦିନ ଚାଲି ପାରିବ । କାଗଜ ପ୍ରକ୍ରିୟାକରଣ ଉଦ୍ୟୋଗ, ଡିଷ୍ଟିଲେରୀ, କ୍ୟାପ୍ଟିଭ ତାପଜ ବିଦ୍ୟୁତ କେନ୍ଦ୍ର ଆଦି ସପ୍ତାହକୁ ଶନିବାର ଓ ରବିବାର ବନ୍ଦ ରହିବ । ସେହିପରି ଧାନ, ଚାଉଳ ପ୍ରକ୍ରିୟାକରଣ ୟୁନିଟଗୁଡ଼ିକ ସୋମବାର ଏବଂ ମଙ୍ଗଳବାର ବନ୍ଦ ରହିବ । ବୟନ/ବସ୍ତ୍ର ଓ ଆଭୂଷଣ ଉଦ୍ୟୋଗ ସହିତ ରଙ୍ଗା ପ୍ରସ୍ତୁତି କାରଖାନା ବୁଧବାର ଓ ଗୁରୁବାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବିଜ୍ଞପିତ ବର୍ଗରେ ଆସୁଥିବା ଅନ୍ୟ ଉଦ୍ୟୋଗଗୁଡ଼ିକ ଶୁକ୍ରବାର ଓ ଶନିବାର ବନ୍ଦ ରହିବ । ଏହି କେବଳ ସେତିକି ନୁହେଁ ୨୦୨୩ ଜାନୁଆରୀ ପହିଲା ଠାରୁ ମାନକୀକୃତ ଇନ୍ଧନରେ ପରିଚାଳିତ ହେଉନଥିବା ଉଦ୍ୟୋଗଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଛି ।ତେବେ ଦୁଗ୍ଧ, ଦୁଗ୍ଧଜାତ ସାମଗ୍ରୀ ୟୁନିଟ ଏବଂ ଚିକିତ୍ସା ଉପକରଣ/ସରଞ୍ଜାମ, ଔଷଧ ଆଦି ଉତ୍ପାଦନ କରୁଥିବା ଉଦ୍ୟୋଗକୁ ଏହି କଟକଣାରୁ ବାଦ୍‌ ଦିଆଯାଇଛି । ଇଟା ଭାଟି, ପଥର କ୍ରସର, ଡାଉନମାଇନିଂ, ଏନସିଆର ପାଇଁ ଅନୁମତି ପ୍ରାପ୍ତ ଇନ୍ଧନରେ ଚାଲୁନଥିବା ଗରମ ମିଶ୍ରଣ ପ୍ଲାଣ୍ଟ ବନ୍ଦ କରିବାକୁ କୁହାଯାଇଛି ।