Padmapur - The Sakala

ଆଜି ବିଧାୟିକା ଭାବେ ଶପଥ ନେବେ ବର୍ଷା ସିଂ ବରିହା
ଭୁବନେଶ୍ୱର: ଆଜି ବିଧାୟିକା ଭାବେ ଶପଥ ନେବେ ପଦ୍ମପୁର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ଦିନ ସାଢ଼େ ୧୧ଟାରେ ଶପଥ ନେବା କାର୍ଯ୍ଯକ୍ରମ ରହିଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ବର୍ଷାଙ୍କୁ ଶପଥ ପାଠ କରାଇବେ। ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ପଦମପୁରରେ ଉପନିର୍ବାଚନ ହୋଇଥିଲା । ଏଥିରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଦିବଗଂତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହା ।

ଆଗକୁ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବର୍ଷା । ଉପନିର୍ବାଚନ ସମୟରେ ପଦମପୁରବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ । ସେମାନଙ୍କ ପାଖରେ ରହି ସେବା କରିବେ ବୋଲି ବର୍ଷା କହିଛନ୍ତି । ଲୋକ କିପରି ସରକାରୀ ଯୋଜନାର ସୁବିଧା ପାଇପାରିବେ, ସେନେଇ ଗୁରୁତ୍ୱ ଦେବା ସହ ଲୋକଙ୍କ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବେ ବୋଲି ବର୍ଷା କହିଛନ୍ତି ।

ପଦ୍ମପୁରରେ ହାରିବା ପରେ ମୁହଁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି ଜୟନାରାୟଣ ମିଶ୍ର : ତାରା ପ୍ରସାଦ ବାହିନିପତି
ଭୁବନେଶ୍ବର : ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୧୮ ବିଜେପୁର ଉପନିର୍ବାଚନ ଯେଉଁ ବାର୍ତ୍ତା ଦେଇଥିଲା; ୨୦୨୪ ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ୨୦୨୨ର ପଦମ୍‍ପୁର ନିର୍ବାଚନ ଫଳ ଅନୁରୂପ ଆଭାସ ଦେଇଛି କି ? ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ, ନିର୍ବାଚନ ସମୀକ୍ଷକ ଓ ରାଜନୈତିକ ବିଶେଷଜ୍ଞମାନଙ୍କ ପାଇଁ ଏବେ ଏହା ବିଶ୍ଳେଷଣର ବିଷୟ ହୋଇଛି।ପଦମ୍‍ପୁର ନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଥିବା କେହି ଅସ୍ୱୀକାର କରିବେ ନାହିଁ। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପଦମ୍‍ପୁରରେ ଲଢ଼ୁଥିବା ‘ସମ୍ମାନ’ ଲଢ଼େଇରେ କଂଗ୍ରେସ ପ୍ରଚଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଏବଂ ବିଜେପିର ଅହଂକାରୀ ରଣନୀତି ଭୂତଳଶାୟୀ ହୋଇଛି। ଗତ ନିର୍ବାଚନରେ ବିଜେପିର ପରାଜୟ ବ୍ୟବଧାନ ଉପନିର୍ବାଚନରେ ୮ଗୁଣରୁ ଅଧିକକୁ ବୃଦ୍ଧି ପାଇଛି। ଏପରିକି ବିଜୟ ରଞ୍ଜନ ସିଂହ ବରିହା ବିଜେପିକୁ ମାତ୍ର ୫ ହଜାର ବ୍ୟବଧାନରେ ପରାଜିତ କରିଥିବାବେଳେ ତାଙ୍କ ଝିଅ ବର୍ଷା ସିଂହ ବରିହାଙ୍କ ବିଜୟ ବ୍ୟବଧାନ ୪୨ ହଜାର ଅତିକ୍ରମ କରିଛି।

ତେବେ ବିଜେପିର ଏହି ଶୋଚନୀୟ ପରାଜୟକୁ ବିଜେପି ନେତାମାନେ ହଜମ କରିପାରୁନାହାନ୍ତି। ଦଳ କାହିଁକି ହାରିଲା, ଅଙ୍କ କେଉଁଠି ଭୁଲ ରହିଲା ତାହା ବିଶ୍ଲେଷଣ କରିବା ପରିବର୍ତ୍ତେ ଅବାନ୍ତର ଓ ମିଛ କଥା କହି ପରାଜୟ ପରେ ମୁହିଁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବିଜେପି ନେତା। ଏହି ନେତାମାନଙ୍କ ମଧ୍ୟ ସର୍ବାଗ୍ରେ ରହିଛନ୍ତି ବିଧାନସଭା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର। ପଦ୍ମପୁରରେ ବିଜେପିର ବିଜୟ ହେଉଥିବା ନେଇ ଡିଣ୍ଡିମ ପିଟୁଥିବା ଏହି କୁହାଳିଆ ନେତା ପରାଜୟ ପରେ ଏବେ ମୁହଁ ଲୁଚାଇବାକୁ କଂଗ୍ରେସ ଉପରକୁ ଦୋଷ ଠେଲି ଦେଉଛନ୍ତି।

ଅନ୍ୟପଟେ କଂଗ୍ରେସକୁ ନେଇ ଜୟନାରାୟଣ ମିଶ୍ର ଦେଇଥିବା ବିବାଦୀୟ ବୟାନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନିପତି। ପଦ୍ମପୁର ରେଜଲ୍ଟକୁ ନେଇ ଜୟନାରାୟଣଙ୍କ ବିବାଦୀୟ ବୟାନର କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ମିଶ୍ରବାବୁଙ୍କୁ କରିଛନ୍ତି ଟାର୍ଗେଟ । ନିର୍ବାଚନରେ ବିଜେଡି-କଂଗ୍ରେସ ଡିଲ ଆକ୍ଷେପ ଉପରେ ଦଳ ତରଫରୁ ପ୍ରତିକ୍ରିୟା ରଖିଛନ୍ତି ତାରା । କିଛି ପ୍ରମାଣ ନଥାଇ ଏଭଳି ଆକ୍ଷେପ କରିବା ଅନୁଚିତ ବୋଲି ତାରା ଜୟନାରାୟଣଙ୍କୁ ବୁଝାଇ କହିଛନ୍ତି ।

ଆଜି ବିଧାନସଭା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ବିଜେପିର ପଦ୍ମପୁର ପରାଜୟ ନେଇ କଂଗ୍ରେସକୁ ଦୋଷ ଦେଇଛନ୍ତି। ସେ କହିଥିଲେ ଯେ ପଦ୍ମପୁରରେ ଜିତିବା ପାଇଁ ହୋଇଥିଲା ଡିଲ୍‌। କଂଗ୍ରେସ  ବିଜେଡି ମଧ୍ୟରେ ଡିଲ ହୋଇଥିଲା। ସମ୍ପୂର୍ଣ୍ଣ ଭୋଟ ବିଜେଡିକୁ ଟ୍ରାନ୍ସଫର ପାଇଁ କଂଗ୍ରେସ ନେତୃତ୍ୱଙ୍କ ପ୍ରତିଶ୍ରୁତି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ପଦ୍ମପୁର ଯାଇଥିଲେ। ଆଉ ବିଜେଡିର ବିଜୟର ମୁଖ୍ୟ କାରଣ କଂଗ୍ରେସ ବୋଲି ଜୟନାରାୟଣ କହିଥିଲେ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି କୌଣସି ତଥ୍ୟ କିମ୍ବା ପ୍ରମାଣ ନଥାଇ ଏମିତି କହିବା ଅନୁଚିତ। ଏଭଳି କଥା କହି ନିଜ ସହ ଦଳର ମଧ୍ୟ ଓଜନ କମ୍ କରୁଛନ୍ତି ଜୟନାରାୟଣ । ଏହାସହିତ କଂଗ୍ରେସ କେବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସଲାସୁତୁରା କରିନାହିଁ ବୋଲି ସଫା ସଫା କହିଛନ୍ତି ତାରା । ତେବେ ପଦ୍ମପୁରରେ ହାରିବା ପରେ ମୁହଁ ଲୁଚାଇବା ପାଇଁ ଏବଂ ମୁହଁ ଧୋଇବା ପାଇଁ ବିଜେପି ଏମିତି କହୁଛି ବୋଲି ତାରା ଓଲଟା ପ୍ରତିକ୍ରିୟା ରଖିଛନ୍ତି ।

ବିଜେପିର ମିଛ ପ୍ରତିଶ୍ରୁତି ଓ ପ୍ରତାରଣାର କଡା-ଗଣ୍ଡା ହିସାବ ଦେଲେ ପଦ୍ମପୁରବାସୀ
ଭୁବନେଶ୍ବର : ପ୍ରଭୁ ନୃସିଂହନାଥ ମାଟିରେ ପୁଣି ହେଲା ଶଂଖନାଦ। ନବୀନଙ୍କ କ୍ରେଜ ଆଗରେ ଚିତପଟାଙ୍ଗ ମାରିଲା ବିଜେପି। ବହପିଆଙ୍କ ବହପ ପାଣିରେ ମିଶିଗଲା। ବିଜେପିର ସବୁ ମିଛ ପ୍ରତିଶ୍ରୁତି, ସବୁ ମିଛ ପ୍ରତାରଣାର କଡା ଗଣ୍ଡା ହିସାବ ଦେଇଛନ୍ତି ପଦ୍ମପୁରବାସୀ। ଆଉ ପୁଣି ଥରେ ସୁଶାସନ ଏବଂ ବିକାଶ ସପକ୍ଷରେ ଅଜାଡି ଦେଇଛନ୍ତି ଅଭୂତପୂର୍ବ ସମର୍ଥନ।

ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ରହିଥିବା ବେଳେ ପଦ୍ମପୁର ଉପନିର୍ବାଚନ  ରାଜ୍ୟରେ ନିର୍ବାଚନୀ ବାତାବରଣକୁ ଗରମ କରିଥିଲା। ବିଜେଡିର ବରିଷ୍ଠ ନେତା ତଥା ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ମୃତ୍ୟୁ ପରେ ଏହି ଉପନିର୍ବାଚନରେ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା। ତେବେ ବର୍ଷାଙ୍କ ବିପକ୍ଷରେ ବଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ବେଳେ ମାଳମାଳ କେନ୍ଦ୍ରମନ୍ତ୍ରୀ ତାଙ୍କ ପାଇଁ ପ୍ରଚାର କରିଥିଲେ। ପ୍ରଚାର ସମୟରେ ବିଜେପି ଦଳର ନେତାଙ୍କ ଆଚରଣ ଏବଂ ଉଚ୍ଚାରଣ ସୀମା ଲଂଘିଥିଲା। ବର୍ଷାଙ୍କ ପ୍ରାର୍ଥୀତ୍ବ ପ୍ରତି ବାରମ୍ବାର କୁତ୍ସାରଟନା ଏବଂ ବିଜୟ ବାବୁଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତି ଲୋକଙ୍କ ସମବେଦନା ଏବଂ ଝିଅ ବର୍ଷାଙ୍କ ଲୁହକୁ ଅପମାନ ଦ୍ବାରା ବିଜେପିର ନେତାମାନେ ନିନ୍ଦିତ ହୋଇଆସିଥିଲେ।

ଏଥି ସହିତ କେନ୍ଦ୍ରମନ୍ତ୍ରୀମାନଙ୍କ ମିଛ ପ୍ରଚାର। ଜନତାଙ୍କୁ ବିଭିନ୍ନ ପ୍ରସଙ୍ଗର ଭ୍ରାନ୍ତ ଧାରଣା ଦେବା ସହ ବିଭ୍ରାନ୍ତିକର ତଥ୍ୟାମାନ ଉପସ୍ଥାପନ କରିଥିଲେ। ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ହିଂସାକୁ ଉସୁକାଇବା ଭଳି ଘଟଣା ବିଜେପିର ପରାଜୟର ବାଟ ଫିଟାଇଥିଲା ବୋଲଇ ମଧ୍ୟ ଚର୍ଚ୍ଚା ହେଉଛି। ୨୦୨୪ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ଏହି ନିର୍ବାଚନରେ ମଧ୍ୟ ଦଳ ବିଜୟ ଲାଭ କରି ଆଗାମୀ ସାଧାରଣ ନିର୍ବାଚନରେ ସରକାର ଗଢିବା ଯାଏ ବି ସ୍ବପ୍ନ ଦେଖିବା ଆରମ୍ଭ କରିଥିଲା। ଏଥିପାଇଁ ପ୍ରଥମ କରି ବିଜେପି ଏଠାରେ ତାର ସବୁ ବଳ ଖଟାଇ ଦେଇଥିଲା। ଅଭିଜ୍ଞ ନେତା ତଥା ପୂୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଦଳ ପ୍ରାର୍ଥୀ ବି କରିଥିଲା। ପ୍ରଥମ କରି ଏହି ନିର୍ବାଚନରେ ଦଳ ତାର ଚାରି ଚାରି ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟର ସମସ୍ତ ସାଂସଦ, ବିଧାୟକଙ୍କୁ ଏଠାରେ ନିୟୋଜିତ କରିଥିଲା। ଆଉ ଏହି ନେତାମାନେ ପ୍ରଥମତଃ ପ୍ରତିଟି କେନ୍ଦ୍ରର ପ୍ରତାରଣା ପ୍ରସଙ୍ଗରେ ଲୋକଙ୍କୁ ଭୁଆଁ ବୁଲାଇଥିବା ବେଳେ ରାଜ୍ୟ ସରକାରଙ୍କ ବିକାଶ ପ୍ରସଙ୍ଗକୁ କାଉଣ୍ଟର କରି ନପାରି ବିଳିବିଲେଇ ହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ପଦ୍ମପୁରବାସୀ ଠିକ୍ ଭାବେ ପରଖିବାରୁ ଏବେ ଦଳ ସାଂଘାତିକ ପରାଜୟର ସମ୍ମୁଖୀନ ହୋଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ସାଙ୍ଗକୁ ରେଳ ଲାଇନ ସଂଯୋଗ ଏବଂ ଅନେକ କେନ୍ଦ୍ରୀୟ ଅନୁଷ୍ଠାନ ଖୋଲିବାକୁ ଘୋଷଣା କରିଥିଲେ ହେଁ ଦଳକୁ ଲୋକେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ଅର୍ଦ୍ଧାଧିକ ଲୋକ କେନ୍ଦୁପତ୍ର ଉପରେ ନିର୍ଭର କରୁଥିବା ବେଳେ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରୁଛନ୍ତି। ଏପଟେ, ସୁନା ବେପାରୀଙ୍କୁ ମାତ୍ର ୩ ପ୍ରତିଶତ ଜିଏସଟି ଲାଗୁ କରିବା କଣ ଗରିବଙ୍କ ସରକାର କି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ବିଜେପିର ସମସ୍ତ କୁହାଳିଆ ନେତାଙ୍କୁ ଅଡୁଆରେ ପକାଇଥିଲା।ଏହି ସବୁ ପ୍ରସଙ୍ଗକୁ ନେଇ ଲୋକଙ୍କ ମଧ୍ୟରେ କେନ୍ଦ୍ର ସରକାର ପ୍ରତି ଥିବା ବିମୁଖତା ଏବେ ବିଜେପିର ପରାଜୟର କାରଣ ହୋଇଥିବା ବିଶେଷଜ୍ଞ ମହଲରେ ଆଲୋଚନାର ବିଷୟ ହୋଇଛି। ବିଜୟ ବାବୁଙ୍କ ଅଧୁରା ରହିଥିବା ବିକାଶ ପ୍ରକଳ୍ପକୁ ଆଗେଇ ନେବାକୁ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ଲୋକେ ଅକୁଣ୍ଠ ସମର୍ଥନ ଦେଇଥିବା ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲାଣି। ଆଉ ପୁଣି ପୂର୍ବବତ୍ ପଦ୍ମପୁର ବିଜେଡିର ଗଡ ଭାବେ ପ୍ରମାଣିତ ହୋଇଛି।

ଆଉ ପୁଣି ଥରେ ସୁଶାସନ ଏବଂ ବିକାଶ ସପକ୍ଷରେ ଅଜାଡି ଦେଇଛନ୍ତି ଅଭୂତପୂର୍ବ ସମର୍ଥନ। ପଦ୍ମପୁର ଉପନିର୍ବାଚନରେ ଆଜିର ଫଳାଫଳ ପୁଣି ଥରେ ବିଜେଡିର ବିକାଶମୁଖୀ ରାଜନୀତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଭାବମୂର୍ତ୍ତିକୁ ହୀରା ପରି ଆହୁରି ଜାଜ୍ଜ୍ବଲ୍ୟମାନ କରି ଦେଇଛି। ବିଜେପି ଚିତପଟାଙ୍ଗ ମାରିଥିବା ବେଳେ ବିଜେଡି ପ୍ରାର୍ଥିନୀ ତଥା ଦିବଂଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ସୁପୁତ୍ରୀ ବର୍ଷାଙ୍କୁ ପଦ୍ମପୁରବାସୀ ବିପୁଳ ଭୋଟରେ ବିଜୟୀ କରାଇଛନ୍ତି। ଏହା ସାଙ୍ଗକୁ ଜଣେ ନାରୀ ପ୍ରତି ଅପମାନର କଡା ଜବାବ ଦେଇଛନ୍ତି  ପଦ୍ମପୁର ମାଟିର ସ୍ବାଭିମାନୀ ଜନତା

ଆସୁଛି ପଦ୍ମପୁର ଫଳ : ବଡ଼ ବିଜୟ ମୁହାଁ ବିଜୁ ଜନତା ଦଳ
ପଦ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଦିନକୁ ଦିନ ବଢ଼଼ିବାରେ ଲାଗିଛି ଏବଂ ତଦନୁରୂପ ବିଜେଡି ବି ଶକ୍ତିଶାଳୀ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବାର ପ୍ରଥମ ଦିନରୁ ନବୀନ ସମସ୍ତଙ୍କ ପାଇଁ ଏକ ଅନ୍ତରଙ୍ଗ ଅବୋଧ୍ୟ ପାଲଟିଛନ୍ତି। ଦଳ ହେଉ ବା ସରକାର ସବୁକ୍ଷେତ୍ରରେ ନିଷ୍ଠା ଓ ସ୍ୱଚ୍ଛତା ଭିନ୍ନ ବ୍ୟକ୍ତିଗତ ସମ୍ପର୍କ ବା ପ୍ରିୟପଣିଆର କୌଣସି ମୂଲ୍ୟ ନାହିଁ ତାହା ଅନେକବାର ନବୀନ ପ୍ରମାଣିତ କରିଛନ୍ତି। ଯେଉଁଥିପାଇଁସରକାରକୁ ନିନ୍ଦିତ କରିବାକୁ ବିଭିନ୍ନ ସମୟରେ ବିରୋଧୀମାନେ ବହୁ ପ୍ରଚେଷ୍ଟା କରିଥିଲେ ହେଁ ନବୀନଙ୍କ ସଫେଦ ପୋଷାକରେ କାଳି ଚିହ୍ନଟିଏ ବି ପକାଇବାକୁ ସମର୍ଥ ହୋଇ ନାହାନ୍ତି। ବ୍ୟକ୍ତିଗତ ଲୋଭ ଓ ଆକାଂକ୍ଷାଠାରୁ ଦୂରରେ ରହି ପାରିଲେ ଜଣେ ସାଧାରଣ ଲୋକମାନଙ୍କର ନିକଟତର ହୋଇପାରିବ ତାହା ନବୀନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇ ସାରିଛି। ଯାହା ବିଜେଡି ପାଇଁ ଆଶୀର୍ବାଦ ହୋଇଛି।

ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ରହିଥିବା ବେଳେ ପଦ୍ମପୁର ଉପନିର୍ବାଚନ  ରାଜ୍ୟରେ ନିର୍ବାଚନୀ ବାତାବରଣକୁ ଗରମ କରିଥିଲା। ବିଜେଡିର ବରିଷ୍ଠ ନେତା ତଥା ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ମୃତ୍ୟୁ ପରେ ଏହି ଉପନିର୍ବାଚନରେ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା। ତେବେ ବର୍ଷାଙ୍କ ବିପକ୍ଷରେ ବଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ବେଳେ ମାଳମାଳ କେନ୍ଦ୍ରମନ୍ତ୍ରୀ ତାଙ୍କ ପାଇଁ ପ୍ରଚାର କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ସବୁକିଛି ଫେଲ ମାରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ବରଗଡ଼ ଜିଲ୍ଲାର ବିଜେପୁରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ୨୦୨୨ରେ ପଦ୍ମପୁରରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ନବୀନ ଝଡ଼ ବିରୋଧୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛି।

ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ନେଇ ମତଦାନ ହୋଇଥିବା ବେଳେ ଆଜି ଭୋଟ ଗଣତି କରାଯାଉଛି। ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ସେହିପରି ୮ଟା.୩୦ରୁ ଇଭିଏମ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ତେବେ ଏହାରି ମଧ୍ୟରେ ପଦ୍ମପୁରର ୧୧ତମ  ରାଉଣ୍ଡର ଗଣତି ଶେଷ ହୋଇଥିବା ବେଳେ ବିଜୁ ଜନତା ଦଳ ବହୁ ଆଗରେ ରହିଛି। ପ୍ରଥମ ରାଉଣ୍ଡରୁ ବିଜେଡି ଆଗୁଆ ରହିବାର ଟ୍ରେଣ୍ଡ ରହିଆସିଥିବା ବେଳେ ୧୧ତମ ରାଉଣ୍ଡ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଯାହାକୁ ନେଇ ବିଜେଡି ଶିବିରରେ ଖୁସିର ମାହୋଲ ଖେଳି ଯାଇଛି। ପଦ୍ମପୁର ବିଜେଡି କର୍ମମାନେ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି।

ପଦ୍ମପୁର ଉପନିର୍ବାଚନ ଭୋଟ୍‌ ଗଣତିରେ ୧୧ ତମ ରାଉଣ୍ଡ ସୁଦ୍ଧା ବିଜେଡି ୨୧,୩୫୧ ଭୋଟରେ ଆଗୁଆ ରହିଛି। ବର୍ତ୍ତମାନ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୯,୪୧୬ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପରୋହିତ ୩୮,୦୬୫ଭୋଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୨୦୮୫ଖଣ୍ଡ ଭୋଟ୍‌ ପାଇଛନ୍ତି।

ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ।ଗଣତି ପାଇଁ ବିଏସ୍ଏଫ୍, ରାଜ୍ୟ ସଶସ୍ତ୍ର ପୁଲିସ୍ ବାହିନୀ ଓ ଜିଲ୍ଲା ପୁଲିସ୍‌କୁ ନେଇ ହୋଇଛି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା । କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡାଯିବ। ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି ।

ପଦ୍ମପୁରରେ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ଜଣ ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ସେମାନଙ୍କ ଭାଗ୍ୟ ପରୀକ୍ଷାଫଳ ଜଣାପଡିବ। ଏଠାରେ ସୂଚନାତଥାଉକି,ଏହି ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଅର୍ଥାତ୍ ୮୧.୨୯ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ।

ପଦ୍ମପୁର ରେଜଲ୍ଟ : ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ଆଗୁଆ
ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ନେଇ ଚାଲିଛି ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ସେହିପରି ୮ଟା.୩୦ରେ ଇଭିଏମ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ତେବେ ଏହାରି ମଧ୍ୟରେ ପ୍ରଥମ ରାଉଣ୍ଡ ଭୋଟ୍‌ ଗଣତି ଶେଷ ହୋଇଛି। ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି।

ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୫୦୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩୭୮୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୨୦୬ ଖଣ୍ଡ ଭୋଟ୍‌ ପାଇଛନ୍ତି। ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା  ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ।ଗଣତି ପାଇଁ ବିଏସ୍ଏଫ୍, ରାଜ୍ୟ ସଶସ୍ତ୍ର ପୁଲିସ୍ ବାହିନୀ ଓ ଜିଲ୍ଲା ପୁଲିସ୍‌କୁ ନେଇ ହୋଇଛି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା । କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡାଯିବ। ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି ।

ପଦ୍ମପୁର ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ: ଦିନ ୧ ଟା ସୁଦ୍ଧା ୪୬.୯୬ ପ୍ରତିଶତ ଭୋଟ୍‌
ଭୁବନେଶ୍ବର : ଶାନ୍ତିଶୃଙ୍ଖଳା ସହ ଚାଲିଛି ପଦମପୁର ଉପନିର୍ବାଚନ ପାଇଁ ମତଦାନ । ବିଭିନ୍ନ ବୁଥରେ ଲମ୍ବା ଲାଇନରେ ଛିଡ଼ା ହୋଇ ଭୋଟ ଦେଉଛନ୍ତି ଭୋଟର। ଅପରାହ୍ନ ୧ଟା  ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଛି। ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି, ଏଯାଏଁ କୌଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ଘଟିବାର ସୂଚନା ନାହିଁ। ସକାଳ ୭ଟାରୁ ୩୧୯ଟି ବୁଥରେ ମତଦାନ ଚାଲିଛି। ଏଥିପାଇଁ ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମତଦାନ ପ୍ରକ୍ରିୟା ସରିଲେ ପୋଲିଂ ପାର୍ଟିମାନେ କିପରି ସୁରକ୍ଷିତ ଭାବେ ଫେରିବେ ସେଥିଲାଗି ବି ବନ୍ଦୋବସ୍ତ ହୋଇଛି। ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ,୩୬ ସେକ୍ଟର ଅଫିସର, ୪୫ମୋବାଇଲ ପୋଲିସ ପାର୍ଟି ତନଖି କରୁଛନ୍ତି ।

ଶୀତଦିନ ଓ ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ । ୩୧୯ଟି ବୁଥରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି ।

ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି । ଇଭିଏମ୍ ତ୍ରୁଟି ଦୂର ପାଇଁ ଆବଶ୍ୟକ ଇଭିଏମ୍ ଓ ଟେକ୍ନିସିଆନ୍ ଉପସ୍ଥିତ ଅଛନ୍ତି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ୧୫ଟି ମଡେଲ ବୁଥରେ ରାମ୍ପ, ଅସ୍ଥାୟୀ ସେଡ୍, ପିଇବା ପାଣି ବ୍ୟବସ୍ଥା କରାଯାଇଛି । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଛନ୍ତି । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା । ୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ହୋଇଛନ୍ତି ।

ବରଗଡ଼ ଜିଲ୍ଲା ମାଓବାଦୀ ପ୍ରବଣ ହୋଇଥିବାରୁ ୧୪୧୩ ପୋଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୋଲିସ ବାହିନୀ ମୁତୟନ କରାଯାଇଛି । ୭୪ଟି ନକ୍ସଲ ପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଛନ୍ତି । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଛି ।

ଜାମିନରେ ଆସିଥିବା ନେତା ଏବେ ବିଜେପିର ଷ୍ଟାର ପ୍ରଚାରକ: ବିଜେଡ଼ି
ଭୁବନେଶ୍ୱର: ଜାମିନରେ ଆସିଥିବା ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପନିର୍ବାଚନରେ ଷ୍ଟାର ପ୍ରଚାରକ । ବିଜେପୁର ଉପନିର୍ବାଚନ ସମୟରେ ଏମାନେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ । ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ବିଜେପୁର ଉପ-ନିର୍ବାଚନ ସମୟରେ ଦୁଇ ବିଜେପି ନେତା ବିଜେଡି ବିଧାୟକ ଶ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କୁ କିଭଳି ମରଣାନ୍ତକ ଆକ୍ରମଣ କରିଥିଲେ ତାହା ସମସ୍ତଙ୍କୁ ଜଣା । ଏଭଳି ଜଘନ୍ୟ ଅପରାଧ ପାଇଁ ସେମାନେ ଜେଲ୍‍ ଯାଇଥିଲେ । ଜାମିନରେ ଆସି ଏହି ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପ-ନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ସାଜିଛନ୍ତି ।

ଶୁଣିବାକୁ ମିଳୁଛି ଯେ ସେମାନେ ଏବେ ପଦ୍ମପୁର ଉପନିର୍ବାଚନ ସମୟରେ ବିଜେଡି ବିଧାୟକ ଶ୍ରୀ ସୁଶାନ୍ତ ସିଂହଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ଏବଂ ଏଥି ।ଇଁ ସେମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଶ୍ରୀ ପୁରୋହିତଙ୍କ ବିବୃତ୍ତିରୁ ତାଙ୍କର ହାରିଯିବାର ଭୟ ତାଙ୍କ ମୁହଁରୁ ବାରିହୋଇ ପଡୁଛି । ତେଣୁ ନିରାଶାରେ ସେ ନିଜ ପ୍ରତି ସହାନୁଭୂତି ହାସଲ କରିବା ସହିତ ବିଜେଡିକୁ ବଦନାମ ପାଇଁ କିଛି ଲୋକଙ୍କ ହାତରେ ବିଜେଡି ପତାକା ଧରାଇ ନିଜ ଉପରେ ଆକ୍ରମଣର ନାଟକ କରି ।ରନ୍ତି । ପଦ୍ମପୁରର ଲୋକମାନେ ଶ୍ରୀ ପ୍ରଦୀପ ପୁରୋହିତଙ୍କର ଅସଲ ଚେହେରାକୁ ଜାଣିଛନ୍ତି ଏବଂ ତାଙ୍କୁ ଓ ବିଜେପିକୁ ଉପଯୁକ୍ତ ଜବାବ ଦେବେ ବୋଲି ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ପଦ୍ମପୁର ଉପନିର୍ବାଚନ ପାଇଁ ବର୍ଷା ସିଂହ ବରିହା ହେଲେ ବିଜେଡିର ପ୍ରାର୍ଥୀ
ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ବର୍ଷା ସିଂହ ବରିହାଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସ୍ବର୍ଗତ ବିଜୟ ରଞ୍ଜନ ସିଂହ ବରିହାଙ୍କ ଝିଅ ବର୍ଷା। ବିଜୟ ରଞ୍ଜନଙ୍କ ମୃତ୍ଯୁ ପରେ ଉପନିର୍ବାଚନ ହେଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ଷା ସିଂହ ବରିହାଙ୍କ ନାଁ ଉପରେ ମୋହର ମାରିଛନ୍ତି।

ବିଜେଡିରୁ ପ୍ରାର୍ଥୀ ହେବା ପରେ ବର୍ଷା ସିଂହ ବରିହା କହିଛନ୍ତି ଯେ, ମୋ ଉପରେ ଆସ୍ଥା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ୧୬ରେ ନାମାଙ୍କନ କରିବା ନେଇ ବର୍ଷା ସୂଚନା ଦେଇଛନ୍ତି। ମହିଳାଙ୍କ ସଶକ୍ତୀକରଣକୁ ଗୁରୁତ୍ବ ଦେଇଛନ୍ତି।  ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିବି। ବାପାଙ୍କ ପ୍ରତି ଲୋକଙ୍କ ଭଲ ପାଇବା ମୋର ପୁଞ୍ଜି ହେବ ବୋଲି ବର୍ଷା ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନାଯୋଗ୍ୟ, ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନରୁ ୨୦୧୯ ରେ ଜିତିଥିବା ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡିଥିଛି ଏହି ଆସନ । ଏହି ଆସନରେ ଉପନିର୍ବାଚନ ଲାଗି କିଛି ଦିନ ତଳେ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନର । ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ମତଦାନ ଏବଂ ୮ତାରିଖରେ ଭୋଟ ଗଣତି ହେବ । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ । ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ଯାଞ୍ଚ ହେବାକୁ ଥିବା ବେଳେ ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ । ଏହାପରେ ନଭେମ୍ବର ୨୧ରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଡିସେମ୍ବର ୧୦ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।

ପଦ୍ମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ବର: ବିଧିବଦ୍ଧ ଭାବେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ରହିିଛି। ୧୮ରେ ଯାଞ୍ଚ ହେବ । ନଭେମ୍ବର ୨୧ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।  ଡିସେମ୍ବର ୫ରେ ଭୋଟିଂ ହେବ।  ୮ ତାରିଖରେ ଗଣତି ହୋଇ ଫଳ ପ୍ରାକଶ ପାଇବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଅଛି।

ସୂଚନା ଅନୁଯାୟୀ, ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲି ପଡିଛି ।

ବିକାଶର ନୂଆ ସୋପାନରେ ବରଗଡ ଜିଲ୍ଲା, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପଦ୍ମପୁରରେ ୪୮୮ କୋଟି ଟଙ୍କାର ନୂଆ ପ୍ରକଳ୍ପର ଶୁଭାରମ୍ଭ
ଭୁବନେଶ୍ବର : ଓଡିଶାରେ ଆଜି ବିକାଶର ମାର୍ଗ ପ୍ରଶସ୍ତ ହୋଇଛି। ବିକାଶର ଗତି ମଧ୍ୟ କ୍ଷୀପ୍ର ହୋଇଛି। ସବୁଠାରେ ବିକାଶର ପଦଚିହ୍ନ ସୁସ୍ପଷ୍ଟ। କୃଷି ଉତ୍ପାଦନ, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ, ୫-ଟି ସ୍କୁଲ ରୂପାନ୍ତର, ସ୍ବାସ୍ଥ୍ୟସେବା – ସବୁ କ୍ଷେତ୍ରରେ ଓଡିଶା ଆଜି ବିକାଶର ଏକ ନୂଆସ୍ତରରେ ଅଗ୍ରସର ହେଉଛି।

ଏହି କ୍ରମରେ ଆଜି ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସମସ୍ତଙ୍କ ସହଯୋଗରେ ପଦ୍ମପୁର ଅଞ୍ଚଳ ବିକାଶର ଏକ ମଡେଲ ହୋଇପାରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଜି ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ପଦ୍ମପୁର ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏ ସବୁ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ବିକାଶର ଏହି ଧାରା ଆହୁରି ଆଗକୁ ବଢିବ ବୋଲି ମଧ୍ୟ ସେ କହିଛନ୍ତି । ବିକାଶ ହେଉଛି ଆମର ପରିଚୟ। ଚାଷୀ, ମହିଳା, ଯୁବବର୍ଗ ମାନଙ୍କୁ ସଶକ୍ତ କରି ସାରା ଓଡିଶାକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ପଦ୍ମପୁର ଓଡିଶାର ଭାତହାଣ୍ଡି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାକୁ ସବୁଠାରୁ ଅଧିକ ଚାଉଳ ପଦ୍ମପୁର ହିଁ ଯୋଗାଇ ଦେଉଛି । ପଦ୍ମପୁରର ଚାଷୀମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କାର ୨୦ଟି ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଥିଲେ । ତା ସହିତ କୃଷି ବଜାର ଭିତ୍ତିଭୂମି ବିକାଶ ପାଇଁ ୧୮ କୋଟି ୪୮ ଲକ୍ଷ ଟଙ୍କାର ପ୍ରକଳ୍ପ କାମ ମଧ୍ୟ ଆରମ୍ଭ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରଗଡ଼, ପଦ୍ମପୁର ଅଞ୍ଚଳର ଅନେକ ଚାଷୀ ଏ ପର୍ଯ୍ୟନ୍ତ ଶଷ୍ୟବୀମା ଟଙ୍କା ପାଇନାହାନ୍ତି । ଆପଣ ମାନେ ଜାଣନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭରତ ସରକାରଙ୍କ ଯୋଜନା। ତେଣୁ ଭରତ ସରକାରଙ୍କ ସହ ଆପଣ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ ପାଇଁ ମୁଁ ବାରମ୍ବାର ଚେଷ୍ଟା ଜାରୀ ରଖିଛି ।

ଏହାସହିତ ପଦ୍ମପୁରରେ ଯୋଗାଯୋଗର ବିକାଶ ପାଇଁ ୨୬୦ କୋଟି ଟଙ୍କାରେ ୩୮ଟି ସେତୁ ଓ ୧୩୬ କୋଟି ଟଙ୍କାରେ ୨୫ଟି ରାସ୍ତା କାମର ଶୁଭାରମ୍ଭ କରାଯିବା ସହିତ ୯ କୋଟି ଟଙ୍କାରେ ଗ୍ରାମ୍ୟ ଭିତ୍ତିଭୂମି ପ୍ରକଳ୍ପ, ୬୦ ଲକ୍ଷ ଟଙ୍କାରେ ୪ଟି ଗ୍ରାମୀଣ ବଜାର ଓ ୪ କୋଟି ୨୨ ଲକ୍ଷ ଟଙ୍କାରେ ୧୬ଟି ପୌରାଞ୍ଚଳ ଭିତ୍ତିଭୂମି ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । ପ୍ରଭୁ ନୃସିଂହନାଥଙ୍କ ଆଶୀର୍ବାଦ ପଦ୍ମପୁର ମାଟିକୁ ପବିତ୍ର କରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ଥାନୀୟ ଲୋକଙ୍କ ରୋଜଗାର ବଢାଇବା ପାଇଁ ଏ ପୀଠର ବିକାଶ ପାଇଁ କାମ ଆରମ୍ଭ ହୋଇଛି। ନୃସିଂହନାଥ ଓ ବେଦ ବରାହ ପୀଠର ବିକାଶ ପାଇଁ ୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ ।

ସେହିପରି ଶିକ୍ଷାର ବିକାଶରେ ୫-ଟି ସ୍କୁଲ ରୂପାନ୍ତର ବିଶେଷ ଭୂମିକା ନେଇଛି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ପଦ୍ମପୁରର ୩୦ଟି ହାଇସ୍କୁଲର ରୂପାନ୍ତର ହୋଇଛି । ଆଉ ୪୪ଟି ପାଇଁ କାମ ଆରମ୍ଭ ହୋଇଛି ବୋଲି ସେ କହିଥିଲେ।ଏହା ସହିତ ଆଜି ପଦ୍ମପୁର ଅଞ୍ଚଳର ୩ଟି ବ୍ଲକ୍‌ ଓ ସହରାଞ୍ଚଳ ପାଇଁ ୩୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଉଦ୍‌ଘାଟିତ ହୋଇଥିଲା। ଏଥିରେ ୨୦ଟି କଲ୍ୟାଣମଣ୍ଡପ ସହିତ ପଞ୍ଚାୟତ ଭବନ, ଗ୍ରାମୀଣ ବଜାର ଓ କମନ୍ ଫାସିଲିଟି ସେଣ୍ଟର କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ  ନିରଞ୍ଚନ ପୂଜାରୀ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଭଟଲୀ ବିଧାୟକ  ଶୁଶାନ୍ତ ସିଂ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଅତାବିରା ବିଧାୟକ  ସ୍ନେହାଙ୍ଗୀନି ଛୁରିଆ ପ୍ରମୁଖ ଯୋଗ ଦେଇ ଓଡିଶାରେ ବିକାଶର ଏକ ନୂଆ ଧାରା ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ। ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ। ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।