Nihar Ranjan Das - The Sakala

କୁବେର ଅଫିସର ନିହାର ରଞ୍ଜନ ଦାଶ ଓ ତାଙ୍କ ପତ୍ନୀଙ୍କୁ ଆଜି ମୁହାଁମୁହିଁ ଜେରା କରିବ ଭିଜିଲାନ୍ସ
ଭୁବନେଶ୍ୱର: ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶଙ୍କୁ ରିମାଣ୍ଡରେ ନେବା ପରେ ପ୍ରଥମ ଦିନରେ ଭିଜିଲାନ୍ସକୁ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। RWSS ର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶ । ନିହାର ଓ ତାଙ୍କ ପତ୍ନୀଙ୍କୁ ଆଜି ମୁହାଁମୁହିଁ ଜେରା କରିବ ଭିଜିଲାନ୍ସ । ଚଢ଼ାଉ ବେଳେ ୩୮ଟି କ୍ରିପ୍ଟ ୱାଲେଟ ମିଳିଥିବା ବେଳେ ଗତକାଲି ଆହୁରି ୫୦ଟି ମିଳିଛି ।

ମୁମ୍ବାଇରୁ ଆସି ଖୋଳତାଡ଼ କରୁଛନ୍ତି କ୍ରିପ୍ଟ କରେନ୍ସି ଏକ୍ସପର୍ଟ । ସ୍ତ୍ରୀଙ୍କ ନାଁରେ କ୍ରିପ୍ଟୋ କରେନ୍ସିରେ ବିନିଯୋଗ ହୋଇଥିଲା ୬ କୋଟି ଟଙ୍କା। ୬ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ବାବୁଙ୍କୁ ବାନ୍ଧିଥିଲା ଭିଜିଲାନ୍ସ । ସମ୍ବଲପୁରରେ ବାବୁଙ୍କର ଥିଲା ୮ଟି ପ୍ଲଟ, ଭୁବନେଶ୍ୱରରେ ଥିଲା ଫ୍ଲାଟ । ଭିଜିଲାନ୍ସକୁ ଚକମା ଦେବାକୁ ଫୋପାଡ଼ି ଦେଇଥିଲେ ମୋବାଇଲ । ସମ୍ବଲପୁର, ବରଗଡ଼ ଓ ଭୁବନେଶ୍ୱରରେ ହୋଇଥିଲା ମାରାଥନ ରେଡ଼ । ପୁଅ ନାଁରେ ସେୟାର ମାର୍କେଟରେ ଟଙ୍କା ଲାଗିଥିବା ପ୍ରମାଣ ପାଇଛି ଭିଜିଲାନ୍ସ । କିଛି ସ୍କାନର ଓ ୱେବସାଇଟ ଲିଙ୍କକୁ ନେଇ ଚାଲିଛି ଖୋଳତାଡ଼ ।

କୁବେର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ
ଭୁବନେଶ୍ୱର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କୁବେର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ । ରିମାଣ୍ଡ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । କ୍ରିପଟୋ କରେନ୍ସୀରେ ଲାଗିଥିବା କୋଟି କୋଟି ଟଙ୍କାର ଖୋଳତାଡ କରୁଛି ଭିଜିଲାନ୍ସ । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍‌ଡବ୍ଲୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହେଉଛନ୍ତି ନିହାର ରଞ୍ଜନ ଦାସ । ଜାମିନ ଆବେଦନ ଖାରଜ ପରେ ଆସନ୍ତା ୧୦ ତାରିଖ ଯାଏ ତାଙ୍କୁ ଝାଡପଡା ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ନିହାର ରଞ୍ଜନ ଦାସ କ୍ରିପ୍‌ଟୋ କରେନ୍‌ସିରେ ନିବେଶ କରିଛନ୍ତି କୋଟିଏରୁ ଅଧିକ ଟଙ୍କା । ୩୮ଟି ଓ୍ଵାଲେଟରୁ ଏହି ଟଙ୍କା ମିଳିଛି ।

ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିହାର ଭିଜିଲାନ୍ସ ଦ୍ବାରା ଶନିବାର ଗିରଫ ହୋଇଥିଲେ। କ୍ରିପ୍‌ଟୋ କରେନ୍‌ସି ସହ ଭିଜିଲାନ୍ସ ତାଙ୍କର ୩ କୋଟି ୯୬ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଠାବ କରିଛି । ଯାହା ତାଙ୍କ ଆୟ ଠାରୁ ୨୭୫ ପ୍ରତିଶତ ଅଧିକ । କେବଳ ସମ୍ବଲପୁରରେ ରହିଛି ୮ଟି ପ୍ଲଟ । କେବଳ କ୍ରିପ୍‌ଟୋ ଇନଭେଷ୍ଟମେଣ୍ଟ ନୁହେଁ, ଅନ୍ୟ ଲିକ୍ୟୁଡିଟି ବିନିଯୋଗ ପ୍ଲାଟଫର୍ମରେ ମଧ୍ୟ ଟଙ୍କା ଲଗାଇଛନ୍ତି ନିହାର । ଅନ୍ୟପଟେ ନିହାରଙ୍କ ଲିଙ୍କ୍‌ ନେଇ ସମ୍ବଲପୁରର ଏକାଧିକ ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲା। ସମ୍ବଲପୁରର ଜଣେ ଠିକାଦାରଙ୍କର ସହ ତାଙ୍କର ଲିଙ୍କ୍‌ ମିଳିବା ପରେ ଭିଜିଲାନ୍ସ ଠିକାଦାରଙ୍କ ଘରେ ଓ କାର୍ଯ୍ୟାଳୟରେ ଚଢ଼ଉକରି ବିଭିନ୍ନ କାଗଜପତ୍ର ଜବତ କରିଛି। ତାଙ୍କୁ ରିମାଣ୍ଡରେ ଆଣି ଏସବୁ ଦିଗରେ ପଚରାଉଚରା କରୁଛି ଭିଜିଲାନ୍ସ ।

ଗିରଫ ହେଲେ RWSSର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶ; କ୍ରିପ୍ଟୋ ନିବେଶକୁ ଦେଖି ତଟକା ଭିଜିଲାନ୍ସ
ଭୁବନେଶ୍ୱର: RWSSର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । କ୍ରିଫ୍ଟୋ କରେନ୍ସିରେ ଅର୍ଥ ନିବେଶ କରିଛନ୍ତି ନିହାର । ତେଣୁ ବିଦେଶରେ ଥିବା କ୍ରିପ୍ଟୋ କରେନସି ଏକ୍ସଚେଞ୍ଜକୁ ଚିଠି ଲେଖିଛି ଭିଜିଲାନ୍ସ ବିଭାଗ । କ୍ରିପ୍ଟୋରେ ଇନଭେଷ୍ଟମେଣ୍ଟ ଥିବା ୧ କୋଟି ୭୫ ଲକ୍ଷ ଟଙ୍କାକୁ ଫ୍ରିଜ କରିବାକୁ ଚିଠି ଲେଖିଛି ଭିଜିଲାନ୍ସ। କ୍ରିପ୍ଟୋ କରେନସି ଏକ୍ସଚେଞ୍ଜକୁ ଇମେଲ ଜରିଆରେ ଲେଖି ଅବଗତ କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା କହିଛନ୍ତି।

କ୍ରିପ୍ଟୋ କରେନ୍ସିରେ ୩୮ଟି ଡକ୍ୟୁମେଣ୍ଟ ଜବତ କରିଥିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଚଢାଉ କରିଥିଲା । ସମ୍ବଲପୁରର ପ୍ରମୁଖ ଅଞ୍ଚଳରେ ନିହାରଙ୍କ ରହିଛି ଏକାଧିକ ପ୍ଲଟ । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଚଢାଉ କରିଥିଲା । ଭୁବନେଶ୍ୱର, ସମ୍ବଲପୁର, ବରଗଡ, ଖୋର୍ଦ୍ଧାରେ ଚଢାଉ କରାଯାଇଥିଲା ।

୧୫ ଘଣ୍ଟାର ମାରାଥନ ରେଡ୍ କରିଥିଲା ଭିଜିଲାନ୍ସ । ନିହାରଙ୍କୁ ପଚରାଉଚରା କରିଛନ୍ତି ଡିରେକ୍ଟରଙ୍କ ସମେତ ୧୦ ଜଣିଆ ଟିମ । ଏହି ୧୦ ଜଣିଆ ଟିମରେ ଅଛନ୍ତି ବ୍ୟାଙ୍କ, ସିଏ, ଭିଜିଲାନ୍ସର EOW ଟିମ, ସାଇବର ସେଲ, ଫାଇନାନ୍ସ ୱିଙ୍ଗ। କ୍ରିପ୍ଟୋ କରେନସି ଲିଙ୍କ ନେଇ ଖୋଳତାଡ଼ ଜାରି ରହିଛି। ଏବେ ସୁଦ୍ଧା ୫ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ ହୋଇଛି । ଆହୁରି ସମ୍ପତ୍ତି ବାହାରିବା ନେଇ ଭିଜିଲାନ୍ସ ଅନୁମାନ କରୁଛି।