OCA President Pranab Prakash Das - The Sakala

ଆଉ ଦିନକ ପରେ ହକି ବିଶ୍ବକପ ଉଦଘାଟନୀ ଉତ୍ସବ: କଟକ ଯାଇ ପ୍ରସ୍ତୁତିର ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ
କଟକ: ଆଉ ଦିନକ ପରେ ହକି ବିଶ୍ବକପ ଉଦଘାଟନୀ ଉତ୍ସବ। କଟକ ଯାଇ ଉଦଘାଟନୀ ଉତ୍ସବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ବାରବାଟୀ ଷ୍ଟାଡିୟମ ଯାଇ ସେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ୫ଟି ସଚିବଙ୍କ ସହ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ବାରବାଟୀ ଯାଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।

ଅନୁଧ୍ୟାନ ସମୟରେ ସିଏମସି ମେୟର, କମିଶନର, ଜିଲ୍ଲାପାଳ, ଓସିଏ ସମ୍ପାଦକଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ବର୍ତ୍ତମାନ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ବାକିଥିବା କାମ ଖୁବଶୀଘ୍ର ଶେଷ କରାଯିବ । ବୁଧବାର ଅପରାହ୍ନରେ ଏହି ମେଗା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶ ବିଦେଶରୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଯୋଗଦେବେ। ଏକ ହଜାର ଭିଭିଆଇପିଙ୍କ ସମେତ ଦୁଇ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ।

ଏହି ସମୟରେ ଟ୍ରାଫିକ ପରିଚାଳନା ପୋଲିସ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ । ସହରରେ ୫୦ ପ୍ଲାଟୁନ ପୁଲିସ ଫୋର୍ସ ସହ ୩୦୦ ଜଣ ଅଧିକାରୀ ଓ ତିନି ଜଣ ଡିସିପି ମୁତୟନ ହେବେ। ଅପରାହ୍ନ ୩ଟାରେ କାର୍ଯ୍ଯକ୍ରମ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ଯନ୍ତ ଚାଲିବ। ମୁଖ୍ୟମନ୍ତ୍ରୀ କାର୍ଯ୍ଯକ୍ରମରେ ସନ୍ଧ୍ୟା ୬ଟାରେ ଯୋଗଦେବାନେଇ ସୂଚନା ରହିଛି। ବଲିଉଡ ଓ ଓଲିଓଡ ତାରକାଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ଯକ୍ରମ କରାଯିବ। ମେଗା ଇଭେଣ୍ଟ ପାଇଁ ଓସିଏ ସମସ୍ତ ସହଯୋଗ ଯୋଗାଇ ଦେଉଛି ।

ଓସିଏର ନୂଆ ସଭାପତି ଭାବେ ଦାୟିତ୍ୱ ନେଲେ ବିଧାୟକ ପ୍ରଣବ ପ୍ରକାଶ ଦାସ
କଟକ: ବିଜେଡି ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆଜି ଓସିଏର ନୂଆ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି । ଓସିଏର ୧୧ତମ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ। ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ପ୍ରଣବଙ୍କ ନେତୃତ୍ୱରେ ରାଜ୍ୟର ଏହି ସର୍ବୋଚ୍ଚ କ୍ରିକେଟ ସଂଘ ଏକ ନୂତନ ସୂର୍ଯ୍ୟୋଦୟ ଦେଖିବ ବୋଲି ଆଶା ରହିଛି। ଓଡିଶା କ୍ରିକେଟ ଆସୋସିଏସନ (ଓସିଏ)ର କର୍ମକର୍ତ୍ତା ନିର୍ବାଚନରେ ସମସ୍ତ ୬ ପଦବୀ ପାଇଁ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । କୌଣସି ପଦ ପାଇଁ କେହି ପ୍ରତିପକ୍ଷ ପ୍ରାର୍ଥୀ ନଥିବାରୁ ସମସ୍ତେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି କେବଳ ଔପଚାରିକ ଭାବେ ଫଳାଫଳ ଘୋଷଣା କରାଯାଇଛି । ବିଧାୟକ ପ୍ରଣବ ପ୍ରକାଶ ଦାସ ଓସିଏର ନୂଆ ସଭାପତି ହୋଇଛନ୍ତି । ସେହପରି ସଞ୍ଜୟ ବେହେରା ଦ୍ୱିତୀୟ ଥର ଭାବରେ ଓସିଏର ସମ୍ପାଦକ ଭାବରେ ନିଜର ଗାଦି ଅଧିକୃତ କରିଛନ୍ତି।

ସଞ୍ଜୟ ବେହେରାଙ୍କ ପ୍ୟାନେଲର ୬ ଜଣ ସଦସ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ଭାବେ ସଂଜୟ ବେହେରା, କୋଷାଧକ୍ଷ ଭାବେ ବିକାଶ ପ୍ରଧାନ, ସହ ସମ୍ପାଦକ ଭାବେ ପ୍ରଭାତ ଭୋଳ ଓ ଆପେକ୍ସ କାଉନସିଲ ସଦସ୍ୟ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ଆଗାମୀ ଦିନରେ କିପରି ତୃଣମୂଳ ସ୍ତରରୁ କ୍ରିକେଟର ସୃଷ୍ଟି ହେବେ ତାହା ଉପରେ ଗୁରୁତ୍ୱ ଦିଆଯିବ ଓ ବାରବାଟୀ ଷ୍ଟାଡିଅମର ଆହୁରି ବିକାଶ କରାଯିବ ବୋଲି କହିଛନ୍ତି ସଭାପତି ପ୍ରଣବ ପ୍ରକାଶ ଦାସ। ଏହାସହ ଯେଉଁ ଭିଜନ ୨୦୨୪ ପାଇଁ ରହିଥିଲା ତାହା ଉପରେ ଆହୁରି ଦୃଷ୍ଟି ଦିଆଯିବ। ସମସ୍ତ ଜିଲ୍ଲାର କ୍ରୀଡା ସଂଘର ସହଯୋଗରେ ଆଗକୁ ବଢ଼ିବୁ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କ୍ରୀଡ଼ାର ବିକାଶ ପାଇଁ ସବୁବେଳେ ପ୍ରୟାସ କରୁଛନ୍ତି । କ୍ରିକେଟ ଓ ବାରବାଟୀ ଷ୍ଟାଡିୟମକୁ ନେଇ ଅନେକ ଯୋଜନା ରହିଛି ବୋଲି କହିଛନ୍ତି ଓସିଏ ସଭାପତି । ଅନ୍ୟପଟେ ସଞ୍ଜୟ ବେହେରା କହିଛନ୍ତି, ଗ୍ରାମାଞ୍ଚଳରେ କ୍ରିକେଟର ବିକାଶ ପାଇଁ ଯୋଜନା ପ୍ରସ୍ତୁତି ହେଉଛି । ବର୍ତ୍ତମାନ ସୁଦ୍ଧା ୮ ହଜାର ୭୦୦ ଜଣ ସିନିଅର ଓ ଜୁନିଅର କ୍ରିକେଟ ଖେଳାଳିଙ୍କ ପଞ୍ଜିକରଣ କରାଯାଇଛି । କ୍ରିକେଟକୁ ନେଇ ୨୦୨୪ ପାଇଁ ଭିନ ସ୍ଥିର କରାଯାଇଛି । କଟକ-ଭୁବନେଶ୍ୱରକୁ ସ୍ପୋର୍ଟସ ହବ୍‌ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ରହିଛି । ଏହାକୁ ପୂରଣ କରିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ସଞ୍ଜୟ ବେହେରା । ୩୦ ଜିଲ୍ଲାରେ କ୍ରିକେଟ ଏକାଡେମୀ ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।