Dhauli Peace Pagoda - The Sakala

୨୮ରେ ଧଉଳି ଶାନ୍ତିସ୍ତୂପର ୫୧ ତମ ପ୍ରତିଷ୍ଠା ଦିବସ; ପୁଣି ଅଚଳ ହୋଇପଡ଼ିଛି ‘ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ୍‌‌ ସୋ’
ଭୁବନେଶ୍ୱର: ପୁଣି ଅଚଳ ହୋଇପଡ଼ିଛି ଧଉଳି ‘ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ ସୋ’। ଶୁଣିବାକୁ ମିଳୁନି କଳିଙ୍ଗ ଯୁଦ୍ଧର ରକ୍ତରଞ୍ଜିତ କଥାବସ୍ତୁ, କି ଦେଖିବାକୁ ମିଳୁନି ମୌର୍ଯ୍ୟ ସମ୍ରାଜ୍ୟର ବିଦ୍ରୋହ ଗାଥା। ସମ୍ରାଟ ଅଶୋକଙ୍କ ବୀରତ୍ୱର ଗାଥା ଶୁଣିବାରୁ ବଞ୍ଚିତ ହେଉଛନ୍ତି ପର୍ଯ୍ୟଟକ। ଓଡ଼ିଶା ପର୍ଯ୍ୟଟନର ସ୍ୱର୍ଣ୍ଣ ତ୍ରିଭୁଜରୁ ଏହି କୋଣ ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରୁଥିଲେ ବି ଏହି ସୋ’ ଅଚଳାବସ୍ଥାରେ ଥିବାରୁ ନିରାଶ ହେଉଛନ୍ତି ପର୍ଯ୍ୟଟକ।

ସୂଚନା ଅନୁସାରେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ୬ଲକ୍ଷ ୬କୋଟି ଟଙ୍କା ବ୍ୟୟରେ ୨୦୧୫ ଅଗଷ୍ଟ ମାସରେ ଓଡ଼ିଶାର ପ୍ରଥମ ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ ସୋ’ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଅତ୍ୟାଧୁନିକ ଥ୍ରୀ-ଡି ପ୍ରୋଜେକସନ୍‌‌ ମ୍ୟାପିଂ ଟେକ୍‌‌ନୋଲୋଜି ସହ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଏହାର ଡିଜାଇନ୍‌‌ ପ୍ରସ୍ତୁତ କରିଥିଲେ। ଅଶୋକଙ୍କ କଳିଙ୍ଗ ଯୁଦ୍ଧ କଥା ଓ କଳିଙ୍ଗ ସମ୍ପର୍କିତ ଗାଥାକୁ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଅଭିନେତା କବିର ବେଦୀ, ଓମ୍‌‌ ପୁରୀ ଓ ବିଜୟ ମହାନ୍ତିଙ୍କ କଣ୍ଠସ୍ୱରରେ ଶୁଣିବାକୁ ମିଳୁଥିଲା। ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ସନ୍ଧ୍ୟା ୬ଟା ଓ ୬.୪୫ରେ ଏହି ସୋ ୩୫ ମିନିଟ୍‌‌ ଲେଖାଏ ପ୍ରଦର୍ଶିତ ହେଉଥିଲା। ଯାହା ଧଉଳିର ଗାରିମା ବଢ଼଼ାଉଥିଲା। ସନ୍ଧ୍ୟା ହେଲେ ୨୫ଟଙ୍କା ଲେଖାଏଁ ଟିକଟ୍‌‌ କାଟି ସୋ’ ଦେଖିବାକୁ ପର୍ଯ୍ୟଟକଙ୍କ ଲାଇନ୍‌‌ ଲାଗୁଥିଲା।

ତେବେ ସାମୁଦ୍ରିକ ଝଡ଼ ଫାନିରେ କ୍ଷତିଗ୍ରସ୍ତ ହୋଇଥିବାରୁ ଅନେକ ଦିନ ଧରି ଧଉଳି ‘ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ ସୋ’ ବନ୍ଦ ରହିଥିଲା। ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପରେ ତାହାର ମରାମତି କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଇଥିଲା। କିଛିଦିନ ଚାଲିବା ପରେ ଗତ ୨୦୨୦ଫେ଼ବୃଆରୀ ମାସରୁ ପୁଣି ଥରେ ବନ୍ଦ ହୋଇଥିଲା। ତେବେ ଗତବର୍ଷ ଅକ୍ଟୋବର ୨୮ ତାରିଖରେ ପାଳନ ହୋଇଥିଲା ଧଉଳି ଶାନ୍ତସ୍ତୂପର ୫୦ତମ ପୂର୍ତ୍ତି। ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଜାପାନ, ଆମେରିକା, କାଜାକ୍‌‌ସ୍ତାନ, ଶ୍ରୀଲଙ୍କା, ଚୀନ୍‌‌, ୟୁକ୍ରେନ୍‌‌ ଆଦି ଦେଶର ବହୁ ସଂଖ୍ୟାରେ ବୌଦ୍ଧ ସନ୍ନ୍ୟାସୀ ଓ ବୌଦ୍ଧ ଭିକ୍ଷୁକ ଯୋଗଦେଇଥିଲେ। ବୌଦ୍ଧ ଧର୍ମର ଲୋଟସ୍‌‌ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଶାନ୍ତିସସ୍ତୂପ। ତେବେ ଫନୀ ପରଠାରୁ ଅଚଳାବସ୍ଥାରେ ପଡ଼ି ରହିଥିବା ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ୍‌‌ ସୋ ଧଉଳିର ୫୦ତମ ପୂର୍ତ୍ତି ଦିବସରେ କାର୍ଯ୍ୟକାରୀ କରାଯାଇଥିଲା। ପୂର୍ବଭଳି ସନ୍ଧ୍ୟାରେ ପର୍ଯ୍ୟଟକମାନେ ଏହାକୁ ଉପଭୋଗ କରିବାର ସୁଯୋଗ ପାଉଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଯଥା ପୂର୍ବ ତଥା ପରଂ। ପୁଣି ଥରେ ପୂର୍ବଭଳି ଅଚଳ ହୋଇ ପଡ଼ିରହିଛି ଏହି ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ୍‌‌ ବ୍ୟବସ୍ଥା।

ତେବେ ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବା ବେଳେ ଏଠାରେ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ଭିଡ଼ ଜମିଥାଏ। ହେଲେ ‘ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ୍‌‌ ସୋ’ ଅଚଳ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ। ଏ ନେଇ ପର୍ଯ୍ୟଟନ ଅଧିକାରୀ ଅଞ୍ଜନ ବାରିକ୍‌‌ କହିଛନ୍ତି ଯେ, ଏହି ପ୍ରୋଜେକସନ୍‌‌ ମ୍ୟାପିଂ ଟେକ୍ନୋଲୋଜି ଖରାପ ହୋଇଥିବାରୁ ତାହାକୁ ମରାମତି କରାଯାଇଥିଲା। ତେବେ ୨୦ଦିନ ହେବ ପୁଣି ଖରାପ ହୋଇଥିବାରୁ ଏହାକୁ ମରାମତି ନକରି ନୂଆ ପ୍ରୋଜେକସନ୍‌‌ ମ୍ୟାପିଂ ଟେକ୍‌‌ନୋଲୋଜି ଲଗାଯିବାକୁ ଯୋଜନା ରହିଛି। ଏଥିପାଇଁ ଖୁବ୍‌‌ଶୀଘ୍ର ଟେଣ୍ଡର ପ୍ରୋସେସ୍‌‌ ଆରମ୍ଭ ହୋଇ ପୂର୍ବଭଳି ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ ସୋ’ କାର୍ଯ୍ୟକାରୀ କରାଯିବ।

ସୁଧୁରିପାରୁନି ଧଉଳି କ୍ରାଫ୍ଟ ବଜାର; ନଷ୍ଟହେଲାଣି ସୌନ୍ଦର୍ଯ୍ୟକରଣ, ହେଉନି ହସ୍ତକଳା ପ୍ରଦର୍ଶନୀ
ଭୁବନେଶ୍ୱର: ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ଧଉଳି କ୍ରାଫ୍ଟ ବଜାର। ସୁଧୁରିପାରୁନି କ୍ରାଫ୍ଟ ବଜାରର ଅବସ୍ଥା। ନଷ୍ଟ ହେଲାଣି ସୌନ୍ଦର୍ଯ୍ୟକରଣ। ହସ୍ତଶିଳ୍ପ ବଜାର କେବେ ଖୋଲିବ ତା’ର ଠିକଣା ନାହିଁ। ଧଉଳି ଶାନ୍ତିସ୍ତୂପର ପାଦଦେଶରେ ରହିଥିବା ଏହି କ୍ରାଫ୍ଟ୍‌‌ ବଜାର ଏବେ ଏକପ୍ରକାର ନଷ୍ଟ ହେବାକୁ ବସିଛି। ଏହାସହିତ ଏସବୁ ଜଙ୍ଗଲଘେରା ହୋଇପଡ଼ିରହିଛି। କଳା ଓ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଧଉଳି ପାଦଦେଶରେ ହୋଇଥିବା ଏହି ବଜାର ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। କୋଟି କୋଟି ଟଙ୍କା ଅର୍ଥ ବ୍ୟୟରେ ବଜାରଟି କରାଯାଇଥିଲେ ବି ସେହି ସ୍ଥାନରେ ଏବେ କିଛି ଭଙ୍ଗା ପଥର ମୂର୍ତ୍ତି କେବଳ ରହିଛି। କ୍ରାଫ୍ଟ୍‌‌ ବଜାରର ରକ୍ଷଣାବେକ୍ଷଣ ଦାୟିତ୍ୱ ସେ ସମୟରେ ଧଉଳି ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା। ଏହାସହିତ ନିକଟରେ ଥିବା ଧଉଳି ଆର୍ଟ ଓ କ୍ରାଫ୍ଟ କଲେଜର ଛାତ୍ରଛାତ୍ରୀ ସେଠାରେ ସେମାନଙ୍କର କଳାର ପ୍ରଦର୍ଶନୀ ମଧ୍ୟ କରୁଥିଲେ। ମାତ୍ର ଧୀରେ ଧୀରେ ତାହା ନଷ୍ଟ ହେବାକୁ ବସିଥିବାବେଳେ ଏବେ ଅନ୍ଧାର ହେଲେ ଅସାମାଜିକଙ୍କ ଭିଡ଼ ଜମୁଛି। ନା ପୂରଣ ହୋଇପାରୁଛି ମୂଳ ଉଦ୍ଦେଶ୍ୟ ନା ହସ୍ତଶିଳ୍ପ କାରିଗରୀ ପ୍ରଦର୍ଶିତ ହୋଇପାରୁଛି। ଫଳରେ ଶ୍ରୀହୀନ ହୋଇପଡ଼ିଲାଣି ଧଉଳି କ୍ରାଫ୍ଟ ବଜାର।

୨୦୧୩ ମସିହାରେ ଉଦ୍‌‌ଘାଟିତ ହୋଇଥିଲା ଏହି କ୍ରାଫ୍ଟ୍‌‌ ବଜାର। ଏହି କ୍ରାଫ୍ଟ୍‌‌ ବଜାରରେ ୧୬ଟି ଦୋକାନ ଘରର ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ରାଜ୍ୟର ବିଭିନ୍ନ ପାରମ୍ପରିକ ଆର୍ଟ ଓ କ୍ରାଫ୍ଟକୁ ରଖାଯାଇ ବିକ୍ରିବଟା ସହିତ ପ୍ରଦର୍ଶନୀ କରାଯିବା ଲକ୍ଷ୍ୟ ରହିଥିଲା। ଏଥିପାଇଁ କାରିଗରଙ୍କ ନାଁରେ ଷ୍ଟଲ୍‌‌ ବଣ୍ଟନ କରାଯାଇଥିଲା। କାରିଗରମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଦେଖାଇବା ପାଇଁ ଯୋଜନା କରାଯାଇଥିଲା। ଦେଢ଼ ଏକର ପରିମିତ ଏହି ସ୍ଥାନରେ କ୍ରାଫ୍ଟ୍‌‌ ବଜାରଟି କରାଯାଇଥିଲା। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧.୨ କୋଟି ଟଙ୍କା ଅର୍ଥ ବ୍ୟୟ କରାଯାଇ ଏହି ବଜାର ବିକାଶିତ କରାଯାଇଥିଲା। ମାତ୍ର ଏବେ ତାହା ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି। ଏଥିରେ ୬ଟି ବଡ଼ ଓ ୧୦ଟି ଛୋଟ ଦୋକାନ ଘର ରହିଥିଲା। କାରିଗରଙ୍କ ସାମଗ୍ରୀ ବିକ୍ରିବଟା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି କ୍ରାଫ୍ଟ୍‌‌ ବଜାର କିଛିଦିନ ପରେ ନଷ୍ଟ ହୋଇଯାଇଛି।

ସେହିପରି କ୍ରାପ୍ଟ୍‌‌ ବଜାର ପରିସରରେ ସୌନ୍ଦର୍ଯ୍ୟକରଣ ପାଇଁ ଥିବା ପ୍ରତିମୂର୍ତ୍ତି ସବୁ ଭାଙ୍ଗିରୁଜି ଗଲାଣି। ଏଥିପାଇଁ ନା ନିଆଯାଉଛି ପଦକ୍ଷେପ ନା ଏହାକୁ ଆରମ୍ଭ କରାଯିବା ନେଇ ହେଉଛି କୌଣସି ବ୍ୟବସ୍ଥା। ବର୍ଷବର୍ଷ ଧରି ଏଭଳି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଏହି କ୍ରାଫ୍ଟ୍‌‌ ବଜାର ଏବେ ଦୃଷ୍ଟି ଆଢୁଆଳରେ ରହିଛି। ଧଉଳି ଶାନ୍ତିସ୍ତୂପକୁ ପ୍ରତ୍ୟେକଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିଲେ ମଧ୍ୟ କ୍ରାଫ୍ଟ ବଜାର ବନ୍ଦ ହୋଇରହିଛି। କେବଳ ଜଣେ ସିକ୍ୟୁରିଟି ଗାର୍ଡଙ୍କ ବ୍ୟତୀତ ଏବେ ସେ ସ୍ଥାନ ଖାଁ ଖାଁ ଲାଗୁଛି। ଚିତ୍ରକଳା ପ୍ରଦର୍ଶନୀ ସାଙ୍ଗକୁ କ୍ରାଫ୍ଟ୍‌‌ ପ୍ରଦର୍ଶନୀ ପର୍ଯ୍ୟନ୍ତ ରହିଥିବା ଗ୍ୟାଲେରୀରେ ଝୁଲିଛି ତାଲା। ରକ୍ଷଣାବେକ୍ଷଣା ଅଭାବରୁ କ୍ରାଫ୍ଟ୍‌‌ ବଜାରର ସୌନ୍ଦର୍ଯ୍ୟକରଣ ବି ନଷ୍ଟ ହେବାକୁ ବସିଲାଣି। ଲୋକଲୋଚନଠାରୁ ଏବେ ଦୂରରେ ଧଉଳି କ୍ରାଫ୍ଟ୍‌‌ ବଜାର। କ୍ରାଫ୍ଟ ବଜାରରେ ଥିବା ଫଳକରୁ କିଛି ଅକ୍ଷର ଲିଭି ବିକୃତ ଓଡ଼ିଆ ହୋଇରହିଛି। ଦୀର୍ଘଦିନ ଧରି ଏଭଳି ଅବହେଳିତ ଅବସ୍ଥାରେ ରହିଥିଲେ ବି ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ଏହାସହିତ କ୍ରାଫ୍ଟ ବଜାରରେ ଥିବା ଶୌଚାଳୟ ସବୁ ନଷ୍ଟ ହୋଇପଡ଼ିରହିଛି।