Russia Targets America - The Sakala

ଆମେରିକାକୁ ପୁଣି ରୁଷର ଚେତାବନୀ; ୟୁକ୍ରେନ୍ ଯୁଦ୍ଧରେ ସାମିଲ୍ ହେଲେ ସାଟେଲାଇଟ ଉଡ଼ାଇ ଦେବାକୁ ଧମକ
ମସ୍କୋ : ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଦିନକୁ ଦିନ ଧମକ ପ୍ରତିଧମକ ମଧ୍ୟରେ ଛାରଖାର ହେଉଛି ୟୁକ୍ରେନ୍ । ତେବେ ଏପରି ସମୟରେ ଆମେରିକା ଓ ତା’ର ସହଯୋଗୀ ଦେଶମାନେ ଯଦି ୟୁକ୍ରେନ ଯୁଦ୍ଧରେ ସାମିଲ ହୁଅନ୍ତି ତେବେ ସେସବୁ ଦେଶମାନଙ୍କ ବେସାମରିକ ସାଟେଲାଇଟଗୁଡ଼ିକୁ କ୍ଷେପଣାସ୍ତ୍ର ମାଡ଼ କରି ଉଡ଼ାଇ ଦେବାକୁ ରୁଷ ଧମକ ଦେଇଛି । ରୁଷ୍ ବୈଦେଶିକ ମନ୍ତ୍ରାଳୟର ନିରସ୍ତ୍ରୀକରଣ ଓ ଅସ୍ତ୍ରଶସ୍ତ୍ର ବିଭାଗର ନିର୍ଦ୍ଦେଶକ କନଷ୍ଟାଂଟିନ୍ ଭୋରୋନଷ୍ଟୋଭ ଏହା କହିଛନ୍ତି । ସେ କହିଛନ୍ତି, ୟୁକ୍ରେନ୍ ଯୁଦ୍ଧରେ ସହାୟତା ପାଇଁ ପାଶ୍ଚାତ୍ୟ ସାଟେଲାଇଟର ବ୍ୟବହାର ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଆଉ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରୁଷ୍, ଅର୍ଦ୍ଧବେସାମରିକ ସାଟେଲାଇଟ୍ ଗୁଡ଼ିକୁ ଟାର୍ଗେଟ୍ କରିବ । ୟୁକ୍ରେନ ଉପରେ ପ୍ରଥମେ ପରମାଣୁ ଆକ୍ରମଣ ଧମକ । ଆଉ ଏବେ ସାଟେଲାଇଟ୍ ଉଡାଇବାକୁ ଧମକ ଦେବା ପରେ ରୁଷ୍ ଆଗକୁ ଆହୁରି ଆକ୍ରମଣାତ୍ମକ ହେବ ବୋଲି କୁହାଯାଉଛି ।

ଅନ୍ୟପଟେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ରୁଷ । ପରମାଣୁ ଆକ୍ରମଣ ଲାଗି ବଡ଼ ଧରଣର ଅଭ୍ୟାସ ଆରମ୍ଭ କରିଛି ରୁଷିଆ ସେନା । କ୍ରେମଲିନ୍ ପକ୍ଷରୁ କୁହାଯାଇଛି, ରାଷ୍ଟ୍ରପତି ପୁଟିନଙ୍କ ନେତୃତ୍ୱରେ ବାଲାଷ୍ଟିକ୍ ଓ କ୍ରୁଜ୍ ମିସାଇଲ୍ ଅଭ୍ୟାସ ଆରମ୍ଭ କରିଛି ରୁଷ ସେନା । ପରମାଣୁ ଅସ୍ତ୍ର ବହନ କରୁଥିବା ମିସାଇଲ ବ୍ୟବହାର ପାଇଁ ଅଭ୍ୟାସ କରାଯାଇଛି । କ୍ଷେପଣାସ୍ତ୍ରଗୁଡିକ ପରୀକ୍ଷଣ ମଧ୍ୟ କରାଯାଇଛି । ବଡ଼ କଥା ହେଉଛି, କଂଟ୍ରୋଲ ରୁମ୍ରେ ବସି ଟିଭିରେ ଏହି ଯୁଦ୍ଧାଭ୍ୟାସର ଅନୁଧ୍ୟାନ କରିଛନ୍ତି ପୁଟିନ୍ । ବୁଡାଜାହାଜରୁ ମିସାଇଲ ପରୀକ୍ଷଣର ଫଟୋଚିତ୍ର ରୁଷିଆ ସରକାରଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଛି ।

ପ୍ରାୟ ୮ ମାସ ଟପିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ନୂଆ ରୂପ ନେବାର ଆଶଙ୍କା ଦେଖାଯାଇଛି। ରୁଷ କୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆଣବିକ ଯୁଦ୍ଧାସ୍ତ୍ର ପ୍ରୟୋଗ କରିପାରେ ବୋଲି ଆଶଙ୍କା ବଢିଛି। ଏଥିନେଇ ରୁଷ ରାଷ୍ଟ୍ରପତି ପୁତିନ ‘ଡାର୍ଟି ବୋମା’ ଭଳି ଏକ ନୂଆ ଚାଲ ଚଳାଇ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଥିବା କୁହାଯାଉଛି। ୟୁକ୍ରେନ ନିକଟରେ ଏହି ବୋମା ରହିଛି ଏବଂ ‘ଡାର୍ଟି ବୋମା’ ପକାଇ ୟୁକ୍ରେନ ରୁଷକୁ ପ୍ରଭାବିତ କରିବାକୁ ଯୋଜନା କରିଛି ବୋଲି ପୁତିନ କହିଛନ୍ତି। ବାସ୍ତବରେ ଡାର୍ଟି ବୋମା ଆଣବିକ ବୋମା ନ ହେଲେ ମଧ୍ୟ ଏହାର ପ୍ରଭାବ କିଛି କମ୍‌ ନୁହେଁ। ଏଥିରେ ରହିଥିବା ଡିନାମାଇଟ୍‌, ଜୈବିକି ଅସ୍ତ୍ର, ମାରାତ୍ମକ ରାସାୟନିକ ପଦାର୍ଥ ଏବଂ ରେଡିଓ ଆକ୍ଟିଭ୍‌ ପାଉଡର ଆଣବିକ ବୋମା ଭଳି ବିସ୍ଫୋରଣ ନ କଲେ ମଧ୍ୟ ପର୍ଯ୍ୟାପ୍ତ କ୍ଷତି ପହଞ୍ଚାଇବା ସହିତ ଲୋକଙ୍କୁ ଅକର୍ମଣ୍ୟ କରି ଦେବାର କ୍ଷମତା ରଖିଛି। ଆଣବିକ ବୋମା ଭଳି ଏହା ମଧ୍ୟ ସମୂହ ବିନାଶ ପାଇଁ ଯଥେଷ୍ଟ। ତେବେ ୟୁକ୍ରେନ ଏଭଳି ବୋମା ବ୍ୟବହାର କରିବା ପଛରେ ପୁତିନଙ୍କ ଦାବି କେତେ ସତ୍ୟ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।