hate speech case - The Sakala

ଘୃଣ୍ୟ ବକ୍ତବ୍ୟ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ କଠୋର; ଟିଭି ଚ୍ୟାନେଲଗୁଡିକର କାର୍ଯ୍ୟଶୈଳୀକୁ ନେଇ ବର୍ଷିବା ସହ ଆଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଘୃଣ୍ୟ ବକ୍ତବ୍ୟ ପ୍ରସଙ୍ଗରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ଟିଭି ଚ୍ୟାନେଲଗୁଡିକର କାର୍ଯ୍ୟଶୈଳୀକୁ ନେଇ ବର୍ଷିଛନ୍ତି। ଟିଭି ଚ୍ୟାନେଲଗୁଡିକ ଯେଉଁ ଢଙ୍ଗରେ କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି ତଦ୍ବାରା ସମାଜ ବିଭାଜନ ହେବା ଲାଗି ବାଟ ଖୋଲୁଛି। ବିଶେଷକରି ଆଙ୍କରମାନେ ନିଜ ପକ୍ଷ ରଖିବା ଉଦ୍ଦେଶ୍ୟରେ ଏକପାଖିଆ ଭାବେ ସମ୍ବାଦ ପରିବେଷଣ କରୁଛନ୍ତି। ସେମାନେ ଯାହା ଚାହାନ୍ତି ତାହାକୁ ସେମାନଙ୍କ କାର୍ଯ୍ୟକ୍ରମରେ ପ୍ରତିଫଳିତ କରିବାକୁ ଅଗ୍ରାଧିକାର ଦେଉଛନ୍ତି। କିନ୍ତୁ ଏହା ସମାଜ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ। ତେଣୁ ଏଭଳି ଆଙ୍କରମାନଙ୍କୁ ଟିଭି କାର୍ଯ୍ୟକ୍ରମରୁ ହଟାଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟରେ ଘୃଣ୍ୟ ବକ୍ତବ୍ୟ (ହେଟ୍ ସ୍ପିଚ୍) ସହ ଜଡ଼ିତ ଦାଖଲ ଯାଚିକାର ଶୁଣାଣି କରି ଜଷ୍ଟିସ୍ କେ ଏମ ଯୋଶେଫ ଏବଂ ଜଷ୍ଟିସ୍ ବି ଭି ନାଗରତ୍ନଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବର୍ତ୍ତମାନ ଟିଭି ଚ୍ୟାନେଲ ଗୁଡିକ ସମାଜରେ ବିଭାଜନ ଆଣିବା ସହିତ ନିଜ ଏଜେଣ୍ଡା ମୁତାବକ ସମ୍ବାଦ ପରିବେଷଣ କରୁଛନ୍ତି। ଏପରିକି ଯେଉଁମାନେ ଚ୍ୟାନେଲ ଚାଲିବା ପାଇଁ ପାଣ୍ଠି ଯୋଗାଉଛନ୍ତି ସେମାନେ ଟିଭି କାର୍ଯ୍ୟକ୍ରମର ବିଷୟ ବସ୍ତୁ ନିର୍ଣ୍ଣୟ କରୁଛନ୍ତି। ସେହିପରି ବିତର୍କ କାର୍ଯ୍ୟକ୍ରମରେ ଯେଉଁ ପ୍ରବକ୍ତା ଆଙ୍କରଙ୍କ ଉଦ୍ଦେଶ୍ୟ ଅନୁଯାୟୀ କହୁଛନ୍ତି ସେମାନଙ୍କୁ କହିବାକୁ ସୁଯୋଗ ଦିଆଯାଉଛି। କିନ୍ତୁ ଯେଉଁମାନେ ଏହାର ବିରୋଧରେ କହୁଛନ୍ତି ସେମାନଙ୍କୁ କହିବା ଲାଗି ଦିଆଯାଉ ନାହିଁ କିମ୍ବା ସ୍ବଳ୍ପ ସମୟ ମଧ୍ୟରେ ସେମାନଙ୍କ ବକ୍ତବ୍ୟ ଶେଷ କରିଦିଆଯାଉଛି।

ଟିଭି ଚ୍ୟାନେଲ କିମ୍ବା ଆଙ୍କରମାନଙ୍କ ଉପରେ କାହାରି ନିୟନ୍ତ୍ରଣ ନ ଥିବା ଭଳି ଲାଗୁଛି। ଟିଭି ଚ୍ୟାନେଲଗୁଡିକର ସମ୍ବାଦ ପରିବେଷଣର ଏଭଳି ଶୈଳୀ ଏବଂ ପରମ୍ପରା ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ। ଦେଶରେ ସମ୍ବାଦ ପ୍ରସାରଣ ପାଇଁ ଏକ ସୁସ୍ଥ ପରିବେଶ ଦରକାର ଏବଂ ସବୁ ସ୍ତରରେ ନିରପେକ୍ଷ ସମ୍ବାଦ ପ୍ରସାରଣ ହେବା ଦରକାର ବୋଲି ଉକ୍ତ ଖଣ୍ଡପୀଠ କହିଛନ୍ତି। ଏବେ ସବୁ ଚ୍ୟାନେଲ ପାଇଁ ଟିଆରପି(ଟେଲିଭିଜନ ରେଟିଂ ପଏଣ୍ଟ) ମୁଖ୍ୟ ବିଷୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଚ୍ୟାନେଲ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଯାହାକୁ ନେଇ ଆଙ୍କରମାନେ ବିଭିନ୍ନ ବିଷୟକୁ ନେଇ ନିଜ ମନ ମୁତାବକ ସମ୍ବାଦ ପରିବେଷଣ କରୁଛନ୍ତି। କିନ୍ତୁ ଏକଥା ମନେ ରଖିବା ଉଚିତ ଯେ, ଛାପା ଗଣମାଧ୍ୟମ ଠାରୁ ବୈଦ୍ୟୁତିକ ଗଣମାଧ୍ୟମ ସମାଜକୁ ଅଧିକ ପ୍ରଭାବିତ କରିଥାଏ। ତେଣୁ ଯେଉଁ ଆଙ୍କରମାନେ ଆପତ୍ତିଜନକ ପରିସ୍ଥିତି ସୃଷ୍ଟି କରୁଛନ୍ତି ସେମାନଙ୍କୁ ହଟାଯିବା ସହିତ ପ୍ରୋଗ୍ରାମ କୋଡ୍ ଉଲ୍ଲଂଘନ କରୁଥିବା ଚ୍ୟାନେଲଗୁଡିକୁ ଉପରେ ଜରିମାନା ମଧ୍ୟ ଲାଗୁ କରାଯିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି।

ହେଟ୍ ସ୍ପିଚ୍ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନଙ୍କୁ ୩ ବର୍ଷ ଜେଲଦଣ୍ଡ
ନୂଆଦିଲ୍ଲୀ : ହେଟସ୍ପିଚ୍‌ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉତ୍ତରପ୍ରଦେଶର ଏକ କୋର୍ଟ ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଉତ୍ତରପ୍ରଦେଶର ରାମପୁରରେ ଘୃଣା ଓ ଉସକାଇଲା ଭଳି ଭାଷଣ ଦେଇଥିଲେ ଆଜମ ଖାନ୍। ତେବେ କୋର୍ଟ ଆଜି ତାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି।କେବଳ ଆଜମ୍ ଖାନ ନୁହଁନ୍ତି ସମାନ ମାମଲାରେ ଅନ୍ୟ ଦୁଇଜଣଙ୍କୁ ମଧ୍ୟ କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ୩ ଜଣଙ୍କ ଉପରେ ୨ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଛି।

୨୦୧୯ରେ ଆଜମଖାନ୍‌ଙ୍କ ବିରୋଧରେ ହେଟ ସ୍ପିଚ ଅଭିଯୋଗ ଆସିଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ବୟାନ ପାଇଁ ଆଜମ ଖାନ୍‌ଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ୨୦୧୯ ଏପ୍ରିଲ ୭ ତାରିଖରେ ରାମପୁରର ମହମ୍ମଦ ଆଜାମ ଖାନ ତାଙ୍କ ନିର୍ବାଚନ ସଭାରେ ଭାଷଣ ଦେବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ତାଙ୍କର ଏହି ଭାଷଣ ବିରୋଧ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବିଜେପି ନେତା ଅଜୟ ସକ୍‌ସେନା ଏହାକୁ ନେଇ ଆଜମ ଖାନ୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏଥିସହ ଆଜମ ଖାନ୍‌ଙ୍କ ବିରୋଧରେ ନିର୍ବାଚନ ଆୟୋଗର ଭିଡିଓ ଟିମ୍ ଇନ୍‌ଚାର୍ଜ ଦ୍ୱାରା ଏକ ଏଫ୍‌ଆଇର୍ ମଧ୍ୟ ରୁଜୁ କରାଯାଇଥିଲା। ଆଜି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ। ଆଜାମ ଖାନଙ୍କ ବିରୋଧରେ ହେଟ୍ ସ୍ପିଚ୍ ଦେବା ଓ ଘୃଣା ସୃଷ୍ଟି କରାଇବା ଭଳି ଗୁରୁତର ମାମଲା ରୁଜୁ କରାଯାଇଥିଲା।

ଏହି ମାମଲାରେ କୋର୍ଟ ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି । ଆଜମ ଖାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତକ୍ରାଳୀନ ଜିଲ୍ଲା ଅଧିକାରୀ ଆଂଜନେୟ କୁମାର ସିଂଙ୍କ ବିରୋଧରେ ହିଂସା ଉଦ୍ରେକକାରୀ ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା ।ଆଜମ୍ ଖାନଙ୍କ ବିରୋଧରେ ଯେଉଁ ଧାରାରେ ମାମଲା ରୁଜୁ ହୋଇଥିଲା ସେଥିରେ ୩ ବର୍ଷ ଜେଲ ଦଣ୍ଡର ପ୍ରାବଧାନ ରହିଛି । ଏବେ ଆଜମ୍ ଖାନଙ୍କ ବିରୋଧରେ ଭ୍ରଷ୍ଟାଚାର ଓ ଚୋରି ସମେତ ମୋଟ ୯୦ ଟି ମାମଲା ଚାଲିଛି।ଏହି ମାମଲା ମଧ୍ୟରେ ଚୋରି ଓ ଦୁର୍ନୀତି ଆଦି ରହିଛି। ଏକ ଠକେଇ ମାମଲାରେ ପୂର୍ବରୁ ସେ ଚଳିତ ବର୍ଷ ସୁପ୍ରିମକୋର୍ଟରୁ ବେଲ ପାଇଥିଲେ। ୨୦୨୨ ମେ ୨୦ରେ ସେ ଜେଲରୁ ମୁକୁଲିଥିଲା। ଦୀର୍ଘ ୨୭ ମାସ ହେଲା ସେ ଜେଲରେ ଥିଲେ। ତାଙ୍କ ନାଁରେ ୮୮ଟି ମାମଲା ରୁଜୁ ହୋଇଥିଲା। କିନ୍ତୁ ସବୁ ମାମଲାରେ ତାଙ୍କୁ ଜାମିନ ମିଳିଥିଲା।